ବଜେଟ୍ ଅଧିବେଶନ ଆରମ୍ଭ । ରାଜ୍ୟପାଳଙ୍କ ଅଭିଭାଷଣ, ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ, ଦିବଙ୍ଗତ ବିଧାୟକ ଓ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କୁ ମନେପକାଇଲେ ପ୍ରଫେସର ଗଣେଶୀ ଲାଲ୍ ।

କନକ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭା ୨୦୨୧ ବଜେଟ ଅଧିବେଶନ । ପ୍ରଥମେ ବିଧାସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଭାଷଣ ରଖିଛନ୍ତି । କହିଛନ୍ତି କି, ଏହି ଷୋଡ଼ଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦ୍ୟବୃନ୍ଦ ତଥା ସାରା ଓଡ଼ିଶାବାସୀଙ୍କ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣ ପୂର୍ବରୁ ରାଷ୍ଟ୍ରପତି ପ୍ରଣବମୂଖାର୍ଜୀ, ରାଜ୍ୟର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଦିବଙ୍ଗତ ବିଧାୟକଙ୍କ ବିୟୋଗରେ ଗଭୀର ଶୋପ୍ରକାଶ କରିଛନ୍ତି ରାଜ୍ୟପାଳ । ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଠିକ୍ ସେହିପରି ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବି ଶୋକ ପ୍ରସ୍ତାବ ଆଗତ କରିଥିଲେ ।

from Kanak News
via <a href="https://ifttt.com/?

କିରଣ ବେଦୀଙ୍କ ବିଦାୟ ପରେ ତାମିଲ ସାଇ ହେଲେ ପୁଡୁଚେରୀ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ କଲେ ଦାୟିତ୍ୱ ଗ୍ରହଣ

କନକ ବ୍ୟୁରୋ : ଗୋଟେପଟେ ପୁଡୁଚେରୀରେ କଂଗ୍ରେସ ସରକାର ସଂକଟରେ ଥିବା ବେଳେ ପୁଡୁଚେରୀ ରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଫେରାଇ ନେଇଛନ୍ତି କେନ୍ଦ୍ର ସରକାର । ଏହି ପଦ ଗୋଟିଏ ଦିନ ଖାଲି ପଡିବା ପରେ ଆଜି ତାମିଲ ସାଇ ପୁଡୁଚେରୀର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାମିଲ ସାଇ ଏବେ ତେଲେଙ୍ଗାନାର ରାଜ୍ୟପାଳ ଅଛନ୍ତି । ତାଙ୍କୁ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଆୟୋଜିତ ଏକ ଉତ୍ସବରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

କହିରଖୁ କି ପୁଡୁଚେରୀ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଅନୁଷ୍ଠିତ ହେବ । ମାତ୍ର କେଇଟା ମାସ ପରେ ବିଧାନସଭା ନିର୍ବାଚନ ଥିବା ବେଳେ ପୁଡୁଚେରୀରେ ସରକାର ଗଠନ କରିଥିବା କଂଗ୍ରେସକୁ ଝଟକା ଲାଗିଛି । ଦଳର ୪ ଜଣ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେବା ପରେ ସରକାର ସଂଖ୍ୟାଗରିଷ୍ଠତା ହରାଇଛି । ଇସ୍ତଫା ଦେଇଥିବା ବିଧାୟକ ମାନେ ଅଭିଯୋଗ କରିଥିଲେ କି ରାଜ୍ୟରେ ସରକାରକୁ ସୁଚାରୁରୂପେ ପରିଚାଳନା କରିବାକୁ ଦେଉ ନାହାନ୍ତି ରାଜ୍ୟପାଳ କିରଣ ବେଦୀ । ଏହି ଅଭିଯୋଗ ଆସିବା ପରେ କିରଣ ବେଦୀଙ୍କୁ ଫେରାଇ ଆଣିଛନ୍ତି କେନ୍ଦ୍ର ସରକାର ।

from Kanak News
via <a href="https://ifttt.com/?

ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ : କେମିତି ଓ କାହିଁକି ‘ପରୀ’କୁ ହତ୍ୟା କରିଥିଲା ଅଭିଯୁକ୍ତ ? ଗୋଟି ଗୋଟି କରି ସତ ମାନିଲା ଅଭିଯୁକ୍ତ

କନକ ବ୍ୟୁରୋ : ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ । ସତ ମାନିଲା ସୈତାନ । କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲି ପୂରା ଘଟଣାକୁ ଅଭିଯୁକ୍ତର ସ୍ୱୀକାର କରିଛି । ଅଭିଓ, ଭିଡିଓରେ ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆସିଛି । ‘ପରୀ’କୁ ଦୁଷ୍କର୍ମ ଉଦ୍ୟମ କରିଥିଲି । ତଣ୍ଟି ଚିପି ହତ୍ୟା କରିଥିଲି କିନ୍ତୁ ଦୁଷ୍କର୍ମ କରିନଥିଲି । ହତ୍ୟା ପରେ ଘରର କାନ୍ଥରେ ଥିବା ଅଖାରେ ପୁରାଇ ପୋଖରୀ ନିକଟରେ ମୃତଦେହ ପକାଇଥିଲି । ହତ୍ୟା କରିବା ପରେ ପଛରେ ବହୁତ ଅନୁତାପ କରିଥିଲି । ଘରେ କାହାରିକୁ କିଛି ଏ ବିଷୟରେ ଜଣାଇନଥିଲି । ଝିଅକୁ ଦେଖିଥିବା ନେଇ ପରୀର ମା ମୋତେ ପଚାରିଥିଲେ ମୁଁ ଦେଖିନଥିବା କହିଥିଲି । ମୋ ମା ପଚାରିଥିଲେ ବି ମୁଁ ମନା କରିଥିଲି ।

from Kanak News
via <a href="https://ifttt.com/?

୨୦୨୧ IPL ପାଇଁ ଆଜି ହେବ ଖେଳାଳିଙ୍କ ନିଲାମି । ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି, ଓଡିଶାରୁ ତାଲିକାରେ ଅଛନ୍ତି ଗୋବିନ୍ଦ ପୋଦାର ଓ ଶୁଭ୍ରାଂଶୁ ସେନାପତି ।

କନକ ବ୍ୟୁରୋ: ଆଜି ହେବ ୨୦୨୧ ଆଇପିଏଲ୍ ଅକ୍ସନ । ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଚେନ୍ନାଇରେ ଏହି ଅକ୍ସନ । ଏହି ଅବସରରେ ୨ କୋଟି ପ୍ରାଇସ୍ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ହରଭଜନ ସିଂ , କେଦାର ଯାଦବ , ଷ୍ଟିଭେନ୍ ସ୍ମିଥ୍ ଏବଂ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି ।

ଚଳିତ ଥର ଖେଳାଳି ନିଲାମି ପାଇଁ ଖେଳାଳିଙ୍କ ସଂଖ୍ୟାରେ ହ୍ରାସ କରିଛି ଆଇପିଏଲ ପରିଚାଳନା ବୋର୍ଡ । ଏଥର ୨୯୨ ଖେଳାଳି ନିଲାମିରେ ଅଂଶଗ୍ରହଣ କରିବେ । ଆଗାମୀ ଆଇପିଏଲରେ ୮ଟି ଟିମ୍ ୬୧ଟି ସ୍ଥାନ ପୂରଣ ପାଇଁ ଏହି ଅକ୍ସନରେ ଭାଗ ନେବେ । ଏହି ନିଲାମିରେ ୧୬୪ ଭାରତୀୟ କ୍ରିକେଟର, ୧୨୫ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆରସିବିରେ ସବୁଠାରୁ ଅଧିକ ୧୩ଟି ସ୍ଥାନ ଖାଲି ରହିଛି । ସନରାଇଜର୍ସ ହାଇଦ୍ରାବାଦ ୩ ଜଣ ଖେଳାଳିଙ୍କୁ କିଣିପାରିବ । କିଙ୍ଗସ ଇଲେଭେନ୍ ପଂଜାବ ସବୁଠାରୁ ଅଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ । ଚେନ୍ନାଇ ସୁପରକିଙ୍ଗସ୍ ୮ଟି ସ୍ଥାନ ପାଇଁ ୨୨ କୋଟି ୭୦ ଲକ୍ଷ ଖର୍ଚ କରି ଖେଳାଳି କିଣିବ । ଚଳିତ ବର୍ଷ ଚେନ୍ନାଇ ହରଭଜନ ଓ କେଦାର ଯାଦବଙ୍କ ହାତ ଛାଡିଛି । ହାଇଦ୍ରାବାଦ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ ।

