ବଢୁଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣକୁ ନେଇ ଚିନ୍ତାରେ ମହାରାଷ୍ଟ୍ର ସରକାର । ସେପଟେ କିଛି ସହରରେ ଏବେ ବି ବୃଦ୍ଧି ପାଉଛି କରୋନା ସଂକ୍ରମଣ

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ନିର୍ଦ୍ଧିଷ୍ଟ କିଛି ସହର ବ୍ୟତୀତ ସାରା ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ହେଲେ ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ୍ ସଂକ୍ରମଣ ।

ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୯.୨୬୮ ଜଣଙ୍କ ଠାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଚିହ୍ନଟ ହୋଇଛି ଓ ୧୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୫,୦୯୧ ଜଣ ସୁସ୍ଥ ହୋଇଛନ୍ତି । ନାଗପୁର, ପୁଣେ, ଔରଙ୍ଗାବାଦ,ନାଶିକ୍, ସୋଲାପୁର ଓ ମୁମ୍ବାଇ ସହରରେ ସବୁଠାରୁ ଅଧିକ ବ୍ଲାକ ପଙ୍ଗସ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମୃତ୍ୟୁହାର ୧୨ ପ୍ରତିଶତ ରହିଛି । ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ପ୍ରଥମ ସ୍ଥାନରେ ନାଗପୁର ଓ ଦ୍ୱିତୀୟ ସ୍ଥାନରେ ପୁଣେ ରହିଛି ।

କହିରଖୁ କି ଦେଶରେ କରୋନାର ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର, ସବୁବେଳେ ସଂକ୍ରମଣ ହାରରେ ମହାରାଷ୍ଟ୍ର ଆଗରେ ରହିଛି । ଏହାସହ ମୃତ୍ୟୁହାର ବି ଅନ୍ୟରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ଅଧିକ ରହିଛି । ଗୋଟିଏ ଗୋଟିଏ ସମୟରେ ସାରା ଦେଶର ଦୈନିକ ସଂକ୍ରମଣ ୪୦ ପ୍ରତିଶତରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏବେ କରୋନା ସଂକ୍ରମଣ ଟିକେ ଥମିଥିବା ବେଳେ ମହାରାଷ୍ଟ୍ରର କୋହ୍ଲାପୁର, ପୁଣେ, ସାଂଗଲୀ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହିସବୁ ଜିଲ୍ଲାରେ ଏବେ ଆକ୍ଟିଭ୍ କେସ ବି ବୃଦ୍ଧି ପାଇଛି । କେବଳ ମୁମ୍ବଇରେ ୧୧.୦୮୮ ଆକ୍ଟିଭ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

from Kanak News
via <a href="https://ifttt.com/?

‘କାଟାଗୋରୀ-ବି’ରେ ୧୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?

କନକ ବ୍ୟୁରୋ : କରୋନା ସଂକ୍ରମଣ କମୁଥିବା ବେଳେ କାଟାଗୋରୀ-ବି ଜିଲ୍ଲାରେ ମଧ୍ୟ କଟକଣା କୋହଳ କରାଯାଇଛି । କାଟାଗୋରୀ-ବିରେ ପୂର୍ବଭଳି ୧୦ଟି ଜିଲ୍ଲା ରହିଛି । ଏହି ଜିଲ୍ଲା ଗୁଡିକରେ ସନ୍ଧ୍ୟା ୫ଟା ଯାଏଁ ଏଣିକି ଦୋକାନ ବଜାର ଖୋଲା ରହିବ । ପୂର୍ବରୁ କାଟାଗୋରୀ-ବି ଜିଲ୍ଲାରେ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିଲା । ତେବେ ଏହି ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ଜାରି ରହିବ ।

କାଟାଗୋରୀ-ବି ଜିଲ୍ଲାରେ ଦୋକାନ ବଜାର କିନ୍ତୁ ମାତ୍ର ୫ ଦିନ ଖୋଲା ରହିବ । ଅଥାର୍ତ ଏହି ଜିଲ୍ଲା ଗୁଡିକରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ତେବେ କାଟାଗୋରୀ-ବି ଜିଲ୍ଲାରେ ଦୈନିକ ଓ ସାପ୍ତାହିକ ହାଟ ଖୋଲିପାରିବନି । ଏସବୁ ବ୍ୟତୀତ କାଟାଗୋରୀ-ବି ଜିଲ୍ଲାରେ ବସ ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି ସରକାର । ପୂର୍ବରୁ କେବଳ କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳକୁ ଅନୁମତି ମିଳିଥିଲା ।

from Kanak News
via <a href="https://ifttt.com/?

