ଶ୍ରୀଜୀଉଙ୍କୁ ସାଢ଼େ ୪ କେଜିରୁ ଅଧିକ ସୁନା କିଏ କଲେ ଦାନ? ଦାତାଙ୍କୁ ନେଇ ବଢିଲା ଚର୍ଚ୍ଚା, ଜାଣନ୍ତୁ ସୁନା ପଛର ରହସ୍ୟ…

କନକ ବ୍ୟୁରୋ: ପବିତ୍ର ବସନ୍ତ ପଂଚମୀରେ ଶ୍ରୀଜୀଉଙ୍କୁ ସୁନା ଦାନ କରିଥିବା ଭକ୍ତଙ୍କୁ ନେଇ ବଢିଲା ଚର୍ଚ୍ଚା । କିଏ ସେହି ଭକ୍ତ, ଯିଏ ପ୍ରାୟ ୫ କେଜିର ସୁନା ଗହଣା ମହାପ୍ରଭୁଙ୍କ ପାଇଁ ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜଣେ ଭକ୍ତ, ବସନ୍ତ ପଂଚମୀ ତଥା ରଥକାଠ ଅନୁକୂଳ ଅବସରରେ ସୁନା ଗହଣା ଦାନ କରିଛନ୍ତି । ଏହି ଗହଣାରେ ମୋଟ୍ ୪ କେଜି ୮୫୮ ଗ୍ରାମର ସୁନା ଓ ୩ କେଜି ୮୭୬ ଗ୍ରାମର ରୁପା ବ୍ୟବହାର ହୋଇଛି । ଯେଉଁ ପେଟିରେ ଏହି ଗହଣା ଭର୍ତି କରି ଅଣାଯାଇଥିଲା, ସେଥିରେ ଲେଖାଅଛି, ରିଲାଏନ୍ସ ଜୁଏଲାରୀ, ଜନପଥ ଭୁବନେଶ୍ୱର । ଚର୍ଚ୍ଚା ହେଉଛି, ମୁମ୍ବାଇର ଜଣେ ବିଶିଷ୍ଟ ଶିଳ୍ପପତି ଏହି ସୁନା ଦାନ କରିଛନ୍ତି ।

ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ନାମକୁ ଗୋପନ ରଖାଯାଇଛି । କିନ୍ତୁ ଏକଥା ଚର୍ଚ୍ଚା ହେଉଛି ଯେ, ଏହି ବିଶିଷ୍ଟ ଶିଳ୍ପପତି ପ୍ରଥମେ ଶ୍ରୀମନ୍ଦିରକୁ ସୁନା ଦାନ କରିବାକୁ ଚାହୁଁଥିଲେ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ, ଆଉ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୁନା ଗହଣା ଦେବା ପାଇଁ କୁହାଯାଇଥିଲା । ଯାହା ବିଭିନ୍ନ ବେଶ ସମୟରେ ଶ୍ରୀଜିଉଙ୍କ ଠାରେ ଲାଗି ହୋଇପାରିବ ।

ତେବେ ଏହି ଅଳଙ୍କାର ଭିତରେ ଅଛି ବଡଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ସେହିପରି ମାଆ ସୁଭଦ୍ରାଙ୍କ ପାଇଁ ୨ଟି ତଡକି ଓ ୨ଟି ଝୋବା । ଶ୍ରୀମନ୍ଦିର ପ୍ର୍ରଶାସନ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଭକ୍ତଙ୍କ ପ୍ରତିନିଧି ଏହି ଦାନ କରିଛନ୍ତି । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ସୁନା ଅଳଙ୍କାର ସବୁ ବ୍ୟବହାର ହେବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

