ସତ ମାନିଲା ସଇତାନ୍ ଚୀନ : ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତର ସମ୍ମାନ ପରେ ପଦାକୁ ଆସିଲା ସତ

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ମାସରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ସଙ୍ଗଠିତ ସଂଘର୍ଷରେ ପ୍ରାଣ ହରାଇଥିବା ଚାରିଜଣ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନଙ୍କର ନାମ ଓ ପୂର୍ଣ୍ଣ ବିବରଣୀ ଚୀନ୍‌ ପ୍ରଥମ କରି ଉଲ୍ଲେଖ କରିଛି । ଏହି ତୁମୁଳ ସଂଘର୍ଷରେ କେତେ ସଂଖ୍ୟକ ଚୀନ୍‌ ସେନା ପ୍ରାଣ ହରାଇଥିଲେ ତା’ର ବିବରଣୀ ପ୍ରକାଶ କରିବାକୁ ଚୀନ୍‌ ଅଗ୍ରାହ୍ୟ କରି ଆସୁଥିଲା । ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ୍‌’ ଏକ ରିପୋର୍ଟରେ କହିଛି, ଭାରତ ସହ ସୀମା ସଂଘର୍ଷରେ ଆତ୍ମବଳୀ ଦେଇଥିବା ୫ଜଣ ଚୀନ୍‌ ସୀମାନ୍ତ ଅଧିକାରୀ ଓ ସୈନିକମାଙ୍କୁ ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌ ଅଫ୍‌ ଚାଇନା’ ସ୍ୱୀକାର କରିଛି।

‘ପିଏଲ୍‌ଏ ଡେଲି’ରୁ ଉଦ୍ଧୃତ କରି ଶୁକ୍ରବାର ଦିନ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ଉଲ୍ଲେଖ କରିଛି, ୨୦୨୦ ଜୁନ୍‌ରେ ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ଭାରତ ସହ ଘଟିଥିବା ସଂଘର୍ଷରେ ଆତ୍ମବଳୀ ନିମନ୍ତେ ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌ ଅଫ୍‌ ଚାଇନା’ କାରାକୋରମ୍‌ ପର୍ବତରେ ମୁତୟନ ହୋଇଥିବା ୫ଜଣ ଚୀନ୍‌ ସୀମାନ୍ତ ଅଧିକାରୀ ଓ ସୈନିକମାନଙ୍କୁ ସ୍ୱୀକୃତି ଦେଉଛି ।

ଚୀନ୍‌ ଗଣମାଧ୍ୟମ ରିପୋର୍ଟର ଦୃଷ୍ଟାନ୍ତ ଦେଇ ରଏଟର୍ସ ରିପୋର୍ଟ କରିଛି, ଚେନ୍‌ ହୋଙ୍ଗ୍‌ଜୁନ୍‌, ଚେନ୍‌ ସିଆଙ୍ଗ୍‌ରୋଙ୍ଗ୍‌, ଜିଆଓ ସିୟୁଆନ୍‌ ଏବଂ ଓ୍ଵାଙ୍ଗ୍‌ ଝୁଓରାନ୍‌ ବିଦେଶୀ ସୈନିକମାନଙ୍କ ସହ ହୋଇଥିବା ଭୟଙ୍କର ସଂଘର୍ଷରେ ମୃତ୍ୟୁ ବରଣ କରିଛନ୍ତି । ଚେନ୍‌ ହୋଙ୍ଗ୍‌ଜୁନ୍‌ଙ୍କୁ ମରଣତ୍ତୋର ଭାବେ ‘ହିରୋ ଟୁ ଡିଫେଣ୍ଡ୍‌ ଦି ବର୍ଡର୍‌’ ସମ୍ମାନ ମିଳିଥିବା ବେଳେ ଅନ୍ୟ ତିନିଜଣଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀୟ ପ୍ରଶସ୍ତି ପତ୍ର ମିଳିଛି । ଗଲ୍‌ଓ୍ଵାନ୍‌ ଉପତ୍ୟକା ସଂଘର୍ଷରେ ଭାରତୀୟ ସେନାର ୨୦ଜଣ ଯବାନ ପ୍ରାଣ ହରାଇଥିଲେ ବୋଲି ଭାରତ କହିଥିଲା। କିନ୍ତୁ, ଚୀନ୍‌ ନିଜର ମୃତାହତ ସୈନିକମାନଙ୍କ ପ୍ରସଙ୍ଗରେ ନିରବ ଥିଲା ।

from Kanak News
via <a href="https://ifttt.com/?

