ଶୁକ୍ରବାର ଅପରାହ୍ନରୁ ଖୋଲିବ କେରଳର ସାବରିମାଲା ମନ୍ଦିର । ଆସନ୍ତା କାଲିଠାରୁ ଦର୍ଶନ କରିପାରିବେ ଭକ୍ତ

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ରାଜ୍ୟ ସରକାର ମାନଙ୍କ ପକ୍ଷରୁ ରାଜ୍ୟମାନଙ୍କରେ ଥିବା ଛୋଟ ବଡ ଧାର୍ମିକ ପୀଠକୁ ବନ୍ଦ ରଖା ଯାଇଥିଲା । ଏବେ କରୋନା ସଂକ୍ରମଣ କମିଥିବାରୁ ପୁଣି ଧାର୍ମିକ ପୀଠ ଗୁଡିକୁ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶୁକ୍ରବାର ଅପରାହ୍ନ ଠାରୁ ଖୋଲାଯିବ ବୋଲି କୁହାଯାଇଛି । ହେଲେ ଆସନ୍ତା କାଲିଠାରୁ ସର୍ବସାଧାରଣ ଦର୍ଶନ କରିପାରିବେ ।

କୁହାଯାଇଛି କି ମାଲାୟଲମ୍ ମାସ କାରକିଦକମ୍ ଉପଲକ୍ଷେ ମନ୍ଦିରରେ କିଛି ସ୍ୱତନ୍ତ୍ର ପୂଜା ପାଇଁ ଖୋଲା ଯାଇଛି । ଅନ୍ୟପଟେ ସାବରିମାଲା ମନ୍ଦିର ପରିଚାଳନା କରୁଥିବା ‘ଟାୱାଙ୍କୋର ଦେବସ୍ୱମ୍ ବୋର୍ଡ’ (ଟିଡିପି) ପକ୍ଷରୁ ମନ୍ଦିରରେ ସାଧାରଣ ଦର୍ଶନ ନିମନ୍ତେ କିଛି କଟକଣା ଜାରି କରାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି କି ମନ୍ଦିର ଦର୍ଶନରେ ଆସୁଥିବା ତୀର୍ଥଯାତ୍ରୀମାନେ ନିଜ ସାଙ୍ଗରେ କୋଭିଡ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଂଟା ମଧ୍ୟରେ କରାଯାଇଥିବା ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଆଣିବାକୁ ପଡିବ । ନଚେତ ସେମାନଙ୍କୁ ମନ୍ଦିର ପ୍ରବେଶର ସୁଯୋଗ ମିଳିବ ନାହିଁ । ଏହାସହ ମନ୍ଦିର ଦର୍ଶନ ପାଇଁ ଅନଲାଇନ ପେର୍ଟାଲ ମାଧ୍ୟମରେ ବୁକିଂ କରିଥିବା ଆବଶ୍ୟକ । ଏହାସହ ଦୈନିକ ସର୍ବାଧିକ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

କହିରଖୁ କି, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କେରଳରେ କରୋନା ସଂକ୍ରମଣ ଏବେବି ଉଦବେଗଜନକ ସ୍ଥିତିରେ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୯ ହଜାର ଉପରେ ଥିବା ବେଳେ ‘ଜିକା’ ଭୂତାଣୁ ସଂକ୍ରମଣ ବି ବୃଦ୍ଧି ପାଇଛି ।

from Kanak News
via <a href="https://ifttt.com/?