‘ଆସ୍କ ଫର ହେଲଥ’ ଆପରେ ମିଳିବ ସୁବିଧା : ଘରେ ବସି ସ୍ୱାସ୍ଥ୍ୟ ସେବା ପାଇପାରିବେ ଗ୍ରାହକ 

କନକ ବ୍ୟୁରୋ : ଆସ୍କ ଫର ହେଲ୍ଥ୍ । ଏହା ଏକ ସ୍ୱାସ୍ଥ୍ୟ ଭିତିକ ଷ୍ଟାର୍ଟ ଅପ୍ । ଗ୍ରାମାଂଚଳ ଓ ଅପହଂଚ ସ୍ଥାନ ଗୁଡିକରେ ସହଜରେ ଓ ସୁଲଭରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏହାର ଲକ୍ଷ୍ୟ ରହିଛି । ଏହି ଆପ୍ ଦ୍ୱାରା ଗ୍ରାହକମାନେ ଅତ୍ୟନ୍ତ ସହଜରେ ନିଜ ନିଜ ଘରେ ବସି ସ୍ୱାସ୍ଥ୍ୟସେବା ପାଇପାରିବେ । କେବଳ ଗୋଟିଏ ଫୋନ କଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ ଆସ୍କ ଫର ହେଲ୍ଥ୍ ଆପ୍ । ଏହାସହ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀମାନେ ଆସ୍କ ଟେଷ୍ଟ ମାଧ୍ୟମରେ ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରିବେ । କେବଳ ଏତିକି ନୁହେଁ, ଆସ୍କ ଫର ମେଡ୍ ଆପ୍ ଜରିଆରେ ରୋଗୀଙ୍କୁ ସୁଲଭ ମୂଲ୍ୟରେ ସବୁ ପ୍ରକାର ମେଡିସିନ ମଧ୍ୟ ଯୋଗାଇ ଦିଆଯିବ ବୋଲି ଆସ୍କ ଫର ହେଲ୍ଥ୍ର ଫାଉଣ୍ଡର ସଂଜୀବ ପାତ୍ର ଓ ସୁନୀତା ମହାନ୍ତି କହିଛନ୍ତି ।

from Kanak News
via <a href="https://ifttt.com/?

ଘର ଉପରକୁ ମାଡିଗଲା କାର : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ

କନକ ବ୍ୟୁରୋ : ଘର ଉପରକୁ ମାଡିଗଲା କାର । କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଭୋଜି ଖାଇ ଫେରୁଥିବା ବେଳେ ଗାଁର ମାର୍କଣ୍ଡ ଦଣ୍ଡିଆଙ୍କୁ ଧକ୍କା ଦେଇଥିଲା ଏହି କାର । ଏହାସହ କାରଟି ଭାରସ୍ୟାମ ହରାଇ ଏକ ଘର ଉପରକୁ ମାଡି ଯାଇଛି । ତେବେ ଘରର ଏହି ଦୃଶ୍ୟକୁ ଦେଖି ଆପଣମାନେ ଅନୁମାନ କରିପାରୁଥିବେ କେତେ ଯୋରରେ ଗାଡିଟି ଘର ଉପରକୁ ମାଡି ଯାଇଛି । ମାର୍କଣ୍ଡ ଦଣ୍ଡିଆଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ରାତିରେ ଏମିତି ଏକ ଅଘଟଣ ଘଟିଛି ।

from Kanak News
via <a href="https://ifttt.com/?

ଗୋଟିଏ ଦିନରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା: କନ୍ଧମାଳ ବାଲିଗୁଡାରେ ଘର ଉପରକୁ ମାଡିଗଲା କାର, ଜଣେ ମୃତ, ଏପଟେ ବରଗଡରେ ଓଲଟିଲା ବରଯତ୍ରୀ ଅଟୋ, ୨ ମୃତ, ୧୭ ଆହତ ।

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଠାରେ ଗତକାଲି ରାତିର ଏକ ଦୁଃଖଦ ଘଟଣା ଘଟିଛି । ଏକ ଭୋଜି ସାରି ଫେରିବା ବେଳେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଇଥିବା ସହ କାରଟି ଘର ଉପରକୁ ଚଢ଼ି ଯାଇଥିଲା । ଫଳରେ ଜଣେ ମୃତ ହୋଇଛନ୍ତି । ତେବେ ଡ୍ରାଇଭର ଫେରାର ଥିବାବେଳେ ଅନ୍ୟ ଜଣକୁ ଅଟକ ରଖିଛନ୍ତି ଉତ୍ୟେକ୍ତ ଗାଁ ଲୋକେ ।

ସେପଟେ ବରଯାତ୍ରୀ ହେଲା ଶେଷ ଯାତ୍ରା । ବରଯାତ୍ରୀ ଯାଇ ଆନନ୍ଦ ଉଲ୍ଲାସରେ ଫେରିଲା ବାଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୭ ଜଣ ଗୁରୁତର ଭାବେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବରଗଡ଼ ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ଚମାରପଡ଼ାକୁକୁ ଏକ ବାହାଘର ବରଯାତ୍ରୀ ଯାଇଥିଲେ। ସେଠାରୁ ଏକ ଗାଡ଼ିରେ ବରଗଡ଼କୁ ଫେରୁଥିବା ସମୟରେ ଗାଡିଟି ବିଜେପୁର ସ୍ୱର୍ଣ୍ଣ ଛକରେ ଭରସ୍ୟମ ହରାଇ ଗାଡିଟି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାଟି ଭୋର ୪ ଟାରୁ ହୋଇଥିଲା । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

from Kanak News
via <a href="https://ifttt.com/?

