ସ୍ୱାମୀକୁ ଲୁହା ବାଡ ଏପଟୁ ଦେଖେ ସ୍ତ୍ରୀ, ବାପାକୁ କବାଟ ଏପଟୁ ଡାକେ ଝିଅ… ଲୁହା କବାଟ ସେପଟୁ ଶୁଣନ୍ତିନି ସ୍ୱାମୀ, ବନ୍ଦଘର ଭିତରୁ ଉତ୍ତର ଦିଅନ୍ତିନି ବାପା । ୧୦ ବର୍ଷ ହେବ ବାପା କାଟୁଛନ୍ତି ବନ୍ଦୀ ଜୀବନ…

କନକ ବ୍ୟୁରୋ: ସେପଟେ ଅନ୍ଧାର, ଏପଟେ ଆଲୁଅ । ସେପଟେ ଯନ୍ତ୍ରଣା, ଏପଟେ ଜୀବନ । ଲୁହା ସେପାଖେ ବି ଲୁହ, ଲୁହା ଏପାଖେ ବି ଲୁହ । ବନ୍ଦ ଘରେ ବନ୍ଦୀଥିବା ଆଖିରେ ଆଶାନିରାଶାର ଖେଳ, ବନ୍ଦୀଘର ପାଖେ ବଞ୍ଚୁଥିବା ଆଖିରୁ ନିଇତି ନିଗୁଡୁଥାଏ ଲୁହ । କିଏ ପୁଅ ପାଇଁ କାନ୍ଦେ, ତ କିଏ ସ୍ୱାମୀ ପାଇଁ କାନ୍ଦେ ପୁଣି କିଏ ବନ୍ଦୀ ବାପା ପାଇଁ ଲୁହ ଝରାଏ । ଲୁହାର କବାଟ ସେପାଖେ ସବୁଦିନ ସମସ୍ତଙ୍କ ଆଖିରୁ ବହୁଥାଏ ଦୁଃଖ, ଯନ୍ତ୍ରଣା ମିଶା ନିରାଶାର ନଈ… କେମିତି ବା ଝରିବନି କହିଲେ ଦୀର୍ଘ ଦଶ ବର୍ଷ ହେବ ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତିଙ୍କ ପାଇଁ ପୂରା ପରିବାର କୁହାନାଳ ହେଉଛି । ଭୋକ ଉପାସରେ ବଞ୍ଚୁଛି… ଗୋଟେ ଦଶନ୍ଧି ଧରି ଦୁଖଃର ଚାବୁକ ମାଡ ସହି ସହି ସଙ୍ଘର୍ଷ କରି ବଞ୍ଚୁଛି…

ଦଶ ବର୍ଷ ଏଇ ବନ୍ଦ ଘରେ ବନ୍ଦୀ ହୋଇ ପଡିଛନ୍ତି ଏ ବ୍ୟକ୍ତି । ନା ଆଲୁଅ ଅଛି ନା ଫଙ୍ଖା ଅଛି । ଖିଆ ପିଆର ବି ଠିକ ଠିକଣା ନାହିଁ । ଏହି ୬ ଫୁଟିଆ ଘରେ ଶୁଆବସା ସବୁକିଛି । ତାଲା ଫିଟାଇ ବାହାରକୁ ବାହାରିବାର ନାହିଁ କି ତାଲା ଭାଙ୍ଗିବାକୁ ବି ବଳ ନାହିଁ । କହିବାକୁ ଗଲେ ୧୦ ବର୍ଷ ହେବ ତାଲାବନ୍ଦ ଜୀବନ ବିତାଉଛନ୍ତି ସୋର ନଦୀଗାଁ କାନପୁର ଗାଁର ନିରାକାର ସାହୁ ।

