ଯବାନ ତିଆରି କରିବାରେ ଲାଗିଛନ୍ତି ଯବାନ । ବେକାର ଯୁବକ ଯୁବତୀଙ୍କୁ ମାଗଣାରେ ତାଲିମ ଦେଉଛନ୍ତି ବିଂଝାରପୁରର ସେଖ ଉମର ଓ ତାଙ୍କ ସାଥୀ ।

କନକ ବ୍ୟୁରୋ: ଯବାନ ତିଆରିରେ ଲାଗିଛନ୍ତି ଯବାନ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାରେ ଯୋଗକୁ ବେକାର ଯୁବକ ଯୁବତୀଙ୍କୁ ମାଗଣା ତାଲିମ ଦେଇ ଉତ୍ସାହିତ କରୁଛନ୍ତି ସେନାରେ କାର୍ଯ୍ୟରତ ଯବାନ । ଚାକିରିରୁ ଘରକୁ ଛୁଟି କାଟିବାକୁ ଆସି ନୂତନ ଯବାନ ସୃଷ୍ଟି ପାଇଁ ଲାଗି ପଡନ୍ତି ଯାଜପୁର ବିଂଝାରପୁରର ସୁଯୋଗ୍ୟ ସନ୍ତାନ ସେଖ ଉମର ଓ ତାଙ୍କ ସାଥୀ ।

କୁହାଯାଏ ଯବାନଙ୍କର କୌଣସି ଛୁଟି ନଥାଏ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଭାରତୀୟ ସେନାରେ କାର୍ଯ୍ୟରତ ଯାଜପୁର ଜିଲା ବିଂଝାରପୁର ଅଂଚଳର ଯବାନମାନେ । ଛୁଟିରେ ଘରକୁ ଆସିବା ବେଳେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀଙ୍କୁ ଭାରତୀୟ ସେନାରେ ସାମିଲ କରିବା ପାଇଁ ଦେଉଛନ୍ତି ତାଲିମ । ଚାକିରିରୁ ଛୁଟି ନେଇ ପରିବାର ଲୋକଙ୍କୁ ଭେଟିବାକୁ ଆସନ୍ତି ସତ କିନ୍ତୁ ସମୟ ବିତେ ଯବାନ ତିଆରି ଏଇ କାରଖାନାରେ । ପାଠପଢ଼ା ପରେ ଯୁବ ସମାଜ ସୋସିଆଲ ମିଡିଆ ଓ ଗୁଲି ଗପରେ ସମୟ ବିତାଉଥିବା ଦେଖି ଡିପେଂନ୍ସ ଏକାଡେମୀ ଖୋଲିବାର ସ୍ୱପ୍ନ ଦେଖିଥିଲେ ଭାରତୀୟ ସେନାର ଯବାନ ସେକ ଉମର ଏବଂ ତାଙ୍କ ସାଥୀ ।

ପ୍ରତିଦିନ ସକାଳ ୬ଟା ଠାରୁ ଆରମ୍ଭ ହୋଇଯାଏ ଶାରୀରିକ ବାୟ୍ୟାମ ଓ କସରତ । ସେନାରେ ନିଯୁକ୍ତି ପାଇଁ ଆବଶ୍ୟକ ସମସ୍ତ ଦକ୍ଷତାର ବିକାଶ କରାଯାଏ ଏହି ଡିପେଂନ୍ସ ଏକାଡେମୀରେ । ଦୌଡ, ଲମ୍ବା ଡିଆଁ, ଦୌଡି ଯୋଗେ ଗଛଚଢା ଠାରୁ ଆରମ୍ଭ କରି ବିଭିନ୍ନ କଳାକୌଶଳର ଶିକ୍ଷା ଦେଇଥାନ୍ତି ସେଖ ଉମରଙ୍କ ସହିତ ଆଖପାଖ ଅଂଚଳର ସାଥୀ ଯବାନ ମାନେ । କେବଳ ଶାରିରିକ ଶିକ୍ଷା ନୁହେଁ ଲିଖିତ ପରୀକ୍ଷା ସହିତ ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ତାଲିମ ଦେଇଥାନ୍ତି । ଗତ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଡିିପେଂନ୍ସ ଏକାଡେମୀର ଅନେକ ଛାତ୍ରଛାତ୍ରୀ ଏବେ ଭାରତୀୟ ସେନାରେ ନିଯୁକ୍ତି ପାଇଛନ୍ତି । ଏହି ଡିପେଂନ୍ସ ଏକାଡେମୀର ସପଂଳତା ଦେଖି ଏବେ ଜିଲା ବାହାରର ଅନେକ ଯୁବକ ଏଠାରେ ଯୋଗ ଦେଇ ତାଲିମ ନେଉଛନ୍ତି । ଯବାନମାନଙ୍କର ଏଭଳି ମହନୀୟ କାର୍ଯ୍ୟ ସତରେ ପ୍ରଶଂସନୀୟ ।

