ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା । ବାଚସ୍ପତିଙ୍କ ପୋଡ଼ିୟମ କାଚ ଖସାଇଲେ ବିରୋଧୀ, ମାଇକ୍ ଟାଣିଲେ ତାରା ।

କନକ ବ୍ୟୁରୋ: ବିଧାନସଭାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଜୋରଦାର ହଟ୍ଟଗୋଳ । ମଣ୍ଡିରୁ ଧାନ ଉଠୁନି, ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହେଉନି, ଏ ନେଇ ଆଲୋଚନା କରିବାକୁ ଅଡି ବସିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରି ଗୃହକୁ ଅଚଳ କରି ଦେଇଥିଲେ ବିରୋଧୀ । ଗୃହକାର୍ଯ୍ୟ ଆଗକୁ ଯାଇ ପାରିନଥିଲା, ଗୃହକୁ ବାଚସ୍ପତିଙ୍କୁ ୭ ଥର  ମୁଲତବୀ କରିବାକୁ ପଡିଥିଲା । ଶେଷରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ଏବଂ ୭ ଦିନ ପରେ ଧାନକିଣାର ଅଗ୍ରଗତି ନେଇ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ।

ଅପରାହ୍ଣ ୫ଟା ୧୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଏ ସମୟରେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଆରମ୍ଭ କରି ଦେଇଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ । ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କ ଆଗରେ ଥିବା ଫାଇବର କାଚକୁ ତଳକୁ ଖସାଇ ଦେଇଥିଲେ ।

ବଜେଟ ଅଧିବେଶନର ପ୍ରଥମ ଦିନ କୋଟିଆକୁ ନେଇ ସରଗରମ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଧାନ କିଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ହୋ-ହଲ୍ଲା ଆରମ୍ଭ କରି ଦେଇଥିଲେ ବିରୋଧୀ ବିଧାୟକ । ବିଜେପି ବିଧାୟକମାନେ ପ୍ଲାକାର୍ଡ ଗାଉନ୍ ପିନ୍ଧି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ, କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ । ତୁରନ୍ତ ଧାନ ଉଠୁ ବୋଲି ବିଜେପି ଦାବି କରିଥିବା ବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଗୃହକୁ ଚଳାଇ ଦେବୁନି ।

ବିଧାନସଭା ଆରମ୍ଭ ହେବା ମାତ୍ରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା ପ୍ରସ୍ତାବ ଦେଇଥିଲା ବିଜେପି । ସମସ୍ୟାର ସମାଧାନ ପାଇଁ ମୁଲତବୀ ପ୍ରସ୍ତାବ ଦେଇଥିଲା କଂଗ୍ରେସ । ପ୍ରସ୍ତାବ ଗ୍ରହଣ ନହେବା ପରେ ହଟ୍ଟଗୋଳ କରି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ । ପରିସ୍ଥିତି ଏପରି ହୋଇଥିଲା ଯେ ୭ ଥର ଗୃହକୁ ମୁଲତବୀ କରିବା ପାଇଁ ପଡ଼ିଥିଲା । ଶେଷରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

from Kanak News
via <a href="https://ifttt.com/?

ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ଲାଇବ୍ରେରୀ କାର୍ଡ ମିଳୁନଥିବା ଏବଂ ହଷ୍ଟେଲ ସମସ୍ଯା ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ବାଣୀବିହାରରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଯାଇଛି। ଉତ୍ତେଜିତ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପିଜି କାଉନସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ଶେଷରେ ଆନ୍ଦୋଳନ କରିଥିଲେ। ଏଥି ସହିତ ସେମାନେ ଚେତାବନୀ ଦେଇଛନ୍ତି ଯେ, ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ।