ସିଏମ‌ସିର ଫୁଡ୍‌ ସେଫ୍ଟି ଅଫିସରଙ୍କ ଚାଞ୍ଚଲ୍ୟକର ତଥ୍ୟ: ‘ପୂଜା ଘିଅ’ ନାଁରେ କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ ନାହିଁ

କନକ ବ୍ୟୁରୋ : ସିଏମ‌ସିର ଫୁଡ୍‌ ସେଫ୍ଟି ଅଫିସରଙ୍କ ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ । ସିଏମସି ଫୁଡ ସେଫଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି ଯେ ପୂଜା ଘିଅ ନାଁରେ ସେଭଳି କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ କରାଯାଇନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ଲୋକେ ଏଥିପ୍ରତି ସଚେତନ ହେବା ଆବଶ୍ୟକ । କୌଣସି ସଂସ୍ଥାର ନାହିଁ ‘ପୂଜା ଘିଅ’ ଲାଇସେନ୍ସ । ପୂଜା ଘିଅ ନାଁରେ କୌଣସି ଲାଇସେନ୍ସ ଏଫ୍‌ଏସ୍‌ଏସ୍‌ଏଆଇ(ଫୁଡ୍‌ ସେଫ୍ଟି ଆଣ୍ତ ଷ୍ଟାଣ୍ତାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ତିଆ) ପକ୍ଷରୁ କୌଣସି କମ୍ପାନିକୁ ପ୍ରଦାନ କରାଯାଏ ନାହିଁ । ଘିଅର ଶ୍ରେଣୀଭୁକ୍ତ କେବଳ ଗାଈ ଘିଅ ଓ ବନସ୍ପତ୍ତି ଘିଅ ନାଁରେ କରାଯାଇଛି । ଚେନ୍ନାଇରୁ ଆମଦାନୀ ହେଉଥିବା ସୋୟାବିନ୍‌ ତେଲ ଅସଲି ଗାଈ ଘିଅ ଭଳି ବାସ୍ନା ହେଉଛି । ଏଥିରୁ ହିଁ ପୂଜା ଘିଅ ପ୍ରସ୍ତୁତ କରାଯାଉଛି । ଏହି ଦୃଷ୍ଟିରୁ କଟକ ସହରରେ ବର୍ତ୍ତମାନ ସୁଦ୍ଧା ଯେଉଁ ପୂଜା ଘିଅ ବିକ୍ରି କରାଯାଉଛି ଏଗୁଡ଼ିକ ସମ୍ପୂର୍ଣ୍ଣ ବେଆଇନ ।

