କୋଟିଆକୁ ନେଇ ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । କହିଲେ, କୋଟିଆ ପାଇଁ ଏକ ବଡ ଡିଲ ହୋଇଛି ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ଓଡିଶାକୁ ସତର୍କ କରାଇ ଦେଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି, ନିଜ ଲୋକଙ୍କ ସୁବିଧା ପାଇଁ କାମ ନକରି ଆନ୍ଧ୍ର କାହିଁକି ଓଡିଶା ଲୋକଙ୍କ ପାଇଁ କାମ କରିବାକୁ ଆଗଭର ହେଉଛି । ଶୁଣିବାକୁ ମିଳୁଛି କୋଟିଆ ପାଇଁ ଏକ ବଡ ଡିଲ ହୋଇଛି । କେତେକ କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ କରି ଏପରି ଷଡଯନ୍ତ୍ର ଚଳାଇଛନ୍ତି । ସେମାନେ ଓଡିଶାର ପାୱାର କରିଡରରେ ବି ଡିଲ ପାଇଁ ଉଦ୍ୟମ କରୁଥିବା ଗଦାଧର ପରିଡା କହିଛନ୍ତି ।

ଅନ୍ୟପଟେ ଆଜି କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣି ହୋଇଛି । ଆବେଦନର ଶୂୁଣାଣି କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର । ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

from Kanak News
via <a href="https://ifttt.com/?

ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ଶହୀଦ୍ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଠାରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ମୁତାବକ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଶୁକ୍ରବାର ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ଖବର ମିଳିଛି । ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀ ମାନେ ପୋଲିସକର୍ମୀଙ୍କ ଉପରକୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଉଭୟ ପୋଲିସକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ୨ ପୋଲିସକର୍ମୀ କନେଷ୍ଟବଳ ର୍ୟାଙ୍କର ବୋଲି ଜଣାପଡିଛି । ଏହି ଘଟଣା ପରେ ସୁରକ୍ଷାବଳ ତରଫରୁ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛିି ।

କହିରଖୁ କି ଗତ ୩ ଦିନ ମଧ୍ୟରେ ହାୱାଇଆଡ୍ଡା ଅଞ୍ଚଳରେ ଆତଙ୍କବାଦୀଙ୍କ ପକ୍ଷରୁ ୨ ଥର ଆକ୍ରମଣ ହୋଇଛି । ବୁଧବାର ଦିନ ଦୁର୍ଗାନାଗ ଅଞ୍ଚଳରେ ଆତଙ୍କବାଦୀ ମାନେ ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ସେମାନେ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ବିଦେଶରୁ ୨୪ ଜଣ ସଦସ୍ୟ ମଣ୍ଡଳୀ ପ୍ରତିନିଧି ଜମ୍ମୁ-କାଶ୍ମୀର ସ୍ଥିତି ଆକଳନ କରିବାକୁ ଜମ୍ମ ଗସ୍ତରେ ଆସିଛନ୍ତି ।

from Kanak News
via <a href="https://ifttt.com/?

ଅସ୍ତରଙ୍ଗରେ ଚିନ୍ତା ବଢାଇଛନ୍ତି ହରିଣ : ରାତିରେ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି; ନିଆଁ ଜାଳି ରାତି ଅନିଦ୍ରା ହେଉଛନ୍ତି ଚାଷୀ

କନକ ବ୍ୟୁରୋ : ପୁରୀ ବନ୍ୟ ପ୍ରାଣୀ ବିଭାଗର ଅସ୍ତରଙ୍ଗ ବ୍ଳକର ୫ଟି ଗାଁରେ ଏବେ ଚିତ୍ରା ହରିଣଙ୍କ ଆତଙ୍କ । ରାତି ହେଲା ମାତ୍ରେ ପଲ ପଲ ଚିତ୍ରା ହରିଣ ଚାଷ ଜମିରେ ଥିବା ମାଣ୍ଡିଆ, ମୁଗ, ବିରି, ସୂର୍ଯ୍ୟମୁଖି ସହ କୋଳଥ ଚାଷକୁ ଖାଇ ଯାଉଛନ୍ତି । ଏହି ରବି ଫସଲକୁ ହରିଣଙ୍କ ପାଦ୍ରୁର୍ଭାବରୁ ରକ୍ଷା କରିବା ପାଇଁ ରାତି ହେଲାମାତ୍ରେ ଚାଷୀମାନେ ହରିଣ ଘଉଡେଇବାରେ ଲାଗୁପଡୁଛନ୍ତି ।

