ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର । ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ଏଥିରେ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ । ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବା ବେଳେ ସବୁଠାରୁ ବଡ କଥା ହେଲା ଏହି ସଟ୍ ପାଇଁ ଖର୍ଚ୍ଚ ହୋଇଛି ଏକ କୋଟି ୬ ଲକ୍ଷ ଟଙ୍କା । ୨୫୦ ଜଣ କଳାକାରଙ୍କ ଏକ ଟିମ ୩୦ ଦିନ ଧରି ଏହି ସେଟକୁ ପ୍ରସ୍ତୁତ କରିଛନ୍ତି ।

କୁହାଯାଉଛି ପୂର୍ବରୁ ଏହି ସିନ୍କୁ ଇଟାଲୀରେ ସୁଟ କରିବା ପାଇଁ ଯୋଜନା ଥିଲା, କିନ୍ତୁ କରୋନା କାରଣରୁ ବିଦେଶ ଯିବା ସମ୍ଭବ ନହେବାରୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ସେଟକୁ ତିଆରି କରାଯାଇଛି । ଏହି ସଟରେ ଦେଖାଯାଇଥିବା ରେଳ ଷ୍ଟେସନ ଉପରେ ବିଶେଷ ଧ୍ୟାନ ଦିଆଯାଇ ଅନେକ ଟିଖନିଖ କାମ କରାଯାଇଛି । ଆସନ୍ତା ଜୁଲାଇ ୩୦ତାରିଖରେ ଏହି ଫିଲ୍ମ ରିଲିଜ ହେବ । ପ୍ରଥମ ଦିନରେ ଏହି ଫିଲ୍ମ ବ୍ୟବସାୟର ଅନେକ ରେକର୍ଡ ଭାଙ୍ଗିବ ବୋଲି ଦାବି କରାଯାଇଛି ।

ତେବେ ଗୋଟିଏ ସିନକୁ କୋଟି କୋଟି ଖର୍ଚ୍ଚ ହେବା ନୂଆ ନୁହେଁ । କିଛି ଦିନ ତଳେ କଙ୍ଗନା ରଣାୱତ ଏକ ଟୁଇଟ କରି ତାଙ୍କ ଅପକମିଂ ଫିଲ୍ମ ଧାକଡର ଏକ ଦୃଶ୍ୟ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରିଥିଲେ । ଗୋଟିଏ ଆକ୍ସନ ସିନ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦାବି କରିଥିଲେ କଙ୍ଗନା । ଏହି ଭିଡିଓରେ କଙ୍ଗନା ଜବରଦସ୍ତ ଷ୍ଟଂଟ କରୁଥିବା ନଜର ଆସିଛନ୍ତି । ହେଲେ ସୋସିଆଲ ମିଡିଆରେ କଙ୍ଗନାଙ୍କ ଏହି ଦାବିକୁ ବେଶ ସମାଲୋଚନା ମଧ୍ୟ କରାଯାଇଛି ।

from Kanak News
via <a href="https://ifttt.com/?

ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ ରହସ୍ୟ ଉପରୁ ହଟିଲା ପରଦା । ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ।

କନକ ବ୍ୟୁରୋ: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ୍ ଯୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି । ପ୍ରାୟ ୧ବର୍ଷ ହେଲା ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏପରିକି ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଥିଲା । ଏହାସହ ସେ ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତାଙ୍କ ଅନୁପସ୍ଥିତିକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ଶେଷରେ ଏଥିରେ ପୂର୍ଣ୍ଣଛେଦ ପଡିଛି । ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କୁ ପତ୍ନୀ ରି ସୋଲ୍ ଯୁଙ୍କ ସହ ଏକାଠି ଗୋଟିଏ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଉତ୍ତରକୋରିଆର ପୂର୍ବତନ ଶାସକ କିମ୍ ଜଙ୍ଗ ଦ୍ୱିତୀୟଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏକ ସଙ୍ଗୀତ କାର୍ଯ୍ୟକ୍ରମକୁ କିମଙ୍କ ସହ ପତ୍ନୀ ରି ସୋଲ୍ ଯୁ ଉପଭୋଗ କରୁଥିବାର ନଜର ଆସିଛନ୍ତି ।