from Kanak News
via <a href="https://ifttt.com/?

ପରୀକ୍ଷା ପାଇଁ ଯାଉଥିଲେ, ମୃତ୍ୟୁର କେନାଲରେ ବୁଡିଗଲେ । ନର୍ସିଂ ପରୀକ୍ଷା ପାଇଁ ଯିବା ବେଳେ ନିରବି ଗଲା ଅନେକ ଛାତ୍ରଛାତ୍ରୀଙ୍କ ନିଶ୍ୱାସ…

କନକ ବ୍ୟୁରୋ: ମୃତ୍ୟୁର ପାଟିରୁ ବର୍ତ୍ତିଲାନି ଅଧାରୁ ଅଧିକ ଜୀବନ । କେନାଲର କଡେ କଡେ ଯମ ବସାଇଥିବା କାଳ ଫାଶରୁ ଫିଟି ପାରିଲାନି ଅନେକଙ୍କ ଜୀବନ । ପାଣି ଭିତରେ ପ୍ରାଣ ଚାଲିଗଲା, ଚାଲୁଥିବା ନିଶ୍ୱାସ ନିରବି ଗଲା । ଆଉ କେନାଲ ଭିତରେ ହିଁ ଜଳସମାଧି ନେଲେ ୪୫ରୁ ଅଧିକ ଯାତ୍ରୀ । ମଧ୍ୟପ୍ରଦେଶରେ ମୃତ୍ୟୁର ମହାତାଣ୍ଡବ ସାରା ଦେଶର ଛାତିକୁ ପୁଣି ଥରେ ଥରାଇ ଦେଇଥିବା ବେଳେ ବସ ଟ୍ରାଜେଡି ପରେ ବାହୁନି ବାହୁନି କାନ୍ଦୁଛନ୍ତି ମୃତକଙ୍କ ପରିବାର ଓ ପ୍ରିୟଜନ ।

ବସ ଦୁର୍ଘଟଣା ପରେ କିଏ ଭାଇକୁ ହରାଇଛି ତ କିଏ ପୁଅଝିଅକୁ, ପୁଣି କିଏ ନିଜ ସାଙ୍ଗକୁ ହରାଇ ହତବାକ ହୋଇଛି । ବସରେ ଥିବା ଯାତ୍ରୀଙ୍କ ଭିତରେ ଅନେକାଂଶ ଥିଲେ ଛାତ୍ରଛାତ୍ରୀ । ନର୍ସିଂ ପରୀକ୍ଷା ପାଇଁ ଅନେକ ପିଲା ସିଧିରୁ ସତନା ଯାଉଥିଲେ । ହେଲେ କିଏ ଜାଣିଥିଲା ପରୀକ୍ଷା ପୂର୍ବରୁ ଚାଲିଯିବ ପ୍ରାଣ ଆଉ ଅଧାରେ ରହିଯିବ ଚାକିରି କରି ବଡ ହେବାର ସ୍ୱପ୍ନ । ପାଖ ସିଟରେ ଯେଉଁ ସାଙ୍ଗ ବସିଥିଲା ପାଣିରୁ ଉଦ୍ଧାର ହେବା ପରେ ଆଉ ସେ ନାହିଁ । ଏଇ କଥା ଭାବି ଭୋ ଭୋ ହୋଇ କାନ୍ଦୁଛନ୍ତି ଯୁବକ ।