ଜମି ଉପରେ କିଏ ପଲ୍ଲା ମାରି, ନିଆଁ ଜାଳି କିମ୍ବା ହାତରେ ଠେଙ୍ଗା ବାଡି ଧରି, ଘଂଟ ବାଡେଇ ରାତି ତମାମ ହରିଣଙ୍କୁ ଘଉଡେଇବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ଫଳ କିଛି ମିଳୁନାହିଁ । ୫ ଖଣ୍ଡ ଗାଁର ବହୁ ଚାଷଜମିରେ ରବି ଫସଲକୁ ହରିଣ ସବୁ ଖାଇଯାଇଥିବା ବେଳେ ଆଉ ଶହ ଶହ ଚାଷୀ ୨ ବର୍ଷ ଧରି ଆଉ ରବି ଫସଲ ନକରି ଚାଷ ଜମିକୁ ପଡିଆ ପକାଉଛନ୍ତି ।

from Kanak News
via <a href="https://ifttt.com/?

କୋଟିଆ ପ୍ରସଙ୍ଗରେ କାଦୁଅ ଫୋପଡା ଫୋପଡି : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; କହିଲେ, ସୀମାନ୍ତ ଗାଁକୁ ନେଇଯିବାକୁ ବସିଛି ଆନ୍ଧ୍ର

କନକ ବ୍ୟୁରୋ : କୋଟିଆ  କଳିକୁ ନେଇ ଦେଶର  ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।  ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର ।

ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ସେପଟେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରଶାସନକୁ ସଜାଗ କରି କୋର୍ଟରେ ତଥ୍ୟ ରଖନ୍ତୁ । ଯଦି ସୀମାନ୍ତ ଅଂଚଳକୁ ସୁରକ୍ଷା ଦେଇନପାରିଲେ ରାଜ୍ୟବାସୀ କ୍ଷମା ଦେବେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।  ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କରିଛନ୍ତି । କୋଟିଆ ମାମଲା ସୁପ୍ରିମକୋର୍ଟରେ ରହିଛି । ଓଡିଶା ନ୍ୟାୟ ପାଇବ ବୋଲି ଆଶା କରାଯାଉଥିବା ସାଲୁଜା କହିଛନ୍ତି ।

from Kanak News
via <a href="https://ifttt.com/?

ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା : ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ମିଳିବ ସହାୟତା

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଏଣିକି ଅନଲାଇନରେ ହାଇସ୍କୁଲ ପିଲାଙ୍କୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ : ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପଦକ୍ଷେପ

କନକ ବ୍ୟୁରୋ : ଏଥର ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି ।  ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲଙ୍କୁ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ।

ଚଳିତବର୍ଷ ମେ ୩ ସୋମବାରଠାରୁ ଆରମ୍ଭ ହୋଇ ମେ ୧୫, ଶନିବାର ଶେଷ ହେବ। ମେ ୩ତାରିଖ ସୋମବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲଗୁ), ୫ତାରିଖ ବୁଧବାର ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୁକ-ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା, ୭ତାରିଖ ଶୁକ୍ରବାର ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି), ୮ତାରିଖ ଶନିବାର ତୃତୀୟ ଭାଷା ସଂସ୍କୃତ, ୯ତାରିଖ ରବିବାର ଭିଜୁଆଲ୍‌ ଆର୍ଟ ପ୍ରାକ୍ଟିକାଲ, ୧୦ ତାରିଖ ସୋମବାର ଗଣିତ, ୧୨ ତାରିଖ ବୁଧବାର ବିଜ୍ଞାନ, ୧୫ ତାରିଖ ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।

from Kanak News
via <a href="https://ifttt.com/?

