ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ, ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ । ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସମନ୍ଥନ ଚାଲିଛି । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଅବଗତ କରାଇଛି ବିଭାଗ ।

from Kanak News
via <a href="https://ifttt.com/?

ଉପରକୁ ବଢୁଛି ତୈଳ ଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟପିଛି, ଭୁବନେଶ୍ୱରରେ ଜାଣନ୍ତୁ କେତେ…

 ଗତ କାଲି ଉଭୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବା ପରେ ଆଜି ଅର୍ଥାତ ଜୁଲାଇ ୧୬ ତାରିଖରେ ତାହା ଅପରିବର୍ତ୍ତିତ ରହିଛି ।

ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୫୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୫୪ ଓ ଡିଜେଲ ଲିଟର ପିଛା ୯୭.୪୫ରେ ବିକ୍ରି ହେଉଛି । ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୩୬ ରେ ଓ ଡିଜେଲରେ ୯୭.୯୫ ବିକ୍ରିହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ. ୧୦୭.୪୩ ଓ ଡିଜେଲ ଟ ୧୦୨.୮୬ ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ. ୧୦୨.୯୬ ଡିଜେଲ ଟ.୯୮.୫୫ ବିକ୍ରି ହେଉଛି । ବାଲେଶ୍ବରରେ ୧୦୨.୩୫ ଓ ଡିଜେଲ ଟ.୯୭.୯୬ରେ ବିକ୍ରି ହେଉଛି ।

from Kanak News
via <a href="https://ifttt.com/?

୨୪ ଘଣ୍ଟାରେ ଦେଶରୁ ୩୮,୯୪୯ ନୂଆ ପଜିଟିଭ୍ ଚିହ୍ନଟ । ଆଖି ବୁଜିଲେ ଆଉ ୫୪୨ ଜଣ ସଂକ୍ରମିତ । ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧କୁ ବୃଦ୍ଧି ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫୪୯କୁ ହ୍ରାସ ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୪୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୦,୦୨୬ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୧,୮୩,୮୭୬ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୩୦,୪୨୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଯାହାକି ମୋଟ ଆକ୍ରାନ୍ତ ସଂଖ୍ୟାର ୧.୩୯ ପ୍ରତିଶତ । ସେହିପରି ଦେଶର ସାପ୍ତାହିକ ପଜିଟିଭିଟି ହାର ଏବେ ୨.୧୪ ପ୍ରତିଶତ ରହିଛି । ସେହିପରି ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୮ ଲକ୍ଷ ୭୮ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୯,୫୩,୪୩,୭୬୭ ଜଣଙ୍କୁ ଟିକା ଦିଆଯାଇଛି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ପରୀକ୍ଷାର୍ଥୀଙ୍କ ଦାବିକୁ ମାନିଲେ କେନ୍ଦ୍ର ସରକାର । ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବଢିଲା ବ୍ୟବଧାନ ।

କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ଦାବିକୁ ମାନି ନେଇଛନ୍ତି କେନ୍ଦ୍ର ସରକାର । ୨୦୨୧ ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବ୍ୟବଧାନ ବଢ଼ାଇ ଦିଆଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇଟି ସେସନ୍ ମଧ୍ୟରେ ଚାରି ସପ୍ତାହ ସମୟ ବ୍ୟବଧାନ ବଢ଼ାଇ ଦିଆଯାଇଛି । ଏନେଇ ଏନଟିଏକୁ ଜଣାଇ ଦିଆଯାଇଛି । ଜେଇ-ମେନ୍ ସେସନ୍-୪ ପରୀକ୍ଷା ଅଗଷ୍ଟ ୨୬, ୨୭ ଓ ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ କରାଯିବ । ସେହିପରି ପଞ୍ଜୀକରଣକୁ ଜୁଲାଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏପର୍ଯ୍ୟନ୍ତ ୭ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ, ଜେଇ ମେନ୍ ସେସନ-୪ ପରୀକ୍ଷା ପାଇଁ ପଞ୍ଜୀକୃତ କରି ସାରିଲେଣି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଆଜି ହେରା ପଞ୍ଚମୀ । ରାତିରେ ଲକ୍ଷ୍ମୀ ଆସି ଅଭିମାନରେ ଭାଙ୍ଗିବେ ଜଗନ୍ନାଥଙ୍କ ରଥ ।

କନକ ବ୍ୟୁରୋ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ବିଧି ପରମ୍ପରା ପୂର୍ବକ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ।

ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ହେରାପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସଂଧ୍ୟା ଆଳତୀ ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ବନ୍ଦାପନା କରିବେ । ତେବେ ସଂଧ୍ୟା ଧୂପ ଚାଲିଥିବା ବେଳେ ଟେରା ପଡ଼ିବ । ଏହାପରେ ରାଗ ଜର୍ଜରିତ ହୋଇ ଅଭିମାନିନି ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଛୁ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ଅଭିମାନିନି ଲକ୍ଷ୍ମୀ ବଡ଼ଦାଣ୍ଡ ବାଟେ ନଫେରି ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ ।

from Kanak News
via <a href="https://ifttt.com/?

