ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଜବାବ ଦେଲେ ମାନସ ମଙ୍ଗରାଜ । କହିଲେ, ମିଥ୍ୟା ତଥ୍ୟ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାନ୍ତୁ ନାହିଁ ।

କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମିନଥିବା ବେଳେ ଏହାକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ।

ଏଥିସହିତ ତାଙ୍କର ବକ୍ତବ୍ୟକୁ ଯେଭଳି ଭୁଲ ଭାବେ ଦର୍ଶାଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି । ସେ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲେ ଯେ, କୋଲକାତା ଠାରେ ଥିବା ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ, ଯାହାକି ବର୍ତ୍ତମାନ ପ୍ରଶ୍ନବାଚୀ । ଏଥିସହିତ ସଂସ୍କୃତି ନିର୍ଦ୍ଦେଶକ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି । କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିର ପାଇଁ ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବକ୍ତବ୍ୟ ଦେଇଛନ୍ତି ।

ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନାହାନ୍ତି । ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଓ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ତାଙ୍କୁ ବୁଝିବା କଷ୍ଟକର ବୋଲି ସେ କହିଛନ୍ତି । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଏହି ପ୍ରସଙ୍ଗକୁ ବୁଝିପାରିଛନ୍ତି।

ଏହାସହ ସାଂସଦ ଅପରାଜିତା ଦୀର୍ଘ ଦିନ ଧରି ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । ହେଲେ ସେ ଆମସର ଆଇନକୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ ମଙ୍ଗରାଜ କହିଛନ୍ତି । ତେଣୁ ସବୁଠାରୁ ଭଲ ହେବ ସେ ଆମସର ଆଇନକୁ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କ ଉପରେ ଚାପ ପକାଇବାକୁ କାଲି ଦେଶସାରା ରେଳରୋକ କରିବେ ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ବନ୍ଦ ରହିବ ରେଳ ସେବା

କନକ ବ୍ୟୁରୋ : ସଂଯୁକ୍ତ କିଷାନ ମୋର୍ଚ୍ଚା କାଲି ସାରା ଦେଶରେ ରେଳରୋକ୍ ଆନ୍ଦୋଳନ କରିବ ବୋଲି ଡାକରା ଦେଇଛି । କାଲି ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଦେଶର ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ରୋକ୍ କରିବ କୃଷକ ସଂଗଠନ । ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକ ନେତା ମଞ୍ଜିତ୍ ସିଂ ଧନେର କହିଛନ୍ତି କି ଯେଉଁ କୃଷକ ମାନେ ଟିକରୀ, ସିଂଘୁ, ଓ ଗାଜିପୁର ସୀମାରେ ଧାରଣାରେ ବସିଛନ୍ତି ସେମାନେ ରେଳ ରୋକରେ ସାମିଲ ହେବେ ନାହିଁ । ଯେଉଁ କୃଷକ ମାନେ ଗାଁରେ ରହି କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେହିମାନେ ହିଁ ରେଳ ରୋକରେ ସାମିଲ ହେବେ ।

ସେ ଆହୁରି କହିଛନ୍ତି କି ଗତ ୬ ତାରିଖ ଦିନ ଯେଉଁ ଚକାଜାମ୍ ଆନ୍ଦୋଳନ କରାଯାଇଥିଲା ସେଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟକୁ ବାଦ ଦିଆଯାଇଥିଲା । ମାତ୍ର ଏଥର ରେଳରୋକ୍ ଆନ୍ଦୋଳନରେ ପୁରା ଦେଶର କୃଷକ ମାନେ ଭାଗ ନେବେ । ଏହି ରେଳରୋକ ଆନ୍ଦୋଳନ ମୁଖ୍ୟତ ସରକାରଙ୍କ ଉପରେ ଚାପ ପକାଇବାକୁ କରାଯାଉଛି ବୋଲି ଶ୍ରୀ ଧନେର କହିଛନ୍ତି ।

କହିରଖୁ କି ପାଖା ପାଖି ୩ ମାସ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ବିଲକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରରେ ଚାଷୀ ମାନେ ଧାରଣାରେ ବସିଛନ୍ତି । ଏନେଇ ସରକାର ଓ ଚାଷୀ ସଂଗଠନର ନେତା ମାନେ ୧୧ ଥର ବୈଠକ କରିଥିଲେ ବି ବୈଠକରୁ କିଛି ସୁଫଳ ମିଳିପାରି ନାହିଁ । ଏନେଇ କୃଷିମନ୍ତ୍ରୀ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ଲାଗୁ ନ କରିବାକୁ କଥା ଦେଇଥିଲେ ବି କୃଷକ ମାନେ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି । କୃଷି ଆଇନରେ କ’ଣ ରହିଛି ଭୁଲ ଓ ତାହାକୁ ସଂଶୋଧନ କରିବାକୁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ହେଲେ କୃଷକ ସଂଗଠନ ମାନେ ତାହାକୁ ଗ୍ରହଣ କରିବାକୁ ରାଜି ହୋଇ ନାହାନ୍ତି ।

from Kanak News
via <a href="https://ifttt.com/?

