ପୁଣି ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ଅପରାଜିତାଙ୍କ ଟୁଇଟ : କହିଲେ, ଐତିହ୍ୟ କ୍ଷେତ୍ର ପାଇଁ ୧୯୫୮ରୁ ଅଛି ଆମସାର ଆଇନ୍

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ମତରେ ଅଟଳ ରହିଛନ୍ତି । ଟ୍ୱିଟକରି ଅପରାଜିତା ଲେଖିଛନ୍ତି, ଏତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ୍ । କିନ୍ତୁ ବାଇ-ଲକୁ ଏଡାଇ ଏଭଳି ବିକାଶ ହେବା ଉଚିତ ନୁହେଁ । ୧୯୫୮ ଆମସର ଆକ୍ଟ ସବୁ ଆଇନର ଉର୍ଦ୍ଧ୍ବରେ । ତେଣୁ ରାଜ୍ୟ ସରକାର କୌଣସି ବିକାଶମୂଳକ କାମ କରିବା ପର୍ବରୁ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷ କିମ୍ବା ଭାରତୀୟ ପ୍ରତ୍ନତତ୍ୱ ବିଭାଗଠାରୁ ଆବଶ୍ୟକ ଅନୁମତି ନେବାକଥା ବୋଲି ପୁଣି ଥରେ ଦୋହରାଇଛନ୍ତି ଅପରାଜିତା ।

ଏହା ପୂର୍ବରୁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା , ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତି ପାଇଁ କୋଲକତା ସ୍ଥିତ ଏଏସଆଇ ନିର୍ଦ୍ଦେଶକ ହେଉଛନ୍ତି କ୍ଷମତାପ୍ରାପ୍ତ ଅଧିକାରୀ । ସଂସ୍କୃତି ନିର୍ଦ୍ଦେଶକ ଏହି ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଥିଳା । ତେଣୁ ଏବେ ସେହି ଆମସାର ଆଇନର ଆଳ ଦେଖାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।

from Kanak News
via <a href="https://ifttt.com/?

ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ ଆରମ୍ଭରୁ ଅଚଳ : ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଳା ଯୋଗୁ ଚାଲିପାରିଲାନି ଗୃହ; ଅପରାହ୍ନ ୪ଟା ଯାଏ ମୁଲତବୀ

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ପ୍ରଶକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଆଜି ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ସାଢେ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ଦଳର ସଦସ୍ୟ ହଙ୍ଗାମା କରିବାରୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରାଯାଇଛି । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ସମସ୍ୟା, ଧାନମଣ୍ଡି ପ୍ରସଙ୍ଗରେ ବିରୋଧୀ ନାରାବାଜି ଦେଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ କଂଗ୍ରେସ, ବିଜେପି ବିଧାୟକ ହୋହାଲ୍ଲା କରିଥିଲେ । ବିଜେପି ବିଧାୟକ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିବାରୁ ବାଚସ୍ପତିଙ୍କ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି : ଉତ୍ତର ରଖିବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହର ମହଲତ ଦେଲେ ସର୍ବୋଚ୍ଚ ନ୍ୟାୟଳୟ

କନକ ବ୍ୟୁରୋ : କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ ।

କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର । ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

from Kanak News
via <a href="https://ifttt.com/?

ବଲିଉଡ୍ ସୁପରଷ୍ଟାର ବିଗ୍-ବି ଓ ଖିଲାଡି କୁମାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଦୁଇ କଳାକାରଙ୍କ ଫିଲ୍ମ ବନ୍ଦ କରିବାକୁ ଧମକ ଦେଲା କଂଗ୍ରେସ

