କର୍ଲାପାଟ ଅଭାୟାରଣ୍ୟରେ ହାତୀ ମଡ଼କ ଘଟଣା : ଆଜିଠାରୁ ୨୨ ତାରିଖ ଯାଏଁ ହାତୀ ମଡ଼କର ହେବ ତଦନ୍ତ

କନକ ବ୍ୟୁରୋ : କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ ଦଳ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାର ଅନୁଧ୍ୟାନ କରିବେ । ଆଜିଠାରୁ ୨୨ ତାରିଖ ଯାଏ ସେମାନେ କରଳାପାଟ ଯାଇ ହାତୀ ମଡ଼କର କାରଣ ଖୋଜିବେ । ପିସିସିଏଫ ଶଶୀ ପଲ ଏନେଇ ସୂଚନା ଦେଇଛନ୍ତି । ଡ୍ରୋନ କ୍ୟାମେରା ଓ ଟ୍ରାପ କ୍ୟାମେରା ଦ୍ୱାରା ଅନ୍ୟ ହାତୀଙ୍କ ଗତିବିଧିଙ୍କ ଲକ୍ଷ୍ୟ କରାଯାଉଛି ।

ଦୁଇ ପ୍ରକାର ଡ୍ରୋନ ବ୍ୟବହାର କରାଯାଉଛି  । ଗୋଟିକରେ ଥର୍ମାଲ ସେନ୍ସର ଲାଗିଛି ଯାହା ରାତିର ଗତିବିଧି ନିରୀକ୍ଷଣ  କରିବା ସହିତ ତାପମାତ୍ର ବିଷୟରେ ସୂଚନା ଦେବ । ଅନ୍ୟଟି ହାତୀର ଚଳପ୍ରଚଳ ଉପରେ ନଜର ରଖିବ । ସାହାଣ ରୋଗ ବା ହେମୋରେଜ ସେପ୍ଟିସେମିଆରେ ହାତୀ ମୃତ୍ୟୁ ରାଜ୍ୟରେ ପ୍ରଥମ ଘଟଣା । ଏହି ରୋଗ ସାଧାରଣତଃ ଗାଈ ଗୋରୁଙ୍କୁ ହୋଇଥାଏ । ତେଣୁ ନିକଟରେ ଥିବା ଜନବସତିର ସମସ୍ତ ଗାଈଗୋରୁଙ୍କୁ ଟିକା ଦିଆଯାଉଛି । ହାତୀ ବ୍ୟବହାର କରୁଥିବା ଜଳାଶୟକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି କହିଛନ୍ତି ପିସିସିଏଫ ।

ସୂଚନାନୁସାରେ, ଗତ ଫେବ୍ରୁଆରି ୧ ତାରିଖ ଠାରୁ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ମଧ୍ୟରେ ୬ଟି ମାଈ ହାତୀ ମୃତ୍ୟୁ ଘଟିଛି। ମୃତ୍ୟୁ ଘଟିବାର ମାସେ ପୂର୍ବରୁ ଜାକମ ଠାରେ ୨ଟି, କର୍ଲାପାଟ ଠାରେ ୨ଟି ଓ କିଆପଦର ଠାରେ ୨ଟି ସମେତ ୬ଟି ଟ୍ରାପ କ୍ୟାମେରା ଲାଗିଥିଲା । କିନ୍ତୁ ହାତୀ ମଡ଼କର ମାସେ ପୂର୍ବରୁ ଏହି ୬ଟି କ୍ୟାମେରାକୁ ବନ ବିଭାଗ ପକ୍ଷରୁ କାଢ଼ି ନିଆଯାଇଥିଲା । ଏହି କ୍ୟାମେରା କଢ଼ାଯିବା ନେଇ ମାଓବାଦୀ ଭୟ ଆଳ ନା ହାତୀ ମଡ଼କ ଷଡ଼ଯନ୍ତ୍ର ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ତରବରିଆ ଭାବରେ ଗତ ସପ୍ତାହ ତଳେ ସେମେଲ ପଦରରେ ଗୋଟିଏ, ଜାକମ ଠାରେ ଗୋଟିଏ ଟ୍ରାପ କ୍ୟାମେରା ଲାଗିଛି । କର୍ଲାପାଟ ଅଭୟାରଣ୍ୟ ପାଇଁ ମହଜୁଦ ଥିବା ୧୭ ଟି ଟ୍ରାପ କ୍ୟାମେରା ଖତଖାଇ ପଡ଼ିଛି । ଏହି ଟ୍ରାପ କ୍ୟାମେରା ନଥିବା ଯୋଗୁଁ ହାତୀ ମଡ଼କର ବହୁ ବିଳମ୍ବ ପରେ ବନ ବିଭାଗକୁ ଖବର ମିଳିଥିଲା ।