ପଙ୍ଗୁ ହୋଇଯିବ ଏମ୍‌କେସିଜି! ୫ ପ୍ରଫେସର ଗଲେ, ଜଣେ ଆସିଲେ, ଶିଶୁରୋଗ ବିଭାଗର ୩ ଡାକ୍ତରଙ୍କ ବଦଳି

ଦକ୍ଷିଣ ଓଡ଼ିଶାର ସର୍ବବୃହତ୍‌ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ଅଧିକାଂଶ ସମୟ ସରକାରୀ ଅବହେଳାର ଶିକାର ହୋଇଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ମେଡିକାଲ କଲେଜ ଖୋଲିବାପରେ ଏଠାରୁ ବହୁ ଡାକ୍ତର ଓ ବିଶେଷଜ୍ଞଙ୍କୁ ବଦଳି କରାଯାଇଛି। କିନ୍ତୁ ତାଙ୍କ ସ୍ଥାନରେ ଶତପ୍ରତିଶତ ନୂତନ ନିଯୁକ୍ତି ଦିଆଯାଉନାହିଁ।

ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍‌କେସିଜି ମେଡିକାଲର ୬ଜଣ ସହକାରୀ ପ୍ରଫେସର ପ୍ରଫେସର ପଦବିକୁ ପଦୋନ୍ନତି ପାଇଛନ୍ତି। ତନ୍ମଧ୍ୟରୁ ୫ଜଣଙ୍କୁ ଅନ୍ୟ ମେଡିକାଲକୁ ବଦଳି କରାଯାଇଥିବା ବେଳେ ବଦଳରେ ଜଣେ ମାତ୍ର ପ୍ରଫେସର ଏମ୍‌କେସିଜି ମେଡିକାଲକୁ ଆସିଛନ୍ତି। ସେହିପରି ଶିଶୁରୋଗ ବିଭାଗର ୩ଜଣ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି। ଅଭିଜ୍ଞ ଡାକ୍ତରଙ୍କୁ ଏଠାରୁ ବଦଳି କରାଯାଉଥିବା ବେଳେ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଉନାହିଁ। ଏଣୁ ଏମ୍‌କେସିଜି ମେଡିକାଲକୁ ଜାଣିଶୁଣି ପଙ୍ଗୁ କରାଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ଜନଅସେନ୍ତାଷ ମୁଣ୍ଡ ଟେକିବାର ସମ୍ଭାବନା ବି ଦେଖାଦେଇଛି।

ନିକଟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଆସୋସିଏଟ୍‌ ପ୍ରଫେସର ଡା. ଉମାଶଙ୍କର ମିଶ୍ର, ଶିଶୁରୋଗ ବିଭାଗ ଡାକ୍ତର ସୁନୀଲ କୁମାର ଅଗ୍ରୱାଲ୍‌, ସର୍ଜରି ବିଭାଗ ଡାକ୍ତର ମନୋଜ କୁମାର ସେଠୀ, ବାୟୋକେମେଷ୍ଟ୍ରି ବିଭାଗ ଡାକ୍ତର ଅନୁଭା ମିଶ୍ର, ଫିଜିଓଲୋଜି ବିଭାର ଡାକ୍ତର ବିଭୂପଦ ମହାପାତ୍ର ଓ ମାନସିକ ରୋଗ ବିଭାଗର ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପ୍ରଫେସର ପଦବିକୁ ପଦୋନ୍ନତି ମିଳିଛି। ଏହି ୬ଜଣ ଡାକ୍ତରଙ୍କ ମଧ୍ୟରୁ ୫ଜଣଙ୍କ ଅନ୍ୟତ୍ର ବଦଳି ହୋଇଛି। ଠିକ୍‌ ସେହିପରି ୮ଜଣ ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ଆସୋସିଏଟ୍‌ ପ୍ରଫେସର ଭାବେ ପଦୋନ୍ନତି ଦିଆଯାଇଛି। ତନ୍ମଧ୍ୟରୁ ୪ଜଣଙ୍କୁ ଏମ୍‌କେସିଜି ମେଡିକାଲରେ ଅବସ୍ଥାପିତ କରାଯାଇଥିବା ବେଳେ ୪ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମାତ୍ର ୨ଜଣଙ୍କ ଏମ୍‌କେସିଜି ମେଡିକାଲ କଲେଜକୁ ବଦଳି ହୋଇଛି। ସେହିପରି ପଦୋନ୍ନତି ପରେ ଖାଲି ପଡ଼ିଥିବା ୮ଟି ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବିରେ ମଧ୍ୟ କେହି ନିଯୁକ୍ତି ପାଇ ନାହାନ୍ତି।

