
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡରେ ସାମିଲ ହୋଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା ସହ ଆହୁରି ଅନେକ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ଚଳଚିତ୍ରଟି ଓସ୍କାର ଦୌଡର ସାଧାରଣ ବର୍ଗରେ ପ୍ରବେଶ କରିଛି ।
ନୀଳମାଧବ ପଣ୍ଡା ନିର୍ଦ୍ଦେଶିତ ଏହି ସିନେମାଟି ମୁଖ୍ୟତ ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ଓଡିଶାର ପୂର୍ବ ଉପକୂଳର ଗ୍ରାମ ଗୁଡିକ କିଭଳି ଭାବେ ଅଦୃଶ୍ୟ ହେବାରେ ଲାଗିଛି ତାହା ଉପରେ ଚିତ୍ରିତ କରାଯାଇଛି ।
ଏହି ଚଳଚିତ୍ରଟି ଓସ୍କାର ଏକାଡେମୀର ସ୍କ୍ରିନିଂ ରୁମରେ ଉପଲବ୍ଧ ହୋଇଥିବା ବେଳେ ଭୋଟ ଓ ନୋମିନେଶନ ପାଇଁ ଏକାଡେମୀର ସଦସ୍ୟ ମାନେ ଏହି ଚଳଚିତ୍ରଟିକୁ ଦେଖିପାରିବେ ବୋଲି ଜଣାପଡିଛି । ଚଳଚିତ୍ରକୁ ନେଇ ନୀଳମାଧବ ପଣ୍ଡା କହିଛନ୍ତି କି ‘ଲସ୍ ଏଞ୍ଜେଲସ ଏବଂ ନ୍ୟୁୟର୍କର ସମସ୍ତ ଥିଏଟର ବନ୍ଦ ରହିଥିବା ଯୋଗୁ ଚଳିତ ବର୍ଷ ଏହି ଯୋଗ୍ୟତା ହାସଲ କରିବା ତାଙ୍କ ପାଇଁ କଷ୍ଟକର ଥିଲା ’
କହିରଖୁ କି ଓଡିଆ ପୁଅ ନୀଳମାଧବ ପଣ୍ଡା କେବଳ ଏହି ଚଳଚିତ୍ର ନୁହେଁ ଏହା ପୂର୍ବରୁ ଅନେକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରି ସଫଳତା ପାଇଛନ୍ତି । ତାଙ୍କ ଚଳିଚିତ୍ର ମଧ୍ୟରେ ରହିଛି ‘କୌନ କିତନେ ପାନୀ ମେ ହେ, ହାଲକା, ବିଜୁବାବୁ, କଡଭି ହାୱା,ବବଲୁ, ଜଲପରୀ, ଆଇ ଏମ କାଲାମ୍, ଗଡସ୍ ଓନ ପିପୁଲ’ । ଏହି ସବୁ ଚଳଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଓଡିଶାକୁ ଆନ୍ତର୍ଜାତୀୟ ସିନେମା ଜଗତରେ ପରିଚିତ କରାଇଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ତେଣୁ ଦେଶରେ ନିର୍ବାଚନୀ ବାତାବରଣରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି । ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ଯାହା ଦେଶର ଶାନ୍ତି ପାଇଁ ବଡ ବିପଦ ।
ବୈଠକରେ ଜାତୀୟ ଦଳଗୁଡିକୁ ଟାର୍ଗେଟ କରିଛନ୍ତି ନବୀନ । ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ଜାତୀୟ ଦଳଗୁଡିକ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅବହେଳା କଲେ ଇତିହାସ କ୍ଷମା କରିବ ନାହିଁ ବୋଲି ଅତି କଡା ଶବ୍ଦରେ କହିଛନ୍ତି ନବୀନ । ଅବହେଳିତ କ୍ଷେତ୍ର ଏବଂ ସମ୍ବେଦନଶୀଳ ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସର୍ବଭାରତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପଦ୍ଧତିରେ ପରିବର୍ତନ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ବିଶ୍ୱ ମହାମାରୀ କରୋନା ଯେଉଁ ଆହ୍ୱାନ ସୃଷ୍ଟି କରିଛି ତାର ମିଳିତ ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଆମେରିକା ଓ ୟୁରୋପୀୟ ଦେଶଗୁଡିକରେ ଏହାର ଅଭାବ ଦେଖା ଦେଇଥିଲା । ଆମ ଦେଶରେ ଏହିଭଳି ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ସଂଘୀୟ ବ୍ୟବସ୍ଥାରେ ଏହା ଜରୁରୀ ମଧ୍ୟ । ସଂକୀର୍ଣ୍ଣ ରାଜନୀତିରୁ ଉପରକୁ ଉଠି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ଜଟିଳ ପ୍ରସଙ୍ଗରେ ମିଳିତ ପ୍ରୟାସକୁ ହିଁ ଇତିହାସ ମନେ ରଖିବ ବୋଲି ଚେତାଇ ଦେଇଛନ୍ତି ନବୀନ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ବିଜେପିର ଯୁବ ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଶୁକ୍ରବାର ପୋଲିସ ଗିରଫ୍ କରିଛି । ସେ ତାଙ୍କ କାରରେ କୋକିନ ନେଇ ଯାଉଥିବା ବେଳେ ପାମେଲାଙ୍କ ସମେତ ୨ ଜଣ ସହଯୋଗୀ ଙ୍କୁ କୋଲକତାର ଅଲ୍ଲୀପୁର ଅଞ୍ଚଳରୁ ଗିରଫ୍ କରାଯାଇଛି । ପଶ୍ଚିମବଙ୍ଗ ବିଜେପି ଯୁବମୋର୍ଚ୍ଚାର ପର୍ଯ୍ୟବେକ୍ଷକ ତଥା ହୁଗୁଳି ଜିଲ୍ଲାର ମହାସଚିବ ପାମେଲା ଗୋସ୍ୱାମୀଙ୍କ ଗାଡିରୁ ବିପୁଳ ପରିମାଣର କୋକିନ ମିଳିଥିଲା । ଅଲ୍ଲୀପୁର ଅଞ୍ଚଳ ଦେଇ ପାମେଲା ଓ ତାଙ୍କର ଦୁଇଜଣ ସହଯୋଗୀ ଏହି କୋକିନ୍ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ୍ କରିଛି । ପୂର୍ବରୁ ପାମେଲା ଡ୍ରଗ୍ସ କାରବାର କରୁଥିବା ନେଇ ପୋଲିସ ପାଖରେ ଖବର ଥିଲା । ଏନେଇ ପୋଲିସ ପାମେଲାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ଦିନ ପାମେଲା ଓ ତାଙ୍କ ସହଯୋଗୀ ପ୍ରବୀର ଦେଙ୍କ ସହ ଏକ ଗାଡିରେ କୋକିନ ନେଇ ଯାଉଥିବାର ଖବର ପୋଲିସ ପାଖରେ ପହଂଚିଥିଲା । ଏହାପରେ ପୋଲିସ ପାମେଲାଙ୍କ ଗାଡିକୁ ଅନୁଧ୍ୟାନ କରି ତାଙ୍କୁ ନ୍ୟୁ ଅଲ୍ଲୀପୁର ଅଞ୍ଚଳରୁ ଧରିଥିଲେ । ପାମେଲାଙ୍କ ଗାଡିରୁ ଲକ୍ଷ ଲକ୍ଷ ଟଙ୍କାର ଅବୈଦ୍ଧ କୋକିନ୍ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।
ସବୁଠାରୁ ବଡ କଥା ହେଉଛି ବିଜେପି ନେତ୍ରୀ ପାମେଲାଙ୍କ ଏହି କୋକିନ୍ କାରବାରରେ ଜଣେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ସାମିଲ ଥିଲେ । ଯେ କି ପାମେଲାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ପୋଲିସର ସୂଚନା ମୁତାବକ ପାମେଲାଙ୍କ ଗାଡିରୁ ପାଖା ପାଖି ୯୦ ଲକ୍ଷ ଟଙ୍କାର ଡ୍ରଗ୍ସ ମିଳିଛି । ପୋଲିସ ନାର୍କୋଟିକ୍ସ ଡ୍ରଗ୍ସ ଅଧିନିୟମ ୧୯୮୫ (ଏନଡିପିଏସ୍) ଧାରା ୨୧ (ବି)/୨୯ ମୁତାବକ ମାମଲା ରୁଜୁ କରିଛି । ଏହି ମାମଲାରେ ମୋଟ ୩ ଜଣଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ବ୍ୟକ୍ତି ମାନେ ହେଲେ ପାମେଲା ଗୋସ୍ୱାମୀ, ପ୍ରବୀର ଦେ, ସୋମନାଥ ଚାଟାର୍ଜୀ ।