ତେବେ ଜଗତପୁରର ସୁବାସ ଘିଅ ୨୦୧୭ରେ ଗାଈ ଘିଅ ବିକ୍ରି କରିବାକୁ ଲାଇସେନ୍ସ ଆଣିଥିଲା । ସୁବାସ ବ୍ୟତୀତ ଅନ୍ୟ କାହାର ବି ଘିଅ ଲାଇସେନ୍ସ ନାହିଁ । ଏମାନେ କେବଳ ଡବାରେ ପୂଜା ଘିଅ ଲେଖି ବିକ୍ରି କରୁଥିଲେ । ସିଏମ୍‌ସିର ଫୁଡ୍‌ ସେଫ୍ଟି ଅଫିସରଙ୍କ ହାତରେ ଏଭଳି ତଥ୍ୟ ହସ୍ତଗତ ହୋଇଛି । କଟକ କମିସନରେଟ୍‌ ପୁଲିସ ନିୟମିତ ଘିଅ ୟୁନିଟ୍‌ ଉପରେ ଚଢ଼ଉ କରିବାରୁ ଏବେ ସହରରେ ପୂଜା ଘିଅର ସ˚କଟ ଦେଖାଦେଇଛି । ଏଭଳି ସ୍ଥିତିରେ ରାୟପୁରରୁ କଟକକୁ ଏକ ନିର୍ଦ୍ଦିଷ୍ଟ କମ୍ପାନିର ପୂଜା ଘିଅ ଚାଲାଣ ହେଉଥିବା କୁହାଯାଉଛି । କଟକ ସହରରେ ମର୍କତନଗର ଥାନା ପୁଲିସ ଜାନୁଆରି ୩୦ ତାରିଖରେ ସିଡିଏ ସେକ୍ଟର ୯ରୁ ପୂଜା ଘିଅ ପ୍ରସ୍ତୁତ କରୁଥିବା ଏକ ଫ୍ୟାକ୍ଟ୍ରିରେ ଚଢ଼ଉ କରି ୧ ଲକ୍ଷ ଟଙ୍କାର ଘିଅ ଜବତ କରିଥିଲା । ସେହିଭଳି ପୂର୍ବରୁ ଗବଗସ୍ତ, ନୂଆବଜାର ସମେତ ୫ଟି ୟୁନିଟ୍‌ରୁ ବର୍ତ୍ତମାନ ସୁଦ୍ଧା ନକଲି ଘିଅ କମିସନରେଟ୍‌ ପୁଲିସ ଜବତ କରିସାରିଲାଣି । ପାଖାପାଖି ଏକ କୁଇଣ୍ଟାଲ୍‌ ଘିଅ ପୁଲିସ ନଷ୍ଟ କରିସାରିଲାଣି । ଗୋଟିଏ ପଟେ ପୁଲିସ ଘିଅ ନଷ୍ଟ କରି ଚାଲିଥିବା ବେଳେ ଏବେ ରାୟପୁର ଲିଙ୍କ୍‌ ସାମନାକୁ ଆସିଲାଣି ।

ରାୟପୁରରୁ ଆସୁଥିବା ପୂଜା ଘିଅ ଜଗତପୁରରେ ଅନଲୋଡି˚ କରାଯାଉଛି । ଜଗତପୁରରୁ ଛୋଟ ଗାଡ଼ିରେ ପ୍ରଫେସର ପଡ଼ା ଚାଲାଣ ହେଉଛି । ଏଠାରେ ପୂଜା ଘିଅ ଗଚ୍ଛିତ ରହୁଥିବା କୁହାଯାଉଛି । ମାଲଗୋଦାମ ବ୍ୟବସାୟୀମାନେ ନକଲି ଘିଅ ବିକ୍ରି ପାଇଁ ଅନୁମତି ଦେଉନଥିବାରୁ ଘିଅ ମାଫିଆମାନେ ଏବେ ମାଲଗୋଦାମ ବାହାରେ ଘିଅ ଗଚ୍ଛିତ କରିବା ଆରମ୍ଭ କରିଦେଲେଣି । କଟକରେ ୫ଟି ପ୍ରମୁଖ ଘିଅ ୟୁନିଟ୍‌ କମିସନରେଟ୍‌ ପୁଲିସ ବନ୍ଦ କରିଦେବା ପରେ ଏବେ ପୂଜା ଘିଅର ଚାହିଦା ବଢ଼ିଯାଇଛି । ପ୍ରତି ମାସରେ ହାରାହାରି ୧୫ ଥର ରାୟପୁରରୁ ପୂଜା ଘିଅ କଟକକୁ ଚାଲାଣ ହେଉଛି। ପ୍ରତି ଥରରେ ୫ଟନ୍‌ ଲେଖାଏ ଘିଅ ଆସୁଥିବା କୁହାଯାଉଛି । ଏହି ଘିଅ ଚୌଦ୍ବାର, ଆଠଗଡ଼, ନିଆଳି, ଅଡ଼ଶପୁର, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଇତ୍ୟାଦି ଅଞ୍ଚଳକୁ ଚାଲାଣ କରାଯାଉଛି।

