କୃଷକଙ୍କ ରେଳ ରୋକ୍ । ରେଳ ଧାରଣାରେ ଶୋଇ ରେଳ ଅଟକାଇଲେ ଚାଷୀ । ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

କନକ ବ୍ୟୁରୋ : ଟ୍ରାକ୍ଟର ରାଲି, ଚକା ଜାମ୍ ଓ ଏବେ ରେଳ ରୋକ୍ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି । ଗୁରୁବାର କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ଏହି ରେଳ ରୋକ୍ ଚାଲିଛି ।

ଏହି ରେଳ ରୋକରେ ଦେଶର ସମସ୍ତ ପ୍ରାନ୍ତରରୁ କୃଷକ ସଂଗଠନ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । କୃଷକ ମାନେ ବିଭିନ୍ନ ସ୍ଥାନରେ ଟ୍ରାକ ଉପରେ ଶୋଇ ରହି ରେଳ ଅଟକାଉଥିବା ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ ୪ ଟି ମେଟ୍ରୋ ଷ୍ଟେସନକୁ ରେଳ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି । ଏହାସହ ନଙ୍ଗଲୋଇ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକାଂଶ ସ୍ଥାନରେ ରେଳ ଅଟକି ରହିଛି । ଶେଷ ସୂଚନା ମୁତାବକ ଏହି ଆନ୍ଦୋଳନ ଏବେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ।

କୃଷକ ମାନେ ଏହି ବିଲ୍ କୁ ବିରୋଧ କରି ଦୀର୍ଘ ୩ ମାସ ହେବ ଧାରଣାରେ ବସିଥିବା ବେଳେ ଏନେଇ ସରକାରଙ୍କ ସହ ୧୧ ଥର ବୈଠକ ବସି ସାରିଛି । ହେଲେ ଏହି ବୈଠକରୁ କିଛି ସୁଫଳ ମିଳୁ ନଥିବାରୁ କୃଷକ ମାନେ ସେମାନଙ୍କର ଆନ୍ଦୋଳନର ତରିକା ବଦଳାଇବାରେ ଲାଗିଛନ୍ତି । ପ୍ରଥମେ ଟ୍ରାକ୍ଟର ରାଲି, ତା ପରେ ଚକା ଜାମ୍ ଓ ଆଜି ରେଳ ରୋକ କରି କୃଷକ ସଂଗଠନ ମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ।

ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବରେ ହୋଇଥିବା ମ୍ୟୁନିସପାଲଟି ନିର୍ବାଚନରେ କୃଷକ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ପଞ୍ଜାବ ନିର୍ବାଚନ ରେ ବିଜେପି ଏକ ପ୍ରକାର ସଫା ହୋଇ ଯାଇଛି । କଂଗ୍ରେସକୁ ଆଶାତିତ ସଫଳତା ମିଳିଥିବା ବେଳେ ଅକାଳୀଦଳ କାଁ ଭାଁ କେଉଁଠି ଜିତି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି ।

from Kanak News
via <a href="https://ifttt.com/?

ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।

କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନରେ ଉଠିଲା କୋଟିଆ କଳି । ପ୍ରଥମ ଦିନରୁ ବିରୋଧୀ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ।  ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିଜେପି ଓ କଂଗ୍ରେସ ଏବଂ ଗୃହ ବାହାରକୁ ଆସି ବିରୋଧୀ କହିଛନ୍ତି ରାଜ୍ୟର ସୀମାର ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର । ସେପଟେ ରାଜସ୍ୱ ମନ୍ତ୍ରୀ ଏହାକୁ ନେଇ ଉତ୍ତର ରଖିଛନ୍ତି । କୋଟିଆ ଓଡିଶାର ଥିଲା, ଅଛି ଓ ରହିବ ବୋଲି ସେ କହିଛନ୍ତି । ସେପଟେ ପଟ୍ଟାଙ୍ଗୀ ବିଧାୟକ କହିଛନ୍ତି, ସୁପ୍ରିମକୋର୍ଟରେ ଆନ୍ଧ୍ର ଦେଇଥିବା ସତ୍ୟପାଠ ମିଛ । ୧୯୫୬ ମସିହାରୁ କୋଟିଆର ୩ଟି ଗାଁର ଲୋକ ଓଡିଶାରେ ଭୋଟ୍ ଦେଇ ଆସୁଛନ୍ତି ।

from Kanak News
via <a href="https://ifttt.com/?

ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ ।

କନକ ବ୍ୟୁରୋ:  ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇ ଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ । ବୁଧବାର ମିଳିଥିବା ଖବର ଅନୁସାରେ, ମୁମ୍ବାଇ ପୋଲିସର ସାଇବର ସେଲ୍ ଦୁଇଜଣ ବ୍ୟକ୍ତିଙ୍କର ଟୁଇଟକୁ ଟ୍ରାକ୍ କରିବା ସହିତ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଜାଣିବାକୁ ପାଇଥିଲା । ଏହାପରେ ସେମାନଙ୍କ ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରି ସେମାନଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇପାରିଛି ।

ଆତ୍ମହତ୍ୟା କରିବାକୁ ଯାଉଥିବା ଏହି ଦୁଇଜଣଙ୍କ ଭିତରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ରହିଥିଲେ । ସେ ଗତ ଫେବ୍ରୁଆରୀ ୧୪ ତାରିଖରେ ନିଜ ପାଠ ପଢାକୁ ନେଇ ଚିନ୍ତିତ ଥିବା ସହିତ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଟୁଇଟ କରିଥିଲେ । ମୁମ୍ବାଇ ପୋଲିସର ସାଇବର ସେଲ୍ ଏହାପରେ ଏହି ଟୁଇଟକୁ ଟ୍ରାକ୍ କରି ସେହି ଛାତ୍ର ଜଣକ ମହାରାଷ୍ଟ୍ରର ଅମରାବତୀ ସହରର ବୋଲି ଜାଣିବାକୁ ପାଇଥିଲେ । ଏହାପରେ ତା ପାଖରେ ପୋଲିସ ପହଞ୍ଚି ତାକୁ ଆତ୍ମହତ୍ୟା କରିବାରୁ ରୋକିଥିଲା ।

ସେହିପରି ଆଉ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମୁମ୍ବାଇ ପୋଲିସ ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଥିଲ । ସେହି ବ୍ୟକ୍ତି ଜଣକ ମୁମ୍ବାଇ ସହରର ବୋରିଭାଲିର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ସହିତ ତାଙ୍କୁ ଆତ୍ମହତ୍ୟା କରିବାରୁ ରୋକିପାରିଛି ।

from Kanak News
via <a href="https://ifttt.com/?

ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ପରେ ପଲିଟିକ୍ସ: ବିଜେଡି କହିଲା, ଲୋକଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ମାଗୁ ବିଜେପି, ସେପଟେ ବିଜେପି କହିଲା ଭୁଲ୍ ତଥ୍ୟ ଦେଇଛି ଏସଆଇଟି, କ୍ଷମା ମାଗନ୍ତୁ ସରକାର ।

କନକ ବ୍ୟୁରୋ: ପରୀ ମାମଲାରେ କିଏ ମାଗିବ କ୍ଷମା । ଏହାକୁ ନେଇ ବିଜେଡି-ବିଜେପି କଥା କଟାକଟି । ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ହତ୍ୟାକାଣ୍ଡ ନେଇ ସ୍ୱୀକାରୋକ୍ତି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଉପରେ ଆକ୍ରମଣ କରିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ ବିଜେପି ରାଜ୍ୟବାସୀଙ୍କୁ କ୍ଷମା ମାଗୁ ବୋଲି କହିଛନ୍ତି । ସେପଟେ ଏହାର ଜବାବ ଦେଇଛି ବିଜେପି । ସରକାର ଏଥିପାଇଁ କ୍ଷମା ମାଗନ୍ତୁ, ଭୁଲ୍ ତଥ୍ୟ ଦେଇ ଏସଆଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିବାରୁ ଏସଆଇଟି ଭୁଲ୍ ମାଗୁ ବୋଲି କହିଛି ବିଜେପି ଦଳ ମୁଖ୍ୟ ସଚେତକ ମୋହନ ମାଝି ।

from Kanak News
via <a href="https://ifttt.com/?

