ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ । କହିଲେ, ରାଜ୍ୟରେ ରହିଛି କମ ସଂଖ୍ୟକ ଘରୋଇ ହସ୍ପିଟାଲ, ଓଡ଼ିଶା ସରକାରଙ୍କୁ ଦିଆଯାଉ ୯୫ ପ୍ରତିଶତ ଟିକା

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ ସହ ଆଲୋଚନା ବେଳେ ରାଜ୍ୟର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ଟିକା ଓ ଘରୋଇ କ୍ଷେତ୍ରକୁ ୫ ପ୍ରତିଶତ ଟିକା ଦେବାକୁ ଦାବି କରିଛନ୍ତି ନବୀନ । ଏହି ଅନୁପାତରେ ଟିକା ଦେଲେ ରାଜ୍ୟରେ ଟିକାକରଣର ଗତି ବଢ଼ିପାରିବ । ସେହିପରି ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବା ଆଶଙ୍କା ଥିବାରୁ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ରାଜ୍ୟ ସରକାରଙ୍କୁ ୭୫ ପ୍ରତିଶତ ଓ ଘରୋଇ ହସପିଟାଲ ପାଇଁ ୨୫ ପ୍ରତିଶତ ଟିକା, ଏହିପରି ଭାବେ ଟିକା ଆବଂଟନ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ନବୀନଙ୍କ ଯୁକ୍ତି ହେଉଛି ରାଜ୍ୟରେ କମ ସଂଖ୍ୟକ ଘରୋଇ ହସ୍ପିଟାଲ ଅଛନ୍ତି । ସେମାନେ ୨୫ ପ୍ରତିଶତ ଟିକା ଉଠାଇ ପାରୁନାହାନ୍ତି । ଫଳରେ ରାଜ୍ୟରେ ଟିକାକରଣ ପ୍ରଭାବିତ ହେଉଛି ।

ଓଡିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ, ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ଦ୍ୱିତୀୟ ଲହରର ପ୍ରକୋପ କମୁଥିଲେ ବି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଏହି ରାଜ୍ୟ ଗୁଡିକରେ ସଂକ୍ରମଣ ଅଧିକ ରହିଛି । ଗତ ସପ୍ତାହରେ ଏହି ୬ ରାଜ୍ୟରୁ ୮୦ ପ୍ରତିଶତ ନୂଆ ମାମଲା ଆସିଛି, ୮୪ ପ୍ରତିଶତ ମୃତ୍ୟୁ ହୋଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଜୋର ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ତୃତୀୟ ଲହର ଆସିବା ଆଶଂକା ଥିବାରୁ ସତର୍କ ରହିବାକୁ କହିଛନ୍ତି ମୋଦୀ । ଅଧିକ ସଂକ୍ରମଣ ଥିବା ଅଂଚଳଗୁଡ଼ିକରେ ଅଧିକରୁ ଅଧିକ ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ସହ କୋଭିଡ ନିୟମ ପାଳନ କଲେ କରୋନା ମୁକାବିଲାରେ ସଫଳତା ମିଳିବ ବୋଲି କହିଛନ୍ତି ମୋଦୀ ।

from Kanak News
via <a href="https://ifttt.com/?

ଇଞ୍ଜିନିୟରଙ୍କ ଅଜାଣତରେ ଆବାସ ଘର । ଥିଲାବାଲାଙ୍କ ନାଁରେ ଘର କାର୍ଯ୍ୟାଦେଶ ଆଣି ଟଙ୍କା ହଡପ କରୁଛନ୍ତି ଅସାଧୁ ଅଧିକାରୀ ।

କନକ ବ୍ୟୁରୋ: ଗରିବ ଲୋକମାନଙ୍କ ପାଇଁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କୁଡିଆରେ ରହୁଥିବା ଲୋକଙ୍କ ମୁଣ୍ଡ ଉପରେ ଛାତ ଯୋଗାଇବା ପାଇଁ ଯୋଜନା । ହେଲେ ପ୍ରକୃତ ହିତାଧୀକାରି ଘର ପାଇବାରୁ ବଂଚିତ ହେଉଥିବା ବେଳେ ଥିଲାବାଲାଙ୍କ ନାଁରେ ଘର କାର୍ଯ୍ୟାଦେଶ ଆଣି ଟଙ୍କା ହଡପ କରି ନେଉଛନ୍ତି କିଛି ଅସାଧୁ ଅଧିକାରୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅଂଚଳରୁ ଆସିଛି ଏମିତି ଏକ ଖବର ।