ପୂଜା ଘିଅ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ପୂଜା ଘିଅ ପାଇଁ ଚେନ୍ନାଇରୁ ଆମଦାନୀ ହେଉଥିବା ସୋୟାବିନ୍‌ ତେଲରେ ବନସ୍ପତ୍ତି, ପାମୋଲିନ ଓ ଏସେନ୍ସ ମିଶ୍ରଣ କରାଯାଇ ପୂଜା ଘିଅ ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କଟକ ସହରରେ ସୁବାସ ଘିଅ, ସସ୍‌, ହଳଦୀକୁ ମିଶାଇ ତିନୋଟି ମାମଲାରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରାଯାଇଛି। ଏଥିରେ କେବଳ ପୂଜା ଘିଅ ଏକ କୁଇଣ୍ଟାଲ୍‌ ରହିଛି। ଆହୁରି ୨ ଟନ୍‌ ସାମଗ୍ରୀ ଜଗତପୁର, ଚୌଦ୍ବାର ଓ ମାଲଗୋଦାମ ଅଞ୍ଚଳରେ ନଷ୍ଟ କରାଯିବାକୁ ପୁଲିସ ଯୋଜନା କରୁଛି। ବର୍ତ୍ତମାନ ସୁଦ୍ଧା ନକଲି ଘିଅ ଓ ମସଲା କାରବାର ଘଟଣାରେ ୨୫ଟି ମାମଲା କମିସନରେଟ୍‌ ପୁଲିସ ରୁଜୁ କରିଥିବା ବେଳେ ଏହି ଘଟଣାରେ ୩୦ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ୫ରୁ ଏବେ ୧୭ଟି ମାମଲାରେ ଜିଏସ୍‌ଟି ତଦନ୍ତ ଆରମ୍ଭ କରିଦେଲାଣି ।

from Kanak News
via <a href="https://ifttt.com/?

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି । 

କନକ ବ୍ୟୁରୋ : ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍‌ ଏରିଆ ଟ୍ରକ୍‌ ଓନର୍ସ ଆସୋସିଏସନ୍‌’ର ଏକ ବୈଠକରେ ଯୋଗ ଦେଇ ଅପରାହ୍ନ୧ଟା ବେଳେ ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମକୁ ଫେରିଥିଲେ।

ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କ ଛାତିରେ କଷ୍ଟ ହୋଇଥିଲା ଓ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନିଜ ଗାଡ଼ିରେ ତାଙ୍କର ବ୍ୟକ୍ତିଗତ ସହକର୍ମୀ ଦମୟନ୍ତୀ ସାମଲ ଯୋଡ଼ାରେ ଥିବା ଟିସ୍କୋ ହସ୍ପିଟାଲକୁ ନେଇଥିଲେ। ସେଠାରେ ଦୁଇଘଣ୍ଟାର ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତରମାନେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ।

ଏହାପରେ ଗତସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଜଧାନୀ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ଏବେ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

from Kanak News
via <a href="https://ifttt.com/?

ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବ ବନକଲାଗି ନୀତି : ଗର୍ଭଗୃହରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତମହାପାତ୍ର ସେବାୟତ

କନକ ବ୍ୟୁରୋ : ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେ । ଏହାସହ ବନକ ଲାଗି ଅବସରରେ ଗୁପ୍ତ ସେବା କରାଯାଏ । ପ୍ରାୟ ୪ ଘଂଟା ଧରି ଏହି ନୀତି କରାଯାଏ । ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ଓଡ଼ିଆ ପିଲା ପଢ଼ୁଛନ୍ତି ତେଲୁଗୁ ପାଠ : ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି ଆନ୍ଧ୍ର

କନକ ବ୍ୟୁରୋ : ଓଡିଶା ସୀମାରେ ଦାଦାଗିରି କରି ସବୁ ସୀମା ଲଂଘୁଛି ପଡୋଶୀ ରାଜ୍ୟ । ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠପଢାଉଛି ଆନ୍ଧ୍ରପ୍ରଦେଶ । ଆଉ କୋରାପୁଟ କୋଟିଆ ବ୍ଲକର ଫାଟୁସିନେରୀରେ ଖୋଲିଥିବା ଏହି ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛି ଆନ୍ଧ୍ର । ନିକଟରେ ପୁଲିସ ଫୋର୍ସ ଉପସ୍ଥିତିରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ଏବେ ସ୍କୁଲ ଖୋଲି ନିଜର ଦାଦାଗିରି ଜାହିର କରିଛି । ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ରହିଥିବା ସତ୍ତ୍ବେ ଅବହେଳା କାରଣରୁ ବନ୍ଦ ହେବା ଅବସ୍ଥାକୁ ଚାଲି ଆସିଛି ।

