ବଜେଟ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଏଥର ରହିବ ପ୍ରଶ୍ନକାଳ, ଆସନ୍ତା ୨୨ରେ ଆଗତ ହେବ ବଜେଟ୍

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଉଛି । ବିଧାନସଭା କନ୍ଫରେନ୍ସ ହଲରେ ଚାଲିଥିବା ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି ।  ୧୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ, ୨ଟି ପର୍ଯ୍ୟାୟରେ ଚାଲିବ ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇଛି ଫେବୃଆରୀ ୨୮ ତାରିଖ ଯାଏଁ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ ୧୧ ରୁ ୩୧ ତାରିଖରେ ଶେଷ କରାଯିବ । ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏଥିପାଇଁ ଆଜି ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ଆଜି ଅପରାହ୍ଣ ସାଢେ ୫ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ । ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକର ଆୟୋଜନ କରିଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳଙ୍କର ବୈଠକ ଅନୁଷ୍ଠିତ ହେବ ।

from Kanak News
via <a href="https://ifttt.com/?

ଗୋପାଳପୁରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ହେଲେ ବ୍ଲୁ-ଫ୍ଲାଗ୍ କୁ ମତ୍ସଜୀବୀଙ୍କ ବିରୋଧ

କନକ ବ୍ୟୁରୋ : ପୁରୀ ପରେ ଗୋପାଳପୁର ବିଚ୍ ର ବିକାଶ ପାଇଁ ରାଜ୍ୟ ସରକାର ବଡ ଯୋଜନା ପ୍ରସ୍ତୁତ କରିଛନ୍ତି । ପୁରୀ ଭଳି ଗୋପାଳପୁର ସି ବିଚ୍ କୁ ବ୍ଲୁ-ଫ୍ଲାଗ୍ ବିଚ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ବିରୋଧୀ କରିଛନ୍ତି ସ୍ଥାନୀୟ ମତ୍ସଜୀବୀ । ବ୍ଲୁ-ଫ୍ଲାଗ ବିଚ୍ କାମ ଆରମ୍ଭ ହେବା ପୂର୍ବରୁ ସମୁଦ୍ର କୂଳରୁ ଡଙ୍ଗା ଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋପାଳପୁର ମତ୍ସଜୀବୀ ।
ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ମତ୍ସଜୀବୀ ମାନେ ବ୍ରହ୍ମପୁର- ଗୋପାଳପୁର ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଗୋପାଳପୁର ବିଚ୍ ବ୍ଲୁ-ଫ୍ଲାଗ ହେଲେ ମତ୍ସଜୀବୀଙ୍କ ଜୀବନ ଜୀବୀକା ଠପ୍ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମତ୍ସ୍ୟଜୀବୀ ମାନେ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

କଳାହାଣ୍ଡି ତେନ୍ତୁଳି ଖୁଂଟି ଗାଁରୁ ଆସିଲା ଅଭାବନୀୟ କାହାଣୀ : ବିବାହ ପୂର୍ବରୁ ଫେରାର ହୋଇଗଲା ବଡ ଭଉଣୀ; ସାନ ଭଉଣୀ ସହ ବିବାହ କରାଇଲେ ପରିବାର ଲୋକ

କନକ ବ୍ୟୁରୋ : କଳାହାଣ୍ଡି ତେନ୍ତୁଳିଖୁଂଟି ଗାଁରୁ ଆସିଛି ଏହି ଅଭାବନୀୟ ଖବର । ବିବାହ ପୂର୍ବରୁ ଫେରାର ହୋଇଗଲା ବଡ଼ ଭଉଣୀ । ବର ଶିଶୁପାଳ ହୋଇ ଫେରିବା ଆଶଙ୍କାରେ ସାନ ଭଉଣୀ ସହ ବିବାହ କରାଇଦେଲେ ପରିବାର ଲୋକ । ସମାଜରେ ଉଭୟ ପକ୍ଷର ଇଜ୍ଜତ ରହିଗଲା । ହେଲେ ବିବାହ କରିଥିବା ସାନ ଭଉଣୀକୁ ପୁରି ନଥିଲା ୧୮ ବର୍ଷ । ନାବାଳିକା ବିବାହ ହୋଇଥିବାରୁ ବିଶେଷ ସୂତ୍ରରୁ ଖବର ପାଇ ପହଚିଂଥିଲା ପୁଲିସ ।

