ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିର୍ଦ୍ଦେଶକଙ୍କ ବଡ ବୟାନ । କହିଲେ, ଲ୍ୟାବରୁ ଆସିଥାଇପାରେ କରୋନା ଭାଇରସ, ବର୍ତମାନ ସମୟରେ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରିବା ହେବ ଅପରିପକ୍ୱତା

କନକ ବ୍ୟୁରୋ : କେଉଁଠୁ ଆସିଛି କରୋନା ଭୂତାଣୁ । ଏ ନେଇ ବଡ଼ ବୟାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କହିଛନ୍ତି, ଚୀନ ଉହାନ୍ ଲାବୋରେଟୋରିରୁ କୋଭିଡ୍ ଭାଇରସ୍ ଲିକ୍ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାହାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ପାରିବ ନାହିଁ । ଏପରି କରିବା ବର୍ତମାନ ସ୍ଥିତିରେ ଅପରିପକ୍ୱତା ହେବ । କରୋନା ମହାମାରୀ ଏବଂ ଲାବୋରେଟୋରି ମଧ୍ୟରେ ଲିଙ୍କ୍ ରହି ଥାଇପାରେ । ଏ ନେଇ ଅଧିକ ଗବେଷଣା ଆବଶ୍ୟକ । ଚୀନକୁ ଏ ନେଇ ଅଧିକ ସ୍ୱଚ୍ଛତା ଅବଳମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଘେବ୍ରେୟେସ୍ ଟେଡ୍ରସ୍ ।
ବୈଜ୍ଞାନିକମାନଙ୍କ ତଦନ୍ତରେ ସହଯୋଗ କରିବା ପାଇଁ କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ । କେଉଁଠି କରୋନା ଭୂତାଣୁର ଉତ୍ପତି ହୋଇଛି, ବୈଜ୍ଞାନିକମାନେ ତଦନ୍ତ କରିବାକୁ ଦିଆଯାଉ । ଚୀନର ଉହାନ ସହରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମହାମାରୀ ବ୍ୟାପିବା ନେଇ ଚୀନ ପାଖରେ ଯେଉଁ ତଥ୍ୟ ରହିଛି, ତାକୁ ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କୁ ଦେବା ପାଇଁ କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ । ଏ କ୍ଷେତ୍ରରେ ଅଧିକ ସ୍ୱଚ୍ଛ, ସହଯୋଗ କରିବାକୁ ଚୀନକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

from Kanak News
via <a href="https://ifttt.com/?

ଆଜିଠାରୁ ଲାଗୁ ହେବ ସରକାରଙ୍କ ନୂଆ ଲକଡାଉନ ଗାଇଡଲାଇନ୍ । କଟକଣା କୋହଳ ପରେ ସାରାରାଜ୍ୟରେ ଖୋଲିବ ଜିମ୍, ପାର୍ଲର, ସ୍ପା । ସର୍ତ ସହ ଚାଲିବ କାର-ଟ୍ୟାକ୍ସି

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ଲାଗୁ ହେବ ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିବ ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି କେବଳ ପୁରୀକୁ ଛାଡି ସାରାରାଜ୍ୟରେ ଗଡିବ ବସ୍ । ସିଟ କ୍ଷମତା ଅନୁସାରେ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବେ ।
ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀଙ୍କୁ ନେଇ କାର-ଅଟୋ ରିକ୍ସା ଚଳାଚଳ କରିପାରିବେ । ରେଷ୍ଟୁରାଂଟ ଓ ଢ଼ାବା ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କେବଳ ପାର୍ସଲ ପାଇଁ ଅନୁମତି ଦିଆଯାଇଛି । ଅର୍ଥାତ କେହି ବସି ଖାଇପାରିବେ ନାହିଁ । ହେଲେ, ରାଜ୍ୟର ସମସ୍ତ ଥାନାରେ ପାର୍କ, ମଲ, ସିନେମା ହଲ ବନ୍ଦ ରହିବ । ତେବେ କାଟାଗୋରୀ ଏ’ରେ ଥିବା ଜିଲ୍ଲାଗୁଡିକରେ ସାପ୍ତାହିକ ଓ ଦୈନିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି କାଟାଗୋରୀ ବିରେ ଥିବା ଜିଲ୍ଳାରେ ବାରଣ କରାଯାଇଛି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ କେନ୍ଦୁଝର ,ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ଓ ଅବିଭକ୍ତ ପୁରୀ, କଟକ , ବାଲେଶ୍ୱର ଓ ମୟୂରଭଞ୍ଜର ୧୦ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।

from Kanak News
via <a href="https://ifttt.com/?

ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।

କନକ ବ୍ୟୁରୋ: ଆଜି ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଶହ କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୨୭ତମ ଯାତ୍ରା । ଆସନ୍ତୁ ଜାଣିବା ମୋଦିଙ୍କ ବାରଣାସୀ ଗସ୍ତର କିଛି ଖାସ କଥା ।

ବାରଣାସୀ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀରେ ପହଁଚି ଲୋକଙ୍କୁ ସମ୍ଭୋଧନ କରିଛନ୍ତି ଆଉ ଭୋଜପୁରୀ ଭାଷାରୁ ଆରମ୍ଭ କରିଛନ୍ତି ନିଜ ଅଭିଭାଷଣ । ମୋଦି ନିଜ ଅଭିଭାଷଣରେ କରୋନାର ୨ୟ ଲହର ବିଷୟରେ କହିଛନ୍ତି । ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟଶୈଳୀର ଭରପୂର ପ୍ରଶଂସା କରିଛନ୍ତି ମୋଦି ।

ନିଜର ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ଗଙ୍ଗା ଆରତୀର ସିଧା ପ୍ରସାରଣ ପାଇଁ ଏଲଇଡି ସ୍କ୍ରିନ ଲଗାଇବା ପାଇଁ ଘୋଷଣା କରିଛନ୍ତି । ମୋଦି କହିଛନ୍ତି ପୁରା କାଶୀରେ ଦେଖିବାକୁ ମିଳିବ ଗଙ୍ଗା ଆରତୀର ସିଧା ପ୍ରସାରଣ । ଖାଲି ସେତିକି ନୁହେଁ, ଏହି ଅବସରରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ମୋଦି । ସେଠାରେ ମାତୃ ଏବଂ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶହେ ଶଯ୍ୟା ବିଶିଷ୍ଠ ହେଲଥ ୱିଙ୍ଗ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରୁଦ୍ରାକ୍ଷ ସେଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ପୁରୁଣା ସରକାର ସହ ଯୋଗୀ ସରକାରଙ୍କ କାର୍ଯ୍ୟଶୈଳୀ ତୁଳନା କରିଛନ୍ତି । ସେ କହିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ପରିଶ୍ରମରେ ଉତ୍ତର ପ୍ରଦେଶ ବିକାଶଶୀଳ ରାଷ୍ଟ୍ର ହୋଇ ପାରିଛି ।

from Kanak News
via <a href="https://ifttt.com/?

ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ମିଳିପାରେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ।

କନକ ବ୍ୟୁରୋ: କଂଗ୍ରେସ ଦଳରେ ଲାଗିରହିଥିବା ଦୀର୍ଘ ଦିନର ବିବାଦ ଭିତରେ ଏବେ ସମାଧାନର ବାଟ ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳକୁ ଦୂର କରିବା ପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ଆଉ ଏହି ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ହରିଷ ରାୱତ ।

