ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ କ୍ଷମା ପାଇଁ କଲେ ନିବେଦନ ।

କନକ ବ୍ୟୁରୋ: ୨୦୦୮ ମସିହାର ଉତରପ୍ରଦେଶର ବହୁଚର୍ଚ୍ଚିତ ବାମନଖେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ଶବନମଙ୍କୁ ହେବ ଫାଶୀ । ଯେକୌଣସି ମୁହୁର୍ତରେ ତାଙ୍କ ଡେଥ ୱାରେଂଟ ବାହାରିପାରେ । ଏପରି ସମୟରେ ଶବନମଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ୧୨ବର୍ଷୀୟ ପୁଅ । ଫାଶୀ ଆଶଙ୍କା ଭିତରେ ଶବନମଙ୍କ ଦୋଷ ପାଇଁ ତାଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ପୁଅ । ଏହାସହ ସେ ତାଙ୍କ ମାଙ୍କୁ ସାକ୍ଷାତ କରିବା ପାଇଁ ରାମପୁର ଜେଲ ଯାଉଥିବା କଥା ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି ଶବନମଙ୍କ ନାବାଳକ ପୁଅ ।

ଶବନମଙ୍କ ପୁଅକୁ ଏବେ ୧୨ବର୍ଷ ବୟସ ହେଉଥିବା ବେଳେ ସେ ଗତ ୬ବର୍ଷ ହେଲା ସେ ଉସ୍ମାନ ସୈଫିଙ୍କ ପାଖରେ ରହୁଛନ୍ତି । ଶବନମଙ୍କ ପୁଅକୁ ୬ବର୍ଷ ହେଉଥିବା ବେଳେ ବୁଲନ୍ଦସହରରେ ରହୁଥିବା ଉସ୍ମାନ ସୈଫଙ୍କୁ ତାଙ୍କ କଷ୍ଟଡି ମିଳିଥିଲା । ସେବେଠାରୁ ସେ ତାଙ୍କ ନିକଟରେ ରହୁଛନ୍ତି ।

ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମଙ୍କୁ ଦିଆଯିବ ଫାଶୀ । ଦେଶ ସ୍ୱାଧୀନ ହେବା ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ମହିଳାଙ୍କୁ ଏହି ଫାଶୀ ଦିଆଯିବ । ଏହି ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ମଥୁରା ଜେଲ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା ଆରମ୍ଭ । ଏବେ କେବଳ ସବନମଙ୍କ ଡେଥ ୱାରେଂଟକୁ ଅପେକ୍ଷା ରହିଛି । ତେବେ ଏହି ୱାରେଂଟ ବାହାରିବା ପୂର୍ବରୁ ଫାଶୀ ଦେବା ପାଇଁ ଫାଶୀ ଖୁଂଟର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ସବନମଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବ ।

ଉତ୍ତରପ୍ରଦେଶରେ ୨୦୦୮ ମସିହା ଏପ୍ରିଲ ମାସରେ ଶବନମ ନିଜ ପ୍ରେମିକ ସଲିମ ସହିତ ମିଶି ଅମରୋହାରେ ରହୁଥିବା ନିଜ ପରିବାରର ୭ଜଣଙ୍କୁ ହତ୍ୟା କରିଥିଲା । ହତ୍ୟାର ୫ଦିନ ପରେ ଏପ୍ରିଲ ୧୯ ତାରିଖରେ ସେ ଗିରଫ ହୋଇଥିଲା । ଗିରଫ ସମୟରେ ସେ ୭ମାସର ଗର୍ଭବତୀ ଥିଲା । ଡିସେମ୍ବର ୨୦୦୮ରେ ସେ ଜେଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା । ଜୁଲାଇ ୧୪, ୨୦୧୦ରେ ସବନମ ଓ ସଲିମଙ୍କୁ ଜିଲ୍ଲା କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଉଭୟ ଜିଲ୍ଲା କୋର୍ଟଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ହାଇକୋର୍ଟ ମଧ୍ୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ଶେଷରେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ । କିନ୍ତୁ ତାହା ମଧ୍ୟ ପ୍ରତ୍ୟାଖାନ ହୋଇଥିଲା ।

from Kanak News
via <a href="https://ifttt.com/?

ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।

କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଚୀନ୍ ବିବାଦର ସମାଧାନର ବାଟ ଫିଟିଛି । ଉଭୟ ଦେଶର ବୁଝାମଣା ପରେ ଏବେ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ସେନା ପ୍ରତ୍ୟାହାର ଶେଷ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଜାନୁଆରୀ ୧୪ରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି । ତେବେ ଖୁବ ଶୀଘ୍ର ଗତ ବର୍ଷ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ନେଇ ଆଶା କରାଯାଉଛି । ଏହାରି ଭିତରେ ଶନିବାର ଦିନ ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହେବା ପରେ ସ୍ଥିର ହୋଇଛି ।

ଅନ୍ୟପଟେ ପ୍ରଥମଥର ପାଇଁ ସତ ମାନିଛି ସଇତାନ ଚୀନ । ପୂର୍ବ ଲଦାଖର ଗଲୱାନ ଘାଟିରେ ଗତବର୍ଷ ଜୁନରେ ହୋଇଥିବା ଗଣ୍ଡଗୋଳରେ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଫାଙ୍କି ଆସୁଥିଲା ବେଜିଂ । ହେଲେ ପ୍ରଥମଥର ପାଇଁ ଏହି ସତକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଜିନପିଙ୍ଗ ସରକାର । କାରଣ ଗଲୱାନ ସଂଘର୍ଷରେ ମୃତ ସୈନିକଙ୍କୁ ସମ୍ମାନିତ କରିଛନ୍ତି ଜିନପିଙ୍ଗ ସରକାର । ଏନେଇ ଚୀନର ଏକ ସ୍ଥାନୀୟ ମିଡିଆ ଖବର ପ୍ରସାରଣ କରିବା ପରେ ସତ ପଦାକୁ ଆସିଛି ।

ପିଏଲଏର ୪ ଜଣ ସୈନିକଙ୍କୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଚୀନର ସେଂଟ୍ରାଲ ମିଲିିଟାରୀ କମିଶନ ସୂଚନାକୁ ଆଧାର କରି ଏଭଳି ଖବର ପ୍ରକାଶ କରିଛି ଚୀନ ମିଡିଆ ପିପୁଲ୍ସ ଡେଲି ।

୪ ଜଣ ଚୀନ୍ ସୈନିକଙ୍କୁ ମରୋଣତର ସମ୍ମାନ ପ୍ରଦାନ କରିବା ଖବର ପଦାକୁ ଆସିବା ପରେ ପ୍ରଥମଥର ପାଇଁ ଗଲୱାନ ସଂଘର୍ଷରେ ଚୀନ ସୈନିକଙ୍କ ମୃତ୍ୟୁକୁ ବେଜିଂ ସ୍ୱୀକାର କରିଥିବା କୁହାଯାଉଛି । ଗତବର୍ଷ ଜୁନ୍ ମାସରେ ହୋଇଥିବା ଗଲୱାନ ରକ୍ତାକ୍ତ ସଂଘର୍ଷରେ ୪୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା । ଏହି ଗଣ୍ଡଗୋଳରେ ଚୀନ୍ର ୩୫ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଥିଲା ଭାରତ । ଏବେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଚୀନ୍ ସ୍ୱିକାର କରିବା ପରେ ଏହି ସଂଖ୍ୟାକୁ ନେଇ ଏବେବି ସନ୍ଦେହ ରହିଛି ।

ଗତ ବର୍ଷ ଜୁନ୍ ମାସରେ ହୋଇଥିବା ଗଲୱାନ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ ତାର କୌଣସି ସୈନିକଙ୍କ ପ୍ରାଣହାନୀକୁ ଅସ୍ୱୀକାର କରିଆସୁଥିଲା । ହେଲେ ଏବେ ସଇତାନ ଚୀନର ସତ ପଦାରେ ପଡିଯାଇଛି । ଗତ ବର୍ଷ ଠାରୁ ଭାରତ ଓ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବିବାଦ ଲାଗିରହିଥିବା ବେଳେ ଉତେଜନା ପୂର୍ଣ୍ଣ ସ୍ଥିତି ରହିଥିଲା । ଏହି ସମୟ ମଧ୍ୟରେ ଗଲୱାନରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଏବେ ସେନା ପ୍ରତ୍ୟାହାର ପରେ ସ୍ଥିତି ସାମାନ୍ୟ ହେବା ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଘରେ ଚାକରାଣୀ ବୁଲାଇଲା କଳାକନା । ଘରେ ମାଲିକାଣି ନଥିବା ସମୟରେ ସୁନା ଗହଣା ଲୁଟି ଫେରାର ହୋଇଗଲା ଚାକରାଣୀ । କାହାଣୀ କେବଳ ଏତିକିରେ ଅଟକି ନଥିଲା । ଚୋରି କରିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ରଖି ଥିଲା ଚାକରାଣୀ । ଚୋରି ସୁନାକୁ ବନ୍ଧକ ରଖିବା ପରେ ଯେଉଁ ଟଙ୍କା ଆଣିଥିଲା , ସେହି ଟଙ୍କାରେ ଗାଡି କିଣି ଚଢୁଥିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଂଚଳର । ଖଣ୍ଡଗିରି ଥାନାରେ ଏତଲା ପରେ ଖଣ୍ଡଗିରି ପୋଲିସ ଚାକରାଣୀ ଓ ତାର ସହଯୋଗୀକୁ ଗିରଫ କରିଛି । ଚୋରି ହୋଇଥିବା ସୁନା, ଗହଣା ଜବତ କରିଛି । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନା ଆଇଆଇସି ।