ଜୟପାଟଣା ଏସଡିପିଓ ଘଟଣା ସ୍ଥଳରେ ପହଚିଂ ପୁରା ଘଟଣାର ତଥ୍ୟ ନେଇଥିଲେ । ବିବାହିତା ଝିଅଟିର ବୟସ ୧୬ ବର୍ଷ ହୋଇଥିବାରୁ ଶାଶୁଘରକୁ ଯିବା ପାଇଁ ଦୁଇ ବର୍ଷ ଅପେକ୍ଷା କରିବା ପାଇଁ କୁହାଯାଇଛି । ଏହି ସମୟରେ ଝିଅ ବାପଘର ରହିବେ କିମ୍ବା କୌଣସି ହଷ୍ଟେଲରେ ରହିପାରିବେ । ନାବାଳିକା ହୋଇଥିବାରୁ ଶାଶୁଘରକୁ ଯାଇପାରିବେ ନାହିଁ ବୋଲି ନିଷ୍ପତି କରିଛି ସ୍ଥାନୀୟ ପୁଲିସ । କଳାହାଣ୍ଡି ଜିଲ୍ଳା କଲମପୁର ବ୍ଲକ ତେନ୍ତୁଳିଖୁଂଟି ଗାଁର ଏହି ଅଜବ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀରର ସ୍ଥିତି ଅନୁଧ୍ୟାନ କରିବାକୁ ପହଂଚିଲେ ୨୪ ଦେଶର ପ୍ରତିନିଧି । ଧାରା ୩୭୦ ଉଚ୍ଛେଦ ପରେ ଚତୁର୍ଥ ଥର ଜମ୍ମୁ-କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି

କନକ ବ୍ୟୁରୋ : ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଂଚିଛନ୍ତି । ଏଥର ଏହି ଦଳରେ ୨୪ ଟି ଦେଶର ରାଜନୈତିକ ପ୍ରତିନିଧି ରହିଛନ୍ତି । ମଧ୍ୟ-ପୂର୍ବ ଆଫ୍ରିକା ଓ ୟୁରୋପୀୟ ଦେଶରେ ପତିନିଧିଙ୍କୁ ଏହି ଦଳରେ ସାମିଲ କରାଯାଇଛି ।

କୁହାଯାଉଛି କି ୟୁରୋପୀୟ ସଂଘର ଏହି ପ୍ରତିିନିଧି ଦଳ ତଳ ସ୍ତରରୁ ଲୋକତନ୍ତ୍ରର ସ୍ଥିତି ପରଖିବାକୁ ଏଠାରେ ପହଂଚିଛନ୍ତି । ଏହି ପ୍ରତିନିଧି ଦଳ ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ନବ ନିର୍ବାଚିତ ପ୍ରତିନିଧି, ପ୍ରମୁଖ ନାଗରିକ ଓ ପ୍ରଶାସନିକ ସଚିବ ମାନଙ୍କ ସହ ବୈଠକ କରିବେ । ହେଲେ ଏହାକୁ ନେଇ ବିରୋଧୀ ମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିରୋଧୀଦଳ ନେତା ମାନେ କହିଛନ୍ତି କି ସରକାର କାଶ୍ମୀର ମାମଲାକୁ ଆନ୍ତର୍ଜାତୀୟକରଣ କରିବାକୁ ଚେଷ୍ଟା ଚଳାଇଛନ୍ତି ।

୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅକ୍ଟୋବର ମାସରେ ୟୁରୋପୀୟ ଦେଶର ପ୍ରତିନିଧିଦଳ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଥମେ ଜମ୍ମୁ-କାଶ୍ମୀରରେ ପହଂଚିଥିଲେ । ଏହାପରେ ୨୦୨୦ ମସିହା ଜାନୁଆରୀ ୯ ତାରିଖରେ ୧୬ ବିଦେଶୀ ରାଜନୈତିକ ଦଳର ପ୍ରତିନିଧି ଜମ୍ମୁ-କାଶ୍ମୀର ଗସ୍ତରେ ଆସିଥିଲେ । ସେହିଭଳି ୨୦୨୦ ଫେବୃଆରୀ ମାସ ୧୨ ତାରିଖରେ ୨୫ ଜଣିଆ ପ୍ରତିନିଧି ଦଳ ଜାମ୍ମୁ-କାଶ୍ମୀର ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