୨୦୦୬ରେ ଲକ୍ଷ୍ୀପ୍ରିୟାଙ୍କୁ ବିବାହ ପରେ ଶିଶୁ କନ୍ୟାର ବାପା ହୋଇଥିଲେ ନିରାକାର । ଝିଅ ଜନ୍ମ ହୋଥିବାରୁ ଘରେ ଖୁସିର ମାହୋଲ ବି ଥିଲା । ଯାହା କିଛି ରୋଜଗାର କରୁଥିଲେ ସମସ୍ତେ ଭଲରେ ବି ଚଳୁଥିଲେ । ହେଲେ ଧିରେଧିରେ ନିରାକାରଙ୍କ ମାନସିକ ସ୍ଥିତି ବିଗିଡିବାକୁ ଲାଗିଲା । ଏକୁଟିଆ ରହିବାକୁ ପସନ୍ଦ କରିବା ସହ ମନେମନେ ଗପିବା ଭଳି କିଛି ଲକ୍ଷଣ ଦେଖାଦେଲା । ଏମିତି ଅବସ୍ଥା ଦେଖି ତାଙ୍କୁ କଟକ ପରେ ରାଞ୍ଚି ନେଇଥିଲେ ବି କୌଣସି ପରିବର୍ତ୍ତନ ହେଲାନାହିଁ ।

ସେପଟେ ଜମିବାଡି ବିକି, ସୁନା ଗହଣା ବନ୍ଧା ପକାଇ ଚିକିତ୍ସାରେ ଖର୍ଚ୍ଚ କରିସାରିଥିବାରୁ ଘରେ ଚଳିବା ମୁସକିଲ । ଏପରି ସ୍ଥଳରେ ନିରାକାର  ଘର ଲୋକଙ୍କ ସହ ଗାଁ ଲୋକଙ୍କୁ ମରାପିଟା କରନ୍ତି, ଘରୁ କୁଆଡେ ପଳାଇ ଯାଆନ୍ତି । ଦିନକୁ ଦିନ ବ୍ୟବହାର ଅତିଷ୍ଟ ହେବାରୁ ତାଙ୍କୁ ଏଇ ଘରେ ବନ୍ଦୀ କରିଛନ୍ତି ପରିବାର ଲୋକେ ।

ସେପଟେ ଦୁଇଟି ପିଲାର ବାପା ହୋଇଥିଲେ ବି ଏଯାଏଁ ବାପା ଡାକ ଶୁଣି ପାରିନାହାନ୍ତି କି ନିଜ ପିଲାଙ୍କୁ କୋଳେଇ ଧରି ନାହାନ୍ତି ନିରାକାର । ଲୁହାର କବାଟ ଫିଟିଲେ ତ ସେ ପିଲାଙ୍କୁ କୋଳେଇ ନେବେ । ବନ୍ଦୀ ଘରୁ ବାହାରିଲେ ତ ବାପାପଣିଆ ଜାହିର କରିବେ । ସମୟ ଆଉ ରୋଗ ତାଙ୍କୁ ସେସବୁ ସୁଖର ଦୂରେଇ ରଖିଛି । ଏପଟେ ପିଲାମାନେ ବି ବାପାବାପା ଯେତେ ଡାକିଲେ ବି ବନ୍ଦୀ ଘରକୁ ସେ ଡାକ ଭେଦି ପାରେନି କି… ବାପା ଡାକର ପ୍ରତ୍ୟୁତ୍ତର ମିଳେନି… ବାପା ବନ୍ଦୀ ଜୀବନ କାଟୁଥିବାରୁ କେମିତି ଗଢିବେ ନିଜ ଭବିଷ୍ୟତ । ସେନେଇ ଚିନ୍ତାରେ କୁନି କୁନି ଝିଅ ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ । ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କଲା ଇଡି

କନକ ବ୍ୟୁରୋ : ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ମୋଡକୁ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ଶୁକ୍ରବାର ଦିନ ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏହାସହ ଏହି ମାମଲାରେ ଦେଶମୁଖଙ୍କ ପତ୍ନୀଙ୍କୁ ବି ଇଡି ପଚରା ଉଚରା କରିବ ବୋଲି କୁହାଯାଇଛି ।
ଇଡି ପିଏମଏଲଏ ଧାରାରେ ଅନୀଲ ଦେଶମୁଖ, ତାଙ୍କ ପତ୍ନୀ ଓ କମ୍ପାନୀ ପ୍ରିମିୟର ପୋର୍ଟ ଲିଙ୍କସ୍ ପ୍ରାଇଭେଟ ଲିମିଟେଡର ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ଏହି ସଂପତ୍ତି ମଧ୍ୟରେ ରହିଛି ମୁମ୍ବାଇର ଏକ ଜମି, ରାୟଗଡରେ ୨.୬୭ କୋଟି ଟଙ୍କାର ଜମି ରହିଛି । ଇଡି ଆଇପିସି ଧାରା ୧୨୦-ବି, ୧୮୬୦ ଓ ପିଏମ୍ ଅଧିନିୟମ ୧୯୮୮ ଧାରା ୭ ଅଧିନରେ ଜବତ କରିଛି । ଅନୀଲଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ବଡ ପଦରେ ରହି ଅନିତୀ ଉପାୟରେ ଲାଭ ଉଠାଇବାକୁ ଚେଷ୍ଟା କରିଥିଲେ ।

