ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ମୁହଁ ଖୋଲିଲେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍; କହିଲେ, ହୋଇନି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ

କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣା ବେଳକୁ ବେଳ ବିବାଦୀୟ ହେଉଛି । ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । ଆଇନ୍ ଉଲ୍ଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉରରେ ଥାର୍ଡ ଡିଗ୍ରୀ ହୋଇନାହିଁ ।

ସେପଟେ ଅପର ପକ୍ଷରେ ଏହି ମାମଲାକୁ ଗୁରୁତର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ ତଦନ୍ତ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଏକ ଚୋରୀ ଅଭିଯୋଗରେ ୪ ଜଣ ନାବାଳକଙ୍କୁ ଥାନାକୁ ଆଣିଥିଲା ପୁଲିସ । ଏବଂ ଥାନା ଭିତରେ ୩ ଦିନ ଧରି ଥାନାରେ ମାଡ ମାରିବା ସହ ଇଲେକ୍ଟ୍ରିକ୍ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ନାବାଳକଙ୍କ ପରିବାର ଲୋକ ।

from Kanak News
via <a href="https://ifttt.com/?

ଲିଙ୍ଗରାଜ ମନ୍ଦିର ମରାମତିରେ ଏଏସଆଇର ଅବହେଳା । ଗର୍ଭଗୃହ ଦ୍ୱାରବନ୍ଧର ଫାଟ ମେଲି ଆଁ କଲାଣି, ଏଯାଏଁ ଅନୁଧ୍ୟାନ କରୁଛି ଏଏସଆଇ ।

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସଆଇର ଅବହେଳାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ଦିର ମରାମତି କ୍ଷେତ୍ରରେ ଏଏସଆଇ କରି ଆସୁଥିବା ଅବ ହେଳାର ଚିତ୍ର ମଧ୍ୟ ବଢ଼ିବାରେ ଲାଗିଛି। ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ୱାର କବାଟରେ ଫାଟ ଓ ଆର୍ଥିଂ ନ ଥିବା ସମସ୍ୟା ପରେ ଏବେ ଆଉ ଏକ ସମସ୍ୟା ପଦାକୁ ଆସିଛି। ମନ୍ଦିର ଗର୍ଭଗୃହ ଦ୍ବାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ପୂର୍ବରୁ ସରୁ ଥିବା ଏହି ଫାଟ ଏବେ କ୍ରମଶଃ ମେଲି ମେଲି ଆଁ କଲାଣି। ମାତ୍ର ଏଏସଆଇ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ମରାମତି ନକଲେ ଦ୍ବାରବନ୍ଧ ପ୍ରତି ଭୟଙ୍କର ବିପଦ ରହିଛି ବୋଲି ଆଶଙ୍କା କରାଯାଉଛି।

ସୂଚନାନୁସାରେ ମନ୍ଦିର ଗର୍ଭଗୃହର ଦ୍ବାରବନ୍ଧସ୍ଥିତ ଚନ୍ଦ୍ରଶିଳା ନିକଟରେ ଏହି ଫାଟ ସୃଷ୍ଟି ହୋଇଛି। କିଛି ଦିନ ପୂର୍ବରୁ ଏହି ଫାଟ ପୂରା ସରୁ ଥିଲା ଓ ଆଖିକୁ ଦେଖାଯାଉନଥିବା ସ୍ଥିତିରେ ଥିଲା। ମାତ୍ର ଏବେ ତାହା ମେଲି ଯିବାରୁ ସ୍ପଷ୍ଟଭାବେ ଆଖିକୁ ଦେଖାଯାଉଛି। ତେଣୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏଭଳି ଅବସ୍ଥା ଲାଗି ରହିଲେ ଫାଟ ଉପରକୁ ଥିବା ପାଟପଥର ଖସିଯିବାର ଆଶଙ୍କା ରହିଛି। ତେଣୁ ଏହାକୁ ତୁରନ୍ତ ମରାମତି ନ କଲେ ପୂରା ଦ୍ବାରବନ୍ଧ ମଧ୍ୟ ଭୁଶୁଡ଼ି ପଡ଼ିବା‌ ଆଶଙ୍କା ରହିଛି।