କେନ୍ଦ୍ରାପଡା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ଗାଁର ସୁବ୍ରତ ପରିଡା । ଏକ ସପ୍ଟଓୟାର କମ୍ପାନୀରେ କାମ କରନ୍ତି ଓ ଭାରତ ସରକାରଙ୍କୁ ଆୟ କର ଦେଉଛନ୍ତି । ସୁବ୍ରତଙ୍କର ୨ ମହଲା କୋଠା ଘର ଥିବା ବେଳେ ୨୦୧୮ ଓ ୧୯ ଆର୍ଥିକ ବର୍ଷରେ ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଂଜୁର ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ଅଜାଣତରେ ଘର କାମ ଶେଷ ହୋଇଥିବା ଦର୍ଶାଇ ସଂପୂର୍ଣ୍ଣ ଟଙ୍କା ଉଠି ସାରିଛି । ସରକାରୀ ୱେବସାଇଟ୍ ଡବ୍ଲୁ.ଡବ୍ଲୁ.ଡବ୍ଲୁ.ଆର.ଏଚ.ଓଡିଶା.ଜିଓଭି.ଇନ ସାଇଟରୁ ଏହା ଜାଣିବା ପରେ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି ସୁବ୍ରତ ।

ସେହିଭଳି ମହାଦେଇପଟଣା ଗାଁର ଆଉ ଜଣେ ବିଧବା ମହିଳା ସେବତି ସାହୁ ତାଙ୍କର ଘର ସପୂର୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ସେ ବଡ ପୁଅଙ୍କ ଶ୍ୱଶୁର ଘରେ ରହୁଥିବା ବେଳେ ତାଙ୍କ ନାଁରେ ୨୦୧୯-୨୦ ଆର୍ଥିକ ବର୍ଷରେ ଘର ମଂଜୁର ହୋଇଛି । ଖିଲି ଏତିକି ନୁହେଁ ନିର୍ମାଣ ସରିଥିବା ଦର୍ଶାଇ ୧ ଲକ୍ଷ ୨୦ ହଜାର ଟଙ୍କା ଚଳୁ କରାଯାଇଛି ।

କେବଳ ସୁବ୍ରତ କି ସେବତୀ ନୁହଁନ୍ତି ଏମିତି ଅନେକ ଲୋକଙ୍କ ନାଁରେ ସରକାରୀ ଘର ହଡପ କରାଯାଇଛି । ଏଭଳି ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

from Kanak News
via <a href="https://ifttt.com/?

ଦେଶ ପାଇଁ ଗୌରବ ଆଣିଲେ ଆଉଜଣେ ଭାରତୀୟ ମହିଳା । ଅନ୍ତରୀକ୍ଷ ଯିବାକୁ ଥିବା ରକେଟରେ ଇଂଜିନିୟର ଭାବେ ସାମିଲ ହେଲେ ସଂଜଲ ଗାୱଡେ

କନକ ବ୍ୟୁରୋ : ମହାରାଷ୍ଟ୍ରର ଏକ ଛୋଟ ସହର କଲ୍ୟାଣରୁ ଯାଇ ସଂଜଲ ଗାୱଡେ ପ୍ରଥମେ ମର୍କରୀ ମରୀନ ରେସିଂ କାର ଡିଜାଇନ କରିଥିଲେ । ଏହାପରେ ଆମେରିକାରେ ଅନ୍ତରୀକ୍ଷ ଯିବାକୁ ଥିବା ରକେଟ ପ୍ରସ୍ତୁତ କରୁଥିବା ଟିମରେ ଭାଗ ନେଇ ଏବେ ତାଙ୍କ ସ୍ୱପ୍ନ ପୁରା କରିଛନ୍ତି । ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ କମ୍ପାନୀର ରକେଟ ଅନ୍ତରୀକ୍ଷ ଯାତ୍ରା କରିବ । ଯେଉଁଥିରେ ମହାରାଷ୍ଟ୍ରର କଲ୍ୟାଣ ସହରରେ ରହୁଥିବା ସଂଜଲ ଗାୱଡେ ସିଷ୍ଟମ ଇଂଜିନିୟର ଭାବେ ରକେଟ ଯାତ୍ରାରେ ଭାଗ ନେବେ ।