ମାଲିକର କଥା ମାନି ଫଟା ଫଟ୍ ପରିବା କାଟୁଛି ମାଙ୍କଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ…

ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଥିବା ବେଳେ କେତେବଳେ ମାଙ୍କଡ଼ ଛୋଟ ଛୁଆଙ୍କୁ ଉଠାଇ ନେଇଥିବାର ଘଟଣା ସାମ୍ନାକୁ ଆସିଛି।  ଅପରପକ୍ଷରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାଙ୍କଡ଼କୁ ନିଜ ଛୁଆ ଭଳି ରଖିଥାଆନ୍ତି। ତେବେ କୌଣସି ମାଙ୍କଡ଼ ଘର କାମରେ ତାର ମାଲିକଙ୍କୁ ସାହାଯ୍ୟ କରୁଥିବା ଘଟଣା ଶୁଣିଛନ୍ତି। ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ମାଙ୍କଡ଼ ତାର ମାଲିକାଣୀଙ୍କ କଥା ଶୁଣି ଚାଟପଟ ପରିବା କାଟୁଥିବା ଦେଖିବାକୁ ମିଳିଛି।

https://platform.twitter.com/widgets.jsଭିଡିଓଟିକୁ ସୋସିଆଲ ମିଡିଆରେ ଆଇଆରଏସ ଅମନ ପ୍ରୀତ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ଆମେ ଚାହିଁଲେ ମଣିଷ ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ କାମ କରାଇପାରୁ। ନାରୀ ଶକ୍ତି। ଏହି ଭିଡିଓରେ ଆପଣ ଦେଖି ପାରିବେ ଜଣେ ମହିଳା ପରିବା କାଟୁଛନ୍ତି। ତାଙ୍କ ନିକଟରେ ଏକ  ମାଙ୍କଡ଼ ବସିଛି। ମହିଳା ଜଣକ ମାଙ୍କଡ଼କୁ ପରିବା ଦେଉଛନ୍ତି ଆଉ  ମାଙ୍କଡ଼ ଚଟାପଟ ସେଗୁଡ଼ିକୁ କାଟି ଦେଉଛି। ଏହାକୁ ଦେଖି ଲାଗୁଛି ଯେମିତି ମାଙ୍କଡ଼ଟି ଘର କାମ କରିବେ ମାହିର ଅଛି।

ମାଙ୍କଡ଼ର ଏହି ଭିଡିଓ ସେୟାର ହେବା ପରଠାରୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓଟି ଲୋକଙ୍କୁ ଖୁବ୍ ପସନ୍ଦ ଆସୁଥିବା ବେଳେ ମଜାଳିଆ ପ୍ରତିକ୍ରିୟା ‌ବି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦେଉଛନ୍ତି।

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀର ସୋଫିଆ ଠାରେ ପୋଲିସର ଏନକାଉଁଣ୍ଟର । ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ୍

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋଫିଆ ସେକ୍ଟରରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ସକାଳୁ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହା ସହ ମୃତ ଆତଙ୍କବାଦୀଙ୍କ ନିକଟକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ୍ ହୋଇଛି । ଆତଙ୍କବାଦୀଙ୍କ ମୃତ୍ୟୁ ପରେ ପୋଲିସ ପୁରା ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେଶନ ଜାରି ରଖିଛି ।