from Kanak News
via <a href="https://ifttt.com/?

ଚନ୍ଦ୍ରଭାଗା ମାଘ ମେଳା ବୁଡ ବନ୍ଦ : ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା; ନିର୍ଦ୍ଧାରିତ ୫୦୦ ଜଣ ସେବାୟତ ଓ ସୁରକ୍ଷା କର୍ମୀଙ୍କୁ ନେଇ ସଂପନ୍ନ ହେବ ପରମ୍ପରା

କନକ ବ୍ୟୁରୋ : କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ଆସନ୍ତା ୧୯ ତାରିଖରେ ପଡୁଛି ଏହି ମାଘ ସପ୍ତମୀ । ତେବେ ଏଥର ଏଠାରେ ବୁଡ଼ ପକାଇ ପାରିବେନି ଭକ୍ତ । ଆଜିଠାରୁ ୧୪୪ ଧାରା ଜାରି ହୋଇଛି । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି ।

ଏଥର ମାଘ ସପ୍ତମୀ ବୁଡରେ ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମୋଟ ୫୦୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ମାଘମେଳା ପାଇଁ କୋଭିଡ ସଂକ୍ରମଣକୁ ନଜରରେ ରଖି ୧୪୪ ଧାରା ଜାରି କରାଯାଇଛି । ମାଘ ସପ୍ତମୀର ସମସ୍ତ ରୀତିନୀତି ସରିବା ପରେ ଠାକୁରଙ୍କ ବୁଡ ନୀତି କରାଯିବ । ଏହା ପରେ କେବଳ ଅନୁମତି ପ୍ରାପ୍ତ ଭକ୍ତମାନେ ହିଁ ମାଘ ବୁଡ ପକାଇ ପାରିବେ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ପଂଚାୟତ ସଂପ୍ରସାରଣ ଅଧିକାରୀଙ୍କ ଘରେ ପୁଳା ପୁଳା ସଂପତି : ସମ୍ବଲପୁର ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ସମ୍ବଲପୁର ଭିଜିଲାନ୍ସ ପକ୍ଷର ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ । ଯୁଯୁମୁରା ବ୍ଲକ ନୂଆ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ନୂଆବରଙ୍ଗାମାଲ କାର୍ଯ୍ୟାଳୟରେ ଚଢାଉ ହେଉଛି ।

ଭିଜିଲାନ୍ସ ଚଢଉରେ ୫ଟି ଗାଡି, ୫ଟି ବିଭିନ୍ନ ବ୍ୟାଙ୍କ ଆକାଉଂଟ, ଲକ୍ଷାଧିକ ଟଙ୍କାର ପଲିସି, ବ୍ୟାଙ୍କ ଆକାଉଁଟରେ ୯ ଲକ୍ଷ ୯୬ ହଜାର, ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ବାସଭବନର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ବୋଲି ଆକଳନ କରାଯାଇଛି । ଘର ତିଆରି ହୋଇଥିବା ଜାଗାର ମୂଲ୍ୟ ୫ଲକ୍ଷରୁ ଅଧିକ ବୋଲି ହିସାବ କରିଛି ଭିଜିଲାନ୍ସ ବିଭାଗ । ପିଇଓ ସୁଦାମ ଚରଣଙ୍କ ସମସ୍ତ ସଂପତିର ଆକଳନ ସରିନାହିଁ ।

from Kanak News
via <a href="https://ifttt.com/?