କଳିଙ୍ଗ ଷ୍ଟୁଡିଓରେ ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ସିନେମା ଷ୍ଟୁଡିଓ । ଖର୍ଚ୍ଚ ହେବ ପ୍ରାୟ ୨୦୦ କୋଟି ଟଙ୍କା ।

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଦିଆଯିବ ନୂଆ ରୂପ । ଯେଉଁଠି ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ବୁଧବାର ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ପୁନଃର୍ବିନ୍ୟାସ ଯୋଜନା ଅନୁମୋଦିତ ହୋଇଛି । ଏଥିପାଇଁ ମୋଟ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ୍ ଏବଂ ପ୍ରତିଯୋଗିତାମୂଳକ ବ୍ୟବସାୟିକ ଢଙ୍ଗରେ ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଆଧୁନିକ ସିନେମା ଷ୍ଟୁଡିଓକୁ ମଧ୍ୟ ଏକ ପର୍ଯ୍ୟଟନ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରିହେବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ମା ସମଲେଶ୍ୱରୀ ମନ୍ଦିର ପାଇଁ ସରକାରଙ୍କ ବଡ ଘୋଷଣା । ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

କନକ ବ୍ୟୁରୋ : ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ୫-ଟି ଉପକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା ।

ମା ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ‘ସମଲେଇ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ୱରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ୟ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ୟ୍ୟ କରିବ।

୧. ମା ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ
ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ । ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ୱାର ଦେଇ ବାହାରକୁ ବାହାରିବେ ।

୨. ଐତିହ୍ୟ କରିଡ଼ର
ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ।

୩. ଯାତ୍ରୀ ସୁବିଧା
ଯାତ୍ରୀମାନଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ତାସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବଧ ହେବ ।

୪. ସେବାୟତ ପରିବାର ପାଇଁ ବାସଗୃହ

ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧା ର ବିକାଶ କରାଯିବ ।

୫. ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା
ମାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ।

୬. ମହାନଦୀ ଆଳତୀ
ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ ।

୭. ରିଙ୍ଗ ରୋଡ ଓ ନଦୀ କୂଳର ବିକାଶ
ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସେଥିରେ ସ୍ୱତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ ଓ ଅବସର ସୁବିଧା ରହିବ । ନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ । ତାସହିତ ପର୍ଯ୍ୟଟକ ମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପାଭିଲିୟନ, ପ୍ଲାଜା ଓ ଡେକ ଆଦି ନିର୍ମାଣ କରାଯିବ । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯିବ।

୯. ହ୍ରଦ କୂଳର ବିକାଶ
ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏଥିରେ ୫ ଏମଏଲଡି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହାସହିତ ସେଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ । ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ ।

୧୦. ରେଲୱେ ରାସ୍ତାର ପ୍ରଶସ୍ତିକରଣ ଓ ଶଶ୍ମାନର ପୁନର୍ବିନ୍ୟାସ
ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାଶ୍ୱର୍କୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବ ପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଏହି ଶଶ୍ମାନଟି ୯ ମିଟର ବିଶିଷ୍ଟ ପାଦଚଲା ରାସ୍ତା ଦ୍ୱାରା ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଲୋକମାନେ ସୁବିଧାରେ ନଦୀଘାଟକୁ ଯାଇ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ । ଶଶ୍ମାନ ପାଖରେ ଶେଷକୃତ୍ୟ, ସ୍ଥାନ ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହ ର ବ୍ୟବସ୍ଥା କରାଯିବ।

from Kanak News
via <a href="https://ifttt.com/?