ପାମେଲାଙ୍କ ଗିରଫ୍ ପରେ କୋଲକତାର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଟିଏମସି ନେତାଙ୍କ ନିର୍ଦ୍ଦେଶରେ ପାମେଲାଙ୍କୁ ପୋଲିସ ଗିରଫ୍ କରିଛି । ଏହି ମାମଲାକୁ ବିଜେପି ଗମ୍ଭୀରତାର ସହ ଅନୁଧ୍ୟାନ କରୁଥିବା ଲକେଟ୍ କହିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଏହି ଘଟଣାର ପଛରେ କାରଣ କ’ଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କଳାହାଣ୍ଡିରେ ପହଂଚିଛନ୍ତି । ଗତକାଲି ସଂଧ୍ୟାରେ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଉତରପ୍ରଦେଶ ବରେଲିର ସେଂଟର ଫର ୱାଇଡ଼ଲାଇଫର ବୈଜ୍ଞାନିକ ଡାକ୍ତର କରିକଲାନ ମାଥେଓ, ଏଲିଫେଣ୍ଟ ସେଲର ଜାତୀୟ ସଂଯୋଜିକା ଏବଂ ଓୟୁଟିର ପ୍ରଫେସର ଭବାନୀପାଟଣା ଠାରେ ପହଂଚିଛନ୍ତି ।
ଗୌହାଟି ଭେଟନାରି କଲେଜର ପଦ୍ମଶ୍ରୀ ଡଶକ୍ର କେକେ ଶର୍ମାଙ୍କ ଦେହ ଅସୁସ୍ଥା ଥିବା ଯୋଗୁଁ ସେ ଏହି ଟିମ୍ରେ ଆସି ପାରି ନଥିଲେ । କିନ୍ତୁ ଭିଡ଼ିଓ କନ୍ଫରେନ୍ସି ଜରିଆରେ ବୈଠକରେ ଯୋଗ ଦେଇଥିଲେ । ବୈଠକରେ କେନ୍ଦ୍ରୀୟ ଟିମକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଆଜି ଏହି ଟିମ୍ କର୍ଲାଟ ଅଭୟାରଣ୍ୟର ହାତୀ ମଡ଼କ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତରୁ ଫେରିବା ପରେ ପୁନର୍ବାର ଆଲୋଚନା ଓ ସମୀକ୍ଷା ହେବ । ଗତ୧୪ ଦିନ ଭିତରେ ୬ଟି ହାତୀର ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏକ ଚିନ୍ତାର କାରଣ ପାଲଟିଥିଲା ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଛି । ଗତବର୍ଷ ଅପେକ୍ଷା ଏଯାଏଁ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ମଧ୍ୟ ବିରୋଧୀ ହୋ ହାଲ୍ଲା ସହ ହଟ୍ଟଗୋଳ ବନ୍ଦ କରିନଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖରେ ଲଗାତାର ନାରାବାଜି କରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହାପୂର୍ବରୁ ବଜେଟ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ମଧ୍ୟ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିଲେ ବିରୋଧୀ । ଯେଉଁଥିପାଇଁ ପ୍ରଥମେ ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ।
