‘ରାତି ସରି ସରି ଯାଉଛି’ର ଟ୍ରେଲର୍ ରିଲିଜ୍

କନକ ବ୍ୟୁରୋ: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ଟ୍ରେଲର୍ ରିଲିଜ୍ ହୋଇଛି। ଏହାର ଟ୍ରେଲରରେ ନାୟକ-ନାୟିକାଙ୍କ ଜବରଦସ୍ତ ରୋମାନ୍ସ ସାଙ୍ଗକୁ ଖଳନାୟକ ରାଇମୋହନଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ସଂଳାପରୁ କାହାଣୀରେ କିଛି ସସ୍ପେନ୍ସ୍ ଥିବାର ଅନୁମାନ କରାଯାଇପାରେ। ଟ୍ରେଲରରେ ଥିବା ସବୁକଥା ତୋର ଆଜି ମିଠାମିଠା ଲାଗୁଛି… ଓ ରେ ମନ… ଗୀତ ଖୁବ୍ ଶ୍ରୁତିମଧୁର ହୋଇଛି। ଫିଲ୍ମଟି ଦର୍ଶକମାନଙ୍କୁ ଆକର୍ଷିତ କରିପାରିବ, ଏହା ଟ୍ରେଲରରୁ ଜଣାପଡ଼ୁଛି। ପୂର୍ବରୁ ଏହାର ପୋଷ୍ଟର୍ ପୂର୍ବରୁ ରିଲିଜ୍ ହୋଇସାରିଛି।

ଏହି ସିନେମାର ନର୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ବର୍ଷା ପଟ୍ଟନାୟକ ଏହାର କାର୍ୟ୍ୟନିର୍ବାହୀ ପ୍ରଯୋଜିକା। ମାନସ ପଢ଼ିହାରୀ ଏହାର କାହାଣୀ ଓ ସଂଳାପ ଲେଖିଛନ୍ତି। ଶ୍ରୀକାନ୍ତ ପଣ୍ଡା ସଙ୍ଗୀତକାର। ସ୍ଥିତ ପଟ୍ଟନାୟକ, ରାକେଶ ଦାସ ଓ ପରଂବ୍ରହ୍ମ ଗୀତ ରଚନା କରିଛନ୍ତି। ଏଥିରେ ମୋଟ୍ ୫ଟି ଗୀତ ରହିଛି। ଦୀପକ କୁମାର ‘ରାତି ସରିସରି ଯାଉଛି’ର ସିନେମାଟୋଗ୍ରାଫର୍।

ଏହି ସିନେମାରେ ନାୟକ ରାଜ୍ ରାଜେଶ ପ୍ରଥମ ଥର ଲାଗି ଓଲିଉଡର ଜଣାଶୁଣା ନାୟିକା ରୀୟା ଦେଙ୍କ ସହ ନଜର ଆସିବେ। ‘ରାତି ସରିସରି ଯାଉଛି’ରେ ରାଜ୍ ରାଜେଶ ଓ ରୀୟା ଦେଙ୍କ ବ୍ୟତୀତ ରାଇମୋହନ, ଜୀବନ ପଣ୍ଡା, ନିବି, ଅନିନ୍ଦ୍ୟ, ଶିଶୁ କଳାକାର ସଂପର୍କ ଓ ସୁକାନ୍ତ ରଥଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଏହା ଏକ ପ୍ରେମକାହାଣୀ ଉପରେ ପର୍ୟ୍ୟବେସିତ ସିନେମା। ଏହାର କାହାଣୀ ନବେ ଦଶକର ଏକ ଘଟଣା ଉପରେ ଆଧାରିତ। ଫିଲ୍ମଟି ଦେଖିବା ବେଳେ ଦର୍ଶକ ନବେ ଦଶକର ଝଲକ ଦେଖିବାକୁ ପାଇବେ। ଫିଲ୍ମର ସମସ୍ତ କାମ ସରିଛି। କେବଳ ମୁକ୍ତିଲାଭକୁ ଅପେକ୍ଷା। ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଫିଲ୍ମଟି ଖୁବ୍ ଶୀଘ୍ର ମଞ୍ଜରୀ ଟିଭିରେ ପ୍ରମିଅର୍ ହେବ।

from Kanak News
via <a href="https://ifttt.com/?