ଅଭିଯୋଗ ଅନୁସାରେ ପିଜି ସେଲଫାଇନାସିଂ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟର ସମସ୍ତ ସୁବିଧା ମିଳୁନାହିଁ । ଛାତ୍ରଛାତ୍ରୀମାନଙ୍କୁ ଲାଇବ୍ରେରୀ କାର୍ଡ ଦିଆଯାଉନଥିବାରୁ ସେମାନେ କ’ଣ ବିଶ୍ବବିଦ୍ୟାଳୟର ସାବତ ପୁଅ ବୋଲି ପ୍ରଶ୍ନ କରିଛନ୍ତି। ଏହାସହ ସେମାନଙ୍କୁ ହଷ୍ଟେଲ ମିଳୁନଥିବା ଅଭିଯୋଗ କଲେ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନ୍ କିଛି ବୁଝୁ ନାହାନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ର‌ହିବ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ଅନ୍ୟପଟେ ଏହାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ପିଜି କାଉନସିଲ ଚେୟାରମ୍ୟାନ୍ ପ୍ରଫେସର ବସନ୍ତ ମଲ୍ଲିକ। ସେ କହିଛନ୍ତି, ସମସ୍ୟା ଅଛି ଏବଂ କିଛି ସମାଧାନ ପାଇଁ ଆମେ ଆଲୋଚନା କରୁଛୁ । ଦୁଇ ତିନିଦିନ ଭିତରେ ପିଲାଙ୍କୁ ଲାଇବ୍ରେରୀ କାର୍ଡ ଓ ହଷ୍ଟେଲ ପ୍ରଦାନ କରାଯିବ ।

from Kanak News
via <a href="https://ifttt.com/?

ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣି ନିରାଶ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ମିଳିଲାନି ଜାମିନ୍।

କନକ ବ୍ୟୁରୋ : ପୁଣି ନିରାଶ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିସାରିଛି  କିନ୍ତୁ ଦୁମକା କୋଷାଗାର ମାମଲାରେ ତାଙ୍କ ଜାମିନ ଅଟକି ରହିଛି ।

ଖରାପ ସ୍ବାସ୍ଥ୍ୟ ଓ ଅଧାରୁ ଅଧିକ ସମୟ ଜେଲଦଣ୍ଡ କାଟିସାରିଥିବା ଦର୍ଶାଇ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ତେବେ ସିବିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହି ମାମଲାରେ ଲାଲୁ ଏପର୍ଯ୍ୟନ୍ତ ଅଧା ସମୟ କାଟିନାହାନ୍ତି । ଧାର୍ଯ୍ୟ ଜେଲ ସମୟର ଅଧା ହେବାକୁ ଆଉ ପ୍ରାୟ ୨ ମାସ ବାକି ରହିଛି ବୋଲି ସିବିଆଇ ପକ୍ଷରୁ ଯୁକ୍ତି କରାଯାଇଥିଲା । ମାତ୍ର ଲାଲୁଙ୍କ ଓକିଲ କପିଲ ସିବଲ କହିଥିଲେ ଯେ, ଗୋଖାଦ୍ୟ ଦୁର୍ନୀତିର ଆଉ କେତେକ ଅଭିଯୁକ୍ତଙ୍କୁ ପୂର୍ବରୁ ଅଧା ଜେଲଦଣ୍ଡ ହୋଇନଥିଲେ ବି ଜାମିନ ଦିଆଯାଇଥିଲା । ତେବେ ସିବିଆଇର ଯୁକ୍ତିକୁ କୋର୍ଟ ଗ୍ରହଣ କରି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ଆଜି ଜାମିନ ଆବେଦନ ଖାରଜ ହେବା ପରେ ଆଉ ୬୦ ଦିନ ପରେ ପୁଣି ଜାମିନ ପାଇଁ ଆବେଦନ କରିପାରିବେ ଲାଲୁ । କାରଣ ସେତେବେଳକୁ ସେ ଧାର୍ଯ୍ୟ ଜେଲ ଅବଧିର ଅଧା ସମୟ କାଟିସାରିଥିବେ ।