ହରିଷ ରାୱତ କହିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ନିଜ ପଦ ସମ୍ଭାଳିବେ । ଆଉ ଆସନ୍ତାବର୍ଷ ବିଧାନସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କ୍ୟାପେଟେନ୍ ଅମରିନ୍ଦର ସିଂହ ନିର୍ବାଚନ ଲଢିବେ । ସେପଟେ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯିବ । ଏନେଇ ଆଗକୁ ବିଧିିବଦ୍ଧ ଭାବେ ଘୋଷଣା ହେବ ବୋଲି ସେ କହିଛନ୍ତି । ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ସହ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତ ପରେ ପଞ୍ଜାବ କଂଗ୍ରେସରେ ସମାଧାନର ବାଟ ଫିଟିଛି । ଆଉ ପ୍ରଶାନ୍ତଙ୍କ ରଣନୀତି ଅନୁସାରେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ଦିଆଯାଉଥିବା ସୂଚନା ମିଳିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଗତ କିଛି ମାସ ହେବ ବିବାଦ ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ କୌଣସି ବି କଥାକୁ ଗୁରୁତ୍ୱ ଦେଉନଥିଲେ ସିଦ୍ଧୁ । ତାଙ୍କ ସପକ୍ଷରେ ଥିବା ୭୦ରୁ ଅଧିକ ବିଧାୟକଙ୍କୁ ନେଇ ବିଦ୍ରୋହ କରିବା ଭଳି ପରିସ୍ଥିତି ମଧ୍ୟ କରିଥିଲେ ସିଦ୍ଧୁ । ଏନେଇ ଦିଲ୍ଲୀ ଆସି ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ ସିଦ୍ଧୁ । ଆଉ ତାଙ୍କର ଏଭଳି ବିଦ୍ରୋହକୁ ନେଇ ଚିନ୍ତାରେ ଥିଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା । ବିରୋଧୀ ମଧ୍ୟ ଏହି ମଉକାର ଫାଏଦା ଉଠାଇବାକୁ ପଛାଇ ନଥିଲେ । ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଏହା ପୂର୍ବରୁ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସମାଧାନ କରାନଗଲେ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ।

from Kanak News
via <a href="https://ifttt.com/?

ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଘଂନ । ନିୟମ ଭାଙ୍ଗି ଠାକୁର ଦର୍ଶନ କଲେ ୟୁଟ୍ୟୁବର ଗୋବିନ୍ଦକ୍ରିଷ୍ଣା ଦାସ ।

କନକ ବ୍ୟୁରୋ: ରଥଯାତ୍ରା ସମୟରେ ନିୟମ ଉଲ୍ଲଘଂନ ମହଙ୍ଗା ପଡ଼ିଛି । ଲୋକପ୍ରିୟ ୟୁ-ଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ୍ । କଟକଣା ସତ୍ତେ୍ୱ ଛାତ କିମ୍ବା ରଥ ପାଖକୁ ଯାଇ ଭିଡିଓ କିମ୍ବା ଫଟୋ ଉଠାଇବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଫଟୋ ସହ ଏକ ତାଲିକା ପ୍ରଶାସନ ଜାରି ହୋଇଥିବା ବେଳେ ଆଗକୁ ଆଉ ଏକ ତାଲିକା ଜାରି କରାଯିବ ବୋଲି ପ୍ରଶାସନ କହିଛନ୍ତି । ସେହିପରି ବଡ଼ଦାଣ୍ଡ ବଳଗଣ୍ଡି ଛକରେ ଥିବା ଗଙ୍ଗାଲଜ୍କୁ ବି ସିଲ୍ କରାଯାଇଛି ।

ଲୋକପ୍ରିୟ ୟୁ-ଟ୍ୟୁବର ହେଉଛନ୍ତି ଗୋବିନ୍ଦ କ୍ରିଷ୍ଣା ଦାସ ।  ଯାହାଙ୍କୁ ଆପଣ ବୁଲି ବୁଲି ଭାରତୀୟ ଧର୍ମ ସଂସ୍କୃତିର ପ୍ରଚାର କରୁଥିବା  ଦେଖିଥିବେ । ହେଲେ ଏବେ ଅଡୁଆରେ ଛନ୍ଦି ହୋଇଯାଇଛନ୍ତି ଗୋବିନ୍ଦ କ୍ରିଷ୍ଣ ଦାସ । କଟକଣା ସତ୍ତେ୍ୱ ପୁରୀରେ ରହି ରଥଯାତ୍ରା ସମୟରେ ଫଟୋ ଓ ଭିଡିଓ ନେବା କାରଣରୁ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପ୍ରଶାସନ । ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଭଳି ୟୁଟ୍ୟୁବର ଅତୁଲ କ୍ରିଷ୍ଣାଙ୍କ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ରଥଯାତ୍ରା ପାଇଁ ଜାରି ହୋଇଥିବା ଏସଓପିର ଉଲ୍ଲଘଂନ ହେବାର ପ୍ରମାଣ ମିଳିବା ପରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସେହିପରି ବଡ଼ଦାଣ୍ଡ ବଳଗଣ୍ଡି ଛକରେ ଥିବା ଗଙ୍ଗାଲଜକୁ ସିଲ୍ କରାଯାଇଥିବା ବେଳେ କର୍ଫ୍ୟୁ କଟକଣା ଉଲ୍ଲଘଂନ ଅଭିଯୋଗରେ ଅକ୍ଷୟପାତ୍ର ଫାଉଣ୍ଡେସନ୍ କୋଠାକୁ ସିଲ୍ କରାଯାଇଛି । ପୁଲିସ୍ ପ୍ରଶାସନ ପକ୍ଷରୁ ଭିଡିଓ ଓ ଫଟୋ ଜାରି କରି ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଖାଲି ସେତିକି ନୁହେଁ, ଆଗକୁ ଦ୍ୱିତୀୟ ତାଲିକା ଜାରି ହେବ ବୋଲି କୁହାଯାଇଛି ।