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । କାନ୍ଦାହାରରେ ତାଲିବାନୀଙ୍କ ଗୁଳିରେ ଟଳି ପଡିଲେ ରୟଟରର୍ସ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି 

କନକ ବ୍ୟୁରୋ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । ଆଫଗାନିସ୍ତାନରେ ଚାଲିଥିବା ହିଂସାତ୍ମକ ପରିସ୍ଥିତିର କଭରେଜ ପାଇଁ ଗତ କିଛି ଦିନ ହେବ କାନ୍ଦାହାରରେ ରହୁଥିଲେ ଦାନିଶ ସିଦ୍ଦିକି । ରୟଟରର୍ସଙ୍କ ପାଇଁ କାମ କରୁଥିଲେ ଦାନିଶ । ଆଫଗାନ ଓ ତାଲିବାନ ସଂର୍ଘଷ ଭିତରେ ଯୁବ ସାମ୍ବାଦିକଙ୍କ ଜୀବନ ଯାଇଛି । ସ୍ପିନ ବୋଲଡକ ଇଲାକାରେ ତାଙ୍କୁ ହତ୍ୟା କରାଯାଇଥିବା ଆଫ୍ଗାନ ରାଷ୍ଟ୍ରଦୂତ ଫରିଦ ଟୁଇଟ କରି ସୂଚନା ଦେଇଛନ୍ତି ।

ଟିଭି ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଦାନିଶ । ପରେ ଜଣେ ଲୋକପ୍ରିୟ ଫଟୋ ସାମ୍ବାଦିକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ପ୍ରଥମ ଭାରତୀୟ ଭାବେ ଦାନିଶ ସମ୍ମାନଜନକ ପୁଲିଟଜର ପୁରସ୍କାର ଜିତିଥିଲେ । କିଛି ଦିନ ପୂର୍ବରୁ ଦାନିଶ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସମୟର ଘଟଣା ସବୁ ଦେଖିବାକୁ ମିଳିଥିଲା ।

from Kanak News
via <a href="https://ifttt.com/?

ଟି-ସିରିଜ୍ ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଧର୍ଷଣ ଅଭିଯୋଗ । ଅଭିନୟ ପାଇଁ ସୁଯୋଗ ଦେବାକୁ କହି ଶାରିରୀକ ଶୋଷଣର ଅଭିଯୋଗ ଆଣିଲେ ୩୦ ବର୍ଷୀୟ ମଡେଲ

କନକ ବ୍ୟୁରୋ: ଟି-ସିରିଜ୍ ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଲାଗିଲା ଧର୍ଷଣ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟ ମଡେଲ । ସିନେମାର ଅଭିନୟ ପାଇଁ ସୁଯୋଗ ଦେବାର ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ଭୂଷଣ କୁମାର ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ପୋଲିସର ସୂଚନା ଅନୁସାରେ ଭୂଷଣ କୁମାର ପୀଡିତାଙ୍କୁ ୨୦୧୭ରୁ ୨୦୨୦ ମଧ୍ୟରେ ଶାରୀରିକ ନିର୍ଯାତନା ଦେଇଥିବା ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଅନେ୍ଧରୀ ସ୍ଥିତ ଡିଏନ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଭୂଷଣ କୁମାରଙ୍କ ବିରୋଧରେ ଧାରା ୩୭୬, ଧାରା ୪୨୦ ଏବଂ ଧାରା ୫୦୬ ଦଫା ଲଗାଯାଇଛି ।

ତେବେ ଭୂଷଣ କୁମାରଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ଜଣେ ମହିଳା ତାଙ୍କ ବିରୋଧରେ ଶାରିରୀକ ଶୋଷଣର ଅଭିଯୋଗ ଆଣିଥିଲେ । ତେବେ ସେହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭୂଷଣ କୁମାର ।

from Kanak News
via <a href="https://ifttt.com/?