ଓଡ଼ିଶାର ଅପହଂଚ ଅଂଚଳରେ ଆନ୍ଧ୍ରର ଆଖି : ମାଲକାନଗିରି ଜୁମଡାଙ୍ଗରେ ଆନ୍ଧ୍ରର ସରପଂଚ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ

କନକ ବ୍ୟୁରୋ : ଓଡିଶାର ବିରୋଧ ସତ୍ୱେ କୋରାପୁଟ ଜିଲ୍ଲୀର କୋଟିଆରେ ପଂଚାତୟ ନିର୍ବାଚନ କରିସାରିଛି ଆନ୍ଧ୍ର । ଓଡିଶାର ଆପତି ନେଇ ଆଗାମୀ ୧୯ରେ ଶୁଣାଣୀ ଅଛି । ଆଉ ଏହାରି ଭିତରେ ମାଲକାନଗିରି ସୀମାନ୍ତବର୍ତୀ ଅଂଚଳରେ ଆଜି ଆନ୍ଧ୍ରର ପଂଚାୟତ ନିର୍ବାଚନ ଚାଲିଛି । ବିଶାଖପାଟଣା ଜିଲ୍ଲା ଇଂଜାରି ପଂଚାୟତରେ ମାଲକାନଗିରିର ଜୁମଡାଙ୍ଗ ଗାଁକୁ ଦର୍ଶାଇଛି ଆନ୍ଧ୍ର । ଯଦି ଓ ଏଠାରେ ସରପଂଚ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି, ଏହି ଗାଁର ୧୮ ଜଣ ଭୋଟରଙ୍କ ଗାଁର ଆନ୍ଧ୍ର ଭୋଟର ତାଲିକାରେ ରହିଛି । ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି ମାଲକାନଗିରି ଜୁମଡାଙ୍ଗ ଅଂଚଳର ଦୃଶ୍ୟ ।

ପାହାଡି ଇଲାକାରେ ଲୋକେ ଯାତାୟାତ କରିବା ପାଇଁ ଘୋଡ଼ାର ସହାୟତ ନେଉଛନ୍ତି । ରାଜ୍ୟ ସରକାର ଏଠାରେ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ଲୋକେ ସେମାନଙ୍କ ମୌଳିକ ଆବଶ୍ୟକତା ପାଇଁ ଏହି ଭଳି ଘୋଡା ପିଠିରେ ଜିନିଷ ଲଦି ପାହାଡିଆ ଅଙ୍କାବଙ୍କା ରାସ୍ତାରେ ଯାଆସ କରୁଛନ୍ତି । ଏବଂ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଜଙ୍ଗଲ ପାହାଡରେ ଘେରା ଏହି ଅଂଚଳରେ ଏମିତି କଣ ଅଛି ଯେ ଆନ୍ଧ୍ର ଏହା ଉପରେ ଆଖି ପକାଇଛି ।

କୁହାଯାଉଛି, ତେଲେଙ୍ଗାନା ଅଲଗା ହେବା ପରେ ସଂକୁଚିତ ହୋଇଯାଇଛି ଆନ୍ଧ୍ରପ୍ରଦେଶ । ତେଣୁ ଏହାର ପରିସୀମାକୁ ବଢାଇବା ପାଇଁ ଓଡିଶାର ସୀମାନ୍ତବର୍ତୀ ଗାଁ ଉପରେ ଆଖି ପକାଇଛି । ଜୁମଡାଙ୍ଗ ଓଡିଶାର, ଏଠାରେ ୬୦ ଜଣ ଓଡିଶାର ଭୋଟର ବି ଅଛନ୍ତି । ଏମାନଙ୍କ ଉପରେ ପ୍ରଶାସନ ଦୃଷ୍ଟି ଦେଉନାହିଁ ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିତ୍ରକୋଣ୍ଡା ତହସିଲଦାର । ଏହି ଅଂଚଳବାସୀ ଓଡିଶା ସହ ଥିବା ସେ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ଆଦର୍ଶ ନା ସାବତ ପଞ୍ଚାୟତ ? ୨ଥର ପୁରସ୍କୃତ, ଅଥଚ ପିଇବା ପାଣି, ସ୍ୱାସ୍ଥ୍ୟସେବା ଅପହଞ୍ଚ..