କାଲିଠୁ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା । ବନ୍ଦ ରହିବ ପାର୍କ, ମଲ, ସିନେମା ହଲ

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଏହାରି ଭିତରେ ରାଜ୍ୟରେ କିଛି ନିୟମ କୋହଳ ହୋଇଥିବା ବେଳେ କିଛି କଡାକଡି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ କାଲିଠୁ ଜିମ୍, ବିୟୁଟି ପାର୍ଲର, ସ୍ପା ଖୋଲା ରହିବ । ଛୋଟ ସେଲୁନକୁ ପୂର୍ବରୁ ଅନୁମତି ମିଳିଥିବା ବେଳେ ଏବେ ବଡ ସେଲୁନକୁ ମଧ୍ୟ ଅନୁମତି ମିଳିଛି ।

ସେହିପରି ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଓ ବାର ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ରାଜ୍ୟରେ ବନ୍ଦ ରହିବ । ଏହାସହ ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ । ଯାତ୍ରା ଓ ରଙ୍ଗମଞ୍ଚ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା  ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।

from Kanak News
via <a href="https://ifttt.com/?

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ : ପୂର୍ବଭଳି ୩୦ଟି ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ; ଜାଣନ୍ତୁ କେଉଁଠି କ’ଣ ଖୋଲା ଓ କ’ଣ ବନ୍ଦ ?

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମି ଚାଲିଛି । କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ । ତେଣୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ କଟକଣାକୁ ବଢ଼ାଇ ଦେଇଛନ୍ତି । ତେବେ ଅନେକ ଜିଲ୍ଲାରେ କୋହଳ କରାଯାଇଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି ।

‘କାଟାଗୋରୀ-ଏ’ରେ ଥିବା ଜିଲ୍ଲା : ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା । ‘କାଟାଗୋରୀ-ଏ’ ରେ ପୂର୍ବଭଳି ଏହି ୨୦ଟି ଜିଲ୍ଲା ରହିବ । ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା, ୭ ଦିନ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଦୈନିକ ଓ ସାପ୍ତାହିକ ହାଟ ଖୋଲା ରହିବ ।

‘କାଟାଗୋରୀ-ବି’ରେ ଥିବା ଜିଲ୍ଲା : ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ । ‘କାଟାଗୋରୀ-ବି’ ରେ ପୂର୍ବଭଳି ଏହି ୧୦ଟି ଜିଲ୍ଲା ରହିବ । ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲିବ । ସେହିଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଦୈନିକ ଓ ସାପ୍ତାହିକ ହାଟ ଖୋଲିପାରିବନି । କାଟାଗୋରୀ-ବି ଜିଲ୍ଲାରେ ବସ୍ ଚଳାଚଳ କରିବ ।

ପୂର୍ବଭଳି ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ମଧ୍ୟ ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ । ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଜାରି ରଖିବେ।  ମିଠା ଦୋକାନୀ, ଠେଲାଗାଡ଼ି ଓ ଉଠାଦୋକାନୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ ।

ତେବେ ଗ୍ରାହକମାନେ କେବଳ ଖାଦ୍ୟ କିଣି ଘରକୁ ନେଇପାରିବେ । କେହି ଦୋକାନରେ ବସି କିମ୍ବା ସେଠାରେ ‌ଠିଆ ହୋଇ ଖାଇପାରିବେ ନାହିଁ । କଟକଣା କୋହଳ ସମୟରେ ଦୋକାନଗୁଡ଼ିକ ମଧ୍ୟରେ ନିର୍ଦ୍ଧାରିତ ଦୂରତା ବଜାୟ ରଖିବା, ଦୋକାନରେ ଭିଡ଼ ନ ହେବା ଆଦିକୁ ସଂପୃକ୍ତ ଦୋ‌କାନୀ ଓ ବଜାର କମିଟି ନିଶ୍ଚିତ କରାଇବେ । ନିୟମ ଖିଲାପ କଲେ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ। ଉଭୟ ଦୋକାନୀ ଓ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଓ ଠିକ୍ ଭାବେ ମାସ୍କ ପିନ୍ଧିବେ ।

from Kanak News
via <a href="https://ifttt.com/?