ନାସାର ମିଶନ ମଙ୍ଗଳର ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ମହିଳା । ଯାହାଙ୍କ ବିନା ଲାଲ ଗ୍ରହରେ ଓହ୍ଲାଇ ପାରିନଥାନ୍ତା ରୋଭର । ଜାଣନ୍ତୁ କିଏ ସେହି ଭାରତୀୟ ବଂଶୋଦ୍ଭବ ମହିଳା ।

କନକ ବ୍ୟୁରୋ : ପୃଥିବୀରୁ ମଙ୍ଗଳ ଗ୍ରହକୁ ଯାଇଛି ନୂଆ ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ବୋହୁଥିବା ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି । ତେବେ ଆମେରିକା ଏହି ବଡ ଉପଲବ୍ଧି ହାସଲ କରୁଥିବା ଏହା ବାବଦରେ ପୂରା ବିଶ୍ୱକୁ ଟିକିନିକି ବିବରଣୀ ଦେଉଥିଲେ ଭାରତୀୟ ବଂଶୋଦ୍ଭବ ମହିଳା ସ୍ୱାତୀ ମୋହନ । ତେବେ ଏହି ମିଶନରେ ସ୍ୱାତୀଙ୍କର ପ୍ରମୁଖ ଭୂମିକା ରହିଥିଲା । ହୁଏତ ସ୍ୱାତୀଙ୍କ ବିନା ନାସାର ଏହି ମିଶନ ସମ୍ଭବ ହୋଇପାରିନଥାନ୍ତା । କାରଣ ମଙ୍ଗଳ ଗ୍ରହରେ ପହଞ୍ଚିଥିବା ରୋଭର କେତେବେଳେ ଓହ୍ଲାଇବ ଓ କେତେ ବେଗରେ ଓହ୍ଲାଇବ ଏବଂ କେତେ ଉଚ୍ଚରେ କେତେ ବେଗରେ ଗତି କରିବ ତାହାର ପୂରା ରିମୋଟ କଣ୍ଟ୍ରୋଲ ସ୍ୱାତୀଙ୍କ ଟିମ ହାତରେ ରହିଥିଲା । ଆଉ ଏହାକୁ ବେଶ ସଫଳତାର ସହ ଶେଷ କରିଥିଲେ ସ୍ୱାତୀ । ତେବେ ସ୍ୱାତୀଙ୍କ ଭାରତ ସହ କଣ ଲିଙ୍କ ରହିଛି ଆସନ୍ତୁ ଜାଣିବା ।

ସ୍ୱାତୀ ମୋହନ । ମାତ୍ର ବର୍ଷକର ହୋଇଥିବା ବେଳେ ଭାରତ ଛାଡି ବାପା ଓ ମାଙ୍କ ସହ ଆମେରିକା ଚାଲିଯାଇଥିଲେ । ତେବେ ୧୬ ବର୍ଷ ପର୍ଯ୍ୟନ୍ତ ସେ ବୈଜ୍ଞାନିକ ହେବାକୁ ଆଦୌ ଚିନ୍ତା ମଧ୍ୟ କରିନଥିଲେ । କିନ୍ତୁ ଗୋଟିଏ ଫିଜିକ୍ସ କ୍ଲାସ ତାଙ୍କ ଭିତରେ ନୂଆ ସ୍ୱପ୍ନକୁ ଜନ୍ମ ଦେଇଥିଲା । ଆଉ ଡାକ୍ତର ହେବାକୁ ଚାହୁଁଥିବା ସ୍ୱାତୀ ବୈଜ୍ଞାନିକ ହେବାକୁ ମନ ପରିବର୍ତ୍ତନ କରିଥିଲେ । ଏହାଛଡା ହଲିଉଡ ଫିଲ୍ମ ଷ୍ଟାର ଟ୍ରେକ ମଧ୍ୟ ତାଙ୍କ ବୈଜ୍ଞାନିକ ହେବା ପଛର ବଡ ପ୍ରେରଣା ବୋଲି କହିଛନ୍ତି ସ୍ୱାତୀ । ଏହି ଫିଲ୍ମ ଦେଖିବା ପରେ ସ୍ୱାତୀଙ୍କ ମନରେ ବ୍ରହ୍ମାଣ୍ଡକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ପୃଥିବୀ ଛଡା ଅନ୍ୟ ଦୁନିଆ ବି ରହିଛି ତା ବାବଦରେ ଜାଣିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳିନଥିଲା । କିନ୍ତୁ ଥରେ ବୈଜ୍ଞାନିକ ହେବାକୁ ମନ ବଳାଇବା ପରେ ଧୀରେ ଧୀରେ ଏହି କ୍ଷେତ୍ରରେ ଆଗକୁ ବଢିବା ସହ ନାସା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସ୍ୱାତୀ ।

