ସୂଚନା ଅଧିକାର ଆଇନ ପରିସରକୁ ଆସିବ ୟୁପିର ସମସ୍ତ ଘରୋଇ ସ୍କୁଲ । ଦେବାକୁ ପଡିବ ଦେୟ ଓ ଖର୍ଚ୍ଚର ସମ୍ପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ୟୁପିର ସମସ୍ତ ଘରୋଇ ବିଦ୍ୟାଳୟ ଗୁଡିକ ଏବେ ସୂଚନା ଅଧିକାର ଆଇନ ପରିସରଭୂକ୍ତ ହେବ । ଏହାସହ ସ୍କୁଲର ଦେୟ ଓ ସମସ୍ତ ଖର୍ଚ୍ଚର ବିବରଣୀ ସୂଚନା ଅଧିକାର ଆଇନ ମାଧ୍ୟମରେ ମଗାଯାଉଥିବା ସୂଚନାରେ ଉପଲବ୍ଧ କରାଇବାକୁ ପଡିବ । ରାଜ୍ୟ ସୂଚନା ଆୟୋଗ (ଏସଆଇସି) ଏହି ଆଦେଶ ଜାରୀ କରିଛନ୍ତି । ଏହାସହ ରାଜ୍ୟ ସୂଚନା ଆୟୋଗ ପ୍ରମୋଦ କୁମାର ତିୱାରୀ ନିର୍ଦ୍ଦେଶ ଦେଇଛନ୍ତି କି ରାଜ୍ୟର ପ୍ରତ୍ୟେକ ଘରୋଇ ସ୍କୁଲମାନେ ଜନ ସୂଚନା ଅଧିକାରୀ ନିଯୁକ୍ତ କରାନ୍ତୁ ।

ରାଜ୍ୟର ଘରୋଇ ସ୍କୁଲମାନଙ୍କୁ ଏହି ଆଇନ ପରିସରକୁ ଆଣିବାର ଅର୍ଥ କୌଣସି ବି ବ୍ୟକ୍ତି ସ୍କୁଲର ଦେୟ, ପରିଚାଳନା ଖର୍ଚ୍ଚ ଓ ବିଦ୍ୟାଳୟ ଖର୍ଚ୍ଚ ବାବଦରେ ସୂଚନା ପାଇ ପାରିବେ । ସ୍କୁଲ ଗୁଡିକ ଏହି ସୂଚନା ଦେବାକୁ ବାଧ୍ୟ ବୋଲଇ ରାଜ୍ୟ ସୂଚନା ଆୟୋଗ କହିଛନ୍ତି ।

କହିରଖୁ କି ସଂଜୟ ଶର୍ମା ନାମକ ଏକ ବ୍ୟକ୍ତି ଲକ୍ଷେ୍ନøର ଦୁଇଟି ନାମିଦାମି ସ୍କୁଲକୁ ନେଇ ଆବେଦନ କରିଥିଲେ । ଏହାପରେ ରାଜ୍ୟ ସୂଚନା ଆୟୋଗ ସବୁ ଘରୋଇ ସ୍କୁଲ ମାନଙ୍କୁ ଜନ ସୂଚନା ଆୟୋଗ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହା ପୂର୍ବରୁ ଘରୋଇ ସ୍କୁଲମାନେ ସୂଚନା ଦେବାକୁ ମନା କରିବା ସହ ଏହାର କାରଣ ବାବଦରେ ରାଜ୍ୟ ସରକାର ସେମାନଙ୍କୁ କୌଣସି ସହାୟତା ଦେଉ ନଥିବାରୁ ସେମାନେ ସୂଚନା ଦେବା ବାଧ୍ୟତାମୂଳକ ନୁହେଁ ବୋଲି ଜବାବ ରଖୁଥିଲେ ।

from Kanak News
via <a href="https://ifttt.com/?

ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଂଘନ : କର୍ଡନ ଭାଙ୍ଗି ଦାମିକାରରେ ରଥ ନିକଟକୁ ଗଲେ ପ୍ରଭାବଶାଳୀ ବ୍ୟକ୍ତି

କନକ ବ୍ୟୁରୋ : ରଥଯାତ୍ରା ଦିନ ନିୟମ ଭାଙ୍ଗି କର୍ଡନ ଭିତରେ ରଥ ନିକଟକୁ ଯାଇଥିଲେ କିଛି ପ୍ରଭାବଶାଳୀ ବ୍ୟକ୍ତି । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆ ଯାଇଛି । ରଥଯାତ୍ରା ସମୟରେ ପୁରୀରେ କର୍ଫୁ ଜାରି ହେବା ସହ କୋଭିଡ ନିୟମ ପାଳନ କରାଯାଉଥିବା ବେଳେ ଏମାନେ ନିୟମକୁ ବେଖାତିର କରିଥିବା ଅଭିଯୋଗ ହୋଇଛି । ରଥ ନିକଟକୁ ଯିବା ସହ ରଥ ସମ୍ମୁଖରେ ଅନେକ ଫଟୋ ମଧ୍ୟ ଉଠାଇଛନ୍ତୁ ଏହି ବ୍ୟକ୍ତିମାନେ ।
ଯାହା ସୁପ୍ରିମକୋର୍ଟଙ୍କ ୨୦୨୦ ଏସଓପି ଗାଇଡ ଲାଇନର ବିରୁଦ୍ଧାଚରଣ କରୁଛି । ଜଣେ ଧର୍ମଗୁରୁଙ୍କ ସହ ଯାଇଥିବାରୁ ଏମାନେ ପୁଲିସ ବ୍ୟାରିକେଡ ଅତିକ୍ରମ କରିବାକୁ ସକ୍ଷମ ହେଲେ ବୋଲି ଚର୍ଚ୍ଚା ହେଉଛି । ତେବେ ପୋଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସିସିଟିଭ ଫୁଟେଜ ସମେତ ଡ୍ରୋନ କ୍ୟାମେରା ଫୁଟେଜକୁ ଯାଂଚ କରାଯାଉଛି । ରଥଯାତ୍ରା ଦିନ ୨ଟି ମର୍ସିଡିଜ ଗାଡି ସମେତ ୩ଟି ଦାମିକିଆ କାର ରଥ ନିକଟକୁ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତଙ୍କ ସଂକେତ, ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ରହିବେ ଅମରିନ୍ଦର ସିଂ

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହକୁ ନେଇ ପ୍ରଭାରୀ ହରିସ୍ ରାୱତ ଏକ ବଡ ବୟାନ ଦେଇଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି କି ରାଜ୍ୟରେ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ସେ ଏକ ଉପାୟ ବାହାର କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ ଓ ବିବାଦ ବଢାଉଥିବା ନବଜୋତ୍ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ରହିବେ ।

ଏହା ସହ ରାଜ୍ୟ କଂଗ୍ରେସରେ ଦୁଇଜଣ ଉପ-ସଭାପତି ବି ରହିବେ ଓ ସେମାନେ ଦଳିତ ଓ ହିନ୍ଦୁ ସମୁଦାୟରୁ ନିର୍ବାଚିତ ହେବେ । ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି । କହିରଖୁ କି ବର୍ତମାନ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି ସୁନୀଲ ଜାଖଡ ।

ଅନ୍ୟପଟେ ୨୦୨୨ ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟରେ କିଛି ନୂଆ ଚେହେରା ପ୍ରବେଶ କରିବା ନେଇ ବି ଅନୁମାନ କରାଯାଉଛି । ଏହାସହ ପଞ୍ଜାବ କଂଗ୍ରେସରେ ଚାଲିଥିବା କହଳକୁ ନେଇ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦଳର ମହାସଚିବ କେ.ସି ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଓ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତ ଯୋଗ ଦେଇ ଚର୍ଚ୍ଚା କରିଥିଲେ ।

ହରିସ୍ ରାୱତ ପଞ୍ଜାବ କଂଗ୍ରେସର ଚାଲିଥିବା ଦ୍ୱନ୍ଦକୁ ନେଇ କହିଛନ୍ତି କି ଆସନ୍ତା ୩/୪ ଦିନ ମଧ୍ୟରେ ପଞ୍ଜାବ କଂଗ୍ରେସ ପାଇଁ ଖୁସି ଖବର ଆସିବ ଓ ଏହାଦ୍ୱାରା କର୍ମୀ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଖୁସି ହେବେ ।

from Kanak News
via <a href="https://ifttt.com/?