କେମିତି ଆରମ୍ଭ ହୋଇଥିଲା ୱାନ ଡେ କ୍ରିକେଟ୍? ଜାଣନ୍ତୁ, ୫୦ ବର୍ଷ ତଳର କାହାଣୀ ।

କନକ ବ୍ୟୁରୋ: ଆଜିର ଦିନରେ କ୍ରିକେଟକୁ ନେଇ ସମସ୍ତେ ଉତ୍ସାହିତ । ବିଶେଷକରି ଫଟାଫଟ କ୍ରିକେଟର ମଜା ଲୁଟିବାକୁ ଯୁବପୀଢୀମାନେ ବେଶ ପସନ୍ଦ କରୁଛନ୍ତିି । ହେଲେ ଦିନ ଥିଲା କ୍ରିକେଟ ମାନେ କେବଳ ଟେଷ୍ଟ କ୍ରିକେଟକୁ ବୁଝୋଉଥିଲା । କ୍ରିକେଟ ଜନ୍ମ ନେବା ପରଠାରୁ ଦୀର୍ଘ ବର୍ଷ ଧରି ଖେଳାଳିମାନେ ଟେଷ୍ଟ ଫର୍ମାଟରେ କ୍ରିକେଟ୍ ଖେଳିଆସୁଥିଲେ । ହେଲେ ଏବେ କ୍ରିକେଟରୁ ଅନେକ ରୂପ । ଦିନିକିଆ, ଟି-୨୦ ପରେ ଏବେ ବିଶ୍ୱର କିଛି ଯାଗାରେ ଟି-ଟେନ୍ ମ୍ୟାଚ୍ ମଧ୍ୟ ଖେଳାଗଲାଣି ।

ହେଲେ ୫୦ ବର୍ଷ ତଳେ କେମିତି ଆରମ୍ଭ ହୋଇଥିଲା ଦିନିକିଆ କ୍ରିକେଟ୍, ତା ଆଜି ବି ଅନେକ ଲୋକଙ୍କୁ ଅଜଣା । ତେଣୁ ଆଜି ଆମେ ସେହି ୱାନଡେ କ୍ରିକେଟର ଜନ୍ମକାହାଣୀ ବିଷୟରେ ଆପଣଙ୍କୁ କହିବୁ, ଯାହା ଆପଣ କାହାଠୁ କେବେ ବି ଶୁଣିନଥିବେ । ଦୀର୍ଘ ୫୦ ବର୍ଷ ତଳେ ଅର୍ଥାତ ୧୯୭୧ ମସିହାରେ ଜନ୍ମ ନେଇଥିଲା ଦିନିକିଆ କ୍ରିକେଟ୍ । ତା ପୁଣି ଏକ ଅଜବ ଘଟଣା ଭିତରେ । ୧୯୭୦ ମସିହାରେ ଇଂଲଣ୍ଡ ଦଳ ଆଶେଷ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥାଏ । ଦୁଇ ଦଳ ଭିତରେ ସେତେବେଳେ ୬ ମ୍ୟାଚ୍ ବିଶିଷ୍ଟ ଆଶେଷ ସିରିଜ୍ ଖେଳାଯିବାକୁ ଥାଏ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ କିନ୍ତୁ ଡ୍ର ହୋଇଯାଇଥିଲା । ଏହାପରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଭିତରେ ତୃତୀୟ ଟେଷ୍ଟ ପର୍ଥରେ ଖେଳାଗଲା । ହେଲେ ପ୍ରବଳ ବର୍ଷା କାରଣରୁ ଏହି ମ୍ୟାଚ୍ ମଧ୍ୟ ବାତିଲ ହୋଇଯାଇଥିଲା । ତେଣୁ ଏହାର କ୍ଷତିକୁ ପୂରଣ କରିବାକୁ ଯାଇଁ ଉଭୟ ଦେଶର କ୍ରିକେଟ୍ ବୋର୍ଡ ପ୍ରଥମ ଥର ପାଇଁ ୪୦ ଓଭର ବିଶିଷ୍ଟ ଏକ ମ୍ୟାଚ୍ ଆୟୋଜନ କରିବାକୁ ଇଚ୍ଛା କରିଥିଲେ ।