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କନକ ବ୍ୟୁରୋ: ଚାଷୀ ଉତ୍ପାଦକୁ ସଠିକ ଆଉ ସ୍ୱଛ ବ୍ୟବସ୍ଥାରେ କିଣିବାକୁ ରାଜ୍ୟଗୁଡିକ ଚାଷୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଫଳରେ ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପରାମର୍ଶକୁ ନେଇ ପ୍ରକାଶ ପାଇଥିବା ଖବର ଉପରେ ମତ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟ୍ୱିଟ କରି ଲେଖିଛନ୍ତି, ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଧାନ ସଂଗ୍ରହର ପୁରା ପ୍ରକ୍ରିୟାକୁ ସ୍ୱୟଂଚାଳିତ ବ୍ୟବସ୍ଥା ଜରିଆରେ କରିଆସୁଛି । ଅର୍ଥାତ୍ ସ୍ୱଛତାର ସହ ରାଜ୍ୟରେ ଚାଷୀଙ୍କ ଠାରୁ ଧାନ କିଣାଯାଉଛି ବୋଲି ମନ୍ତ୍ରୀ ଏକ ବଡ ବାର୍ତ୍ତା ଦେଇଛନ୍ତି । ସେହିଭଳି ରାଜ୍ୟରେ ପରିଚାଳିତ ହେଉଥିବା ବ୍ୟବସ୍ଥାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶ ଆପଣାଉଥିବାର ସଂକେତ ମଧ୍ୟ ସାମ୍ନାକୁ ଆସିଛି ।

ଓଡ଼ିଶା ଭାରତର ପ୍ରଥମ ରାଜ୍ୟ, ଯିଏ ଧାନ କ୍ରୟ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବାୟୋମେଟ୍ରିକ ବା ସ୍ୱୟଂଚାଳିତ କରିଛି । ଏଭଳି କିଛି ଦମ୍ଭୋକ୍ତି ବାଢ଼ିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି କି, ୨୦୧୯-୨୦ ବର୍ଷରେ ଏହି ଅଭିନବ ପ୍ରକ୍ରିୟା ଆରମ୍ଭ ହୋଇଥିଲା ମଣ୍ଡିକୁ ଧାନ ବିକ୍ରି ପାଇଁ ଆସୁଥିବା ଚାଷୀମାନଙ୍କ ପଂଜୀକରଣ/ଚିହ୍ନଟ ଆଧାର କାର୍ଡ ଆଧାରିତ ବାୟୋମେଟ୍ରିକ ବ୍ୟବସ୍ଥା ଜରିଆରେ କରାଯାଉଥିଲା । ସେହିଭଳି  ଓଡ଼ିଶା ସରକାର ପୂର୍ବରୁ ନିଶ୍ଚିତ କରିଛନ୍ତି ଯେ, ଚାଷୀ ତାର ଦ୍ରବ୍ୟର ସଠିକ ପ୍ରାପ୍ୟ ଯାହା ଏମଏସପି ଅନୁଯାୟୀ ନିର୍ଦ୍ଧାତିତ ହୋଇଛି, ତାହା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଯେଭଳି ଚାଷୀଙ୍କ ଆକଉଂଟରେ ଜମା ହେବ ।

ଗତକାଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏକ ସାମ୍ବାଦିକ ସମ୍ମିଳନୀରେ ବାୟୋମେଟ୍ରିକ୍ ବ୍ୟବସ୍ଥା ନେଇ କହିଥିଲେ କି, ଚାଷୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥି ବ୍ୟବସ୍ଥାକୁ ଉଚ୍ଛେଦ କରିବା ଏବଂ କୃଷିଜାତ ଦ୍ରବ୍ୟର କିଣାବିକାରେ ଅଧିକ ସ୍ୱଚ୍ଛତା ଆଣିବା ଏହାର ଉଦ୍ଦେଶ୍ୟ । ତେଣୁ କେନ୍ଦ୍ର ରାଜ୍ୟମାନଙ୍କୁ କୃଷକଙ୍କ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି । ପୂର୍ବରୁ ଉତ୍ତରପ୍ରଦେଶ ଏହାକୁ ଗ୍ରହଣ କରିଥିବାବେଳେ ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରତି ଜବାବରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କହିଛନ୍ତି କି, ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଯିଏ ଧାନ କ୍ରୟ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବାୟୋମେଟ୍ରିକ ବା ସ୍ୱୟଂଚାଳିତ କରିଛି । 

