ଓଡିଶା ଖଣି ନିଗମର ୨ଟି ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡ଼ିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି କି ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି। ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ ୧୩ ଏମ୍‌ସ୍‌ ସିଷ୍ଟମ୍‌ ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ଼ ବଡ଼ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡ଼ିଶାର ରହିଛି। ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି । ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ୟ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇ ଆସିଛନ୍ତି ଏବଂ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଏହି ଦୁଇଟି ଖଣିକୁ ଓଏମସିକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେହିପରି ଓଏମ୍‌ସି ମଧ୍ୟ ଏହି ଖଣି ଦୁଇଟିକୁ କାର୍ୟ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓଏମସିକୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡ଼ିଣା ଖଣିଜ ସଂପଦରେ ସମୃଦ୍ଧ । ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ । ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ବ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯୋଶୀ କରିଥିଲେ । ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ ବୋଲି ଯୋଶୀ ମତ ରଖିଛନ୍ତି। ସେ ଆହୁରି ବି କହିଛନ୍ତି କି ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ଦେଶର ଅର୍ଥନୀତିରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ।

ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ରାଜ୍ୟ ଖଣି, ଇସ୍ପାତ ଓ ପୂତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୁଆଳି ଓ ଜିଲିଙ୍ଗ ଲାଙ୍ଗଲୋଟା ଖଣି ଦୁଇଟିରୁ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସମନ୍ବୟ ରଖି କାର୍ୟ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ ।

from Kanak News
via <a href="https://ifttt.com/?

ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା

କନକ ବ୍ୟୁରୋ : ଚାଷୀଙ୍କ ରେଳ ରୋକ୍ । କୃଷକ ଆନ୍ଦୋଳନକୁ ସମର୍ଥନ କରି ୪ ଘଂଟିଆ ରେଳରୋକ କରୁଛନ୍ତି ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।

କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇମାସରୁ ଅଧିକ ସମୟ ହେଲାଣି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ବାରମ୍ବାର ସରକାର ଓ ଚାଷୀଙ୍କ ଭିତରେ ବୈଠକ ବସୁଥିଲେ ସୁଦ୍ଧା କୌଣସି ଫଳାଫଳ ବାହାରୁନି । ଯେପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରାଯାଇନି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ ।

from Kanak News
via <a href="https://ifttt.com/?

କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ : ବିଧାନସଭା ଚାରିପଟୁ ରାସ୍ତା ସିଲ୍; ବିଭିନ୍ନ ସ୍ଥାନରେ କଡା ଚେକିଂ, ଟ୍ରାଫିକ୍ ଜାମ୍

କନକ ବ୍ୟୁରୋ : କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ । ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ବିଧାନସଭା ଚାରିପଟୁ ରାସ୍ତା ସିଲ କରିଛି ପୋଲିସ । ଏଥିସହ ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଯେଉଁମାନେ ବିଧାନସଭା ଓ ଲୋକସେବା ଭବନକୁ ଯାଉଛନ୍ତି ସେମାନଙ୍କୁ ଛଡାଯାଉଛି । ହେଲେ, ଏହି ଅଂଚଳରେ ଥିବା ଅନ୍ୟ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟମାନଙ୍କୁ ହଇରାଣ ହେବାକୁ ପଡୁଛି । ଯାହାଫଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ ଯାତାୟତରେ ବାଧା ।

from Kanak News
via <a href="https://ifttt.com/?

ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା । କୋର୍ଟ କହିଲେ ଷଡଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ଅଭିଯୋଗ ଉପରେ ଯାଂଚ ହେବ ବନ୍ଦ

କନକ ବ୍ୟୁରୋ : ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଥିବା ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗର ଯାଞ୍ଚକୁ ବନ୍ଦ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । କୋର୍ଟ ଅହୁରି କହିଛନ୍ତି କି ଏଭଳି ଷଡଯନ୍ତ୍ର ଗୋଗୋଇଙ୍କର ବିଭିନ୍ନ ରାୟ ସହିତ ଜଡିତ ଥିବା ଆଶଙ୍କା କରାଯାଉଛି । ଏହିସବୁ ରାୟ ମଧ୍ୟରେ ରହିଛି ଏନଆରସି ବା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ।

ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ମାମଲାର ଯାଂଚ ଦାୟିତ୍ୱ ପୂର୍ବତନ ବିଚାରପତି ଏ.କେ ପଟ୍ଟନାୟକଙ୍କୁ ଦିଆଯାଇଥିଲା । ଏ ନେଇ ଶ୍ରୀ ପଟ୍ଟନାୟକ ଏକ ଯାଂଚ ରିପୋର୍ଟ କୋର୍ଟରେ ଦାଖଲ କରିବା ପରେ କୋର୍ଟ ମାମଲା ପଛରେ ଥିବା ଷଡଯନ୍ତ୍ର ଆଶଙ୍କାକୁ ଦୃଢ କରିଛନ୍ତି । କୋର୍ଟ କହିଛନ୍ତି କି ଗୋଗୋଇଙ୍କ ରାୟକୁ ନେଇ ସନ୍ତୁଷ୍ଟ ନଥିବା ଲୋକେ ଏଭଳି ଷଡଯନ୍ତ୍ର ରଚିଥିବା ଆଶଙ୍କା କରାଯାଉଛି ।

from Kanak News
via <a href="https://ifttt.com/?

ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ, ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ।

କନକ ବ୍ୟୁରୋ : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ । ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବିଧାୟକ, ସୁରକ୍ଷାକର୍ମୀ, ଯବାନ ଓ କରନା ଯୋଦ୍ଧାଙ୍କ ଉଦେଶ୍ୟରେ ଶୋକପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ପରେ ଗୃହରେ ଏହି ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିଥିବା ଶୋକପ୍ରସ୍ତାବକୁ ବିରୋଧୀ ସଦସ୍ୟମାନେ ସମର୍ଥନ ଜଣାଇଛନ୍ତି ।

ତେବେ ଅଭିଭାଷଣ ଆରମ୍ଭ କରି ରାଜ୍ୟପାଳ ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣରେ ରାଷ୍ଟ୍ରପତି ପ୍ରଣବମୂଖାର୍ଜୀ, ରାଜ୍ୟର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଦିବଙ୍ଗତ ବିଧାୟକଙ୍କ ବିୟୋଗରେ ଗଭୀର ଶୋପ୍ରକାଶ କରିଛନ୍ତି ରାଜ୍ୟପାଳ । ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଠିକ୍ ସେହିପରି ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବି ଶୋକ ପ୍ରସ୍ତାବ ଆଗତ କରିଥିଲେ ।

from Kanak News
via <a href="https://ifttt.com/?

ନୟାଗଡ ‘ପରୀ’ ହତ୍ୟା ମାମଲା : ଦୋଷ ମାନିଲା ସୈତାନ; ତଳେ ପକାଇ ତଣ୍ଟିଚିପି ମାରିଥିଲି

କନକ ବ୍ୟୁରୋ : କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ସାରା ରାଜ୍ୟରେ ଚହଳ ପକାଇଥିବା କୁନି ଝିଅ ପରୀର କେମିତି ହୋଇଥିଲା ହତ୍ୟା । ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱିକାରୋକ୍ତି କରିଛି ପରୀକୁ ତଳେ ପକାଇ ତଂଟି ଚିପି ଦେଇଥିଲା ଅଭିଯୁକ୍ତ । ତାପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡି ଦେଇଥିଲା ।