ଏନେଇ ବହୁ ପୂର୍ବରୁ ଏଏସଆଇକୁ ଅବଗତ କରାଯାଇଛି ବୋଲି ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ କହିଛନ୍ତି। ବରିଷ୍ଠ ସେବାୟତମାନଙ୍କ କହିବା କଥା; ଏହି ବନ୍ଧ ହେଉଛି ମନ୍ଦିର ଗର୍ଭଗୃହର ମୂଳ ଅଂଶ। ଏହା ଉପରେ ଗର୍ଭଗୃହ ରହିଛି। ବରିଷ୍ଠ ସେବାୟତ ତଥା ପୂଜାପଣ୍ଡା ନିଯୋଗର ସଭାପତି କାଶିନାଥ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ ଗତବର୍ଷ ଏହି ଫାଟ ଏକ ସୂତା ପରି ଦେଖାଯାଉଥିଲା। ତେଣୁ ଏସମ୍ପର୍କରେ ସେବାୟତମାନେ ମନ୍ଦିର ପ୍ରଶାସନକୁ ଓ ଏଏସଆଇକୁ ଜଣାଇଥିଲେ। ତେବେ ଏଏସଆଇ ଏହାକୁ ଗୁରୁତ୍ବର ସହ ନେଲା ନାହିଁ କି କୌଣସି ଅନୁଧ୍ୟାନ ବି କଲା ନାହିଁ। ଏନେଇ ବଡୁ ନିଯୋଗ ସଭାପତି ଅଞ୍ଚଳ ବଟୁ ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ଏନେଇ ଉଭୟ ମନ୍ଦିର ପ୍ରଶାସନ ଓ ଏଏସଆଇକୁ ଜଣାଇ ଦିଆଯାଇଛି। ତେବେ ଏଏସଆଇର ପଦକ୍ଷେପ ଶୂନ। ପ୍ରତ୍ନତତ୍ତ୍ବବିତ୍‌ ମାନସ କୁମାର ସାହୁଙ୍କ କହିବା ଅନୁଯାୟୀ ଏହି ମନ୍ଦିର ବହୁ ପୁରାତନ ହୋଇଥିବାରୁ ମନ୍ଦିର ଉପର ଚାପ ଯୋଗୁଁ ଫାଟ ହୋଇଛି କି ଅନ୍ୟ କୌଣସି କାରଣରୁ ହୋଇଛି, ତାହା ଏଏସଆଇର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବା ଉଚିତ। ପ୍ରଥମେ ଏହାର କାରଣ ଖୋଜିବାକୁ ପଡ଼ିବ। ପରେ ନିରାକରଣ ବ୍ୟବସ୍ଥା କରିବାକୁ ପଡ଼ିବ। ତଳପଟୁ ଏକ ସପୋର୍ଟ ଦିଆଯିବା ପରେ ଏହାକୁ ମରାମତି କରିବା ଆବଶ୍ୟକ ହୋଇପାରେ। ଯଦି ଫାଟ ହୋଇଗଲାଣି, ତେବେ ଏହାକୁ ତୁରନ୍ତ ମରାମତି ହେବା ଉଚିତ ବୋଲି ସେ ସତର୍କ କରାଇଛନ୍ତି।

ଏ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ସମସ୍ୟାକୁ ଏଏସଆଇର ଦାୟିତ୍ବ ବୋଲି କହିଛନ୍ତି। ତେବେ ଏନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ଏଏସଆଇର ଭୁବନେଶ୍ୱର ସଂଗ୍ରାଧୀକ୍ଷକ ସୁଶାନ୍ତ କୁମାର ଗୋଚ୍ଛାୟତଙ୍କ କହିବା କଥା ଏନେଇ ଉପରସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ। ଏଏସଆଇର ମଣ୍ଡଳ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଏକାଦଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଅମଳରେ ନିର୍ମିତ ହୋଇଥିଲା। କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଏହି ମନ୍ଦିର ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର। ତେଣୁ ୧୦୦୦ ବର୍ଷରୁ ଅଧିକ ପୁରୁଣା ଏହି ମନ୍ଦିରରେ କୌଣସି ଫାଟ ଦେଖାଗଲେ, ମରାମତି ତୁରନ୍ତ ଆବଶ୍ୟକ।

from Kanak News
via <a href="https://ifttt.com/?

ଦିଅଁ ନାହାନ୍ତି, ଦେଉଳ ଅଛି : ପୂଜା ପାଉଛନ୍ତି ମାଆଙ୍କ ଆସ୍ଥାନ; କେନ୍ଦ୍ରାପଡା ସାତଭାୟାର ସାତବରାହୀ ମନ୍ଦିରରେ ଦେବୀଙ୍କ ଆସ୍ଥାନ ପୂଜା କରୁଛନ୍ତି ଶ୍ରଦ୍ଧାଳୁ