କୋଭିଡ୍ ପ୍ରଭାବ କମିବା ପରେ ଆନ୍ଧ୍ର ସରକାର ବିଦ୍ୟାଳୟ ଶିକ୍ଷା ପାଇଁ ଅନୁମତି ଦେଇଛନ୍ତି । ଏହିକ୍ରମରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିଭାଗୀୟ ଫାଟୁସିନେରୀ ଗାଁରେ ଆରମ୍ଭ ହୋଇଛି ଶିକ୍ଷାଦାନ । ଏଠାରେ ଏକ ଚାଳିଆ ଘରେ ଏହି ବିଦ୍ୟାଳୟ ଚାଲିଥିବା ବେଳେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ବ୍ୟବସ୍ଥା କରିଛନ୍ତି । ବିଜୟନଗର ଜିଲ୍ଲା ସାଲୁର ମଣ୍ଡଳ ପକ୍ଷରୁ ଏହି ବିଦ୍ୟାଳୟ ଖୋଲିଥିବାବେଳେ କିଛିଦିନ ହେଲା ନିୟମିତ ଭାବେ ଓଡ଼ିଶାର ୧୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି । ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ବିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୫ମ ଶ୍ରେଣୀରେ କେହି ଛାତ୍ରଛାତ୍ରୀ ନାହାନ୍ତି । ସଂପୂର୍ଣ୍ଣ ତେଲୁଗୁ ଭାଷାରେ ପିଲାଙ୍କୁ ଶିକ୍ଷାଦାନ ହେଉଥିବା ଦେଖିବାକୁ ମିଳିଛି ।

ଏହା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ପୋଷ୍ଟର ମାରି କ’ଣ ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି, ତାହାର ପ୍ରଚାର ବି ଏହି ବିଦ୍ୟାଳୟ କରୁଛି । ସେହିପରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାର୍ଷିକ ୧୫ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଟ ସହ ମାଗଣାରେ ବହିପତ୍ର, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି ଦିଆଯାଉଛି । ଆନ୍ଧ୍ରର ଶିକ୍ଷକ ଜଣକ ଅଧିକାଂଶ ଦିନ ଏଠାରେ ରହି ଶିକ୍ଷାଦାନ କରୁଥିବାବେଳେ ମାସ ଶେଷରେ କିଛିଦିନ ପାଇଁ ଘରକୁ ଯାଉଛନ୍ତି । ଶିକ୍ଷକ ହେଉଛନ୍ତି ଏ.ଗଣେଶ । ତାଙ୍କ କହିବାନୁସାରେ, ‘ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ବିଦ୍ୟାଳୟ ଖୋଲି ଶିକ୍ଷାଦାନ କରାଯାଉଛି । ତେବେ କାହାକୁ ବାଧ୍ୟ କରାଯାଇ ନାହିଁ, ଅଭିଭାବକମାନେ ନିଜେ ପିଲାଙ୍କୁ ବିଦ୍ୟାଳୟରେ ଆଣି ଛାଡ଼ୁଛନ୍ତି ।’