କହିରଖୁ କି ଅନୀଲ ଅମ୍ବାନୀଙ୍କ ବାସଭବନ ନିକଟରେ ଏକ କାରରୁ ଜିଲୋଟିନ ଛଡ ମିଳିବା ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିଲା । ଏହାପରେ କାରର ମାଲିକଙ୍କ ମୃତଦେହ ମିଳିବା ବି ମାମଲାକୁ ଆହୁରି ରୂଚକ କରିଥିଲା । ଏହି ମାମଲାରେ ସଂପୃକ୍ତି ଥିବା ନେଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ନାମ ଆସିଥିଲା । ଏହି ମାମଲାରେ ଧିରେ ଧିରେ ସେତେବେଳେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ଛନ୍ଦି ହୋଇଯାଇଥିଲେ । ତାଙ୍କ ନାମରେ ଅଭିଯୋଗ ଆସିଥିଲା କି ସେ ପୋଲିସ କର୍ମଚାରୀଙ୍କୁ ରାଜ୍ୟର ବଡ ବଡ ହୋଟେଲ ଓ ଅନ୍ୟ ବ୍ୟବସାୟୀୟଙ୍କ ଠାରୁ ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

from Kanak News
via <a href="https://ifttt.com/?

କ୍ରିକେଟ୍ ମୈଦାନରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟି-୨୦ ବିଶ୍ୱକପର ଗୋଟିଏ ଗ୍ରୁପରେ ସ୍ଥାନ ପାଇଲେ ଭାରତ ଏବଂ ପାକିିିସ୍ତାନ । ଜାଣନ୍ତୁ, କେଉଁ ଗ୍ରୁପରେ କିଏ?

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ନେଇ ଆସିଛି ବଡ ଖବର । ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଜି ଆଇସିସି ଆଗାମୀ ଟି-୨୦ ବିଶ୍ୱକପ୍ ନେଇ ଗ୍ରୁପ୍ ଘୋଷଣା କରିଥିବାବେଳେ ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନ ରହିଥିବା ଜଣାପଡିଛି । ଯାହା ଫଳରେ ଦୁଇ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

କରୋନା ମହାମାରୀ ଭିତରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଭିତରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବ । ଭାରତ ବଦଳରେ ଏହି ମ୍ୟାଚ୍ ଆଇସିସି ୟୁଏଇରେ ଆୟୋଜନ କରୁଛି । ତେବେ ଆଜି ଏହାର ଗ୍ରୁପ୍ ଘୋଷଣା ହୋଇଛି ।ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଲିଫାଇଙ୍ଗ୍ ଟିମରେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିବିଆ ସ୍ଥାନ ପାଇଛନ୍ତି । ଏହାସହ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପପୁଆ ନ୍ୟୁ ଗିିନି ଓ ଓମାନ ମଧ୍ୟ ରହିଛନ୍ତି । ଏହି ୮ ଦଳ ଭିତରୁ ୪ଟି ଟିମ୍ ମୁଖ୍ୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବେ ।

ସେହିପରି ସୁପର ୧୨ରେ ସ୍ଥାନ ପାଇଥିବା ଦେଶ ହେଉଛି…

ଗ୍ରୁପ୍ ୧ 

  • ଇଂଲଣ୍ଡ
  • ଅଷ୍ଟ୍ରେଲିଆ
  • ଦକ୍ଷିଣ ଆଫ୍ରିକା
  • ୱେଷ୍ଟଇଣ୍ଡିଜ୍
  • ଗ୍ରୁପ୍ ‘ଏ’ ର ବିଜେତା
  • ଗ୍ରୁପ୍ ‘ବି’ ର ରନର୍ସ ଅପ୍

ଗ୍ରୁପ୍ ୨

  • ଭାରତ
  • ପାକିସ୍ତାନ
  • ନ୍ୟୁଜିଲାଣ୍ଡ
  • ଆଫଗାନିସ୍ତାନ
  • ଗ୍ରୁପ୍ ‘ଏ’ ର ରନର୍ସ ଅପ୍
  • ଗ୍ରୁପ୍ ‘ବି’ ର ବିଜେତା

from Kanak News
via <a href="https://ifttt.com/?