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ବ୍ଲକ ସାତଭାୟାରେ ଶହଶହ ବର୍ଷ ତଳୁ ପୂଜା ପାଉଥିଲେ ମାଆ ପଂଚୁବରାହୀ । ବଂଗୋପସାଗର ଉପକୂଳରେ ପୂର୍ବ ମୁଖା ହୋଇ ଏକ ଛାତ ଘରର ମନ୍ଦିରରେ କଳା ମୁଗୁନି ପଥରରେ ସ୍ଥାପିତ ୫ଗୋଟି ନାରୀ ମୂର୍ତି ହିଁ ପଂଚୁବରାହୀ ଭାବେ ପ୍ରଖ୍ୟାତ । ଗଠନ ଶୈଳୀ ଦୃଷ୍ଠିରୁ ପାରମ୍ପାରିକ ଦେବୀ ମୂର୍ତିମାନଙ୍କ ଠାରୁ ପଂଚୁବରାହିଙ୍କ ମୂର୍ତି ଭିନ୍ନ ବୋଲି କୁହାଯାଏ ।

ବଂଗୋପସାଗର ଉପକୂଳରେ ଶହଶହ ବର୍ଷ ତଳୁ ସାତଭୟାରେ ପୂଜା ପାଉଥିଲେ ମାଆ ପଂଚୁବରାହୀ । ସମୁଦ୍ର ଧିରେଧିରେ ସାତଭାୟାକୁ ନିଜ ଗର୍ଭକୁ ନେଇ ଯିବାରୁ ଏଠାକାର ଲୋକଙ୍କୁ କେନ୍ଦ୍ରାପଡା ରାଜନଗରର ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ସେମାନଙ୍କ ଆରାଧ୍ୟ ଦେବୀ ପଂଚୁବରାହିଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଛି । ୨୦୧୮, ଏପ୍ରିଲ ୨୦ ତାରିଖରୁ ମାଆଙ୍କ ପୁରୁଣା ମନ୍ଦିରରେ ଆଉ ମାଆଙ୍କ ପ୍ରତିମା ନାହିଁ । ବଗପାଟିଆରେ ଭବ୍ୟ ମନ୍ଦିରରେ ମାଆଙ୍କ ପୂଜା କରାଯାଉଛି । କିନ୍ତୁ ଏବେ ବି ପୁରୁଣା ମନ୍ଦିରରେ ଦେବୀଙ୍କ ଆସ୍ଥାନକୁ ପୂଜା କରି ଆସୁଛନ୍ତି ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି । ଆଉ ମନ୍ଦିରରୁ ଦେବୀଙ୍କୁ ସ୍ଥାନାନ୍ତର କରାଯିବା ପରେ ସମୁଦ୍ର ବାଲିରେ ମନ୍ଦିର ପୋତି ହୋଇଯାଇଛି । ମନ୍ଦିର ଭିତରେ ଓ ବାହାରେ ବାଲି ଜମି ଯାଇଛି ।

ମାଆଙ୍କ ପୁରୁଣା ଆସ୍ଥାନକୁ ଲୁଗା ପିନ୍ଧାଇ, ଶଙ୍ଖା, ସିନ୍ଦୁର, ଫୂଲମାଳ ଦେଇ ପୂଜାର୍ଚ୍ଚନା କରାଯାଉଛି । ସାତଭାୟା ଆସୁଥିବା ଶ୍ରଦ୍ଧାଳୁମାନେ ଦିଅଁ ନଥିବା ଦେଉଳକୁ ଯାଇ ଦୀପ, ଧୂପ ଲଗାଇ ମାଆଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରୁଛନ୍ତି । ସାତଭାୟାରେ ଜନବସତି ନଥିଲେ ବି ୪ ପରିବାର ରହୁଛନ୍ତି । ପ୍ରଫୁଲ୍ଲ ଲେଙ୍କା ନାମକ ବ୍ୟକ୍ତି ମାଆଙ୍କ ପୂଜା କରିବା ସହ ସେଠାରେ ମହିଁଷି, ଛେଳି ରଖି ରହୁଛନ୍ତି । ପ୍ରଫୁଲ୍ଲଙ୍କ କହିବା କଥା ହେଲା ୩୦ ବର୍ଷ ଧରି ମାଆଙ୍କ ପୂଜା ପାଇଁ ତାଙ୍କ ଘରୁ କ୍ଷୀର ଦିଆଯାଉଥିଲା । ମାଆ ସ୍ଥାନାନ୍ତରୀତ ହୋଇଯିବା ପରେ ମାଆଙ୍କ ପୁରୁଣା ମନ୍ଦିରରେ ୬ମାସ ପୂଜାର୍ଚ୍ଚନା ହୋଇନଥିଲା । କିନ୍ତୁ ମାଆଙ୍କ ସ୍ୱପ୍ନାଦେଶ ପରେ ୨ ବର୍ଷ ହେବ ପୁଣି ପୂଜାର୍ଚ୍ଚନା କରାଯାଉଛି ।

