ରହସ୍ୟ ବଢ଼ାଉଛି ପାରଳାଖମୁଣ୍ଡି ଏସିଏଫଓ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା : ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ; ସରକାରୀ କ୍ୱାଟର୍ସରେ ନିଆଁ ଲାଗିଥିବାର ନାହିଁ ଚିହ୍ନବର୍ଣ୍ଣ

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢିବାରେ ଲାଗିଛି । ସବୁଠାରୁ ବଡକଥା ହେଉଛି, ନିଜ ସରକାର କ୍ୱାଟର୍ସରେ କିଛି କାଗଜପତ୍ର ଓ ଫାଇଲ ପୋଡୁଥିବାବେଳେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗି ଯାଇଥିବା କୁହାଯାଉଥିଲା । ତେଣୁ ସୌମ୍ୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେହି କ୍ୱାଟର୍ସରେ ପହଂଚି ସରଜମିନ ତଦନ୍ତ କରିଛି ସାଇଂଟିଫିକ ଟିମ୍ । ଆଶ୍ଚର୍ଯ୍ୟଜନକ ଭାବରେ ସେହି କ୍ୱାର୍ଟରରେ ନିଆଁ ଲାଗିଥିବା କିମ୍ବା ସେଭଳି କିଛି ଘଟଣା ଘଟିଥିବାର ଚିହ୍ନବର୍ଣ୍ଣ ନାହିଁ । କ୍ୱାଟର୍ସର ସବୁ ଜାଗାକୁ ତନ୍ନତନ୍ନ କରି ଯାଂଚ କରାଯାଇଥିଲା । ହେଲେ ନିଆଁ ପୋଡି ହେଲାଭଳି କୌଣସି ସଂକେତ ଦେଖାଯାଇ ନଥିଲା ।

କୋଠରୀ ଭିତରେ କେବଳ କିଛି ଧୂଆଁ ଗନ୍ଧ ବାରି ହେଉଥିଲା । କିନ୍ତୁ କିରୋସିନ୍ ଗନ୍ଧ ବାରି ହେଉନଥିଲା । କୋଠରୀ ଭିତରେ ଥିବା ଅନେକ ପ୍ଲାଷ୍ଟିକ ସାମଗ୍ରୀ, ପଲିଥିନ ଓ କାଗଜପତ୍ରରେ ନିଆଁ ଲାଗିନଥିବା ଦେଖା ଯାଇଥିଲା । ଘଟଣା ପରଠାରୁ ସୌମ୍ୟଙ୍କ କ୍ୱାର୍ଟରର ଚାବି ଡିଏଫଓଙ୍କ ନିକଟରେ ରହିଥିଲା । ତେଣୁ ସେହି କୋଠରୀ ଭିତରେ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇଥିବାରୁ କୌଣସି ପ୍ରମାଣ ମିଳିନଥିଲା ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥୀ ନାୟକ । ସୌମ୍ୟଙ୍କ ମୃତ୍ୟୁ ମାମଲା ଯେତିକି ରହସ୍ୟ ମୟ ଓ ଜଟିଳ ହେଉଛି, ପୋଲିସ ଘଟଣାକୁ ସେତିକି ଗୁରୁତ୍ୱର ସହ ନେଉଛି ।

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଡିଏଫଓଙ୍କ ସମେତ ତିନି ଜଣଙ୍କ ବିରୋଧରେ ଆଇପିସି ଧାରାର ଦଫା ୩୦୨ ଅର୍ଥାତ ହତ୍ୟା, ଦଫା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର) ମାମଲା ରୁଜୁ ହୋଇଛି ।

from Kanak News
via <a href="https://ifttt.com/?

ପୁଣି ଚେନ୍ନାଇ ଏୟାରଲିପ୍ଟ ହେବେ ଆଉ ଜଣେ କରୋନା ଆକ୍ରାନ୍ତ : ଭୁବନେଶ୍ୱରରେ ଏକମୋ ଚିକିତ୍ସାରେ ଅଛନ୍ତି ୩୯ ବର୍ଷିୟ ଦେବକାନ୍ତ ପ୍ରଧାନ

କନକ ବ୍ୟୁରୋ : ଚେନ୍ନାଇକୁ ଏୟାରଲିଫ୍ଟ ହେବେ ପୁଣିଜଣେ କରୋନା ଆକ୍ରାନ୍ତ । ଢେଙ୍କାନାଳ ଜିଲ୍ଲା ରଞ୍ଜାଗୋଳ ଗାଁର ଦେବକାନ୍ତ ପ୍ରଧାନଙ୍କ ଏବେ ଭୁବନେଶ୍ୱର ସମ ଅଲ୍ଟିମେଟରେ ଏକମୋ ଚିକିତ୍ସା ଚାଲିଛି । ଦେବକାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ହାତ ଟେକି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଦେବକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଚେନ୍ନାଇର ଏମଜିଏମ ମେଡିକାଲକୁ ନେବାପାଇଁ ଯୋଜନା କରିଛନ୍ତି ପରିବାର ଲୋକ ।