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା‌ ଅଭିନେତାମାନେ ଏବେ ତୈଳ ଦର ବୃଦ୍ଧି ‌ନେଇ ନିରବ ରହିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଶିଳ୍ପନଗରୀରୁ ସେମାନଙ୍କ ସୁଟିଂ ବନ୍ଦ କରିବା ପାଇଁ ଧମକ ଦେଇଛି। ଏପରିକି ଯଦି ସେମାନେ ଅଭିନୟ କରନ୍ତି, ସେମାନଙ୍କ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରାଇଦିଆଯିବନି ବୋଲି ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ।

ବିଶେଷ କରି ବିଗ ବି’ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ୍ କରାଯାଇଛି। ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପଟେଲଙ୍କ କହିଛନ୍ତି, ତୈଳଦର ବୃଦ୍ଧି ପ୍ରସଙ୍ଗରେ ଏହି ଦୁଇ ଅଭିନେତା କେନ୍ଦ୍ର ସରକାରଙ୍କୁ କଡ଼ା ବିରୋଧ କରୁଥିଲେ। ମାତ୍ର ତେଲ ଦର ଲଗାମହୀନ ହେବା ଯୋଗୁଁ ସାଧାରଣ ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଅପରପକ୍ଷରେ ବିଜେପି ଏହି ଅଭିନେତାମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛି। ରାଜ୍ୟ ବିଜେପି ନେତା ସୁଧୀର ମୁଙ୍ଗନ୍ତିୱାର କଂଗ୍ରେସକୁ ଏକଛତ୍ରବାଦୀ କହିବା ସହିତ ଦଳ କେବଳ ଲୋକଦେଖାଣିଆ ପାଇଁ ଗଣତନ୍ତ୍ରର ମାସ୍କ ପିନ୍ଧିଛି ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ ଆତଙ୍କ : ନରାଜ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ରାତି ଅଧିଆ ହାତୀଙ୍କ ଉତ୍ପାତ

କନକ ବ୍ୟୁରୋ : କଟକ ସହର ଭିତରକୁ ପଶିଲେ ହାତୀ । ସିଡିଏ ସେକ୍ଟର- ୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇଟି ହାତୀ ପଶି ଆସିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ ଦୁଇଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପଶି ଆସିଥିଲେ । ସେହି ଦୁଇ ହାତୀ ସିଡିଏ ‌ସେକ୍ଟର-୧୩ ରେଭେନ୍ସା କମ୍ପ୍ୟାସର ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆତଙ୍କ ଖେଳାଇଛନ୍ତି । ଫଳରେ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିବା‌ବେ‌ଳେ ଏବେ‌ ଯାଏଁ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ପୂର୍ବ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ଶବକୁ କାନ୍ଧରେ ବୋହିନେଲେ ରାହୁଲ ଗାନ୍ଧୀ । ଦୁଇଦିନ ପୂର୍ବରୁ ହୋଇଥିଲା ନିଧନ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କର ବୁଧବାର ଦିନ ଗୋଆ ଠାରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସତୀଶଙ୍କ କୋକେଇକୁ କାନ୍ଧ ଦେଇଥିବା ଦେଖିବାକୁ ମିଳିଛି । ରାହୁଲ ନିଜ କାନ୍ଧରେ ଅନ୍ୟମାନଙ୍କ ସହ ସତୀଶଙ୍କ କୋକେଇ ନେଉଥିବାର ଫଟୋ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । କହିରଖୁ କି ୭୩ ବର୍ଷିୟ ସତୀଶ ଶର୍ମା କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି ।

ଗୋଆ ଠାରେ ସତୀଶ୍ ଶର୍ମାଙ୍କର ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଦିଲ୍ଲୀ ଅଣାଯାଇଥିଲା । ତାଙ୍କ ମୃତଦେହ ନିକଟରେ ସତୀଶଙ୍କର ଏକମାତ୍ର ପୁଅ ଓ ଏକମାତ୍ର ଝିଅ ସହ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ବେଳେ ଅନେକ କଂଗ୍ରେସ ନେତା ଓ ନିଜେ ରାହୁଲ ଗାନ୍ଧୀ ପହଂଚିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅତି ନିକଟତର କୁହାଯାଉଥିବା ଶ୍ରୀ ଶର୍ମା ନରସିଂମା ରାଓ ସରକାରରେ ୧୯୯୩-୧୯୯୬ ପର୍ଯ୍ୟନ୍ତ କେନ୍ଦ୍ର ପେଟ୍ରୋଲ୍ରିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