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ଦୁଇଦୁଇଥର ଆଦର୍ଶ ପଞ୍ଚାୟତ ଭାବେ ପୁରସ୍କୃତ ଏରସମା ବ୍ଲକ୍‌ର ପଦ୍ମପୁର ପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳଯୋଗାଣ ଓ ସ୍ୱାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ନାହିଁ । ସ୍ୱାଧୀନତାର ୬୦ବର୍ଷ ପରେ ମଧ୍ୟ ଏହି ପଞ୍ଚାୟତ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଜୀବନ ବିତାଉଛନ୍ତି । ଏହି ପଞ୍ଚାୟତ ୨୦୧୨-୧୩ରେ ସରପଞ୍ଚ ସୁନିତା ସାହୁ ଓ ୨୦୧୫/୧୬ରେ କେଶବ ଚନ୍ଦ୍ର ପାତ୍ର ସରପଞ୍ଚ ଥିବା ବେଳେ ଆଦର୍ଶ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଥିଲା । ଏହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ବଙ୍ଗୋପସାଗର ଉପକୂଳରେ ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତର ୨୨ଟି ଓ୍ବାର୍ଡ ଓ ୭ହଜାର ୫ଶହ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ୬୦ ପ୍ରତିଶତ ବେଙ୍ଗଲୀ ସଂପ୍ରଦାୟର ଲୋକ ବସବାସ କରନ୍ତି । ପଞ୍ଚାୟତରେ ୨୫ଭାଗ ଜମିରେ ଧାନ ଚାଷ କରାଯାଉଥିବାବେଳେ ଅବଶିଷ୍ଟ ଜମିରେ ଚିଙ୍ଗୁଡ଼ି ଚାଷ କରାଯାଏ ।

୧୯୯୯ ମହାବାତ୍ୟା ଏହି ପଞ୍ଚାୟତରେ ତାଣ୍ତବ ରଚିଥିଲା । ସେଠାରେ ପ୍ରାୟ ୩ହଜାର ଲୋକ ପ୍ରାଣହରାଇଥିଲେ। ମହାବାତ୍ୟା ପରେ ତତ୍‌କାଳୀନ ବିଡିଓ ମୁରଲୀଧର ସ୍ୱାଇଁ ଓ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ଉଦ୍ୟମରେ ପଞ୍ଚାୟତର ଶିଆଳି ବେଳାଭୂମିର ବିକାଶ କରାଯାଇ ତାହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏବେ ଶିଆଳି ବେଳାଭୂମି ସରକାରୀଭାବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇସାରିଛି।ଏବେ ପଞ୍ଚାୟତର ସବୁ ଗାଁକୁ ରାସ୍ତା ନିର୍ମାଣ କରାଯାଇଛି। ୧୭ଶହ ଗରିବ ପରିବାରକୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶିକ୍ଷାଦାନ ପାଇଁ ଗୋଟିଏ ସରକାରୀ ହାଇସ୍କୁଲ, ୮ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ଟି ଅଙ୍ଗନବାଡି କେନ୍ଦ୍ର ରହିଛି।