ପଞ୍ଜାବ ରାଜନୀତିରେ ଖୋଲୁଛି ସାମାଧାନର ବାଟ । କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଦୁ 

କନକ ବ୍ୟୁରୋ: ପଦାରେ ପଡିଛି ପଞ୍ଜାବ ପ୍ରଦେଶ କଂଗ୍ରେସର ଭିତିରି କନ୍ଦଳ । ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ଓ ଦଳର ନେତା ନବଜ୍ୟୋତ ସିଦ୍ଧୁଙ୍କ ଭିତରେ ଚାଲିଥିବା ମତଭେଦର ସମାଧାନ ପାଇଁ ଆଗେଇ ଆସିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ଦିଲ୍ଲୀରେ ସୋନିଆଙ୍କୁ ଭେଟିଛନ୍ତି ସିଦ୍ଧୁ ।

ଚର୍ଚ୍ଚା ହେଉଛି କି ସିଦ୍ଧୁଙ୍କୁ ପଂଜାବ କଂଗ୍ରେସର ଅଧ୍ୟକ୍ଷ କରାଯାଇପାରେ । ଯାହା ପାଇଁ ପୂର୍ବରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ସବୁଜ ସଂକେତ ଦେଇସାରିଛନ୍ତି । ଅନ୍ୟପଟେ ବୈଠକ ସରିବା ପରେ ଦଳର ପ୍ରଭାରୀ ହରିଶ ରାୱତ କହିଛନ୍ତି କି ପଂଜାବର ସ୍ଥିତି ନେଇ ସୋନିଆଙ୍କୁ ଏକ ରିର୍ପୋଟ ଦିଆଯାଇଛି । ଶେଷ ନିଷ୍ପତି ସୋନିଆ ଗାନ୍ଧୀ ହିଁ ନେବେ । ଆଜିର ବୈଠକରେ କୌଣସି ନିର୍ଣ୍ଣାୟକ ନିଷ୍ପତି ନିଆଯାଇନି ।

from Kanak News
via <a href="https://ifttt.com/?

ରାଜ୍ୟରେ ଲାଗୁ ହୋଇଛି ନୂଆ ଲକଡାଉନ କଟକଣା । ଆଜିଠୁ ସାରା ରାଜ୍ୟରେ ଖୋଲିଛି ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । 

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିଛି ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି ରାଜ୍ୟରେ ଆରମ୍ଭ ହୋଇଛି ବସ୍ ସେବା । ହେଲେ କେତେକ ସ୍ଥାନରେ ବସ୍ ଗଡିଥିବାବେଳେ କଟକ, ଭୁବନେଶ୍ୱର ଭଳି ମୁଖ୍ୟ ସ୍ଥାନରେ ଗଡିନି ବସ୍ ।

ଦୀର୍ଘ ଦିନ ପରେ ସାରାରାଜ୍ୟରେ ଖୋଲିଛି ଜିମ୍ । ଆଉ ଖୋଲିବା ପରେ ସକାଳୁ ସକାଳୁ ଏମିତି ଥିଲା ଜିମ୍ ସେଂଟର ଗୁଡିକର ଦୃଶ୍ୟ । କରୋନା କଟକଣାକୁ ପାଳନ କରି ବିଭିନ୍ନ ପ୍ରକାରର ବ୍ୟାୟାମ କରିଛନ୍ତି ଯୁବକଯୁବତୀ । ସାଇକ୍ଲିଂ, ୱେଟଲିଫ୍ଟିଂ, ଟ୍ରେଡ୍ ମିଲରେ ୱାକିଂ ପରି ଏକ୍ସସରସାଇଜ୍ କରୁଥିବା ଦେଖିବାକୁ ମିଳିଛି । କରୋନାକୁ ମାତ ଦେବାକୁ ଯୋଗ ଓ ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଜିମ୍ ଖୋଲିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏପରିକି ଆନ୍ଦୋଳନକୁ ଓହ୍ଲାଇଥିଲେ ଜିମ୍ ମାଲିକ ।