ଏଥିପାଇଁ ଆଜି ଦିନ ୧୨ଟାରେ ତାଙ୍କୁ ଏୟାରଲିଫ୍ଟ କରି ନିଆଯିବ । ହେଲେ ଚେନ୍ନାଇରେ ଦିନକୁ ଖର୍ଚ୍ଚ ହେବ ପ୍ରାୟ ଅଢେଇ ଲକ୍ଷ ଟଙ୍କା । ତେଣୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ଦେବକାନ୍ତଙ୍କ ପତ୍ନୀ ସୌମ୍ୟ ସୌମିତ୍ରି ପ୍ରଧାନ । ଦେବକାନ୍ତଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ସୋଭନଜିତ ବିଶ୍ୱାଳଙ୍କ ଗୁଗୁଲ ପେ’ ନମ୍ବର – ୮୩୩୮୦୧୮୦୬୬ରେ ସହାୟତା କରିପାରିବେ । ସେହିପରି ମିଲାପ ଫାଉଣ୍ଡେସନ ଜରିଆରେ ମଧ୍ୟ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ପରିବାର ଲୋକ ।

from Kanak News
via <a href="https://ifttt.com/?

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ ଓ ପଜିଟିଭ ହାର : ୨୪ ଘଂଟାରେ ୨୧୮୨ ଆକ୍ରାନ୍ତ ଚିହ୍ନଟ, ୬୭ ମୃତ

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ ଓ ପଜିଟିଭ ହାର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୮୯ଜଣ, ବାଲେଶ୍ୱରରୁ ୧୬୧ଜଣ, ବରଗଡ଼ରୁ ୧୫ ଜଣ, ଭଦ୍ରକରୁ ୭୬ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୦୮ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୭୦ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୮୭ ଜଣ, ଯାଜପୁରରୁ ୧୭୫ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୧୩ ଜଣ, କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୫୫ ଜଣ, କେଉଁଝରରୁ ୪୪ ଜଣ, କୋରାପୁଟରୁ ୨୮ ଜଣ, ମାଲକାନଗିରିରୁ ୨୫ ଜଣ, ମୟୁରଭଞ୍ଜରୁ ୯୨ ଜଣ, ନବରଙ୍ଗପୁରରୁ ୧୬ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୯୪ ଜଣ, ରାୟଗଡ଼ାରୁ ୨୨ ଜଣ, ସମ୍ୱଲପୁରରୁ ୨୪ ଜଣ, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୫୪ ଓ ଷ୍ଟେଟ ପୁଲରୁ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୫୨,୧୧୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯, ୨୫, ୫୨୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୧, ୫୪୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

from Kanak News
via <a href="https://ifttt.com/?

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି : ଆଜି ଦକ୍ଷିଣମୋଡ ନେବ ୩ ରଥ; ନାକଚଣା ଦ୍ୱାର ସମ୍ମୁଖ ଶରଧା ବାଲିକୁ ନେବେ ସେବାୟତ ଓ ପୋଲିସ

କନକ ବ୍ୟୁରୋ : ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ରଥ ଆଜି ଦକ୍ଷିଣମୋଡ଼ ନେବେ । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି ।

ସେବାୟତ, ପୋଲିସଙ୍କ ସହାୟତାରେ ୩ରଥକୁ ଶରଧାବାଲିକୁ ନିଆଯିବ । ରଥଯାତ୍ରା ପରଠାରୁ ୩ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି । ୩ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ରଖାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ସାଢ଼େ ୧୨ଟା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ରଥକୁ ଦକ୍ଷିଣ ମୋଡ ନିଆଯିବ ।

from Kanak News
via <a href="https://ifttt.com/?