ସୂଚନା ମୁତାବକ ଭାରତୀୟ ସୁରକ୍ଷା ବଳକୁ ଗୁଇନ୍ଦା ଖବର ମିଳିଥିଲା କି କିଛି ଆତଙ୍କବାଦୀ ସୋଫିଆ ଅଞ୍ଚଳରେ ଏକ ଘରେ ଲୁଚି ରହିଛନ୍ତି । ସେମାନେ କୌଣସି ଷଡଯନ୍ତ୍ରକୁ ଅନ୍ତିମ ରୂପ ଦେବାକୁ ଚେଷ୍ଟା କରୁଥିବା ପୋଲିସ ପାଖରେ ସୂଚନା ପହଂଚିଥିଲା । ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ ଭାରତୀୟ ସୁରକ୍ଷା ବଳ ସ୍ଥାନୀୟ ପୋଲିସ ସହାୟତାରେ ଏକ ଟିମ୍ ଗଠନ କରିଥିଲା ସୋଫିଆ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଏହି ସର୍ଚ୍ଚ ଅପରେଶନ ବେଳେ ଆତଙ୍କବାଦୀ ମାନଙ୍କୁ ଆତ୍ମ ସମର୍ପଣ କରିବାକୁ ଡାକରା ଦେଇଥିଲା ସୁରକ୍ଷାବଳ । ହେଲେ ଆତଙ୍କବାଦୀ ମାନେ ସୁରକ୍ଷାବଳ ଉପରେ ଓଲଟା ଗୁଳି ଚଳାଇଥିଲେ । ସୁରକ୍ଷାବଳ ବାଧ୍ୟ ହୋଇ ଗୁଳି ଚଳାଇବା ଆରମ୍ଭ କରିଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ସେହିଭଳି ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାର ବିରବା ଅଞ୍ଚଳରେ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମହମ୍ମଦ ଓଲ୍ତାକ ନାମକ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଏହାସହ ମଞ୍ଜୁର ଅହମ୍ମଦ ନାମକ ଜଣେ ସୁରକ୍ଷାକର୍ମୀ ବି ଗୁରୁତର ହୋଇଛନ୍ତି ।

from Kanak News
via <a href="https://ifttt.com/?

ପ୍ରଶାସନର କଟକଣା ଭିତରେ ଖଣ୍ଡଗିରିରେ ଆରମ୍ଭ ହେଲା ମାଘମେଳା : କେବଳ ନୀତି ରକ୍ଷା ପାଇଁ ହେବ ହୋମ, ଯଜ୍ଞ ଓ ପୂଜା, ପାଠ

କନକ ବ୍ୟୁରୋ : କରୋନା କଟକଣା ଲଗାଇ ଖଣ୍ଡଗିରି ମେଳାକୁ ବନ୍ଦ କରିଛି ପ୍ରଶାସନ । କେବଳ ନୀତି ରକ୍ଷା ପାଇଁ ପୂଜା, ଯଜ୍ଞ ହେବ ବୋଲି ଘୋଷଣା କରିଥିଲା । ଏଥିପାଇଁ ଋଷିକେଶ, ହରିଦ୍ୱାରରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସାଧୁସନ୍ଥଙ୍କ ସମାଗମ ହେଲାଣି ।

୯ ଦିନ ପର୍ଯ୍ୟନ୍ତ ସାଧୁମାନେ ଖଣ୍ଡଗିରି ଗୁମ୍ଫା ଓ ଜଙ୍ଗଳରେ ଅବସ୍ଥାନ କରି ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ କରିବେ । ନାମଯଜ୍ଞ, ସଂକୀର୍ତନ ସହ ମାଆ ବାରଭୁଜାଙ୍କ ନିକଟରେ ରାମଚରିତ ମାନସ ପାରାୟଣ, ହନୁମାନ ଚାଲିସା ପାଠ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି କରିଛି ମନ୍ଦିର କମିଟି । ଆଜି ସଂଧ୍ୟାରେ ଜାଗମରା ନାଗା ମଠରୁ ପ୍ରଭୁ ଅନନ୍ତ କେଶରୀଙ୍କ ମେଳଣ କରାଯିବ । ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ଉଦୟଗିରି ସ୍ଥିତ ରାଣୀ ଗୁମ୍ଫାକୁ ଅଣାଯିବ । ତେବେ ଚଳିତ ବର୍ଷ ମେଳା ଓ ଯାତ୍ରାକୁ ପ୍ରଶାସନ ବନ୍ଦ କରିଛି । ସାଧାରଣ ଭକ୍ତଙ୍କ ସମାଗମ ଉପରେ କଟକଣା ରହିଛି ।

from Kanak News
via <a href="https://ifttt.com/?

ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ

ଦେଶରେ କ୍ରମାଗତଭାବେ ଗତ ୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି। ଗତ ୯ ତାରିଖରୁ ଏହି ଦର ଲଗାତାର ବଢ଼ି ଚାଲିଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚି ନୂଆ ରେକର୍ଡ କରିଛି। ବୁଧବାର ତୁଳନାରେ ଗୁରୁବାର ପେଟ୍ରୋଲ ଦର ୩୫ ପଇସା ଏବଂ ଡିଜେଲ ଦର ୩୬ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ବର ତୁଳନାରେ ରାଜ୍ୟର ‌ଅନ୍ୟ କେତେକ ସହରରେ ପେଟ୍ରୋଲ ଦର ଅଧିକ ରହିଛି। ମାଲ୍‌କାନ୍‌ଗିରି ଜିଲ୍ଲାରେ ଦର ସବୁଠୁ ଅଧିକ ରହିଛି।

ତେଲ ଦର ବୃଦ୍ଧି କାରଣରୁ ଟ୍ରାନ୍ସପୋର୍ଟିଂ ଚାର୍ଜ ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଆଗକୁ ଅନ୍ୟାନ୍ୟ ଖାଇବା ସାମଗ୍ରୀ ଉପରେ ମଧ୍ୟ ତେଲ ଦର ବୃଦ୍ଧିର ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି । ତେବେ ତେଲ ଦର ବୃଦ୍ଧିକୁ ନେଇ ଲୋକେ କହୁଛନ୍ତି, ଏହା ଦ୍ୱାରା କେବଳ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ । ଯାହାକି ଆଗକୁ ଏକ ବଡ ଚିନ୍ତାର ବିଷୟ ପାଲଟିବ

from Kanak News
via <a href="https://ifttt.com/?

ମଙ୍ଗଳ ପୃଷ୍ଠରେ ସଫଳତା ସହ ଅବତରଣ କଲା ନାସାର ରୋଭର : ଲାଲ୍ ଗ୍ରହରେ ଜୀବ ସତାର ସନ୍ଧାନ ଦିଗରେ ଅନୁସନ୍ଧାନ କରି ମାର୍ସ ପର୍ସିଭେରେନ୍ସ ରୋଭର

କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ନୂଆ ଅତିଥି । ପୃଥିବୀରୁ ଯାଇଛି ଏହି ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି ।

ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ବୋହୁଥିବା ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି । ଲାଲ ଗ୍ରହରେ ଓହ୍ଲାଇଥିବା ଏହି ଯାନର ମୁଖ୍ୟ କାମ ହେଉଛି ଏହି ଗ୍ରହରେ ପୂର୍ବରୁ ଥିବା ଜୀବ ସତାର ଅନୁସନ୍ଧାନ କରିବା । ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହାକୁ ଅବତରଣ କରିବାକୁ ପ୍ରାୟ ୭ ମିନିଟ ସମୟ ଲାଗିଥିଲା । ଏହି ଅବତରଣ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।