କଟକଣା କୋହଳ ହେବା ପରେ କାଟାଗୋରୀ ଏ ସମେତ କାଟାଗୋରୀ ବିରେ ଥିବା ବିଭିନ୍ନ ଜିଲ୍ଲାରେ ବସ୍ ଗଡିଛି । ବାଲେଶ୍ୱର ଭଳି ଜିଲ୍ଲାରେ ବସ୍ ଗଡିଥିବାବେଳେ କଟକ, ଖୋର୍ଦ୍ଧା ଭଳି ଜିଲ୍ଳାରେ ଗଡିନି ବସ୍ । ବାଲେଶ୍ୱରରେ କିଛି ବସ ଗଡ଼ିଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ବସଷ୍ଟାଣ୍ଡରେ ୧୫୦ରୁ ଅଧିକ ବସ ରହିଥିବା ବେଳେ କିଛି ବସ ଚଳାଚଳ ଆରମ୍ଭ କରିଛନ୍ତି । କଟକଣାକୁ ମାନି ସରକାରଙ୍କ ନିୟମ ମୁତାବକ ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ନେଇ ଯାତ୍ରା ଆରମ୍ଭ କରିଛନ୍ତିି ବସ୍ । ତେବେ ବସ  ସେବା ଜାରି ରହିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦ୍ୱନ୍ଦ ଉପୁଜିଛି ।

ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ କଟକ ବାଦାମବାଡିରେ ବସ ଗଡିନାହିଁ  । ସେହିପରି ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ବସ୍ ଗଡି ନାହିଁ । ବସ୍ ଚଳାଚଳ କରିବ କି ନାହିଁ ଆଜି ବସ୍ ମାଲିକ ସଂଘର ବୈଠକ ବସିଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ପରବର୍ତି ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ଗଞ୍ଜାମ ଖଲ୍ଲିକୋଟ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଲାଗୁଛି ଲମ୍ବା ଲାଇନ 

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟରେ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଧାଡ଼ିରେ ଛିଡ଼ା ହେଉଛନ୍ତି ଶତାଧିକ ପୁରୁଷ-ମହିଳା । ଦିନରେ ଟିକା ପାଇବାକୁ ରାତି ସାରା ଲୋକ ହେଉଛନ୍ତି ରାତି ଅନିଦ୍ରା । ସେହିପରି ଭଂଜନଗରରେ ମଧ୍ୟ ଦେଖିବାକୁ ମିଳିଛି ଟିକା କେନ୍ଦ୍ର ବାହାରେ ଶହ ଶହ ଲୋକଙ୍କ ଭିଡ । ଆଉ ଲୋକଙ୍କ ଭିଡକୁ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ଟିକାକରଣ ବନ୍ଦ କରି ପୋଲିସକୁ ଡାକିବାକୁ ବାଧ୍ୟ ହୋଇଥିଲେ ।

କରୋନା ଟିକା ନେବା ପାଇଁ ଏମିତି ବି ଲୋକ ଡାକ୍ତରଖାନା ବାହାରେ ଅପେକ୍ଷା କରୁଥିବେ, କହିଲେ କେହି ହୁଏତ ବିଶ୍ୱାସ କରିବେନି । ହେଲେ ସାରା ରାତି ଟିକାକରଣ କେନ୍ଦ୍ର ଆଗରେ ଧାଡିରେ ରହୁଛନ୍ତି ଲୋକେ ।

ଖଲ୍ଲୋକୋଟର କଲ୍ୟାଣୀ ମଣ୍ଡପ ଓ ଏସ୍ଏମ୍ ହାଇସ୍କୁଲରେ ଚାଲିଥିବା ଟିକା କେନ୍ଦ୍ରରେ ଟିକି ଡୋଜ୍ ଟିଏ ପାଇବାକୁ ଅନ୍ଧାର ରାତିରେ ଏମିତି ଅପେକ୍ଷା କରୁଛନ୍ତି ଶତାଧିକ ପୁରୁଷ ମହିଳା ।  ଖଲ୍ଲିକୋଟରେ ଏବେ ୩ଟି ଟିକା କେନ୍ଦ୍ରରେ ଟିକାକରଣ ଜାରି ରହିଛି । ଆଉ ୧୮ରୁ ୪୪ ବର୍ଷର ଯୁବପୀଢି ଟିକା ନେବା ପାଇଁ ଏଭଳି ଗହଳି ଲଗାଉଛନ୍ତି । ଖଲ୍ଲିକୋଟରେ ପଂଚାୟତ ସ୍ତରରେ ଟିକା କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଖୋର୍ଦ୍ଧା ଅଂଚଳରୁ ବହୁ ଲୋକ ଖଲ୍ଲିକୋଟକୁ ଟିକା ନେବା ପାଇଁ ଆସୁଛନ୍ତି । ରାତିରୁ ଶହ ଶହ ମହିଳା ଓ ପୁରୁଷଧାଡି ବାନ୍ଧି ସକାଳ ଯାଏଁ ଛିଡା ହେଉଛନ୍ତି ।