ଆସନ୍ତାକାଲି ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବ ଆନ୍ଧ୍ର : କୋଟିଆ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ବୈଠକ

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଏନେଇ ତଥ୍ୟ ଯୋଗାଡରେ ଲାଗିପଡିଛନ୍ତି ରାଜ୍ୟ ସରକାର । କୋଟିଆର ସ୍ଥିତି ନେଇ ସମୀକ୍ଷା କରାଯାଇଛି । ରାଜସ୍ୱ ବିଭାଗ ସଚିବ, ଅତିରିକ୍ତ ସଚିବ, ଆଇନ୍ ସଚିବ, ଜିଲ୍ଲାପାଳ ପ୍ରମୁଖ ଗୁଗୁଲମିଟ୍ ଜରିଆରେ କରିଛନ୍ତି ଆଲୋଚନା । ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ କୋର୍ଟ ଅବମାନନା ମାମଲା ରୁଜୁ କରିବା ପରେ କୋଟିଆ ସଂପର୍କରେ ୧୯ ତାରିଖରେ ଆବଶ୍ୟକ ଦଲିଲ ଦାଖଲ କରିବା ନେଇ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ କୋଟିଆ ସଂପର୍କିତ କାଗଜପତ୍ରଗୁଡିକ ଦେବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ୧୯୬୮ ପରଠାରୁ ପଟାଙ୍ଗି ଓ କୋଟିଆ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି ଜିଲ୍ଲା ପ୍ରଶାସନ । ଆଜି ବିଧାନସଭା ଆରମ୍ଭ ହେଉଥିବା ବେଳେ ୧୯ ତାରିଖରେ ସୁପ୍ରିମକୋର୍ଟରେ ଆନ୍ଧ୍ର ତାହାର ଦଲିଲ ଉପସ୍ଥାପନ କରିବ। ରାଜ୍ୟ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ନିୟୋଜିତ ଥିବା ସରକାରଙ୍କ ଓକିଲଙ୍କୁ ସମସ୍ତ ତଥ୍ୟ ଦିଆଯାଇଥିବା କୁହାଯାଉଛି ।

from Kanak News
via <a href="https://ifttt.com/?

ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ରେଳ ରୋକ୍ ପାଇଁ ନିଷ୍ପତ୍ତି : ଆଜି ସାରାଦେଶରେ ୪ ଘଂଟିଆ ରେଳରୋକ ପାଇଁ ଚାଷୀ ସଂଗଠନର ଡାକରା

କନକ ବ୍ୟୁରୋ : ଆଜି ସାରା ଦେଶରେ ଚାଷୀ କରିବେ ରେଳ ରୋକ୍ । ଦେଶବ୍ୟାପୀ ୪ ଘଂଟିଆ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବା ପାଇଁ ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।

କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇମାସରୁ ଅଧିକ ସମୟ ହେଲାଣି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ବାରମ୍ବାର ସରକାର ଓ ଚାଷୀଙ୍କ ଭିତରେ ବୈଠକ ବସୁଥିଲେ ସୁଦ୍ଧା କୌଣସି ଫଳାଫଳ ବାହାରୁନି । ଯେପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରାଯାଇନି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ ।

from Kanak News
via <a href="https://ifttt.com/?