ଏପଟେ ରଥଯାତ୍ରା ଦିନ ନିୟମ ଭାଙ୍ଗି କର୍ଡନ ଭିତରେ ରଥ ନିକଟକୁ ଯାଇଥିଲେ କିଛି ପ୍ରଭାବଶାଳୀ ବ୍ୟକ୍ତି । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ରଥ ନିକଟକୁ ଯିବା ସହ ରଥ ସମ୍ମୁଖରେ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି, କିଛି ବ୍ୟକ୍ତି । ରଥଯାତ୍ରା ଦିନ ୨ଟି ମର୍ସିଡିଜ ଗାଡି ସମେତ ୩ଟି ଦାମିକିଆ କାର ରଥ ନିକଟକୁ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

କଟକକୁ ହେଉଛି ସୁନା ସ୍ମଗଲିଙ୍ଗ୍ । ଅମୃତସରରୁ ଚୋରାରେ ଆଣି କୋଟି କୋଟି ଟଙ୍କାର କାରବାର କରୁଛନ୍ତି ଅସାଧୁ ବ୍ୟବସାୟୀ ।

କନକ ବ୍ୟୁରୋ: ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । କାରଣ ବେଆଇନ ସୁନା କାରବାର ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଶହେ କି ୨ ଶହ ଗ୍ରାମ ନୁହେଁ, ପ୍ରାୟ ୨ କେଜି ୨୯ ଗ୍ରାମ ଓଜନର ମିକ୍ସ ଗୋଲଡ ଗହଣା ଆଣି କଟକରେ ବିକ୍ରୀ ପାଇଁ ଉଦ୍ୟମ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ ।

ଜିଏସଟି ଫାଙ୍କିବା ପାଇଁ ଟ୍ରେନରେ ହେଉଥିଲା ସୁନାର ଚୋରାଚାଲାଣ । ଟ୍ରେନରେ ସେଭଳି ଯାଞ୍ଚ ଓ ଧରପଗଡ ନଥିବାରୁ ବିନା ବାଧାରେ ଚାଲିଥିଲା ଏହି ବ୍ୟବସାୟ । ଆଉ ଏହି ବେଆଇନ କାରବାରକୁ ଧରିବାକୁ ବେଶ କିଛିଦିନ ଧରି ଜାଲ ବିଛାଇଥିଲା କମିଶନରେଟ ପୁଲିସ ।

ଜିଏସଟି ଫାଙ୍କିବା ପାଇଁ ପଞ୍ଜାବ ଅମୃତସରରୁ ଏହି ସୁନାଗହଣାକୁ ଆଣି କଟକରେ ବିନା କାଗଜ ପତ୍ରରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଷ୍ଟେସନ ବଜାର ଅଞ୍ଚଳରୁ ଏହି ସୁନା ଜବତ ହୋଇଛି । ଏହି ସୁନା ଦେବାକୁ ପଞ୍ଜାବ ଅମୃତସରରୁ ଆସିଥିବା ଦୁଇଜଣ ଅଟକ ଅଛନ୍ତି । ବଡ ପ୍ରଶ୍ନ ଉଠୁଛି, କଟକର କେଉଁ କେଉଁ ବ୍ୟବସାୟୀ ବିନା କାଗଜପତ୍ରରେ ସୁନାଗହଣା କିଣୁଥିଲେ? ଏହି ସୁନା କେଉଁଠୁ ଆଣିଥିଲେ ଅମୃତସରର ବ୍ୟକ୍ତି? ଏହା ପଛରେ ଏକ ବଡ ଗ୍ୟାଙ୍ଗ କାମ କରୁଛି କି?