ପ୍ରେମ କରି ବିବାହ କରିଥିଲେ…ଘରୋଇ କଳି ପରେ ସ୍ତ୍ରୀକୁ ହାଣିଦେଲେ : ଢେଙ୍କାନାଳରୁ ଆସିଲା ପାରିବାରିକ କଳହର କରୁଣ ପରିଣତି 

କନକ ବ୍ୟୁରୋ : ଢେଙ୍କାନାଳରୁ ଆସିଛି ଅଘଟଣର ଖବର । ସାମାନ୍ୟ ଘରୋଇ କଳିକୁ ନେଇ ଶ୍ୱଶୁର ଘରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସୁନନ୍ଦା ନାଏକକୁ ଢେଙ୍କାନାଳ ଡାକ୍ତରଖାନା ଆଣିବା ବାଟରେ ଆଖି ବୁଜିଥିଲେ ପତ୍ନୀ । ୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଢେଙ୍କାନାଳ ପାରିଖେଦା ଅଂଚଳର ସନମ ନାଏକ ଏବଂ ସୁନନ୍ଦା ନାଏକ । ତାଙ୍କ ବର୍ଷକର କୁନି ଝିଅ ବି ରହିଛି । ଅଳ୍ପଦିନ ତଳେ ସୁନନ୍ଦା ବାପଘରକୁ ଆସିଥିଲେ । ଶ୍ୱଶୁର ଘରେ ଜ୍ୱାଇଁ ଘଟାଇଛି ଏପରି କାଣ୍ଡ । ଏହି ହତ୍ୟାକାଣ୍ଡ ପରେ ପରେ ସ୍ୱାମୀ ସନମ ନାଏକ ଫେରାର ହୋଇଯାଇଛି ।

from Kanak News
via <a href="https://ifttt.com/?

ଗଂଜାମ ଧରାକୋଟ ଜାହାଡା ଗାଁରେ ଗଡିଲା ମୁଣ୍ଡ : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟାକଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଗଂଜାମ ଧରାକୋଟ ଜାହାଡା ଗାଁରେ ଗଡିଲା ମୁଣ୍ଡ । ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ କାତିରେ ହାଣି ଯୁବକକୁ ହତ୍ୟା । ମୃତ ଯୁବକ ଜଣକ ଜାହାଡା ଗାଁର ପ୍ରତାପ ଖଟେଇ , ବୟସ ପ୍ରାୟ ୨୮ ବର୍ଷ । ଗାଁରେ ଦୋକାନକୁ ଆସିଥିବା ସମୟରେ ଯୋଜନାବଦ୍ଧ ଭାବରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଦୁଇ ଜଣ । ମରଣାନ୍ତକ ଆକ୍ରମଣ ପରେ ବୀଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲେ । ଘଟଣାସ୍ଥଳରେ ଆସିକା ଏସଡିପିଓ ଏବଂ ଧରାକୋଟ ଆଇଆଇସି ପହଁଚି ଦୁଇ ଜଣଙ୍କୁ ଅଟକ ରଖି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରୁଛି ପୋଲିସ ।

from Kanak News
via <a href="https://ifttt.com/?

ଗର୍ଭବତୀ ମହିଳାଙ୍କୁ ଦିଆଗଲା କରୋନା ଟିକା : ପ୍ରଥମ ଦିନରେ ୧୨୮୪ ଜଣଙ୍କୁ ଦିଆଗଲା ପ୍ରଥମ ଡୋଜ୍

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହେଲା ଗର୍ଭବତୀ ମହିଳାଙ୍କ ଟିକାକରଣ । ପ୍ରଥମ ଦିନରେ ରାଜ୍ୟରେ ୧୨୮୪ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି । ଜୁଲାଇ ୧୬ ତାରିଖରେ ରାଜ୍ୟରେ ୧ ଲକ୍ଷ ୨୧ ହଜାର ୬୨୨ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ୧୨୮୪ ଜଣ ଗର୍ଭବତୀ ରହିଛନ୍ତି । ଗର୍ଭବତୀଙ୍କୁ ଟିକା ଦେବାକୁ ପାଇଁ କୋ-ୱିନ୍ ପୋର୍ଟାଲରେ ପଂଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ କୋୱିନ୍ ପୋର୍ଟାଲରେ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି, ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ । ଗର୍ଭବତୀ ମହିଳାମାନେ ଟିକାକେନ୍ଦ୍ରକୁ ଆସିଲେ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶା ଦିଦି ଏନେଇ ସେମାନଙ୍କୁ ସହାୟତା କରିବେ ।  ରାଜ୍ୟରେ ଆଜି  ୮ଟି ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିବ । ଟିକା ଅଭାବରୁ ୮ ଜିଲ୍ଲାରେ ଟିକାକରଣ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଏହି ୮ଟି ଜିଲ୍ଲା ହେଉଛି ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ ଏବଂ ସୋନପୁର ।

from Kanak News
via <a href="https://ifttt.com/?

ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକରେ ବାପ-ଝିଅ ମୁହାଁମୁହିଁ : ବିଧାୟକ ବାପାଙ୍କ ଉପରେ ବର୍ଷିଲେ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା

କନକ ବ୍ୟୁରୋ : ବାପା ବିଜେଡି ବିଧାୟକ, ଝିଅ ବିଜେପି ଜିଲ୍ଲା ପରିଷଦ ସଦସ୍ୟା । ଜିଲ୍ଲା ଯୋଜନା କମିଟି ବୈଠକରେ ବାପା-ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ । ଏପରି ରୋଚକ ଦୃଶ୍ୟ ଦେଖିବବାକୁ ମିଳିଛି ମାଲକାନଗିରି ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ । ମନ୍ତ୍ରୀ ଓ ସାଂସଦଙ୍କ ଉପସ୍ଥିତିରେ ଏହି ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ଜିଲ୍ଲା ଯୋଜନା କମିଟି ବୈଠକରେ ବିଜେଡିର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଉପରେ ବର୍ଷିଛନ୍ତି ତାଙ୍କ ଝିଅ ତଥା ବିଜେପିର ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ । ସମସ୍ତ ଅଫିସର ଓ କଂଟ୍ରାକ୍ଟର ବିଜେଡିର କର୍ମୀ ସାଜିଥିବା ଅଭିଯୋଗ କରିଛନ୍ତି ଶାନ୍ତିଲତା ।

ଏହି ବୈଠକରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ସାଂସଦ ରମେଶ ମାଝୀ, ୨ ବିଧାୟକ, ଜିଲ୍ଲାପାଳ ଓ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ କାହିଁକି ଖାତାରେ ଦସ୍ତଖତ ନିଆଗଲା ବୋଲି ପ୍ରଶ୍ନ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟା । ବିଶେଷ କରି ବାପା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲେ ଝିଅ ଶାନ୍ତିଲତା ମାଝୀ । ମାଲକାନଗିରି ଏକ ପଛୁଆ ଜିଲ୍ଲା ହୋଇଥିବାରୁ ଏପରି କାର୍ଯ୍ୟ କରାଯାଉଛି କି ବୋଲି ସେ ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ମନ୍ତ୍ରୀ ଓ ଅନ୍ୟମାନଙ୍କ ଉପରେ ମଧ୍ୟ ଗର୍ଜିଥିଲେ ଶାନ୍ତିଲତା ।

from Kanak News
via <a href="https://ifttt.com/?

ବୋଲବମ ଯାତ୍ରାନେଇ ସୁପ୍ରିମକୋର୍ଟଙ୍କ ଶକ୍ତ ନୀତି । ପୁନଃ ବିଚାର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଦେଲେ ପରାମର୍ଶ

କନକ ବ୍ୟୁରୋ: କାଉଡିଆ ଯାତ୍ରା ନେଇ ସୁପ୍ରିମକୋର୍ଟ ଓ ଉତରପ୍ରଦେଶ ସରକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଦ୍ୱନ୍ଦ । ୟୁପି ସରକାର ରାଜ୍ୟରେ ପ୍ରତିକାତ୍ମକ ଭାବେ ବୋଲବମ ଯାତ୍ରା କରିବା ପାଇଁ ପକ୍ଷ ରଖିବା ପରେ, ଏନେଇ ପୁନଃ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତର ପ୍ରଦେଶ ସରକାର ଦେଇଛନ୍ତି ଅନୁମତି । ୟୁପି ସରକାର କହିଛନ୍ତି ସମସ୍ତ କଟକଣା ଭିତରେ ପ୍ରତିକାତ୍ମକ ଭାବେ କାଉଡିଆ ଯାତ୍ରା ରାଜ୍ୟରେ କରାଯାଇ ପାରିବ । ଫଳରେ ଏହାକୁ ପୁନଃ ବିଚାର କରିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବୋଲବମ ଯାତ୍ରା ପ୍ରତିକାତ୍ମକ ଭାବେ ନକରିବାକୁ ୟୁପି ସରକାରଙ୍କୁ କୋର୍ଟ କହିଛନ୍ତି । ଏହା ସହିତ ଆସନ୍ତା ୧୯ ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଆରଏଫ ନରିମନ୍ ଓ ଜଷ୍ଟିସ ବିଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ମଣିଷ ଜୀବନ ସବୁଠାରୁ ଉପରେ ।

ସେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ଦେଶରେ କାଉଡିଆ ଯାତ୍ରାକୁ ଅନୁମତି ଦିଆ ନ ଯାଉ ଏବଂ ଗଙ୍ଗାଜଳର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ଯୋଗେ କରାଯାଉ । ଉତର ପ୍ରଦେଶର ପ୍ରତ୍ୟେକ ଗଙ୍ଗା ଘାଟରେ ୧୪୪ ଧାରା ଲାଗୁ କରାଇବାକୁ ସୁପ୍ରିମକୋର୍ଟଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ସରକାର ।