ସଂଜଲ ଜଣେ ଭାରତୀୟ ମହିଳା । ସେ ସାତ ସମୁଦ୍ର ପାର କରି ଆମେରିକାର ମିଶିଗନ, ଚିକାଗୋ, କାର୍ଲିଫର୍ଣ୍ଣିଆ ଓ ଏବେ ସିୟାଟେଲ ରେ ପହଂଚି ସାରିଛନ୍ତି । ଯାହାର ପ୍ରଶଂସା ଏବେ ସାରା ମହାରାଷ୍ଟ୍ର କରୁଛି ।

ସଂଜଲଙ୍କ ଜନ୍ମ ପୂର୍ବ କଲ୍ୟାଣର କୋଲସେବାଡୀ ହନୁମାନନଗରରେ ହୋଇଥିଲା । ସେ କୋଲସେବାଡୀ ମଣ୍ଡଳ ବିଦ୍ୟାଳୟରେ ତାଙ୍କର ସ୍କୁଲ ପାଠ ଶେଷ କରିଥିଲେ । ଏହାପରେ ହାଇସ୍କୁଲ ଓ ଯୁକ୍ତ ଦୁଇ ଶିକ୍ଷା ସେ ବିଡଲା କଲେଜରେ କରିଥିଲେ । ଏହାପରେ ସେ ମୁମ୍ବାଇ ବିଶ୍ୱ ବିଦ୍ୟାଳୟରୁ ମେକାନିକାଲ ଇଂଜିନିୟରିଂ ପାସ୍ କରିଥିଲେ ।

ଏହାପରେ ସେ ଜିଆରଆଇ ଓ ଟୋଫେଲ ଭଳି କଠିନ ପରୀକ୍ଷା ଦେଇ ଉର୍ତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ମିଶିଗନର ଟେକ୍ ୟୁୂନିଭରସିଟିରେ ଏମଏସ କରିବାକୁ ଆବେଦନ କରିଥିଲେ । ସେଠାରେ ବି ସେ ସଫଳତାର ସହ ପାସ୍ କରିଥିଲେ । ଏହାପରେ ତାଙ୍କୁ ମର୍କରୀ ମରୀନରେ ଚାକିରୀ ମିଳିଥିଲା । ହେଲେ ତାଙ୍କର ସ୍ୱପ୍ନ ଥିଲା ମହାକାଶରେ ଉଡିବା  । ଏବେ ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କ ପିତା ମାତା ବି ବେସ୍ ଖୁସି ଅଛନ୍ତି ।

from Kanak News
via <a href="https://ifttt.com/?

କରୋନା ଭୂତାଣୁର ତୃତୀୟ ଲହର ସଂକ୍ରମଣକୁ ନେଇ କେନ୍ଦ୍ରର ଚେତାବନୀ । ଆଗାମୀ ୧୦୦-୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ କେନ୍ଦ୍ର ପୁଣିଥରେ ଦେଶବାସୀଙ୍କୁ ସତର୍କ କରାଇଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଆଗାମୀ ୧୦୦-୧୨୫ ଦିନ ବେସ୍ ଗୁରୁତ୍ୱପୂର୍ଣ୍ଣ । କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଦେଶବାସୀଙ୍କୁ କୋଭିଡ କଟକଣା ପାଳନ କରିବାକୁ ଉପଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କିଛିଦିନ ହେବ ଦୈନିକ ସଂକ୍ରମଣ ଯେଉଁ ହାରରେ କମୁଥିଲା ଏବେ ସେଭଳି ଦେଖାଯାଉ ନାହିଁ । ଏହାକୁ ସମ୍ଭାବିତ ତୃତୀୟ ଲହର ଆସୁଥିବା ନେଇ ଅନୁମାନ କରାଯାଉଛି ।