ଟିକା ନେବା ପରେ ୧ ହଜାରରେ ୩ ଜଣଙ୍କୁ ହେଉଛି କରୋନା । ଦ୍ୱିତୀୟ ଡୋଜ୍ ନେଇଥିଲେ ସଂକ୍ରମିତ ହେଲେ ବି ହେବେ ନାହିଁ ଗୁରୁତର ।

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ଏବେ ବି ଚିନ୍ତାଜନକ ରହିଛି । ଏହାର କାରଣ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏଠାକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଯାତାୟାତ ହେଉଛି । ବସ୍ ଟ୍ରେନ୍ ଓ ଫ୍ଲାଇଟରେ ସବୁବେଳେ ଚଳପ୍ରଚଳ ହେଉଛି । ଯିଏ ଆସୁଛି, ସେ ଲକ୍ଷଣହୀନ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡ଼ାଯାଇନପାରେ ବୋଲି ସେ କହିଛନ୍ତି ।

କିିଛି ସ୍ଥାନରେ କୋଭିଡ ନିୟମର ଉଲ୍ଲଂଘନ କରାଯାଉଥିବାର ମଧ୍ୟ ନଜର ଆସୁଛି । ସେଥିପାଇଁ ପ୍ରଶାସନକୁ ଦୋକାନ ବଜାର ବନ୍ଦ କରିବାକୁ ପଡ଼ୁଛି । ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି, ସେଠି କଣ୍ଟେନମେଣ୍ଟ ଜୋନ କରାଯାଉଛି । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି । କିଭଳି ତାକୁ କମ୍ କରାଯିବ, ସେ ଦିଗରେ କାମ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେପଟେ ଟିକା ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି । ଅନ୍ତର୍ଜାତୀୟ ରିପୋର୍ଟ କହୁଛି, ୦.୩ ପ୍ରତିଶତ ଲୋକଙ୍କୁ ଟିକା ନେବା ପରେ ବି ସଂକ୍ରମଣ ହେଉଛି । ହେଲେ ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ସେମାନେ ଗୁରୁତର ହେଉ ନାହାନ୍ତି । ଟିକା ନେଲେ ରୋଗ ପ୍ରତିଷେଧକ ଶକ୍ତି ବଢ଼ୁଛି ।

from Kanak News
via <a href="https://ifttt.com/?

ଟିକାର ସବୁଠାରୁ ବଡ଼ ଅର୍ଡ଼ର ଦେଲେ ସରକାର । କୋଭିସିଲ୍ଡ ଓ କୋଭାକ୍ସିନର ୬୬ କୋଟି ଡ଼ୋଜ ପାଇଁ ୧୪ ହଜାର ୫୦୫କୋଟି ଟଙ୍କାର ବରାଦ ।

କନକ ବ୍ୟୁରୋ: ଟିକା ନେଇ ସବୁଠୁ ବଡ଼ ଅର୍ଡର ଦେଲେ କେନ୍ଦ୍ର ସରକାର  । ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍ ପାଇଁ ବରାଦ ଦିଆଯାଇଛି । ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ୍ ଡୋଜ୍ ପାଇଁ ଏହି ଅର୍ଡର ଦେଇଛି କେନ୍ଦ୍ର  ।

ଡିସେମ୍ବର ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର  । ଆଉ ଏଥିପାଇଁ ପର୍ଯ୍ୟାପ୍ତ ଟିକାର ଆବଶ୍ୟକ ରହିଛି  । ଜୁନ୍ ୨୬ରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ  । ଏଥିରେ ଦର୍ଶାଯାଇଥିଲା ଯେ, ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ୧୩୫ କୋଟି ଡୋଜ୍ ପାଇଁ ବ୍ୟବସ୍ଥା କରାଯାଉଛି  । ଏବେ କରାଯାଇଥିବା ୬୬ କୋଟି ଡୋଜ୍ ବରାଦ ସହ ଅନ୍ୟ ୩୦ କୋଟି ଡୋଜ୍ ପାଇଁ ମଧ୍ୟ ଆଗୁଆ ଅର୍ଥ ପୈଠ କରାଯାଇଛି  ।