ପଞ୍ଜାବ, ଓଡିଶା ଛଡା ଆଉ କେଉଁଆଡେ ବେଆଇନ ସୁନା କାରବାରର ଚେର ଲମ୍ବିଛି? ଆସୁଥିବା ସୁନା ରାଜ୍ୟର ବଡ ବଡ ବ୍ୟବସାୟୀଙ୍କୁ ଦିଆଯାଉଥିଲା କି ? ଚୋରି ସୁନା କିଣୁଥିବା ବ୍ୟବସାୟୀ ତଦନ୍ତ ପରିସରକୁ ଆସିବେ କି ? ଏହି ସୁନା ଗହଣା କାରବାର ପଛରେ ଜିଏସଟି ଫାଙ୍କି ସାମ୍ନାକୁ ଆସିଥିବାରୁ କମିଶନରେଟ ପୁଲିସ ଜିଏସଟି ବିଭାଗକୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଜଣାଇ ଦେଇଛି । କେବଳ ଏତିକି ନୁହେଁ ୨୭ ହଜାର ୮ଶହ ଗୋଲ୍ଡ ପ୍ଲେଟେଡ ଗହଣା ମଧ୍ୟ ଅଭିଯୁକ୍ତ ନିକଟରୁ ଜବତ କରାଯାଇଛି । ବଡ ପ୍ରଶ୍ନ ଉଠୁଛି, କେତେ ଦିନ ଧରି ଚାଲିଥିଲା ସୁନାର ଏହି ବେଆଇନ କାରବାର ।

from Kanak News
via <a href="https://ifttt.com/?

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣି ବୋହୂଙ୍କ ଉପରେ ଦୋଷ ଲଦିଲେ ମୃତ ସୌମ୍ୟଙ୍କ ବାପା ।

  • ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ପଛରେ ଥିଲା କି ଷଡଯନ୍ତ୍ର?
  • ଡିଏଫଓଙ୍କ ସହ ମିଶି ପତ୍ନୀ କରିଥିଲେ କି ଯୋଜନା?
  • ପୋଡିଯିବା ସମୟରେ ପତ୍ନୀ ଜାଣିପାରିଲେ ନାହିଁ କିଭଳି?

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି , ଯାହା ସାଧାରଣରେ ବି ସନ୍ଦେହ ସୃଷ୍ଟି କରୁଛି । ଦୁଇଦିନ ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ବଢି ବଢି ଚାଲିଛି ରହସ୍ୟ ଆଉ ରହସ୍ୟକୁ ବଢାଇଛି ସୌମ୍ୟରଞ୍ଜନ ବାପାଙ୍କ ଏତଲା ।

ଏତଲାରେ ଲେଖାଅଛି ବିବାହର ଏକମାସ ପରେ ପୁଅ ବୋହୂକୁ ନେଇ ପାରଳାଖେମୁଣ୍ଡି ଆସିଥିଲା । କିଛି ଦିନ ପରେ ପୁଅ ସୌମ୍ୟ ଘରକୁ ଫୋନ କରି ତାଙ୍କ ଦାମ୍ପତ୍ୟ ଜୀବନରେ ହେଉଥିବା ଝଗଡ଼ା ବିଷୟରେ ଜଣାଉଥିଲା । ଡିଏଫଓଙ୍କ ସହ ବୋହୂର ଅନୈତିକ ସମ୍ପର୍କ ବାବଦରେ ପରିବାରକୁ ପୁଅ ଜଣାଇଥିଲେ । ଆଉ ଏସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିଲା । ଜାଣିଶୁଣି ଅଫିସ କାର୍ଯ୍ୟ, ଆଳରେ ଡିଏଫଓ ତାଙ୍କୁ ରାତି ଡ୍ୟୁଟି ଦେଉଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ।