ନୀତି ଆୟୋଗ ସଦସ୍ୟ ଡା, ବିକେ ପଲ କହିଛନ୍ତି କି , କରୋନାର ତୃତୀୟ ଲହର କଥା ଏଥିପାଇଁ କୁହାଯାଉଛି କି ବର୍ତମାନ ପର୍ଯ୍ୟନ୍ତ ଦେଶ ହାର୍ଡ ଇମ୍ୟୁନିଟି ସ୍ଥରରେ ପହଂଚି ନାହିଁ । ଦେଶରେ କମୁ୍ଥିବା ଦୈନିକ ସଂକ୍ରମଣ ଧିମା ପଡିଛି । ସ୍ଥି୍ିତି ଖରାପ ନହେବା ପାଇଁ ଆମକୁ କୋଭିଡ କଟକଣାକୁ କଡା କଡି ପାଳନ କରିବାକୁ ପଡିବ । ସେ କହିଛନ୍ତି କି ଆଗାମୀ ୧୦୦-୧୨୫ ଦିନ ଆମ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମକୁ ସତର୍କ ଓ ଦାୟିତ୍ୱର ସହ କରୋନା କଟକଣା ମାନି ଚଳିବାକୁ ପଡିବ ।

ଡ. ବିକେ ପଲ ଆହୁରି କହିଛନ୍ତି କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଧାରରେ ଏବେ ବିଶ୍ୱରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ପଲ କହିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସ୍ପେନରେ ୬୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ନେଦରଲାଣ୍ଡ ରେ କରୋନା ସଂକ୍ରମଣ ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ଏବେ ଦେଶବାସୀ କୋଭିଡ କଟକଣାକୁ ପାଳନ କରନ୍ତୁ ନଚେତ୍ ତୃତୀୟ ଲହରକୁ ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ପଲ କହିଛନ୍ତି ।

from Kanak News
via <a href="https://ifttt.com/?

ଲୁହା ଶିକୁଳିରେ ବନ୍ଧା ପଡିଛ ମାଆର ମମତା ମାନସିକ ବିକାରଗ୍ରସ୍ତ ଭେଣ୍ଡିଆ ପୁଅକୁ ବନ୍ଧି ରଖିଛନ୍ତି ବରଗଡର ହାରା ମୁଦୁଲି 

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସହରା ଟିକାର ଅସହାୟ ମହିଳା ହାରା ମୁଦୁଲି । ସମ୍ପୂର୍ଣ୍ଣ ଭୂମିହୀନ, ଘର ନାହିଁ, ଦୁଇ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଏବେ ପର ଘରେ ନିଜର ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ଆଶ୍ରୟ ନେଇଛନ୍ତି । ତେବେ ପୁଅର ଅବସ୍ଥା ଏମିତି ଯେ ତାର ହାତ ଏବଂ ଗୋଡ଼ରେ ଲୁହାର ଶିକୁଳି ଲଗାଇବାକୁ ବାଧ୍ୟ ହୋଇଛନ୍ତି । ପୁଅର ଚିକିତ୍ସା ସହାୟତା ପାଇଁ ସେ ସମସ୍ତଙ୍କୁ ନେହୁରା ହୋଇଛନ୍ତି । ତେବେ ସରକାରୀ ଯୋଜନାରେ ତାଙ୍କୁ ସାମିଲ କରି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭେଡେନ ବିଡ଼ିଓ ।

