ମା’ କୁ ଫାଶିଦଣ୍ଡରୁ ମୁକ୍ତି ଦେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କଲା ୧୨ ବର୍ଷର ପୁଅ । ଜେଲରେ ହୋଇଥିଲା ଜନ୍ମ । ଏବେ ପୋଷ୍ୟପୁତ୍ର ଭାବେ କାଟୁଛନ୍ତି ଜୀବନ

କନକ ବ୍ୟୁରୋ : ମା’ ସେ ଦିବ୍ୟାଙ୍ଗ ହେଉକି ଦିବ୍ୟଶକ୍ତି, ସେ ଅମଣିଷ ହେଉ କି ମଣିଷ ହତ୍ୟାକାରୀ । ସେ କେବଳ ମା’ ଏକଥା କେହି ବୁଝୁ ବା ନବୁଝୁ , ଏକଥାକୁ ହୃଦୟଙ୍ଗମ କରିଛନ୍ତି ୧୨ ବର୍ଷର ବାଳକ ତାଜ୍ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କ ଜେଲରେ ଜନ୍ମ ହୋଇଥିବା ବାର ବର୍ଷ ବୟସ୍କ ପୁତ୍ର ତାଜ ଆଜି (ଗୁରୁବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ତାଙ୍କ ମା’ଙ୍କ ତରଫରୁ ଦୟା ଏବଂ ରାଜକ୍ଷମା ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି। ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ନିଜ ମା’ଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଶେଷ ଉଦ୍ୟମ କରି ତାଜ ଦୟା ଆବେଦନକୁ ସମୀକ୍ଷା କରି ତାଙ୍କ ମା’ଙ୍କୁ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସବନମ ପୂର୍ବରୁ ତାଙ୍କର ପ୍ରେମିକ ସଲିମଙ୍କ ସହ ଏକାଠି ଫାଶୀଖୁଣ୍ଟରେ ଝୁଲିବା ପାଇଁ କରିଥିବା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିସାରିଛନ୍ତି।

ସବନମ୍ ସେତେବେଳକୁ ଦୁଇ ମାସର ଗର୍ଭବତୀ ଥିଲେ ଯେତେବେଳେ ସେ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ପ୍ରେମିକ ସଲିମ ସହ ମିଶି କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପରେ ସବନମଙ୍କ ଗର୍ଭରୁ ତାଜ ୧୩ ଡିସେମ୍ବର ୨୦୦୮ରେ ମୋରାଦାବାଦ ଜେଲରେ ଜନ୍ମଗ୍ରହଣ କରିଥିଲେ। ପରେ, ସବନମଙ୍କ ବନ୍ଧୁ ଉସମାନ ସୈଫି ତାଜକୁ ଜୁଲାଇ ୩୦, ୨୦୧୫ରେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ନେଇଥିଲେ। ସେତେବେଳେ ତାଜ୍କୁ ବୟସ ମାତ୍ର ଛଅ ବର୍ଷ ସାତ ମାସ ହୋଇଥିଲା।ବୁଲନ୍ଦସହରର ସୁଶୀଲ ବିହାର କଲୋନୀରେ ରହୁଥିବା ସୈଫି ଦମ୍ପତି ତାଜଙ୍କୁ ନିଜ ପୁଅ ପରି ବଢ଼ାଇଥିଲେ। ତାଜ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛି ଏବଂ ଦମ୍ପତିଙ୍କୁ ‘ଛୋଟି’ ମମି ଏବଂ ପାପା ବୋଲି ଡାକୁଛି।

ଉସମାନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ ତାଜ ତାଙ୍କ ମା’ କରିଥିବା ଜଘନ୍ୟ ଅପରାଧ ବିଷୟରେ ଜାଣିଛନ୍ତି। ତଥାପି ସେ ତାଙ୍କ ମା’ଙ୍କୁ ମୃତ୍ୟୁ ଦଣ୍ଡରୁ ରକ୍ଷା କରିବା ପାଇଁ ଦୟା ମାଗି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବନମ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ଜାଣିବା ପରେ ଉସମାନ ତାଜଙ୍କୁ ଧରି ଗତ ଜାନୁଆରି ୨୧ରେ ରାମପୁର ଜେଲକୁ ଯାଇଥିଲେ ଏବଂ ତାଜ୍ଙ୍କୁ ତାଙ୍କ ମାଙ୍କୁ ଭେଟିବାକୁ ଦେଇଥିଲେ। ସାକ୍ଷାତ ସମୟରେ ସବନମ୍ ତାଙ୍କୁ କୁଣ୍ଢାଇ ଧରି ଜୋରରେ କାନ୍ଦିଥିଲେ। ସେ ତାଙ୍କୁ ଟଫି ଏବଂ ଟଙ୍କା ପ୍ରଦାନ କରିଥିଲେ ଏବଂ ସାକ୍ଷାତ ସମୟ ଶେଷ ନହେବା ପର୍ୟ୍ୟନ୍ତ ତାଙ୍କୁ ନିଜ ପାଖରେ ରଖିଥିଲେ।

ତାଜ୍ଙ୍କୁ ସବନମ୍ ଜଣେ ଭଲ ମଣିଷ ହେବା ପାଇଁ କଠିନ ଅଧ୍ୟୟନ କରିବାକୁ ଏବଂ ତାଙ୍କୁ (ମା’କୁ) ଭୁଲିଯିବାକୁ କହିଥିଲେ ବୋଲି ଉସମାନ କହିଛନ୍ତି। ଉସମାନ ସବନମଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କୁ ଫାଶୀ ଦେବା ପୂର୍ବରୁ ସେ ତାଜକୁ ଶେଷ ଥର ପାଇଁ ଆଉଥରେ ତାଙ୍କ ନିକଟକୁ ନେବେ। ମୃତ୍ୟୁ ପୂର୍ବରୁ ପୁଅକୁ ଭେଟିବାରୁ ସବନମ୍ ବଞ୍ଚିତ ହେବା ଉଚିତ ନୁହେଁ ବୋଲି ଉସମାନ କହିଛନ୍ତି।

from Kanak News
via <a href="https://ifttt.com/?

ଆଇପିଏଲ୍ ପାଇଁ ଚାଲିଛି ଖେଳାଳି ନିଲାମ । ଏବେ ସୁଦ୍ଧା କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି । ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ ।

କନକ ବ୍ୟୁରୋ: ଆରମ୍ଭ ହେଲା ଫଟାଫଟ୍ କ୍ରିକେଟର ମହାକୁମ୍ଭ ପାଇଁ ଖେଳାଳି ନିଲାମି । ୨୦୨୧ ଆଇପିଏଲ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍ କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏହା ସବୁଠାରୁ ବଡ ଦାମ ।

ପୂର୍ବରୁ ଏତେ ଦାମରେ କୌଣସି ଫ୍ରାଂଚାଇଜ୍ ଖେଳାଳିଙ୍କୁ କିଣିନଥିଲା । ପୂର୍ବରୁ ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୫ କୋଟି ୫୦ ଲକ୍ଷରେ କିଣିଥିଲା । ତେବେ ଏହି ରେକର୍ଡକୁ ଅତିକ୍ରମ କରିଛି ଚଳିତ ବର୍ଷର କ୍ରିସ୍ ମୋରିସଙ୍କ ୧୬ କୋଟିର ବିଗ୍ ପ୍ରାଇସ୍ ।

ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ୍ ମାକ୍ସୱେଲ ମଧ୍ୟ ବଡ ଦାମରେ ବିକ୍ରି ହୋଇଛନ୍ତି । ମାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷରେ କିଣିଛିି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମାକ୍ସୱେଲଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିଲା । ହେଲେ ଏହି କଙ୍ଗାରୁ ଅଲରାଉଣ୍ଡରଙ୍କୁ ଏଥର ଆରସିବି ବଡ ଦାମରେ ନେଇଛି । ତା ସହ ଇଂଲଣ୍ଡ ବ୍ୟାଟସ୍ ମ୍ୟାନ୍ ମୋଇନ ଅଲୀଲଙ୍କୁ ୭ କୋଟିରେ କିଣିଛି ଚେନ୍ନାଇ ସୁପରକିଙ୍ଗସ । ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍ ହସନଙ୍କୁ ୩.୨ କୋଟିରେ କିଣିଛି କେକେଆର ।

ଏହାବାଦ ଷ୍ଟିଭେନ୍ ସ୍ମିଥ୍ ୨.୨୦ କୋଟିରେ ଦିଲ୍ଲୀ କ୍ୟାପିଟାଲସ, ଶିବମ ଦୁବେକୁ ୪ କୋଟି ୪୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲସ୍ । ଚଳିତ ବର୍ଷ ଆଇପିଏଲ ଆକ୍ସନରେ ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି । ସେମାନଙ୍କ ମଧ୍ୟରେ ୧୬୨ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି । ୧୦ ଜଣଙ୍କ ବେସପ୍ରାଇସ୍ ରହିଛି ୨ କୋଟି । ୮ଟି ଫ୍ରାଞ୍ଚାଇଜ୍ ୬୧ଟି ସ୍ଥାନ ପାଇଁ ଖେଳାଳି ଚୟନ କରିବେ । ଗତବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲ ୟୁଏଇରେ ଆୟୋଜିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଭାରତରେ ହିଁ ଆଇପିଏଲ ଆୟୋଜିତ ହେବ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗକୁ ‘ସୋନାର ବଙ୍ଗଳା’ କରିବାକୁ ପ୍ରତିଶ୍ରୁତି ଦେଲେ ଅମିତ ଶାହା । ମହିଳାଙ୍କୁ ସଂରକ୍ଷଣ ଓ ସପ୍ତମ ବେତନ କମିଶନ ଲାଗୁ କରିବାକୁ କଲେ ଘୋଷଣା ।

କନକ ବ୍ୟୁରୋ: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି (ଗୁରୁବାର) ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆରମ୍ଭ କରଛନ୍ତି। ଏହି ଅବସରରେ ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଯଦି ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ବିଜୟ ହାସଲ କରେ ତେବେ ରାଜ୍ୟରେ ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରାଯିବ ଏବଂ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇ ରହିବ।

ବଙ୍ଗଳାକୁ ‘ସୋନାର ବଙ୍ଗଳା’ କରିବାକୁ ଚାହୁଁଥିବା ପ୍ରତିଶ୍ରୁତି ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଦଳର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ସ୍ଥିତି ସୁଧାରିବା ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାରକୁ ହଟାଇବା ନୁହେଁ। ପଶ୍ଚିମବଙ୍ଗରେ ବିଜେପିର ସରକାର ଯଦି କ୍ଷମତାକୁ ଆସିବ ତେବେ ମହିଳାମାନଙ୍କୁ ୩୩ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରିବ ଏବଂ ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବ ଏବଂ ବାତ୍ୟା ଆମ୍ଫାନ ରିଲିଫ ପାଣ୍ଠି ବିତରଣରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରାଯିବ।

