ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ । ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି । ମୁଖ୍ୟମନ୍ତ୍ରୀ କହିଲେ, ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା ।

କନକ ବ୍ୟୁରୋ: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି । ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଭିଡ ସହାୟତା ପ୍ରଦାନ କରିବା ସହ ଏପରି କହିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଛନ୍ତି । ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ  କରିବାରେ ସହାୟକ ହେବ   ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ    ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି ରାସ୍ତା, ସେତୁ ଆଦି କରନ୍ତି ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ପରିଶ୍ରମର କାହାଣୀ    ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ , ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ବିପଦ ସମୟରେ ବଞ୍ଚିବାର ରାହା ଦେଇଛି ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ବର୍ଷ ମଧ୍ୟ ପାଇଲୁ ତା ସହିତ ପିଲାଙ୍କ ପାଠପଢା, ସାଇକେଲ, ଝିଅ ବାହାଘର ସବୁ ସମୟରେ ଆମେ ସହାୟତା  ପାଉଛୁ ବୋଲି ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ .ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରିତା ନାଗରିକ କେନ୍ଦ୍ରିକ ଯୋଜନା ଉପରେ ଆଲୋକପାତ କରିଥିଲେ । ଓଡିଶା କୋଠାବାଡି ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି  ଏବଂ ଏହିସବୁ ସେବାକୁ ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

from Kanak News
via <a href="https://ifttt.com/?

‘ହୁ’ ମୁଖ୍ୟଙ୍କ ଚେତାବନୀ । ବିଶ୍ୱରେ ଆରମ୍ଭ ହୋଇଛି ତୃତୀୟ ଲହର , ବଢୁଛି ଡେଲଟା ଭାରିଆଣ୍ଟ ସଂକ୍ରମଣ

କନକ ବ୍ୟୁରୋ : ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ‘ହୁ’ ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ସୂଚନା ଦେଇଛନ୍ତି । ତୃତୀୟ ଲହର ବେଳେ ଡେଲଟା ଭାରିଆଣ୍ଟ ଅଧିକ ବିପଦ ଆଣୁଥିବାରୁ ସେ ବିଶ୍ୱବାସୀଙ୍କ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କଲାଣି । ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ ରଚିବ । ବର୍ତ୍ତମାନ କିଛି ଦେଶରେ ସଂକ୍ରମଣ କମ ରହିଥିବା ବେଳେ ଲୋକେ କରୋନା କଟକଣା ମାନୁନଥିବା ଦେଖାଯାଇଛି । ଏହା ଡେଲଟା ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ହେବାର କାରଣ ହେବା ସହ ଅଧିକ ଲୋକେ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡିବେ ।

ଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ ୪୦ ହଜାର ତଳକୁ ରହୁଥିବା ବେଳେ ଆଜି ଏହା ପୁଣି ୪୦ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ପୁଣି ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଲକଡାଉନ ଖୋଲିବା ପରେ ପରେ ଭୂତାଣୁ ପୁଣି ଠାରେ ନିଜ କାୟା ବିସ୍ତାର କରିବା ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ଏଲଏସିରେ ଲମ୍ବା ସମୟ ଧରି ରହିବାକୁ ଚୀନ ସେନାର ଯୋଜନା, ନିର୍ମାଣ କରୁଛି ସ୍ଥାୟୀ ଶିବିର

କନକ ବ୍ୟୁରାେ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏକ ଲମ୍ବା ସମୟ ଧରି ରହିବାକୁ ଚୀନ ସେନା ଯୋଜନା କରୁଛି । ଏଥିପାଇଁ ଚୀନ ଏଲଏସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ଚୀନ୍ ସ୍ଥାୟୀ ସେନା ଶିବିରମାନ ନିର୍ମାଣ କରୁଛି । ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଚୀନ ପୂର୍ବ ଲଦାଖ୍, ଉତ୍ତର ସିକ୍କିମର ନାକୁ-ଲା, ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ କଂକ୍ରିଟ୍ ଶିବିରମାନ ନିର୍ମାଣ କରୁଛି । ଚୀନ ସେନା ବା ପିଏଲଏର ଯବାନମାନେ ଏସବୁ ଶିବିରଗୁଡ଼ିକରେ ସ୍ଥାୟୀ ଭାବେ ରହିବେ । ଏହା ଫଳରେ ବିବାଦୀୟ ସ୍ଥାନଗୁଡିକରେ ସଂଘର୍ଷ ହେଲେ ସେଠାକୁ ଅଳ୍ପ ସମୟରେ ଅଧିକ ସୈନ୍ୟ ପହଞ୍ଚି ପାରିବେ।

ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ପ୍ରତିକୂଳ ପରିସ୍ଥିତି ସହ ଚୀନ ସୈନିକମାନେ ସହଜରେ ଖାପ ଖୁଆଇପାରୁନାହାନ୍ତି । କିନ୍ତୁ ସ୍ଥାୟୀ ଶିବିର ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଚୀନ ସୈନିକମାନେ ସେଠାରେ ସହଜରେ ରହିପାରିବେ ଓ ଆବଶ୍ୟକ ପଡ଼ିଲେ ବିବାଦୀୟ ଅଞ୍ଚଳଗୁଡ଼ିକୁ ଶୀଘ୍ର ଯାଇପାରିବେ । କେବଳ ଏତିକି ନୁହେଁ ଚୀନ ସୀମା ନିକଟରେ ହେଲିପ୍ୟାଡ ଓ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛି । ଚୀନର ଏସବୁ କାର୍ଯ୍ୟ ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ।

from Kanak News
via <a href="https://ifttt.com/?

୬ମାସ ମଧ୍ୟରେ ଦେଶରେ ୭.୭୮ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟିକା । ଡିସେମ୍ବର ସୁଦ୍ଧା କେମିତି ସରିବ ଟିକାକରଣ ?

କନକ ବ୍ୟୁରୋ : ଭାରତରେ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ମୁଖ୍ୟଅସ୍ତ୍ର ଟିକା । ଜାନୁଆରୀ ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୩୯ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୭.୭୮ କୋଟି ଲୋକ ଟିକାର ଦ୍ୱିତୀୟ ଖୋରାକ ବି ନେଇ ସାରିଲେଣି । କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ୪୦ କୋଟି ୩୧ ଲକ୍ଷ ଡୋଜ ଟିକା ବି ଯୋଗାଇ ଦିଆଯାଇଛି । ହେଲେ ଏହାରି ମଧ୍ୟରେ ଏବେ ଅନେକ ରାଜ୍ୟ ସରକାର ଅଭିଯୋଗ ଆଣିଛନ୍ତି କି ସେମାନଙ୍କ ପାଖରେ ଟିକା ନାହିଁ । ତେଣୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି କେନ୍ଦ୍ର ସରକାର ଡିସେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଟିକା ଦେଇ ପାରିବେ ତ ?

ଟିକାକରଣ ଅଭିଯାନରେ ପ୍ରଥମେ ସାମିଲ ହୋଇଥିଲା ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ । ଏହାପରେ ଋଷ ଓ ରେଡ୍ଡୀ ଲାବୋରେଟୋରୀ ଦ୍ୱାରା ପସ୍ତୁତ ସ୍ପୁଟନିକ-ଭି ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୩୯,୧୩,୪୦,୪୯୧ ଜଣଙ୍କୁ ଟିକା ଦିଆଯାଇଛି । ଯାହା ମଧ୍ୟରୁ ୩୧, ୩୫,୨୯,୫୦୨ ଜଣ ଟିକାର ପ୍ରଥମ ଖୋରାକ ନେଇଥିବା ବେଳେ ୭,୭୮,୧୦,୯୮୯ ଜଣ ଲୋକ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି କି ୬ ମାସ ମଧ୍ୟରେ ସରକାର ମାତ୍ର ୭.୭୮ ପ୍ରତିଶତ ନାଗରିକଙ୍କୁ ଟିକା ଦେବାରେ ସକ୍ଷମ ହୋଇଛନ୍ତି । ଏହାକୁ ନଜର କଲେ ଡିସେମ୍ବର ମାସ ମଧ୍ୟରେ ୧୦୦ ପ୍ରତିଶତ ଟିକା ଦେବା ସମ୍ଭବ କି ?