ଉତ୍ତର କୋରିଆ ସେଂଟ୍ରାଲ ନ୍ୟୁଜ ଏଜେନ୍ସି ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଏହାସହ କୁହାଯାଇଛି ଯେ କିମ୍ ଓ ତାଙ୍କ ପତ୍ନୀ ଏଠାକୁ ଆସିବା ମାତ୍ରେ ତାଙ୍କୁ ସ୍ୱାଗତ କରିବା ପାଇଁ କରତାଳିରେ ଫାଟିପଡିଥିଲା ହଲ୍ । କରୋନା ମହାମାରୀ ଯୋଗୁଁ ସେ ସର୍ବସମ୍ମୁଖକୁ ଆସୁନଥିଲେ ଏବଂ ତାଙ୍କ ପିଲାଙ୍କ ଦେଖାଶୁଣା କରୁଥିଲେ ବୋଲି ସୂଚନା ମିଳିଛି ।

ଗତବର୍ଷ ଜାନୁଆରୀ ୨୫ତାରିଖରେ କିମଙ୍କ ସହ ରି ସୋଲ ଯୁଙ୍କୁ ନୂଆବର୍ଷ ପାଳନ କରୁଥିବା ଅବସରରେ ଦେଖିବାକୁ ମିଳିଥିଲା । ତା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା । ଏପରିକି ଗତବର୍ଷ ଅକ୍ଟୋବର ୧୦ତାରିଖରେ ବଡ ଧରଣର ସେନା ପରେଡ ଆୟୋଜନ ହୋଇଥିଲା । ପ୍ରତି ବର୍ଷ କିମଙ୍କ ସହ ଏହି କାର୍ଯ୍ୟକ୍ରମରେ ନଜର ଆସନ୍ତି ପତ୍ନି ରି ସୋଲ ଯୁ, କିନ୍ତୁ ଗତବର୍ଷ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଏହାପରେ ସେ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ସବୁ ଚର୍ଚ୍ଚାରେ ପୂଣ୍ଣଛେଦ ପଡିଛି । ଏବଂ ସର୍ବସମ୍ମୁଖରେ ନଜର ଆସିଛନ୍ତି ରି ସୋଲ୍ ଯୁ ।

from Kanak News
via <a href="https://ifttt.com/?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । 

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ସ୍ଥାନାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଆଦି ସ୍ଥାନରେ କୁହୁଡ଼ି ବି ହୋଇପାରେ।

ସେହିପରି ୧୮ରୁ ୧୯ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ବି ସମ୍ଭାବନା ରହିଛି।

from Kanak News
via <a href="https://ifttt.com/?

ଟୁଲ୍ କିଟ ମାମଲାରେ ଏବେ ଫୋକସରେ ନିକିତା ଜାକବ । ଦିଶା ରବିଙ୍କଠାରୁ ବି ରହିଛି ବଡ ଭୂମିକା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲ୍ କିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କାରଣ କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ବଡ ଭୂମିକା ରହିଛି । ତଦନ୍ତକାରୀ ଟିମ ଅନୁଯାୟୀ ଟୁଲ କିଟ ମାମଲାରେ ଦିଶା ରବିଙ୍କ ଠାରୁ ବଡ ଭୂମିକା ରହିଛି ନିକିତା ଜାକବଙ୍କର । କାରଣ ଗ୍ରେଟା ଥନବର୍ଗଙ୍କ ଜରିଆରେ ସେ ଟୁଲ୍ କିଟକୁ ଅଧିକ ଲୋକଙ୍କ ନିକଟରେ ପଂହଚାଇବାକୁ ଚାହୁଁଥିଲେ ।