ବଙ୍ଗଳାକୁ ‘ସୋନାର ବଙ୍ଗଳା’ କରିବା ପାଇଁ ଏହା ହେଉଛି ବିଜେପିର ଲଢ଼େଇ। ଏହି ସଂଗ୍ରାମ ଏବେ ଆମର ବୁଥ୍‌ କର୍ମୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି)ର ସିଣ୍ଡିକେଟ୍‌ ମଧ୍ୟରେ ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ହଟାଇ ବିଜେପିକୁ ସରକାରକୁ ଆଣିବା ଦଳର ଲକ୍ଷ୍ୟ ନୁହେଁ ବରଂ ପଶ୍ଚିମବଙ୍ଗର ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁନିଶ୍ଚିତ କରିବା ହେଉଛି ବିଜେପିର ଲକ୍ଷ୍ୟ। ଆମର ଲକ୍ଷ୍ୟ ହେଉଛି ପଶ୍ଚିମବଙ୍ଗର ପରିସ୍ଥିତିରେ ପରିବର୍ତ୍ତନ, ରାଜ୍ୟର ଗରିବଙ୍କ ପରିସ୍ଥିତିରେ ପରିବର୍ତ୍ତନ, ରାଜ୍ୟର ମହିଳାଙ୍କ ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁନିଶ୍ଚିତ କରିବା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।

from Kanak News
via <a href="https://ifttt.com/?

ନିଲାମ ହୋଇପାରିଲେନି ଭଜି । ଚଳିତ ଆଇପିଏଲ ଅକ୍ସନରେ ହରଭଜନ ସିଂହଙ୍କୁ କିଣିଲେନି କୌଣସି ବି ଦଳ । 

କନକ ବ୍ୟୁରୋ : ଆଇପିଏଲ୍ ଅକ୍ସନରେ ଅଲୋଡା ପଡିଗଲେ ହରଭଜନ ସିଂହ । ଚଳିତ ଆଇପିଏଲ୍ ଅକ୍ସନରେ ନିଲାମ ହୋଇପାରିନାହାନ୍ତି ଭଜି । ହରଭଜନଙ୍କୁ କିଣିନାହାନ୍ତି କୌଣସି ବି ଦଳ ।

ଦିନେ ନିଜ ବୋଲିଂରେ ଜଲୱା ଦେଖାଉଥିବା ହରଭଜନ ଚଳିତ ଆଇପିଏଲ୍ ଅକ୍ସନରେ କିନ୍ତୁ ଫିକା ପଡିଛନ୍ତି । ହରଭଜନ ସିଂହଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମୀ ବେଳେ ତାଙ୍କୁ କୌଣସି ଦଳ କିଣିନାହାନ୍ତି ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ସତ୍ୟପାଠ ଦାଖଲ କରି ଜବାବ ଦେଲା ଆନ୍ଧ୍ର । ଆସନ୍ତାକାଲି ରହିଛି ଶୁଣାଣି ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦିଆଯାଇଛି । ଓଡିଶା ପକ୍ଷରୁ ଦାଏର ହୋଇଥିବା ଆବେଦନର ଜବାବ ଦାଖଲ କରିବାକୁ ଯାଇ ଆନ୍ଧ୍ର ତଥ୍ୟ ରଖିଛି ଯେ, ୨୦୦୬ ଏବଂ ୨୦୧୩ରେ ଆନ୍ଧ୍ର ପ୍ରଦେଶର ପଂଚାୟତ ନିର୍ବାଚନର ଭୋଟ୍ ହୋଇଥିଲା । ଆଉ ଏହି ସବୁ ଗାଁ ସେଥିରେ ଭୋଟ୍ ଦେଇଥିଲେ ବୋଲି ବିଜୟନଗରମ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଛନ୍ତି ।