ତେବେ ରୋଭର ପହଂଚିବା ପରେ ଏକ ଫଟୋ ପୃଥିବୀକୁ ପଠାଇଛି ।  ମାର୍ସ ପର୍ସିଭେରେନ୍ସ ରୋଭର ଓଜନ ପ୍ରାୟ ୧ ହଜାର କିଲୋଗ୍ରାମ । ଏଥିରେ ରହିଥିବା ଇଂଜିନ୍ୟୁଟି ହେଲିକପ୍ଟରର ଓଜନ ପ୍ରାୟ ୨ କିଲୋଗ୍ରାମ । ଏହି ରୋଭର ପରମାଣୁ ଶକ୍ତି ଦ୍ୱାରା ପରିଚାଳିତ ହେବ । ପ୍ରଥମ ଥର ପାଇଁ କୌଣସି ରୋଭରରେ ପ୍ଲୁଟୋନିଅମ୍କୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ମଙ୍ଗଳ ଗ୍ରହର ପୃଷ୍ଠରେ ଏହି ଯାନ ପ୍ରାୟ ୧୦ ବର୍ଷ ଧରି କାମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଯାନରେ ୭ଫୁଟର ଏକ ରୋବର୍ଟିକ ଆର୍ମ ରହିଥିବା ବେଳେ ୨୩ଟି କ୍ୟାମେରା ଓ ଡ୍ରିଲ ମେସିନ ଖଂଜାଯାଇଛି । ଏଗୁଡିକ ମଙ୍ଗଳ ପୃଷ୍ଠର ଫଟୋ, ଭିଡିଓ ଓ ନମୁନା ସଂଗ୍ରହ କରିବ । ଏହାର ଗବେଷଣାରୁ ଭବିଷ୍ୟତରେ ଏଠାରେ ମଣିଷ ରହିପାରିବ କି ନାହିଁ ସେନେଇ ମଧ୍ୟ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ତେବେ ନାସାର ଏହି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍ ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି : ଓଡିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ରଖିସାରିଛି ଆନ୍ଧ୍ର

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏମ ଖାନୱିଲକର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି । ଗତକାଲି ଆନ୍ଧ୍ର ପକ୍ଷରୁ ଓଡିଶା ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ୍ ଉପରେ ଜବାବ ଦାଖଲ କରାଯାଇଥିଲା । ଏଥିରେ ଆନ୍ଧ୍ର ସରକାର କହିଥିଲେ, କୋଟିିଆର ୩ଟି ଗାଁରେ ନିର୍ବାଚନ କରାଇ ଆନ୍ଧ୍ର ଅଦାଲତଙ୍କ ଅବମାନନା କରିନାହାନ୍ତି ।

ତେଣୁ ଓଡିଶାର ପିଟିସନକୁ ଖାରଜ କରିବା ପାଇଁ ଏଥିରେ ଆବେଦନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ଦାଖଲ ହୋଇଥିବା ୫୦ ପୃଷ୍ଠାର ସତ୍ୟପାଠର ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଓଡିଶାର ଲିଗାଲ ଟିମ । ମିଳିଥିବା ସୂଚନା ଅନୁସାରେ ୨୦୧୧ ଜନଗଣନା ତଥ୍ୟ ସହିତ ୨୦୧୪ ଓ ୨୦୧୯ ନିର୍ବାଚନ ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ବିକାଶମୂଳକ କାମକୁ ପ୍ରସଙ୍ଗ କରି ଆନ୍ଧ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

from Kanak News
via <a href="https://ifttt.com/?

୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା । କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ : ରାଜ୍ୟର ୧୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ । ବିଶେଷକରି ପଶ୍ଚିମ, କେନ୍ଦ୍ରୀୟ ଓ ପଶ୍ଚିମ-ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ। କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି । ଆହୁରି କୁହାଯାଇଛି ଯେ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ବାକି ଜିଲ୍ଲାଗୁଡ଼ିକରେ ସେଭଳି କୌଣସି ପରିବର୍ତନ ହେବନି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତନ ହେବନି । ନୂଆପଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ତି ସମେତ ଅଭ୍ୟନ୍ତରୀଣ ଓଡ଼ିଶା, ବାଲେଶ୍ବର ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସୁନ୍ଦରଗଡ଼ରେ ସର୍ବାଧିକ ୫ ମିମି ବର୍ଷା ରେକର୍ଡ କରାଯାଇଛି ।

from Kanak News
via <a href="https://ifttt.com/?