ପଞ୍ଚାୟତରେ ଥିବା ଏକ ସ୍ୱାସ୍ଥ୍ୟଉପକେନ୍ଦ୍ର କର୍ମଚାରୀଙ୍କ ମନମୁଖି ଯୋଗୁଁ ଅଧିକାଂଶ ଦିନ ବନ୍ଦ ରହିଥାଏ । ସାମାନ୍ୟ ଅସୁସ୍ଥ ହେଉଥିବା ଲୋକଙ୍କୁ ଏରସମା କିମ୍ବା ୩୦ କିମି.ଦୂର ବାଲିକୁଦା ଡାକ୍ତରଖାନାକୁ ଯିବାକୁ ପଡ଼ିଥାଏ। ଏନେଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକଙ୍କୁ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ସୁଫଳ ମିଳୁନାହିଁ। ନଈନାଳ ଘେରା ଓ ସୁମଦ୍ରର ଉତ୍ତଙ୍ଗ ଜଳରାଶି ଗାଁର ମଥା ଛୁଉଁଥିଲେ ହେଁ ପଞ୍ଚାୟତବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଅଞ୍ଚଳର ସବୁ କୂଅ, ପୋଖରୀ ନଳକୂଅ ପାଣି ଲୁଣିଆ ତଥା କ୍ଷାରଯୁକ୍ତ ହୋଇଥିବାରୁ ପିଇବା ପାଇଁ ଅନୁପଯୁକ୍ତ। ଖରା ଦିନେ ଟ୍ୟାଙ୍କରଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଏ। ମାତ୍ର ଅନ୍ୟ ଦିନ ମାନଙ୍କରେ ସରକାରୀଭାବେ ଖନନ କରାଯାଇଥିବା ନଳ କୂପରୁ ବାହାରୁ ଥିବା ଲୁଣାପାଣିକୁ ଲୋକମାନେ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି।

ସତ୍ୟସାଇ ସେବା ସଂସ୍ଥାନ ତରଫରୁ ପଞ୍ଚାୟତ ହାଇସ୍କୁଲ ଠାରେ ଏକ ମଧୁର ଜଳ ଯୋଗାଣକେନ୍ଦ୍ର ଖୋଲା ଯାଇ ଗ୍ରାମକୁ ମଧୁର ପାନୀୟ ଜଳ ଯୋଗଇ ଦିଆଯାଇଥାଏ । ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ୪୦ଟି ସ୍ୱୟଂସହାୟିକା ଦଳ ଗଠନ କରାଯାଇ ଆତ୍ମନିର୍ଭରଶୀଳ ପାଇଁ ଉଦ୍ୟମହେଉଛି । ଆବାସଯୋଜନାରେ ୧୫ଶହ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ପଦ୍ମପୁରକୁ ଏକ ଛୋଟ ସହରାଞ୍ଚଳରେ ପରିଣତ କରାଯିବା ଲକ୍ଷ୍ୟ ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ସମସ୍ୟାର ସମାଧାନ କରାଯାଉ ବୋଲି ସରପଞ୍ଚ କେଶବ ପାତ୍ର ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ମୋବାଇଲ ବ୍ୟବହାରକାରୀଙ୍କ ଉପରେ ପଡିପାରେ ମହଙ୍ଗା ମାଡ । ଟାରିଫ୍ ପ୍ଲାନର ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି ଟେଲିକମ୍ କମ୍ପାନୀ । ଏପ୍ରିଲ ପହିଲାରୁ ହୋଇପାରେ ଲାଗୁ ।

କନକ ବ୍ୟୁରୋ : ଦେଶରେ କେବଳ କରୋନାର ପ୍ରାର୍ଦୁଭାବ କମିଛି । ହେଲେ ସମସ୍ତ ନିତ୍ୟାବଶକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବିଶେଷ ଭାବେ ରୋଷେଇ ଗ୍ୟାସ ଓ ପେଟ୍ରୋଲ ଡିଜେଲର ଦର ଏବେ ଆକାଶଛୁଆଁ ହୋଇଛି । ଏନେଇ ଗ୍ରାହକ ମାନଙ୍କ ପକେଟ୍ ଉପରେ ସିଧା ମାଡ ହେଉଥିବା ବେଳେ କିଛିବର୍ଷ ହେବ ଅତ୍ୟାବଶକୀୟ ସାମଗ୍ରୀ ସହିତ ଯୋଡି ହୋଇଥିବା ମୋବାଇଲ ସେବାର ଦର ପୁଣି ଟେଲିକମ୍ କମ୍ପାନୀ ମାନେ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ମୋବାଇଲର ଟାରିଫ୍ ପ୍ଲାନ ବଢିବାର ସମ୍ଭାବନା ଦେଖା ଦେଇଛି । ଏହି ବର୍ଦ୍ଧିତ ମୂଲ୍ୟ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁ ହୋଇପାରେ ବୋଲି ଇନଭେଷ୍ଟମେଣ୍ଟ ଇନଫରମେଶନ୍ ଆଣ୍ଡ କ୍ରେଡିଟ୍ ରେଟିଂ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସୂଚନା ଦିଆଯାଇଛି । ଏଥିରେ ଦର୍ଶାଯାଇଛି କି ମୋବାଇଲ ଅପରେଟର କମ୍ପାନୀ ମାନେ ୨ ଜି ସେବାକୁ ୪ ଜି ରେ ଅପଗ୍ରେଡ କରିବା ଦ୍ୱାରା ବ୍ୟବହାରକାରୀଙ୍କ ଉପରେ ହାରାହାରି ରାଜସ୍ୱ ବୋଝ ଲଦି ହେବ ବୋଲି ଏଥିରେ ଦର୍ଶା ଯାଇଛି ।