ସତ୍ୟପାଠରେ କୁହାଯାଇଛି, ଓଡିଶା ଦାବି କରୁଥିବା ୩ଟି ଗାଁ ଗଂଜେଇବାଦରା, ପାଟୁଚିନ୍ନାଉରୁ , ଫଲଗୁଚିନ୍ନାଉରୁ ଆନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି । ସେପଟେ ଆସନ୍ତାକାଲି ରହିଛି ଓଡିଶାର ଶୁଣାଣି । ଆନ୍ଧ୍ରପ୍ରଦେଶର ଜବାବକୁ ଖାରଜ କରି ଓଡିଶା ସପକ୍ଷରେ  ରାୟ ଦେବା ପାଇଁ ସୁପ୍ରିମକୋର୍ଟରେ କାଲି ଅପିଲ୍ କରିବ ଓଡିଶା । ଏଥିପାଇଁ ଓଡିଶା ପାଖରେ ତିନୋଟି ବଳଷ୍ଠ ପ୍ରମାଣ ରହିଥିବା କହିଛନ୍ତି ସୁପ୍ରିମକୋର୍ଟରେ ଓଡିଶାର ମାମଲା ଲଢୁଥିବା ଆଇନଜୀବୀ । ୨୦୧୧ ଜନଗଣନା ରିପୋର୍ଟ, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନର ଭୋଟର ତାଲିକା ଏବଂ ସଂପୃକ୍ତ ଅଂଚଳରେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ଉନ୍ନତିମୂଳକ କାମର ରିପୋର୍ଟ । କୋଟିଆ ଅଂଚଳର ଏହି ତିନୋଟି ଦସ୍ତାବିଜ୍ ଓଡିଶା ସରକାର ଆସନ୍ତାକାଲି ସୁପ୍ରିମକୋର୍ଟରେ ଦାଖଲ କରିବେ ।

from Kanak News
via <a href="https://ifttt.com/?

ଶାହାଙ୍କ ଫୋକସରେ ପଶ୍ଚିମବଙ୍ଗ । ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ । ଭୋଟରଙ୍କୁ ନିର୍ବାଚନୀ ଥୋପ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେତିକି ହିଂସା ବଢୁଛି ସେହିପରିମାଣରେ ବିଜେପି ତାର ପ୍ରଭାବ ବିସ୍ତାର କରିଚାଲିଛି । ଏହି କ୍ରମରେ ପ୍ରତି ମାସ ବିଜେପିର କେହି ନା କେହି ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ଦଳକୁ ତୃରମୂଳ ସ୍ଥରରୁ ମଜଭୂତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗୁରୁବାର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ପହଂଚିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହା । ସେ ପଶ୍ଚିମବଙ୍ଗରେ ପହଂଚିବା ପରେ ନାମଖାନା ଠାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି ।

ଏହି ସମ୍ବୋଧନ ସଭାରେ ଶାହା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାହା ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଜୟ ଶ୍ରୀରାମ ନାରା କାହାକୁ ଯଦି ଅପମାନିତ କରୁଛି ସେଥିରେ ଆମର କିଛି କହିବାର ନାହିଁ , ଏହା ହେଉଛି ଆମ ଯାତ୍ରାର ପ୍ରତିକ ବୋଲି କହି ଶ୍ରୀ ଶହା ଜୟ ଶ୍ରୀରାମ ନାରା ଲଗାଇଥିଲେ । ଶାହା କହିଥିଲେ କି ଆମେ ସଂକଳ୍ପ କରୁଛୁ କି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମୂଳପୋଛ କରିବୁ । ଆମର ଲକ୍ଷ୍ୟ ସରକାର ପରିବର୍ତ୍ତନ ନୁହେଁ, ବରଂ ଆମର ଲକ୍ଷ୍ୟ ଗରିବ ଜନତାଙ୍କ ସ୍ଥିତିରେ ସୁଧାର ଆଣିବୁ ବୋଲି ଶାହା କହିଛନ୍ତି । ପଶ୍ଚିମବଙ୍ଗରେ ମହିଳା ମାନଙ୍କ ସ୍ଥିତି ସଦୃଢ କରିବାକୁ ଆମ ସରକାର ଆସିଲେ ରାଜ୍ୟରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ସାହା ନିର୍ବାଚନୀ ଥୋପ ମାରିଛନ୍ତି । ଏହାସହ ପୂର୍ବ ଗସ୍ତ ବେଳେ ଶାହା ଚାଷୀ ମାନଙ୍କ ଖାତାକୁ ୧୮ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିବା ବେଳେ ଆଜିର ରାଲିରେ ମତ୍ସଚାଷୀଙ୍କୁ ସାଧାରଣ ଚାଷୀଙ୍କ ଭଳି ବାର୍ଷିକ ୬ ହଜାର ଟଙ୍କାର ସହାୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳୀ ଭାବେ ବିକ୍ରି ହେଲେ କ୍ରିସ୍ ମୋରିସ୍ । ୧୬.୨୫ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।