from Kanak News
via <a href="https://ifttt.com/?

ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।

କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ପଲେଇ ପ୍ୟାକ୍ସର ସେଲସ୍‌ମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନସ୍ଥ ପଲେଇ ପ୍ରାଥମିକ କୃଷି ସମବାୟ ସମିତିର ସେଲ୍ସମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ କ୍ଷୀରୋଦ ଚନ୍ଦ୍ର ଭଦ୍ର ଏବଂ କ୍ୟାସିୟର ତଥା ଲେଜର କ୍ଲର୍କ ହିମାଂଶୁ ଶେଖର ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ତେବେ କେନ୍ଦ୍ରାପଡ଼ା ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହଙ୍କ ପତ୍ର ଏବଂ ପଲେଇ ପ୍ୟାକ୍ସର ପ୍ରଶାସକଙ୍କ ରିଜୋଲ୍ୟୁସନ୍‌ ଅନୁସାରେ ଉଭୟଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ତେବେ ପୂର୍ବରୁ ଧାନକିଣା ବା ମଣ୍ଡି ସମସ୍ୟା ମୁଣ୍ଡ ଟେକିଥିବାବେଳେ ଯିଏ ଦୁର୍ନୀତି କିମ୍ବା ଅନିୟମିତତା କରୁଛନ୍ତି ସରକାର ବା ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

from Kanak News
via <a href="https://ifttt.com/?

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।

କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଏହାକୁ ନେଇ ଆଜି କୃଷି ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଚଳିତ ବର୍ଷ କୃଷି ଓଡିଶାର ବିଷୟବସ୍ତୁ ‘ସମନ୍ୱିତ ଚାଷ:  ଚାଷୀଙ୍କ ବିକାଶ’ ରଖାଯାଇଛି । ଚଳିତ ବର୍ଷ କୃଷି ଓଡିଶାରେ କୃଷକ ଉତ୍ପାଦକ ସଂଗଠନ, ମିଲେଟ ମିଶନ ଓ ମିଶନ ଶକ୍ତି, ଅମଳ ପରବର୍ତ୍ତୀ ଫସଲ ପରିଚାଳନା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ କେନ୍ଦ୍ରିତ ହେବ । କୋଭିଡ୍ ୧୯ ମାର୍ଗଦର୍ଶିକାକୁ ପାଳନ କରି ଏହା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ଲୋକମାନେ ଘରେ ବସି ଦେଖିପାରିବେ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ କରାଯାଉଛି ପ୍ରୟାସ । ବିଜେଡିର ଜବାବ୍ ଆଇନ ଉପରେ କେହି ନାହାଁନ୍ତି ।

କନକ ବ୍ୟୁରୋ: ପରୀ ଅଭିଯୁକ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ନଜର ଏବେ କୋର୍ଟଙ୍କ ଉପରେ । କାରଣ କୋର୍ଟ ଏହି ପ୍ରମାଣକୁ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେପଟେ ଭିଡିଓକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଆଉ ବିଜେଡି । ମାମଲାରେ ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି । ଏପରି ଭିଡିଓ ସାମ୍ନାକୁ ଆସିବା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେପି । ଜବାବରେ ବିଜେଡି କହିଛି, ପରୀକୁ ନ୍ୟାୟ ନୁହଁ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରୁଛି ବିଜେପି । ପ୍ରମାଣ ଥିଲେ କୋର୍ଟଙ୍କ ଆଗରେ ରଖିବାକୁ ଦଳ ଆହ୍ୱାନ କରିଛି ।

