
କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି । ଜୀବନକୁ ସୁରକ୍ଷା ଦେବାକୁ ଯାଇ, ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ତେଣୁ ଆଜି ସାଢ଼େ ୨ଟାରେ ଆଗାମୀ ପଦକ୍ଷେପ ନେଇ ଘୋଷଣା କରିବେ ମୁଖ ଶାସନ ସଚିବ ।
ଆଂଶିକ ତାଲାବନ୍ଦ କାରଣରୁ ଏବେ ଭିଷଣ କଷ୍ଟରେ ଅଛି ଓଡ଼ିଶା । ତେଣୁ ୧୬ରେ ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବେ । ସୂଚନା ମିଳିଛି ୨୬ଟି ଜିଲ୍ଲାରେ ସମ୍ପୂର୍ଣ୍ଣ କୋହଳ ହୋଇପାରେ କଟକଣା । ତେବେ ସଂକ୍ରମଣ ଅଧିକ ଥିବା ୪ ଜିଲ୍ଲାରେ କଟକଣା ଆଂଶିକ କୋହଳ କରିବାକୁ ଚିନ୍ତା କରୁଛନ୍ତି ସରକାର । ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱରରେ କେତେକ କଟକଣା ବଳବତ୍ତର ରହିପାରେ ।
from Kanak News
via <a href="https://ifttt.com/?