ଶ୍ରାବଣ ମାସରେ କାଉଡିଆଙ୍କ ଭିଡକୁ ନଜରରେ ରଖି ସୁପ୍ରିମକୋର୍ଟ ଉତର ପ୍ରଦେଶ ଓ ଉତରାଖଣ୍ଡ ସରକାରଙ୍କୁ ନିଜ ନିଜ ରାଜ୍ୟରେ ବୋଲବମ ଯାତ୍ରା ଅନୁଷ୍ଠିତ କରିବା କଥା କି ନାହିଁ ସେନେଇ ମତ ମାଗିଥିଲେ । ଯେଉଁଥିରେ ଉତରାଖଣ୍ଡ ସରକାର ପ୍ରଥମରୁ ହିଁ କାଉଡିଆ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

from Kanak News
via <a href="https://ifttt.com/?

ଟୋକିଓ ଅଲିମ୍ପିକ୍ସ ଉପରେ କରୋନା ଆତଙ୍କ । ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ ଆକ୍ରାନ୍ତ 

କନକ ବ୍ୟୁରୋ: ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ ପ୍ରତିବନ୍ଧକ ମଧ୍ୟରେ ଅଲିମ୍ପିକ୍ସ-୨୦୨୦ କରିବାକୁ ଯାଉଛି ଜାପାନ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି ।

ଟୋକିଓ ଅଲିମ୍ପିକ୍ସ-୨୦୨୦ ଆରମ୍ଭ ହେବା ପୂର୍ବରୁ ଏଠାରେ ଦେଖିବାକୁ ମିଳିଲାଣି କରୋନାର ଆତଙ୍କ । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଲିମ୍ପିକ୍ସ କ୍ୟାମ୍ପରେ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି । ସେମାନେ ଋଷର ଖେଳାଳୀଙ୍କ ଠାରୁ ସଂକ୍ରମିତ ହୋଇଥିବା ଜଣା ପଡିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ବି ଟିମ୍ ଏବଂ ଜୁଡୋ ଖେଳାଳୀଙ୍କ ମଧ୍ୟରେ କିଛି ଖେଳାଳୀ ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଅଲିମ୍ପିକ୍ସ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ଖେଳାଳୀଙ୍କ ମଧ୍ୟରେ ସଂକ୍ରମଣ ସେତିକି ବଢି ବଢି ଚାଲିଛି । ଆଉ ଆଗକୁ ଆହୁରି ବି ଖେଳାଳୀ ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସେପଟେ ଟୋକିଓରେ କୋଭିଡ୍ -୧୯ ପାଇଁ ଏମରଜେନ୍ସି ଲାଗୁ ହୋଇଥିଲେ ବି, ଏଠାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଟୋକିଓରେ ୧,୩୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୬ ମାସ ମଧ୍ୟରେ ସବୁଠାରୁ ଅଧିକ । ଅଲିମ୍ପିକ୍ସକୁ ନଜରରେ ରଖି ଟୋକିଓରେ ଅନେକ କଟକଣା ଲାଗୁ ହୋଇଛି । ରେସ୍ତୁରାଁ ଓ ବାର ଶୀଘ୍ର ବନ୍ଦ କରିବାକୁ ଟୋକିଓ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଅଲିମ୍ପିକ୍ସ ପାଇଁ ଜୁଲାଇ ମାସ ଆରମ୍ଭରୁ ହିଁ ଟୋକିଓରେ ଖେଳାଳୀମାନେ ପହଁଚିବା ଆରମ୍ଭ କରି ଦେଲେଣି । ଏହାସହ ଟୋକିଓରେ କରୋନା ଆତଙ୍କର ଆଶଙ୍କା ମଧ୍ୟ ବଢି ଯାଇଛି । ଆଗକୁ ଟୋକିଓ କୋଭିଡ୍-୧୯ର ସୁପର ସ୍ପ୍ରେଡର ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଜାପାନରେ ଜୁନ ମାସରୁ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ କହିବା କଥା ଏହି ସଂଖ୍ୟା ଅଲିମ୍ପିକ୍ସ ବେଳେ ଦୈନିକ ହଜାର ହଜାର ହେବାର ସମ୍ଭାବନା ରହିଛି । ଜାପାନରେ ବର୍ତମାନ ସୁଦ୍ଧା ୮ଲକ୍ଷ୨୮ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୧୫ ହଜାର ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started