ନିର୍ବାଚନ ପ୍ରସ୍ତୁତି ନେଇ ୩ ଦିନିଆ ୟୁପି ଗସ୍ତରେ କଂଗ୍ରେସ ମହାସଚିବ ପ୍ରିିୟଙ୍କା ଗାନ୍ଧୀ । ଆରମ୍ଭରୁ ଯୋଗୀ ସରକାର ଉପରେ ଆକ୍ରମଣ

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରାଜ୍ୟ ୟୁପିରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି   । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳମାନେ ଅଣ୍ଟା ଭଡିଛନ୍ତି । ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ୩ ଦିନିଆ ଗସ୍ତରେ ଯାଇ ୟୁପିରେ ପହଂଚିଛନ୍ତି । ସେ ୧୮ ତାରିଖ ପର୍ଯ୍ୟନ୍ତ ୟୁପିରେ ରହିବେ ଓ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତିର ସମୀକ୍ଷା କରିବେ ।

ଆସନ୍ତା ବର୍ଷ ୟୁପିରେ ହେବାକୁ ଥିବା ନିର୍ବାଚନର ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡିଛି । ୨୦୧୭ ୟୁପି ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ୟୁପିରେ କଂଗ୍ରେସ ବିଜେପି ଠାରୁ ଯେଭଳି ପରାଜୟ ଗ୍ରହଣ କରିଛି ତାହାକୁ ନଜରରେ ରଖି ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳ ନିର୍ବାଚନ ଲଢିବ ବୋଲି ଅନୁମାନ କରାଯାଉଛି । ଆଜି ପ୍ରିୟଙ୍କା ଗାନ୍ଧୀ ଲକ୍ଷେ୍ନø ପହଂଚିବା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବୋର୍ଦ୍ଧନା ଦିଆଯାଇଛି ।

ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଯେଭଳି ଭାବେ କରୋନା ବିରୋଧୀ ଲଢେଇରେ ଯୋଗୀଙ୍କ ସଫଳତାକୁ ନେଇ ପ୍ରଶଂସା କରିଥିଲେ ତାହାକୁ ନେଇ ପ୍ରିୟଙ୍କା କହିଛନ୍ତି କି ପ୍ରଧାନମନ୍ତ୍ରୀ ଯେତେ ଲୁଚାଇଲେ ବି କରୋନା କାଳରେ ଯୋଗୀଙ୍କ ଅମାନବୀୟ ଶାସନର କ୍ରୁରତା କେବେ ବି ଲୁଚିବ ନାହିଁ ।

from Kanak News
via <a href="https://ifttt.com/?

ଗଞ୍ଜାମ ଖଲ୍ଲିକୋଟ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଧାଡ଼ିରେ ଛିଡ଼ା ହେଉଛନ୍ତି ଉଭୟ ପୁରୁଷ ଓ ମହିଳା ।

କନକ ବ୍ୟୁରୋ: ଟିକା ପାଇଁ ରାତି ଅନିଦ୍ରା । କରୋନା ଟିକା ନେବା ପାଇଁ ସାରା ରାତି ଟିକାକରଣ କେନ୍ଦ୍ର ଆଗରେ ଧାଡିରେ ରହୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଖଲ୍ଲିକୋଟର କଲ୍ୟାଣ ମଣ୍ଡପ ଓ ଏସଏମ୍ ହାଇସ୍କୁଲରେ ଚାଲିଥିବା ଟିକା କେନ୍ଦ୍ରରେ ଅନ୍ଧାର ରାତିରେ ବି ଟିକା ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଖଲ୍ଲିକୋଟରେ ୩ଟି ଟିକା କେନ୍ଦ୍ରରେ ଟିକାକରଣ ଜାରି ରହିଥିବା ବେଳେ ୧୮-୪୪ ବର୍ଷର ଯୁବପୀଢି ଟିକା ନେବା ପାଇଁ ଗହଳି ଲଗାଉଛନ୍ତି । ଦୈନିକ ଦୁଇଟି ପର୍ଯ୍ୟାୟରେ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଡୋଜ ଟିକା ଦିଆଯାଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦ୍ୱିତୀୟ ଡୋଜ ଟିକା ଦିଆଯାଉଛି । ତେବେ ପ୍ରଥମ ଡୋଜ ଟିକା ନେବା ପାଇଁ ଲୋକଙ୍କ ଭିଡ ଲାଗୁଛି । ଶହ ଶହ ଲୋକେ ରାତି ୧୨ଟାରୁ ଧାଡି ବାନ୍ଧି ଛିଡା ହେଉଛନ୍ତି ।