ଅଭିଯୁକ୍ତ ଜଣଙ୍କ କହିଛି, ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା, ହେଲେ ଦୁଃଖ ଲାଗିବାରୁ ଦୁଷ୍କର୍ମ କରିନଥିଲା ବୋଲି ସେ ମାନି ଯାଇଛି । ମୃତ ଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀରେ ଫୋପାଡିଥିଲା । ତାପରେ ମୃତ ଦେହକୁ ଫୋପଡିଥିଲା । ମା, ଭଉଣୀ ଘରେ ନଥିବାବେଳେ ପରୀକୁ ହାତଠାରି ଡାକିଥିଲା । ସେ ଘରକୁ ଆସିବା ପରେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ତାକୁ କୁଣ୍ଡାଇ ପକାଇଥିଲା । ତାପରେ ତାକୁ ତଂଟି ଚିପି ମାରି ଦେଇଥିଲା । ଅଭିଯୁକ୍ତର ମା ୨ଟା ବେଳକୁ ଘରକୁ ଫେରିଥିଲେ ଓ ୩ଟା ବେଳକୁ ଫେରିଥିଲେ । ମା ଫେରିବା ପରେ ପରୀ ପ୍ରସଙ୍ଗରେ ତାକୁ ପଚାରିଥିଲେ, କିନ୍ତୁ ସେ ଦେଖିନଥିବା କହିଥିଲା ବୋଲି ସ୍ୱୀକାର କରିଛି ।

from Kanak News
via <a href="https://ifttt.com/?

ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ: ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ । ପଢ଼ନ୍ତୁ କ’ଣ କହିଲେ ପ୍ରଫେସର ଗଣେଶୀ ଲାଲ୍ ।

କନକ ବ୍ୟୁରୋ: ଆଜିଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ କହିଛନ୍ତି ।

୨୦୨୦ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା । ପୋଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବଡଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।  ସେହିପରି ୨୦୨୧ ଜାନୁଆରୀ ମାସ ସୁଦ୍ଧା ୩୮,୭୬୦କୋଟି ଟଙ୍କା ରାଜସ୍ୱ ଅଦାୟ ହୋଇଥିଲା ଯାହା ଗତବର୍ଷ ତୁଳନାରେ ୭.୩ ଅଧିକ ।
ସବୁଠାରୁ ବଡ଼କଥା ହେଲା କି, କୋଭିଡ ପାଇଁ ରାଜ୍ୟର ଆପତ କାଳୀନ ପାଣ୍ଟି ୪୦୦ କୋଟିରୁ ୨୦୦୦ କୋଟି ବୃଦ୍ଧି  । ମାଲକାନଗିରି ଠାରେ ନୂତତନ  ଏୟାରଷ୍ରଟିଫ୍ ନିର୍ମାଣ ଯୋଜନା ରହିଛି । ନଦୀ ଜଳର ବ୍ୟାପକ ସଂରକ୍ଷଣ ପାଇଁ ୧୧ହଜାର ୭୦୦ କୋଟି ଟଙ୍କା  ପୁଞ୍ଜିବିନିଯୋଗ ହେବ । ଏହାସହ ଭାଗଚାଷୀ ଙ୍କ ପାଇଁ ବଳରାମ ଯୋଜନାରେ ମଧ୍ୟ ଟଙ୍କା ଦିଆଯାଇଛି  । ବିଜୁ ଶିଶୁ ସୁରକ୍ଷା ଯୋଜନା ୨୦୨୦କୁ ପରିବର୍ଦ୍ଧିତ କରାଯାଇଛି । ପିତା-ମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ଶିଶୁ, ୪୮ ହଜାର ଟଙ୍କାରୁ କମ ବାର୍ଷିକ ଆୟ କରୁଥିବା ପରିବାରର ଶିଶୁ ଏବଂ ଏଡ଼ସ ରୋଗାକ୍ରାନ୍ତ ଶିଶୁଙ୍କୁ ଏହି ଯୋଜନାରେ ପରିସରଭୁକ୍ତ କରିଛନ୍ତି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୁସେନଙ୍କ ଉପରେ ବୋମାମାଡ ଘଟଣା । ସିଆଇଡି ହାତକୁ ଗଲା ତଦନ୍ତ ଦାୟିତ୍ୱ । ମେଡିକାଲରେ ଜାକିରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଜାକିର ହୁସେନଙ୍କ ଉପରେ କିଛି ଅଜଣା ଦୃର୍ବୁତ୍ତ ଗତକାଲି ସଂନ୍ଧ୍ୟାରେ ମୁଶିଦାବାଦର ଏକ ରେଳ ଷ୍ଟେସନ ନିକଟରେ ବୋମାମାଡ କରିଥିଲେ । ଏହି ବୋମାମାଡରେ ଜାକିର ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ମାମଲାର ଯାଂଚ ଏବେ ସିଆଇଡି ହାତକୁ ଯାଇଛି । ଗୁରୁବାର ସାକଳେ ସିଆଇଡିର ଏକ ଟିମ୍ ମୁଶିଦାବଦରେ ପହଂଚିଛନ୍ତି । ଯେଉଁ ସ୍ଥାନରେ ମନ୍ତ୍ରୀଙ୍କ ଉପରେ ବୋମା ମାଡ ହୋଇଥିଲା ସେଠାକୁ ଯାଇ ଘଟଣାର ତଦନ୍ତ ଚଳାଇଛନ୍ତି । ଏନେଇ ସିଆଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣା ସ୍ଥଳକୁ କିଭଳି ପେଟ୍ରୋଲ ବୋମା ଆସିଲା ତାହା ଉପରେ ଅଧିକ ଖୋଳତାଡ କରୁଛି ।