ମୋଦି କହିଥିଲେ, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ଦେଶଦ୍ରୋହୀ, ତା’ହେଲେ ଏବେ କ’ଣ ଦେଶଦ୍ରୋହୀ ଦେଶକୁ ଶାସନ କରୁଛନ୍ତି: ନରସିଂହ

କନକ ବ୍ୟୁରୋ: ଅହେତୁକ ଭାବେ ବଢ଼ି ବଢ଼ି ଚାଲିଛି ତୈଳ ଦର । ଆଉ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ନିଶାନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରିଛନ୍ତି । ନରସିଂହ କହିଛନ୍ତି ଯେ, ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତୈଳ ଦର ବୃଦ୍ଧି ପାଇବା ମାତ୍ରେ କହୁଥିଲେ କି, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ସରକାର ଦେଶଦ୍ରୋହୀ । ତା’ମାନେ କ’ଣ ଧରିନେବାକୁ ହେବ ଯେ, ଏବେ ଦେଶକୁ ଜଣେ ଦେଶଦ୍ରୋହୀ ଶାସନ କରୁଛନ୍ତି ।

ତେବେ ଆଜି ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଙ୍ଗାମା କରିଥିଲା ‘ହାତ’ । ଆଉ ବିରୋଧୀ ଦଳ, କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା । ଏପରିକି ଦଳର ସମସ୍ତ ବିଧାୟକମାନେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନାରାବାଜି ଦେଇଥିଲେ ପରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସର ସଦସ୍ୟବୃନ୍ଦ ।

from Kanak News
via <a href="https://ifttt.com/?

କଙ୍ଗନାଙ୍କ ଟାର୍ଗେଟରେ ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ । ଟ୍ୱିଟ୍ ଯୋଗେ ବ୍ୟକ୍ତ କଲେ ଅସନ୍ତୋଷ । କହିଲେ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଜଦୂତ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ବେଳେ ଉଭୟ ଦେଶର ଲୋକଙ୍କର ସୁରକ୍ଷା, ବିକାଶ, ସ୍ୱାସ୍ଥ୍ୟ ଓ ଜୀବୀକାକୁ ସୁରକ୍ଷିତ କରିବା ନେଇ କଥା ହେବା ସହ ସ୍ୱତନ୍ତ୍ର ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସଂରକ୍ଷିତ କରିବାକୁ ପ୍ରାଥମିକତା ଦେବାକୁ ସେମାନଙ୍କ ଭିତରେ ଆଲୋଚନା ହୋଇଛି । ଏହି ଆଲୋଚନା ପରେ ବାଇଡେନ ଜିନପିଙ୍ଗ୍ ଙ୍କୁ ବେସ୍ ପ୍ରଶଂସା କରିଥିଲେ ।
ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଏନେଇ କଙ୍ଗନା ଅନେକ ଟ୍ୱିଟ୍ କରି ଆମେରିକାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ‘ଦେଖନ୍ତୁ କିଭଳି ଭାବେ ଚୀନର ଆଜ୍ଞାକାରୀ ଗୃହପାଳିତ ପଶୁ ମାନେ ଲାଙ୍ଗୁଡ ହଲାଉଛନ୍ତି, ’ । ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଜଦୂତ ବୋଲି ସେ ଆକ୍ଷେପ କରିଛନ୍ତି । ଏବେ ଚୀନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବାକୁ ଯାଉଛି । ଯାହାର କାରଣ ଦର୍ଶାଇ କଙ୍ଗନା କହିଛନ୍ତି କି ଚୀନର ଏଭଳି ଅଭିବୃଦ୍ଧି ପଛରେ ଆମେରିକାର ହାତ ରହିଛି ।