ନିକିତାଙ୍କର ହ୍ୱାଟ୍ସଆପ୍ ଚାଟ, ଇମେଲ ଓ ଡାଟା ଏକ ପେନଡ୍ରାଇଭ, ଡେସ୍କଟପ ଓ ମୋବାଇଲରୁ ଜବତ କରାଯାଇଛି । ନିକିତା ସିଗନାଲ, ଟେଲିଗ୍ରାମ, ସର୍ଫସାର୍କ, ପ୍ରୋଟେନ ଭିଏମ ଓ ସାଇବର ଘୋଷ୍ଟ ଭଳି ଆପ୍ ବ୍ୟବହାର କରୁଥିବା ଜଣାପଡିଛି । ଏପରିକି ଖାଲିସ୍ତାନୀ ସଂସ୍ଥା ‘ପଏଟିକ ଜଷ୍ଟିସ ଫାଉଣ୍ଡେସନ’ର ଏକ ଇମେଲ ମଧ୍ୟ ନିକିତା ବ୍ୟବହାର କରଥିବା ତଦନ୍ତରୁ ଜଣାପଡିଛି ।

ଏହି ମାମଲାରେ ଏବେ ନିକିତା ଜାକବଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ତାଙ୍କୁ ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଅର୍ଥାତ ଏହି ସମୟ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବନାହିଁ । କୋର୍ଟ କହିଛନ୍ତି ଯଦି ଏହି ସମୟ ଭିତରେ ନିକିତା ଗିରଫ ହୁଅନ୍ତି ତେବେ ୨୫ହଜାର ଟଙ୍କା ମୁଚାଲିକା ଦାଖଲ କରି ମୁକୁଳିପାରିବେ । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ଶାନ୍ତନୁଙ୍କୁ ମଧ୍ୟ ୧୦ ଦିନ ଅନ୍ତରୀଣ ଜାମିନ ମିଳିସାରିଛି ।

ଟୁଲ୍କିଟ ମାମଲାରେ ଗତ ସପ୍ତାହରେ ପରିବେଶକର୍ମୀ ଦିଶା ରବିଙ୍କୁ ବେଙ୍ଗାଲୁରରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଗିରଫ ପରେ ନିକିତା ଓ ଶାନ୍ତନୁଙ୍କ ନାଁ ଜେରା ସମୟରେ ପ୍ରକାଶ କରିଥିଲେ ଦିଶା । ନିକିତା ଓ ଶାନ୍ତନୁଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିବା ବେଳେ ଉଭୟଙ୍କୁ ଅନ୍ତରୀଣ ଜାମିନ ଦେଇଛି କୋର୍ଟ । ଦିଶା, ନିକିତା ଓ ଶାନ୍ତନୁ ଖଲିସ୍ତାନୀ ସଂଗଠନ ସହ ଜଡିତ ରହିବା ସହ ଟୁଲକିଟ ନିର୍ମାଣ କରିବାରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିକି ଦିଲ୍ଲୀରେ ହିଂସାକୁ ଅଧିକ ଉଗ୍ର କରିବା ପାଇଁ କାନାଡାରେ ବସିଥିବା ଖଲିସ୍ତାନୀ ସଂଗଠନ ସହ ଜୁମ ଆପରେ ବୈଠକ ମଧ୍ୟ କରିଥିଲେ ।

ଚାଷୀ ଆନ୍ଦୋଳନ ସମ୍ପର୍କରେ ଏହି ଟୁଲ୍ କିଟ୍କୁ ଏଡିଟ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ନେଇ ନିକିତା, ଶାନ୍ତନୁ ଓ ଦିଶାଙ୍କ ନାଁରେ ଅଭିଯୋଗ ରହିଛି । ଏହା ହେଉଛି ସେହି ଟୁଲ୍ କିଟ ଯାହାକୁ ସ୍ୱିଡିଶ ପରିବେଶବିତ ଗ୍ରେଟା ଥନବର୍ଗ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଏହେଉଛି ସେହି ଗୁଗଲ ଡକ୍ୟୁମେଂଟ ଯାହାକୁୁ ୩ତାରିଖ ଦିନ ଗ୍ରେଟା ନିଜର ଟ୍ୱିଟର ଆକାଉଂଟରୁ ସେୟାର କରିବା ପରେ ପୁଣି ଡିଲିଟ କରିଦେଇଥିଲେ । କିନ୍ତୁ ଏହି ଡକ୍ୟୁମେଂଟରେ ଥିବା ଷଡଯନ୍ତ୍ର ସମସ୍ତଙ୍କ ସାମ୍ନାକୁ ଆସିସାରିଥିଲା । ଏବେ ନଜର ପକାନ୍ତୁ :