ପରୀ ମାମଲାର ତଦନ୍ତକାରୀ ସଂସ୍ଥା ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଜେପି ଅଭିଯୋଗ କରିଛି , ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ ଏପରି ଭିଡିଓ ସାମ୍ନାକୁ ଆଣି କୋଟିଆ, ଧାନମଣ୍ଡି ପରି ବଡ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରାଯାଉଛି । ଏପଟେ ବିଜେଡି ପାଲଟା ଦୋଷାରୋପ କରିଛି ଅଭିଯୁକ୍ତକୁ ଖସାଇବା ପାଇଁ ଉଦ୍ୟମ କରୁଛି ବିଜେପି  ଏବଂ ସେ ଅଭିଯୁକ୍ତ ନୁହଁ ବୋଲି କଣ ପ୍ରମାଣ ଅଛି ତାହା ଦର୍ଶାଇବାକୁ ଆହ୍ୱାନ କରିଛି ବିଜେଡି ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି , କୋର୍ଟରେ ଗ୍ରହଣୀୟ ହେବ କି ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୫ ଅନୁସାରେ ପୋଲିସ ଉପସ୍ଥିତିରେ କୌଣସି ଅଭିଯୁକ୍ତର ସ୍ୱୀକାରୋକ୍ତିକୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରିନ୍ତି ନାହିଁ । ଯଦି ଏହା ପୋଲିସ ଉପସ୍ଥିତିରେ କିମ୍ବା ପୋଲିସ ଚାପରେ ହୋଇନାହିଁ ଏବଂ ଏହା କୋର୍ଟରେ ପ୍ରମାଣ ହୁଏ ତେବେ କୋର୍ଟ ଏହି ଭିଡିଓକୁ ପ୍ରମାଣ ଭାବେ ଗ୍ରହଣ ପାରନ୍ତି ବୋଲି ମତ ରଖିଛନ୍ତି ଆଇନ ବିଶାରଦ ।

ଭିଡିଓରେ ପରୀ ହତ୍ୟା ଅଭିଯୁକ୍ତ କହିଛି ସେ ପରୀକୁ ତଂଟି ଚିପି ହତ୍ୟା କରିଛି ଏବଂ ହତ୍ୟା ପରେ ଅଖାରେ ପୁରାଇ ନିଜେ ପୋଖରୀ କୂଳରେ ଫିଙ୍ଗି ଦେଇଛି  କିନ୍ତୁ ଦୁଷ୍କର୍ମ କରିନାହିଁ । ଏବେ ସମସ୍ତଙ୍କ ନଜର ଏସଆଇଟିିର ଏହି ଭିଡିଓ କ୍ଲିପକୁ କୋର୍ଟ ଗ୍ରହଣ କରିବେ ନା ନାହିଁ ।

from Kanak News
via <a href="https://ifttt.com/?

କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।

କନକ ବ୍ୟୁରୋ: କଟକର ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ ଆକାଉଂଟରୁ ୭୭ ଲକ୍ଷ ଟଙ୍କା ଲୁଟ କିପରି ହେଲା ସେନେଇ କ୍ରାଇମବ୍ରାଂଚ ତନାଘନା କରୁଥିବା ବେଳେ ଲୁଟ ପଛରେ ଝାଡଖଣ୍ଡ ଜମତରା ସାଇବର ଅପରାଧୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଡାକ୍ତରଙ୍କ ୬ଟି ଫିକ୍ସଡ ଡିପୋଜିଟକୁ ଭାଙ୍ଗି ସେଭିଙ୍ଗସ ଆକାଉଂଟକୁ ନେବା ପରେ ଏହି ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା ।

ବଡ କଥା ହେଲା ୪ଟି ରାଜ୍ୟରେ ଥିବା ୪ଟି ଭିନ୍ନ ଭିନ୍ନ ଆକାଉଂଟକୁ ଏହି ଟଙ୍କା ଟ୍ରାନସଫର ହୋଇଛି । ଆଇସିଆଇସିଆଇ ଆକାଉଂଟକୁ ଏହି ଟଙ୍କା ଚ୍ରାନସଫର ହୋଇଥିବା ଜଣାପଡିଛି । ତେଣୁ ଅନ୍ତରାଜ୍ୟ ସାଇବର ଲୁଟେରା ରାଜ୍ୟର ସବୁଠୁ ବଡ ଅନଲାଇନ ଠକେଇ ପଛରେ ଥିବା ସନ୍ଦେହ କରାଯାଉଛି ।