ଆଉ ଏହା ସହିତ ୧୯୭୧ ମସିହା ଜାନୁଆରୀ ୫ ତାରିଖରେ ପ୍ରଥମ ଥର ପାଇଁ ଖେଳାଯାଇଥିଲା ବିଶ୍ୱର ପ୍ରଥମ ଦିନିକିଆ ମ୍ୟାଚ୍ । ଆଉ ଏହି ମ୍ୟାଚ ଦେଖିବାକୁ ସେତେବେଳେ ଲୋକଙ୍କର ପ୍ରବଳ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ମ୍ୟାଚକୁ ମାତ୍ର ୨୦ ହଜାର ଲୋକ ଦେଖିବେ ବୋଲି ଅନୁମାନ କରାଯାଇଥିଲା । ହେଲେ ମେଲବଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହାଠାରୁ ଦୁଇଗୁଣ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ମ୍ୟାଚର ଏପରି ଲୋକପ୍ରିୟତା ଦେଖି ଆଇସିସି ମଧ୍ୟ ଏହାକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ମାନ୍ୟତା ଦେଇଥିଲା । ଆଉ ସେବେଠୁ ଆରମ୍ଭ ହୋଇଥିଲା ଦିନିକିଆ ମ୍ୟାଚ୍ ।

ପ୍ରଥମେ ପ୍ରଥମେ ୱାନଡେ କ୍ରିକେଟ୍ ୬୦ ଓଭର ବିଶିଷ୍ଟ ହେଉଥିଲା । ଅର୍ଥାତ ପ୍ରତିଦଳ ଗୋଟିଏ ଇଂନିସରେ ୬୦ ଓଭର ବ୍ୟାଟିଂ କରୁଥିଲା । ହେଲେ ଲାଇଟ୍ ଅଭାବରୁ ଭାରତ ଭଳି ଉପମହାଦ୍ୱୀପରେ ଏହି ମ୍ୟାଚ୍ ଆୟୋଜନ ସମ୍ଭବ ହେଉନଥିଲା । ସେତେବେଳେ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଭଳି ସୁବିଧା ମଧ୍ୟ ରହୁନଥିଲା । ତେଣୁ ସମୟ ବଦଳିବା ସହିତ ଏବେ ଦିିନିକିଆ କ୍ରିକେଟ୍ ୫୦ ଓଭର ବିଶିଷ୍ଟ ହେବା ସହିତ ଡେ-ନାଇଟ୍ ମ୍ୟାଚ୍ ବି ଖେଳାଯାଉଛି । ୧୯୭୧ ମସିହାରୁ ଆଜି ପଯ୍ୟନ୍ତ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ଅନେକ ୱାନଡେ ମ୍ୟାଚ୍ ଖେଳାସରିଲାଣି । ୱାନଡେ ମ୍ୟାଚର ଲୋକପ୍ରିୟତାକୁ ଦେଖି ଆଇସିସି ବିଶ୍ୱକପ୍ କ୍ରିକେଟର ଆୟୋଜନ ମଧ୍ୟ କରୁଛି । ଯାହା ଆଜିର ଦିନରେ କ୍ରିକେଟ ଜଗତର ସବୁଠୁ ବଡ ଟୁଣ୍ଣାମେଂଟ ଭାବେ ଗଣା । ଦିିନିକିଆ ମ୍ୟାଚ୍ ପରେ ଏବେ ଟି-୨୦ ଓ ଟି-ଟେନର ଜମାନା ମଧ୍ୟ ଆରମ୍ଭ ହୋଇଛି..ହେଲେ ଦୀର୍ଘ ୫୦ ବର୍ଷ ଧରି ଦିନିକିଆ ମ୍ୟାଚ ନିଜର ଲୋକପ୍ରିୟତା ବଜାୟ ରଖିଛି ।

from Kanak News
via <a href="https://ifttt.com/?

ଗଞ୍ଜାମ ଜିଲ୍ଲାର ଐତିହ୍ୟସ୍ଥଳୀ ମହୁରୀଗଡ । ଦୀର୍ଘ ଦିନ ହେଲା ପଡିରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ପୁନଃରୁଦ୍ଧାର କରିବାକୁ ଦାବି ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ରହିଛି ରାଜରାଜୁଡା ଅମଳର ଅନେକ ଐତିହ୍ୟ ସମ୍ପର୍ଣ୍ଣ ସ୍ଥଳୀ । ଯାହାକି ବିକାଶ ଠାରୁ ଦୂରରେ ଥିବାରୁ ଲୋକଲୋଚନକୁ ଆସିପାରୁନାହିଁ । କିନ୍ତୁ ଶହଶହ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ସେହି କଳାକୃତିର ଭଗ୍ନାବଶେଷ ଓ କିମ୍ବଦନ୍ତୀ ଆଜି ବି ଉଜ୍ଜୀବିତ ହୋଇ ରହିଛି ।

