ସାଇବର ଅପରାଧରେ ୭୭ ଲକ୍ଷ ଲୁଟ ପରେ ଡାକ୍ତରଙ୍କ ହଜିଗଲା ନିଦ । ପ୍ରଥମ ଲୁଟ ପରେ ବ୍ୟାଙ୍କକୁ ଜଣାଇବା ପରେ ବି କାହିଁକି ପଦକ୍ଷେପ ନେଲା ନାହିଁ ବ୍ୟାଙ୍କ?

କନକ ବ୍ୟୁରୋ: ଜୀବନ ଜାକର ଜମା ପୁଞ୍ଜି ଯଦି ଅଚାନକ୍ ଚାଲିଯିବ କାହାକୁ ବା ନିଦ ହେବ । ପିଲାଙ୍କ ଉଚ୍ଚଶିକ୍ଷା, ସ୍ତ୍ରୀଙ୍କ ଔଷଧ ଖର୍ଚ୍ଚ ଆଉ ଏସବୁ ବାହାରେ ଅବସରରେ ପରେ ପରିବାରର ଦାୟିତ୍ୱ । ସାଇବର ଠକଙ୍କ ଜାଲରେ ପଡ଼ି ୭୬ ଲକ୍ଷ ଟଙ୍କା ହରାଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଆର୍ଥିକ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି ।

ଦିନ କେଇଟା ଭିତରେ ସବୁ କିଛି ହରାଇ ସାରିଥିବା ସନାତନ ଏବେ କ୍ରାଇମବ୍ରାଂଚ୍ ସାଇବର ସେଲର ସହାୟତା ନେଇଛନ୍ତି । ଆଉ ସେଠୁ ମିଳିଛି କେବଳ ଆଶ୍ୱସନା । ବ୍ୟାଙ୍କ ଆକାଉଂଟ ଶୀଘ୍ର ବ୍ଲକ୍ କରିଦେଇଥିଲେ, ଏଭଳି ହୋଇନଥାନ୍ତା ବୋଲି କହିଛନ୍ତି ଡାକ୍ତର ମହାନ୍ତି । ଏସବୁ ଭିତରେ ସନାତନଙ୍କ ଆଡକୁ ସବୁ ଦୋଷ ଠେଲି ଦେଇଛନ୍ତି ବ୍ୟାଙ୍କ କର୍ତୃପକ୍ଷ । କିନ୍ତୁ ବ୍ୟାଙ୍କ କର୍ତୃପକ୍ଷଙ୍କ ଏହି ସ୍ପଷ୍ଟୀକରଣ ଭିତରେ ଏଭଳି ଅନେକ ପ୍ରଶ୍ନ ଉଠୁଛି, ଯାହାର ଉତ୍ତର ସାମ୍ନାକୁ ଆସିବା ଜରୁରୀ ।

– ୯ ତାରିଖ ୨ଟି ପର୍ଯ୍ୟାୟରେ ୫୦ ହଜାର ଟଙ୍କା କଟିଲା, ଅଭିଯୋଗ ପରେ ବି କାହିଁକି ଘଟଣାକୁ ହାଲୁକା ଭାବେ ନେଇଥିଲେ ବ୍ୟାଙ୍କ କର୍ତୃପକ୍ଷ?
– ଏଟିଏମ୍ ବ୍ଲକ୍ ହୋଇଛି ଆଉ କିଛି ହେବ ନାହିଁ ବୋଲି କେଉଁ ଭରସାରେ ପ୍ରତିଶ୍ରୁତି ଦେଇଥିଲେ?
– ବ୍ୟାଙ୍କ୍ ଆକାଂଉଟ ତୁରନ୍ତ ବ୍ଲକ୍ କରିବା ପାଇଁ କାହିଁକି ଆଗଭର ହେଲା ନାହିଁ ବ୍ୟାଙ୍କ୍?
– ୯ ତାରିଖ ଅଭିଯୋଗ ପରେ ଡାକ୍ତର ସନାତନ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲା କି?
– ଯଦି ବ୍ୟାଙ୍କ କର୍ମଚାରୀ ଯୋଗାଯୋଗ କରିନଥିଲେ, ତେବେ କାହିଁକି କରିନଥିଲେ?
– ଅନ୍ଲାଇ୍ନରେ ନୂଆ ଆକାଉଂଟ ହେଲା, ଫିକ୍ସ ଡିପୋଜିଟ୍ରୁ ଟଙ୍କା ଗଲା, ମୋବାଇଲ ନମ୍ବର ପରିବର୍ତନ ହେଲା, ଏତେ ସବୁ ଘଟବା ପରେ ବି କାହିଁକି ବ୍ୟାଙ୍କ କର୍ତୃପକ୍ଷଙ୍କ ନଜରକୁ ଆସି ପାରିଲା ନାହିଁ?
– ୯ ତାରିଖରୁ ୧୫ ତାରିଖ ୬ ଦିନ ଭିତରେ ବ୍ୟାଙ୍କ କର୍ତୃପକ୍ଷ ଏହି ଘଟଣାକୁ ନେଇ କେତେ ତତ୍ପର ଥିଲେ?
– ଏଡିଏମ୍ କାର୍ଡ, ସିଭିଭି ନମ୍ବର, ଓଟିପି ଦେଇ ଡାକ୍ତର ମହାନ୍ତି ନିଶ୍ଚତ ଭାବରେ ଭୁଲ କରିଥାଇ ପାରନ୍ତି, କିନ୍ତୁ ଏସମ୍ପର୍କରେ ବ୍ୟାଙ୍କକୁ ସୂଚନା ଦେବା ପରେ ବି ୭୬ ଲକ୍ଷ ଟଙ୍କା ଗାଏବ ହେଲା କେମିତି?