ଲୋକ ଏବେ କରୋନା ଟିକା ନେବାକୁ ସଚେତନ ହୋଇଛନ୍ତି । ଟିକା ନେବା ପାଇଁ ସେମାନଙ୍କ ମନରେ ଆଗ୍ରହ ବଢିଛି । ହେଲେ ଟିକା ପାଇବାକୁ ରାତି ଅଧିଆ ଅନିଦ୍ରା ରହିବା , ଟିକାକରଣ ପ୍ରକ୍ରିୟାର ବ୍ୟବସ୍ଥା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଖଲ୍ଲିକୋଟରେ ଟିକା ପାଇଁ ରାତିରେ ଭିଡର ଦୃଶ୍ୟ ଦେଖିଥିଲେ । ଏ ହେଉଛି ଗଞ୍ଜାମ ଜିଲ୍ଲା ଭଂଜନଗର ବ୍ଳକ ବାହାଡ଼ାପଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଟିକାକରଣ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ । ଡାକ୍ତରଖାନାରେ ରହିଛି ମାତ୍ର ୩୮୦ ଡୋଜ୍ । ଅନଲାଇନରେ ୩୦୦ ସ୍ଲଟ୍ ବୁକ୍ ହୋଇଛି । ୮୦ ଡୋଜ୍ ଅନସ୍ପଟ୍ ଦିଆଯିବ । ହେଲେ ଭିଡରେ ଏତେ ଲୋକ ଆସିଛନ୍ତି ଯେ କାହାକୁ ଟିକା ଦେବେ ଅଡୁଆରେ ପଡିଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ବାଧ୍ୟ ହୋଇ ଡାକ୍ତରଖାନା କର୍ତୃପକ୍ଷ ପୋଲିସକୁ ଜଣାଇଛନ୍ତି ।

ଲୋକମାନେ କରୋନା ଟିକା ପାଇଁ ଏଭଳି ଦାବି କରିବା ଭିତରେ ସାମାଜିକ ଦୂରତା କଥା ପୁରା ଭୁଲି ଯାଇଛନ୍ତି । ଧାଡି କେଉଁଟା ବି ଖୋଜି ପାଇବା କଷ୍ଟକର । ସକାଳୁ ଆସି ଡାକ୍ତରଖାନା ଆଗରେ ଅପେକ୍ଷା କରିଥିବା ଲୋକ କିନ୍ତୁ ଟିକା ପାଇଁ ଜିଦ୍ କରିଥିଲେ । ସରକାର ଅନସ୍ପଷ୍ଟ୍ ଟିକାକରଣ ପାଇଁ ଘୋଷଣା କରିଥିବାରୁ , ଡାକ୍ତରଖାନାକୁ ଆସିଥିବା ସମସ୍ତ ଲୋକ ଟିକା ଦେବାକୁ ଲୋକ ଦାବି କରିଥିଲେ ।

from Kanak News
via <a href="https://ifttt.com/?

ପୁରୀ ପ୍ରଶାସନ ବିରୋଧରେ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସାଂଘାତିକ ଅଭିଯୋଗ । କହିଲେ, ତାଙ୍କୁ ଦିଆଯାଇଥିଲା ୩ଟି ବିକଳ୍ପ । ପୁରୀ ଛାଡିବା ବିକଳ୍ପ ବାଛି, ଜିଲ୍ଲାରୁ ହୋଇଥିଲେ ତଡ଼ିପାର 