ଧାନ କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଇଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୯.୯୩ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଏ ବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିରୋଧୀ ମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସେମାନେ ହୋହଲ୍ଲା କରୁଛନ୍ତି। ଆମେ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କର ଧାନ କିଣିବୁ ନାହିଁ। କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି କହିଛନ୍ତି ମନ୍ତ୍ରୀ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଯୁବତୀଙ୍କୁ କମେଂଟ ମରାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାଶୋଦା ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ପୁଅ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ସୂଚନା ଅନୁସାରେ : ଗତ ୧୧ ତାରିଖରେ ଗାଁର ମୋହନ ବାଇଙ୍କ ଝିଅ ଫେରିବା ସମୟରେ ଗାଁର କିଛି ଯୁବକ ତାଙ୍କୁ କମେଂଟ ମାରିଥିଲେ । ଏହାକୁ ନେଇ ପଚାରିବା ପରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ଟାଙ୍ଗିଆ , ମାରଣାସ୍ତ୍ର ସହ ଠେଙ୍ଗାରେ ହୋଇଥିଲା ସଂଘବଦ୍ଧ ଆକ୍ରମଣ । ଏହା ପରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମୋହନ ଏବେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ମୃତ ବୃଦ୍ଧଙ୍କ ନାମ ପୂର୍ଣ୍ଣଚନ୍ଦ୍ର ବାଇ ବୋଲି ଜଣାପଡିଛି । ଥାନାରେ ମାମଲା ରୁଜ୍ଜୁ ପରେ ପୋଲିସ ହତ୍ୟାକାରୀଙ୍କୁ ଖୋଜୁଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଗତ କିଛି ମାସ ପୂର୍ବେ ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସି ନେଇ ଅନେକ ବିବାଦ ଦେଖାଦେଇଥିଲା । ଅନେକ ୟୁଜର୍ସ ହ୍ୱାଟ୍ସଆପର ଏହି ପଲିସିକୁ ଗ୍ରହଣ ନକରି ହ୍ୱାଟ୍ସଆପରୁ ମୁହଁ ଫେରାଇନେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ତାପରେ ହ୍ୱାଟ୍ସାଆପ୍ ତାର ପ୍ରାଇଭେସି ପଲିସକୁ ତୁରନ୍ତ ଲାଗୁ ନକରି ଗ୍ରାହକଙ୍କୁ କିଛି ସମୟସୀମା ଦେଇଥାଲା ଆଉ ଏବେ ସେହି ସମୟସୀମା ସରିଯାଇଥିବା ବେଳେ ପୁଣି ସମୟସୀମାକୁ ବୃଦ୍ଧି କରିଛି ମେସେଞ୍ଜିଗ୍ ଆପ୍ ହ୍ୱାଟ୍ସଆପ୍ ।
ହ୍ୱାଟ୍ସଆପ ମୁଖପାତ୍ରଙ୍କ କହିବା ଅନୁସାରେ, ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସିରେ ପୂର୍ବରୁ କେବଳ ଆକସେପ୍ଟ ଅପସନ୍ ଆସୁଥିଲା କିନ୍ତୁ ଏବେ ଏଥିରେ ଆଉ ଏକ ଅପସନକୁ ଆଡ୍ କରିଦିଆଯାଇଛି । ଏଥର ଆକସେପ୍ଟ ଅପସନ୍ ସହି ରିଜେକ୍ଟ ଅପସନ୍ ଆଡ କରାଯାଇଛି । ସେପଟେ ଏହି ପଲିସିକୁ ନେଇ ସରକାରଙ୍କ ସହ ଆଲୋଚନା ଜାରି ରହିଛି । ଆଉ ଯଦି ହ୍ୱାଟ୍ସଆପର ଏହି ପ୍ରାଇଭେସି ପଲିସକୁ ସରକାରଙ୍କ ମଞ୍ଜୁରି ମିଳୁଛି ତେବେ ଏହି ପରିସିକୁ ରିଜେକ୍ଟ କରୁଥିବା ୟୁଜର୍ସ ଏହି ଆପ୍ଲିକେସନକୁ ବ୍ୟବହାର କରିପାରିବେ ନାହିଁ ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?