କନକ ବ୍ୟୁରୋ : ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି ଦକ୍ଷିଣଆଫ୍ରିକାର ଷ୍ଟାର ପ୍ଲେୟାର କ୍ରିସ୍ ମୋରିସ୍ । ଯୁବରାଜ ସିଂହଙ୍କୁ ପଛରେ ପକାଇ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳୀ ବନିଛନ୍ତି ମୋରିସ୍ । ୧୬.୨୫ କୋଟି ଟଙ୍କାରେ ମୋରିସଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ।

ତେବେ ଗତ ଆଇପିଏଲରେ କ୍ରିସ୍ ମୋରିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । ଦମଦାର ପ୍ରଦର୍ଶନ କରିଥିବାରୁ ଏଥର ଦାମୀ ଖେଳାଳୀ ଭାବେ ତାଙ୍କର ନିଲାମୀ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋରିସଙ୍କ ବେସ୍ ପ୍ରାଇସ୍ ମାତ୍ର ୭୫ ଲକ୍ଷ ଟଙ୍କା ଥିବା ବେଳେ ସେ ୧୬.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।

from Kanak News
via <a href="https://ifttt.com/?

ଆରସିବିକୁ ଆସିଲେ ଗ୍ଲେନ୍ ମ୍ୟାକ୍ସୱେଲ । ୧୪.୨୫କୋଟିରେ କିଣିଲା ବାଙ୍ଗାଲୋର ।

କନକ ବ୍ୟୁରୋ : ଏଥର ଆରସିବି ଟିମରେ ଜଲୱା ଦେଖାଇବେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ । ମ୍ୟାକ୍ସୱେଲଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୪.୨୫ କୋଟି ଟଙ୍କାରେ ବିକ୍ରି ହେଲେ ମ୍ୟାକ୍ସୱେଲ୍ । ତେବେ ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ଆଇପିଏଲ ଅକ୍ସନର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳୀ ଭାବେ ମ୍ୟାକ୍ସୱେଲଙ୍କର ନିଲାମୀ ହୋଇଛି ।

ତେବେ ପୂର୍ବରୁ କିଙ୍ଗସ ଇଲେଭେନ୍ ପଞ୍ଜାବ ଟିମରେ ଖେଳୁଥିଲେ ମ୍ୟାକ୍ସୱେଲ । ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସୁଥିବା ମ୍ୟାକ୍ସୱେଲ ମୈଦାନରେ ଛକା ଚୌକାର ବର୍ଷା କରିଥାନ୍ତି । ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରନ୍ତି ମ୍ୟାକ୍ସୱେଲ ।

from Kanak News
via <a href="https://ifttt.com/?