ରାଜାରାଜୁଡା ଓ ବ୍ରିଟିଶ ଅମଳର କିଛି ଭଗ୍ନାବିଶେଷ ଓ କିମ୍ବଦନ୍ତୀ ଏମିତି ପଡିରହିଛି । ବ୍ରହ୍ମପୁର ସହର ଠାରୁ ପୁରୁଣା ବ୍ରହ୍ମପୁର ପରେ ଲାଠି ଓ ଟାମାଣା ରାସ୍ତାରେ ୧୫ କିଲୋମିଟର ଗଲେ ପଡେ ଏକ ଐତିହ୍ୟ ସମ୍ପର୍ଣ୍ଣ ଗଡ । ଘଂଚ ଜଙ୍ଗଲ ଭିତରେ ଅଣଓସାରିଆ ରାସ୍ତ ଦେଇ ପ୍ରାୟ ୩ କିଲୋମିଟର ଗଲା ପରେ ଦେଖାଯାଏ, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ମହୁରୀଗଡ଼ ।

ରାଜା ରାଜୁଡା ଅମଳରେ ମହୁରୀଗଡ ଅନେକ ଖ୍ୟାତି ଥିଲା । କେରାଣ୍ଡିମାଳ ପର୍ବତ ମଝିରେ ପ୍ରାୟ ୫ଶହ ବର୍ଷ ତଳେ ତତ୍କାଳୀନ ମହୁରୀ ରାଜା ଏହି ଗଡ ନିର୍ମାଣ କରିଥିଲେ ବୋଲି କୁହାଯାଏ । ଗଡ ଚାରିପଟେ ରହିଛି ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଲକ୍ଷ୍ମୀମନ୍ଦିର ଓ ରାଜାରାଣୀ ପୋଖରୀ । ହେଲେ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ହୁଏତ ଆଗକୁ ଧୀରେ ଧୀରେ ମହୁରୀଗଡର ନା ଇତିହାସ ପୃଷ୍ଠାରୁ ବି ଲିଭିଯିବ । ଘଂଚ ଜଙ୍ଗଲ ଭିତରେ ମନ୍ଦିର ଲୁଚି ଯାଉଥିବା ବେଳେ ଏଠାରେ ଆଉ ଦିଅଁଙ୍କ ପ୍ରତିମା ନାହିଁ । ତେବେ ବେଳ ଥାଉ ଥାଉ ସରକାର ଏହା ଉପରେ ନଜର ଦେଇ ଏହାର ପୁନଃରୁଦ୍ଧାର କରାଗଲେ, ଏହି ଗଡ଼ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ ବୋଲି ଦାବି କରନ୍ତି ଅଂଚଳବାସୀ।

from Kanak News
via <a href="https://ifttt.com/?

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ ଆକବରଙ୍କୁ କୋର୍ଟର ଝଟକା । ପ୍ରିୟା ରମାନୀଙ୍କ ବିରୋଧରେ କରିଥିବା ମାନହାନି ମକଦ୍ଦମା ଖାରଜ ।

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଦାୟର କରିଥିବା ଅପରାଧିକ ମାନହାନି ମକଦ୍ଦମାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଦଶନ୍ଧି ପରେ ମଧ୍ୟ ମହିଳାଙ୍କୁ ତାଙ୍କ ଅଭିଯୋଗ ଦାଖଲ କରିବାର ଅଧିକାର ରହିଛି। ଏହା ସହିତ ରାଉଜ ଆଭେନ୍ୟୁ କୋର୍ଟ ମାନହାନି ମାମଲାରେ ପ୍ରିୟା ରମାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଅଦାଲତ କହିଛନ୍ତି, ‘ଯୌନ ଶୋଷଣ ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସକୁ ହତ୍ୟା କରେ। ଜଣେ ବ୍ୟକ୍ତିର ପ୍ରତିଷ୍ଠାର ସୁରକ୍ଷା ଜଣେ ବ୍ୟକ୍ତିର ସମ୍ମାନର ମୂଲ୍ୟ ଦ୍ବାରା କରାଯାଇପାରିବ ନାହିଁ। ଦଶନ୍ଧି ପରେ ମଧ୍ୟ ମହିଳାମାନଙ୍କର ଅଭିଯୋଗ କରିବାର ଅଧିକାର ଅଛି। ସାମାଜିକ ପ୍ରତିଷ୍ଠା ଥିବା ଜଣେ ବ୍ୟକ୍ତି ମଧ୍ୟ ଯୌନ ଶୋଷଣ କରିପାରନ୍ତି।