ଭେଣ୍ଡିଆ ପୁଅକୁ ବାନ୍ଧି ରଖିଛି ମାଆ । ଲୁହା ଜଂଜିରରେ ବନ୍ଧା ପଡିଛି ଜଣେ ଅସହାୟ ମାଆର ମମତା ଓ ବେଦନା । ପରିଣତ ବୟସରେ ପୁଅ, ମାଆ’ର ଆଶା ବାଡି ସାଜିବା କଥା, ହେଲେ ଏଠି ପୁଅର ହାତ-ଗୋଡକୁ ଶିକୁଳିରେ ବାନ୍ଧି ତା’ର ସାହାରା ପାଲଟିଛନ୍ତି ଜଣେ ବୃଦ୍ଧା ମାଆ । ବରଗଡ ଜିଲ୍ଲା ଭେଡେନ ବ୍ଲକ ସହଁରାଟିକରା ଗାଁର ହାରାବତୀ ମୁଦୁଲିଙ୍କ ଏହି ଯନ୍ତ୍ରଣାଦାୟକ କାହାଣୀ ଆପଣଙ୍କ ଆଖିରେ ଲୁହ ଆଣିଦେବ ନିଶ୍ଚୟ ।

ସ୍ୱାମୀଙ୍କ ବିୟୋଗ ପରେ ହାରାଙ୍କ ପରିବାର କହିଲେ, ସେ ଆଉ ତାଙ୍କ ପୁଅ ରିଂଟୁ । ନିଜର ଜମି ବାଡି ନଥିବାରୁ ଅନ୍ୟଜଣଙ୍କ ଜାଗାରେ କୁଡିଆ କରି ରହୁଛନ୍ତି । ଏଣେ ପୁଅ ମାନସିକ ବିକାରଗ୍ରସ୍ତ । ଏଭଳି ସ୍ଥିତିରେ କୁଆଡେ କାମ ଧନ୍ଦାଟିଏ ପାଇଁ ଯାଇ ପାରୁନାହାନ୍ତି, ସାରା ଦିନ ପୁଅର ସେବାରେ ଯାଉଛି । ଖଟିଆରେ ବନ୍ଧା ଅବସ୍ଥାରେ ପୁଅର ଦାନ୍ତଘସା, ଗାଧୁଆ-ପାଧୁଆ ସାଙ୍ଗକୁ ଖିଆପିଆ କରୁଛନ୍ତି । ବିଧବା ଭତା, ପୁଅର ଦିବ୍ୟାଙ୍ଗ ଭତା ସାଙ୍ଗକୁ ୧୦ କେଜି ବିପିଏଲ ଚାଉଳରେ ବଂଚିଛି ମାଆ-ପୁଅଙ୍କ ଜୀବନ ।

କିଛି ସହାୟତାରେ ତ ଜୀବନ ବଂଚିଛି, ହେଲେ ମୁଣ୍ଡ ଗୁଂଜିବାକୁ ଛପରଟିଏ ନାହିଁ । ରହିବା ପାଇଁ ଜମିଟିଏ ଯୋଗାଇ ଦେବା ସହ ତା ଭେଣ୍ଡିଆ ପୁଅକୁ ସରକାରୀ ବ୍ୟବସ୍ଥାରେ ଚିକିତ୍ସା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ଜଣେ ଅସହାୟ ମାଆ ।

from Kanak News
via <a href="https://ifttt.com/?

ପରିବା ଗାଁରେ ଶସ୍ତା-ବଜାରରେ ମହରଗ । ଚାଷୀଙ୍କୁ ଡରାଉଛି ପୋଲିସ, ଲାଠି ଭୟରେ ବିକି ପାରୁନି ପରିବା । ବିଲମୁଣ୍ଡକୁ ଆସୁନାହାନ୍ତି ବ୍ୟବସାୟୀ 

କନକ ବ୍ୟୁରୋ: ଚାଷୀଙ୍କୁ ଡରାଉଛି ପୋଲିସ ଲାଠି ,ଭୟରେ ବିକି ପାରୁନି ପନିପରିବା । ଶଢୁଛି ବିଲରେ ଘରେ କୁଇଣ୍ଟାଲ କୁଣଣ୍ଟାଲ ପରିବା । ଲକଡାଉନ ସଟଡାଉନ ଯୋଗୁଁ ଚାଷୀ ବଜାରରେ ବିକି ପାରୁନି ପରିବା । ପୋଲିସ ଭୟରେ ବେପାରୀ ଆସୁ ନାହାନ୍ତି ବିଲ ମୁଣ୍ଡକୁ । ସରକାରଙ୍କ ଚାଷୀ କୋହଳ ନିତି ନିଆଳି ପରିବା ଚାଷୀଙ୍କ ପାଇଁ ସାତ ସପନ । ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚାଷୀକୂଳ ହତାସ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଂଚଳରେ ।