‘କାଟାଗୋରୀ-ଏ’ରେ ୨୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?

କନକ ବ୍ୟୁରୋ : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ଦୁଇ ସପ୍ତାହ ଆଂଶିକ ଲକଡାଉନ ଜାରି କଲେ ସରକାର ।  ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି ରହିବ । ତେବେ ପୂର୍ବଭଳି ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀ ହିସାବରେ ବିଭକ୍ତ କରି କଟକଣା ଜାରି କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ ପୂର୍ବଭଳି ୨୦ ଜିଲ୍ଲା ରହିଥିବା ବେଳେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି ।

କାଟାଗୋରୀ-ଏ ଜିଲ୍ଲାରେ  ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ପୂର୍ବରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହୁଥିଲା । କିନ୍ତୁ ନୂଆ ଗାଇଡଲାଇନରେ ଏହି ସମୟରେ ଟିକିଏ ବୃଦ୍ଧି କରାଯାଇଛି । ପୂର୍ବଭଳି କାଟାଗୋରୀ-ଏ ଜିଲ୍ଲାରେ ୭ ଦିନ ଦୋକାନ ବଜାର ଖୋଲା ରହିବ ।  ତେବେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ  କାଟାଗୋରୀ-ଏ ଜିଲ୍ଲାରେ ଦୈନିକ ଓ ସାପ୍ତାହିକ ହାଟ ଖୋଲା ରହିବ ।

from Kanak News
via <a href="https://ifttt.com/?

ଆଂଶିକ କଟକଣା ଭିତରେ ବଡ ଖବର । ସମଗ୍ର ରାଜ୍ୟରେ କାଲିଠାରୁ ଚାଲିବ ବସ୍

କନକ ବ୍ୟୁରୋ: ଆଂଶିକ କଟକଣା ଭିତରେ ରାଜ୍ୟବାସୀଙ୍କ ପାଇଁ ବଡ ଖବର । ସମଗ୍ର ରାଜ୍ୟରେ ଆସନ୍ତାକାଲିଠାରୁ ବସ ଚାଲିବ । ସେପଟେ ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ବସ୍ ଚଳାଚଳ କରିବନି । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ସେହିପରି ଅଗଷ୍ଟ ୧ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି ।

ଏହି ଆଂଶିକ ଲକଡାଉନ ବେଳେ ରାଜ୍ୟରେ କିଛି କଟକଣା କୋହଳ କରାଯାଇଛି । ଯେମିତିକି ରାଜ୍ୟରେ କାଲିଠୁ ବସ ଚଳାଚଳ କରିବ । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ନିର୍ଦ୍ଦାରିତ ସମୟ ମଧ୍ୟରେ ଚାଲିବ । ସେହିପରି ଜିମ୍, ବିୟୁଟିପାର୍ଲର, ସ୍ପା ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।

from Kanak News
via <a href="https://ifttt.com/?

ମେଡିକାଲ ଛାତ୍ରଙ୍କ ଆୟୁଷ ଟ୍ରେନିଂକୁ ଆଇଏମଏର ବିରୋଧ । ରାଷ୍ଟ୍ରୀୟ ଆୟୋଗଙ୍କ ନିକଟକୁ ଲେଖିଲା ଚିଠି

କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ (ଏନଏମସି)ଙ୍କ ତରଫରୁ ମେଡିକାଲ ଛାତ୍ରଙ୍କ ଇଣ୍ଟର୍ନସିପ୍ କୁ ନେଇ ଜାରି କରାଯାଇଥିବା ଗାଇଡ ଲାଇନକୁ ବିରୋଧ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) । ଆଇଏମଏ ପକ୍ଷରୁ କୁହାଯାଇଛି କି ଆୟୁଷ ଓ ତାର ଶିକ୍ଷା ଏକ ବଡ କୋର୍ସ । ଗୋଟିଏ ସପ୍ତାହ ଇଣ୍ଟର୍ନସିପ୍ କରି ମେଡିକାଲ ଛାତ୍ର ଛାତ୍ରୀମାନେ କିଛି ବି ଶିକ୍ଷାଲାଭ କରିପାରିବେ ନାହିଁ । ଏହାସହ ଚିଠିଲେଖି ଏନଏମସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଶର୍ମା ଏହା ଉପରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରାଯାଇଛି ।