ସଚିନ୍ ତେନ୍ଦୁରକରଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକର ୨୦ ଲକ୍ଷ ବେସ୍ ପ୍ରାଇସରେ ଆଇପିଏଲ ଅକ୍ସନରେ ସ୍ଥାନ ପାଇଛନ୍ତି । ମାକ୍ସୱେଲ, ଷ୍ଟିଭେନ୍ ସ୍ମିଥ୍, ସାକିବଲ ହସନ, ମୋଇନ୍ ଅଲି, ସାମ ବିଲିଙ୍ଗସ୍, ଲିୟାମ୍ ପ୍ଲାଙ୍କେଟ୍, ଜାସନ ରଏ ପ୍ରମୁଖ ବିଦେଶୀ ଖେଳାଳି ଏହି ଖେଳାଳି ନିଲାମିରେ ଅଂଶଗ୍ରହଣ କରୁଛନ୍ତି । ଏଥର ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ୪ ଜଣ , ଦେଢ କୋଟି ବେସ୍ ପ୍ରାଇସ୍ ବର୍ଗରେ ୧୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଭାରତୀୟ ପେସ୍ ବୋଲର ଉମେଶ ଯାଦବ, ଶୁଭମନ୍ ଗିଲ୍ ପ୍ରମୁଖ ୧ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି ।

from Kanak News
via <a href="https://ifttt.com/?

କ୍ଷୀର ବ୍ୟବସାୟ ପାଇଁ ଟ୍ରାଫିକ ଦେଉଥିଲା ଟେନସନ । ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଦେଲେ ଚାଷୀ, ଚର୍ଚ୍ଚାରେ ଜନାର୍ଦ୍ଦନ