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା । ଚଳିତ ଅଧିବେଶନରେ ଚାଲିବ ପ୍ରଶ୍ନକାଳ ।

କନକ ବ୍ୟୁରୋ: ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୧୮ରୁ ମାର୍ଚ୍ଚ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ ଚଳିତ ଅଧିବେଶନ । ଫେବୃଆରୀ ୨୨ ତାରିଖରେ ଆଗତ ହେବ ବଜେଟ୍ । ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର କିନ୍ତୁ ପ୍ରଶ୍ନକାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଦେଢ ଘଣ୍ଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

ତେବେ ଏଥର ବଜେଟ୍ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହା ଉପରେ ୩ ଦିନ ଆଲୋଚନା ଚାଲିବ । ଫେବ୍ରୁଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ଏହା ଉପରେ ୩ ଦିନ ଆଲୋଚନା ହେବ । ଏହି ଅବସରରେ ଓଡିଶାକୁ କେନ୍ଦ୍ରୀୟ ଅବହେଳା ନେଇ ଆଲୋଚନା କରାଯିବ । କେନ୍ଦ୍ରୀୟ ଯୋଜନା ଓ ଜିଏସଟି କ୍ଷତି ଯୋଗୁଁ ଓଡିଶା ପ୍ରତିବର୍ଷ ୧୨ ହଜାର କୋଟି ହରାଇବ । ଏହା ସହିତ ରେଳବାଇରେ ଓଡିଶାକୁ ଅଶାନୁରୂପ ଅନୁଦାନ ମିଳିନି । ଏହି ପ୍ରସଙ୍ଗ ବି ରଖିବ ଶାସକ ଦଳ । ସେପଟେ ଚାଷୀ ସମସ୍ୟା, ସୀମା ବିବାଦ, ଜଳ ବିବାଦ, ତୈଳଦର ବୃଦ୍ଧି ଭଳି ପ୍ରସଙ୍ଗରେ କଂଗ୍ରେସ, ସରକାରଙ୍କୁ ଘେରିବାକୁ ଯୋଜନା ରଖିଛି । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

from Kanak News
via <a href="https://ifttt.com/?

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର । ୪ ଜଣଙ୍କର ମୃତ୍ୟୁ ।

କନକ ବ୍ୟୁରୋ: ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଦ୍ରୁତଗାମୀ ଟ୍ରାକ୍ଟର । ଯାହାଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ଝାରପୋଖରିଆ ପୋଲିସ ପହଁଚି ଉଦ୍ଧାରକାମକୁ ତ୍ୱରାନ୍ୱିତ କରିଛନ୍ତି । ଡମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ କରି ଘରକୁ ଫେରିବା ସମୟରେ କଳାକାରଙ୍କ ଗାଡି ଏପରି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ଦେଢ ବର୍ଷର ଶିଶୁ ସହିତ , ଜଣେ ପୁରୁଷ ଓ ମହିଳାଙ୍କର ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅଧିକ ଗୁରୁତରଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଆଦିବାସୀ କଳାକାର ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ବାଃରେ ପୁଅ ବାଃ… ତୋର ଏ କି ରୂପ ? ସାମ୍ନାକୁ ଆସିଲା ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମର ସତ । ସମ୍ପତ୍ତି ଭାଗବଣ୍ଟାରୁ ମାଆକୁ ଦେଉନଥିଲା ଖାଇବା… ଆତ୍ମାହୂତି ଥିଲା ବାହାନା

କନକ ବ୍ୟୁରୋ: ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ଘଟଣା । ସାମ୍ନାକୁ ଆସିଲା ଆତ୍ମହୂତି ଉଦ୍ୟମ ପଛର ସତ । ମହଙ୍ଗା ପଡିଲା ଆତ୍ମାହୂତିର ବାହାନା । ପେଟ୍ରୋଲ ଧରି ଧମକ ଦେଉଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ । ମଞ୍ଚେଶ୍ୱର ହଂସପାଳ ଅଞ୍ଚଳର ମାଗୁଣି ସାହୁଙ୍କୁ ଗିରଫ କଲା ପୋଲିସ । ବିଧାନସଭା ସାମ୍ନାରେ ହାଇଡ୍ରାମା କରୁଥିବା ଏ ବ୍ୟକ୍ତି ଜଣଙ୍କ ସତ ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ମାଗୁଣି ନିଜ ମାଙ୍କୁ ଖାଇବାକୁ ଦେଉନଥିବା ଅଭିଯୋଗ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିଥିବାରୁ ମାଙ୍କୁ ଖାଇବାକୁ ଦେଉନଥିବା ତାଙ୍କ ମାଆ କହିଛନ୍ତି । ପାରିବାରିକ ଝଗଡା ନେଇ ମାଗୁଣି ପୋଲିସ ଉପରେ ଚାପ ପକାଉଥିଲେ ବି ପୋଲିସ ଉଚିତ ତଦନ୍ତ କରୁଛି । ମାତ୍ର ଆଜି ମାଗୁଣି ବିଧାନସଭା ସାମ୍ନାରେ ପୋଲିସ ନାଁରେ ମିଥ୍ୟା ଅଭିଯୋଗ କରି ଆତ୍ମାହୂତି ଉଦ୍ୟମ କରିଥିଲେ । ତାଙ୍କୁ ଉଦ୍ଧାର କରିବା ପରେ ସତ ପଦାକୁ ଆସିଛି । ଆଉ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୋଲିସ ।