କନକ ବ୍ୟୁରୋ: ପୁରୀ ରଥ ଯାତ୍ରା ପାଇଁ ଜଗନ୍ନାଥ ସେନା ଆବାହକ, ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁରୀରୁ ତଡିପାର କରାଯାଇଛି । ରଥ ଯାତ୍ରାରେ କାଳେ କୌଣସି ବିବାଦୀୟ ସ୍ଥିତି ସୃଷ୍ଟି କରିବେ, ସେଥିପାଇଁ ପ୍ରିୟଦର୍ଶନଙ୍କୁ ତାଗିଦ କରାଯାଇଥିଲା । ଏପରିକି ତାଙ୍କ ଆଗରେ ତିନୋଟି ବିକଳ୍ପ ଦିଆଯାଇଥିଲା । ପ୍ରଥମଟି ଥିଲା ପାସ୍ ନେଇ ରଥ ଦେଖନ୍ତୁ, ଦ୍ୱିତୀୟଟି ଘରେ ଗୃହବନ୍ଦୀ ହୋଇ ଚୁପଚାପ ବସିବେ । ତୃତୀୟଟି ପୁରୀ ଛାଡି ପଳାଇବେ । ତା ପରେ ଦେଖିବାକୁ ମିଳିଥିଲା ପ୍ରିୟଦର୍ଶନ ପୁରୀ ଛାଡି କନ୍ଧମାଳ କୋରାପୁଟ ଚାଲି ଯାଇଥିଲେ । ଏକଥା କହିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।

ପୁରୀ ରଥଯାତ୍ରା ପାଇଁ ପ୍ରଶାସନ କଡ଼ା କଟକଣା ଲଗାଇବାକୁ ଯାଉଥିବା ବେଳେ ଏହାକୁ ବିରୋଧ କରି ଆସୁଥିଲେ ପ୍ରିୟଦର୍ଶନ । ତାଙ୍କର ଯୁକ୍ତି ଥିଲା ଯଦି ଦୁଇ ଡୋଜ୍ ଭ୍ୟାକ୍ସିନ୍ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିଲେ ସେବାୟତମାନେ ନୀତିକାନ୍ତି ଓ ରଥଟଣାରେ ସାମିଲ ହୋଇ ପାରୁଛନ୍ତି, ତେବେ ଏହି ଆଧାରରେ କାହିଁକି ରଥଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ପୁରୀବାସୀ ଓ ଶ୍ରଦ୍ଧାଳୁ । ପ୍ରିୟଦର୍ଶନ କହିଛନ୍ତି, ତାଙ୍କର ଯୁକ୍ତିକୁ ଜନସମର୍ଥନ ମିଳୁଥିବାରୁ ତାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଲାଗିପଡିଥିଲା ପ୍ରଶାସନ ।

ବିନା ଭକ୍ତରେ ରଥଯାତ୍ରା ଏବଂ ବଡ଼ଦାଣ୍ଡରେ ରହୁଥିବା ଲୋକଙ୍କ ଉପରେ କଟକଣା ଲଗାଇ ରଥଯାତ୍ରାକୁ ସୁରୁଖୁରୁରେ ସାରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ଯଦି ପ୍ରିୟଦର୍ଶନ କହୁଥିବା କଥା ସତ, ତେବେ ଏହା ପ୍ରଶାସନର ସ୍ୱେଚ୍ଛାଚାରିତାକୁ ପଦାରେ ପକାଇ ଦେଇଛି ।

from Kanak News
via <a href="https://ifttt.com/?

ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ । ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ।

କନକ ବ୍ୟୁରୋ: ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ । ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’

କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ । ବ୍ଲକ୍‌ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ୱ କାର୍ୟ୍ୟକ୍ରମ ସଂପର୍କରେ ଆଲୋଚନା ପର୍ୟ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

from Kanak News
via <a href="https://ifttt.com/?

ନିଆଁ ଲାଗି ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ସାଇଂଟିଫିକ୍ ଟିମ ସହ ତଦନ୍ତ ଆରମ୍ଭ କଲା ପୁଲିସ