କ’ଣ ଏହି ଟୁଲ୍ କିଟ?
– କୌଣସି ପ୍ରସଙ୍ଗକୁ ବୁଝାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଗୁଗଲ ଡକ୍ୟୁମେଂଟ ହେଉଛି ଟୁଲ୍ କିଟ୍
– ସମସ୍ୟାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ଏଥିରେ ସୂଚନା ଦିଆଯାଇଥାଏ
– ଆକ୍ସନ ପଏଂଟ ସମ୍ପର୍କରେ ଏଥିରେ ଉଲ୍ଲେଖ ଥାଏ
– ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଏ
– କ୍ୟାମ୍ପେନ ସମେତ ସାମୁହିକ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦିଆଯାଏ
– ଏଥିରେ ଯେକୌଣସି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଓ ଜନଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଏ

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରକୁ କିଏ ଦାନ କଲା ୫ କେଜିର ସୁନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୭୫ ଲକ୍ଷ ।

କନକ ବ୍ୟୁରୋ: ବସନ୍ତ ପଂଚମୀରେ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି ଭକ୍ତ । ଏହି ଅଳଙ୍କାର ଭିତରେ ଅଛି ବଡଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ସେହିପରି ମାଆ ସୁଭଦ୍ରାଙ୍କ ପାଇଁ ୨ଟି ତଡକି ଓ ୨ଟି ଝୋବା । ଏହି ଗହଣାରେ ମୋଟ୍ ୪ କେଜି ୮୫୮ ଗ୍ରାମର ସୁନା ଓ ୩ କେଜି ୮୭୬ ଗ୍ରାମର ରୁପା ବ୍ୟବହାର ହୋଇଛି ।ଯାହାର ଆନୁମାନିକ ମୁଲ୍ୟ ୨କୋଟି ୭୫ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ।

ତେବେ ଶ୍ରୀମନ୍ଦିରକୁ ଏତେ ପରିମାଣର ସୁନା ଦାନ କରିଥିବା ଏହି ଭକ୍ତ ଜଣଙ୍କ କିଏ । ଯେଉଁ ପେଟିରେ ଏହି ଗହଣା ଭର୍ତି କରି ଅଣାଯାଇଥିଲା, ସେଥିରେ ଲେଖାଅଛି, ରିଲାଏନ୍ସ ଜୁଏଲାରୀ ଜନପଥ ଭୁବନେଶ୍ୱର । ଚର୍ଚ୍ଚା ହେଉଛ, ମୁମ୍ବାଇର ଜଣେ ବିଶିଷ୍ଟ ଶିଳ୍ପପତି ଏହି ସୁନା ଦାନ କରିଛନ୍ତି । ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ନାମକୁ ଗୋପନ ରଖାଯାଇଛି । କିନ୍ତୁ ଏକଥା ଚର୍ଚ୍ଚା ହେଉଛି ଯେ, ଏହି ବିଶିଷ୍ଟ ଶିଳ୍ପପତି ପ୍ରଥମେ ଶ୍ରୀମନ୍ଦିରକୁ ସୁନା ଦାନ କରିବାକୁ ଚାହୁଁଥିଲେ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ, ଆଉ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୁନା ଗହଣା ଦେବା ପାଇଁ କୁହାଯାଇଥିଲା ।

ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ସୁନା ଅଳଙ୍କାର ସବୁ ବ୍ୟବହାର ହେବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦାନାରେ ମିଳିଥିବା ସୁବର୍ଣ୍ଣ ଅଳଙ୍କାରକୁ ଶ୍ରୀମନ୍ଦିର ଗୋଦାମ ଗୃହରେ ଯଉମୁଦ ଦିଆଯାଇ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

from Kanak News
via <a href="https://ifttt.com/?