ଖଲ୍ଲିକୋଟରେ ପଞ୍ଚାୟତ ସ୍ତରରେ ଟିକା କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଖୋର୍ଦ୍ଧା ଅଞ୍ଚଳରୁ ବହୁ ଲୋକ ଖଲ୍ଲିକୋଟକୁ ଟିକା ନେବା ପାଇଁ ଆସୁଛନ୍ତି । ରାତିରୁ ଶହ ଶହ ମହିଳା ଓ ପୁରୁଷଧାଡି ବାନ୍ଧି ସକାଳ ଯାଏଁ ଛିଡା ହେଉଛନ୍ତି । ଯାହା ଫଳରେ ଟିକାକେନ୍ଦ୍ରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ନବୀନଙ୍କ ଅନୁରୋଧ । କହିଲେ ଓଡ଼ିଶା ସରକାରଙ୍କୁ ଦିଆଯାଉ ୯୫ ପ୍ରତିଶତ ଟିକା । ଘରୋଇ ହସ୍ପିଟାଲର ଟିକାକୁ ୨୫ ପ୍ରତିଶତରୁ ୫ ପ୍ରତିଶତକୁ କମ୍ କରାଯାଉ ।

କନକ ବ୍ୟୁରୋ: ଓଡିଶା ସରକାରଙ୍କ ଦିଆଯାଉ ୯୫ ପ୍ରତିଶତ ଟିକା । କରୋନା ସମ୍ପର୍କୀତ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେବା କ୍ଷେତ୍ରରେ ଓଡିଶା ପାଇଁ ସରକାରୀ କୋଟାକୁ ୯୫ ପ୍ରତିଶତ କରାଯାଉ ଏବଂ ଘରୋଇ କୋଟାକୁ ୫ ପ୍ରତିଶତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାଦ୍ୱାରା ଟିକାକରଣର ଗତି ବଢି ପାରିବ । ସେହିଭଳି ତୃତୀୟ ଲହରର ଆଶଙ୍କା ରହିଛି । ତୃତୀୟ ଲହରରେ ଛୋଟ ପିଲାଙ୍କ ଉପରେ ସମ୍ଭାବ୍ୟ ପ୍ରଭାବ ପଡିପାରେ । ତେଣୁ ୧୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଟିକାକରଣ ଉପରେ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରମାର୍ଶ ଦେଇଛନ୍ତି । ଆଜି ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏକଥା କହିଛନ୍ତି ନବୀନ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲରେ ଆଲୋଚନା କରିଛନ୍ତି ମୋଦି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ପରେ ବଦଳିବେ କି କର୍ଣ୍ଣାଟକ କ୍ୟାବିନେଟ୍ । ୟେଦୁରୂପାଙ୍କୁ ଦିଲ୍ଲୀ ଡାକରା