କଟକରୁ ୨ କେଜି ସୁନା ଜବତ କଲା କମିଶନରେଟ୍ ପୋଲିସ : ପଞ୍ଜାବ ଅମୃତସରରୁ ସୁନା ଆଣି ବିକ୍ରିବେଳେ ଧରିଲା ପୋଲିସ

କନକ ବ୍ୟୁରୋ : ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । ଏହି ବେଆଇନ ସୁନା ପଛର କାହାଣୀ ବେଶ ରୋଚକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଆସିଛି ଏହି ସୁନାଗହଣା । ଜିଏସଟି ଫାଙ୍କିବା ପାଇଁ ପଞ୍ଜାବ ଅମୃତସରରୁ ଏହି ସୁନାଗହଣାକୁ ଆଣି କଟକରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା ।

ବେଆଇନ ଭାବେ ଏହି ସୁନା ଗହଣାକୁ କଟକ ନୟାସଡ଼କରେ ବିକି ଦେବାପାଇଁ ଉଦ୍ୟମ ଚାଲିଥିବା ବେଳେ ଖବର ପାଇ ଅଚାନକ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ତେବେ ଜବତ ସୁନା ବାବଦରେ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ପ୍ରାୟ ୨କେଜି ଓଜନର ସୁନାଗହଣା ଜବତ ହୋଇଛି । ଜିଏସଟି ବିଭାଗକୁ ଏହି ଘଟଣାର ତଦନ୍ତ ପାଇଁ ଜଣାଇ ଦେଇଛି କମିଶନରେଟ ପୋଲିସ ।

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡ଼ିଆ ଯୁବକ : ୩ମାସ ପାଇଁ ତାଲିମ ନେବାକୁ ଯାଇଥିଲେ, ହେଲେ ଦେଢ଼ ବର୍ଷ ହେଲା ଘରକୁ ଫେରି ପାରୁନାହାନ୍ତି

କନକ ବ୍ୟୁରୋ : ସୁଦୂର ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡିଆ ଯୁବକ । ମାତ୍ର ତିନି ମାସ ପାଇଁ ତାଲିମ ନେବାକୁ ଆଫ୍ରିକା ଯାଇଥିଲେ ହେଲେ ଦେଢ ବର୍ଷ ହେଲା ଫେରି ପାରୁନାହାନ୍ତି । ଢେଙ୍କାନାଳ ଜିଲ୍ଲା ବେଲଟିଗିରିର ସବ୍ୟସାଚୀ ନନ୍ଦ ୨୦୧୯ରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଫସି ରହିଛନ୍ତି । ସେପଟେ ସେ ଏମିତି ଘଟଣାଚକ୍ରରେ ଛନ୍ଦି ହୋଇପଡିଛନ୍ତି, ଯେ ଦକ୍ଷିଣ ଆଫ୍ରିକାରୁ ଫେରିବା ସମ୍ଭବ ହୋଇପାରୁ ନାହିଁ । ଏପଟେ ଗାଁରେ ମାଆ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଛି । ମାଆର ଶୁଦ୍ଧିକ୍ରିୟାରେ ପୁଅ ଆସିବା ନିହାତି ଆବଶ୍ୟକ ହୋଇଥିବାରୁ ସବ୍ୟସାଚୀଙ୍କୁ ଉଦ୍ଧାର ପାଇଁ ପରିବାରର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ ଡିସେମ୍ବର ୨୦୧୯ରେ ଫାର୍ମା କଲଚର ଉପରେ ତାଲିମ ନେବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲେ ସବ୍ୟସାଚୀ ନନ୍ଦ । ଏପ୍ରିଲ ୨୦୨୦ରେ ଫେରିଥାନ୍ତେ , କିନ୍ତୁ କରୋନା ଯୋଗୁଁ ଭାରତ ସରକାର ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଲେ । ଏହାରି ଭିତରେ ତାଙ୍କ ଭିସା ବାତିଲ ହୋଇଯିବାରୁ ସେ ଜୋହାନ୍ସ ବର୍ଗରେ ସେ ଫସି ଯାଇଥିଲେ । ୨୦୨୧ ଫେବୃୟାରୀରେ ସବ୍ୟସାଚୀ ରହୁଥିବା ଫାର୍ମହାଉସ ମାଲିକର ପୁଅକୁ କିଛି ଦୁର୍ବୃତ୍ତ ଘରେ ପଶି ଗୁଳିକରି ହତ୍ୟା କରିଥିଲେ ।

ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ପୁଲିସ ସବ୍ୟସାଚୀଙ୍କ ପାସପୋର୍ଟ ଜବତ କରି ଅଟକ ରଖିଛି । ପରିବାର ଲୋକେ ଏହି ଘଟଣା ସଂପର୍କରେ ଡେରିରେ ଜାଣିବା ପରେ ସବ୍ୟସାଚୀ ରହୁଥିବା ଘର ମାଲିକ ଓ ସେଠାକାର ପୁଲିସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ତଦନ୍ତ ନସରିବା ଯାଏଁ ସବ୍ୟସାଚୀଙ୍କୁ ଛଡାଯିବ ନାହିଁ ବୋଲି ଆଫ୍ରିକା ପୁଲିସ କହିଥିବା ସୂଚନା ମିଳିଛି । ତେଣୁ ତୁରନ୍ତ ପୁଅକୁ ଦକ୍ଷିଣ ଆଫ୍ରିକାରୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ ।

from Kanak News
via <a href="https://ifttt.com/?

କରୋନା ସହିତ କେରଳରେ କାୟା ବିସ୍ତାର କରୁଛି ଜିକା ଭୂତାଣୁ । ଆଜି ୫ ଜଣ ଚିହ୍ନଟ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରେ କେରଳ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଏବେ କେରଳରେ ପୁଣି ଏକ ନୂଆ ଭୂତାଣୁ ତାର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି  । ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ କହିଛନ୍ତି କି ପୁଣି କେରଳରେ ଜିକା ଭୂତାଣୁ ସଂକ୍ରମିତ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୨୮ କୁ ବୃଦ୍ଧି ପାଇଛି  ।

ଅନ୍ୟପଟେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ଏହାସହ ବି ରାଜ୍ୟ ସରକାର କରୋନା ସଂକ୍ରମଣ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।

ବିନା ଗର୍ଗ କହିଛନ୍ତି କି କେରଳର ଅନାୟରା ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ୩ କିଲୋମିଟର ପରିଧି ଜିକା ଭୂତାଣୁ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ତେଣୁ ଉକ୍ତ ଅଞ୍ଚଳକୁ ସରକାର ମଶା ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ଏହାସହ ଥୀରୁଅନନ୍ତପୁରମ ଠାରେ ଜିକା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ଦେଶର କରୋନା ମିଟର : ଗୋଟିଏ ଦିନରେ ୪୧ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ, ୫୮୧ ମୃତ

କନକ ବ୍ୟୁରୋ : ଦେଶରେ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୪୧ ହଜାର ୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୧ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୩୯ ହଜାର ୧୩୦ଜଣ । ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ଜଣ । । ସକ୍ରିୟ ମାମଲା ରହିଛି ୪ ଲକ୍ଷ ୩୨ ହଜାର ୪୧ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୯୮୯ଜଣ ।

from Kanak News
via <a href="https://ifttt.com/?