ଟେଲିକମ୍ କମ୍ପାନୀ ଗୁଡିକ ଏଭଳି ପଦକ୍ଷେପ ନେବା ଦ୍ୱାରା ଆସନ୍ତା ୨ ବର୍ଷ ମଧ୍ୟରେ ରାଜସ୍ୱରେ ୧୧ ରୁ ୧୩ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ୨୦୨୨ ଆର୍ଥିକ ବର୍ଷରେ ଅପରେଟିଂ ମାର୍ଜିନରେ ୩୮ ପ୍ରତିଶତ ବୃଦ୍ଧି ହେବା ନେଇ ସମ୍ଭାବନା ଦେଖା ଦେଇଛି ।

from Kanak News
via <a href="https://ifttt.com/?

ବଜେଟ ଅଧିବେଶନ ବସିଲା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପରିଚାଳନା ନେଇ ବିସ୍ତୃତ ଆଲୋଚନା ।

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଉଛି । ବିଧାନସଭା କନ୍ଫରେନ୍ସ ହଲରେ ଚାଲିଥିବା ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି ।

୧୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ, ୨ଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇଛି ଫେବୃଆରୀ ୨୮ ତାରିଖ ଯାଏଁ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ ୧୧ ରୁ ୩୧ ତାରିଖରେ ଶେଷ କରାଯିବ । ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏଥିପାଇଁ ଆଜି ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ।

ଆଜି ଅପରାହ୍ଣ ସାଢେ ୫ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ । ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକର ଆୟୋଜନ କରିଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳଙ୍କର ବୈଠକ ଅନୁଷ୍ଠିତ ହେବ ।

from Kanak News
via <a href="https://ifttt.com/?

ରାଜନୀତିରେ ରନ୍ଧା ଖାଦ୍ୟ : ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ପ୍ରତିଯୋଗିତାରେ ସାମିଲ ହେଲା ପଶ୍ଚିମବଙ୍ଗ

କନକ ବ୍ୟୁରୋ : ସବସିଡି ଦରରେ ରାସନ ସାମଗ୍ରୀ ଯୋଗାଣ କିମ୍ବା ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ରାଜନୀତିରେ ପ୍ରୟୋଗ ଦୀର୍ଘ ଦିନରୁ ରହିଆସିଛି । ଏହି ପ୍ରତିଯୋଗିତାରେ ଏବେ ସାମିଲ ହୋଇଛି ପଶ୍ଚିମବଙ୍ଗ । ପୂର୍ବାଂଚଳର ଏହି ରାଜ୍ୟରେ ପଦ୍ମ ଫୁଟାଇବାକୁ ସବୁ ବଳ ଲଗାଇ ଦେଇଛି ବିଜେପି । ହେଲେ ବିଜେପିର ରଣନୀତିକୁ ଭଣ୍ଡୁର କରିବା ପାଇଁ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରାଜ୍ୟର ଗରିବ ଜନତାଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ମା ରୋଷେଇ ଘର ଯୋଜନା । ଏଥିରେ ଲୋକଙ୍କୁ ସବସିଡି ଦରରେ ପେଟପୁରା ଖାଦ୍ୟ ଯୋଗାଇ ଦିଆଯାଉଛି । ମାତ୍ର ୫ ଟଙ୍କାରେ ଭାତ, ଡାଲି ଓ ପରିବା ତରକାରୀ ସହ ଅଣ୍ଡା ଯୋଗାଇ ଦିଆଯାଉଛି । ଆମ ରାଜ୍ୟରେ ମଧ୍ୟ ଏହିଭଳି ଆହାର ଯୋଜନା ଚାଲୁ ରହିଛି । ତେବେ ନଜର ପକାନ୍ତୁ ରାଜନୀତିରେ ରନ୍ଧାଖାଦ୍ୟର ଏହି ତାଲିକା ଉପରେ ।