ତେବେ ସକାଳେ ବସଟି ଯାତ୍ରୀଙ୍କୁ ନେଇ ସିଦ୍ଧିରୁ ସତନାକୁ ଯାଉଥିଲା । ସବୁକିଛି ଠିକଠାକ ଥିଲା । କିଏ ଓହ୍ଲାଇବାକୁ ମନରେ ଆଶା ବାନ୍ଧି ବସିଥିଲା ତ କିଏ ଆଗା ଷ୍ଟପେଜରେ ଓହ୍ଲାଇ ପ୍ରିୟଜନଙ୍କୁ ଭେଟିବାକୁ ବ୍ୟାକୁଳ ହେଉଥିଲେ । ହେଲେ ଅଧାବାଟରେ ସବୁକିଛି ଓଲଟ ପାଲଟ ହୋଇଗଲା । ସାମ୍ନାରୁ ଆସୁଥିବା ଏକ ବୋଲେରୋକୁ ସାଇଡ ଦେବାବେଳେ ଭାରସାମ୍ୟ ହରାଇ ବସ ସିଧା କେନାଲକୁ ଖସିପଡିଥିଲା । ମୃତ୍ୟୁର ଆଁରେ ପଶି ସମସ୍ତେ ଜୀବନ ବିକଳରେ ଛଟପଟ ହେଉଥିଲେ ହେଁ ଘଟଣାସ୍ଥଳରେ ହିଁ ଅନେକ ପ୍ରାଣ ହରାଇଥିଲେ । ଆଖି ଖୋଲିବାର ବି ସୁଯୋଗ ଦେଇନଥିଲା ଯମ । କେନାଲ କଡରେ ଶୋଷି ନେଇଥିଲା ନିଶ୍ୱାସ ।

ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ମୋଟ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଭୟଙ୍କର ଦୁର୍ଘଟଣା ପରେ ଏନଡିଆରଏଫ, ଏସଡିଆରଏଫ ଉଦ୍ଧାର କାମ ଜୋରଦାର କିରିଥିବା ବେଳେ ୪୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କରିଛନ୍ତି ଶିବରାଜ ସିଂଚୌହାନ ।

ତେବେ ଗତ କିଛି ଦିନ ତଳେ ଉତ୍ତରାଖଣ୍ଡର ଜଳପ୍ରଳୟ ଦେଶର ଛାତିକୁ ଦୋହଲାଇ ଦେଇଥିବା ବେଳେ ପଏବେ ମଧ୍ୟପ୍ରଦେଶର ମର୍ମନ୍ତୁ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ସେଠି ପାଣି ପ୍ରଳୟ ଆଣିଥିବା ବେଳେ ଏଠି ପାଣି ପାଟିରେ ପଶି ଲିଭିଯାଇଛି ୪୫ରୁ ଅଧିକ ଲୋକଙ୍କ ଜୀବନ ଦୀପ । ତେବେ ଏହି ଭୟାନକ ଦୁର୍ଘଟଣା କେମିତି ହେଲା ? ଡ୍ରାଇଭରଙ୍କ ଦୋଷ ନା ଆଉ କାହାର ? ଅନେକଙ୍କ ଜୀବନର ଦାୟିତ୍ୱ ନେଇ ଯାତ୍ରା କରୁଥିବା ଡ୍ରାଇଭର ଶୋଇପଡିଥିଲେ କି ? ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ବସ ଟ୍ରାଜେଡିର ଏ କ୍ଷତ କେବେ ବି ଭରଣା ହେବନି ମୃତକଙ୍କ ପରିବାରର ଛାତିରୁ…

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମାରିବା ବିବାଦ । ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ବିବାଦକୁ ନେଇ ଶେଷରେ ଗିରଫ ହୋଇଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ । ବିଭିନ୍ନ ଆଳ ଦେଖାଇ ଗିରଫଦାରିକୁ ଏଡାଇ ଚାଲିଥିଲେ ଭୁବନେଶ୍ୱର ସାଂସଦଙ୍କ ପିଏ ଧନେଶ୍ୱର ବାରିକ । ହେଲେ ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଶୁଭମ ହୀରା ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଓ ତାଙ୍କ କ୍ଲିନିକର ଷ୍ଟାଫମାନେ ବୁଦ୍ଧନଗର କଦଳୀ ଗୋଦାମରେ ପୋଷ୍ଟର ଲଗାଇବାବେଳେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ତାଙ୍କୁ ଲୁହା ରଡରେ ପିଟିଥିଲେ । ପଗଡି ଖୋଲି ଚୁଟି ଧରି ତଳେ ପକାଇ ଚାପିଦେଇଥିଲେ । ମୋବାଇଲକୁ ଭାଙ୍ଗିଦେଇଥିଲେ ଆଉ ତାଙ୍କ ପକେଟରେ ଏମପି ମହୋଦୟାଙ୍କ ଚିରା ପୋଷ୍ଟର ରଖି ଅନ୍ୟଜଣେ ଏହି ପୋଷ୍ଟର ଲଗାଇବାକୁ କହିଥିବା ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ । ଏହି ଘଟଣା ପରେ ଏବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

from Kanak News
via <a href="https://ifttt.com/?