ଏତଲା ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ପୁଲିସ କିନ୍ତୁ ୟୁ-ଟର୍ଣ୍ଣ ମାରିଛି । ଡିଏଫଓ, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ କରିଛି । ହତ୍ୟା ମାମଲା ଓ ହତ୍ୟା ଷଡଯନ୍ତ୍ର କରାଯାଇଥିବା ଦଫା ଲଗାଇ ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ନିଜ ଉପରେ ଅଙ୍ଗୁଳି ଉଠିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାରଳାଖେମୁଣ୍ଡି ଡିଏଫଓ । କହିଛନ୍ତି. ପୁଲିସ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ । ଏସିଏଫଙ୍କ ଘରେ କାମ କରୁଥିବା ରୋଷେୟା ମଧ୍ୟ ଘଟଣା ଦିନ କ’ଣ ହୋଇଥିଲା କହିଛନ୍ତି । ସୋମବାର ରାତିରେ ସରକାରୀ କ୍ୱାର୍ଟରରେ ଅଦରକାରୀ କାଗଜପତ୍ର ପୋଡୁଥିବା ବେଳେ ସୌମ୍ୟରଂଜନ ମହାପାତ୍ରଙ୍କ ସାରା ଦେହରେ ନିଆଁ ଲାଗିଯାଇଥବା କୁହାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ପ୍ରଶ୍ନ ଉଠୁଛି, ଘରେ ପତ୍ନୀ ତାଙ୍କୁ ବଞ୍ଚାଇବା ପାଇଁ କାହିଁକି ଉଦ୍ୟମ କରିନଥିଲେ? କାଗଜରେ ନିଆଁ ଲଗାଉଥିବାବେଳେ ଶରୀରରେ ନିଆଁ ଲାଗିବା ଥିଓରୀ କେତେ ଯୁକ୍ତିଯୁକ୍ତ ?

from Kanak News
via <a href="https://ifttt.com/?

ଲକଡାଉନ୍ କଟକଣାରେ ଲୋକ ଅତିଷ୍ଟ । କହିଲେ, ଦରମା କଟୁନି କି ରୋଜଗାର କମୁନି, ସରକାରୀ ବାବୁ କେମିତି ବୁଝିବେ କଟକଣା କଷ୍ଟ?

କନକ ବ୍ୟୁରୋ: ପୁଣି ବଢ଼ିଲା ଆଂଶିକ କଟକଣା ଅବଧି । ପୂର୍ବ ତୁଳନାରେ କଟକଣା ସାମାନ୍ୟ କୋହଳ ହୋଇଥିଲେ ବି ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି ସାଧାରଣ ଜନତା । କାରଣ, ୩ ମାସ ହେଲା କଟକଣା ଯୋଗୁଁ ଲୋକ ଅତିଷ୍ଟ ହୋଇପଡ଼ିଥିବା ବେଳେ ପ୍ରଶାସନର ନିଷ୍ପତ୍ତିକୁ ନିଜ ନିଜ ଢ଼ଙ୍ଗରେ ଲୋକ ବ୍ୟାଖ୍ୟା କରିଛନ୍ତି । କିଛି କହିଛନ୍ତି- ଦରମା କଟୁନି କି ରୋଜଗାର କମୁନି, ସରକାରୀ ବାବୁ କେମିତି ବୁଝିବେ କଟକଣା କଷ୍ଟ?

ଶାସନର ଶୀର୍ଷରେ ନିଆଯାଉଥିବା ନିଷ୍ପତ୍ତି ଯେତେବେଳେ ରାଜଧାନୀ ଦେଇ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚେ, ତାହା ସମସ୍ତଙ୍କୁ ସମାନ ଢ଼ଙ୍ଗରେ ପ୍ରଭାବିତ କରେ ନାହିଁ । କାରଣ, ସମସ୍ତଙ୍କ ରୋଜଗାର ବାଟ ଅଲଗା । ସମସ୍ତେ ଚାକିରି କରନ୍ତି ନାହିଁ ଯେ, ମାସ ଶେଷରେ ଦରମା ମିଳିଯିବ । ଏମିତି ଅନେକ ଲୋକ ଅଛନ୍ତି ରାସ୍ତାକଡ଼ରେ ଦୋକାନ ଖୋଲିଲେ ପରିବାର ଚଳେ ।ଭୁତାଣୁକୁ ନଜରରେ ରଖି ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ସରକାରୀ ବାବୁଙ୍କୁ ନେଇ ସାଧାରଣରେ ସ୍ୱର ଉଠିଛି । ନିଷ୍ପତ୍ତିକୁ ନେଇ ସେମାନଙ୍କର ଯୁକ୍ତି ଦେଲା, କଟକଣା ଯୋଗୁଁ ସରକାରୀ ବାବୁଙ୍କ ରୋଜଗାର ପ୍ରଭାବିତ ହେବାର ନାହିଁ । ଦରମା କଟିବାର ନାହିଁ କିମ୍ବା ରୋଜଗାର କମିବାର ନାହିଁ । ସେମାନଙ୍କର ଦରମା କଟିଲେ, କଟକଣାର କଷ୍ଟ ବୁଝନ୍ତେ ବୋଲି ଯୁକ୍ତି କରିଛନ୍ତି ।

ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତା ବଢ଼େ । ୫୦% ପ୍ରତିଶତ କର୍ମଚାରୀରେ ଅଫିସ୍ କାମ ବି ଚାଲେ । ଏମିତି କି ଓଡ଼ିଶାରେ ପ୍ରାୟ ୪ ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି, ଯେଉଁମାନେ ସାଧାରଣ ଲୋକଙ୍କ ଭଳି ଆୟକୁ ନେଇ ସେତେ ଚିନ୍ତିତ ନୁହଁନ୍ତି । ଆଉ ସେଥିପାଇଁ ସେମାନେ ସାଧାରଣ ଲୋକଙ୍କ କଷ୍ଟ ବୁଝିପାରୁନାହାଁନ୍ତି ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ଟିକାକରଣ ପରେ ବିଶ୍ୱ ଖୋଲୁଛି, ହେଲେ ଗରିବ ରାଜ୍ୟରେ ଆଭିମୁଖ୍ୟ ଅଲଗା । ରାଜଧାନୀ ଭୁବନେଶ୍ୱରରେ ୯୦ ପ୍ରତିଶତ ଟିକାକରଣ, ତଥାପି ହଟିଲାନି କଟକଣା ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ସରକାର ଟିକାକରଣକୁ ଗମ୍ଭୀରତାର ସହ ନେଇଛନ୍ତି । ଫଳରେ ବର୍ତ୍ତମାନ ଯାଏଁ ପ୍ରାୟ ୯୦ ପ୍ରତିଶତ ରାଜଧାନୀବାସୀ ଅତି କମରେ ଗୋଟିଏ ଡୋଜ୍ ନେଇ ସାରିଲେଣି । ହେଲେ ଆପଣ ଭାବୁଥିବେ ଏତେ ସଂଖ୍ୟକ ଟିକାକରଣ ପରେ ବି କାହିଁକି ଖୋଲିଲାନି ଭୁବନେଶ୍ୱର । ପ୍ରକୃତରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

ଆଶା କରାଯାଉଥିଲା କରୋନାରେ ଅଚଳ ହୋଇପଡ଼ିଥିବା ଅର୍ଥନୀତିକୁ ପୁଣିଥରେ ସଚଳ କରିବାକୁ ଭୁବନେଶ୍ୱରରେ କଟକଣାକୁ କୋହଳ କରିବେ ସରକାର । କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନାହିଁ । ସରକାରଙ୍କ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି । ୧୦ ଲକ୍ଷ ଲୋକ ଅତି କମରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । ଆଉ ୫ ଲକ୍ଷରୁ ଅଧିକ ଲୋକଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇ ସାରିଛି । ଏହାସତ୍ତେ୍ୱ ମଧ୍ୟ ସରକାର ରାଜଧାନୀରୁ କଟକଣା କୋହଳ କରିନାହାନ୍ତି ।

ଆମେରିକା, ବିଟ୍ରେନ୍, ଫ୍ରାନ୍ସ, ସ୍ପେନ୍ ଭଳି ଦେଶରେ ବ୍ୟାପକ ଟିକାକରଣ ପରେ କରୋନା କଟକଣା କୋହଳ ହୋଇଛି । ଏପରିକି ଅନେକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇନାହିଁ । ଏହାର ଅର୍ଥ ହେଉଛି ବିକଶିତ ରାଷ୍ଟ୍ରମାନେ ଅର୍ଥନୀତିକୁ ଗୁରୁତ୍ୱ ଦେଉଛନ୍ତି । କାରଣ ଅର୍ଥନୀତି ଦୁର୍ବଳ ହେଲେ ଆହୁରି ଉତ୍କଟ ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଭାବୁଛନ୍ତି ।