ଏପରିକି କେନ୍ଦ୍ର ଖାଦ୍ୟ ଯୋଗାଣ ସଚିବ ଗତବର୍ଷ ଓଡ଼ିଶା ଗସ୍ତରେ ଆସି ପି-ପାସ୍ ବ୍ୟବସ୍ଥାକୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ଏବଂ କହିଥିଲେ, ଚାଷୀଙ୍କ ପାଇଁ ଏଭଳି ହିତକର ପଦକ୍ଷେପ ଅନ୍ୟ ରାଜ୍ୟମାନେ ମଧ୍ୟ ଅନୁକରଣ କରିବା ଆବଶ୍ୟକ ବୋଲି ଟ୍ୱିଟ୍ କରି କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ଚାଷୀଙ୍କ ଠାରୁ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଜେପି ପ୍ରଶ୍ନ ଉଠାଉଥିବା ବେଳେ ଓଡିଶା ସରକାର ଆପଣାଇଥିବା ମଡେଲ ଦେଶରେ ଲାଗୁ କରିବାକୁ ଚିନ୍ତା କରାଯାଉଥିବା ବିଷୟ ଚର୍ଚ୍ଚା ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଧାୟକ । ଆସନ୍ତାକାଲି ଯାଏଁ ଗୃହ ମୁଲତବି ।

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା ଓ ହଟ୍ଟଗୋଳ ପରେ ଗୃହ ମୁଲତବି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଶୁକ୍ରବାର ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିଧାନସଭା କମ୍ପିଥିଲା । ବିରୋଧୀମାନେ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ । ଏପରିକି ବିରୋଧୀମାନେ ବାଚସ୍ପତିଙ୍କ ପୋଡିୟମ କାଚକୁ ମଧ୍ୟ ଖସାଇ ଦେଇଥିଲେ । ଏହାପରେ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିବା ଫଳରେ ବାରମ୍ବାର ଗୃହ ମୁଲତବି ରଖାଯାଇଥିଲା । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ବସିବା ପରେ ଅପରାହ୍ଣରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବିରୋଧୀମାନେ ପୁଣି ହଙ୍ଗାମା କରିଥିଲେ । ଏହାପରେ ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କରିଛନ୍ତି ।

ଅନ୍ୟପଟେ ଧାନକିଣା ପ୍ରସଙ୍ଗରେ ବାଚସ୍ପତି ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି ଉତ୍ତର ରଖିବା ସହିତ ଆଗାମୀ ୭ ଦିନ ପରେ ଧାନକିଣାର ଅଗ୍ରଗତି ସମ୍ପର୍କରେ ସୂଚନା ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଧାନକିଣା ପ୍ରସଙ୍ଗ : ଆସନ୍ତାକାଲି ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

କନକ ବ୍ୟୁରୋ: ଧାନକିଣା ସମ୍ପର୍କରେ ଆସନ୍ତାକାଲି ବିଧାନସଭାରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ଉତ୍ତର ରଖିବା ସହିତ ଆସନ୍ତା ୭ ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣିଥରେ ବିଭାଗୀୟ ମନ୍ତ୍ରୀ ଗୃହକୁ ଅବଗତ କରିବେ । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିନଥିଲା । ବାରମ୍ବାର ଗୃହ ମୁଲତବୀ ଯୋଗୁଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଏହାପରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରି ବାଚସ୍ପତି ଏହି ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ମାଓବାଦୀଙ୍କ ବିରୋଧରେ ଏକାଠି ହେଲା ୪ ରାଜ୍ୟର ସାମ୍ବାଦିକ । ଗଣମାଧ୍ୟମକୁ ମାଓ ଧମକର କଲେ ପ୍ରତିବାଦ ।