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଓ ବୈଭବ ରେଖିଙ୍କ ବାହାଘର କରାଇଲେ ମହିଳା ପଣ୍ଡିତ । ଜାଣିଲା ପରେ ଲୋକେ କହିଲେ ଏମିତି ….

କନକ ବ୍ୟୁରୋ : ଗତ ୧୫ ତାରିଖ ଦିନ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସହ ବ୍ୟବସାୟୀ ବୈଭବ ରେଖିଙ୍କର ବିଭାଘର ଅନୁଷ୍ଠିତ ହୋଇଯାଇଛି । ଏହା ଦିୟାଙ୍କର ଦ୍ୱିତୀୟ ବାହାଘର ଥିଲା । ଏହି ବାହାଘର ଦିୟାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସମ୍ପର୍ଣ୍ଣ ହୋଇଥିଲା । ଏହି ବିଭାଘରରେ ଉଭୟ ବର ଓ କନ୍ୟାଙ୍କ ପରିବାର ଲୋକ ସହ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ । ଏହା ତ ବାହାଘର ଚଳଣି । ହେଲେ ବାହାଘରରେ ଦିୟା ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଏବେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । କହିରଖୁ କି ଦିୟା ମିର୍ଜା ସବୁବେଳେ ନାରୀ ସଶକ୍ତିକରଣ ସହ ମହିଳାଙ୍କ ଅଧିକାରକୁ ନେଇ ଛିଡା ହୋଇଥାନ୍ତି ।

ଆମେ ମାନେ ବାହାଘର ପାଇଁ ଯେତେବେଳେ ପଣ୍ଡିତଙ୍କୂୁ ଡାକି ଥାଉ ଏହା ନିଶ୍ଚିନ୍ତ ଯେ ସେ ଜଣେ ପୁରୁଷ ପଣ୍ଡିତ ହୋଇଥିବେ । ହେଲେ ଦିୟା ତାଙ୍କ ବିଭାଘର ସମ୍ପର୍ଣ୍ଣ କରିବାକୁ ଜଣେ ମହିଳା ପଣ୍ଡିତଙ୍କୁ ଡାକିଥିଲେ । ମହିଳା ପଣ୍ଡିତ ଜଣଙ୍କ ବି ଠିକ୍ ସମୟରେ ପହଂଚି ଦିୟାଙ୍କର ବିବାହ କାର୍ଯ୍ୟ ସଂପାଦନ କରିଥିଲେ । ଏହି ଫଟୋ କୁ ଦିୟା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହାସହ ଏହି ଫଟୋ ଦେଖି ଅନେକ ଲୋକ ଦିୟାଙ୍କୁ ପ୍ରଶଂସା କରିଛନ୍ତି ।

ଏହି ଫଟୋ ପୋଷ୍ଟ କଲା ବେଳେ ଦିୟା ବି ମହିଳା ପଣ୍ଡିତ ଜଣଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି ମହିଳା ପଣ୍ଡିତ ଶିଳା ଅଟ୍ଟା ଆମ ବାହାଘର କରିଥିବାରୁ ତାଙ୍କୁ ଧନ୍ୟବାଦ । ଏହା ସହ ସେ ଲେଖିଛନ୍ତି କି ଆମେ ମାନେ ଏଭଳି କରିବା ଦ୍ୱାରା ପୀଢି ସମାନତା ଆଗକୁ ବଢିବ ।
କହିରଖୁ କି ଦିୟା ବୈଭବଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଉଭୟ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ବି ସେମାନଙ୍କ ବାହାଘର ବହୁତ ସାଧାରଣ ତରିକାରେ ଅନୁଷ୍ଠିତ ହୋଇଛି । ଏହା ସହ ବାହାଘର ବେଳର ଅନ୍ୟ କିଛି ଫଟୋ ସେୟାର କରି ଦିୟା ଲେଖିଛନ୍ତି କି “ଲଭ୍ ଏକ୍ ଫୁଲ୍ ସର୍କଲ, ଯାହାକୁ ଆମେ ଘର ବୋଲି କହିଥାଉ, ଘରର କବାଟ ଖଟ୍ ଖଟ୍ କଲେ ଶବ୍ଦ ଶୁଣି ଆପଣ ଯେତେବେଳେ ଘରର କବାଟ ଖୋଲନ୍ତି ଆପଣଙ୍କ ପ୍ରେମ ସହ ଆପଣଙ୍କର ଦେଖା ହୋଇଥାଏ”