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି । ଭୁବନେଶ୍ୱର ଆଇଏଲଏସ ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ ଟେକ୍ନୋଲୋଜୀ ପ୍ରତିଷ୍ଠା କରିବାକୁ ଅନୁରୋଧ

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ଏକ ହଲମାର୍କ ଭାବରେ ପରିଗଣିତ ହୋଇଛି । ମତ୍ସ୍ୟ ଚାଷ, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଲଜିଷ୍ଟିକ୍ ତଥା ଆନୁଷାଙ୍ଗିକ କାମରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି । ସମୁଦ୍ର ଆଧାରିତ ନୀଳ ଅର୍ଥନୀତି ପାଇଁ ବିଗତ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାର ସୁଦୀର୍ଘ ବେଳାଭୂମି କେନ୍ଦ୍ର ବିନ୍ଦୁରେ ରହିଛି ।

ସେହିପରି ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡିଶାର ପର୍ଯ୍ୟଟନ ତଥା ଏଭଳି କ୍ଷେତ୍ର ପାଇଁ ଏକ ମେରୁଦଣ୍ଡ ଭାବରେ ପରିଗଣିତ ହୋଇଛି । ପାରାଦୀପ ବନ୍ଦର, ଆଇଓସିଏଲ ପାରାଦୀପ ବିଶୋଧନାଗାର, ପାରାଦୀପ ସ୍ମାର୍ଟ୍ ବନ୍ଦର ସହର ଭଳି ସଂପ୍ରସାରଣ ଓ ଆଧାରିତ ଅର୍ଥନୀତିର ସଠିକ୍ ସମ୍ଭାବନାର ସମ୍ଭାର ଖୋଲିବା କରିବା ସହ ଓଡିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବ । ତେଣୁ ବିଶେଷ ଭାବରେ ଯେତେବେଳେ ଆମେ ସାମୁଦ୍ରିକ ବାୟୋ-ଟେକ୍ନୋଲୋଜି ଜରିଆରେ ନୋଭେଲ୍ ଆପ୍ରୋଚେସକୁ ବିକଶିତ କରୁଅଛେ, ସେହି ସମୟରେ ଏହି ଉକ୍ରୃଷ୍ଟ ସାମୁଦ୍ରିକ ପରିସଂସ୍ଥାନ ଯଥା ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବଂ ଉପକୂଳ ଅଂଚଳରେ ଥିବା ଗଛ ବିଶେଷ ଭାବରେ ଲୁଣି ହେନ୍ତାଳ ଗଛ ଗୁଡିକର ସଂରକ୍ଷଣ ପାଇଁ ପୁଞ୍ଜିନିବେଶ କରିଯିବା ଏକାନ୍ତ ଆବଶ୍ୟକ ।

ସେହିପରି ପରିବେଶ ସଂରକ୍ଷଣ କ୍ଷେତ୍ର ଗୁଡିକରେ ଭୁବନେଶ୍ୱର ସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ବିଭିନ୍ନ ଗବେଷଣା ମାଧ୍ୟମରେ ଆଂଚଳିକ ଜୈବ ସମ୍ବଳର ପରିଚାଳନା, ଇକୋ ସଂରକ୍ଷଣ ଉଦ୍ୟମ । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡିଶାର ଉକ୍ରୃଷ୍ଟ ସାମୁଦ୍ରିକ ପରିସଂସ୍ଥାନର ସନ୍ତୁଳନ ଏବା ଏହାର ନୀଳ ଅର୍ଥନୀତିର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏହିସବୁ କ୍ଷେତ୍ର ଗୁଡିକରେ ବୈଜ୍ଞାନିକ ଗବେଷଣା ଉପରେ ଅଧିକ ଧ୍ୟାନଦେବା ନେଇ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started