from Kanak News
via <a href="https://ifttt.com/?

ଭାରତ ଚୀନ୍ ବିବାଦକୁ ନେଇ ଆସିଲା ବଡ ଖବର । ଗତବର୍ଷ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ଆସିଥିଲା ଯୁଦ୍ଧ ପରିସ୍ଥିତି । ସୂଚନା ଦେଲେ ନର୍ଦନ କମାଣ୍ଡ ମୁଖ୍ୟ । 

କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ଦୀର୍ଘ ମାସ ଧରି ଲାଗିରହିଥିବା ଗତିରୋଧ ପରେ ଏବେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ପିଏଲଏ ପଛକୁ ହଟିଛି । ଏହାରି ଭିତରେ ଏକ ବଡ ଖବର ଆସିଛି । ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ୱାଇକେ ଜୋଶୀଙ୍କ କହିବା ଅନୁଯାୟୀ ଉତେଜନା ଲାଗି ରହିଥିବା ବେଳେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ପହଂଚିଯାଇଥିଲା । ଲେଫ୍ଟନାଂଟ ଜେନେରାଲ ଜୋଶୀ କହିଛନ୍ତି, ୨୦୨୦ ଅଗଷ୍ଟ ମାସ ଶେଷ ଆଡକୁ କୈଳାଶ ରେଂଜରେ ଭାରତ ଚୀନ୍ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଯାଇଥିଲା । ଏପରିକି ଯୁଦ୍ଧ ପରିସ୍ଥିତି ଉପୁଜିଯାଇଥିଲା, ଯାହାକୁ ଶେଷ ମୁହୁର୍ତ୍ତରେ ଟାଳି ଦିଆଗଲା ।

ଗତ ବର୍ଷ ଜୁନ୍ ମାସରୁ ଉତର ଲଦାଖ ଅଂଚଳରେ ଭାରତ ଚୀନ୍ ସୀମା ବିବାଦ ଆରମ୍ଭ ହୋଇଥିଲା । ଏହାକୁ ନେଇ ଏକ ବଡ ଖୁଲାସା କରିଛନ୍ତି ଭାରତୀୟ ନର୍ଦନ କମାଣ୍ଡ ମୁଖ୍ୟ । ଦୀର୍ଘ ସମୟ ଧରି ଲାଗିରହିଥିବା ଉତେଜନା ଭିତରେ ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ସ୍ଥିତି ଆସିଯାଇଥିଲା । ଯାହାକୁ ଶେଷ ମୁହୁର୍ତ୍ତରେ ଟାଳି ଦିଆଯାଇଥିଲା । 

ନର୍ଦନ କମାଣ୍ଡ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷ ଜୁନ୍ ୧୫ରାତିରେ ଗଲୱାନ ଘାଟି ସଂଘର୍ଷରେ ପ୍ରୟ ୪୫ସୈନିକଙ୍କ ମୃତ୍ୟୁ ହୋଇଛି । ଭାରତ ଚୀନ୍ ବିବାଦରେ ଭାରତ କୌଣସି ଜମି ହରାଇନାହିଁ । କିନ୍ତୁ ଚୀନ ପରାଜୟ  ଛଡା ଆଉ କିଛି ମିଳିନାହିଁ । ତେବେ ସଂଘର୍ଷ ପରେ ଚୀନ୍ ପ୍ରାୟ ୬୦ସୈନିକଙ୍କୁ ଷ୍ଟ୍ରେଚରରେ ବୋହି ନେଇଥିବା କହିଛନ୍ତି ଲେଫ୍ଟନାଂଟ ଜେନେରାଲ ଜୋଶୀ । ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ସୈନିକ ସହିଦ ହୋଇଥିଲେ । 