ଅନ୍ୟପକ୍ଷରେ, କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଏବେ ଅନୁପ୍ରବେଶ ପରେ ଓଡ଼ିଆ ଭାଷାକୁ ବିଲୋପ କରିବାକୁ ଆନ୍ଧ୍ର ସରକାରଙ୍କ ଯୋଜନାବଦ୍ଧ ରଣନୀତିକୁ ବେଶ୍ ସୁହାଉଛି । କାରଣ ଫାଟୁସିନେରୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଛି । ଶିକ୍ଷକ ନିଯୁକ୍ତି ଦେଇ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯାଇଛି । କିନ୍ତୁ ଏହି ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକ ନିୟମିତ ଶିକ୍ଷାଦାନ ପାଇଁ ଆସନ୍ତି ନାହିଁ । ମାସରେ ଦିନେ ଅଧେ ବୁଲି ଆସନ୍ତି । ‌ସେହିପରି ବିଦ୍ୟାଳୟ କେଉଁଭଳି ଚାଲିଛି ତାହାର ନିରୀକ୍ଷଣ ନିୟମିତ ହେଉ ନଥିବାରୁ ଓଡ଼ିଆ ପିଲା ନିଜ ମାତୃଭାଷାକୁ ବି ଭୁଲିବାରେ ଲାଗିଲେଣି । କୋଭିଡ୍ କଟକଣା ପରେ ଏହି ବିଦ୍ୟାଳୟ ପ୍ରାୟ ଗୋଟିଏ ବର୍ଷ ହେଲା ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଏ ନେଇ ଫାଟୁସ‌େନେରୀ ପ୍ରାଥମିକ ବିଦ୍ୟାଳୟ କମିଟି ସଭାପତି କହିଛନ୍ତି ଯେ, ଓଡ଼ିଶା ସରକାର ଏଯାଏ ବିଦ୍ୟାଳୟ ଖୋଲୁ ନାହାନ୍ତି । ଶିକ୍ଷକମାନେ କେବେ ଆସୁଛନ୍ତି ତ କେବେ ନାହିଁ । ଆନ୍ଧ୍ର ସରକାର ସବୁ ସୁବିଧା ଦେଉଥିବାରୁ ଆମେ ପିଲାଙ୍କୁ ସେଠାକୁ ପଢ଼ାଇବା ପାଇଁ ଛାଡ଼ୁଛୁ । ପୁଣି ଓଡ଼ିଶା ସରକାର କେବେ ବିଦ୍ୟାଳୟ ଖୋଲିବେ ସ୍ପଷ୍ଟ ହୋଇପାରୁନୁ । ଏମିତି ସ୍ଥିତିରେ ଆମ ପିଲାଙ୍କୁ କଣ ଅଶିକ୍ଷିତ କରି ରଖିବୁ କି ବୋଲି ପ୍ରଶ୍ନ କରିଥିଲେ । ପିଲାମାନେ ପୂର୍ବରୁ ଓଡ଼ିଆ ସ୍କୁଲରେ ପଢୁଥିଲେ ଏବେ ସ୍କୁଲ ଖୋଲୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଧ୍ର ସ୍କୁଲକୁ ଛାଡ଼ୁଥିବା କହିଥିଲେ ।

from Kanak News
via <a href="https://ifttt.com/?

ସାରଥୀଙ୍କ ସମର୍ଥକ କହିଲେ, ବାବା ତାଙ୍କ ପାଇଁ ଭଗବାନ : ଚମତ୍କାରୀତା ବଳରେ ଭଲ କରିଦେଇଥିଲେ ଦୁରାରୋଗ

କନକ ବ୍ୟୁରୋ : ଆତ୍ମ ଘୋଷିତ ବାବା ସାରଥୀ ପୁଣି ପ୍ରବଚନ ଦେବେ ବୋଲି ଶୁଣିବା ପରେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ । ଗତକାଲି ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମରେ ଭାଗନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କିଛି ସାରଥୀ ସମର୍ଥକ । ସେମାନଙ୍କ କହିବା ହେଲା ବାବା ସେମାନଙ୍କ ପାଇଁ ଭଗବାନ । କାରଣ ସାରଥୀଙ୍କ ଚମତ୍କାରୀତା ବଳରେ ସେମାନେ କିମ୍ବା ସେମାନଙ୍କ ସଂପର୍କୀୟ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଇଛନ୍ତି ।

ହେଲେ ହେତୁବାଦୀଙ୍କ କହିବା ହେଲା କାକତାଳିକ ନ୍ୟାୟରେ କିଛି କିଛି ରୋଗ ଭଲ ହୋଇଥାଇପାରେ । କିନ୍ତୁ ସାରଥୀ ଯଦି ଚମତ୍କାର କରିପାରୁଥିଲେ ତାହାହେଲେ ନିଜକୁ ଦୋଷମୁକ୍ତ କରିବା କିମ୍ବା ଜେଲରୁ ମୁକୁଳାଇବା ଭଳି ଚମତ୍କାର କାହିଁକି କରିପାରିଲେ ନାହିଁ । ତେଣୁ ନିଜ ଧର୍ମୀୟ ଦୁର୍ବଳତାରୁ କାହାରିକୁ ଅନ୍ଧଭାବେ ଅନୁସରଣ କରି ଆତ୍ମଘୋଷିତ ବାବାମାନଙ୍କ ଶୋଷଣର ଶିକାର ନହେବା ପାଇଁ ପରାମର୍ଶ ଦେଇଛନ୍ତି ହେତୁବାଦୀ ।