from Kanak News
via <a href="https://ifttt.com/?

 ଭାରତ ବନାମ ଇଂଲଣ୍ଡ : ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଖେଳାଳୀ ତାଲିକା ଘୋଷଣା । ଏହି ଖେଳାଳୀଙ୍କୁ ମିଳିଲା ସ୍ଥାନ

କନକ ବ୍ୟୁରୋ : ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ତା’ର ଖେଳାଳୀ ଘୋଷଣା କରିଛି । ଶେଷ ଦୁଇଟି ମ୍ୟାଚ୍ ଅହମଦାବାଦ ଠାରେ ଖେଳାଯିବ । ଏହି ସିରିଜ୍ ର ତୃତୀୟ ମ୍ୟାଚ୍ ୨୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି    । ସେହିଭଳି ଶେଷ ଟେଷ୍ଟ ମ୍ୟାଚ୍ ଟି ମାର୍ଚ୍ଚ ୪ ତାରିଖ ଠାରୁ ଆରମ୍ଭ ହେବ । କହିରଖୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳା ଯାଇଥିବା ଦୁଇଟି ମ୍ୟାଚରୁ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୩୧୭ ରନ୍ ରେ ଇଂଲଣ୍ଡ ଠାରୁ ବିଜୟୀ ହୋଇଥିଲା ।

ଶେଷ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ହେଲେ ଉମେଶ ଯାଦବଙ୍କୁ ଟିମ୍ ରେ ସାମିଲ କରାଯାଇଛି । ଏହାସହ ଶାର୍ଦ୍ଦୁଲ ଠାକୁରଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଦଳ ପଠାଇ ଦେଇଛି । ଏହି ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦ ଠାରେ ପିଙ୍କ୍ ବଲରେ ଖେଳାଯିବ । ଏହାସହ ଇଂଲଣ୍ଡ ବିରୋଧରେ ଭାରତ ପ୍ରଥମ ଥର ପାଇଁ ଦିବା ରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । କହିରଖୁ କି ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଥିବା ବେଳେ ଏଡିଲେଡ୍ ଠାରେ ଦିବା ରାତ୍ର ମ୍ୟାଚ୍ ଖେଳିଥିଲା । ହେଲେ ଏହି ମ୍ୟାଚରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା ।

ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଖେଳାଳୀ ତାଲିକାରେ ରହିଛନ୍ତି , ବିରାଟ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ୍ ଗିଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହେଣେ, କେ.ଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ଥ, ରିଦ୍ଧିମାନ ଶାହା, ଆର, ଅଶ୍ୱନୀ, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରିତ୍ ବୁମରା, ମହମ୍ମଦ ସିରାଜ ।

from Kanak News
via <a href="https://ifttt.com/?

ଆସିଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ରୋମାଣ୍ଟିକ ସିନ୍ ପାଇଁ ଷ୍ଟେସନ ସେଟରେ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ ।

ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା । ୨୫୦ ଜଣ କଳାକାରଙ୍କ ଏକ ଟିମ୍ ୩୦ ଦିନ ଧରି ଏହି ସେଟକୁ ପ୍ରସ୍ତୁତ କରିଛନ୍ତି । କୁହାଯାଉଛି ପୂର୍ବରୁ ଏହି ସିନକୁ ଇଟାଲୀରେ ସୁଟ୍ କରିବା ପାଇଁ ଯୋଜନା ଥିଲା, କିନ୍ତୁ କରୋନା କାରଣରୁ ବିଦେଶ ଯିବା ସମ୍ଭବ ନହେବାରୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ସେଟକୁ ତିଆରି କରାଯାଇଛି ।

from Kanak News
via <a href="https://ifttt.com/?