ସେପଟେ ଚୀନ୍ ସୈନିକଙ୍କ ହତାହତା ହେବା ନେଇ ବେଜିଂ କୌଣସି ସ୍ପଷ୍ଟ ସୂଚନା ଦେବା ପାଇଁ ମନା କରିଦେଇଥିଲା । ସେ ଆହୁରୀ ମଧ୍ୟ କହିଛନ୍ତି, ଅଗଷ୍ଟ ୨୯-୩୦ତାରିଖରେ କୈଳାଶ ରେଂଜକୁ ଭାରତୀୟ ସେନା ନିଜ କବଜାକୁ ନେଇ ପିଏଲଏକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ଏପରିକି କୈଳାଶ ରେଂଜର ଉଚ୍ଚ ପାହାଡକୁ ଟ୍ୟାଙ୍କ ମଧ୍ୟ ନେଇଯାଇଥିଲା ଭାରତୀୟ ସେନା, ଯାହାଦ୍ୱାରା ମୁହାଁମୁହିଁ ସଂଘର୍ଷ ହେବାର ଆଶଙ୍କା ଥିଲା । ଏହି ସମୟରେ ଚୀନ୍ ସେନା ମଧ୍ୟ ଟ୍ୟାଙ୍କ ସହ ପ୍ରସ୍ତୁତ ଥିଲା । ଭାରତୀୟ ସେନା ନିକଟରେ ଟ୍ୟାଙ୍କ ଓ ରକେଟ ଲଂଚର ମହଜୁଦ ଥିବା ବେଳେ ସେନା ସଂଜମତା ରକ୍ଷା କରିଥିଲା । ଏହା ସେନା ପାଇଁ ବହୁତ କଠିଣ ଓ କଷ୍ଟକର ସମୟ ଥିଲା । 

ଦୀର୍ଘ ଦିନ ପରେ ଏବେ ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ହେଉଛି । ଭାରତ ଚୀନ୍ ଚୁକ୍ତି ଅନୁଯାୟୀ ସୀମାରୁ ସେନା ପ୍ରତ୍ୟାହାର ପରେ ବିବାଦର ସ୍ଥାୟୀ ସମାଧାନର ବାଟ ଫିଟିଛି । ଅପରପକ୍ଷରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି ।

ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଂଚଳରେ ଉତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଶେଷରେ ଜାନୁଆରିୀ ୨୪ରେ ହୋଇଥିବା ବୈଠକ ପରେ ବୁଝାମଣା ହୋଇଥିଲା ଏବଂ ଏହାର ଫଳସ୍ୱରୂପ ସେନା ପ୍ରତ୍ୟାହାର ହୋଇଛନ୍ତି ।

from Kanak News
via <a href="https://ifttt.com/?

୨୦୦୮ ମସିହାର ହତ୍ୟା ମାମଲାରେ ଉତରପ୍ରଦେଶର ସବନମଙ୍କୁ ହେବ ଫାଶୀ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସବନମ 

କନକ ବ୍ୟୁରୋ: ହତ୍ୟାକାଣ୍ଡର ଇଏ ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ଏକ ଏମିତି ଲୋମଟାଙ୍କୁରା କାହାଣୀ ଯାହା ହୁଏତ କେହି କେବେ ଚିନ୍ତା କରିନଥିବେ । ଜନ୍ମ କଲା ବାପା ମା କେବେବି ଭାବିନଥିବେ, ଦିନେ ତାଙ୍କର ଝିଅ ହିଁ ସେମାନଙ୍କୁ ଜୀବନରେ ମାରିଦେବ । 

୨୦୦୮ ମସିହାର ଘଟଣା । ଅମରୋହା ଜିଲ୍ଲାର ହସନପୁର କ୍ଷେତ୍ରରେ ଥିବା ବାବନଖେଡି ଗାଁରେ ରୁହନ୍ତି ଶିକ୍ଷକ ଶୌକତ ଅଲି । ଶୌକତ ଅଲ୍ଲୀଙ୍କ ଏକ ମାତ୍ର ଝିଅ ସବନମ । ସବନମ ସହିତ ସଲିମର ପ୍ରେମ ସମ୍ପର୍କ ଥିଲା । ସୁଫି ପରିବାରର ସବନମ ଇଁରାଜୀ ଏବଂ ଭୁଗୋଳରେ ଡବଲ ଏମଏମ କରିଥିଲେ । ସବନମଙ୍କ ପରିବାର ପାଖରେ ପ୍ରଚୁର ମାତ୍ରାରେ ଜମିବାଡି ଥିଲା । ଆଉ ସଲିମ ପଂଚମ ଫେଲ । ଏବଂ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା । ତେଣୁ ଦୁଇଜଣଙ୍କ ସମ୍ପର୍କକୁ ନେଇ ପରିବାର ଲୋକେ ବିରୋଧ କରୁଥିଲେ । 