କନକ ବ୍ୟୁରୋ: ପାରଳାଖେମୁଣ୍ଡି ସରକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଏହା ଏକ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟା ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ସୌମ୍ୟରଞ୍ଜନଙ୍କ ପରିବାରର ଅଭିଯୋଗ ପରେ ଡିଏଫଓ, ରୋଷେୟା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ବା ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କର କେମିତି ହେଲା ମୃତ୍ୟୁ । ଏହାର କାରଣ ଖୋଜୁଛି ପାରଳଖେମୁଣ୍ଡି ପୋଲିସ । ସରକାରୀ ବାସଭବନରେ ସବୁକିଛି ଘଟିଥିବାରୁ ସେଦିନ ସେଠାରେ କଣ ହୋଇଥିଲା? କେମିତି ନିଆଁ ଲାଗିଲା? ସେସବୁର ପ୍ରମାଣ ସଂଗ୍ରହ ପାଇଁ ମାଜିଷ୍ଟ୍ରେଟ୍ ଓ ପରିବାର ଲୋକଙ୍କ ଉପସ୍ଥିତିରେ ତାଲାଭାଙ୍ଗି ଘରକୁ ଖୋଲିଛି ପୋଲିସ । ସାଇଂଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସହାୟତାରେ ଆଗକୁ ବଢ଼ାଇଛି ଅନୁସନ୍ଧାନ । ଘର ଭିତରେ ତନତନ କରି ଯାଂଚ କରିଛନ୍ତି ଉଭୟ ସାଇଂଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ।

ନିଜ ସରକାରୀ ବାସଭବନରେ ଅଦରକାରୀ କାଗଜପତ୍ର , ଫାଇଲ ଏକାଠି କରି ନିଆଁ ଲଗାଉଥିବାବେଳେ ଅଗ୍ନିକାଣ୍ଡ ଘଟି ସୌମ୍ୟରଞ୍ଜନ ଜଳି ଯାଇଥିଲେ ବୋଲି ପ୍ରଥମରୁ କୁହାଯାଉଥିଲା । ତେବେ କେମିତି ନିଆଁ ଲାଗିଲା ସେନେଇ କୌଣସି ସଠିକ୍ ଉତର କେହି ଦେଇପାରୁନଥିବାରୁ ବଢ଼ୁଛି ସନ୍ଦେହ ।

ଅନ୍ୟପଟେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଆସି ପାରଳଖେମୁଣ୍ଡିରେ ପହଁଚିଛନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୌମ୍ୟଙ୍କ ମୃତ୍ୟୁ ମାମଲା ଯେତିକି ରହସ୍ୟ ମୟ ଓ ଜଟିଳ ହେଉଛି, ପୋଲିସ ଘଟଣାକୁ ସେତିକି ଗୁରୁତ୍ୱର ସହ ନେଉଛି । ମୃତଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା , ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଡିଏଫଓଙ୍କ ସମେତ ତିନି ଜଣଙ୍କ ବିରୋଧରେ ଆଇପିସି ଧାରାର ଦଫା ୩୦୨ ଅର୍ଥାତ ହତ୍ୟା, ଦଫା ୧୨୦- ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର) ମାମଲା ରୁଜୁ ହୋଇଛି । ହତ୍ୟା ମାମଲା ରୁଜୁ କରିବା ପରେ ପ୍ରଥମେ ଡିଏଫଓ କଲୋନୀରେ ପହଁଚି ପାଖ ପଡୋଶୀଙ୍କୁ ପୋଲିସ ପଚରାଉଚରା ଉଚରା କରିଛି । ଏବଂ ରୋଷେୟାକୁ ତଦନ୍ତ ପରିଧିକୁ ଆଣିଛି ପୋଲିସ । ସେପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ଆସୁଛନ୍ତି ଡିଏଫଓ ଓ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ । ହେଲେ ପ୍ରଶ୍ନ ଉଠୁଛି, ପ୍ରକୃତରେ କେମିତି ଲାଗିଲା ନିଆଁ? କିଏ କହୁଛି ସତ? ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ନା ସୌମ୍ୟଙ୍କ ପରିବାର ଲୋକ?

from Kanak News
via <a href="https://ifttt.com/?