କାମ ଦେଇନଥିଲା ବିଭୂତି…ରକ୍ଷା କରିପାରିନଥିଲା ସିମେଣ୍ଟ ଗାଈ । ଦେଖନ୍ତୁ କେମିତି ହଠାତ୍ ସୁନାମି ଭଳି ଭୁଶୁଡି ଯାଇଥିଲା ଭଣ୍ଡ ସାରଥୀର ସାମ୍ରାଜ୍ୟ ।

କନକ ବ୍ୟୁରୋ : ମଥାରେ ଚନ୍ଦନ ଚିତା, ଆଉ ବେକରେ ଭର୍ତ୍ତି ଫୁଲମାଳ । ରାଜା ରାଜୁଡା ଭଳି ସିଂହାସନ ଆଉ ରାଜକୀୟ ଠାଣି । ଠିକ୍ ୬ ବର୍ଷ ତଳେ କମ୍ପୁଥିଲା କେନ୍ଦ୍ରାପଡାର ବାରିମୂଳ ଆଶ୍ରମ । ବାବା ସାରଥୀଙ୍କ ଦର୍ଶନ କରିବାକୁ ଆଉ ପ୍ରବଚନ ଶୁଣିବାକୁ ଜମୁଥିଲା ଲୋକଙ୍କ ଭିଡ । ବାରିମୂଳରେ ଛିଡା ହୋଇଥିଲା ଭଣ୍ଡ ସାରଥୀଙ୍କ କୋଟି କୋଟି ଟଙ୍କାର ସାମ୍ରାଜ୍ୟ । ଭକ୍ତଙ୍କ ଟଙ୍କାରେ ଅୟସ କରୁଥିଲେ ବାବା ସାରଥୀ । ତେବେ ଏମିତି କଣ ଘଟିଲା ଯେ, ଗୋଟିଏ ଝଟକାରେ ଭୁଷୁଡି ପଡିଥିଲା ବାବା ସାରଥୀଙ୍କ ସାମ୍ରାଜ୍ୟ । ଚକାଚକ୍ ଏସି ରୁମରୁ ବାବା ପହଂଚିଗଲେ ଜେଲର ଚାରିକାନ୍ଥ ଭିତରେ ।

ହାତରୁ ବିଭୂତି ବାହାର କରିବା ହେଉ, ଅବା ସିମେଂଟ ଗାଈରୁ କ୍ଷୀର, ଏମିତି କିଛି ଚମତ୍କାର କରି ଭକ୍ତଙ୍କ ପାଇଁ ୬ ବର୍ଷ ତଳେ ଭଗବାନ ପାଲଟିଯାଇଥିଲେ ସାରଥୀ । ଠିକଣା ଥିଲା ବାରିମୂଳ ଆଶ୍ରମ । ଦିନ ହେଉ ବା ରାତି, ପ୍ରତ୍ୟେକ ଦିନ ଏହି ଆଶ୍ରମକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିଲା । ଆଧ୍ୟାତ୍ମିକ ପ୍ରବଚନରେ ଫାଟି ପଡୁଥିଲା ପୂରା ବାରିମୂଳ । କିନ୍ତୁ ନିଜକୁ ଭକ୍ତଙ୍କ ନଜରରେ ଭଗବାନ ସଜାଇଥିବା ସାରଥୀ ଯେ, ବାସ୍ତବରେ ସୈତାନ ଥିଲେ, ତାହା ଧିରେ ଧିରେ ଫର୍ଚ୍ଚା ହୋଇଆସୁଥିଲା ।

ଅଗଷ୍ଟ ୪, ୨୦୧୫
ବାବାଙ୍କ କଳାକାରନାମାର ପ୍ରଥମ ଝଲକ ଦେଖିଲା ପୂରା ରାଜ୍ୟ
ହ୍ରାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ବାବା ସାରଥୀ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଥିବାର ଖବର ସାମ୍ନାକୁ ଆସିଲା । ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୂରା ରାଜ୍ୟରେ ଜଳିଲା ଅସନ୍ତୋଷର ନିଆଁ । ଆଉ ଏହା ସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ । ରାତିରାତି ଆତ୍ମଘୋଷିତ ଭଗବାନ ପାଲଟିଗଲେ ଭଣ୍ଡ । ବାରିମୂଳରେ ଲାଗିଥିବା ଲିଆଁ ପୂରା ରାଜ୍ୟକୁ ବ୍ୟାପିଲା, ଆଉ ଭଣ୍ଡ ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଦାବି ଉଠିଲା ।