ଅନ୍ୟପଟେ ନିଅଣ୍ଟିଆ ଟିକା ଯୋଗାଣକୁ ନେଇ ରାଜ୍ୟମାନେ ଅଭିଯୋଗ କରିବା ପରେ ନୀତି ଆୟୋଗ ସଦସ୍ୟ ଡ. ବିକେ ପଲ କହିଛନ୍ତି । ଭ୍ୟାକ୍ସିନ ଉତ୍ପାଦନ ଓ ଯୋଗାଣ ନେଇ ରାଜ୍ୟ ସରକାର ମାନଙ୍କୁ ସୂଚନା ଦିଆଯାଉଛି । ତେଣୁ ରାଜ୍ୟ ସରକାରମାନେ ଜାଣୁଛନ୍ତି କି ସେମାନଙ୍କ ରାଜ୍ୟକୁ କେଉଁ ତାରିଖରେ କେତେ ଟିକା ଯୋଗାଇ ଦିଆଯିବ । ଏହି ଆଧାରରେ ସେମାନେ ଟିକାକରଣର ଯୋଜନା କରିବାର ଆବଶ୍ୟକତା ରହିଛି । ଏଚ୍ଚୁ ଯେତିକି ପରିମାଣର ଟିକା ଉତ୍ପାଦନ ହେଉଛି ତାହାକୁ ଜନସଂଖ୍ୟା ଆଧାରରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଯୋଗାଇ ଦେଉଛନ୍ତି ।

from Kanak News
via <a href="https://ifttt.com/?

ପ୍ରଥମ ଡୋଜ୍ ଟିକାନେଲେଣି ୯୦ ପ୍ରତିଶତ ରାଜଧାନୀବାସୀ । ତଥାପି କାହିଁକି ଖୋଲୁନି ଭୁବନେଶ୍ୱର?

କନକ ବ୍ୟୁରୋ: ରାଜ୍ୟ ସରକାର ପୁଣି ଆଂଶିକ ତାଲାବନ୍ଦ ଅବଧିକୁ ବଢାଇ ଦେଇଛନ୍ତି । ହେଲେ ‘କ୍ୟାଟାଗୋରୀ –ବି’ରେ ଥିବା ଭୁବନେଶ୍ୱରରେ କଟକଣା ଜାରି ରହିବ । ସପ୍ତାହାନ୍ତ ସଟଡାଉନ ସମେତ ଅପରାହ୍ନ ୫ଟା ପରେ ରାତ୍ରୀକାଳିନ କର୍ଫ୍ୟୁ ବଳବତ୍ତର ରହିବ । କିନ୍ତୁ ପ୍ରଶ୍ନ ହେଉଛି ଦେଶର ଅନ୍ୟ ବଡ ସହର ଖୋଲୁଥିବା ବେଳେ କାହିଁକି ଖୋଲିବ ନାହିଁ ଭୁବନେଶ୍ୱର ?

ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅର୍ଥନୈତିକ ଗିତିବିଧିର କେନ୍ଦ୍ରସ୍ଥଳୀ ରହିଛି ରାଜଧାନୀରେ । ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ ଖୋଲିଥିବା ବେଳେ, ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହରଗୁଡିକ ମଧ୍ୟ ଖୋଲିବାରେ ଲାଗିଛି । ସେହିପରି ବିଶ୍ୱର ଅନେକ ରାଷ୍ଟ୍ର କଟକଣା କୋହଳ କରିସାରିଲେଣି । କରୋନା ସଂକ୍ରମଣ ଭିତରେ ଲୋକଙ୍କ ଜୀବନ ଜୀବିକାକୁ ଆଖିରେ ରଖି ଅନେକ ରାଷ୍ଟ୍ର କଟକଣା କୋହଳ କରିସାରିଛନ୍ତି । ଟିକାକରଣ ଆଧାରରେ ଓ ଅର୍ଥନୈତିକ ଗିତିବିଧିକୁ ବଳ ଦେବା ପାଇଁ ସେଠାକାର ପ୍ରଶାସନ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ୯୦ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ ଟିକା ଦିଆ ସରିଛି । ସଂଖ୍ୟା ଦୃଷ୍ଟିରେ ଦେଖିଲେ ୧୫ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇ ସାରିଛି । ସେମାନଙ୍କ ମଧ୍ୟରୁ ୭ଲକ୍ଷ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇ ସାରିଛି । ଜୁଲାଇ ସୁଦ୍ଧା ରାଜଧାନୀବାସୀଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛିି ବିଏମସି  ଏବଂ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧୬୪  । ତେଣୁ ପ୍ରଶ୍ନ ଉଠୁଛି କାହିଁକି ଖୋଲିବ ନାହିଁ ଭୁବନେଶ୍ୱର?