from Kanak News
via <a href="https://ifttt.com/?

ପଞ୍ଜାବ ପୌର ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କୁ ମିଳିଲା ମାତ୍ର ୯ଟି ଭୋଟ୍ । ପରିବାର ସଦସ୍ୟ ସଂଖ୍ୟା କିନ୍ତୁ ୨୦ । 

କନକ ବ୍ୟୁରୋ: କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ପଞ୍ଜାବରେ ପୌରନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସକୁ ବଡ ବିଜୟ ମିଳିଥିବାବେଳେ ବିଜେପି ଓ ଅକାଳୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରାର୍ଥୀକୁ ମାତ୍ର ୯ଟି ଭୋଟ୍ ମିଳିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏହି ନିର୍ବାଚନରେ ଗୁରୁଦାସପୁର ନଗରପାଳିକା ପରିଷଦର ୧୨ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଥିବା କିରଣ କୌରଙ୍କୁ ମାତ୍ର ୯ ଜଣ ଭୋଟର ଭୋଟ୍ ଦେଇଥିଲେ । ଯାହା ଫଳରେ ସେ ଲଜ୍ଜାଜନକ ପରାଜୟ ଭୋଗିଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଜଣକ ଇଭିଏମ୍ ହେରଫେର୍ କରିଥିବା ସେ ଅଭିଯୋଗ କରିଛନ୍ତି । କିରଣ କୌରଙ୍କ କହିବାମୁତାବକ ତାଙ୍କ ନିଜ ପରିବାର ସଦସ୍ୟଙ୍କ ସଂଖ୍ୟା ପାଖାପାଖି ୨୦ ହେବ । ହେଲେ ତାଙ୍କୁ ମାତ୍ର ୯ଟ ଭୋଟ୍ ମିଳିବା ଯୁକ୍ତିହୀନ । କଂଗ୍ରେସ ନିର୍ବାଚନରେ ହେରଫେର୍ କରିବା ସହିତ ତାଙ୍କୁ ହରେଇଛି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଆଇଏଫ୍-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ । ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍ ।

କନକ ବ୍ୟୁରୋ : ସାଉଦି ଆରବର ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଆୟୋଜିତ ୧୧ତମ ଆଇଏଫ-ଆଇଏ-ଓପେକ ଭର୍ଚୁଆଲ ଆଲୋଚନାଚକ୍ରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ବିଶ୍ୱ ଅର୍ଥନୀତିକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ଉତ୍ପାଦନ ହ୍ରାସକୁ ସ୍ୱାଭାବିକ କରିବାକୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ଏନର୍ଜି ଆଉଟଲୁକ’ ଶୀର୍ଷକ ଆଲୋଚନାରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ତୈଳ ଦର ବୃଦ୍ଧି ବିଶ୍ୱ ଆର୍ôଥକ ପୁନରୁଦ୍ଧାରକୁ କ୍ଷତି ପହଁଚାଉଛି । ଯାହାଦ୍ୱାରା ଏହାର ଚାହିଦା ହ୍ରାସ ପାଇଛି । ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକ ପୂର୍ବରୁ ଘୋଷଣା କରିଥିବା ତୈଳ ଉତ୍ପାଦନ ଅନୁଯାୟୀ ଅଧିକ ପରିମାଣରେ ଉତ୍ପାଦନ ହ୍ରାସ କରିଛନ୍ତି । ଏହାସହ ଅତିରିକ୍ତ ସ୍ୱେଚ୍ଛାକୃତ ଭାବରେ ଉତ୍ପାଦନ ମଧ୍ୟ ହ୍ରାସ କରାଯାଇଛି ।