କନକ ବ୍ୟୁରୋ : ଆଉ ଟେନସନ ଦେବନି ଟ୍ରାଫିକ । କ୍ଷୀର ବିକ୍ରି ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ କି ଟ୍ରାଫିସ ସମସ୍ୟା । କାରଣ ଟ୍ରାଫିକ ଟେନସନକୁ ଟାଟା କରିବାକୁ ହେଲିକପ୍ଟର କିଣିଦେଲେ ଦୁଗ୍ଧ ଚାଷୀ । ନିଜ ବ୍ୟବସାୟକୁ ସୁଗମ କରିବାକୁ ୩୦ କୋଟିର ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ଭିୱଣ୍ଡିର ଚାଷୀ ଜନାର୍ଦ୍ଦନ ଭୋଇର ।
ତେବେ ଖାଲି ନିଜ ଅଞ୍ଚଳ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ସହଜରେ କ୍ଷୀର ପହଞ୍ଚାଇବାକୁ ଏହି ହେଲିକପ୍ଟର କିଣିଛନ୍ତି ଚାଷୀ ଜନାର୍ଦ୍ଦନ । ମହାରାଷ୍ଟ୍ରର ଜଣେ ଖ୍ୟାତନାମା ଚାଷୀ ସହ ଜଣେ ବିଲଡର ହୋଇଥିବାରୁ ତାଙ୍କୁ ଦେଶର କୋଣ ଅନୁକୋଣକୁ କ୍ଷୀର ପହଞ୍ଚାଇବାକୁ ପଡେ । ପଞ୍ଜାମ, ହରିଆଣା, ରାଜସ୍ଥାନ, ଗୁଜୁରାଟ ଭଳି ରାଜ୍ୟର ଅନେକ ସ୍ଥାନରେ ତାଙ୍କର ବ୍ୟବସାୟ ଚାଲୁଥିବାରୁ ଗାଡିରେ ଯିବାଆସିବା କରି ସମସ୍ତ କାମ ବୁଝିବା ସମୟ ସାପେକ୍ଷ ଥିବାରୁ ସେ ହେଲିକପ୍ଟର କିଣିଛନ୍ତି ।
୫୦ ଏକର ଜମିରେ ଜନାର୍ଦ୍ଦନ ଫାର୍ମହାଉସ କରିଥିବା ବେଳେ ସେଠାରେ ସେ ଧାନ, ପନିପରିବା ସହ ଗୋପାଳନ କରିଛନ୍ତି । ୩୦୦ଟି ଗାଈ ରଖିଛନ୍ତି । ବିଭିନ୍ନ ଜାତିର ଗାଈ କିଣିବାକୁ ସେ ଦୂରକୁ ଯାଉଛନ୍ତି ତେଣୁ ବ୍ୟବସାୟ ବଣିଜକୁ ସହଜ କରିବାକୁ ଚାଷୀ ଜଣଙ୍କ ହେଲିକପ୍ଟର କିଣିଦେଇଛନ୍ତି ।
ତେବେ ୩ ଏକର ଜମିରେ ହେଲିକପ୍ଟର ପାଇଁ ହେଲିପ୍ୟାଡ ନିର୍ମାଣ କରାଯାଇଥିବା ବେଳେ ଜଣେ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଏବଂ ୫ ଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି ଚାଷୀ । ଆଉ ସେମାନଙ୍କୁ ସେ ମୋଟ ୧୦ ଲକ୍ଷ ଟଙ୍କାର ଦରମା ବି ଦେବେ । ତେବେ ମାର୍ଚ୍ଚ ୧୫ ତାରିଖରେ ବିଧିବଦ୍ଧ ଭାବେ ହେଲିପ୍ୟାଡରେ ରହିବ କ୍ଷୀର ଚାଷୀଙ୍କ ହେଲିକପ୍ଟର । ବ୍ୟବସାୟ ପାଇଁ ଚାଷୀଟିଏ ଏମିତି ଏକ ପଦକ୍ଷେପ ନେବା ପରେ ଏବେ ସବୁଠି ଚର୍ଚ୍ଚାରେ ଜନାର୍ଦ୍ଦନ ।

from Kanak News
via <a href="https://ifttt.com/?

ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର କରୁଛି ଚୀନ : ଆସିଲା ସ୍ୟାଟେଲାଇଟ୍ ଚିତ୍ର; ଫିଙ୍ଗର ଫାଇଭରୁ ୮ ପର୍ଯ୍ୟନ୍ତ ପଛକୁ ହଟୁଛି ଚୀନ୍ ସେନା

କନକ ବ୍ୟୁରୋ : ପୂର୍ବ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ ଭିତରେ ସହମତି ସତ୍ୱେ ପଛକୁ ହଟୁନଥିଲା ଚୀନା ସେନା । କିଛିଦିନ ତଳେ ସଂସଦରେ ଉତର ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଚୀନ ସେନା ପଛକୁ ହଟୁଛି । ଏଥିପାଇଁ ପ୍ରତିନିଧିସ୍ତରୀୟ କଥାବାର୍ତା ପରେ ଚୀନର ପିଏଲଏ, ସେନା ପ୍ରତ୍ୟାହାରକୁ ତ୍ୱରିତ କରିଛି । ବୁଧବାର ଏ ସଂପର୍କିତ କେତେକ ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡୁଛି ଚୀନ, ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ଶିବିର, ଯୁଦ୍ଧ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ସାମରିକ ଉପକରଣ ସବୁ ହଟାଇ ନେଇଛି । ଏହି ସାଟେଲାଇଟ ଚିତ୍ରକୁ ଉପଲବ୍ଧ କରାଇଛି ମାକ୍ସର ଟେକ୍ନୋଲୋଜିଜ୍ । ସଂସ୍ଥା ଜାନୁଆରୀ ୩୦ ତାରିଖର ଫଟୋ ଜାରି କରିଛି । ଯେଉଁଥିରେ ପେଙ୍ଗଙ୍ଗ ହ୍ରଦର ଉତର ଉପକୂଳରେ ଚୀନ ସେନାର ଏକାଧିକ ଶିବିର ଓ ଯୁଦ୍ଧ ଉପକରଣ ସବୁ ଦେଖାଯାଉଛି । ହେଲେ ଫେବ୍ରୁଆରୀ ୧୬ ତାରିଖରେ ପୁଣି ସମାନ ସ୍ଥାନର ନିଆଯାଇଥିବା ସାଟେଲାଇଟ ଚିତ୍ରରୁ ଜଣାପଡୁଛି ଯେ, ଏସବୁ ଅଂଚଳରୁ ହଟିସାରିଛି ଚୀନ ସେନା । ନୂଆ ଫଟୋରେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର ଅଂଚଳଗୁଡିକ ପରିସ୍କାର ଦେଖାଯାଉଛି ।