ସେହିପରି ରାଜ୍ୟରେ ବାଣିଜ୍ୟିକ ରାଜଧାନୀ କଟକରେ ମାଟ ୯ ଲକ୍ଷ ୨୧ ହଜାର ୬୨ଜଣଙ୍କୁ ଟିକାକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୪୯୪ ଜଣଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇଛି । ରାଜ୍ୟର ରାଜଧାନୀ ଓ ବାଣିଜ୍ୟିକ ରାଜଧାନୀ ଉପରେ କାହିଁକି ସରକାରଙ୍କ ଫୋକସ ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

from Kanak News
via <a href="https://ifttt.com/?

ରାଷ୍ଟ୍ରୀୟ ରାଜନୀତିରେ ମମତା । ଜୁଲାଇ ୨୫ ରେ ଦିଲ୍ଲୀରେ ବିରୋଧୀଦଳ ନେତାଙ୍କୁ ସାକ୍ଷାତ କରିବା ନେଇ ଅଟକଳ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ପରେ ଏବେ ରାଷ୍ଟ୍ରୀୟ ରାଜନୀତି ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ତୃତୀୟଥର ମୁଖ୍ୟମନ୍ତ୍ରୀ ହେବା ପରେ ଜୁଲାଇ ୨୫ ତାରିଖରେ ସେ ପ୍ରଥମଥର ପାଇଁ ଦିଲ୍ଲୀ ଆସୁଛନ୍ତି ବୋଲି ସୂଚନା ମିଳିଛି । ଏହି ଗସ୍ତ ସମୟରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ତମାମ୍ ବିରୋଧୀଦଳ ନେତାଙ୍କୁ ଭେଟି ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ଆଲୋଚନା କରିପାରନ୍ତି । ମମତାଙ୍କ ଦିଲ୍ଲୀ ଗସ୍ତ ସୂଚନା ପାଇବା ପରେ ରାଷ୍ଟ୍ରୀୟ ରାଜନୀତି ବେସ୍ ସରଗରମ ହେବାରେ ଲାଗିଛି ।

ବିିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମମତା ବାନାର୍ଜୀ ତାଙ୍କର ଏହି ଗସ୍ତ ସମୟରେ ସୋନିଆ ଗାନ୍ଧୀଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ କିଛି ବିରୋଧୀଦଳର ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

କହିରଖୁ କି ମମତା ବାନାର୍ଜୀ ଯେଉଁ ସମୟରେ ଦିଲ୍ଲୀ ଆସୁଛନ୍ତି ସେତେବେଳେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବ । ଏହି ସମୟରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ସହ ମିଶି କୋଭିଡ-୧୯ ବେଳେ ସରକାରଙ୍କ ବିଫଳତା, ମୂଲ୍ୟ ବୃଦ୍ଧି ସହିତ ଅନେକ ସମସ୍ୟା ଉପରେ ସରକାରଙ୍କୁ ଘେରିବାକୁ ଯୋଜନା କରିପାରନ୍ତି । କହିରଖୁ କି ସଂସଦର ପ୍ରତିଟି ଅଧିବେଶନ ପୂର୍ବରୁ ବିରୋଧୀମାନେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଥାନ୍ତି । ହେଲେ କୋଭିଡ ମହାମାରୀ ପାଇଁ ଚଳିତ ଅଧିବେଶନ ପୂର୍ବରୁ ବିରୋଧୀଦଳ ରଣନୀତି ପ୍ରସ୍ତୁତ ପାଇଁ ବୈଠକ କରିପାରି ନାହାନ୍ତି ।

ଏପଟେ ତୃଣମୂଳ କଂଗ୍ରେସ ଦଳର ଏକ ପ୍ରତିନିଧିମଣ୍ଡଳ (ଯାହା ମଧ୍ୟରେ ୬ ଜଣ ସାଂସଦ ସାମିଲ ଅଛନ୍ତି) ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ।

from Kanak News
via <a href="https://ifttt.com/?

ଆଗାମୀ ୩ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆଗାମୀ ୩ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ । ଉକ୍ତ ଜିଲ୍ଲାଗୁଡ଼ିକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

୧୬ରୁ ୧୭ ତାରିଖ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ୧୭ରୁ ୧୮ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ, ନୟାଗଡ଼, ପୁରୀ, ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାର  ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଯାବତ ରାଜ୍ୟର ସମ୍ବଲପୁରରେ ୩୪.୫ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ୧୮.୦ଡିଗ୍ରି ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି।

from Kanak News
via <a href="https://ifttt.com/?