କନକ ବ୍ୟୁରୋ : ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ବଦଳି ପାରେ କ୍ୟାବିନେଟ୍ । ୟେଦୁରୂପା ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୋଇପାରେ ବୋଲି ଅନୁମାନ କରାଯାଇଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରୂପାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ୟେଦୁରୂପା ଦିଲ୍ଲୀ ପହଂଚିବେ । ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଗୁରୁବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରୂପା କହିଥିଲେ କି ଏବେ ତାଙ୍କ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବାର କିଛି ପ୍ରସ୍ତାବ ନାହିଁ । ଏହି ବାବଦରେ କିଛି ନିଷ୍ପତ୍ତି ନେବାକୁ ସେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଉଛନ୍ତି ଓ ରାଜ୍ୟର ବିଭିନ୍ନ ମୁଦ୍ଦା ଉପରେ ସେଠାରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ମନ୍ତ୍ରୀମଣ୍ଡଳ ପୁର୍ନଗଠନ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ‘ମୋ ଲକ୍ଷ୍ୟରେ ସେମିତି କିଛି ପ୍ରସ୍ତାବ ନାହିଁ, ଦିଲ୍ଲୀରେ ଆଲୋଚନା ପରେ ସ୍ପଷ୍ଟ ହେବ’ । ଅନ୍ୟପଟେ ବିଜେପି ରାଜ୍ୟ ଅଧ୍ୟକ୍ଷ ନଳୀନ କୁମାର କଟିଲ କହିଛନ୍ତି କି ଏହା ମୁଖ୍ୟମନ୍ତ୍ରୀଙ୍କ ବିବେକ ଉପରେ ନିର୍ଭର କରେ ।

ଅନ୍ୟପଟେ ଆକଳନ କରାଯାଇଛି କି ପ୍ରଧାନମନ୍ତ୍ରୀ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ ସହିତ ପ୍ରସ୍ତାବିତ ବୈଠକରେ ୟେଦୁରୂପା କାବେରୀ ନଦୀ ଉପରେ ମେକେଦାତୁ ପରିଯୋଜନାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରନ୍ତୁ ବୋଲି ଦାବି କରିପାରନ୍ତି    । କହିରଖୁ କି ପଡୋଶୀ ରାଜ୍ୟ ତାମିଲନାଡୁ ଏହି ଯୋଜନାକୁ ବିରୋଧ କରୁଛି । ୟେଦୁରୂପା ଶନିବାର ଦିନ ପୁଣି କର୍ଣ୍ଣାଟକ ଫେରିବେ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ଏୟାରଲିଫ୍ଟ ହେବେ ଓଏଏସ୍ ଅଫିସର ମାନସ ରାୟ । କୋଭିଡ୍ ଆକ୍ରାନ୍ତ ପରେ ୮୦ ପ୍ରତିଶତ ଫୁସଫୁସ ହୋଇଛି ସଂକ୍ରମିତ ।

କନକ ବ୍ୟୁରୋ: ଏୟାରଲିଫ୍ଟ ହେବେ ଓଏଏସ୍ ଅଫିସର ମାନସ ରାୟ  । ସେ ଝାରସୁଗୁଡ଼ାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ନିୟୋଜିତ ହୋଇଥିଲେ ଏବଂ ଡେପୁଟେସନରେ ଲଖନପୁର ଆଡିସନାଲ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ  । ତେବେ ମେ ୨୮ରେ ସେ କୋଭିଡ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା  । ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଳା ।  ସମ୍ପୃକ୍ତ ହସ୍ପିଟାଲରେ ଗୋଟିଏ ମାସ ହେଲା ତାଙ୍କର ଏକମୋ ଚିକିତ୍ସା ଚାଲିଛି । ତେବେ ତାଙ୍କର ଫୁସଫୁସ ପ୍ରାୟ ୮୦ ପ୍ରତିଶତ ସଂକ୍ରମିତ ହୋଇଛି, ତେଣୁ ଫୁସଫୁସ ପ୍ରତିରୋପଣ ପାଇଁ ତାଙ୍କୁ ଚେନ୍ନାଇର ଏମଜି ହେଲଥକେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ  । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମେଡିକାଲ ଆଡଭାନ୍ସ ଭାବରେ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି  । ସମସ୍ତ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟିରୁ ଅଧିକ ଖର୍ଚ୍ଚ ହେବ  । ଏଥିପାଇଁ ଆର୍ଥିକ ସହାୟତା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । ରାୟଟର୍ସର ଫଟୋ ସାମ୍ବାଦିକ ଦାନିଶ୍ ସିଦ୍ଦିକ ହତ୍ୟାର ଶିକାର ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ରାୟଟର୍ସର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା କରାଯାଇଛି । ଆଫାଗାନିସ୍ତାନରେ ଚାଲିଥିବା ହିଂସାର ଫଟୋ ଉର୍ତ୍ତୋଳନ କରିବାକୁ କିଛିଦିନ ହେବ ସେ ସେଠାରେ ରହିଥିଲେ । ଆଫଗାନିସ୍ତାନର ଏକ ଗଣମାଧ୍ୟମ ଏହି ସୂଚନା ଦେଇଛି । ସିଦ୍ଦିକଙ୍କ ହତ୍ୟା କାନ୍ଦାହାର ନିକଟ ବୋଲ୍ଡକ ଅଞ୍ଚଳରେ ହୋଇଥିବା ସୂଚନା ଦିଆଯାଇଛି ।

