
କନକ ବ୍ୟୁରୋ : ପୁରୀରେ ବଲିଉଡ ଅଭିନେତ୍ରୀ କଙ୍ଗନା । ଓଡିଶା ଗସ୍ତରେ ଆସିଥିବା କଙ୍ଗନା ରାଣାୱତ୍ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଂଚିଛନ୍ତି । ଏଠାରେ ସେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି ।
ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ । ଅଭିନେତା ସୁଶାନ୍ତ ସିଂରାଜପୁତ ମୃତ୍ୟୁ ଘଟଣାରେ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା । ସେ ମୁମ୍ବାଇରେ ବହୁ ସଂଘର୍ଷ କରି ସଫଳତା ପାଇଛନ୍ତି । ଫିଲ୍ମ ଫେୟାର ଆୱାର୍ଡଠାରୁ ଆରମ୍ଭ କରି ବହୁ ଜାତୀୟ ସ୍ତରୀୟ ସମ୍ମାନ ପାଇଛନ୍ତି କଙ୍ଗନା । ଖୋଲା ମନ୍ତବ୍ୟକୁ ନେଇ ସେ ଅଧିକାଂଶ ସମୟରେ ବିବାଦୀୟ ହୋଇ ଆସିଛନ୍ତି ।
from Kanak News
via <a href="https://ifttt.com/?