ସାଇବର ଲୁଟେରାମାନେ ନେଟ୍ ବ୍ୟାଙ୍କିଂ ଜରିଆରେ ସନାତନଙ୍କ ୬ଟି ଫିକ୍ସଡ ଡିପୋଜିଟ ଟଙ୍କା ମ୍ୟାଚୁରିଟି ପୂର୍ବରୁ ଉଠାଇ ନେଇଛନ୍ତି । ମାତ୍ର ଏକ ମିନିଟ ମଧ୍ୟରେ ଫିକ୍ସଡ ଡିପୋଜିଟ ବନ୍ଦ ହୋଇଛି ଏବଂ ଟଙ୍କା ପ୍ରଥମେ ସନାତନଙ୍କ ସେଭିଂ ଆକାଉଂଟକୁ ଆସିଛି । ପରେ ସାଇବର ଲୁଟେରା ଅନଲାଇନରେ ଖୋଲିଥିବା ସେଭିଂ ଆକାଉଂଟକୁ ସବୁ ଟଙ୍କା ଟ୍ରାନସଫର କରିନେଇଛନ୍ତି ।

ଡାକ୍ତର ସନାତନ ମହାନ୍ତିଙ୍କୁ ଲୁଟେରା କହିଥିଲେ ଏଟିଏମ କାର୍ଡ ଜରିଆରେ ମୋବାଇଲ ନମ୍ବରରେ ରିଚାର୍ଜ ନକଲେ ମୋବାଇଲ ନମ୍ବର ବ୍ଲକ ହୋଇଯିବ । ଠକର କହିବାନୁସାରେ ଏକ ଆପ ଡାଉନଲୋଡ କରିଥିଲେ ସନାତନ । ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ପର୍ଯ୍ୟାୟ କ୍ରମେ ଆକାଉଂଟରୁ ଖାଲି ହୋଇଯାଇଥିଲା ୭୭ଲକ୍ଷ ଟଙ୍କା । ଏପଟେ ଏହି ଘଟଣାରେ କ୍ରାଇମବ୍ରାଂଚ ଅଧିକାରୀ କହିଛନ୍ତି ଡାକ୍ତର ସନାତନ ମହାନ୍ତିଙ୍କ ଆକାଉଂଟରୁ ଟଙ୍କା ଲୁଟ ଘଟଣାରେ ତନାଘନା ଜାରି ରହିଛି ।

from Kanak News
via <a href="https://ifttt.com/?

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ ମନ୍ଦିରରେ ଭିଡ କମାଇବାକୁ ଗୁରୁତ୍ୱ ।

କନକ ବ୍ୟୁରୋ: ଓଡିଶାରେ କଡାକଡି ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି।

ଏଣିକି ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି ।

ଆସନ୍ତାକାଲି ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ଜାରି କରାଯାଇଥିଲା । ସେଠାରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ପୁଣି ଲକଡାଉନ୍ ଜାରି କରାଯାଇଥିଲା । ଏହାକୁ ଦେଖି ଏବେ ଓଡିଶାରେ ମଧ୍ୟ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ।

କନକ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତ୍ତନ କରିବା ସହିତ ମୋଦି ସରକାରଙ୍କୁ ସରକାରକୁ ଅଣାଯିବା ଜରୁରୀ । ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଭ୍ୟତା, ଜୀବନ, ସ୍ୱାଧୀନତା ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉପରେ । ସେଠାରେ କିନ୍ତୁ ଅନେକ ସମସ୍ୟା ସହିତ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି । ଅନେକ ଶିଳ୍ପ କାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳରେ ରୋଜଗାର ନମିଳିବା କାରଣରୁ ସେଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ।