https://platform.twitter.com/widgets.js

୧୯୪୭ ମସିହା ଅକ୍ଟୋବର ୧୧ ତାରିଖରେ ଶ୍ରୀ ଶର୍ମା ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପେଶାରେ ଜଣେ ବାଣିଜ୍ୟିକ ପାଇଲଟ୍ ଥିଲେ । ସେ ରାଜନୀତିକୁ ପ୍ରବେଶ କରିବା ପରେ ୩ ଥର ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ରାୟବରେଲି ଓ ଆମେଠି ରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାସହ ସେ କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ପାଇଁ ପ୍ରତିନିଧିତ୍ତ୍ୱ କରିଛନ୍ତି ।

from Kanak News
via <a href="https://ifttt.com/?

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଳା : ଚାଷୀ ସମସ୍ୟ, ଧାନ ମଣ୍ଡି ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ନିକଟରେ କଂଗ୍ରସ , ବିଜେପି ବିଧାୟକଙ୍କ ନାରାବାଜି

କନକ ବ୍ୟୁରୋ : ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍କା ଓ ନାରାବାଜି ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ଗୃହ କାର୍ଯ୍ୟକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ବିଜେପି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଉନ ପିନ୍ଧି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ ମଣ୍ଡିରେ ଧାନ ପଡ଼ିରହିଛି। ଧାନ ଉଠୁନି । କେତେବେଳେ ଟୋକନ କଥା କହୁଛନ୍ତି । କେତେବେଳେ ଦଳୀୟ .ନେତା ନିଷ୍ପତ୍ତି ନେଉଛନ୍ତି । ସେଥିପାଇଁ ଧାନ ଉଠୁନି । ବିଜେପିର ଦାବି ଅବିଳମ୍ବେ ଧାନ ଉଠାଯାଉ । ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଦିନରେ ଆଖିରେ ଆଙ୍ଗୁଠି ଗେଞ୍ଜି ସତକୁ ମିଛ, ମିଛକୁ ସତ କରୁଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

କରୋନାର ନୂଆ ଔଷଧ ଲଞ୍ଚ୍ କଲେ ବାବା ରାମଦେବ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଲଞ୍ଚ ହେଲା ଔଷଧ

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଏକ ଔଷଧ ଲଞ୍ଚ କରିଛନ୍ତି । ଏହି ଲଞ୍ଚ ବେଳେ ପତଞ୍ଜଳି ଦାବି କରିଛି କି ଏହି ଔଷଧ ସ୍ୱାସ୍ଥ୍ୟ ଉପରେ ଆଧାରିତ । ଏହି ଔଷଧ ଲଂଚ ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ ।

ଏହି ଅବସରରେ ବାବା ରାମଦେବ କହିଛନ୍ତି କି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ଓ ବିଶ୍ୱ ନେତୃତ୍ୱ ହେବାକୁ ଯାଉଛି । ଏହାସହ ଆର୍ୟୁବେଦିକ କୁ ଆମେ ବୈଜ୍ଞାନିକ ପ୍ରାମାଣିକତା ସହି ଯୋଡିବାକୁ ଚେଷ୍ଟା କରୁଛୁ ବୋଲି ବାବା ରାମଦେବ ମତ ଦେଇଛନ୍ତି । ଅନ୍ୟ ପଟେ ଏହି ସମାରୋହରେ ପତଞ୍ଜଳି ପକ୍ଷରୁ କରୋନା ଔଷଧକୁ ନେଇ କରାଯାଇଥିବା ପରୀକ୍ଷା ନିରିକ୍ଷାର ଅନେକ ଦସ୍ତାବିଜ୍ ବାବା ରାମଦେବ ପବ୍ଲିସ୍ କରିଛନ୍ତି ।