ପରସ୍ପରର ସେନା ପ୍ରତ୍ୟାହରକୁ ଦେଖି ଗୋଟିଏ ଗୋଟିଏ ପାଦ ପଛକୁ ଫେରୁଛନ୍ତି ଉଭୟ ଭାରତ ଓ ଚୀନ ସେନା । ପୂର୍ବ ଲଦାଖରେ ଥିବା ପେଙ୍ଗଙ୍ଗ ହ୍ରଦର ଉତର ଓ ଦକ୍ଷିଣ ଉପକୂଳ ଅଂଚଳରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ପ୍ରାୟ ସପ୍ତାହେ ସମୟ ଲାଗିବ । ଗତ ସପ୍ତାହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ ଉତର ରଖି କହିଥିଲେ ଯେ, ଚୀନ ସେନା ପେଙ୍ଗଙ୍ଗ ହ୍ରଦର ଫିଙ୍ଗର ୮ ପଛକୁ ହଟିବା ପାଇଁ ସମ୍ମତି ହୋଇଛି । ପୂର୍ବରୁ ଭାରତୀୟ ସେନା ଫିଙ୍ଗର ୪ ଯାଏଁ ଯାଉଥିଲା ଓ ପାଟ୍ରୋଲିଂ କରୁଥିଲା । ହେଲେ କରୋନା କାଳରେ ଚୀନ ସେନା ଫିଙ୍ଗର ୪ ଯାଏଁ ଆସି ଅସ୍ଥାୟୀ ବଙ୍କର, ସେନା ଶିବିର ଓ ଅନ୍ୟାନ୍ୟ ଅସ୍ଥାୟୀ ନିର୍ମାଣ କରି ଆଡ୍ଡା ଜମାଇଥିଲା । ଏପରିକି ପାଟ୍ରୋଲିଂ ପାଇଁ ଯାଉଥିବା ଭାରତାୟୀ ସେନାକୁ ବାଧା ଦେଉଥିଲା । ହେଲେ ଭାରତର ତୀବ୍ର ବିରୋଧ ପରେ ଫିଙ୍ଗର ୪ରୁ ଫିଙ୍ଗର ୮ ମଧ୍ୟରେ ଚୀନ ନିର୍ମାଣ କରିଥିଲା ସମସ୍ତ ଅସ୍ଥାୟୀ ସେନା ଶିବିର ହଟାଇ ନେଇଛି । ଏଠାରେ ମୁତୟନ କରିଥିବା ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ମଧ୍ୟ ପଛକୁ ଫେରାଇ ନେଇଛି । ଏଣିକି ପେଙ୍ଗଙ୍ଗର ଫିଙ୍ଗର ୮ ପଛକୁ ରହିବ ଚୀନ ସେନା । ସେହିପରି ଭାରତୀୟ ସେନା ଫିଙ୍ଗର ୩ ଅଂଚଳରେ ଥିବା ଧ୍ୟାନ ସିଂ ଥାପା ପୋଷ୍ଟ ନିକଟରେ ସ୍ଥାୟୀ ବେସ କରି ରହିବ ବୋଲି ସଂସଦରେ ସୂଚନା ଦେଇଥିଲେ ରାଜନାଥ ସିଂହ ।