ଏପଟେ ଗରିବ ଦେଶ ଓ ଗରିବ ରାଜ୍ୟରେ ଓଲଟା ସ୍ଥିତି ଦେଖିବାକୁ ମିଳିଛି । ଯେଉଁଠି ଅଧିକ ଲୋକ ଦୈନିକ ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି, ସେଠାରେ କଟକଣା କୋହଳ କରିବାକୁ ସରକାର ଡରୁଛନ୍ତି । ଭୁବନେଶ୍ୱରରୁ ପ୍ରଶାସନିକ କଳ ଚାଲୁଥିବା ବେଳେ ସେପଟେ କଟକରୁ ରାଜ୍ୟର ବାଣିଜ୍ୟିକ କାର୍ଯ୍ୟକଳାପ ନିୟନ୍ତ୍ରିତ ହୋଇଥାଏ । ତେଣୁ କଟକ ଓ ଭୁବନେଶ୍ୱର ଯଦି ବନ୍ଦ ରହିବ, ତେବେ ରାଜ୍ୟ ଅର୍ଥନୀତି ପାଇଁ ବଡ଼ ବାଧକ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

from Kanak News
via <a href="https://ifttt.com/?

ସଂକ୍ରମଣ କମିଲା, ହେଲେ ତାଲା ଖୋଲିବାକୁ ସାହସ କଲେନି ସରକାର । ଅଗଷ୍ଟ ପହିଲା ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍ ।

କନକ ବ୍ୟୁରୋ: ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କଟକଣା କୋହଳ ହେବ ନା ପୂର୍ବଭଳି ବଳବତ୍ତର ରହିବ, ଏହାକୁ ନେଇ ରାଜ୍ୟବାସୀ ଚାହିଁ ରହିଥିବାବେଳେ ଆଂଶିକ ଲକଡାଉନ କଟକଣାକୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବଭଳି ଏଥର ମଧ୍ୟ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀରେ ରଖି କଟକଣାକୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ କେନ୍ଦୁଝର ,ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ଓ ଅବିଭକ୍ତ ପୁରୀ, କଟକ , ବାଲେଶ୍ୱର ଓ ମୟୂରଭଞ୍ଜର ୧୦ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।

ପୁଣି ଥରେ ସଂକ୍ରମଣ ହାର କମ୍ ବେଶୀ ଥିବା ଦର୍ଶାଇ ସାରା ଓଡିଶାକୁ ଦୁଇ ଭାଗରେ ବାଣ୍ଟି ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବଭଳି ଅପେକ୍ଷାକୃତ ସଂକ୍ରମଣ ହାର କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି ।

କାଟାଗୋରୀ ‘ଏ’ରେ ଥିବା ଜିଲ୍ଲା ଗୁଡିକରେ

– ସପ୍ତାହକ ସାତ ଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲିବ
– ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ
– ସପ୍ତାହନ୍ତ ସଟଡାଉନ ରହିବ ନାହିଁ
– ସାପ୍ତାହିକ ଓ ଦୈନିକ ହାଟ ଖୋଲିବ

ସେହିପରି ଉପକୂଳ ଓ ଉତ୍ତର ଓଡିଶାର ୧୦ ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖିଛନ୍ତି ରାଜ୍ୟ ସରକାର । ଏସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ ସରକାର ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ।

କାଟାଗୋରୀ ‘ବି’ରେ ଥିବା ଜିଲ୍ଲା ଗୁଡିକରେ..

– ସୋମବାରରୁ ଶୁକ୍ରବାର ୫ଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲିବ
– ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହିବ
– ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ
– ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ

ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ସିନା ଲାଗିଲା ହେଲେ, ଜିମ୍, ସ୍ପା , ବିଉଟି ପାର୍ଲରକୁ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ଲୋକଙ୍କ ଜୀବିକା ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜୀବନ ଜୀବିକା ସହ ସମନ୍ୱୟ ରକ୍ଷା କରିବାକୁ ଯାଇ ପୂର୍ବ ଅପେକ୍ଷା ଏଥର କେତେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started