ଆନ୍ଦୋଳନରତ ଚାଷୀଙ୍କ ଅରାଜକତାର ନୂଆ ପ୍ରମାଣ । ଜାନୁଆରୀ ୨୬ ହିଂସାରେ ପୋଲିସ କର୍ମୀଙ୍କୁ ଚାଷୀ ଲାଠିରେ ମାଡ ମାରୁଥିବାର ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ ।

କନକ ବ୍ୟୁରୋ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କଣ ଘଟିଲା ତାହା ସମସ୍ତେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀମାନେ କିଭଳି ଅରାଜକତା କଲେ ତାହା ଆପଣ ଟିଭି ପରଦାରେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀଙ୍କ ହିଂସାକାଣ୍ଡର ନୂଆ ନୂଆ ଭିଡିଓ ସାମନାକୁ ଆସୁଛି । ଏହାରି ଭିତରେ ୨୬ ଜାନୁଆରୀରେ ଚାଷୀଙ୍କ ଉତ୍ପାତର ଏକ ନୂଆ ଭିଡିଓ ସାମ୍ନାକୁ ଆଣିଛି ଦିଲ୍ଲୀ ପୋଲିସ । ଚାଷୀଙ୍କ ଉପରେ ପୋଲିସ ବଳପ୍ରୟୋଗ ନେଇ ଅଭିଯୋଗ ଭିତରେ ଏହି ଭିଡିଓ କିଛି ଭିନ୍ନ ତଥ୍ୟ ବୟାନ କରୁଛି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଭଳି ଚାଷୀମାନେ ହାତରେ ଲାଠି ଧରି ପୋଲିସ ଉପରେ ଆକ୍ରମଣ କରୁଛନ୍ତି । ଆଉ ପୋଲିସ କେବଳ ଆତ୍ମରକ୍ଷା ପାଇଁ ପ୍ରୟାସ ଚଳାଇଛି । ହାତରେ ଲାଠି ଧରି ମାଡି ଯାଉଛନ୍ତି ଚାଷୀ । ଶତାଧିକ ଚାଷୀ ଏକାଥରକେ ପୋଲିସ ଉପରେ ଆକ୍ରମଣ କରୁଥିବା ବେଳେ ନିଜ ଆତ୍ମରକ୍ଷା ପାଇଁ ଚେଷ୍ଟା ଚଳାଇଛନ୍ତି ସୁରକ୍ଷାରେ ଥିବା ଦିଲ୍ଲୀ ପୋଲିସ ।

ଲାଲକିଲ୍ଲାରେ ଜାନୁଆରୀ ୨୬ ତାରିଖରେ କିଛି ଚାଷୀ ହାତରେ ମାରଣାସ୍ତ୍ର ଧରିି ହିଂସା କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏହି ମାମଲାରେ ମନିନ୍ଦର ସିଂ ମୋନିଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରୁ ମନିନ୍ଦରକୁ ଗିରଫ କରାଯିବା ସହ ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ । ଜାନୁଆରୀ ୨୬ ହିଂସା କାଣ୍ଡର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ଖୋଜୁଥିଲା ପୋଲିସ ।

ଅପରପକ୍ଷରେ ଟ୍ରାକ୍ଟର ରାଲି ଓ ଚକା ଜାମ ପରେ ଏବେ ଆସନ୍ତାକାଲି ୧୮ ତାରିଖରେ ଦେଶବ୍ୟାପି ୪ ଘଂଟିଆ ରେଳରୋକ କରବାକୁ ନିଷ୍ପତି ନେଇଛି ଚାଷୀ ସଂଗଠନ । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ରେଳରୋକ କରିବା ପାଇଁ ଚାଷୀ ସଂଗଠନ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା ।

କନକ ବ୍ୟୁରୋ : ଓଡିଶା ସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ପଂଚାୟତ ନିର୍ବାଚନ କରାଇଛି । ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ଜୋର ଧରିବ ସୀମା ବିବାଦ ତାତି । ପୂର୍ବରେ ପଶ୍ଚିମ ବଙ୍ଗ ବାଲି ଚୋରି କରୁଥିବା ବେଳେ ଉତରରେ ଝାଡଖଣ୍ଡ ପାହାଡ ଚୋରି କରୁଛନ୍ତି । ଅନ୍ୟପଟେ ପଶ୍ଚିମରେ ଛତିଶଗଡ ରାଜ୍ୟପାଇଁ ପାଣିସମସ୍ୟା କରିଥିବା ବେଳେ ଆନ୍ଧ୍ର ଦକ୍ଷିଣରେ ଓଡିଶା ଭିତରକୁ ମାଡି ବସୁଛି ।