ବିବାଦୀୟ ସାରଥୀ ବାବାଙ୍କୁ ପୁଣି ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସାରଥୀ କୋର୍ଟରେ ଆବେଦନ କରିଥିଲେ,ଯେ ସେ ଜଣେ ବ୍ରାହ୍ମଣ ଏବଂ ପ୍ରବଚନ ଦେବା ତାଙ୍କର ଏକ ପେଶା । ଏବଂ ଏଥିରୁ ହିଁ ତାଙ୍କର ରୋଜଗାର ହୋଇଥାଏ । ଶେଷରେ କୋର୍ଟ ପ୍ରବଚନ ଦେବା ପାଇଁ ତାଙ୍କୁ ସର୍ତମୂଳକ ଅନୁମତି ଦେଇଛନ୍ତି । କେନ୍ଦ୍ରାପଡା ବାରିମୁଳ ଆଶ୍ରମ ଛଡା ଅନ୍ୟ ସ୍ଥାନରେ ପ୍ରବଚନ ଦେବା ପାଇଁ ଅନୁମତି ମିଳିଛି ।

from Kanak News
via <a href="https://ifttt.com/?

ଆଖି ବୁଜିଲା ମୟୂରଭଂଜ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ : ଅସୁସ୍ଥ ଶାବକକୁ ଛାଡି ଚାଲିଯାଇଥିଲା ମାଆ ହାତୀ

କନକ ବ୍ୟୁରୋ : ଡାକ୍ତରୀଦଳଙ୍କ ବହୁ ଚେଷ୍ଟା ପରେ ବି ବଂଚି ପାରିଲା ନାହିଁ ହାତୀ ଛୁଆ । ଶେଷରେ ଆଖି ବୁଜିଲା ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ । ମୟୂରଭଂଜ ଜିଲ୍ଲା ବିଶୋଇ ରେଂଜ ସରଗଡା ଫରେଷ୍ଟ ବିଟ୍ ଅନ୍ତର୍ଗତ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାତୀ ଛୁଆର ମୃତ୍ୟୁ ହୋଇଛି । ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ପାଂଚ ଟିକିଆ ହାତୀପଲ ଥିବା ବେଳେ ସେଠାରେ ଏହି ହାତୀ ଛୁଆଟି ଜନ୍ମଗ୍ରହଣ କରିଥିଲା । ହାତୀ ଛୁଆଟି ଜନ୍ମରୁ ଅସୁସ୍ଥ ଥିବାରୁ, ସେ ଚାଲି ପାରିନଥିଲା । ତେଣୁ ମା ହାତୀ, ଛୁଆକୁ ଏକା ଛାଡି ହାତୀପଲଙ୍କ ସହ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା ।

ଗତ ୮ ତାରିଖ ଦିନ ସକାଳୁ ବିଶୋଇ ବନବିଭାଗ ହାତୀ ଶାବକଟିକୁ ଉଦ୍ଧାର କରି ବିଶୋଇ ରେଂଜ କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ହାତୀ ଛୁଆର ଚିକିତ୍ସା ଜାରି ରହିଥିଲା । ବାରିପଦାର ଏକ ଡାକ୍ତରୀ ଦଳ ହାତୀ ଛୁଆର ଚିକିତ୍ସା ଜାରି ରଖିଥିବା ବେଳେ ଏସ୍ଟିଆର ରେସ୍କ୍ୟୁ ଟିମ୍ ମଧ୍ୟ ବିଶୋଇ ରେଂଜ କାର୍ଯ୍ୟାଳୟରେ ପହଂଚିଥିଲେ । ମାଆ କ୍ଷୀରର ଅଭାବକୁ ଦୃଷ୍ଟିରେ ରଖି ଲାକ୍ଟଜେନ୍ ଦିଆଯାଇଥିଲା କିନ୍ତୁ ସେଥିରେ ମଧ୍ୟ ଡିହାଇଡ୍ରେସନ୍ ହେବାରୁ ପୁଣି ସାଲାଇନ୍ ଦିଆଯାଉଥିଲା । ତେବେ ସବୁ ଚେଷ୍ଟା ସତ୍ୱେ ହାତୀ ଛୁଆଟି ସୁସ୍ଥ ହୋଇ ପାରିଲା ନାହିଁ, ଶେଷରେ ତାର ମୃତ୍ୟୁ ହୋଇଛି । ହାତୀ ଛୁଆଟିର ଶବ ବ୍ୟବଛେଦ କରାଯିବା ପରେ ରେଂଜ କାର୍ଯ୍ୟଳୟ ପରିସରରେ ପୋତି ଦିଆଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started