ବରାହମୁଖଯୁକ୍ତା ପଂଚ କନ୍ୟାଙ୍କୁ ହିଁ ପଂଚୁବରାହୀ କୁହାଯାଏ । ଏଠାରେ ମାଆ ପାଟ୍ଟକୁମାରୀ, ପରେ ପଂଚୁବରାହୀ, କମଳୀ, ବିମଳୀ ଓ ଜଞ୍ଜାଳୀଙ୍କୁ ପୂଜା କରାଯାଏ । ସାତଭାୟା ପୀଠରେ ପୂଜା ପାଉଥିବା ବରାହମୁଖୀ ଦେବୀଙ୍କ ସହିତ ଆଳିର ବରାହଜୀଉ ଓ ଯାଜପୁରର ମାଆ ବିରଜାଙ୍କ ସାମଞ୍ଜସ୍ୟ ରହିଛି ବୋଲି କୁହାଯାଏ । ଏହି ମନ୍ଦିରରେ ବ୍ରାହ୍ମଣମାନଙ୍କ ପରିବର୍ତେ କୈବର୍ତ ସଂପ୍ରଦାୟର ସଧବା ନାରୀମାନେ ହିଁ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

from Kanak News
via <a href="https://ifttt.com/?

କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର : ପୋଲିସ ଇନଫର୍ମରମାନଙ୍କୁ ଦିଆଗଲା ଚେତାବନୀ

କନକ ବ୍ୟୁରୋ : କନ୍ଧମାଳରେ ମାଓ ପୋଷ୍ଟର । ବେଲଘର ଥାନା ଝିରିପାଣି ଗାଁରେ ବିଜିଏନ ମାଓ ଡିଭିଜନ ପକ୍ଷରୁ ହାତଲେଖା ପୋଷ୍ଟର ମରାଯାଇଛି । ଏହି ପୋଷ୍ଟରରେ ପୋଲିସ ଇନଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି । ଖୁବଶୀଘ୍ର ସେମାନେ ଜନ ଅଦାଲତରେ ଆତ୍ମସମର୍ପଣ କରନ୍ତୁ ନ ହେଲେ ଗତ ୨୯ ତାରିଖରେ ଦିନଶଙ୍କର ଓ ହେମନ୍ତ, ଦୁଇ ଯୁବକଙ୍କୁ ଯେଭଳି ମୃତ୍ୟୁଦଣ୍ଡ ଦିଆଗଲା ସେହିଭଳି ଦଣ୍ଡ ସେମାନଙ୍କୁ ମଧ୍ୟ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏଥିପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀମାନେ ଦାୟୀ ରହିବେ ବୋଲି ଉଲ୍ଲେଖ ରହିଛି ।