କନକ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଏକାଠି ହେଲେ ୪ ରାଜ୍ୟର ସାମ୍ବାଦିକ । ଛତିଶଗଡ ବସ୍ତର ଜିଲ୍ଲାର ଜଗଦଲପୁର ଠାରେ ପ୍ରାୟ ୨୦୦ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ମାଓବାଦୀଙ୍କ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଧମକ ଚମକ ଘଟଣାକୁ ବିରୋଧ କରିଛନ୍ତି । କିଛି ଦିନ ତଳେ ମାଲକାନଗିରି ସୀମାନ୍ତ ସକୁମା ଓ ବିଜାପୁର ଜିଲ୍ଲାରେ ଦୁଇ ସାମ୍ବାଦିକଙ୍କୁ ବିଭିନ୍ନ ଅଭିଯୋଗ ନେଇ ହତ୍ୟା ଧମକ ଦେଇଥିଲେ ମାଓବାଦୀ । ଏହାର ପ୍ରତିବାଦରେ ଛତିଶଗଡ, ଓଡିଶା, ଆନ୍ଧ୍ର ଓ ତେଲେଙ୍ଗାନାର ମାଓ ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶେଷରେ ଗଣମାଧ୍ୟମ ଆଗରେ ମୁଣ୍ଡ ନୁଆଇଛନ୍ତି ମାଓବାଦୀ । ଏକ ପ୍ରେସ ବିବୃତି ଜାରି କରି ସାମ୍ବାଦିକଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରି ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ଅପିଲ କରିଛନ୍ତି ନକ୍ସଲ ।

from Kanak News
via <a href="https://ifttt.com/?

ଅସ୍ତରଙ୍ଗ ଅଭୟାରଣ୍ୟ ଅଂଚଳରେ ଚିତ୍ରା ହରିଣଙ୍କ ଉତ୍ପାତ । ଦଳ ଦଳ ହୋଇ କ୍ଷେତରେ ପଶି ଉଜାଡି ଦେଉଛନ୍ତି ରବି ଫସଲ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଭୟାରଣ୍ୟ ନିକଟ ଗାଁ ଗୁଡିକରେ ଚିତ୍ରା ହରିଣଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହରିଣ ପଲ କ୍ଷେତରେ ପଶି ରବି ଫସଲ ଉଜାଡି ନଷ୍ଟ କରିଦେଉଛନ୍ତି । ଚିତ୍ରା ହରିଣଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ରାତିରେ ଅନିଦ୍ରା ରହି ଚାଷୀମାନେ ହରିଣ ଘଉଡାଉଛନ୍ତି । ଆଉ ଚାଷୀଙ୍କ ସହ ହରିଣ ଘଉଡାଇବା ଅଭିଯାନରେ ସାମିଲ ହୋଇଥିଲା କନକ ନ୍ୟୁଜ ଟିମ୍ ।

ଅସ୍ତରଙ୍ଗ ବ୍ଳକର ଗୁଣ୍ଡଳବା, ବଳଭଦ୍ରପୁର, ସୁଦ୍ଧିକେଶ୍ୱର ଓ ସହନ ଗାଁର ଚାଷୀ ରାତିରେ ଦଳବଦ୍ଧ ହୋଇ ହରିଣ ଘୋଡାଉଛନ୍ତି । କିଏ ଜମିରେ ମଂଚାବାନ୍ଧି ରାତିରେ ରହୁଛି । କିଏ କ୍ଷେତକୁ ଜାଲ ବେଢାଇଛି ତ ପୁଣି କିଏ ବିଦ୍ୟୁତ୍ ବଲ ଜଳାଇ ଜଗି ରହିଛନ୍ତିି । ଆଉ କେତେକ ଚାଷି ଦଳବଦ୍ଧ ହୋଇ ଠେଙ୍ଗା ବାଡି ଧରି, ନିଆଁ ଜାଳିବା ସହ ହାତରେ ଘଂଟ, ଡ୍ରମ ବାଡେଇ ହରିଣ ମାନଙ୍କୁ ଘଉଡାଉଛନ୍ତି ।