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଦୋଳନ ମୁଡକୁ ଆସୁଛନ୍ତି ତିନି ଦଳ । ଚାଷୀଙ୍କୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ୨୦ରେ ଆନ୍ଦୋଳନ କରିବ ବିଜେଡି

କନକ ବ୍ୟୁରୋ: ବିଜେଡିର ‘ଧାନ’ ପ୍ରତିବାଦ ବିଜେପିର ‘ବିଜୁଳି’ ପ୍ରତିବାଦ କଂଗ୍ରେସର ‘ତେଲ’ ପ୍ରତିବାଦ । ପ୍ରତିବାଦର ଏହି ଯୋଜନା କିମ୍ବା ଧାରା, ପ୍ରମାଣିତ କରୁଛି ପଂଚାୟତ ନିର୍ବାଚନ ଆଗରୁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଧରି ରାଜରାସ୍ତାକୁ ଓହ୍ଲାଇବା ସହ କର୍ମୀଙ୍କୁ ସକ୍ରିୟ କରିବାକୁ ପ୍ରତି ରାଜନୈତିକ ଦଳ ନିଜ ଆଭିମୁଖ୍ୟକୁ ଶାଣିତ କଲେଣି ।

ରାଜ୍ୟର ୭୬% ଚାଷୀଙ୍କ କଥାକୁ ବିଜେଡି ସ୍ୱର ଦେବାକୁ ଚେଷ୍ଟା କରି ବଡ ଭୋଟବ୍ୟାଙ୍କ ନିଜପଟକୁ ଆଣିବାକୁ ଉଦ୍ୟମ କରିଛି । ସେପଟେ ଉଭୟ କଂଗ୍ରେସ ଓ ବିଜେପି ତେଲ, ବିଜୁଳି କଥା କହି ସାଧାରଣ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିଛନ୍ତି ।

ଧାନ ପ୍ରସଙ୍ଗରେ ବିଜେପି ମିଛ କହୁଥିବା ଅଭିଯୋଗ ଆଣି କହିଛି
-ଜୁଲାଇ ୨୦ରେ ଏଫସିଆଇ ଗୋଦାମ ଏବଂ ଅଫିସ୍ ସାମ୍ନାରେ ଦଳ ପ୍ରତିବାଦ କରିବ
-ଧାନ ସଂଗ୍ରହ ଦାୟିତ୍ୱ କେନ୍ଦ୍ରର, ରାଜ୍ୟର ନୁହେଁ । ବିଜେପି ମିଛ କଥା କହୁଛି
-ଖାଦ୍ୟ ସବସିଡି ବାବଦରେ କେନ୍ଦ୍ର ଦେବାକୁ ଥିବା ଅର୍ଥ ରାଜ୍ୟ ପାଇନାହିଁ
-ବଳକା ୭ ଲକ୍ଷ ମେଟ୍ରିକ ଟନ୍ ଧାନ କେନ୍ଦ୍ର ସରକାର ଉଠାଉ
-ଖରିଫ୍ ଧାନ ସଂଗ୍ରହ ଅବଧି ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ

ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ମଧ୍ୟ ଅଛନ୍ତି ରାଜରାସ୍ତାରେ । ରାଜ୍ୟ ସରକାର ବିଜୁଳି ବିଲ୍ ବଢାଇବା ପ୍ରତିବାଦରେ ବିଜେପି ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ତେଲ ଦର ବୃଦ୍ଧିକୁ ମୁଦ୍ଦା କରି ପ୍ରତିବାଦ ଜାରି ରଖିଛି ।

ସେ ଧାନ ହେଉ ଅବା ତେଲ କିମ୍ବା ବିଜୁଳି । ପ୍ରତିଟି ପ୍ରସଙ୍ଗ ସିଧାସଳଖ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥାଏ । ଗାଁ ଗହଳିରେ କେଉଁ ଦଳ ଜନତାଙ୍କ କେତେ ବିଶ୍ୱାସଭାଜନ ହୋଇପାରିବ ଓ ପଂଚାୟତ ପାଇଁ ଆଗୁଆ ପ୍ରସ୍ତୁତି କରିପାରିବ, ସେଇ ଗୋଟିଚାଳନା ହେଉଥିବା ଅନୁମାନ କରାଯାଉଛି ।

ସେପଟେ ପଂଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ୨୬ ଜୁଲାଇ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ । ସୁଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସ ମନ୍ଥନ ଚାଲିଛି । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଅବଗତ କରାଇଛି ବିଭାଗ । ଏସବୁ ଭିତରେ ଆନ୍ଦୋଳନ ଏବଂ ପ୍ରତିବାଦ ଜରିଆରେ ରାଜନୈତିକ ଦଳମାନେ ମଧ୍ୟ ଆକ୍ସନ ମୁଡକୁ ଆସିଯାଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started