ପନି ପରିବାର ଦର, ଗାଁରେ ଶସ୍ତା ବଜାରରେ ମହରଗ । କାରଣ କରୋନା କଟକଣା ଯୋଗୁଁ ବଜାରକୁ ଯାଇ ପାରୁନାହାନ୍ତି ଚାଷୀ । ପୁଲିସ ଭୟରେ ବେପାରୀ ଆସୁ ନାହାନ୍ତି ବିଲ ମୁଣ୍ଡକୁ । ତେଣୁ ଜମିରେ ନଷ୍ଟ ହେଉଛି ଲଙ୍କା, ପୋଟଳ, ବାଇଗଣ, ଛଚିନ୍ଦ୍ରା, ଭେଣ୍ଡି, କଖାରୁ ଓ ପୋଇ ଭଳି ପରିବା । ଭେଣ୍ଡି ଗଛରେ ଭେଣ୍ଡି ବୁଢା ହେଲାଣି, ଗଛରେ ହିଁ ପାଚି ଯାଉଛି ପୋଟଳ ଆଉ ଲଙ୍କା । ବିକ୍ରି ଅଭାବରୁ ଗଛରେ ଝୁଲି ରହିଛି ଛଚିନ୍ଦ୍ରା । ବ୍ୟବସାୟୀମାନେ ନିଆଳି ଅଂଚଳର ଚାଷୀଙ୍କ ପାଖକୁ ଆସୁନଥିବାରୁ ଚାଷୀ ବଜାରକୁ ଯାଇନପାରି ଗାଁ ମୁଣ୍ଡ ରାସ୍ତା କଡରେ ବସି ଖୁବ୍ ଶସ୍ତାରେ ପନିପରିବା ବିକ୍ରି କରିଦେଉଛନ୍ତି ।

କରୋନା କଟକଣା ଯୋଗୁ ନିଆଳି ହାଟ ବନ୍ଦ ଅଛି । ଚାଷୀ ବିକିବା ପାଇଁ ଆସିପାରୁ ନାହାନ୍ତି । ସେମାନେ ରାସ୍ତା କଡରେ ବସି ଅଭାବୀ ବିକ୍ରିର ଶିକାର ହେଉଛନ୍ତି, ସେପଟେ ନିଆଳି ବଜାରରେ ପରିବା ଦର ଆକାଶ ଛୁଆଁ । ପରିବା ଦର କିଲୋ ପ୍ରତି ୪୦ ଟଙ୍କା ତଳକୁ ନାହିଁ । ବାଇଗଣ କିଲୋ ପ୍ରତି ୬୦ ଟଙ୍କା, ଜହ୍ନି ୪୦ ଟଙ୍କା, ପୋଟଳ ୫୦ଟଙ୍କା, ଟମାଟୋ ୩୦ ଟଙ୍କା, କଲରା ୮୦ ଟଙ୍କା, କାଙ୍କଡ ୧୫୦, ସଜନା ଛୁଇଁ ୧୦୦ ଟଙ୍କା, ଧନିଆପତ୍ର ବିଡା ୩୦, ଲଙ୍କା କିଲୋକୁ ୨୦୦ ଟଙ୍କା । ଗ୍ରାମାଂଚଳରେ ଚାଷୀ ଦୁଇ ପଇସା ପାଉନଥିବା ବେଳେ ବଜାରରେ ଗ୍ରାହକଙ୍କ ପକେଟ ଖାଲି ହୋଇଯାଉଛି । ଯିଏ କିଲେ ପରିବା ନେବା କଥା ସିଏ ଅଢେଇ ଶହରେ କାମ ଚଳାଇ ଦେଉଛି ।

ପରିବା ବିକ୍ରି ହୋଇ ପାରୁନଥିବା ଚାଷୀ ବିଲକୁ ତୋଳୁ ନାହିଁ । ଏଣେ ବଜାରରେ ପରିବା ଦର ଗରିବ ଖଟିଖିଆ ଓ ମଧ୍ୟବିତ ପରିବାରର ହାଣ୍ଡି ଶାଳରେ ପ୍ରହାର କରିଛି ।

from Kanak News
via <a href="https://ifttt.com/?