କହିରଖୁ କି ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ସେଠାରେ ଭୀଷଣ ହିଂସା ଦେଖିବାକୁ ମିଳିଛି । ଜାରି ରହିଥିବା ହିଂସାର କଭରେଜ କରିବାକୁ ସିଦ୍ଧିକ ସେଠାକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି । ଦିଲ୍ଲୀରେ ରହୁଥିବା ସିଦ୍ଦିକ ପ୍ରଥମେ ଜଣେ ଟିଭି ରିପୋର୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିବା ବେଳେ ପରେ ଫଟୋ ସାମ୍ବାଦିକତାକୁ ଆପଣାଇ ନେଇଥିଲେ ।

୨୦୧୮ ରେ ସିଦ୍ଦିକ ନିଜ ସହଯୋଗୀ ଅଦନାନ୍ ଆବିଦଙ୍କ ସହ ପ୍ରଥମ ଭାରତୀୟ ଭାବେ ପୂଲଟିଜର ପୁରସ୍କାର ଜିତିଥିଲେ    । ଏହାସହ ସେ ବିଭିନ୍ନ ସମୟରେ ରୋହିଙ୍ଗ୍ୟା ମାନଙ୍କର ସମସ୍ୟାକୁ ନେଇ କଭରେଜ କରୁଥିଲେ ।

କହିରଖୁ କି ଆଫଗାନିସ୍ତାନର ରାଜଦୂତ ଫରୀଦ ମମୁଦ ଶୁକ୍ରବାର ଦିନ ସିଦ୍ଦିକଙ୍କ ହତ୍ୟା ବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ହେଲେ ସିଦ୍ଦିକଙ୍କୁ କାହିଁକି ହତ୍ୟା କରାଗଲା ତାହା ବାବଦରେ କିଛି ସ୍ପଷ୍ଟ ଖବର ମିଳିପାରି ନାହିଁ ।

from Kanak News
via <a href="https://ifttt.com/?

ମଣ୍ଡି ସମସ୍ୟା ନେଇ ବିଜେଡ଼ି ବିଜେପି ମୁହାଁମୁହିଁ । ଟୋକନ ବ୍ୟବସ୍ଥା ନେଇ ବିଜେପିର ଅଭିଯୋଗ ଖଣ୍ଡନ କଲା ବିଜେଡ଼ି ।

କନକ ବ୍ୟୁରୋ: ଧାନ ବିକ୍ରି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ଘେରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାନ କିଣା ବିକା ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ କହିଛି, ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କିନ୍ତୁ ଟୋକନ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି ବିଜେପି ଓ କୁମ୍ଭୀର କାନ୍ଦଣା କାନ୍ଦୁଛି । ଖାଲି ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଉପରେ ବି ବର୍ଷିଛି ଦଳ ।

ବିଜେଡି କହିଛି, ଏଯାଏଁ ୬୫୭୦ କୋଟି ଟଙ୍କା କେନ୍ଦ୍ର ଦେଇନି । ବକେୟା ପଇସା ତୁରନ୍ତ ପୈଠ କରିବାକୁ ଦଳ ଦାବି କରିଛି । ପ୍ରୋକରମେଣ୍ଟ ସରିବାବେଳକୁ ରାଜ୍ୟ, କେନ୍ଦ୍ରଠୁ ସମଗ୍ର ପଇସା ପାଇବା କଥା । କିନ୍ତୁ ଏହା ଏ ଯାଏଁ ହୋଇପାରିଲା ନାହିଁ । ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ସମସ୍ତ ଏଫସିଆଇ ଗୋଦାମ ସମ୍ମୁଖରେ ଧାରଣା ଦେବାକୁ ଘୋଷଣା କରିଛି ବିଜେଡି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started