ପରିବାରଲୋକଙ୍କ ଏହି ବିରୋଧାଭାଷକୁ ବରଦାସ୍ତ କରିପାରିଲେ ନାହିଁ ସବନମ । ନିଜ ପ୍ରେମ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ତିଆରି କଲେ ହତ୍ୟାକାଣ୍ଡର ନିଳ ନକ୍ସା । ନିଜ ପ୍ରେମିକ ସଲିମ ସହିତ ମିଶି ରଚିଲେ ହତ୍ୟା ଷଡଯନ୍ତ୍ର । ସେଦିନ ରାତିରେ ଯାହା ଘଟିଥିଲା ହୁଏତ ଶୁଣିଲେ ଆପଣ କହିବେ ଏହା ବିଶ୍ୱାସରେ ବିଷ ଦେଲା ପରି । ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରଥମେ ବେହୋଷ କରିବା ପାଇଁ ଯୋଜନା କଲେ ସବନମ । କ୍ଷୀରରେ କିଛି ମିଶାଇ ଦେଇ ସମସ୍ତଙ୍କୁ ପାନ କରାଇଥିଲେ । ଏହା ପଛରେ ଯେ ହତ୍ୟାକାଣ୍ଡର ଏତେବଡ ଷଡଯନ୍ତ୍ର ରହିଛି ଏକଥା କେହି ଜାଣି ବି ପାରିନଥିଲେ । ଜଣ ଜଣ କରି ସମସ୍ତେ ବେହୋଷ ହୋଇଗଲେ । ପରେ ଏକ କୁରାଢି ଆଣି ସମସ୍ତଙ୍କୁ ହତ୍ୟା କରିଥିଲେ । 

ସବନମ ଏମିତି ରକ୍ତର ହୋଲି ଖେଳିଥିଲେ ଯାହା ସାରାଦେଶକୁ ସ୍ତବ୍ଧ କରିଦେଇଥିଲା । ସବନମ ନିଜ ବାପା, ମା, ୧୦ମାସର ଭଣଜା ସମେତ ପରିବାରର ୭ଜଣ ଲୋକଙ୍କୁ ହତ୍ୟା କରିଥିଲେ । କେହି କିଛି ବୁଝିବା ଆଗରୁ ଚାଲିଗଲା ସାତ ସାତଟି ଜୀବନ । ଏସବୁ କରିବା ପଛର କାରଣ ଥିଲା ନିଜ ପ୍ରେମ ସମ୍ପର୍କକୁ ଆଗକୁ ନେବା । ସମ୍ପର୍କରେ ବାଧା ଦେଉଥିବା ପରିବାରକୁ ଏମିତି ଛାରଖାର କଲେ ସବନମ ହୁଏତ କେହିକେବେ ଅନୁମାନ ବି କରିପାରିବେ ନାହିଁ ।

from Kanak News
via <a href="https://ifttt.com/?

ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ ଲୋକ ।

କନକ ବ୍ୟୁରୋ: ସକାଳ ପ୍ରାୟ ୯ଟା ସମୟରେ ବ୍ୟସ୍ତବହୁଳ ଏଜି ଛକ ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଟ୍ରାଫିକ୍ ଜାମ୍ । ଯେଉଁଥିରେ ନିଜ ନିଜ କାମରେ ବାହାରିଥିବା ଲୋକ ଦହଗଂଜ ହୋଇଥିଲେ । ବ୍ୟାରିକେଡ ଟପି ଗାଡି ଚଳାଇବା ବି କଷ୍ଟକର ହୋଇପଡିଥିଲା । ରାସ୍ତା ଟପି ଆଗକୁ ଯିବା ପାଇଁ ବି ଲୋକେ ନାକେଦମ୍ ହୋଇଥିଲେ ।

ରାଜଧାନୀର କେନ୍ଦ୍ର ସ୍ଥଳରେ ଏପରି ଭିଡ ହେବା ପଛରେ ରହିଛି ବିଧାନସଭା । କାରଣ ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସୁରକ୍ଷାକୁ ଧ୍ୟାନ ଦେଇ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ବିଧାନସଭା ସୌଧର ଚାରିପଟ ରାସ୍ତାକୁ କରାଯାଇଛି ବନ୍ଦ । ଏଜି ଛକରୁ ସଚିବାଳୟ ମାର୍ଗ ଦେଇ ଆସୁଥିଲେ ଆଇଜି ପାର୍କ ପଛ ପାଖରେ ରାସ୍ତା ବନ୍ଦ କରାଯାଇଛି । ଫଳରେ ପୁରୁଣା ବିଧାନସଭା ସୌଧ ଆଡକୁ ଯାଉଥିବା ରାସ୍ତାରେ ଯିବାକୁ ପଡିବ । ମାଷ୍ଟର କ୍ୟାଂଟିନରୁ ପିଏମଜି ଆଡକୁ ଆସୁଥିଲେ ଆଇଜି ପାର୍କ ସମ୍ମୁଖ ଫାଟକ ଓ ପିଏମଜି ଅଫିସ ପାଖରେ ରାସ୍ତା ବନ୍ଦ । ସେପଟେ ୟୁନିଟ୍-୪ ମସଜିଦ୍ ସମ୍ମୁଖରୁ ଆସୁଥିଲେ ମହାତାବ ଲାଇବ୍ରେରୀ ନିକଟରେ ପୋଲିସ ବାଟ ଓଗାଳିବ । ଫଳରେ କେଶରୀ ହଲ୍ କଡ ଦେଇ ଆପଣଙ୍କୁ ଯିବାକୁ ପଡିବ । କମିଶନରେଟ୍ ପୁଲିସ ଭବନ ସମ୍ମୁଖରୁ ବିଧାନସଭା ଆଡକୁ ଆସିଲେ ଏମଏଲଏ କଲୋନୀ-ରବୀନ୍ଦ୍ର ମଣ୍ଡପ ନିକଟରେ ରାସ୍ତାକୁ ବନ୍ଦ କରାଯାଇଛି ।