କୋଭିଡ -୧୯ ମହାମାରୀ କାରଣରୁ ତୈଳ ଚାହିଦା ହ୍ରାସ ପାଇଛି । ତେଣୁ ଗତବର୍ଷ ଏପ୍ରିଲରେ ତୈଳ ଉତ୍ପାଦନକୁ ହ୍ରାସ କରିବା ପାଇଁ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକର ମିଳିତ ନିଷ୍ପତିକୁ ଭାରତ ସମର୍ଥନ କରିଥିଲା । ତେଣୁ ବର୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ପ୍ରଧାନ ତୈଳ ଉତ୍ପାଦନକାରୀ ଦେଶମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦୋହରାଇଛନ୍ତି ଯେ ଉଭୟ ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ମୂଲ୍ୟ ଯୁକ୍ତିଯୁକ୍ତ ହେବା ଉଚିତ୍ । ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଦ୍ୱାରା ଭାରତୀୟମାନେ ପ୍ରତିକୂଳ ଭାବରେ ପ୍ରଭାବିତ ହେଉଛନ୍ତି ।

ଓପେକ୍ ଏବଂ ଏନଭରମେଂଟାଲ ଇମ୍ପାକ୍ଟ ଆସେସମେଂଟ୍ ଦ୍ୱାରା ନିକଟରେ କରାଯାଇଥିବା ଆକଳନ ଅନୁସାରେ ୨୦୨୧ ମସିହାରେ ବିଶ୍ୱର ଇନ୍ଧନ ବ୍ୟବହାର ଦୈନିକ ୫.୬ ରୁ ୬ ମିଲିୟନ ବ୍ୟାରେଲ ବୃଦ୍ଧି ପାଇବ, ଯେଉଁଠାରେ ଏହି ଅଭିବୃଦ୍ଧିର ଅଧାରୁ ଅଧିକ ଭାରତ ଏବଂ ଚୀନରୁ ଆସିବ । ୨୦୪୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଚାହିଦା ତିନି ଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି  । ଏହି ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ବିଶ୍ୱ ଯେଉଁଠାରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି, ଭାରତ ସମେତ ଅନେକ ଉଦୀୟମାନ ଅର୍ଥନୀତି ଯେଉଁମାନେ ତୃଣମୂଳରୁ ପୁନରୁଦ୍ଧାର କରୁଛନ୍ତି ସେହି ଉପଭୋକ୍ତା ନେତୃତ୍ୱକାରୀ ଦେଶ ମାନଙ୍କୁ ଉର୍ଜା ବ୍ୟବହାର ପାଇଁ ଅନୁମତି ଦେବାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ଏହି ଭର୍ଚୁଆଲ ଆଲୋଚନାଚକ୍ରରେ ସାଉଦିଆରବର ମନ୍ତ୍ରୀ ଅବଦୁଲାଜିଜ୍ ବିନ ସଲମାନ ଅଲ୍ ସାଉଦଙ୍କ ସମେତ ମେକ୍ସିକୋର ଉର୍ଜା ସଚିବ, ନାଇଜେରିଆର ତୈଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ  । ଏହାସହ ବିଶ୍ୱର ଶ୍ରେଷ୍ଠ ଆନ୍ତ ସରକାରୀ ଉର୍ଜା ସଂସ୍ଥା ଯଥା ଆଇଏଇଏଫ, ଆଇଏ, ଓପେକ୍, ଇରିନା ଏବଂ ଜିଇସିଏଫର ମୁଖ୍ୟମାନେ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started