ଗତ ୧୯ ଦିନ ତଳେ ଭଣ୍ଡରଙ୍ଗି ପଞ୍ଚାୟତରେ ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ। ଏଥି ସହ ଛାଡ଼ି ଯାଇଥିବା ପୋଷ୍ଟରରେ ଗଣ୍ଡ ସମାଜ ଯୁବକଙ୍କୁ ଚେତାବନୀ ଦେବା ସହ ଦୁଇ ଜଣଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ପୋଷ୍ଟରକୁ ନେଇ ଗ୍ରାମବାସୀ ଏକପ୍ରକାର ଭୟଭୀତ ଥିଲେ। ଆଜି ପୁଣି ବେଲଘର ଥାନା ଝିରିପାଣି ଗାଁ ର ବିଭିନ୍ନ ସ୍ଥାନରେ ନୀଳ ଓ ଲାଲ୍‌ ହାତ ଲେଖା ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ଉପରି ଭାଗରେ ‘ପ୍ରଚାର ମ୍ୟାଟର୍‌’ ଲେଖା ଥିବା ବେଳେ ତଳେ ଭଣ୍ଡରଙ୍ଗିର ଶଙ୍କର ଓ ଗୋଛାଗୁଡ଼ାର ହେମନ୍ତକୁ ମୃତୁ ଦଣ୍ଡ ଦିଆଗଲା କାହିଁକି ସେ ସଂପର୍କରେ ଲେଖାଯାଇଛି। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କୀ ଜଙ୍ଗଲରେ ଗତ ସେପ୍ଟେମ୍ବର ମାସରେ ପୁଲିସ ଏନ୍‌କାଉଣ୍ଟରରେ ଚାରି ସାଥିଙ୍କ ମୃତ୍ୟୁ ଘଟଣାରେ ଏ ଦୁହେଁ ପୁଲିସକୁ ସୂଚନା ଦେଇ ଟଙ୍କା ଆଣିଥିବା ଉଲ୍ଲେଖ କରିଛନ୍ତି। ଏହା ସହ ଆହୁରି ବହୁ ବ୍ୟକ୍ତି ପୁଲିସ ଇନଫର୍ମର ଥିବା କହିବା ସହ ଜନ ଅଦାଲତରେ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛନ୍ତି।
ପୂର୍ବରୁ ଗଣ୍ଡ ସମାଜ ଯୁବକ ଓ ସ୍ଥାନୀୟ ସରପଞ୍ଚଙ୍କ ନାମ ଲେଖି ଚେତାବନୀ ଦେଇଥିବା ବେଳେ ପୁଣି ଆଜି ପୋଷ୍ଟରରେ ଗଣ୍ଡ ସମାଜ ପିଲାଙ୍କୁ ସଂସ୍କୃତି ଓ ସମାଜକୁ ବଞ୍ଚାଇବା ପାଇଁ ଭୁଲ ବାଟରେ ଯାଉଥିବା ପିଲାମାନଙ୍କୁ ସୁଧାରି ଠିକ ବାଟରେ ଆସନ୍ତୁ ବୋଲି ଚେତାବନୀ ଦେଇଛନ୍ତି। ଏହି ପୋଷ୍ଟର  ଲାଗିବା ପରେ ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ପୂର୍ବରୁ ଗଣ୍ଡ ସମାଜକୁ ନେଇ ମାଓବାଦୀ ପୋଷ୍ଟରେ ଚେତାବନୀକୁ ନେଇ ସମାଜ ସଭାପତି  ଓ  ପୂର୍ବତନ ବିଧାୟକ, ବ୍ଲକ ଅଧ୍ୟକ୍ଷ, ତିନି ପଞ୍ଚାୟତର ସରପଞ୍ଚ ପ୍ରତିକ୍ରିୟା ରଖିଥିଲେ।  ପୁଣି ମାଓବାଦୀଙ୍କ ଏଭଳି ଚେତାବନୀକୁ ନେଇ ଭଣ୍ଡରଙ୍ଗି, ଝିରିପାଣି, ଲଙ୍କାଗଡ଼ ଓ ବେଲଘର ଅଞ୍ଚଳରେ ଲୋକେ ପୁଣି ଆତଙ୍କିତ ହେବା ସହ ସନ୍ଧ୍ୟା ହେଲେ କେହି ବାହରକୁ ବାହାରିବାକୁ ସାହସ କରୁନାହାନ୍ତି।

from Kanak News
via <a href="https://ifttt.com/?

ଆସନ୍ତା କାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । ଗୃହରେ କଣ ରହିବ ଆଭିମୁଖ୍ୟ, ଆଜି ରଣନୀତି ପ୍ରସ୍ତୁତ କରିବେ ସବୁ ଦଳ । 

କନକ ବ୍ୟୁରୋ : ୧୮ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ  ଏହି ଅଧିବେଶନ ଏପ୍ରିଲ୍‌ ୯ ତାରିଖ ଯାଏଁ ଚାଲିବ। ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୁଧବାର ଦିନ ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକ ଦଳ ବୈଠକ ବସିବ। ବିଜେଡି ବିଧାୟକ ଦଳ ବୈଠକ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ଦିନ ସାଢ଼େ ୧୨ଟାରେ ବିରୋଧୀ ଦଳ ଉପପେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳର ବିଧାୟକମାନଙ୍କ ସହ ରାଜ୍ୟ ନେତୃବୃନ୍ଦ ମଧ୍ୟ ଯୋଗ ଦେବେ।

ସେହିପରି ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ। ୧୮ ତାରିଖ ସନ୍ଧ୍ୟାରେ ୬ଟାରେ କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଆଉ ଥରେ ବିଧାୟକମାନଙ୍କ ବୈଠକ ହେବ ବୋଲି ସୂଚନା ମିଳିଛି।

from Kanak News
via <a href="https://ifttt.com/?