ଭାରତ-ଚୀନ ସୀମା, ପୂର୍ବ ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସେନା ଭାରତ ମାଟିକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଗତବର୍ଷ ଏପ୍ରିଲରେ ଚୀନ ସେନାର ଏଭଳି ଚକ୍ରାନ୍ତ ସାମ୍ନାକୁ ଆସିବା ପରେ ବାଧା ଦେଇଥିଲେ ଭାରତୀୟ ସୈନିକ । ଫଳରେ ପୂର୍ବ ଲଦାଖର ଗଲୱାନ ଅଂଚଳରେ ଗତବର୍ଷ ଜୁନ ବେଳକୁ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ । ଚୀନର କେତେ ସେନା ମୃତାହତ ହୋଇଥିଲେ ତାହା ଜଣାପଡିନଥିଲା । ଏହାପରଠାରୁ ସୀମାରେ ଉତେଜନା କମ କରିବାକୁ ଦୁଇ ଦେଶର ସେନା ଅଧିକାରୀସ୍ତରୀୟ କଥାବାର୍ତା ବାରମ୍ବାର ହୋଇଛି । କିନ୍ତୁ ଚଂଚକତା କରି ବିବାଦୀୟ ଗଲୱାନ ଅଂଚଳରୁ ଚୀନ ପଛକୁ ହଟିଥିଲେ ମଧ୍ୟ ପେଙ୍ଗଙ୍ଗ ହ୍ରଦ ନିକଟରେ ଆଡ୍ଡା ଜମାଇ ବସିଥିଲା । ସମାନ ଢଙ୍ଗରେ ଭାରତୀୟ ସୈନିକ ମଧ୍ୟ ବିଭିନ୍ନ ଫିଙ୍ଗର ପୋଷ୍ଟରେ ଜଗି ରହିଥିଲେ । ଏବେ କିନ୍ତୁ ଚୀନ ଧିରେ ଧିରେ ପଛକୁ ହଟିବା ଆରମ୍ଭ କରିଛି । ପେଙ୍ଗଙ୍ଗରୁ ଚୀନ ପଛକୁ ହଟିବା ପରେ ଭାରତୀୟ ସୈନ୍ୟ ମଧ୍ୟ ପ୍ରତ୍ୟାହାର ହୋଇଛନ୍ତି । ଏପରିକି ଅନ୍ୟାନ୍ୟ ବିବାଦୀୟ ଅଂଚଳରୁ ମଧ୍ୟ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର କରିବାକୁ ଦୁଇଦେଶ ସହମତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ନୟାଗଡରେ ଅଧିକାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ତାଗିଦ : କାମ କର ନହେଲେ ବାହାର, ଯିଏ କାମ ନକରିବ ତା ବିରୋଧରେ ବିଭାଗୀୟ ମୁଖ୍ୟଙ୍କୁ କରାଯିବ ସୁପାରିଶ

କନକ ବ୍ୟୁରୋ : ଯେଉଁ ଅଫିସରମାନେ କାମ କରୁନାହାଁନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁପାରିଶ କରାଯିବ । ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ନୟାଗଡରେ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ଅଫିସରଙ୍କୁ କିଛି ଏଭଳି ତାଗିଦ କରିଛନ୍ତି, ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ।

ମାର୍ଚ୍ଚ ମାସ ପୂର୍ବରୁ ନୟାଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ବାକିଆ କାମ ଶେଷ କରିବା ପାଇଁ ବାବୁମାନଙ୍କୁ କଡା ଚେତାବନି ଦେଇଛନ୍ତି ଅରୁଣ ସାହୁ । ଯେଉଁ ବିଭାଗକୁ ଯେତିକି ଅନୁଦାନ ଆସିଛି ତାକୁ ଶେଷ କରି ତୁରନ୍ତ ୟୁଜର୍ସ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଖାସ କରି ଜଳସେଚନ, ପୂର୍ତ୍ତ, ପାନୀୟ ଜଳ ଯୋଗାଣ ଓ ପର୍ଯ୍ୟଟନ ବିଭାଗକୁ କଡା ଚେତାବନୀ ଦେବା ସହ ଆସନ୍ତା ଏପ୍ରିଲ ମାସରେ କାର୍ଯ୍ୟରେ ଅଗ୍ରଗତି ନେଇ ପୁଣିଥରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି । କରୋନାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ କହିଛନ୍ତି । ପାୟ ମାସେ ତଳେ ପ୍ରଥମ ସମୀକ୍ଷା କରାଯାଇଥିବା ବେଳେ ଏବେ ୨ୟ ଥର ପାଇଁ ନୟାଗଡ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା କରିଛନ୍ତି ଅରୁଣ ସାହୁ ।

from Kanak News
via <a href="https://ifttt.com/?