କେବଳ ସୀମା ବିବାଦ ନୁହେଁ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚାଷୀ ସମସ୍ୟା , ପାଣି ସମସ୍ୟା, ତେଲ ଦର ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଗୁରୁତ୍ୱ ଦେଇ ଆଲୋଚନା କରିବାକୁ ଆହ୍ୱାନ ଦେଇଛି । ସେପଟେ ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର ପ୍ରଶ୍ନ କାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଛି । ଏହାସହ ଦେଢ ଘଂଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

ଏପଟେ ଶାସକ ବିଜେଡି ସମେତ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବିଧାୟକ ଦଳର ବୈଠକରେ ବଜେଟ୍ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଚଳିତ ଅଧିବେଶନ ଦୁଇଟ ପର୍ଯ୍ୟାୟରେ ଫେବୃଆରୀ ୧୮ରୁ  ମାର୍ଚ୍ଚ ୩୧ ଯାଏଁ ଚାଲିବ ।

from Kanak News
via <a href="https://ifttt.com/?

ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଫୋନ ନମ୍ବର ଡିଆକ୍ଟିଭେଟ୍ ହୋଇଯିବ କହି ଡାକ୍ତରଙ୍କୁ ଆସିଲା ଫୋନ କଲ୍ । ଏଟିଏମ୍ କାର୍ଡ ନମ୍ବର, ଓଟିପି ଦେବା ପରେ ସବୁ ଲୁଟିନେଲେ ସାଇବର ଠକ ।

କନକ ବ୍ୟୁରୋ: ଡାକ୍ତର ସନାତନ ମହାନ୍ତି । ଜଣେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ । ଅନୁମାନ କରନ୍ତୁ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଯଦି ଏପରି ହୋଇପାରେ ତେବେ ଜଣେ ସାଧାରଣ ଲୋକକୁ ଠକିବା କେତେ ସହଜ ହେବ । ଏଟିଏମ କାର୍ଡ ଜରିଆରେ ମୋବାଇଲ ନମ୍ବରରେ ଏକ ରିଚାର୍ଜ ନକଲେ ମୋବାଇଲ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଲୁଟେରା । ସନାତନ ବାବୁ ଠକର କହିବାନୁସାରେ ଏକ ଆପ ଡାଉନଲୋଡ କରିଥିଲେ । ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ପର୍ଯ୍ୟାୟ କ୍ରମେ ଆକାଉଂଟରୁ ଖାଲି ହୋଇଗଲା ୭୭ଲକ୍ଷ ଟଙ୍କା ।

ଏହି ଫୋନ କୋଲକାତାରୁ ଆସିଥିବା ସନ୍ଦେହ କରାଯାଉଛି । କାରଣ ଲୁଟେରା ବଙ୍ଗାଳି ଏବଂ ହିନ୍ଦୀ ଭାଷାରେ କଥା ହେଉଥିଲା । ସନାତନ ତାଙ୍କ ସହିତ ଠକେଇ ହୋଇଛି ବୋଲି ସେତେବେଳେ ଜାଣିଥିଲେ ଯେତେବେଳେ ଘର କାମ ପାଇଁ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ସେତେବେଳେକୁ ସବୁକିଛି ଖତମ । ଡାକ୍ତରଙ୍କ ଜୀବନ ଯାକର ସଂଚିତ ପୁଞ୍ଜି କିଛି ସମୟ ମଧ୍ୟରେ ଗାୟବ ହୋଇଯାଇଛି ।

ଓଡିଶାରେ ଏ ପର୍ଯ୍ୟନ୍ତ ହୋଇଥିବା ସାଇବର ଠକେଇ ଏହି ଘଟଣା ସବୁଠୁ ବଡ ବୋଲି କୁହାଯାଉଛି । ଏନେଇ ସନାତନ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏବେ ନଜର ରହିବ ପୋଲିସ ଏହି ସାଇବର ଠକ ପାଖରେ କେବେ ପହଂଚୁଛି ।

from Kanak News
via <a href="https://ifttt.com/?