ସ୍ୱାତୀ କେବଳ ନାସାରେ କେବଳ ଜଣେ ବୈଜ୍ଞାନିକ ହୋଇ ରହିନାହାନ୍ତି ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ତାଙ୍କୁ ଖୋଜା ପଡିଛି । ସ୍ୱାତୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ଆମ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ଆସିଥାଏ । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କାମ କରିବାର ନିଆରା ମଜା ମଧ୍ୟ ରହିଛି । ବିଶ୍ୱ ବ୍ରହ୍ମାଣ୍ଡ ବାବଦରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ଯାହା ବାବଦରେ କୌଣସି ସାଧାରଣ ଲୋକ କଳ୍ପନା ମଧ୍ୟ କରିନଥିବ । ତେଣୁ ନାସାର ବିଭିନ୍ନ ମିଶନରେ ସାମିଲ ହୋଇ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛି ବୋଲି କହିଛନ୍ତି ସ୍ୱାତୀ ।

ଏସବୁ ଭିତରେ ନାସା ପଠାଇଥିବା ରୋଭରର ମୁଖ୍ୟ କାମ ରହିବ ମଙ୍ଗଳ ଗ୍ରହରେ ପୂର୍ବରୁ ଥିବା ଜୀବ ସତ୍ତାର ଅନୁସନ୍ଧାନ କରିବା । ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହାକୁ ଅବତରଣ କରିବାକୁ ପ୍ରାୟ ୭ ମିନିଟ ସମୟ ଲାଗିଥିଲା । ଏହି ଅବତରଣ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ରୋଭର ପହଂଚିବା ପରେ ଏକ ଫଟୋ ପୃଥିବୀକୁ ପଠାଇଛି । ମାର୍ସ ପର୍ସିଭେରେନ୍ସ ରୋଭର ଓଜନ ପ୍ରାୟ ୧ ହଜାର କିଲୋଗ୍ରାମ । ଏଥିରେ ରହିଥିବା ଇଂଜିନ୍ୟୁଟି ହେଲିକପ୍ଟରର ଓଜନ ପ୍ରାୟ ୨ କିଲୋଗ୍ରାମ । ଏହି ରୋଭର ପରମାଣୁ ଶକ୍ତି ଦ୍ୱାରା ପରିଚାଳିତ ହେବ । ପ୍ରଥମ ଥର ପାଇଁ କୌଣସି ରୋଭରରେ ପ୍ଲୁଟୋନିଅମକୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ମଙ୍ଗଳ ଗ୍ରହର ପୃଷ୍ଠରେ ଏହି ଯାନ ପ୍ରାୟ ୧୦ ବର୍ଷ ଧରି କାମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଯାନରେ ୭ଫୁଟର ଏକ ରୋବର୍ଟିକ ଆର୍ମ ରହିଥିବା ବେଳେ ୨୩ଟି କ୍ୟାମେରା ଓ ଡ୍ରିଲ ମେସିନ ଖଂଜାଯାଇଛି । ଏଗୁଡିକ ମଙ୍ଗଳ ପୃଷ୍ଠର ଫଟୋ, ଭିଡିଓ ଓ ନମୁନା ସଂଗ୍ରହ କରିବ । ଏହାର ଗବେଷଣାରୁ ଭବିଷ୍ୟତରେ ଏଠାରେ ମଣିଷ ରହିପାରିବ କି ନାହିଁ ସେନେଇ ମଧ୍ୟ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ତେବେ ନାସାର ଏହି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍ ।

from Kanak News
via <a href="https://ifttt.com/?

୩ହଜାର ଡାଇନାମାଇଟ୍ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ୩୪ ମହଲା ବିଲ୍ଡିଂ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଲ୍ଡିଂ ଭାଙ୍ଗିବା ବେଳର ଦୃଶ୍ୟ

କନକ ବ୍ୟୁରୋ : ମାଟିରେ ମିଶିଲା ଟ୍ରମ୍ପଙ୍କ ପ୍ଲାଜା । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ଲାଜାକୁ ହଜାର ହଜାର ଡାଇନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକାର ଆଣ୍ଟଲାଟିକା ସହର ଉପରେ ସ୍ଥିତ ଏହି ପ୍ଲାଜା କସିନୋ ପାଇଁ ଜଣାଯାଉଥିଲା । କିନ୍ତୁ ଏବେ ଟ୍ରମ୍ପଙ୍କ ଏହି ପ୍ଲାଜାକୁ ୩ହଜାର ଡାଇନାମାଇଟ୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଆଉ ସେହି ସମୟର ଦୃଶ୍ୟକୁ ଲୋକେ ଦେଖିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିଲା । 