ରାଉଜ ଆଭେନ୍ୟୁ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡିତା ବର୍ଷ ବର୍ଷ ଧରି ଜାଣି ନଥିଲେ ତାଙ୍କ ସହ କ’ଣ ଘଟୁଛି। ମହିଳାଙ୍କର ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ଅପରାଧ ବିଷୟରେ କହିବାର ଅଧିକାର ଅଛି। ଦଶନ୍ଧି ପରେ ମଧ୍ୟ ଜଣେ ମହିଳା ତାଙ୍କ ସହ ହୋଇଥିବା ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ। ଯୌନ ଶୋଷଣ ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ଜଣେ ମହିଳାଙ୍କୁ ଦଣ୍ଡ ଦିଆଯାଇପାରିବ ନାହିଁ।

କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରିୟା ରମାନୀଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ଆସିଛି। ଏଥିପାଇଁ ସେ ତାଙ୍କ ଓକିଲ ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି। ଗତ ସପ୍ତାହରେ ଆକବରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଉଭୟ ପକ୍ଷର ବିତର୍କ ଶେଷ ହୋଇଥିଲା ଏବଂ କୋର୍ଟ ଏହାର ରାୟ ସଂରକ୍ଷିତ ରଖିଥିଲେ। ରାଉଜ ଆଭେନ୍ୟୁ କୋର୍ଟରେ ବିତର୍କ ସମୟରେ ଏମଜେ ଆକବରଙ୍କ ଓକିଲ ଗୀତା ଲୁଥ୍ରା ଯୁକ୍ତି କରିଥିଲେ ଯେ ଏହି ମାମଲା ଯୌନ ଉତ୍ପୀଡ଼ନ ନୁହେଁ ବରଂ ତାଙ୍କ ପ୍ରତିଷ୍ଠା ସହ ଜଡ଼ିତ।
ଏଥି ସହିତ ପ୍ରିୟା ରମାନି ତାଙ୍କ ଓକିଲ ରବେକା ଜନଙ୍କ ମାଧ୍ୟମରେ କୋର୍ଟଙ୍କୁ କହିଥିଲେ ଯେ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି କିପରି ଉଚ୍ଚ ଖ୍ୟାତି ଅର୍ଜନ କରିପାରିବ। କେବଳ ବହି ଲେଖିବା ଦ୍ୱାରା କେହି ପ୍ରତିଷ୍ଠିତ ହୋଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ମିଠୁ ଅଭିଯାନ ଅଧୀନରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏମ.ଜେ ଆକବରଙ୍କ ଉପରେ ତାଙ୍କ ସହ କାମ କରୁଥିବା ମହିଳା ସାମ୍ବାଦିକମାନେ ଯୌନ ଶୋଷଣର ଆରୋପ ଲଗାଇଥିଲେ। ପ୍ରାୟ ୨୦ଜଣ ମହିଳା ସାମ୍ବାଦିକ ଅସଦାଚରଣର ଅଭିଯୋଗ କରିଥିଲେ। ଏହି କାରଣରୁ ଆକବରଙ୍କୁ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଏମ.ଜେ ଆକବର ପ୍ରଥମେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଅକ୍ଟୋବର୧୫, ୨୦୧୮ରେ ମାନହାନି ମକଦ୍ଦମା ଦାୟର କରିଥିଲେ।

from Kanak News
via <a href="https://ifttt.com/?

ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ । କଟକରୁ ଆସିଲା ଚାଂଚଲ୍ୟକର ଖବର ।

କନକ ବ୍ୟୁରୋ: ଡାକ୍ତରଙ୍କ ଆକାଉଂଟରେ କଳାକନା ବୁଲାଇଲେ ସାଇବର ଠକ ଆଉ ଲୁଟିନେଲେ ୭୭ ଲକ୍ଷ ଟଙ୍କା । କଟକରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଆଉ ଏହାର ଶିକାର ହୋଇଛନ୍ତି ଡାକ୍ତର ସନାତନ ମହାନ୍ତି । ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ ଆସିଥିଲା, ଆଉ ଏଟିଏମ କାର୍ଡ ଜରିଆରେ ନମ୍ବରରେ ରିଚାର୍ଜ ନକଲେ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଠକ । ଏହାପରେ ଭୟରେ ସନାତନ ମହାନ୍ତି ଗୁଗୁଲ ଷ୍ଟୋରରୁ ଏକ ଆପ ଡାଉନଲୋଡ କରି ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ତା ପରେ କିଛି ସମୟରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଂଟରୁ କଟିଚାଲିଥିଲା ଟଙ୍କା । ଆଉ ଏବେ ଡାକ୍ତର ତାଙ୍କ ଟଙ୍କା ଫେରିପାଇବା ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ ଚାଷୀ ଆନ୍ଦୋଳନର ପ୍ରଭାବ । କଂଗ୍ରେସକୁ ବହୁମତ, ଦ୍ୱିତୀୟରେ ଅକାଳୀ ଦଳ , ସର୍ତ୍ତା ଖୋଜୁଛି ବିଜେପି