ପୁଣି କଡ଼ ଲେଉଟେଇବ କି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧୧ ହଜାର ୮ ଶହ ଟପିଲା ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ମାସକ ଭିତରେ ପ୍ରାୟ ୯୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଜନଜୀବନ ସ୍ୱାଭାଭିକ ହୋଇ ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି ସଂକ୍ରମଣ । କିଛି ଦିନ ଧରି ଦେଶରେ ୧୦ ହଜାର ତଳକୁ ନୂଆ ପଜିଟିଭ୍ ଚିହ୍ନଟ ହେଉଥିଲେ । ଆଶା କରାଯାଉଥିଲା, ଦିନ ଗଡ଼ିବା ସହ ୫ ହଜାର ତଳକୁ ଖସିଯିବ ଦୈନିକ ସଂକ୍ରମଣ । ହେଲେ ଏହି ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ୧୧ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଦୈନିକ କରୋନା ମୃତ୍ୟୁ
ଫେବ୍ରୁଆରୀ ୧୩ – ୮୫
ଫେବ୍ରୁଆରୀ ୧୪ – ୯୧
ଫେବ୍ରୁଆରୀ ୧୫ – ୭୬
ଫେବ୍ରୁଆରୀ ୧୬ – ୧୦୯

ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଗତ ତିନି ଦିନ ଧରି ୧୦୦ ତଳକୁ ରହୁଥିଲା । ଏହା କେବେ ଶୂନ ହେବ, ସମସ୍ତଙ୍କ ନଜର ରହିଥିଲା । ତେବେ ଏହି ସଂଖ୍ୟା ମଧ୍ୟ ବଢ଼ିଛି । ଗତ ୨୪ ଘଂଟର ମଧ୍ୟରେ କରୋନାରେ ୧୦୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
ସବୁଠୁ ଚିନ୍ତାଜନକ ହୋଇଛି ମହାରାଷ୍ଟ୍ର ଓ କେରଳର ସ୍ଥିତି । ଦେଶରେ ଯେତିକି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ୭୫ ପ୍ରତିଶତ ମାମଲା ଆସିଛି ଏହି ଦୁଇ ରାଜ୍ୟରୁ । ସ୍ଥିତି ନିୟନ୍ତ୍ରଣକୁ ନଆସିେଲେ ପୁଣିଥରେ ଲକ୍ଡାଉନ୍ ଭଳି ସ୍ଥିତି ଉପୁଜିବ ବୋଲି ସତର୍କ କରାଇଛନ୍ତି ମହାରାଷ୍ଟ୍ର ସରକାର ।

ଜାନୁଆରୀ ମଧ୍ୟଭାଗରୁ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ହଜାର ଉପରେ ରହୁଛି । ତେବେ ଫେବ୍ରୁଆରୀ ମାସର ଦ୍ୱିତୀୟ ସପ୍ତାହରେ କରୋନା ଆକ୍ରାନ୍ତ ହାର ପୂର୍ବ ସପ୍ତାହ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇଛି । ଏପଟେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଭାରତକୁ ଆସିଥିବା ନେଇ ସୂଚନା ମିଳିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି ।

ଏବେ ନଜର ପକାନ୍ତୁ ଓଡ଼ିଶାର ସ୍ଥିତି ଉପରେ –
ଫେବ୍ରୁଆରୀ ୧୩ – ୭୩
ଫେବ୍ରୁଆରୀ ୧୪ – ୮୮
ଫେବ୍ରୁଆରୀ ୧୫ – ୬୦
ଫେବ୍ରୁଆରୀ ୧୬ – ୭୫
ଦେଶରେ ମୋଟ ୧ଲକ୍ଷ ୩୪ ହଜାର ୨୮ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ରାଜ୍ୟରେ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ରହିଛି ୭୩୨ ।

from Kanak News
via <a href="https://ifttt.com/?