କହିରଖୁ କି ଡ୍ରାଫ୍ଟ ରେଗୁଲେସନ ଫର କମ୍ପଲସରୀ ରୋଟେଟିଙ୍ଗ ଇଣ୍ଟର୍ନସିପ୍ ମାଧ୍ୟମରେ ଏମବିବିଏସ ଛାତ୍ର ମାନଙ୍କୁ ଆୟୁଷ ଟ୍ରେନିଂ ନେବା ନେଇ କୁହାଯାଇଥିଲା । ଏହାକୁ ନେଇ ଆଇଏମଏ କହିଛି କି ଆଧୁନିକ ଚିକିତ୍ସାରେ ପ୍ରଶିକ୍ଷିତ ଇଣ୍ଟର୍ନ ପାଇଁ ଔଷଧର ଏହି ପ୍ରଣାଳୀକୁ ବୁଝିବା ବୁଦ୍ଧିମାନର କାମ ନୁହେଁ । ଏହାସହ ମେଡିକାଲ ଛାତ୍ରମାନେ ଗୋଟିଏ ସପ୍ତାହ ଆୟୁଷ ଟ୍ରେନିଂ ନେବାକୁ ଆଇଏମଏ ବିରୋଧ କରିଛି । ଆଇଏମଏ କହିଛି କି ଏହା ପ୍ରଥମରୁ ସ୍ଥାପନ କରାଯାଇଥିବା ମାନଦଣ୍ଡର ବିପରିତ ଓ ଅନାବଶ୍ୟକ ।

କହିରଖୁ କି ଡ୍ରାଫ୍ଟ ମୁତାବକ ଏମବିବିଏସ୍ ଛାତ୍ର ମାନଙ୍କୁ ସ୍ନାତକ ସମାପ୍ତି ପରେ ୧୨ ମାସ ମଧ୍ୟରେ ୧୭ ଟି ପୋଷ୍ଟିଂ ସମ୍ପୂର୍ଣ୍ଣ କରିବାକୁ ପଡିବ । ସେଥିମଧ୍ୟରୁ ୧୪ ଟି ବାଧ୍ୟତାମୂଳକ ଓ ୩ ଟି ଇଚ୍ଛାଧିନ । ଅନ୍ୟପଟେ ଭାରତୀୟ ଔଷଧ ପ୍ରଣାଳୀର ତାଲିମ ଇଚ୍ଛାଧିନ ରହିଛି ।

from Kanak News
via <a href="https://ifttt.com/?

ଆସିଲା ନୂଆ ଗାଇଡଲାଇନ୍ : ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍

କନକ ବ୍ୟୁରୋ : ଆସିଲା ନୂଆ ଗାଇଡଲାଇନ୍ । ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍ । ଏ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ତାଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ୧୦୦ ଜଣରେ ୩ଜଣ ପଜିଟିଭ ବାହାରୁଛନ୍ତି । କାଟାଗୋରୀ ବି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ।

ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା  ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।

ସବୁଠାରୁ ବଡକଥା ହେଉଛି ଖୋଲିବ ଜିମ୍-ବିୟୁଟି ପାର୍ଲର । ସମଗ୍ର ରାଜ୍ୟରେ ବସ୍ ଚଳାଚଳ କରିବ । ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ଚଳାଚଳ ବସ୍ କରିବନି । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ । ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ପାର୍କ, ମଲ, ସିନେମା ହଲ, ବାର୍ ବନ୍ଦ ରହିବ  । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ, ସେଠାରେ ବସିକି କେହି ଖାଇପାରିବେ ନାହିଁ । ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପୂର୍ବ କଟକଣା ଜାରି ରହିବ ।

from Kanak News
via <a href="https://ifttt.com/?