ଅଦା ବୋଝେଇ ଗାଡିରେ ଚାଲାଣ ହେଉଥିଲା ସବୁଜ ଜହର । ଜୟପରରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ସଦର ପୁଲିସ 

କନକ ବ୍ୟୁରୋ: ପୁଣି ଧରାପଡ଼ିଲା ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ  । ବାହାର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ୍ ଟ୍ରକ ସହ ଜଣେ ଜଣକୁ ଗିରଫ କରିଛି  । ଜବତ ଗଞ୍ଜେଇ ପରିମାଣ ପ୍ରାୟ ଏକ ଟନ୍ ହେବ  ।

ଏକ ହଜାର ଏକ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ  ।  ଅଦା ବସ୍ତା ଭିତରେ ରଖି ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା  । ଏହି ଘଟଣାରେ ୯୩ ବସ୍ତା ଅଦା ସହ ଟ୍ରକ ମଧ୍ୟ ଜବତ କରିଛି ପୋଲିସ୍ ।

from Kanak News
via <a href="https://ifttt.com/?

ରାଜ୍ୟରେ ବଡ଼ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ ଜିଏସଟି ବିଭାଗ । ୬୪୧ କୋଟିର ଜାଲ ବିଲ୍ ପ୍ରସ୍ତୁତ କରାଯାଇ ହୋଇଛି ଠକେଇ 

କନକ ବ୍ୟୁରୋ: ରାଜ୍ୟରେ ପୁଣି ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ ଜିଏସଟି ବିଭାଗ  । ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପସ୍ୱଙ୍କ ଟାକ୍ସ କ୍ରେଡିଟ ହାସଲ କରାଯାଇଛି  । ଠକେଇ ଅଭିଯୋଗରେ ଗୁରୁଦୀପ ଡାଙ୍ଗ ଓ ସୁଜୟ ମୈତୀ ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ ୱିଙ୍ଗ  । ଗୁରୁଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ସୂଜୟ ମୈତ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି  ।

ଅଭିଯୁକ୍ତମାନେ ଜାଲ ବିଲ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟାଂକର ଜାଲ ଜାଲ ଆଇଟିସି ସଂଗ୍ରହ କରି ହସ୍ତାନ୍ତର କରିଥିଲେ  । ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ କିଣା ବିଲ ମାଧ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ଆଇଟିସି ହାତେଇ ଥିଲେ  । ତେବେ ସମାନ ଅଭିଯୋଗରେ ଜିଏସଟି ବିଭାଗ ଏପର୍ଯ୍ୟନ୍ତ ମୋଟ୍ ୨୦ ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନୀ  ।

from Kanak News
via <a href="https://ifttt.com/?

ଅଯୋଧ୍ୟା: ବିବାଦରେ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା କିଣାଯାଇଥିବା ଆଉ ଏକ ସଂପତ୍ତି । ଚମ୍ପତ ରାୟଙ୍କୁ କୋର୍ଟର ନୋଟିସ