ମହିଳା ହିଂସାର ପେଣ୍ଠସ୍ଥଳୀ ପାଲଟିଛି ଉନାଓ । ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ୩ ଭଉଣୀ । ୨ ଜଣ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଉନାଓ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଉତ୍ତରପ୍ରଦେଶର ଉନାଓସ୍ଥିତ ଆଶୋହା ପୁଲିସ୍ ଷ୍ଟେସନ୍ ଅଧୀନରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ୩ ଜଣ ଯୁବତୀ ନିଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସେମାନେ ନିଜ ବିଲକୁ ଘାସ କାଟିବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ସେମାନେ ଘାସ କାଟିବାକୁ ବିଲକୁ ଯାଇ ଆଉ ଘରକୁ ଫେରି ନଥିଲେ। ତିନି ଭଉଣୀ ଘରକୁ ନ ଫେରିବାରୁ ଘର ଲୋକ ବିବ୍ରତ ହୋଇ ଖୋଜାଖୋଜି କରିଥିଲେ। ତା’ପରେ ସେମାନଙ୍କୁ ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ୨ ଭଉଣୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଗୁରୁତର ଝିଅଟିକୁ ମେଡିକାଲକୁ ପଠାଇଥିଲା । ପୋଷ୍ଟମର୍ଟମ୍ ର ପ୍ରାଥମିକ ରିପୋର୍ଟ ଆସିଛି । ରିପୋର୍ଟ ମୁତାବକ ମୃତ ୨ ଭଉଣୀଙ୍କ ଶରୀରରୁ ବିଷ ମିଳିଛି । ହେଲେ ସେମାନେ ବିଷ କାହିଁକି ଖାଇଲେ ନା ସେମାନଙ୍କୁ କେହି ବିଷ ଦେଇ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏପରି କାଣ୍ଡ କିପଟି ଘଟିଲା ତାହାର ଏପର୍ୟ୍ୟନ୍ତ ଟେର୍ ପାଇନାହିଁ ପୁଲିସ୍। ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି।

from Kanak News
via <a href="https://ifttt.com/?

ପାଣି ମାଗିବା ବାହାନାରେ ଘରେ ବୁଲାଇଲେ କଳାକନା । ସମ୍ବଲପୁର ତୁମ୍ବେସିଙ୍ଗା ଅଞ୍ଚଳରୁ ଆସିଲା ଲୁଟର ନୂଆ ତରିକା । 

କନକ ବ୍ୟୁରୋ: ସମ୍ବଲପୁରରେ ମାତିଛନ୍ତି ଚୋର । ଏବେ ଚୋରି କରିବାର ନୂଆ ତରିକା ବାହାର କରିଛନ୍ତି ଏହି ଚୋରମାନେ । ପାଣି ମାଗିବା ବାହାନାରେ ଘରେ ପଶି ଚୋର ବୁଲାଉଛନ୍ତି କଳାକନା । ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ପାଣି ପିଇବାକୁ ମାଗି ଘରେ ପଶିଲେ କିଛି ଲୋକ । ଆଉ ବାହାରିବା ସମୟରେ ଲୁଟି ନେଇଗଲେ ଟଙ୍କା, ମୋବାଇଲ୍ , ସୁନା ଗହଣା । ଚାଲାକ ଚୋରଙ୍କର ଏସବୁ କାରନାମା କଏଦ ହୋଇଯାଇଛି ସିସିଟିଭିରେ ।

ସମ୍ବଲପୁର ତୁମ୍ୱେସିଙ୍ଗା ଅଂଚଳର ବିଜୟ ଭୋଇଙ୍କ ଘରୁ ଗତ ୧୬ ତାରିଖ ଦିନ ହୋଇଛି ଏହି ଲୁଟ୍ ହୋଇଥିଲା । ଚୋରି କରିଥିବା ଦମ୍ପତି ସାଥୀରେ କୁନି କୁନି ପିଲାଙ୍କୁ ଧରି ଆସିଥିଲେ ଏବଂ  ପିଇବାକୁ ପାଣି ମାଗିଥିଲେ । ଛୋଟ ଛୋଟ ଶୋଷିଲା ପିଲାଙ୍କୁ ଦେଖିବା ପରେ କାହା ମନରେ ବା ଦୟା ନଆସିବ । ବାସ୍ ଘରର କବାଟ ଖୋଲି ପାଣି ଆଣିବାକୁ ଭିତରକୁ ଯାଇ ଫେରିବା ବେଳକୁ ଭ୍ୟାନିଟି ବ୍ୟାଗ୍ ଗାଏବ ହୋଇଯାଇଥିଲା । ଏନେଇ ପୋଲିସରେ ଏତଲା କରିଛନ୍ତି ବିଜୟ ଭୋଇଙ୍କ ପରିବାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started