ଏଥିସହିତ ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶୃତିବଦ୍ଧ । ଏହି କାରଣରୁ ପୂର୍ବ ଭାରତ ଅନ୍ତର୍ଗତ ପଶ୍ଚିମବଙ୍ଗର ବିକାଶ ବିନା ସମଗ୍ର ଭାରତ ବର୍ଷର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର ପରିକଳ୍ପନା କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ । ପଶ୍ଚିମବଙ୍ଗରେ ରୋଜଗାର ଦେଉଥିବା ସରକାର ଦରକାର ଓ ବିକାଶମୂଳକ କାମ କରୁଥିବା ସରକାର ଦରକାର ବୋଲି ସେ ନାରା ଦେବା ସହିତ ବିଜେପିର ପରିବର୍ତ୍ତନ ଯାତ୍ରା ସଫଳ ହେବ ଏବଂ ଏଠାକାରବାସୀ ନିଶ୍ଚୟ ବିଜେପି ଉପରେ ଭରସା କରିବେ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ନିର୍ବାଚନ ପରେ ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ପୋଲ ନିର୍ମାଣ । ସେପଟେ କୋଟିଆ ପାଇଁ ବଡ଼ ଡିଲ୍ ହୋଇଥିବା କହିଲେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡ଼ା ।

କନକ ବ୍ୟୁରୋ: କୋଟିଆ ବିବାଦ ପଛରେ କେଉଁ ଶକ୍ତି ରହିଛି କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କିଛି ଏପରି ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି, ଯାହା ଚମକେଇ ଦେଲା ଭଳି …

ଆନ୍ଧ୍ର ସରକାର ଆଢୁଆଳରେ ଆଉ ଏକ ଶକ୍ତି କୋଟିଆ ଉପରେ ଆଖି ପକାଇଛି ବୋଲି ଗଦାଧର କହିଛନ୍ତି । କିଛି କଂପାନୀ କୋଟିଆ ପାଇଁ ବଡ ଡିଲ କରିଛନ୍ତି । କୋଟିଆର ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଟଙ୍କା ଖଟାଇଛନ୍ତି । ସେମାନଙ୍କ ପାଣ୍ଠିରେ କୋଟିଆକୁ ନେଇ ପୁରା ରାଜନୀତି ଚାଲିଛି । ସେହି କଂପାନୀମାନେ ଓଡିଶାର ପାୱାର କରିଡରରେ ମଧ୍ୟ ଏନେଇ ଲବି କରୁଥିବା କହିଛନ୍ତି ଗଦାଧର ।

କୋଟିଆରେ ଆନ୍ଧ୍ରର ନିର୍ବାଚନ କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଗଣମାଧ୍ୟମରେ ବି ଆନ୍ଧ୍ର, ଓଡିଶାର ଗାଁ ଗୁଡିକ ମାଡି ବସିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କାହିଁକି ଆନ୍ଧ୍ର ଏଭଳି ଉଦ୍ୟମ କରୁଛି ସେ-କଥା ଆଗକୁ ଆସୁ ନାହିଁ । କିନ୍ତୁ କୋରାପୁଟର ଜିଲ୍ଲାପାଳ ରହିଥିବା ଗଦାଧର ପରିଡା ଏଭଳି ଚମକେଇଲା ଭଳି କଥା ସାମ୍ନାକୁ ଆଣିଛନ୍ତି ।

କେବଳ କୋରାପୁଟର କୋଟିଆ ନୁହେଁ, ରାୟଗଡା ଓ ଗଜପତି ଜିଲ୍ଲାର ସୀମାନ୍ତ ଅଂଚଳକୁ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ରପ୍ରଦେଶ । ରାୟଗଡାର ସାନଲୁକୁଟି ଗାଁ ନିକଟରେ ଓଡିଶାକୁ ନ ଜଣାଇ ଆନ୍ଧ୍ର ପୋଲ ନିର୍ମାଣ ଚଳାଇଛି । ସେହିପରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଂଚଳରେ ଆନ୍ଧ୍ରର ଆଳତିପୁର ପଂଚାୟତରୁ ଓଡିଶା ଆଡକୁ ରାସ୍ତାର ସଂପ୍ରସାରଣ କରୁଛି । ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଭୟ ନିର୍ମାଣ କାମକୁ ବନ୍ଦ କରିଛନ୍ତି ।

ସେପଟେ କୋଟିଆ ବିବାଦକୁ ନେଇ ନେଇ ରାଜ୍ୟ ସରକାରଙ୍କୁ ଘେରାଉ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କୋଟିଆ କଳିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଖଣ୍ଡପୀଠ ଆବେଦନର ଶୁଣାଣୀ କରି ପ୍ରତିଜବାବ ଦାଖଲ ପାଇଁ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started