ବ୍ୟାଙ୍କର ଲକରରୁ ୩୩ ଲକ୍ଷ ଟଙ୍କାର ସୁନା ଗହଣା ଗାୟବ : ବରଗଡ ଏସବିଆଇ ମୁଖ୍ୟ ଶାଖା ବିରୋଧରେ ଥାନାରେ ଅଭିଯୋଗ

କନକ ବ୍ୟୁରୋ : ବ୍ୟାଙ୍କ ଲକରରୁ ସୁନାଗହଣା ଗାୟବ । ପ୍ରାୟ ୩୩ ଲକ୍ଷ ଟଙ୍କାର ଗହଣା ଗାୟବ ହେବା ନେଇ ହୋଇଛି ଅଭିଯୋଗ । ଏଭଳି ଏକ ଚାଂଚଲ୍ୟକର ଅଭିଯୋଗ ଆସିଛି ବରଗଡ ସହରରୁ । ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ବରଗଡର ମହାନ୍ତି ପଡା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ ଲକରରୁ ସୁନାଗହଣା ଗାୟବ ହୋଇଥିବା ବରଗଡ ଥାନାରେ ଅଭିଯୋଗ ହୋଇଛି । ମାଆ ଜ୍ୟୋତ୍ସ୍ନା ତ୍ରିପାଠୀଙ୍କ ସହ ଏକ ମିଳିତ ଆକାଉଂଟ ଆଧାରରେ ବ୍ୟାଙ୍କର ୨୮୨ ନମ୍ବର ଲକରରେ ସେ କିଛି ସୁନାଗହଣା ରଖିଥିଲେ । ଏହି ଗତ ୨୦୧୬ ଜୁନ୍ ମାସରେ ସେ ଶେଷ ଥର ପାଇଁ ଲକର ଖୋଲିଥିଲେ । ସେହିଦିନ ଠାରୁ ସ୍ନିଗ୍ଧା କିମ୍ବା ତାଙ୍କ ମାଆ ବ୍ୟାଙ୍କକୁ ଯାଇ ନଥିବା କହିଛନ୍ତି ।

ତେବେ ଏବେ ଲକର ଖୋଲିବା ବେଳେ ଏହା ପୁରା ଖାଲି ଥିଲା ଏବଂ ୩୩ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାର ଦେଖା ମିଳିନଥିଲା । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନଥିବା ବେଳେ ଥାନାରେ ଅଭିଯୋଗ କରିଛନ୍ତି ସ୍ନିଗ୍ଧା । ପୁଲିସ ଘଟଣାର ତଦନ୍ତ କରୁଛି ।

from Kanak News
via <a href="https://ifttt.com/?

କଟକଣା ଭିତରେ ଚନ୍ଦ୍ରଭାଗାରେ ମାଘବୁଡ ଅନୁଷ୍ଠିତ : ଅନୁମତି ପ୍ରାପ୍ତ ଭକ୍ତ ହିଁ ପକାଇଲେ ବୁଡ଼

କନକ ବ୍ୟୁରୋ : କଟକଣା ଭିତରେ ହୋଇଛି ଚନ୍ଦ୍ରଭାଗାର ମାଘ ସପ୍ତମୀ ବୁଡ । କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି ରହିଛି । କରୋନା ସଂକ୍ରମଣକୁ ନଜରରେ ରଖି ମାଘ ସପ୍ତମୀର ବୁଡ଼ ଉପରେ କଟକଣା ଲଗାଯାଇଛି । ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ଏଥିରେ ସାମିଲ ହୋଇପାରିବେ ବୋଲି ନିଷ୍ପତି ହୋଇଥିଲା । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି । ମାଘ ସପ୍ତମୀର ସମସ୍ତ ରୀତିନୀତି ସରିବା ପରେ ଠାକୁରଙ୍କ ବୁଡ ନୀତି କରାଯାଇଛି । ଏହା ପରେ କେବଳ ଅନୁମତି ପ୍ରାପ୍ତ ଭକ୍ତମାନେ ହିଁ ମାଘ ବୁଡ ପକାଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started