ଆଉ କିଛି ସମୟର ଅପେକ୍ଷା : ୧୬ ତାରିଖ ପରେ କ’ଣ ହେବ ? ସେ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ୧୬ ତାରିଖ ପରେ କଣ ହେବ, ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । କ୍ୟାଟାଗୋରି ‘ବି’ରେ ଥିବା ଜିଲ୍ଲାଗୁଡିକରେ କଟକଣା କୋହଳ ହେବ ନା ନାହିଁ, ତା ଉପରେ ନଜର ରହିଛି । ସେହିପରି କ୍ୟାଟାଗୋରି ‘ଏ’ରେ ଥିବା ଜିଲ୍ଲାଗୁଡିକରେ କଟକଣା ହଟିବ ନା ନାହିଁ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । କାରଣ କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି । ଜୀବନକୁ ସୁରକ୍ଷା ଦେବାକୁ ଯାଇ, ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି ।

ତେଣୁ ଆଜି ସାଢ଼େ ୨ଟାରେ ଆଗାମୀ ପଦକ୍ଷେପ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆଂଶିକ ତାଲାବନ୍ଦ କାରଣରୁ ଏବେ ଭିଷଣ କଷ୍ଟରେ ଅଛି ଓଡ଼ିଶା । ତେଣୁ ୧୬ରେ ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବେ । ସୂଚନା ମିଳିଛି ୨୬ଟି ଜିଲ୍ଲାରେ ସଂପୂର୍ଣ୍ଣ କୋହଳ ହୋଇପାରେ କଟକଣା । ତେବେ ସଂକ୍ରମଣ ଅଧିକ ଥିବା ୪ ଜିଲ୍ଲାରେ କଟକଣା ଆଂଶିକ କୋହଳ କରିବାକୁ ଚିନ୍ତା କରୁଛନ୍ତି ସରକାର । ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱରରେ କେତେକ କଟକଣା ବଳବତ୍ତର ରହିପାରେ । ୪ ଜିଲ୍ଲାରେ ରାତି କର୍ଫ୍ୟୁ ବଳବତ୍ତର ରଖିବା ସମ୍ଭାବନା ଅଛି ।

ସେହିପରି ଏହି ୪ ଜିଲ୍ଲାରେ ଜାରି ରହିପାରେ ସପ୍ତାହାନ୍ତ ସଟଡାଉନ୍ । ତେବେ ଦିନ ୨ଟା ପରିବର୍ତ୍ତେ ସଂଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ମିଳିପାରେ ଅନୁମତି । ଜିମ, ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର କିନ୍ତୁ ମଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛଡା ଯାଇପାରେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ଏମ୍ସରେ ଉଦଘାଟିତ ହେଲା ଏକମୋ ମେସିନ୍  : ଆଗାମୀ ସପ୍ତାହରୁ ମିଳିବ ଚିକିତ୍ସା

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଯାଇଛି ଏକମୋ ମେସିନ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକ ଡାକ୍ତର ଗୀତାଞ୍ଜଳି ଏକମୋ ମେସିନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକମୋ ବିଭାଗର ସମସ୍ତ ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଉପସ୍ଥିତ ରହିଥିଲେ । ଏମ୍ସରେ ଏହା ପ୍ରଥମ ଏକମୋ ମେସିନ, ଖୁବଶୀଘ୍ର ଆଉ ଏକ ଏକମୋ ମେସିନ ଅଣାଯିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।

ଆଗାମୀ ଏକ ସପ୍ତାହ ଭିତରେ ହସ୍ପିଟାଲରେ ଏକମୋ ଚିକିତ୍ସା ଆରମ୍ଭ ହେବ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ସେମାନଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦିଆଯିବ । କରୋନା ଆକ୍ରାନ୍ତଙ୍କ ଫୁସଫୁସ ଅଧିକ ସଂକ୍ରମିତ ହୋଇ ନିଃଶ୍ୱାସ ନେବାରେ ଅସୁବିଧା ହେଲେ ଏକମୋ ମେସିନ ଜରିଆରେ ଚିକିତ୍ସା କରାଯାଏ । ରାଜ୍ୟରେ ଏକମୋ ମେସିନ ନଥିବାରୁ ଏକାଧିକ କରୋନା ରୋଗୀଙ୍କୁ ଏୟାରଲିଫ୍ଟିଂ କରି ବାହାର ରାଜ୍ୟକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏବେ ଏମ୍ସରେ ଏକମୋ ଚିକିତ୍ସା ଆଗାମୀ ସପ୍ତାହରେ ମିଳିବାକୁ ଯାଉଛି, ଯାହା ଦ୍ୱାରା କରୋନା ସଂକ୍ରମିତ, ଫୁସଫୁସ ସଂକ୍ରମଣରେ ପୀଡିତ ରୋଗୀ ଉପକୃତ ହୋଇ ପାରିବେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started