ଗୁଜୁରାଟରେ ଅତ୍ୟାଧୁନିକ ରେଲୱେ ଷ୍ଟେସନ । ଉପରେ ୫ ଷ୍ଟାର ହୋଟେଲ, ତଳେ ରେଲୱେ ଷ୍ଟେସନ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

କନକ ବ୍ୟୁରୋ: ରେଲୱେ ଷ୍ଟେସନ କହିଲେ ଆମ ମନକୁ ଆସିଥାଏ ପ୍ଲାଟଫର୍ମ, ଆଉ କେତୋଟି ହାତଗଣତି ଦୋକାନ । ହେଲେ ଆମେ ଆପଣଙ୍କୁ ଏମିତି ଏକ ରେଲୱେ ଷ୍ଟେସନ ଦେଖାଇବୁ ଯାହା ହୁଏତ ଆପଣ ଆଗରୁ କେବେ ବି ଦେଖି ନଥିବେ । କାରଣ ରେଲୱେ ଷ୍ଟେସନରେ ଏଭଳି ଅତ୍ୟାଧୁନିକ ସେବା ଦେଶରେ କେଉଁଠି ବି ନାହିଁ । ତଳେ ରେଲୱେ ଷ୍ଟେସନ ଆଉ ଉପରେ ୫ ଷ୍ଟାର ହୋଟେଲ । ଆଉ ଏହି ହୋଟେଲକୁ ଦେଖିଲେ ଆପଣଙ୍କ ଆଖି ଝଲସି ଉଠିବ ।

ଗୁଜୁରାଟ ଗାନ୍ଧୀନଗର ଏହି ରେଲୱେ ଷ୍ଟେସନକୁ, ଏହି ଷ୍ଟେସନରେ ଏବେ ମୁଖ୍ୟ ଆକର୍ଷଣ ପାଲଟିଛି ୫ ଷ୍ଟାର ହୋଟେଲ । ଆଉ ଏହି ୫ ଷ୍ଟାର ହୋଟେଲରେ ଗ୍ରାହକଙ୍କ ପାଇଁ ଉନ୍ନତ ସେବା ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାର୍ଥନା ରୁମ ଓ ବେବି ଫିଡିଙ୍ଗ ରୁମ ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାୟ ୩୦୦ ରୁମ ରହିଛି । ସବୁଠାରୁ ଖାସ କଥା ହେଉଛି ରେଲୱେ ଷ୍ଟେସନ ଉପରେ ତିଆରି ହୋଇଥିବା ଏହି ହୋଟେଲ ଗାନ୍ଧୀ ନଗରର ସବୁଠାରୁ ଉଚ୍ଚା ବିଲ୍ଡିଂ । ଆଉ ଏହି ବିଲ୍ଡି ଉପରୁ ଗାନ୍ଧୀ ନଗର, ମହାତ୍ମା ମନ୍ଦିର ଓ ବିଧାନସଭାକୁ ଗୋଟିଏ ଲାଇନରେ ଦେଖିବାର ମଜା ନେଇ ପାରିବେ ଲୋକେ ।

ସବୁଠାରୁ ବଡ କଥା ହେଉଛି ଏହି ହୋଟେଲ ରେଲୱେ ଷ୍ଟେସନ ଉପରେ ତିଆରି ହୋଇଛି, ଆଉ ଟ୍ରେନରେ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଷ୍ଟେସନ ଭିତରୁ ହୋଟେଲକୁ ଯିବାର ସୁବିଧା ରହିଛି । ସେହିପରି ହୋଟେଲର ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଲିପ୍ଟ ଓ ଏସ୍କାଲାଟୋର ଲଗାଯାଇଛି । ଯାହା ଦ୍ୱାରା ଲୋକମାନେ ପ୍ଲାଟଫର୍ମରେ ପହଞ୍ଚିବାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହାସହ ପ୍ରାଥମିକ ଚିକିତ୍ସା ପାଇଁ ଏଠାରେ ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଛି ।