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ : ପୂର୍ବତନ ଆପିଏସଙ୍କୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ

କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଛି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀଙ୍କୁ ୨୦୧୬ ମେ’ ୨୯ ତାରିଖରେ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଥିଲା । ହେଲେ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ କଂଗ୍ରେସ ସରକାର ଓ କିରଣ ବେଦୀଙ୍କ ଭିତରେ ଦୀର୍ଘଦିନରୁ ବିବାଦ ଚାଲିଆସିଥିଲା ।

ଗତ ୧୦ ତାରିଖରେ ତାଙ୍କୁ ହଟାଇବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଥିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ । କିରଣବେଦୀ ତୁଗଲକ ଦରବାର ଚଳାଇଥିବା ସେ ଅଭିଯୋଗ କରିଥିଲେ । ପୁଡୁଚେରୀରେ କଂଗ୍ରେସ ସରକାର ବର୍ତମାନ ସଂଖ୍ୟାଲଘୁରେ ପରିଣତ ହୋଇଥିବା କୁହାଯାଉଛି । ୪ ବିଧାୟକଙ୍କ ଇସ୍ତଫା ଏବଂ ଜଣେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପରେ କଂଗ୍ରେସ ସରକାର ସଂକଟରେ ପଡିଯାଇଥିବା କୁହାଯାଉଛି । ଆଗାମୀ ମାର୍ଚ୍ଚ, ଏପ୍ରିଲରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କିରଣ ବେଦୀଙ୍କୁ ହଟାଇ ନିଆଯାଇଥିବାରୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

from Kanak News
via <a href="https://ifttt.com/?

ଭାରତରେ କରୋନା ଭୂତାଣୁର ନୂଆ ରୂପ : ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ; ଆଇସୋଲେସନରେ ଅଛନ୍ତି ଆକ୍ରାନ୍ତ 

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ।  ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ତାଂଜାନିଆରୁ ଜଣେ  ଓ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଆସିଥିବା ସୂଚନା ରହିଛି । ଏହି ନୂଆ ଷ୍ଟ୍ରେନ  ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନଠାରୁ ଅଧିକ କ୍ଷୀପ୍ର ଗତିରେ ବ୍ୟାପୁଛି ।

ସେହିପରି ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଭାରତରେ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ ଆଇସୋଲେସନରେ ରଖାଯିବା ସହ କଂଟାକ୍ଟ ଟ୍ରେସିଂ ଜାରି  ରହିଛି । ଅନ୍ୟପକ୍ଷରେ ଏଯାଏଁ ଦେଶରେ ୧୮୭ଜଣଙ୍କ ଶରୀରରେ ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଠାବ ହୋଇଥିବା କହିଛନ୍ତି ସରକାର । ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନା ଭୂତାଣୁ ଆମେରିକା ସମେତ ୪୧ଟି ଦେଶରେ ପ୍ରବେଶ କରିସାରିଲାଣି । ବ୍ରିଟେନ ଭାଇରସ ୮୨ଟି ଦେଶ ଏବଂ ବ୍ରାଜିଲ ଭୂତାଣୁ ୯ଟି ଦେଶରେ ଚିହ୍ନଟ କରାଯାଇଛି ।

from Kanak News
via <a href="https://ifttt.com/?

ସୁଡଙ୍ଗ ଭିତରେ ମାଲିକ ବାହାରେ ଜଗିଛି କୁକୁର । ଉତ୍ତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଥିଲେ ବି ସୁଡଙ୍ଗ ବାହାରେ ଜଗି ରହିଛି କୁକୁର ବ୍ଲାକି 

କନକ ବ୍ୟୁରୋ: ଉତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଛି । ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସୁଡଙ୍ଗ ବାହାରେ ନିଜ ମାଲିକଙ୍କୁ ଅପେକ୍ଷା କରି ରହିଛି ଏକ କୁକୁର । ଗଲା ୧୦ଦିନ ହେଲା ଉଦ୍ଧାର କାମ ଚାଲିଥିବା ଅଂଚଳରୁ ଯେତିକି ତଡିଲେ ମଧ୍ୟ ଏହି କୁକୁର ପୁଣି ଏହି ଅଂଚଳକୁ ଫେରିଆସୁଛି । ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ଯେଉଁଥିପାଇଁ ବୋଧହୁଏ ଏହି ଅଂଚଳ ଛାଡି ଯିବାକୁ ନାରାଜ ବ୍ଲାକି ।