ଗତ ବିଧାନସଭା ଅଧିବେଶନରେ ଏକାଧିକ ଆତ୍ମାହୁତି ଉଦ୍ୟମ ପୁଲିସ ପ୍ରଶାସନର ହଜିଯାଇଥିଲା ନିଦ । ଏହାକୁ ନେଇ ରାଜ୍ୟର ଗୁଇନ୍ଦା ବିଭାଗ ଉପରେ ଉଠିଥିଲା ପ୍ରଶ୍ନ । ତେଣୁ ଚଳିତ ଅଧିବେଶନ ବେଳେ ଆଗୁଆ ସତର୍କ ହୋଇଯାଇଛି ପୁଲିସ । ସ୍ଥାନେ ସ୍ଥାନେ ରଖାଯାଇଛି ଅଗ୍ନିନିର୍ବାପକ ଯନ୍ତ୍ର ଏବଂ ଲୋକଙ୍କ ସ୍ୱାର୍ଥକୁ ପଛରେ ପକାଇ ସହରର ପ୍ରମୁଖ ରାସ୍ତାକୁ କରାଯାଇଛି ବନ୍ଦ । ଏତେ ସୁରକ୍ଷା ଓ କଟକଣା ଭିତରେ କିନ୍ତୁ ସଚିବାଳୟ ରାସ୍ତା କଡରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗରୁ ଆସିଥିବା ମାଆ ପୁଅ । ଫଳରେ ପୁଲିସ କରିଥିବା ଏତେ କଟକଣା କାହାପାଇଁ ?

from Kanak News
via <a href="https://ifttt.com/?

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।

କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ହିଁ ହେଲା । ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ଗୃହରେ ନାରାବାଜି କରିଥିଲା ।କୋଟିଆରେ ଆନ୍ଧ୍ରର ନିର୍ବାଚନ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବଂ ରାଜ୍ୟର ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଏପଟେ ଚାଷୀ ପ୍ରସଙ୍ଗକୁ ଉଠାଇ ବିଜେପି ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ । ଏପଟେ କୋଟିଆ ପ୍ରସଙ୍ଗରେ ଉତ୍ତର ରଖି, ରାଜସ୍ୱ ମନ୍ତ୍ରୀ ସୁମାଦ ମାର୍ଣ୍ଡି କହିଛନ୍ତି, କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ ।

କଂଗ୍ରେସ ଭଳି ବିଜେପି ମଧ୍ୟ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା । ଉଭୟ ବିଜେପି  ଓ କଂଗ୍ରେସକୁ ଜବାବ ଦେଇ ପଟାଙ୍ଗୀ ବିଧାୟକ କହିଛନ୍ତି, କୋଟିଆର ସେହି ତିନୋଟି ପଂଚାୟତ ଓଡ଼ିଶାର ।  ୨୦୧୯ ନିର୍ବାଚନରେ ସେହି ପଂଚାୟତର ଲୋକମାନେ ଭୋଟ୍ ଦେଇ ତାଙ୍କୁ ଜିତେଇଥିଲେ ।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୁଣି ହଟ୍ଟଗୋଳ କରିଥିଲା ବିଜେପି । ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ଚାଷୀ ପ୍ରସଙ୍ଗ ଓ ମଣ୍ଡି ସମସ୍ୟା ଉଠାଇଥିଲେ ବିରୋଧୀ ବିଜେପି ଦଳର ସଦସ୍ୟ । ଅନ୍ୟପଟେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପି ସମସ୍ୟଙ୍କୁ ଟାର୍ଗେଟ୍ କରିଥିଲେ । ବିଜେଟ୍ ଅଧିବେଶନର ପ୍ରଥମ ଦିନରୁ ବିରୋଧୀଙ୍କ ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି ଥିବା ବେଳେ ଆଗକୁ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ।

from Kanak News
via <a href="https://ifttt.com/?

ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି ରିପୋର୍ଟ…

କନକ ବ୍ୟୁରୋ: ଇଏ ଏମିତି ଏକ ବୀଭତ୍ସ କାହାଣୀ, ଯାହାକୁ ଶୁଣିଲେ ଛାତି ଥରି ଉଠିବ । ଘରେ କେହି ନଥିବା ବେଳେ କିପରି କୁନି ଝିଅ ପରୀକୁ ଘରକୁ ଡାକି ନେଇ ତଂଟି ଚିପି ମାରିଥିଲା, ତା ନିଜ ମୁହଁରେ ବଖାଣିଛି ଅଭିଯୁକ୍ତ । ଲାଇ ଡିଟେକସନ୍ ଟେବୁଲକୁ ଯିବା ପୂର୍ବରୁ ପରୀ ହତ୍ୟା ଅଭିଯୁକ୍ତକୁ ପାଖ କୋଠରୀରେ ବସା ଯାଇଥିଲା । ଯାହାର ଭିଡିଓ ଏବେ କନକ ନ୍ୟୁଜ ହାତରେ ଲାଗିଛି । ଯେଉଁ ବିଶେଷଜ୍ଞମାନେ ଏହି ଟେଷ୍ଟ କରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଅନୌପଚାରିକ ଭାବେ ପଚରାଉଚରା କରିଥିଲେ ।

ସେହି ସମୟରେ ଅଭିଯୁକ୍ତ ମାନିଥିଲା, ପରୀକୁ ମାରିଦେବା ପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ମୃତଦେହକୁ ଫୋପାଡି ଦେଇଥିଲା । ଆଉ ଏକଥା ବି ଅଭିଯୁକ୍ତ ସ୍ୱୀକାର କରିଛି, ସେ ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା, ହେଲେ ଦୁଃଖ ଲାଗିବାରୁ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ । ମୃତଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା ।

ଅଭିଯୁକ୍ତର ଏହି ସ୍ୱୀକାରୋକ୍ତିି ଭିଡିଓକୁ ଚାର୍ଜସିଟ୍ ସହ କୋର୍ଟରେ ଦାଖଲ କରିଛି ଏସଆଇଟି । ଅଭିଯୁକ୍ତର ଏହି ଭିଡିଓକୁ କୋର୍ଟରେ ପ୍ରମାଣ କରିବା ପାଇଁ ରେକର୍ଡ କରିଥିବା ସାଇଂଟିଫିକ୍ ଅଫିସରଙ୍କୁ ସାକ୍ଷୀ ବନାଇଛି ଏସଆଇଟି । ଆଉ ଏପଟେ ପରୀ ଅଭିଯୁକ୍ତର ଏଭଳି ଭିଡିଓ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପରୀର ମାଆ । ସେ ପ୍ରଶ୍ନ କରିଛନ୍ତି, ଅଭିଯୁକ୍ତର ଏହି ଭିଡିଓ ବାହାରକୁ କିପରି ଆସିଲା ଏବଂ ପୁଣିଥରେ ସିବିଆଇ ତଦନ୍ତ ପାଇଁ ସେ ଦାବି ଦୋହରାଇଛନ୍ତି ।  ଅନ୍ୟପଟେ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ ସାମନାକୁ ଆସିବା ପରେ ଏହି ମାମଲା ଏକ ନୂଆ ମୋଡ ନେଇଛି । ପୁଲିସ ଚାପରେ ଆସି ଅଭିଯୁକ୍ତ ଏପରି କହିଛି, ନା ସଜାରୁ ବଂଚିବା ପାଇଁ ସାଇଂଟିଫିକ୍ ଅଫିସରଙ୍କ ଆଗରେ ସତ ବଖାଣିଛି, ତାହା ଆଗକୁ ଜଣାପଡିବ ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।

କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ଖବର ଯାହା, ଭତାଣୁକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । ଜିଲ୍ଲାରେ ଡିସେମ୍ବର ମାସରୁ ଜାନୁୟାରୀ ୨୯ ତାରିଖ ମଧ୍ୟରେ କରୋନାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଫେବୃୟାରୀ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଜବତମାଲ୍, ପଂଢ଼ରକବଡ଼ା ଏବଂ ପୁସନ୍ଦରେ କରୋନା ଆକ୍ରାନ୍ତ ସଂଖ୍ୟା ସବୁଠୁ ଅଧିକ ବଢ଼ୁଥିବାର ଦେଖିବାକୁ ମିଳିଛି । ଏହି ତିନୋଟି ସ୍ଥାନରେ ପ୍ରତିଦିନ ପାଖାପାଖି ୫ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ବଢ଼ୁଥିବା କରୋନା ସଂଖ୍ୟା ଏବଂ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ରିପୋର୍ଟ ତଲବ କରିଛନ୍ତି ମହାରାଷ୍ଟ୍ର ସରକାର । ଏମିତି କି ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ମୃତ୍ୟୁ ସମ୍ପର୍କିତ ତଥ୍ୟ ଦେବାକୁ କୁହାଯାଇଛି ।