ହାଇଦ୍ରାବାଦ ସ୍ଥିତ ବାଇଲୋଜିକାଲ-ଇ’ର କର୍ବେଭାକ୍ସ ଟିକା ପାଇଁ ଏହି ଆଗୁଆ ଅର୍ଥ ଦିଆଯାଇଛି  । ଦେଶରେ ଏବେ କୋଭିସିଲଡ, କୋଭାକ୍ସିନ ଓ ସ୍ପୁଟନିକ  ଭି ଟିକା ଦିଆଯାଉଛି  । ହେଲେ ଅନେକ ସମୟରେ ଟିକାର ଅଭାବ ଖବର ସାମ୍ନାକୁ ଆସୁଛି  । ଆଉ ଟିକାର ଅଭାବ ଯୋଗୁଁ ଟିକାକରଣ ଅନେକ ଭାବେ ପ୍ରଭାବିତ ହେଉଛି, ତେଣୁ ଏବେ ବରାଦ ହୋଇଥିବା ଏହି ସବୁ ଟିକାର ଡୋଜ୍ ଉପଲବ୍ଧ ହେଲେ ଟିକାକରଣର ବେଗ ଆଗକୁ ବଢ଼ିବାର ସମ୍ଭାବନା ରହିଛି  ।

from Kanak News
via <a href="https://ifttt.com/?

୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ । କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ଜରୁରୀ 

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କେଉଁଭଳି ପଦକ୍ଷେପ ନିଆଯାଇ ପାରିବ ସେନେଇ ୬ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂକ୍ରମଣକୁ ଆମକୁ ରୋକିବାକୁ ହେବ । କରୋନା ସହ ଲଢେଇ କରିବା ପାଇଁ ଆମକୁ ୪ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହାସହିତ ମୋଦି କହିଛନ୍ତି, କରୋନା ବିରୋଧୀ ଲଢେଇରେ ଟିକା ଆମର ଏକ ବଡ ଅସ୍ତ୍ର, ତେଣୁ ଟିକାକରଣ ପ୍ରକ୍ରିୟାର ପରିଚାଳନା ଠିକ୍ ଭାବେ ହେବା ନିହାତି ଆବଶ୍ୟକ । ଶିଶୁଙ୍କୁ ସଂକ୍ରମଣରୁ ରୋକିବାକୁ ହେଲେ ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଜରୁରୀ । ଗ୍ରାମାଞ୍ଚଳରେ ଅଧିକ ନଜର ରଖିବାକୁ ପଡିବ । ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।

from Kanak News
via <a href="https://ifttt.com/?

ଆଜିଠୁ ଗର୍ଭବତୀ ମହିଳାଙ୍କୁ ଦିଆଯିବ କରୋନା ଟିକା । କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ପାଇଁ କରାଗଲା ବ୍ୟବସ୍ଥା ।

କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ଟିକା । କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ ।ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,ଗର୍ଭବତୀ ମହିଳାମାନେ ଟିକାକେନ୍ଦ୍ରକୁ ଆସି ଧାଡିରେ ଠିଆହେବାକୁ ପଡିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶାଦିଦି ଏ ନେଇ ସେମାନଙ୍କୁ ସହାୟତା କରିବେ । ତେବେ ଘରକୁ ଯାଇ ଟିକାଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷକୁ ୯ ଲକ୍ଷ ମହିଳା ଗର୍ଭବତୀ ହେବା ନେଇ ପଞ୍ଜିକରଣ କରନ୍ତି । ସେଥିମଧ୍ୟରୁ ପ୍ରଥମେ ସାଢେ ୪ ଲକ୍ଷଙ୍କୁ ଏବେ ଟିକା ପାଇଁ ଠାବ କରାଯାଇପାରିବ ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଛତିଶଗଡ ଦନ୍ତେୱାଡ଼ାରେ ପୁଲିସ-ମାଓବାଦୀ ମୁହାଁମୁହିଁ । ପୁଲିସ ଗୁଳିରେ ଆଖି ବୁଜିଲେ ୩ ମାଓବାଦୀ।