ଲଗାମ ଛଡ଼ା ହେଉଛି ତେଲ ଦର । ଦେଶର କିଛି ସ୍ଥାନରେ ସେଞ୍ଚୁରୀ ମାରିଲା ପେଟ୍ରୋଲ । ଏପଟେ ମାଲକାନଗିରିର କାଲିମେଳାରେ ୯୫ ଟଙ୍କା ଟପିଲା । 

କନକ ବ୍ୟୁରୋ : ସେଂଚୁରୀ ମାରିଲା ପେଟ୍ରୋଲ ଦର । ରାଜସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଯାଇଛି । ଏପଟେ ଓଡିଶାର ଅଧିକାଂଶ ସ୍ଥାନରେ ୯୦ ଉପରେ ରହିଛି ଦର । ସେପଟେ କାଲିମେଳାରେ ପେଟ୍ରୋଲ ୯୫ ଟଙ୍କା ୭୩ ପଇସାରେ ପହଁଚିଛି । ଭୁବନେଶ୍ୱରରେ ମଧ୍ୟ ଦାମ୍ ଟପିଲାଣି ୯୦ ଟଙ୍କା । ବଢୁଥିବା ତେଲ ଦାମକୁ ବିରୋଧ କରି ପ୍ରତିବାଦକୁ ଓହ୍ଲାଇଛି ଯୁବ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଆଗରେ ବିରୋଧ ପ୍ରଦର୍ଶନ କରି ପୋଲିସ ସହ ଠେଲାପେଲା କରିଛନ୍ତି ଯୁବ କଂଗ୍ରେସ କର୍ମୀ । ପେଟ୍ରୋଲ ଦାମ, କେଉଁଠି କେତେ?

କାଲିମେଳା—୯୫ ଟଙ୍କା ୭୩ ପଇସା

ମାଲକାନଗିରି – ୯୪ ଟଙ୍କା ୮୮ ପଇସା

ପାରଳାଖେମୁଣ୍ଡି—୯୨ ଟଙ୍କା ୩୧ ପଇସା

ଭୁବନେଶ୍ୱର—୯୦ଟଙ୍କା ୨୫ ପଇସା

କଟକ – ୯୦ ଟଙ୍କା ୫୫ ପଇସା

ସମ୍ବଲପୁର—୯୦ ଟଙ୍କା ୮୦ ପଇସା

ଶ୍ରୀଗଙ୍ଗାନଗର(ରାଜସ୍ଥାନ) – ୧୦୦ ଟଙ୍କା ୧୩ ପଇସା

ରାଜ୍ୟରେ ତୈଳଦରର ଏପରି ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । କେନ୍ଦ୍ର ପେଟ୍ରୋଲଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଯୁବ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସଭବନ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ ଯୁବ କଂଗ୍ରେସ ସଭାପତିଙ୍କ ସମେତ ଅନେକ କର୍ମୀଙ୍କୁ ପୋଲିସ ଗିରଫ କରିଛି । ରାଜ୍ୟରେ ତେଲ ଦର ନକମିବା ଯାଏଁ ବିରୋଧ ଜାରି ରଖିବାକୁ ଚେତାବନୀ ଦେଇଛି ଯୁବ କଂଗ୍ରେସ ।

ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ପରେ କରୋନା ମହାମାରୀର ଆଳ ଦେଖାଇ ରାଜସ୍ୱ ବୃଦ୍ଧି ପାଇଁ ଟିକସ ବଢ଼ାଇଥିଲେ ସରକାର । ଏବେ କିନ୍ତୁ ଅଶୋଧି୍ତ ତେଲ ଦର ବଢ଼ିଛି, କିନ୍ତୁ ଟିକସ କମାଇନାହାନ୍ତି ସରକାର । ଏପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଦର୍ଶାଇ ମନଇଚ୍ଛା ତେଲ ଦର ବଢ଼ାଇ ଚାଲିଛନ୍ତି ତୈଳ କଂପାନୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started