ବାବା ରାମଦେବ ଆହୁରି କହିଛନ୍ତି କି ଯେତେବେଳେ ପତଞ୍ଜଳି ପକ୍ଷରୁ କରୋନିଲ ମାଧ୍ୟମରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲୁ ସେତେବେଳେ ଏହାକୁ ନେଇ ଅନେକ ଲୋକ ପ୍ରଶ୍ନ କରିଥିଲେ । କିଛି ଲୋକଙ୍କ ମନରେ ଏବେ ବି ଭ୍ରାନ୍ତ ଧାରଣା ରହିଛି କି ରସର୍ଚ୍ଚ କେବଳ ବିଦେଶରେ ହୋଇପାରିବ । ବିଶେଷ ଭାବେ ଆର୍ୟୁବେଦିକ ଉପରେ ରିସର୍ଚ୍ଚକୁ ନେଇ ଲୋକ ମାନଙ୍କ ଭିତରେ ବହୁତ ଆଶଙ୍କା ରହିଛି । ଏବେ ଆମେ ଲୋକମାନଙ୍କର ଏଭଳି ସନ୍ଦେହ ଦୂର କରିବାକୁ କରୋନିଲ ସହିତ ଆହୁରି ଅନେକ ଆର୍ୟୁବେଦିକ ଔଷଧ ଉପରେ ରିସର୍ଚ୍ଚ ଜାରି ରଖିଛୁ ବୋଲି ବାବା ରାମଦେବ କହିଛନ୍ତି ।

https://platform.twitter.com/widgets.js

ଏହି ସମାରୋହରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ କହିଛନ୍ତି କି ପତଞ୍ଜଳିର ଏଭଳି ଅନୁସନ୍ଧାନ ଦେଶକୁ ଆର୍ୟୁବେଦିକ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଆଗକୁ ବଢାଇ ନେବ । ଏହା ସହ ସେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ଆହୁରି କହିଛନ୍ତି କି ବାବା ରାମଦେବ କରୋନାକୁ ହରାଇବାକୁ ଯେଉଁ ଔଷଧ ପ୍ରସ୍ତୁତ କରିଛନ୍ତି ତାହା ବୈଜ୍ଞାନିକ ଆଧାରରେ ପ୍ରସ୍ତୁତ ହୋଇଥିବାରୁ ଏହା ଲୋକଙ୍କର ଆସ୍ଥାଭାଜନ ହେବ ।

ସୂଚନା ଥାଉକି ଏହା ପୂର୍ବରୁ ୨୦୨୦ ଜୁନ୍ ମାସ ୨୩ ତାରିଖରେ ପତଞ୍ଜଳି ପକ୍ଷରୁ କରୋନା ପାଇଁ କରୋନିଲ୍ ନାମକ ଏକ ଔଷଧ ଲଞ୍ଚ କରାଯାଇଥିଲା । ସେତେବେଳେ ପତଞ୍ଜଳି ପକ୍ଷରୁ ଦାବି କରାଯାଇଥିଲା କି ଏହି ଔଷଧ ସେବନ କଲେ ୭ ଦିନ ମଧ୍ୟରେ କରୋନାରୁ ମୁକ୍ତି ମିଳିବ । ହେଲେ ଲଞ୍ଚ ହେବା କ୍ଷଣି ଏହି ଔଷଧକୁ ନେଇ ବିବାଦ ଦେଖା ଦେଇଥିଲା । ଏହା ପରେ ପତଞ୍ଜଳୀ ପକ୍ଷରୁ ଏହି ଔଷଧକୁ ବନ୍ଦ କରାଯାଇଥିଲା ।

from Kanak News
via <a href="https://ifttt.com/?