କନକ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ପୁଲିସ–ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଦନ୍ତେୱାଡ଼ା ଜିଲ୍ଲା ଫର୍ସପାଲ ଥାନା ଅନ୍ତର୍ଗତ ଢୋଲକାଲ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତିର ଖବର ପାଇ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡ଼ିଆରଜି ଯବାନ । ଗତକାଲି ସଂଧ୍ୟା ସମୟରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ୩ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ୩ଟି ବନ୍ଧୁକ, କିଟବ୍ୟାଗ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀ ମାନେ ସମସ୍ତେ ମାଓବାଦୀଙ୍କ ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଦିନେ ଯେଉଁ ଷ୍ଟେସନରେ ଚା ବିକୁଥିଲେ, ଆଜି ସେହି ଷ୍ଟେସନ ପୁନଃନିର୍ମାଣର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବଡନଗର ରେଳ ଷ୍ଟେସନରେ ଚା ବିକ୍ରି କରୁଥିଲେ   । ଏକଥା ସେ ନିଜେ ୨୦୧୪ ପୂର୍ବରୁ ନିର୍ବାଚନୀ ସଭାରେ କହିଥିଲେ । ସେ ରେଳ ଷ୍ଟେସନର ଚା ଦୋକାନ ଛାଡି ରାଜନୀତିକୁ ଆସିବା ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପରେ ଦେଶର ପ୍ରଧାନମନ୍ତ୍ରୀ ହେବାର ୭ ବର୍ଷ ପରେ ଆଜି ସେହି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିବେ । ଗୁଜୁରାଟର ମେହସାଣା ଜିଲ୍ଲାରେ ଥିବା ଏହି ରେଳ ଷ୍ଟେସନ ମୋଦୀଙ୍କ ନିଜ ସହର ଭାବେ ବେସ୍ ପରିଚିତ ।

ପଶ୍ଚିମ ରେଳ ମଣ୍ଡଳର ରେଳ ପ୍ରବନ୍ଧକ ଦୀପକ କୁମାର ଝା କହିଛନ୍ତି ବଡନଗର ସହର ଧରୋହର ଅଞ୍ଚଳର  ଯେଉଁଥିପାଇଁ ରେଳ ଷ୍ଟେସନର କୋଠାଗୁଡିକୁ ୮.୫ କୋଟି ଟଙ୍କା ବିନିଯୋଗରେ ଐତିହ୍ୟ ଭଳି ସଜାଯାଇଛି ।

ଗୁଜୁରାଟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି କି ରେଳ ଷ୍ଟେସନର ପୁନଃ ନିର୍ମାଣ ସହ ପ୍ରଧାନମନ୍ତ୍ରୀ ଆଜି ଅନେକ ପରିଯୋଜନାର ଉଦଘାଟନ କରିବାକୁ ଯାଉଛନ୍ତି । ଅନ୍ୟପଟେ ଝା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଏହି ରେଳ ଷ୍ଟେସନ ଓ ତାର ଆଖ ପାଖ ଅଞ୍ଚଳ ରେ ଥିବା ଗ୍ରାମ ଗୁଡିକ ପ୍ରସିଦ୍ଧ ତରଙ୍ଗ ପାହାଡର ପାଖା ପାଖି । ଯାହାକି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । ତେଣୁ ଏହି ରେଳ ଷ୍ଟେସନର ପୁନଃନିର୍ମାଣ ହୋଇପାରିଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।

କୁହାଯାଉଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିତା ଦାମୋଦର ଦାସ ମୋଦୀ ଏହି ରେଳ ଷ୍ଟେସନରେ ଚା ବିକ୍ରି କରୁଥିଲେ । ପ୍ରଧାନମନ୍ତ୍ରୀ ଛୋଟ ବେଳେ ଏହି ଚା ଦୋକାନରେ ବାପାଙ୍କୁ ସହାଯ୍ୟ କରୁଥିଲେ ।

from Kanak News
via <a href="https://ifttt.com/?

ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ୍ରୋନ୍ ଜରିଆରେ ପଠାଯିବ କୋଭିଡ଼ ଟିକା, ଔଷଧ ଓ ନମୁନା ସଂଗ୍ରହ କିଟ୍ ।

କନକ ବ୍ୟୁରୋ: ଏଣିକି ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ଼୍ରୋନ୍ ଜରିଆରେ କୋଭିଡ଼ ଟିକା, ନମୁନା ସଂଗ୍ରହ କିଟ୍ ପଠାଯିବ । ଖାଲି ସେତିକି ନୁହେଁ ଟିକା ଏବଂ ଔଷଧ ମଧ୍ୟ ପହଞ୍ଚାଯିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଡ଼୍ରୋନ୍ ବ୍ୟବହାର ନେଇ ପରୀକ୍ଷଣ କରାଯାଇଛି । ଡ଼୍ରୋନ୍ ବ୍ୟବହାର ଫଳରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ସମ୍ଭାବନା କମ୍ ରହିବ । ତେବେ ପାଖାପାଖି ୧୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଏହି ଡ଼୍ରୋନ୍ ଯାଇପାରିବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ଭଞ୍ଜନଗରରେ ଟିକା ପାଇଁ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ୩୮୦ ଟିକା ପାଇଁ ଆସିଛନ୍ତି ଶହ ଶହ ଲୋକ ।

କନକ ବ୍ୟୁରୋ: ଟିକା ପାଇଁ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼  । ଡୋଜ୍ ଅଛି ମାତ୍ର ୮୦ , ହେଲେ ଟିକା ନେବାକୁ ଶହ ଶହ ଲୋକଙ୍କ ଭିଡ଼  । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିକାକରଣ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି  । ଏବେ ସୁଦ୍ଧା କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇନଥିବାର ଖବର ମିଳିଛି  । ମୋଟ୍ ୩୮୦ ଡୋଜ୍ ରହିଥିବା ବେଳେ ଅନଲାଇନ ମାଧ୍ୟମରେ ୩ଶହ ଟିକା ବୁକ ହୋଇଛି  । ବାକି ୮୦ ଡୋଜ୍ ଅଫଲାଇନ ମାଧ୍ୟମରେ ଦିଆଯିବ   । ଆଉ ଏତିକି ଡୋଜ୍ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି  । ଭିଡ଼କୁ ଦେଖି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ପୋଲିସକୁ ମଧ୍ୟ ଜଣାଇଛନ୍ତି  ।

from Kanak News
via <a href="https://ifttt.com/?

ଆରପାରିରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ସୁରେଖା ସୀକରୀ । ୭୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

କନକ ବ୍ୟୁରୋ : ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସୀକରୀଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘଦିନ ହେବ ସେ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସିରିଅଲ ବାଳିକା ବଧୁ ଓ ଚଳଚିତ୍ର ‘ବଧାଇ ହୋ’ ରେ ଜେଜେ ମା ଭୂମିକାରେ ଅଭିନୟ କରି ସେ ବେସ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସୁରେଖାଙ୍କ ମ୍ୟାନେଜର ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ମ୍ୟାନେଜରଙ୍କ ସୂଚନା ମୁତାବକ ଆଜି ସକାଳେ ସୁରେଖାଙ୍କ ମୃତ୍ୟୁ ହୋଇଛି । ୨୦୧୮ ମସିହାରେ ପ୍ରଥମେ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିଲା ଏହାପରେ ପୁଣି ୨୦୨୦ ମସିହା ସେପ୍ଟେମ୍ବର ମାସରେ ଦ୍ୱିତୀୟ ଥର ବି ଷ୍ଟ୍ରୋକ୍ ହୋଇଥିଲା । ଏଥର ଚିକିତ୍ସା ପାଇଁ ସେ ଆର୍ଥିକ ସହାୟତା ମାଗିଥିଲେ ।

ସୁରେଖା ସୀକରୀ ଥିଏଟରରୁ କଳାକାର ଜୀବନ ଆରମ୍ଭ କରି ଟିଭି ସିରିଅଲ, ଫିଲ୍ମରେ କାମ କରିଥିଲେ । ତାଙ୍କ ୩ ଥର ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ୬୬ ତମ ଜାତୀୟ ଚଳଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ବି ପୁରସ୍କୃତ କରାଯାଇଥିଲା । ଫିଲ୍ମ ‘ବଧାଇ ହୋ’ ରେ ସେ ଅଭିନୟ କରିଥିବା ଜେଜେ ମା ଭୂମିକା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started