ଓଲଟିଲା ଗୋରୁ ବୋଝେଇ ଗାଡି : ୩ଜଣଙ୍କ ମୃତ୍ୟୁ, ଗାଡିରେ ଥିବା ୩୫ରୁ ଅଧିକ ଗୋରୁ ମୃତ  

କନକ ବ୍ୟୁରୋ : ଓଲଟିଲା ଗୋରୁ ବୋଝେଇ ଗାଡି । ବାଲେଶ୍ୱର ଜିଲ୍ଲା ବସ୍ତା ଗାନ୍ଧି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩୦ଫୁଟ୍ ତଳକୁ ଖସିପଡିଛି ଗୋରୁ ବୋଝେଇ କଣ୍ଟେନର୍ । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ପଟୁ ୧୦୦ରୁ ଉଦ୍ଧ୍ୱର୍ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଖବର ପାଇ ବସ୍ତା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ରାଜ୍ୟରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା : ଜାଣନ୍ତୁ ଆଜି ଓ କାଲି କେଉଁଠି ହେବ ବର୍ଷା

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ସ୍ଥାନାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଆଦି ସ୍ଥାନରେ କୁହୁଡ଼ି ବି ହୋଇପାରେ ।

ସେହିପରି ଆଜି ଓ ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ବି ସମ୍ଭାବନା ରହିଛି ।

from Kanak News
via <a href="https://ifttt.com/?

ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଆନ୍ଧ୍ର : ଓଡିଶା ଦାବି କରୁଥିବା ୩ଗାଁ ଆରକୁ ଲୋକସଭା କ୍ଷେତ୍ରରେ ଆସୁଛି

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ହୋଇଥିବା ଆବେଦନର ଜବାବରେ ଦାଖଲ କରିଛି ଆନ୍ଧ୍ର । ବିଜୟନଗରମ ଜିଲ୍ଲାପାଳ ଏହି ସତ୍ୟପାଠ ଦାଖଲ କରିଛନ୍ତି ।

ସତ୍ୟପାଠରେ କୁହାଯାଇଛି, ଓଡିଶା ଦାବି କରୁଥିବା ୩ଗାଁ ଗଂଜେଇବାଦରା, ପାଟୁଚିନ୍ନାଉରୁ , ଫଲଗୁଚିନ୍ନାଉରୁ ଆନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି । ଏପରିକି ଏହି ତିନି ଗାଁରେ ୨୦୦୬ ଓ ୨୦୧୩ରେ ପଂଚାୟତ ନିର୍ବାଚନ ହୋଇଥିଲା । ସେ ସମୟର ଭୋଟର ତାଲିକା, ଜିତିଥିବା ପ୍ରାର୍ଥୀଙ୍କ ନାଁ କରିଥିବା ଜଣାପଡିଛି ।

ସେହିପରି ୨୦୧୪ ହୋଇଥିବା ସଂସଦ ଓ ବିଧାନସଭା ନିର୍ବାଚନରେ ଏହି ସବୁ ଗ୍ରାମରେ ଥିବା ଭୋଟରଙ୍କ ତାଲିକା କୋର୍ଟରେ ଦେଇଛି । ଏଥିସହ ପଂଚାୟତ ଦ୍ୱାରା ଲୋକମାନଙ୍କୁ ଦିଆଯାଉଥିବା ସୁବିଧା ଦିଆଯାଉଛି । ୧୯୬୮ ଓ ୨୦୦୬ରେ ଏହି ଅଂଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଆନ୍ଧ୍ର କାର୍ଯ୍ୟ କରୁଛି । ସେତେବେଳେ ଏହି ଅଂଚଳ ଆନ୍ଧ୍ରରେ ଥିଲା ଓ ଏବେ ବି ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started