ଅଗଷ୍ଟ ୭, ୨୦୧୫
ସାରଥୀଙ୍କ ନାଁରେ ଆସିଲା ଯୌନ ଶୋଷଣ ଅଭିଯୋଗ
କଟକର ଏକ ଥାନାରେ ସାରଥୀଙ୍କ ନାଁରେ ଯୌନଶୋଷଣ ନେଇ ଅଭିଯୋଗ କରିଥିଲେ ଯୁବତୀ । ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।

ଅଗଷ୍ଟ ୮, ୨୦୧୫
ବାରିମୂଳ ଆଶ୍ରମରେ ରାତିଅଧିଆ ପଶିଲା କ୍ରାଇମବ୍ରାଞ୍ଚ
ଭଣ୍ଡ ସାରଥୀଙ୍କୁ ଆଶ୍ରମ ଭିତରୁ ଉଠାଇ ଆଣିଲା କ୍ରାଇମବ୍ରାଂଚ । କେନ୍ଦ୍ରାପଡାରୁ କଟକ, ରିମାଣ୍ଡ ପରେ ରିମାଣ୍ଡ, ଜେରା ପରେ ଜେରା । ଖୋଲିଲା ଆଧ୍ୟାତ୍ମିକ ଗୁରୁଙ୍କ ଅସଲ ମୁଖା । ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ ।

ବାବା ଗିରଫ ହେବା ପରେ, କ୍ରାଇମବ୍ରାଂଚ ରାଡାରକୁ ଆସିଥିଲା ସାରଥୀର କଳା ସାମ୍ରାଜ୍ୟ । ଆଶ୍ରମ ମଧ୍ୟରେ ବେଆଇନ୍ ଅର୍ଥ କାରବାର ହେଉଥିବା ଖବର ସାମ୍ନାକୁ ଆସିଲା । ଗୋଟିଏ ପରେ ଗୋଟିଏ କରି ସାରଥୀଙ୍କ କଳାସାମ୍ରାଜ୍ୟ ଧୂଳିସାତ୍ ହୋଇଥିଲା । ଆଉ ଜଉମୁଦ ସିଲ୍ ସହ ବନ୍ଦ ହୋଇଯାଇଥିଲା ଭଣ୍ଡ ବାବାଙ୍କ ବାରିମୂଳ ଆଶ୍ରମ ।

ହାଇକୋର୍ଟରୁ ସୁପ୍ରିମକୋର୍ଟ । ଗିରଫ ହେବା ପରେ ଜେଲରୁ ବାହାରିବାକୁ ଅନେକ ପ୍ରୟାସ କରି ବିଫଳ ହୋଇଥିଲେ ସାରଥୀ । କିନ୍ତୁ ସାରଥୀଙ୍କ ପ୍ରତି ଲୋକଙ୍କର ରୋଷ କମିନଥିଲା । କୋର୍ଟରେ ହାଜର ହୋଇ ଫେରିବା ବେଳେ ସାରଥୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ସାଧାରଣ ଲୋକେ ।

ତେବେ ୪ ବର୍ଷ ପରେ ଜେଲରୁ ମୁକୁଳିଥିଲେ ଭଣ୍ଡ ସାରଥୀ । କିନ୍ତୁ ସେତେବେଳେ ତାଙ୍କୁ ସର୍ବସମ୍ମୁଖକୁ ଯିବାକୁ କୋର୍ଟ ମନାକରିଥିଲେ । ଏବଂ ପ୍ରବଚନ, ସତସଙ୍ଗ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା । କିନ୍ତୁ ଏବଂ ପୁଣି ଥରେ ପ୍ରବଚନ କରିପାରିବେ ସାରଥୀ । ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । ଆଉ କୋର୍ଟଙ୍କ ଏଭଳି ନିଷ୍ପତି ପରେ ସାଧାରଣରେ ବଡ ପ୍ରଶ୍ନ ଉଠୁଛି, ପୁଣି ଥରେ ସାମ୍ରାଜ୍ୟ ବିସ୍ତାର କରିବେ କି ସାରଥୀ ?

from Kanak News
via <a href="https://ifttt.com/?