ଗତ ୩ବର୍ଷ ହେଲା ୫ଟି ଗାଁର ଶହ ଶହ ଚାଷୀ ଏହି ସମସ୍ୟାକୁ ସାମ୍ନା କରି ଆସୁଛନ୍ତି । ହରିଣ ଭୟରେ ଏବେ ଜଙ୍ଗଲ ପାଖ ଜମି ପଡିଆ ପଡିଛି । ଅସ୍ତରଙ୍ଗ ବନ ବିଭାଗକୁ ବାରମ୍ବାର ଆପତି, ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି କି ଫସଲ ନଷ୍ଟର କ୍ଷତିପୂରଣ ମିଳୁନଥିବା କହିଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର । ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ । 

କନକ ବ୍ୟୁରୋ: କୋଟିଆ ପରେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା  ସାନ ଲୁକୁଟି ଗାଁ ଉପରେ । ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଆନ୍ଧ୍ର ସରକାର ଆରମ୍ଭ କରିଛି  ଗୋଟିଚାଳନା । ଏବେ ଓଡ଼ିଶାର ବିନା ଅନୁମତିରେ ଆନ୍ଧ୍ର ସରକାର ଓଡ଼ିଶାର ସୀମାରେ ଖୁଲାମ ଖୁଲା ଆରମ୍ଭ କରିଦେଇଛି ବ୍ରିଜ ଏବଂ ରାସ୍ତା ନିର୍ମାଣ କାମ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ ବୈରାଗୀହଲୁଆ ପଚାଂୟତର ସାନଲୁକୁଟି ଗାଁରେ  ।

କୋରାପୁଟ ପରେ ଏବେ ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଂଚଳ ଉପରେ ଆଖି ପକାଇଛି ଆନ୍ଧ୍ର । ଓଡିଶା ସରକାରଙ୍କ ବିନା ଅନୁମତି, ଓଡିଶା ମାଟିରେ ପୋଲ ନିର୍ମାଣ କରୁଛନ୍ତି ଆନ୍ଧ୍ର ସରକାର । ରାୟଗଡା ସଦର ବ୍ଲକ ଅନ୍ତର୍ଗତ ବୈରାଗୀହଲୁଆ ପଚାଂୟତର ସାନଲୁକୁଟି ଗାଁରେ ଆନ୍ଧ୍ର ସରକାର ବ୍ରିଜ ତିଆରି କରୁଛନ୍ତି । ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ବ୍ରିଜ ନିର୍ମାଣ କାମକୁ ବନ୍ଦ କରିଛନ୍ତି ।

ସାନଲୁକୁଟି ଗାଁ ଠାରୁ ଆନ୍ଧ୍ର ସୀମାର ଦୂରତା ମାତ୍ର ୫ଶହ ମିଟର । ସୀମା ସେପଟେ ଥିବା ଆନ୍ଧ୍ରର ଲଡା ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବହିଯାଉଥିବା ନାଳ ହିଁ  ଏହି ଦୁଇ ଗାଁର ସୀମା  । ହେଲେ ଏବେ ଆନ୍ଧ୍ର ସରକାର ଓଡିଶାର ବିନା ଅନୁମତିରେ ଲଡା ଗାଁରୁ ସାନଲୁକୁଟି ଗାଁକୁ ଯୋଗାଯୋଗ ପାଇଁ ନାଳ ଉପରେ ପୋଲ ତିଆରି କରୁଛନ୍ତି । ସ୍ଥାନୀୟ ବାସିନ୍ଦା କହିଛନ୍ତି, ନିର୍ମାଣଧୀନ ବ୍ରିଜର ଅଧିକାଂଶ ଭାଗ ଓଡିଶା ମାଟିରେ ହେଉଥିବା ବେଳେ ଅଳ୍ପ ଅଂଶ ଆନ୍ଧ୍ର ଅଂଚଳରେ ରହିଛି ।