କନକ ବ୍ୟୁରୋ : ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହୋଇଛି । ବୁଧବାର ପ୍ରକାଶ ପାଇଥିବା ଫଳା ଫଳ ମୁତାବକ ନଗର ନିଗମ ଓ ନଗର ପଞ୍ଜାୟତରେ କଂଗ୍ରେସ ଦଳକୁ ଅଶାତୀତ ସଫଳତା ମିଳିଛି । ଖବର ଲେଖାହେବା ଯାଏ ୮ଟି ନଗର ନିଗମରୁ କଂଗ୍ରେସ ୭ ଟିରେ ବିଜୟ ଲାଭ କରିଛି । ଏହାସହ ୯୮ ଟି ମ୍ୟୁନିସପାଲଟି କାଉଁସିଲରେ ବି କଂଗ୍ରେସ ବିଜୟ ଲାଭ କରିସାରିଛି ।
ଏହି ନିର୍ବାଚନର ଫଳା ଫଳ କୁ ଏଥିପାଇଁ ଦେଶସାରା ଲୋକ ଅପେକ୍ଷା କରିଥିଲେ କାରଣ କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକ ଆନ୍ଦୋଳନ ପ୍ରଥମେ ପଞ୍ଜାବରୁ ଆରମ୍ଭ ହୋଇଥିଲା । ଏହାସହ ଏବେ ବି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ ସର୍ବାଧିକ ପଞ୍ଜାବର ଚାଷୀ ଭାଗ ନେଇଛନ୍ତି ।

ନିର୍ବାଚନ ଫଳା ଫଳ ଆସିବା ପରେ କଂଗ୍ରେସ ନେତା ମନପ୍ରୀତ ସିଂ ବାଦଲ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ପଞ୍ଜାବରେ ଇତିହାସ ରଚିଲା କଂଗ୍ରେସ । ଭଟିଣ୍ଡାରେ ୫୩ ବର୍ଷ ପରେ କଂଗ୍ରେସ ବିଜୟର ସ୍ୱାଦ ଚାଖିଲା । ଏହା ପୂର୍ବରୁ ଭଟିଣ୍ଡା ନଗର ନିଗମରେ କାଳୀଦଳର ବିଜୟ ହେଉଥିଲା ।

https://platform.twitter.com/widgets.js

କହିରଖୁ କି ଏଥର ପଞ୍ଜାବ ନଗର ନିଗମ ନିର୍ବାଚନ କୃଷି ଆନ୍ଦୋଳନ ଜାରି ରହିଥିବା ବେଳେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ପ୍ରଥମେ ପଞ୍ଜାବରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନ ଆରମ୍ଭରେ ପଞ୍ଜାବର ଚାଷୀମାନେ ବିଜେପି ଓ ଅକାଳୀଦଳକୁ ଘୋର ବିରୋଧ କରିଥିଲେ ।

ଫେବୃଆରୀ ୧୪ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥର ପାଖା ପାଖି ୭୧ ପ୍ରତିଶତ ଭୋଟର ସେମାନଙ୍କ ମତଦାନ କରିଥିଲେ । ଏହି ନିର୍ବାଚନରେ ମୋଟ ୯୨୨୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସବୁଠାରୁ ବଡ କଥା ଏଥର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଠାରୁ ସ୍ୱାଧିନ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିଲା । ରାଜନୈତିକ ଦଳ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ପ୍ରାର୍ଥୀ କଂଗ୍ରେସ (୨୦୩୭) ଦେଇଥିଲା । ଏହାସହ ବିଜେପି ୧୦୦୩ ଜଣ ପ୍ରାର୍ଥୀ ଦେଇଥିଲା । ଆଗାମୀ ୨୦୨୨ ମସିହାରେ ପଞ୍ଜାବରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ସଫଳତା ପାଇ କଂଗ୍ରେସ ବେସ୍ ଆସାୟୀ ଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ମୋହନାରେ କେବେ ନିର୍ମାଣ ହେବ ବସଷ୍ଟାଣ୍ଡ । ଦୁଇ ଦୁଇ ଥର ଭିତ୍ତିପ୍ରସ୍ତର ସ୍ଥାପନ କରି ବସିପଡିଛି ପ୍ରଶାସନ ।