ପାରଳାଖମୁଣ୍ଡି ଏସିଏଫଓଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ : ବାପା ଆଣିଲେ ଯୋଜନାବଦ୍ଧ ହତ୍ୟା ଅଭିଯୋଗ; ମୃତ୍ୟୁ ପାଇଁ ବୋହୂ,ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରି ଥାନାରେ ଏତଲା

କନକ ବ୍ୟୁରୋ : ପାରଳାଖମୁଣ୍ଡି ଏସିଏଫଓ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ । ବାପା ଆଣିଲେ ଯୋଜନା ବଦ୍ଧ ହତ୍ୟା ଅଭିଯୋଗ । ମୃତ୍ୟୁ ପାଇଁ ବୋହୂ,ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ସୌମ୍ୟଙ୍କ ବାପା । ଏତଲାରେ ଲେଖାଅଛି ବିବାହର ଏକମାସ ପରେ ପୁଅ ବୋହୂକୁ ନେଇ ପାରଳାଖମୁଣ୍ଡି ଆସିଥିଲା । କିଛି ଦିନ ପରେ ପୁଅ ସୌମ୍ୟ ଘରକୁ ଫୋନ କରି ତାଙ୍କ ଦାମ୍ପତ୍ୟ ଜୀବନରେ ହେଉଥିବା ଝଗଡ଼ା ବିଷୟରେ ଜଣାଉଥିଲା ।

ଡିଏଫଓଙ୍କ ସହ ବୋହୂର ଅନୈତିକ ସମ୍ପକ ବାବଦରେ ପରିବାରକୁ ପୁଅ ଜଣାଇଥିଲେ ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଆଉ ଏସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିବା ମଧ୍ୟ ଏତଲାରେ ଲେଖାଅଛି । ଜାଣିଶୁଣି ଅଫିସ କାର୍ଯ୍ୟ, ଆଳରେ ଡିଏଫଓ ତାଙ୍କୁ ରାତି ଡ୍ୟୁଟି ଦେଉଥିଲେ କହିଛନ୍ତି ସୌମ୍ୟଙ୍କ ବାପା । ବୋହୂ ତାଙ୍କ ପୁଅକୁ ବିଭିନ୍ନ ବିଷୟରେ ଆଘାତ ଦେଉଥିଲା । ମାସେ ପୂର୍ବରୁ ତାଙ୍କ ପୁଅ ଜୀବନ ପ୍ରତି ବିପଦ ଅଛି ବୋଲି ଫୋନ ମାଧ୍ୟରେ ପରିବାରକୁ ଜଣାଇଥିବା କଥା ମଧ୍ୟ ଏତଲାରେ ଦର୍ଶଯାଇଛି । ସୌମ୍ୟଙ୍କ ମୃତ୍ୟୁ ପାଇଁ ବୋହୂ, ଡିଏଫଓ ଏବଂ ରୋଷେୟାଙ୍କୁ ଦାୟୀ କରିଛନ୍ତି ତାଙ୍କ ବାପା ।

ଏପରି କି ମାମଲାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି । ତେବେ ବାପାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏସିଏଫଓଙ୍କ ଘରେ କାମ କରୁଥିବା ରୋଷେୟା ମଧ୍ୟ ଘଟଣା ଦିନ କ’ଣ ହୋଇଥିଲା କହିଛନ୍ତି । ତେବେ ତାଙ୍କ ବିରୋଧରେ ସୌମ୍ୟଙ୍କ ବାପା ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

from Kanak News
via <a href="https://ifttt.com/?

କମଲନାଥଙ୍କୁ ମିଳିପାରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ । ଆଜି ସୋନିଆ ଗାନ୍ଧୀଙ୍କ ସହ ବୈଠକ ପରେ ନିଷ୍ପତ୍ତି

କନକ ବ୍ୟୁରୋ :  କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଏହି ପଦ ମିଳିପାରେ ବୋଲି ସୂତ୍ରରୂ ସୂଚନା ମିଳିଛି । କୁହାଯାଇଛି କି ଏହି ପ୍ରସଙ୍ଗକୁ ନେଇ ଆଜି କମଲନାଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ।

ଏପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନିଚ୍ଛା ପ୍ରକାଶ କରିବା ଓ ବର୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ଦଳ ପୁଣିଥିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ନିର୍ବାଚିତ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୨୦୧୪ ପରେ କଂଗ୍ରେସ ବିଭିନ୍ନ ନିର୍ବାଚନରେ ଯେଭଳି ପ୍ରଦର୍ଶନ କରୁଛି ଏହାକୁ ନେଇ ପାର୍ଟି ବାରମ୍ବାର ଅଧ୍ୟକ୍ଷ ପଦକୁ ନେଇ ମନ୍ଥନ ଜାରୀ ରଖିଛି । ହେଲେ ଯେତେବେଳେ ପର୍ଯ୍ୟନ୍ତ ପାର୍ଟି କୌଣସି ନେତାଙ୍କୁ ଅଧ୍ୟକ୍ଷ ପଦ ଦେଇ ନାହିଁ ସେପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ନିଷ୍ପତ୍ତି କରିଛି ।

ଏହି କାରଣରୁ ପାର୍ଟର୍ ପ୍ରତି ବିଶ୍ୱାସ ଭାଜନ ଥିବା ତଥା ଦଳର ବରିଷ୍ଠ ନେତା କମଲ ନାଥଙ୍କୁ  କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରିବା ନେଇ ଚିନ୍ତା କରିଛି । ଏହି ପ୍ରସଙ୍ଗରେ ଆଜି ଦିନ ୧୨ ଟାରେ କମଲ ନାଥ ଓ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ।

କହିରଖୁ କି କରୋନା ମହାମାରୀ ପାଇଁ ଜୁନ ୨୩ ରେ ପ୍ରସ୍ତାବିତ ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏହାସହ ପାର୍ଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା କି ଯେ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିର୍ବାଚନ ହୋଇନାହିଁ ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁୂଲାଇବେ ।

from Kanak News
via <a href="https://ifttt.com/?

ରିଷଭ ପନ୍ତଙ୍କୁ କରୋନା, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା !

କନକ ବ୍ୟୁରୋ :ଇଂଲଣ୍ଡ  ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା । ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରିଷଭଙ୍କ ବ୍ୟତୀତ ଅନ୍ୟ ଜଣେ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଏବେ ସୁସ୍ଥ ଅଛନ୍ତି । ତେବେ ରିଷଭ ଏବେ ସଙ୍ଗରୋଧରେ ଥିବା ସୂଚନା ମିଳିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପରେ ଟିମ୍ ଇଣ୍ଡିଆର ଖେଳାଳି କିଛି ଦିନ ପାଇଁ ବ୍ରେକ ନେଇଥିଲେ । ତେବେ ଏହି ସମୟ ମଧ୍ୟରେ ଦୁଇଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ଦୁଇ ଖେଳାଳୀଙ୍କୁ ଥଣ୍ଡା ହେବା ସହ କାଶ ଭଳି ସାମାନ୍ୟତମ ଲକ୍ଷଣ ଦେଖାଯାଇଥିଲା । ତୁରନ୍ତ ଉଭୟ ଖେଳାଳୀଙ୍କର ଟେଷ୍ଟ କରାଯାଇଥିଲା ଏବଂ ଉଭୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ଏପରିକି ଜଣେ ଖେଳାଳୀ ସୁସ୍ଥ ହୋଇଛନ୍ତି ।

ବ୍ରେକରୁ ଫେରିବା ପରେ ସମସ୍ତ ଭାରତୀୟ ଖେଳାଳୀ ଏକାଠି ହୋଇଛନ୍ତି । ଏବେ ପୂରା ଟିମ୍ ଡରହମ ଯିବ । ତେବେ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଥିବା ରିଷଭଙ୍କୁ ଏବେ ଟିମ ଠାରୁ ଅଲଗା ରଖାଯିବ । ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଦଳରେ ସାମିଲ କରାଯିବ ।ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ସମସ୍ତ ଖେଳାଳୀଙ୍କର ପୁଣିଥରେ କରୋନା ଟେଷ୍ଟ କରାଯିବ । ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ଭାରତୀୟ ଖେଳାଳୀଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ଖେଳାଳୀଙ୍କୁ ବାରଣ କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ୨୦ ଜୁଲାଇରେ କାଉଣ୍ଟିଂ ମ୍ୟାଚ୍ ଖେଳିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started