ଅନ୍ୟପଟେ ଶିଶୁ ରୋଗ ବିଭାଗରୁ ପ୍ରଫେସର ଅଗ୍ରୱାଲ୍‌ଙ୍କ ସହିତ ଆସୋସିଏଟ୍‌ ପ୍ରଫେସର ପଦବିକୁ ପଦୋନ୍ନତି ପାଇଥିବା ଦୁଇଜଣ ଡାକ୍ତରଙ୍କୁ ବଦଳି କରାଯାଇଛି। ଏମ୍‌କେସିଜି ମେଡିକାଲ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ଜାରି ରହିଲେ ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ଆଶଙ୍କା ପାଇଛି। ତୁରନ୍ତ ଖାଲି ପଦବି ପୂରଣ ଦିଗରେ ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

from Kanak News
via <a href="https://ifttt.com/?

୨୪ଘଣ୍ଟାର କରୋନା ମିଟର । ଲଗାତର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ୨ ହଜାର ଉପରେ । ଖୋର୍ଦ୍ଧାରେ ସଂକ୍ରମଣ ୪ଶହ ଉପରେ, କଟକରେ ୩୧୯ ।

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୪୬ ଜଣ ହୋଇଥିବାବେଳେ, କଟକରେ ୩୧୯, ବାଲେଶ୍ୱରରେ ୧୭୬ ଓ ଯାଜପୁରରେ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜିଲ୍ଲାରେ ଶହେ ତଳେ ସଂକ୍ରମଣ ରହିଛି । ସେପଟେ ୬୪ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର । ୨୪ ଘଣ୍ଟା ଭିତରେ ୭୦ ହଜାର ୨୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨.୯୪ ପ୍ରତିଶତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୨୩ହଜାର ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି ୨୧ ହଜାର ୭୪୨ ।

https://platform.twitter.com/widgets.js

https://platform.twitter.com/widgets.js

from Kanak News
via <a href="https://ifttt.com/?

ଅଗଷ୍ଟ ଶେଷ ସୁଦ୍ଧା ଆସିଯିବ ତୃତୀୟ ଲହର ! କେତେ ଘାତକ ହେବ ତୃତୀୟ ଲହ, ଜାଣନ୍ତୁ କଣ କହୁଛନ୍ତି ଆଇସିଏମଆରର ବରିଷ୍ଠ ଡାକ୍ତର

ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିଯିବ। ତେବେ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍‌ ରହିବ। ଆଇସିଏମ୍‌ଆର ଡାକ୍ତର ସମୀରଣ ପଣ୍ଡା ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ସମୀରଣଙ୍କ କହିବା ଅନୁଯାୟୀ ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି। ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯା‌ଏ ତେବେ ଏହା ତୃତୀୟ ଲହରର କାରଣ ହେବ।

ଦ୍ବିତୀୟରେ କରୋନାର ଏକ ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଥିବା ଫଳରେ ଏହା ମଧ୍ୟ ତୃତୀୟ ଲହରର କାରଣ ହୋଇପାରେ। କିଛି କ୍ଷେତ୍ରରେ ରୋଗପ୍ରତିରୋଧକତା ନଷ୍ଟ ନହେଲେ ବି କ୍ଷୀପ୍ର ସଂକ୍ରମଣ ଯୋଗୁଁ ସମସ୍ୟା ବଢ଼ିପାରେ। ଚତୁର୍ଥରେ ଯଦି ରାଜ୍ୟମାନେ ସବୁ କଟକଣା ହଟାଇଦେବେ ତା’ହେଲେ ହଠାତ୍‌ ସଂକ୍ରମଣ ବଢ଼ିଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ , ଚଳିତ ସପ୍ତାହ ଆରମ୍ଭରେ ଆଇଏମ୍‌ଏ ଡାକ୍ତରମାନେ କହିଥିଲେ, ତୃତୀୟ ଲହର ଅବଶ୍ୟମ୍ଭାବୀ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ମଧ୍ୟ ଆଜି ସତର୍କ କରାଇ କହିଛନ୍ତି, ଆମେ ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ରହିଛେ।

from Kanak News
via <a href="https://ifttt.com/?

ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ଭାଲୁ ସହ ଲଢି ୧୦ ବର୍ଷର ଝିଅକୁ ବଞ୍ଚାଇଲେ ମାଆ । ଧାନବିଲକୁ ଯାଇଥିବା ସମୟରେ ଖାଦ୍ୟ ଅନ୍ୱଷଣରେ ଥିବା ହିଂସ୍ର ଭାଲୁ ହାବୁଡ଼ରେ ପଡ଼ିଥିଲା ଝିଅ

କନକ ବ୍ୟୁରୋ : ମାଆ ପାଇଁ ସନ୍ତାନ ସବୁଠୁ ବଡ । ଯେତେ ବଡ ବିପଦ ହେଉନା କାହିଁକି ପିଲା ପାଇଁ ସମ୍ମୁଖରେ ଆସି ବିପଦ ଟଳିଦିଏ ମାଆ । ସେଥିପାଇଁ ତ ଦୁନିଆ ର ସବୁଠୁ ବଡ ଆଶା ଓ ଭରସା ମାଆ । ସମୟ ପଡିଲେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଏ ନାହିଁ ମାଆ ।

ହଁ ଆଜ୍ଞା ଆମେ ଏମିତି ଏକ ବାସ୍ତବିକ ସତ କହୁଛୁ ଯାହା ଆପଣ ଶୁଣିଲେ ବି ଆଶ୍ଚର୍ଯ ହୋଇଯିବେ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ମାଆର ମମତାର ପୁଣି ଏକ ଉଦାହରଣ ସାମ୍ନାକୁ ଆସିଛି । କିର୍ଷାନୀପଡାର ସମାରି ଶିଶା ୩ ଗୋଟି ଭାଲୁ ସହିତ ଲଢି ନିଜ ୧୦ ବର୍ଷ ର ଝିଅ କୁ ହିଂସ୍ର ଭାଲୁ କବଳରୁ ବଂଚାଇଛନ୍ତି । ଝିଅ ସହ ଜମିରେ ଧାନ ରୋଇବାକୁ ଯାଇଥିଲେ ସମାରି । ଏତିକି ବେଳେ ଜଙ୍ଗଲରୁ ୩ ଟି ଭାଲୁ ଆସି ଝିଅକୁ ଆକ୍ରମଣ କରିବାକୁ ସମ୍ମୁଖରେ ଥିଲେ । ହଠାତ ସମ୍ମୁଖରେ ଯାଇ ଭାଲୁ ସହିତ ଲଢି କ୍ଷତାକ୍ତ ହୋଇଥିଲେ ସମାରି । ପରେ ଗ୍ରାମବାସୀଙ୍କ ସହାୟତାରେ ଉଭୟ ମାଆଝିଅଙ୍କୁ ଉଦ୍ଧାର କରି ଖଇରପୁଟ ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ମାଲକାନଗିରି ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।

from Kanak News
via <a href="https://ifttt.com/?

କରୋନାର ତୃତୀୟ ଲହର ଆଶଙ୍କା ଭିତରେ ଆକ୍ସନରେ ମୋଦି । ଆଜି ଓଡ଼ିଶା ସମେତ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : କରୋନା ତୃତୀୟ ଲହର ଆଶଙ୍କା ମଧ୍ୟରେ ଆକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । ଏହି ରାଜ୍ୟଗୁଡିକ ହେଲା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ।
ଆଜି ସକାଳ ୧୧ଟାରେ ଭର୍ଚୁଆଲରେ ଏହି ବୈଠକ ହେବ । କରୋନା ଦ୍ୱିତୀୟ ଲହରର ପ୍ରକୋପ କମୁଥିଲେ ବି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଏହି ରାଜ୍ୟଗୁଡିକରେ ସଂକ୍ରମଣ ଅଧିକ ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବୋତର ରାଜ୍ୟଗୁଡିକ ସହ ବି କଥା ହୋଇଥିଲେ । ବର୍ତମାନ କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଟିକା ନେବା ସହ କୋଭିଡ ନିୟମ ପାଳନ କରିବା ବି ଜରୁରୀ ହୋଇପଡିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started