ଜବତମାଲ୍ ଜିଲ୍ଲାରେ ଅଧିକ କରୋନା ପ୍ରବଣ ଏବଂ କମ ପ୍ରବଣ ସଂକ୍ରମଣ ଅଂଚଳକୁ ନଜର ରଖାଯାଇଛି । ଆଉ ସେହି ଅଧାରରେ ଲକଡାଉନ୍ କରାଯାଇଛି । ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୪ ହଜାର ୭୮୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ରାଜ୍ୟରେ ୨୦ ଲକ୍ଷ ୭୬ ହଜାର ୯୩ କରୋନା ରୋଗୀଙ୍କ ସଂଖ୍ୟା ପହଂଚି ସାରିଛି । ସେହିପରି ମହାରାଷ୍ଟ୍ରରେ ୫୧ ହଜାର ୬୩୧ ଜଣ ଲୋକ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ମହାରାଷ୍ଟ୍ରରେ ୩୮ ହଜାର ୧୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପଟେ ମୁମ୍ବାଇ ମହାନଗରରେ ଗତ ୨୪ ଘଂଟାରେ ୭୨୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହି ସମୟସୀମା ଭିତରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ମୋଟ୍ କରୋନା ସଂକ୍ରମଣଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୭୫୧ରେ ପହଂଚିଥିବା ବେଳେ ବର୍ତମାନ ସୁଦ୍ଧା ୧୧ ହଜାର ୪୨୮ କରୋନା ରୋଗୀଙ୍କ ମତ୍ୟୁ ହୋଇଛି ।

ଏସବୁ ଭିତରେ ଗତ ୨୪ ଘଂଟାରେ ଭାରତରେ ୧୧ ହଜାର ୫୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ କେବଳ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରୁ ଚିହ୍ନଟ ହୋଇଛନ୍ତି ୮ ହଜାର ୬ଶହ କରୋନା ରୋଗୀ । ମହାରାଷ୍ଟ୍ରରେ ୩ ହଜାର ୬୬୩ ଏବଂ କେରଳରେ ୪ ହଜାର ୯୩୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଆଶଙ୍କା କରାଯାଉଛି ।

from Kanak News
via <a href="https://ifttt.com/?

ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ

କନକ ବ୍ୟୁରୋ : ପୁଡୁଚେରୀ କଂଗ୍ରେସ ସରକାର ଉପରେ ଏବେ କଳା ବାଦଲ ଛାଇ ଯାଇଛି । ବିଧାୟକ ଜୈନ କୁମାରଙ୍କ ଇସ୍ତଫା ପରେ ଏବେ ଭି. ନରାୟଣସ୍ୱାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି । ଉପରାଜ୍ୟପାଳ ତାମିଲି ସାଇ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କୁ ଫେବୃଆରୀ ୨୨ ତାରିଖ ସଂନ୍ଧ୍ୟା ୫ ଟା ସୁଦ୍ଧା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ଫେବୃଆରୀ ୧୬ ତାରିଖ ଦିନ କଂଗ୍ରେସ ବିଧାୟକ ଜୈନ କୁମାର ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ  । ଏହା ପୂର୍ବରୁ ବି ୩ ଜଣ କଂଗ୍ରେସ ବିଧାୟକ ସେମାନଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ପୁଡୁଚେରୀ ବିଧାନସଭାରେ ମୋଟ ୩୩ ଟି ଆସନ ଥିବା ବେଳେ ଏମାନଙ୍କ ଇସ୍ତଫା ପରେ କଂଗ୍ରେସ ଓ ଡିଏମକେ ମେଣ୍ଟ ସରକାର ପାଖରେ ମାତ୍ର ୧୪ ଜଣ ବିଧାୟକ ରହିଛନ୍ତି ।

ଗୁରୁବାର ଦିନ ପୁଡୁଚେରୀ ରାଜ୍ୟ ବିଜେପିର ଅଧ୍ୟକ୍ଷ ବି. ସ୍ୱାମୀନାଥନ୍ କହିଥିଲେ କି ବର୍ତ୍ତମାନ କଂଗ୍ରେସ ସରକାର ବହୁମତ ହରାଇ ସାରିଛି । ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବା ଦରକାର । ଏହାସହ ସରକାର ବହୁମତ ପ୍ରମାଣ କରିବାକୁ ସେ ଦାବି କରିଥିଲେ ।

from Kanak News
via <a href="https://ifttt.com/?

ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି ଭାରତୀୟ

କନକ ବ୍ୟୁରୋ : ‘ଟାଇମ୍’ ମାଗାଜିନ୍  ଭବିଷ୍ୟତର ଉଦୀୟମାନ ନେତା ତାଲିକା ସର୍ଭେ ପ୍ରକାଶ କରିଛି । ଏଥିରେ ମୋଟ ୧୦୦ ଜଣ ନେତାଙ୍କ ତାଲିକା ରହିଛି । ଏହି ତାଲିକାରେ ଜଣେ ମାତ୍ର ଭାରତୀୟ ରହିଥିବା ବେଳେ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି । ଭବିଷ୍ୟତର ଉଦୀୟ ମାନ ନେତାଙ୍କ ତାଲିକାରେ ରହିଥିବା ଭାରତୀୟ ଜଣଙ୍କ ହେଉଛନ୍ତି ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦ । ଏହା ସହ ବିଦେଶରେ ରହୁଥିବା ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ରହିଛନ୍ତି ଟ୍ୱିଟରର ବରିଷ୍ଠ ଓକିଲ ବିଜୟା ଗାଡଡେ ଓ ବ୍ରିଟେନ୍ ଅର୍ଥମନ୍ତ୍ରୀ ଋଷି ସୁନକ , ଇନଷ୍ଟାକାର୍ଟର ସଂସ୍ଥାପକ ତଥା ସିଆଇଓ ଅପୂର୍ବା ମେହତା, ଏନଜିଓ ‘ଗେଟ୍ ଅସ୍ ପିପିଆଇ’ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶିଖା ଗୁପ୍ତା ଓ ଏନଜିଓ ‘ଅପସୋଲଭ’ର ରୋହନ ପଭୁଲୁରୀ  ।

ବୁଧବାର ଦିନ ଜାରି ହୋଇଥିବା ‘୨୦୨୧ ଟାଇମ ନେକ୍ସଟ୍’ ସାରା ବିଶ୍ୱର ୧୦୦ ଜଣ ଭବିଷ୍ୟତ ପ୍ରଭାବଶାଳୀ ନେତାଙ୍କ ନାମ ପ୍ରକାଶ ପାଇଛି । ଏଥିରେ ସ୍ଥାନ ପାଇଥିବା ୧୦୦ ଜଣ ନେତା ଯେଉଁମାନେ କି ଭବିଷ୍ୟତକୁ ନୂଆ ରୂପ ଦେଉଛନ୍ତି । ଏନେଇ ‘ଟାଇମ୍ ୧୦୦’ ର ସଂପାଦକୀୟ ନିର୍ଦ୍ଦେଶକ ଡେନ୍ ମ୍ୟାକସାଇ କହିଛନ୍ତି କି ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତ ବ୍ୟକ୍ତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହ ଏମାନଙ୍କ ମଧ୍ୟରୁ ଅନେକ ନେତା ଇତିହାସ ସୃଷ୍ଟି କରିସାରିଛନ୍ତି ବୋଲି ସେ କହିଛନ୍ତି ।

ଏହି ପତ୍ରିକାରେ ଭୀମ୍ ଆର୍ମି ନେତା ଆଜାଦଙ୍କ ବାବଦରେ କୁହାଯାଇଛି କି ସେ  ଦଳିତ ସମୁଦାୟଙ୍କୁ ଶିକ୍ଷା ମାଧ୍ୟମରେ ଗରିବୀରୁ ମୁକ୍ତି ଦେବାକୁ ସହଯୋଗ କରିବା ପାଇଁ ସ୍କୁଲ ଚଳାଉଛନ୍ତି । ସେ ବାଇକ୍ ରାଲି କରି ଜାତି ଆଧାରରେ ହିଂସାର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବାକୁ ଗାଁ ଗାଁ ରେ ପହଂଚିଯାଆନ୍ତି ।

from Kanak News
via <a href="https://ifttt.com/?

କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ମହିଳା । ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲା ଓଡ୍ରାଫ ଦଳ ।

କନକ ବ୍ୟୁରୋ: ମହାନଦୀଙ୍କୁ ଡେଇଁଲେ ମହିଳା । ଗୁରୁବାର କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ନଦୀ ଭିତରୁ ମହିଳାଙ୍କୁ ଓଡ୍ରାଫ୍ ଦଳ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆଜି ହଠାତ୍ ଜଣେ ମହିଳା ଯୋବ୍ରା ବ୍ରିଜ୍ ନିକଟରେ ମହାନଦୀକୁ ଡେଇଁ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଓଡ୍ରାଫ୍ ଦଳ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ପହଞ୍ଚାଇଥିଲା । ତେବେ ସେ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ଏବଂ ସେ କିଏ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started