https://platform.twitter.com/widgets.js

ଟ୍ରମ୍ପଙ୍କ ଏହି ପ୍ଲାଜା ୧୯୮୪ ମସିହାରେ ଖୋଲାଯାଇଥିଲା ଏବଂ ୨୦୧୪ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଆଉ ଏକ ଝଡ ତୁଫାନ କାରଣରୁ ଏହି ବିଲ୍ଡିଂକ ଅବସ୍ଥା ଅତି ଶୋଚନିୟ ହୋଇପଡିଥିଲା । ଯାହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ମାର୍ଟିନ୍ ସ୍ମାଲ । ସବୁଠୁ ବଡ କଥା ହେଉଛି, ଯେତେବେଳେ ଏହି ବିଲ୍ଡିଂକୁ ଭଙ୍ଗାଯାଉଥିଲା ସେତେବେଳେ କେବଳ ହଜାର ହଜାର ଲୋକ ଦେଖୁଥିଲେ ତାନୁହେଁ । ଏହାର ଲାଇଭ୍ ଟେଲିକାଷ୍ଟ ମଧ୍ୟ ହେଉଥିଲା । 

୩୪ ମହଲା ବିସିଷ୍ଟ ଏହି ବିଲ୍ଡିଂ ମାତ୍ର ୨୦ ସେକେଣ୍ଟ ମଧ୍ୟରେ ଭାଙ୍ଗି ମାଟିରେ ମିଶିଗଲା । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ସ୍ଥନୀୟ ମେୟରଙ୍କ କହିବାକଥା, ଏହି ବିଲ୍ଡିଂ ଭାଙ୍ଗିବା ପରେ ଏହାର ଭଗ୍ନାଶଂ ପ୍ରାୟ ୮ମହଲା ଉଚ୍ଚାର ଗାଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏ ସମୟ ଲାଗିବ । 

ତେବେ ସୁଚନା ଅନୁସାରେ, ଟ୍ରମ୍ପଙ୍କ ଏହି ପ୍ଲାଜାରେ ହଲିଉଡ ଫିଲ୍ମ ମଧ୍ୟ ସୁଟିଂ ହୋଇସାରିଛି ।  

from Kanak News
via <a href="https://ifttt.com/?

ବିହାର ବିଧାନସଭାରେ ବିଚିତ୍ର ଚିତ୍ର । ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ । ମାଟି ଚୁଲା ଓ କାଠ ଜାଳେଣି ନେଇ ବିଧାନସଭା ପହଂଚିଲେ କଂଗ୍ରେସ ବିଧାୟକ

କନକ ବ୍ୟୁରୋ : ଲଗାତର ଭାବେ ୧୧ ଦିନ ହେବ ପେଟ୍ରୋଲ, ଡିଜେଲର ଦର ବଢିବା ସହ ରୋଷେଇ ଗ୍ୟାସ ବି ମହଙ୍ଗା ହେବାରେ ଲାଗିଛି   । ଏହାକୁ ନେଇ ସାଧାରଣ ଲୋକ ଏବେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ସ୍ୱରରେ ସ୍ୱର ମିଳାଇବାକୁ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବିଧାନସଭା ଭିତରେ ଅଭିନବ ପ୍ରତିବାଦ କରିଛନ୍ତି ।

ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାନ୍ ମାଟି ଚୁଲା ଓ କାଠ ଜାଳେଣି ଧରି ବିଧାନସଭାକୁ ଆସିଥିଲେ । ସେ କହିଛନ୍ତି କି ଏହାକୁ ସେ ସରକାରଙ୍କୁ ଉପହାର ଦେବେ ।  ସକିଲ ଅହମ୍ମଦ ଖାନ୍ ଙ୍କ ସହ ବିଧାୟକ ପ୍ରତିମା କୁମାର ଓ ଅଜିତ୍ ଶର୍ମା ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

ସେହିପରି ତୈଳଦର ବୃଦ୍ଧି ପ୍ରତିବାଦରେ ଆରଜେଡି ବିଧାୟକ ଅସ୍ତରୁଲ ଈସ୍ଲାମ୍ ଶାହୀନ ସାଇକେଲ ଚଢି ବିଧାନସଭା ପହଂଚିଥିଲେ । ସେ ସାଇକେଲ ଆଗରେ ଏକ ବୋର୍ଡ ରଖି ସେଥିରେ ଲେଖିଛନ୍ତି କି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ତୈଳଦର ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ।