କନକ ବ୍ୟୁରୋ : ଶ୍ରୀ ରାମଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ୱାରା କିଣା ଯାଇଥିବା ଆଉ ଏକ ଜମି ଏବେ ବିବାଦରେ ଫଶିଛି । ରାମ ମନ୍ଦିର ପରିସରରେ ଥିବା ଫକିର ରାମ ମନ୍ଦିର ଓ ତା’ର ଜମିକୁ ରାମ ମନ୍ଦିର ଟ୍ରଷ୍ଟ ୨୦୨୧ ମାର୍ଚ୍ଚ ୨୭ ତାରିଖରେ କିଣିଥିଲା । ଏହି ଜମି କିଣାଯିବା ଠାରୁ ବିବାଦ ଦେଖା ଦେଇଥିଲା । ଏବେ ଏହି ମାମଲା ଫୈଜାବାଦ ସିବିଲ ଜଜ୍ ସିନିୟର ଡିଭିଜନ କୋର୍ଟରେ ପହଂଚିଛି । କୋର୍ଟ ତରଫରୁ ଜମି ବିକିଥିବା ରଘୁବର ଶରଣ ଓ ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ ରାୟଙ୍କୁ ନୋଟିସ୍ କରିଛି ।

ଏହି ମାମଲା ବିରାଜମାନ ଭଗବାନ ଓ ତାଙ୍କ ବନ୍ଧୁ ସନ୍ତୋଷ ଦୁବେ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିଲା । ଏମାନେ କୋର୍ଟରେ ଜମି ବିକ୍ରି କରିଥିବା ରଘୁବର ଶରଣଙ୍କ ମାଲିକାନାତ୍ୱ ଉପରେ ମାମଲା ଦାଖଲ କରିଥିଲେ । ଏହାସହ ଜମିର ରେଜେଷ୍ଟ୍ରୀ ରଦ୍ଦ କରିବା , ସାରା ଦେଶରେ ଥିବା ମନ୍ଦିର ଜମିର ରିସିଭର ନିଯୁକ୍ତ କରିବା, ମନ୍ଦିରରେ କ୍ଷତି ନ ପହଂଚାଇବା ସହ ଭଗବାନଙ୍କୁ ନିୟମିତ ଭୋଗ ରାଗ ପ୍ରଦାନ କରିବା ନେଇ ମାମଲା ରୁଜୁ ହୋଇଥିଲା ।

ବାବରୀ ମସଜିଦ୍ ଭଙ୍ଗା ମାମଲାରେ ଅଭିଯୁକ୍ତ ଥିବା ସନ୍ତୋଷ ଦୁବେ ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ କରି କହିଛନ୍ତି କି ରାମ ମନ୍ଦିର ନିୟମ ମୁତାବକ ନିର୍ମାଣ କରାଯାଉ । ଏହାସହ ରାମ ମନ୍ଦିର ପାଇଁ ସେ ତାଙ୍କ ଜୀବନର ସବୁ ସମୟ ଶେଷ କରିଦେଇଥିବା ସହ ମନ୍ଦିର ପାଇଁ ଗୁଳି ଖାଇଛନ୍ତି ବୋଲି ସେ କହିଛନ୍ତି । ଏହାସହ ସେ ଟ୍ରଷ୍ଟର ସଦ୍ୟସ୍ୟ ମାନଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ଟ୍ରଷ୍ଟରେ ବସିଥିବା ଲୋକ ଟଙ୍କା ପାଇଁ କିଛି ବି କରିପାରନ୍ତି । ରାମ ନାମରେ ଚାଲିଥିବା ଲୁଟ ବିରୋଧରେ ସେ ଅଦାଲତର ଦ୍ୱାରସ୍ଥ ହୋଇଥିବା କଥା କହିଛନ୍ତି ।

from Kanak News
via <a href="https://ifttt.com/?

ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା । ଆଜି ପୁଣି ପାରିବାରିକ ଅଦାଲତରେ ହାଜର ହେଲେ ଅନୁଭବ, ହେଲେ ଆସିଲେ ନାହିଁ ବର୍ଷା

କନକ ବ୍ୟୁରୋ: ବର୍ଷା ଅନୁଭବ ବିବାହ ବିଛେଦ ମାମଲାରେ ଆଜି ପାରିବାରିକ ଅଦାଲତରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ହେଲେ ଆଜି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଗଷ୍ଟ ୧୦ରେ ମାମଲାର ପରବର୍ତୀ ଶୁଣାଣି ହେବ । ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି । ପାରିବାରିକ ଅଦାଲତରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started