କରୋନା ମହାମାରୀ ବେଳେ ବିଗିଡିଥିବା ଅର୍ଥନୀତି, ଗରିବ ଦେଶ ମାନଙ୍କୁ ଟିକା ଉପଲବ୍ଧ କରାଇବା ନେଇ ହୋଇପାରେ ଆଲୋଚନା । ଅତିଥି ଭାବେ ଭାରତକୁ ନିମନ୍ତ୍ରଣ

କନକ ବ୍ରୁରୋ : ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଧ୍ୟକ୍ଷତାରେ ଜି-୭ ର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଜୁନ୍ ରେ ହେବାକୁ ଥିବା ଜି-୭ ବୈଠକରେ ଏହା ଏକ ଅଂଶ ବୋଲି କୁହାଯାଉଛି । ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କରୋନା ମହାମାରୀ ବେଳେ ବିଶ୍ୱ ଅର୍ଥନୀତିର ସ୍ଥିତି, ଟିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ଅବିକଶିତ ରାଷ୍ଟ୍ର ମାନଙ୍କୁ ଟିକା ଉପଲବ୍ଧ କରାଇବା ନେଇ ଆଲୋଚନା ହୋଇପାରେ  ।

ବିଶେଷ କରି କରୋନା ମହାମାରୀ ସମୟରେ ବିଶ୍ୱ ଅର୍ଥନୀତିର ବର୍ତ୍ତମାନ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିପାରନ୍ତି   । ଏହି ବୈଠକରେ ଭାରତକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବା ବେଳେ ବିଶ୍ୱର ୭ ସମୃଦ୍ଧ ଦେଶର ଏହି ଗୋଷ୍ଠୀରୁ ଚୀନକୁ ବାଦ ଦିଆଯାଇଛି ।

ସେପଟେ ଏହି ବୈଠକରେ ଚୀନକୁ ସାମିଲ କରାଯାଇ ନ ଥିଲେ ବି ଏହି ବୈଠକ ଉପରେ ଚୀନ କଡା ନଜର ରଖିବ ବୋଲି ଆଶା କରାଯାଉଛି । କାରଣ ଦକ୍ଷିଣ ଚୀନ ସାଗର, ତାଇୱାନ ଓ ହଂକଂ ପ୍ରସଙ୍ଗରେ ଆମେରିକା ଓ ୟୁରୋପୀୟ ସଂଘ ସହ ବେଜିଂର ଉତ୍ତେଜନା ଲାଗି ରହିଛି । ଏହାସହ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ଭାରତ ସହ ବି ଚୀନର ସୀମା ବିବାଦ ଚରମ ସୀମାରେ ରହିଛି ।

from Kanak News
via <a href="https://ifttt.com/?

କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା । ସାମିଲ ହେବେ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା

କନକ ବ୍ୟୁରୋ : ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି ।

ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେ ଭାରତ ବନ୍ଦକୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦକୁ ସଫଳ କରିବାକୁ ଟିକସ ପେସାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନୀ ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି, ହକର, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀଙ୍କ ନିକଟରେ ଆମେ ପହଂଚିବୁ ।

ଅନ୍ୟପଟେ ଏହି ବନ୍ଦ ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ । ଏହାସହ ଏହି ବନ୍ଦରେ ସାମିଲ ହେବାକୁ ଅନଲାଇନ ବିକ୍ରେତା ଓ ଅର୍ଥନୀତି ସହ ଜଡିତ ସମସ୍ତ ସଂଗଠନ ଗୁଡିକୁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।

କହିରଖୁ କି ଚାଷୀ ଆନ୍ଦୋଳନ ଓ ତୈଳଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟରେ ଦେଶରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି । ଗତ କାଲି କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ । ଏହା ପରେ ପୁଣି ୨୬ ରେ ବ୍ୟବସାୟିକ ସଂଗଠନ ମାନଙ୍କ ବନ୍ଦ ଡକାରା ଦେଶର ଜନସାଧାରଣଙ୍କ ଉପରେ କୁ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started