ଷ୍ଟେସନ ପରିସରରେ ତିଆରି ହୋଇଥିବା ଏହି ବିଲ୍ଡିଂରେ ଏଣ୍ଟ୍ରି ଗେଟ, ଟିକେଟ ବୁକିଂ, ଲିପ୍ଟ- ଏସ୍କାଲାଟୋର, ବୁକ ଷ୍ଟଲ ଓ ଫୁଡ ଷ୍ଟଲର ସୁବିଧା ମଧ୍ୟ ରହିଛି । ଏହାସହ ଷ୍ଟେସନ କାନ୍ଥରେ ଗୁଜୁରାଟର ବିଭିନ୍ନ ପାରମ୍ପରିକ ଚିତ୍ର ଅଙ୍କା ଯାଇଛି । ଆଉ ଷ୍ଟେସନ ଭିତରେ ଅଙ୍କା ଯାଇଥିବା ଅଯୋଦ୍ଧାର ରାମ ମନ୍ଦିର ଚିତ୍ର ଲୋକ ମାନଙ୍କୁ ବେଶି ଆକର୍ଷିତ କରୁଛି ।

୨୦୧୭ ମସିହାରେ ଗାନ୍ଧୀ ନଗର ରେଲୱେ ଷ୍ଟେସନର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଆଉ ଏବେ ଏହି କାମ ପୂରା ହୋଇଛି । ଗୁଜୁରାଟ ସରକାରଙ୍କ ସୂଚନା ଅନୁସାରେ ଜୁଲାଇ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷ୍ଟେସନର ଉଦଘାଟନ କରିବେ । ଆଉ ଏହାପରେ ଯାତ୍ରୀମାନେ ଏଭଳି ଏକ ଅତ୍ୟାଧୁନିକ ରେଲୱେ ଷ୍ଟେସନର ସୁବିଧା ପାଇପାରିବେ ।

from Kanak News
via <a href="https://ifttt.com/?

ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା । ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୋଲିସ

କନକ ବ୍ୟୁରୋ : ହରିଆଣା ବିଧାନସଭାର ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଛି ରାଜ୍ୟ ପୋଲିସ । ଅଭିଯୋଗ ହୋଇଥିଲା କି ବିବାଦିତ କୃଷି ଆଇନକୁ ବିରୋଧ କରିବା କ୍ରମରେ ଡେପୁଟି ସ୍ପିକର ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ ରୁ ଅଧିକ କୃଷକ ଆକ୍ରମଣ କରି ତାଙ୍କ ଗାଡିକୁ ନଷ୍ଟ କରିଦେଇଥିଲେ ।

ଏଭଳି ଘଟଣା ଜୁଲାଇ ୧୧ ତାରିଖରେ ହରିଆଣାର ସୀରସା ଠାରେ ଘଟିଥିଲା । ଏହି ଘଟଣାକୁ ନେଇ କୃଷକମାନଙ୍କ ଉପରେ ରାଜଦ୍ରୋହ ଦଫା ଆଧାରରେ ମାମଲା ରୁଜୁ ହୋଇଛି । ଏହାସହ ହତ୍ୟା ଉଦ୍ୟମ ଓ ଲୋକ ସେବକଙ୍କୁ ସାର୍ବଜନୀକ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ରହିଛି । ହରିଆଣା କୃଷକ ଆନ୍ଦୋଳନର ୨ ପ୍ରମୁଖ ନେତା ହରଚରଣ ସିଂ ଓ ପ୍ରହ୍ଲାଦ ସିଂଙ୍କ ନାମ ବି ଏହି ମାମଲାରେ ରହିଛି ।

କହିରଖୁ କି ଏହି ଖବର ଆସିବାର କିଛି ଘଂଟା ପରେ ଏହି ଆଇନକୁ ନେଇ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା କହିଛନ୍ତି କି ରାଜଦ୍ରୋହ ଆଇନ ଇଂଗ୍ରେଜମାନଙ୍କ ଶାସନ ସମୟରେ ବ୍ୟବହାର କରାଯାଉଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ଏହାର କ’ଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

from Kanak News
via <a href="https://ifttt.com/?

ବଦଳିଲା ନାଇଟ କର୍ଫ୍ୟୁ ସମୟ । ଜାଣନ୍ତୁ କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲାରେ କେତେଟାରୁ କେତେଟା ହେବ ନାଇଟ କର୍ଫ୍ୟୁ 

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଜାରି ହୋଇଛି । ଏହାସହ ନାଇଟ କର୍ଫ୍ୟୁ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେହିପରି କାଟାଗୋରୀ-ବି ଜିଲ୍ଲାରେ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ କାଟାଗୋରୀ-ବି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ ।

ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା  ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started