ଗତକାଲି ମୁଶିଦାବାଦରେ ହୋଇଥିବା ଏହି ବୋମାମାଡରେ ମୋଟ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ କୋଲକତା ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀ ଜାକିର ହୁସେନଙ୍କୁ କୋଲକତାର ଏସଏସକେଏମ୍ ମେଡିକାଲରେ ଚିକିତ୍ସା କରାଯାଉଛି । ଡାକ୍ତରଙ୍କ କହିବା ମୁତାବକ ଜାକିରଙ୍କ ପାଦରେ ସବୁଠାରୁ ଅଧିକ ଆଘାତ ଲାଗିଛି । ଆଜି ତାଙ୍କର ଅପରେଶନ କରାଯିବାକୁ ଥିବା ବେଳେ ମେଡିକାଲରେ ଜାକିରଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ।

କହିରଖୁ କି କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା ବି ଜୋର ଧରିବାରେ ଲାଗିଛି । ଦୈନିକ ବିଜେପି ଓ ଟିଏମସି ଦଳର ନେତା ମାନଙ୍କ ଭିତରେ କେଉଁଠି ନା କେଉଁଠି ହିଂସା ଦେଖିବାକୁ ମିଳିଛି । ଗତକାଲିର ହିଂସାକୁ ନେଇ ବିଜେପି ମମତା ସରକାରଙ୍କୁ ଟାର୍ଗେଟ୍ କରିଛି । ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି କି ଯେଉଁ ରାଜ୍ୟରେ ଜଣେ ମନ୍ତ୍ରୀଙ୍କ ଉପରକୁ ବୋମା ମାଡ କରାଯାଇ ପାରୁଛି ସେହି ରାଜ୍ୟର ସାଧାରଣ ଲୋକ କେତେ ସୁରକ୍ଷିତ ତାହା ଏହି ଘଟଣାରୁ ଜଣାପଡୁଛି । ଅନ୍ୟପଟେ ଏହି ହିଂସା ପଛରେ ବିଜେପିର ହାତ ଥିବା ଅଭିଯୋଗ କରି ମୁଶିଦାବାଦ ରାଜମାର୍ଗ ୩୪ ରେ ଆଜି ତୃଣମୂଳ କଂଗ୍ରେସର ନେତା ଓ କର୍ମୀ ମାନେ ହଡତାଳ କରିଛନ୍ତି ।

from Kanak News
via <a href="https://ifttt.com/?