https://platform.twitter.com/widgets.js
କହିରଖୁ କି କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହୁଛନ୍ତି । କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ବିବାଦିୟ ଟ୍ୱିଟ କରି ଲୋକ ଲୋଚନକୁ ଆସିଥିଲେ । ଏନେଇ ମହାରାଷ୍ଟ୍ର ସରକାରଙ୍କ ସହ ତାଙ୍କର ବାକ୍ୟୁଦ୍ଧ ଦେଶର ରାଜନୀତିକୁ ସରଗରମ କରିଥିଲା । ଏହାପରେ କୃଷକ ଆନ୍ଦୋଳନକୁ ନେଇ ସେ କରିଥିବା ଟ୍ୱିଟ୍ ବେସ୍ ଭାଇରାଲ ହୋଇଥିଲା । ସେ ଆନ୍ଦୋଳନରତ କୃଷକ ମାନଙ୍କୁ ଦେଶଦ୍ରୋହୀ, ଖଲିସ୍ଥାନୀ ଓ ଟୁକଡେ ଟୁକଡେ ଗ୍ୟାଙ୍ଗ କହିବା ପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲେ କଙ୍ଗନା । ଏବେ ଜାତୀୟ ନୁହେଁ ଆନ୍ତର୍ଜାତୀୟ ରାଜନୀତିରେ କଙ୍ଗନାଙ୍କ ହସ୍ତକ୍ଷେପ ତାଙ୍କୁ ବିବାଦ ଭିତରକୁ ଟାଣି ନେବନି ତ ?

from Kanak News
via <a href="https://ifttt.com/?

ଆଇପିଏଲ ନିଲାମୀ ପୂର୍ବରୁ ଓହରିଲେ ଇଂଲଣ୍ଡ ଖେଳାଳି ମାର୍କ ଉଡ୍ । ଜାଣନ୍ତୁ ଓହରିବା ପଛର କାରଣ?

କନକ ବ୍ୟୁରୋ : ଆଇପିଏଲର ୧୪ ତମ ସଂସ୍କରଣର ଖେଳାଳି ନିଲାମ ପୂର୍ବରୁ ନିଲାମୀ ପ୍ରକ୍ରିୟାରୁ ଓହରିଲେ ଇଂଲଣ୍ଡର ପେସ ବୋଲର ମାର୍କ ଉଡ । ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ନିଲାମୀରୁ ସେ ଓହରି ଯାଇଥିବା ଦର୍ଶାଇଛନ୍ତି । ଆଜି ଚେନ୍ନାଇରେ ଆଇପିଏଲ ପାଇଁ ୨୯୨ ଖେଳାଳିଙ୍କୁ ନିଲାମୀ ପାଇଁ ସର୍ଟ ଲିଷ୍ଟ କରାଯାଇଛି ।

ଚଳିତ ବର୍ଷ ଆଇପିଏଲ ନିଲାମୀରେ ଉଡଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଥିଲା । ହେଲେ ଏହାପୂର୍ବରୁ ସେ ଓହରି ଯାଇଥିଲେ । ସେ କହିଛନ୍ତି ଯେ ନିଜ ପରିବାର ସହ ସେ କିଛି ସମୟ ବିତାଇବାକୁ ଚାହୁଁଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ଦୁଇଟି ଟେଷ୍ଟ ମ୍ୟାଚରେ ଉଡଙ୍କୁ ବିଶ୍ରାମ ଦିଆଯାଇଥିଲା । ହେଲେ ଆଗାମୀ ଡେ ନାଇଟ ଟେଷ୍ଟ ପାଇଁ ସ୍କାର୍ଡରେ ତାଙ୍କ ନାଁ ଘୋଷଣା ହୋଇଛି ।

ମାର୍କ ଉଡ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଆଇପିଏଲ ଖେଳିଥିଲେ । ସେହି ସିଜିନରେ ଉଡ କେବଳ ଗୋଟିଏ ମ୍ୟାଚ ଖେଳିଥିଲେ । ଏହାପରେ ଉଡ ଦୁଇ ବର୍ଷ ଆଇପିଏଲର କୌଣସି ମ୍ୟାଚ ଖେଳିନଥିଲେ । ଆଶା କରାଯାଉଥିଲା ଏଥର ଆଇପିଏଲରେ ଉଡ ଭଲ ପ୍ରଦର୍ଶନ କରିବେ । ହେଲେ ଏହା ପୂର୍ବରୁ ସେ ନିଲାମୀରୁ ଓହରି ଯାଇଛନ୍ତି ।

from Kanak News
via <a href="https://ifttt.com/?

ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ ।

କନକ ବ୍ୟୁରୋ: ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ  । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ । ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।
ସେପଟେ ବିରୋଧୀ ଦଳ, କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା । ଏପରିକି ଦଳର ସମସ୍ତ ବିଧାୟକମାନେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନାରାବାଜି ଦେଇଥିଲେ ପରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସର ସଦସ୍ୟବୃନ୍ଦ ।

from Kanak News
via <a href="https://ifttt.com/?

ଜୟଦେବ ଭବନ ସାମ୍ନାରେ ପୁଣି ଆତ୍ମାହୂତି ଉଦ୍ୟମ : ଆତ୍ମାହୂତି ଉଦ୍ୟମ ବେଳେ କାବୁ କଲା ପୋଲିସ; ମହିଳା ଜଣଙ୍କ କୁଜଙ୍ଗ ଅଞ୍ଚଳର ସୂଚନା

କନକ ବ୍ୟୁରୋ :ଭୁବନେଶ୍ୱରରେ ପୁଣି ମହିଳାଙ୍କ ଆତ୍ମାହୂତି ଉଦ୍ୟମ । ଏଜି ଛକ ନିକଟ ଜୟଦେବ ଭବନ ସମ୍ମୁଖରେ ଜଣେ ମହିଳା ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ତାଙ୍କ ପୁଅଙ୍କ ହତ୍ୟା ମାମଲାକୁ ପୋଲିସ ଚାପି ଦେଇଥିବା ପ୍ରତିବାଦରେ ସେ ଏହି ଆତ୍ମାହୂତି ଉଦ୍ୟମ କରିଥିବା ଜଣାପଡିଛି । ତେବେ ତାଙ୍କୁ ପୋଲିସ କାବୁ କରି ନିଜ ହେପାଜତକୁ ନେଇଛି । ମହିଳା ଜଣଙ୍କ ଜଗତସିଂହପୁର କୁଜଙ୍ଗ ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ପୋଲିସ ଗିରଫ କରିଛି । ତେବେ ଏହା ପଛରେ କିଛି ବ୍ୟକ୍ତିଙ୍କ ଷଡଯନ୍ତ୍ର ରହିଥିବା ସନ୍ଦେହ କରିଛି କମିଶନରେଟ୍ ପୋଲିସ । ଗତକାଲି ମଧ୍ୟ ଜଣେ ବ୍ୟକ୍ତି ଆତ୍ମାହୂତି ଉଦ୍ୟମ କରିଥିଲେ ।

from Kanak News
via <a href="https://ifttt.com/?

ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ବ୍ରହ୍ମେଶ୍ୱର ପାଟଣାବାସୀଙ୍କ ଧାରଣା

କନକ ବ୍ୟୁରୋ : ବଢ଼ୁଛି ବାଇ-ଲ ବିବାଦ । ଏନଏମଏ ବାଇ-ଲକୁ ଏକାମ୍ରକ୍ଷେତ୍ରରୁ ପ୍ରତ୍ୟାହାର ଦାବିରେ ଏଏସଆଇ ଅଫିସ ସମ୍ମୁଖରେ ଧାରଣା । ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ବ୍ରହ୍ମେଶ୍ୱର ପାଟଣା ଅଂଚଳବାସୀ ଧାରଣା ଦେଇଛନ୍ତି । ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର ଦେବାକୁ ଯାଇଥିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଏନଏମଏ ପକ୍ଷରୁ ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର କରିବାକୁ ଦାବି ହେଉଛି । ସେପଟେ ଏକାମ୍ର କ୍ଷେତ୍ରରୁ ବାଇଲ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started