ଅମାନିଆ ଗାଡି ଚାଳକ ସାବଧାନ ! ନିୟମ ନମାନିଲେ ମାମୁଁ ପଠାଇବେ ଲଭ୍ ଲେଟର, ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ ।

କନକ ବ୍ୟୁରୋ : ଅମାନିଆ ଗାଡି ଚାଳକ ସାବଧାନ । ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ରେକର୍ଡ କରୁଛି ସିସିଟିଭି । ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ । ସିସିଟିଭି ଦେଖି ପ୍ରତିଦିନ ୩୫୦ଟି ଚାଲାଣ କଟାଯାଉଛି । ଆଗାମୀ ୨ରୁ ୩ ମାସ ମଧ୍ୟରେ ଏ ସଂଖ୍ୟା ଆହୁରି ବଢିବ । ପାଖାପାଖି ଏକ ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଫାଇନ ଭାବେ ଆଦାୟ କରାଯାଇଛି ।

ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯଦି, ବେପରୁଆ ଭାବେ ଗାଡି ଚଳାଇବେ ତେବେ ଆପଣଙ୍କ ଘରେ ଯାଇ ପହଞ୍ଚିବ ପୁଲିସ ଚାଲାଣ ବା ଲଭଲେଟର । ତେଣୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ କହିଛନ୍ତି ପୁଲିସ କମିସନର ।

from Kanak News
via <a href="https://ifttt.com/?

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ, ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ । ଗଣାମାଧ୍ୟମରେ ବାହାରିଥିବା ଖବର ଆଧାରରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । କୌଣସି ଆଇନ୍ ଉଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉପରେ ଥାର୍ଡ ଡିଗ୍ରୀ କରାଯାଇନାହିଁ ।

ସେପଟେ ଏହି ମାମଲାକୁ ଗୁରୁତର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ ତଦନ୍ତ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଏକ ଚୋରୀ ଅଭିଯୋଗରେ ୪ ଜଣ ନାବାଳକଙ୍କୁ ଥାନାକୁ ଆଣିଥିଲା ପୁଲିସ । ଏବଂ ଥାନା ଭିତରେ ୩ ଦିନ ଧରି ଥାନାରେ ମାଡ ମାରିବା ସହ ଇଲେକ୍ଟ୍ରିକ୍ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

from Kanak News
via <a href="https://ifttt.com/?

ତୈଳଦର ବୃଦ୍ଧି ନେଇ କଂଗ୍ରେସର ବିରୋଧ ଜାରି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଧାରଣା

କନକ ବ୍ୟୁରୋ : ପ୍ରତିଦିନ ତେଲ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଯୁବ କଂଗ୍ରେସ କର୍ମୀ । ଯୁବ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବା ପାଇଁ ଚେଷ୍ଟା କରିବା ବେଳେ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ଯୁବ କଂଗ୍ରେସ ସଭାପତିଙ୍କ ସମେତ ଅନେକ କର୍ମୀ ଗିରଫ ହୋଇଛନ୍ତି ।

ତେବେ ପ୍ରତିଦିନ ତେଲ ଦର ବଢୁଛି । ଏବେ ତ ପେଟ୍ରୋଲ ଦର ସେଂଚୁରୀ ମାରିବାକୁ ବସିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ପାର କରିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ୨୫ ପଇସା ରହିଛି । ସେହିଭଳି ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳର କାଲିମେଳାରେ ୯୫ ଟଙ୍କାରୁ ଅଧିକ ରହିଛି ତୈଳଦର । ଆଜି କାଲିମେଳାରେ ପେଟ୍ରୋଲ ଦର ୯୫ ଟଙ୍କା ୭୩ ପଇସା ରହିଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୩୬ ପଇସା ରହିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପେଟ୍ରୋଲ ଦର ୯୨ ଟଙ୍କା ୩୧ ପଇସା ରହିଥିବା ବେଳେ ଡିଜେଲ ଦର ୮୪ ଟଙ୍କା ୧୧ ପଇସା ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started