କନକ ବ୍ୟୁରୋ: ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁଠି ବିକାଶ ଲାଗି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିଆସୁଛନ୍ତି କୋଟିକୋଟି ଟଙ୍କା । ଏଥିପାଇଁ ବିକାଶ ନାଁରେ ଡିଣ୍ଡିମ ପିଟି ବାଃ ବାଃ ନେଉଛନ୍ତି ନେତା ଓ ମନ୍ତ୍ରୀ। ହେଲେ ମୋହନା ସହରରେ ଦୀର୍ଘ ବର୍ଷ ବର୍ଷ ଧରି ବସଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବୀ କରିଆସୁଥିବା ବେଳେ ବାରମ୍ବାର ଭିତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ କେବଳ ସ୍ୱପ୍ନ ଦେଖାଇ ଚାଲିଛନ୍ତି ଜନପ୍ରତିନିଧି। ସେପଟେ ଜନସାଧାରଣ କହୁଛନ୍ତି ଏସବୁ ଲୋକ ଦେଖାଣିଆ.. ଆଜି ଭି ଫଳକରେ ସିମୀତ ହୋଇ ରହିଛି ମୋହନା ବସଷ୍ଟାଣ୍ଡ ।

ଭିତିପ୍ରସ୍ତର ସ୍ଥାପନରେ ଅଟକିଛି ବସଷ୍ଟାଣ୍ଡ ନିର୍ମାଣ । ବସଷ୍ଟାଣ୍ଡ ନିର୍ମାଣ ପାଇଁ ବର୍ଷେ ତଳୁ ଶୁଭ ଦେଇ ଲୋକଙ୍କୁ ସ୍ୱପ୍ନ ଦେଖାଇଛନ୍ତି ରାଜନେତା ଓ ପ୍ରଶାସନିକ ବାବୁ । ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଗଜପତି ଜିଲ୍ଲା ମୋହନା ସହରରେ ବସଷ୍ଟାଣ୍ଡଟିଏ ନିର୍ମାଣ ପାଇଁ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଥରେ ନୁହେଁ ଦୁଇ ଦୁଇ ଥର ଭିତିପ୍ରସ୍ତର ସ୍ଥାପନ ହୋଇଛି । ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି । କିନ୍ତୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଖାମଖିଆଲି ମନୋଭାବ ଯୋଗୁଁ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି ।

ଗଜପତି ଜିଲ୍ଲାର ମୋହନା ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ଭାବେ ପରିଚିତ । ମୋହନା ଦେଇ ବିଜୟୱାଡା ରାଂଚି କରିଡରକୁ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି । ଆନ୍ଧ୍ରପ୍ରଦେଶ, ଗଂଜାମ ଠାରୁ କୋରାପୁଟ ଓ ମାଲକାନଗିରି ଭଳି ୭ଟି ଜିଲ୍ଲାକୁ ସଂଯୋଗ କରିବାର ପ୍ରମୁଖ ପେଣ୍ଠସ୍ଥଳି ମୋହନା । ତେଣୁ ପ୍ରତିଦିନ ବସ୍ ଯୋଗେ ଯିବାଆସିବା ପାଇଁ ଶହଶହ ଯାତ୍ରୀ ରାସ୍ତାକଡରେ ଅପେକ୍ଷା କରି ରୁହନ୍ତି, କାରଣ ଏଠାରେ ବସଷ୍ଟାଣ୍ଡର ବ୍ୟବସ୍ଥା ନାହିଁ । କେବଳ ଏତିକି ନୁହେଁ ବିଭିନ୍ନ ସମୟରେ ରାସ୍ତାକଡରେ ବସ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୁଏ ବୋଲି ବସ୍ ଡ୍ରାଇଭର କୁହନ୍ତି ।

ବସଷ୍ଟାଂଡ ଟିଏ ନଥିବାରୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏ ସଂପର୍କରେ ମୁହଁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ମୋହନା ବିଡିଓ । ଆଉ ବସଷ୍ଟାଂଡ ନିର୍ମାଣ ପାଇଁ ଲାଗିଥିବା ଫଳକ ହିଁ ବୟାନ କରୁଛି ନିଦାବିଷ୍ଣୁ ସାଜିଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା କେତେ?

from Kanak News
via <a href="https://ifttt.com/?

Design a site like this with WordPress.com
Get started