ଉତରାଖଣ୍ଡ ଚମୋଲୀରେ ଆସିଥିବା ପ୍ରଳୟକୁ ୧୦ଦିନ ବିତିଯାଇଛି । ଏବେବି ଶତାଧିକ ନିଖୋଜ ଅଛନ୍ତି । ଏହାରି ଭିତରେ ଉଦ୍ଧାର କାମ ଚାଲିଥିବା ତପୋବନ ଟନେଲରୁ ଏପରି ଏକ ଭିଡିଓ ଆସିଛି, ଯାହା ଆପଣଙ୍କୁ ଭାବବିହ୍ୱଳ କରିପକାଇବ । ତପୋବନ ଟନେଲ ବାହାରେ ଏହି କଳା ରଙ୍ଗର କୁକୁରକୁ ଦେଖିବାକୁ ମିଳୁଛି । ବାରମ୍ବାର ତଡିବା ପରେ ବି ସେ ଏଠାକୁ ଚାଲିଆସୁଛି । ଲାଗୁଛି ହିମସ୍ଖଳନରେ ଏହି କୁକୁରର ଯତ୍ନ ନେଉଥିବା ଲୋକେ ମଧ୍ୟ ଫସିଯାଇଛନ୍ତି । ଯେଉଁଥିପାଇଁ ଏହି ଅଂଚଳ ଛାଡି ଯିବାକୁ ନାରାଜ ବ୍ଲାକି । ଗତ ୧୦ଦିନ ହେଲା ଏହି କୁକୁର ସ୍ଥାନୀୟ ଅଂଚଳରେ ରହୁଥିବା ଯୋଗୁ ଉଦ୍ଧାର କାମରେ ଲାଗିଥିବା ସୁରକ୍ଷା କର୍ମୀଙ୍କ ସହ ବେଶ ଭଲ ଭାବରେ ମିଶିଯାଇଛି । ଏହାକୁ ବ୍ଲାକି ନାଁ ଦେଇଛନ୍ତି ଉଦ୍ଧାର କାମରେ ଲାଗିଥିବା କର୍ମୀ ।

ଆଇଏଫଏସ ଅଧିକାରୀ ପ୍ରବୀଣ କାସୱାନ ଏହି ଭିଡିଓକୁ ସେୟାର କରିବା ସହ ଏହି କୁକୁର ବ୍ଲାକି ତପୋବନ ଟନେଲ ବାହାରେ ନିଜ ମାଲିକକୁ ଅପେକ୍ଷା କରିରହିଥିବା କଥା ଉଲ୍ଲେଖ କରିଛନ୍ତି । ଫେବ୍ରୁଆରୀ ୭ତାରିଖ ଦିନ ଯେତେବେଳେ ବ୍ଲାକି ଏହି ସୁଡଙ୍ଗ ପାଖକୁ ଆସିଥିଲା, ସେତେବେଳେ କାହାକୁ ଆଖପାଖରେ ପାଇନଥିଲା । ଆଉ ସେବେଠୁ ସେ ଏଠାରେ ଜଗିରହିଛି । ଅଧିକାରୀଙ୍କ କହିବା ଅନୁସାରେ ସବୁବେଳେ ସେ ସକାଳୁ ସନ୍ଧ୍ୟା ଯାଏଁ ସେପରି ସୁଡଙ୍ଗ ବାହାରେ ଜଗିରହିଛୁ । ଯେତେ ତଡିଲେ ମଧ୍ୟ ସେହି ସ୍ଥାନ ଛାଡି ଯାଉନାହିଁ ।

ଉଦ୍ଧାର କାମରେ ଲାଗିଥିବା ସୁରକ୍ଷା କର୍ମୀଙ୍କ କହିବା କଥା ହେଲା ବ୍ଲାକିର ଯତ୍ନ ନେଉଥିବା ଲୋକେ ସୁଡଙ୍ଗ ଭିତରେ ଫସିଯାଇଥାଇ ପାରନ୍ତି । ଯେଉଁଥିପାଇଁ ସେହି ସ୍ଥାନ ଛାଡି ଯିବାକୁ ଅମଙ୍ଗ ବ୍ଲାକି । କଥା କହିପାରୁନଥିବା ଏହି ଜନ୍ତୁ ଟି ହୁଏତ ବୁଝିନଥିବା ତାର ମାଲିକ ଆଉ ନାହିଁ ତଥାପି ତାଙ୍କ ଅପେକ୍ଷାରେ ସକାଳୁ ସଂଜ ଯାଏଁ ଏମିତି ଜଗି ରହୁଛି ।

from Kanak News
via <a href="https://ifttt.com/?

ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦ ନିକଟବର୍ତୀ ଫିଙ୍ଗର ୮ଅଂଚଳରୁ ପଛକୁ ଫେରିଗଲା ପିଏଲଏ ।

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପଟରେ ଫିଙ୍ଗର ୮ରୁ ଆଗକୁ ମାଡି ଆସିଥିବା ଚୀନ୍ ପଛକୁ ହଟିଛି । ଏପରିକି ସେଠାରେ କରାଯାଇଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭାଙ୍ଗିଦିଆଯାଇଛି । ଏନେଇ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି ।