ମୃତ୍ୟୁର ଟ୍ରାକରୁ ବଞ୍ଚିଗଲା ଜୀବନ : ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍…! ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା

କନକ ବ୍ୟୁରୋ : ହରିଆଣାରେ ଦେଖିବାକୁ ମିିଳିଛି ଏକ ଭୟାନକ ଭିଡିଓ । ଏକ ଚଳନ୍ତା ଟ୍ରେନ୍‌ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜ‌ଣେ ମଧ୍ୟବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି କି ମହିଳା ଜଣକ ଚଳନ୍ତା ଟ୍ରେନ୍‌ ତଳେ ଚୁପ୍‌ ହୋଇ ପଡ଼ି ରହିଛନ୍ତି । ଟ୍ରେନ୍‌ଟି ତାଙ୍କ ଉପର ଦେଇ ଗତି କରି ଯାଇସାରିବା ପରେ ସେ ଝାଡ଼ି ଝୁଡ଼ି ହୋଇ ଉଠି ବସୁଛନ୍ତି ।

ମହିଳା ଜଣକ ମୁହଁକୁ ତଳକୁ କରି ରେଳ ଧାରଣା ଉପରେ ପଡ଼ି ରହିଥିଲେ । ସେଠାରେ ଥିବା ଲୋକମାନେ ମହିଳାଙ୍କୁ ଟ୍ରେନ୍‌ ତଳେ ସେହିପରି ପଡ଼ି ରହିବାକୁ ପରାମର୍ଶ ଦେଇଥିଲେ । ଟ୍ରେନ୍‌ଟି ଚାଲିଯିବା ପରେ ସେଠାରେ ଉପସ୍ଥିତ ଲୋକେ ମହିଳାଙ୍କୁ ରେଳଧାରଣା ଉପରୁ ଉଠିବାରେ ସାହଯ୍ୟ କରିଥିବାର ଦେଖିବାକୁ ମିଳିଥିଲା ।

ଜାଣିବାକୁ ମିଳିଛି ଯେ ଟ୍ରେନ୍‌ଟି ରେଳ ଧାରଣାରେ ଛିଡ଼ା ହୋଇ ରହିଥିଲା। ଏହି କାରଣରୁ ମହିଳା ଭାବିଥିଲେ ବି ସେ ଟ୍ରେନ୍‌ ତଳ ଦେଇ ସେପାଖକୁ ପଳାଇବେ। ମାତ୍ର ସେ ଯିବାକୁ ଉଦ୍ୟମ କରି ଟ୍ରେନ୍‌ ତଳେ ପଶୁ ପଶୁ ସେହି ସମୟରେ ଟ୍ରେନ୍‌ଟି ହଠାତ ଚାଲିବା ଆରମ୍ଭ କରିଥିଲା। ମହିଳା ଜଣକ ଆଉ କିଛି ଉପାୟ ନପାଇ ଯାକିଯୁକି ହୋଇ ସେହି ରେଳ ଧାରଣାରେ ନିଜକୁ ପକାଇ ରଖିଥିଲେ। ସୌଭାଗ୍ୟକୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି ଓ ମହିଳା ଜଣକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

from Kanak News
via <a href="https://ifttt.com/?

ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ, କକ୍ଷତ୍ୟାଗ କଲେ ବିଜେପି-କଂଗ୍ରେସ ସଦସ୍ୟ

କନକ ବ୍ୟୁରୋ: ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ । ଗୃହରେ ହୋ-ହଲ୍ଲା କରି ବିଜେପି ଓ କଂଗ୍ରେସ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି । ତେବେ ବିଜେପି ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ଆଇନଶୃଙ୍ଖଳା , ମଣ୍ଡି, କୋଟିଆ ଏଭଳି ନାନାଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି ।

ସେହିପରି କଂଗ୍ରେସ ବିଧାସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା । ଏପରିକି ଦଳର ହେଭିୱେଟ୍ ତାରା ବାହିନୀପତି ଓ ସୁର ରାଉତରାୟ ପ୍ରମୁଖ ବିଧାୟକମାନେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନାରାବାଜି ଦେଇଥିଲେ ପରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସର ସଦସ୍ୟବୃନ୍ଦ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started