କେବଳ କୋରାପୁଟ କି ରାୟଗଡା ନୁହେଁ, ସୀମାନ୍ତ ଜିଲ୍ଲା ଗଜପତି ସୀମାକୁ ଅନୁପ୍ରବେଶ କରି ନିର୍ମାଣ କାମ ଚଳାଇଛି ଆନ୍ଧ୍ର । କାଶୀନଗର ବ୍ଲକ ଅଂଚଳରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁଛନ୍ତି । ଆନ୍ଧ୍ର ଆଳତିପୁର ପଂଚାୟତରୁ ଓଡିଶାକୁ ଯୋଗାଯୋଗ କରୁଥିବା ରାସ୍ତାର ସଂପ୍ରସାରଣ କରି ଓଡିଶା ଆଡକୁ ରାସ୍ତା ତିଆରି ଚାଲିଛି । ଖବର ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଂଚି ରାସ୍ତା ସଂପ୍ରସାରଣ କାମକୁ ବନ୍ଦ କରିଛନ୍ତି ।

from Kanak News
via <a href="https://ifttt.com/?

ରାଜସ୍ଥାନରେ ହେଲା ହେଲିନା ମିସାଇଲର ସଫଳ ପରୀକ୍ଷଣ । ଗୋଟିଏ ମିନଟ୍ ରେ କରିବ ଶତୃ ସଂହାର

କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶତ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ କୌଣସି ସମୟରେ ବି ଟାର୍ଗେଟ୍ କୁ ଭେଦ କରିପାରିବ ବୋଲି କୁହାଯାଇଛି ।

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ବର୍ତ୍ତମାନ ଏହି ମିଶାଇଲକୁ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାରେ ସାମିଲ କରାଯିବ । ପ୍ରତିରକ୍ଷାମନ୍ତ୍ରଣାଳର ତଥ୍ୟ ମୁତାବକ ଗତ ୫ ଦିନ ହେବ ହେଲିନା ମିଶାଇଲକୁ ୭ କିଲୋମିଟରରୁ ଅଧିକ ରେଞ୍ଜରେ ପରୀକ୍ଷଣ କରାଯାଇଛି । ୫ ଥର ପରୀକ୍ଷଣ ପରେ ଏହି ମିଶାଇଲ ଶତ ପ୍ରତିଶତ ଟାର୍ଗେଟ୍ ଭେଦ କରିବାରେ ସଫଳ ହୋଇଥିଲା ବୋଲି କୁହାଯାଇଛି । ପରୀକ୍ଷଣ ହୋଇଥିବା ମିଶାଇଲ ହେଲିନା ବର୍ତ୍ତମାନ ଏଚଏଏଲ୍ ରୁଦ୍ରା ଓ ହାଲକା ଲଢୁଆ ହେଲିକପ୍ଟରରେ ଇଣ୍ଡକ୍ସନ ପାଇଁ ପ୍ରସ୍ତୁତ ହୋଇ ସାରିଛି । ପରୀକ୍ଷଣ ବେଳେ ଏହି ମିଶାଇଲକୁ ଏଏଲଏଚ୍ ଧ୍ରୁବ ହେଲିକପ୍ଟରରେ ଲଞ୍ଚ କରାଯାଇଥିଲା ।

ଏହି ମିଶାଇଲକୁ ତୃତୀୟ ପିଢିର ଆଧୁନିକ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ବୋଲି କୁହାଯାଉଛି । ହେଲିନାରେ ରେଡ୍ ସକର, ଫାୟାର ଏବଂ ଫର୍ଗଟ୍ ଫିଚର୍ସ ରହିଛି । ଏହା ବ୍ୟତିତ ଏହି ମିଶାଇଲର ତୁଳନା ଚୀନ ଆର୍ମୀର ୱାୟର ଗାଇଡେଡ୍ ଏଚଜେ-୮ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଲେଜର ଗାଇଡେଡ୍ ମିଶାଇଲ ବାରକ୍ୟୁ ସହିତ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started