ଅନ୍ୟପଟେ କଂଗ୍ରେସ ନେତା ଜୟବୀର ସିଂ ସେରଗିଲ୍ ଟ୍ୱିଟ୍ କରିଛନ୍ତି କି ୨୦୧୪ ମସିହାରେ ପେଟ୍ରୋଲ ୭୧ ଟଙ୍କା (ବ୍ୟାରେଲ ପିଛା ୧୧୦ ଡଲାର) ଥିବା ବେଳେ ବିଜେପି ନେତା ମାନେ ବିରୋଧ ପ୍ରଦର୍ଶନ କରୁଥିଲେ । ସେପରି ସ୍ଥଳେ ୨୦୨୧ ମସିହାରେ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର ୬୨ ଡଲାର ଥିବା ବେଳେ ଦେଶରେ ତୈଳମୂଲ୍ୟ ୧୦୦ ଟଙ୍କା ଛୁଇଁଛି । ଯାହାକୁ ନେଇ ବିଜେପି ଖୁସି ମନାଉଛି ବୋଲି ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର : ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ

କନକ ବ୍ୟୁରୋ : କୋରାପୁଟର କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାବେଳେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସିମାନ୍ତରେ ଥିବା ସାନ ଲୁକୁଟି ଗାଁ ଉପରେ  । ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଆନ୍ଧ୍ର ଆରମ୍ଭ କରିଛି  ଗୋଟି ଚାଳନା। ଓଡ଼ିଶା ସୀମାରେ ଖୁଲାମ ଖୁଲା ବ୍ରିଜ ଓ ରାସ୍ତା ନିର୍ମାଣ ଆରମ୍ଭ କରିଦେଇଛି ଆନ୍ଧ୍ର। ଏ ହେଉଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ବୈରାଗୀ ହଲୁଆ ପଚାଂୟତର ସାନ ଲୁକୁଟି ଗାଁ  । ଏହି ଗାଁର ମାତ୍ର ୫ ଶହ ମିଟର ଦୁରରେ ଆରମ୍ଭ ହେଉଛି ଆନ୍ଧ୍ରର ସୀମା ।

ଆଉ ସୀମା ଆରପଟେ ଆନ୍ଧ୍ରର ଲଡ଼ା ନାମକ ଗାଁ ରହିଥିବା ବେଳେ ଗାଁକୁ ଯିବାକୁ ରାସ୍ତାଟିଏ ବି ନାହିଁ  । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବହିଯାଉଥିବା ନାଳ ହିଁ  ଏହି ଦୁଇ ଗାଁର ସୀମା  । ହେଲେ ଓଡ଼ିଶାର ବିନା ଅନୁମତିରେ ଆନ୍ଧ୍ର ସରକାର ଏହି ନାଳ ଉପରେ ନିର୍ମାଣ କରୁଛନ୍ତି ବ୍ରିଜ । ଏଥିସହ ସାନ ଲୁକୁଟି ଗାଁକୁ ସବୁଦିନିଆ ରାସ୍ତା । ସ୍ଥାନୀୟ ଲୋକଙ୍କ କହିବା ହେଲା ନିର୍ମାଣାଧିନ ବ୍ରିଜର ଅଧିକାଂଶ ଓଡ଼ିଶା ମାଟିରେ ରହିଛି ।

ସେହିପରି ଗଜପତିରେ ଗତ ୧୩ ତାରିଖରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ପୁଣି ଏଠାରେ ରାସ୍ତା ନିର୍ମାଣ ଚଳାଇଛି । ଓଡିଶା ଭିତରେ ପଶି କରୁଛି ରାସ୍ତା ନିର୍ମାଣ । ଆନ୍ଧ୍ର ପ୍ରଦେଶର ଆଳତିପୁର ପଂଚାୟତରୁ ଓଡିଶାକୁ ଯୋଗାଯୋଗ କରୁଥିବା ରାସ୍ତାକୁ ସଂପ୍ରସାରଣ କରି ଓଡିଶା ଆଡକୁ ବଢାଇ ଚାଲିଥିଲା ଆନ୍ଧ୍ର । ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଂଚି ଏହି ନିର୍ମାଣ କାମକୁ ବନ୍ଦ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started