ଭାରତ ଚୀନ୍ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଫିଟୁଛି ବାଟ । ଉତର ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରୁ ପଛକୁ ହଟୁଛି ଚୀନ୍ ସେନା । ଭାରତୀୟ ସେନା ଜାରି କରିଥିବା ଭିଡିଓରେ ପିପୁଲ୍ସ ଲିବରେସନ ଆର୍ମି ସେନା ପ୍ରତ୍ୟାହାର କରୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଅଂଚଳରେ ପିଏଲଏ ନିଜ ତମ୍ବୁ ହଟାଇବା ସହ ନିଜର ଟ୍ୟାଙ୍କର ମଧ୍ୟ ପଛକୁ ନେଇଯାଇଛି । ସେହିପରି ଫିଙ୍ଗର ୮ ଅଂଚଳରୁ ଆଗକୁ ବଢି ଚୀନ୍ ସେନା ଯେଉଁ ଅସ୍ଥାୟୀ ନିର୍ମାଣ କରିଥିଲା ତାଙ୍କୁ ମଧ୍ୟ ଭାଙ୍ଗି ଦିଆଯାଇଛି । ସୀମାରେ ଚୀନ୍ ସୈନିକଙ୍କୁ ନେବା ପାଇଁ ଜଗି ରହିଥିବା ଟ୍ରକ ପର୍ଯ୍ୟନ୍ତ ଚାଲି ଚାଲି ଯାଉଛନ୍ତି ପିଏଲଏ ସେନା । ଏହି ଅଂଚଳକୁ ମାଡି ବସିଥିଲେ ଚୀନ୍ ସେନା ।

ଗତ ବର୍ଷ ଜୁନ୍ ମାସରୁ ଉତର ଲଦାଖ ଅଂଚଳରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜାନୁୟାରୀ ୨୪ତାରିଖରେ ବୈଠକ ପରେ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ରାଜି ହୋଇଥିଲେ । ଆଉ ଏହାର ଫଳସ୍ୱରୂପ ଏବେ ପେଙ୍ଗଙ୍ଗ ହ୍ରଦ ନିକଟରୁ ପଛକୁ ହଟିଛି ଚୀନ୍ ସେନା ।

ଗତ ସପ୍ତାହରେ ସଂସଦରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇ କହିଥିଲେ ଯେ, ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହୋଇଛି । ତେବେ ଏହି ଡିସଏନଗେଜମେଂଟରେ ଭାରତ କିଛି ହରାଇବ ନାହିଁ ବୋଲି କହିଥିଲେ ରାଜନାଥ ।

ଦୀର୍ଘ ମାସ ଧରି ଯୁଦ୍ଧ ଟ୍ୟାଙ୍କକୁ ଏଠାରେ ମୁତୟନ କରିଥିଲା ଚୀନ୍ । ସେହିପରି ଫିଙ୍ଗର ୮ଅଂଚଳରେ ପିଏଲଏ ଲଗାଇଥିବା ତମ୍ବୁ, ବଙ୍କର ଓ ଅନ୍ୟ ନିର୍ମାଣକୁ ମଧ୍ୟ ହଟାଇଛି । ଉଭୟ ଦେଶର ଚୁକ୍ତି ଅନୁଯାୟୀ ଫିଙ୍ଗର ୮ପଛକୁ ଚୀନ୍ ସେନା ନିଜ ପୂର୍ବ ସ୍ଥାନକୁ ଫେରି ଯାଉଛି । ଏବଂ ପିଙ୍ଗର ୩ଅଂଚଳର ଧନ ସିଂ ପୋଷ୍ଟ ନିକଟକୁ ଫେରିଆସିବ ଭାରତୀୟ ସେନା । ଏହି ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଉଭୟ ଦେଶର ସେନା ମଧ୍ୟରେ ଗୋଗରା, ହଟସ୍ପ୍ରିଙ୍ଗ, ଗଲୱାନ ଓ ଦେପସାଙ୍ଗକୁ ନେଇ ଆଲୋଚନା ହେବ ।

ଭାରତ ଚୀନ୍ ଚୁକ୍ତି ଅନୁଯାୟୀ ସୀମାରୁ ସେନା ପ୍ରତ୍ୟାହାର ପରେ ବିବାଦର ସ୍ଥାୟୀ ସମାଧାନର ବାଟ ଫିଟିଛି । ଅପରପକ୍ଷରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି ।

ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଂଚଳରେ ଉତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଶେଷରେ ଜାନୁଆରିୀ ୨୪ରେ ହୋଇଥିବା ବୈଠକ ପରେ ବୁଝାମଣା ହୋଇଥିଲା ଏବଂ ଏହାର ଫଳସ୍ୱରୂପ ସେନା ପ୍ରତ୍ୟାହାର ହୋଇଛନ୍ତି ।

from Kanak News
via <a href="https://ifttt.com/?

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ 

କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି । ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା । ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ବାମୀ ଦାବି କରିଆସୁଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started