ଟୁଲ୍ କିଟ୍ ମାମଲାରେ ଗିରଫ ଦିଶା ରବିଙ୍କ ସମର୍ଥନରେ ଦିଲ୍ଳୀରୁ ବେଙ୍ଗାଲୁର ସବୁଠି ପ୍ରତିବାଦ । ସେପଟେ ଦିଲ୍ଲୀ ପୋଲିସକୁ ନୋଟିସ ନେଲା ଡିସିଡବ୍ଲୁ ।

କନକ ବ୍ୟୁରୋ : ସମାଜରେ ସଚେତନ ବାର୍ତା ବାଂଟୁଥିବା ଯୁବ ପରିବେଷବିତ୍ ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ, ଦିଲ୍ଲୀ ପୋଲିସ ଗିରଫ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏପରକି କୋର୍ଟରେ ହାଜର କରିବା ସମୟରେ ପକ୍ଷ ରଖିବା ପାଇଁ ଓକିଲଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆ ନଯିବା ଆହୁରି ବିସ୍ମିତ କରିଛି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନକୁ ନେଇ ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଅଭିବ୍ୟକ୍ତିର ସ୍ୱାଧୀନତାକୁ ହତ୍ୟା କରିବା ପାଇଁ ଏପରି କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏସବୁ ଭିତରେ ଦିଶା ରବିଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଜୋର ଧରିଛି ଦାବି ।

ଦିଶା ରବି । ଏହି ନାଁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସମାଜରେ ସଚେତନ ବାର୍ତା ବାଂଟୁଥିବା ଏହି ଯୁବତୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୃଷକ ଆନ୍ଦୋଳନକୁ ଅଧିକ ଉଗ୍ର ଓ ହଂସାତ୍ମକ କରିବା ଉଦ୍ଦେଶ୍ୟରେ ଟୁଲକିଟ୍ ପ୍ରସ୍ତୁତ କରିବାରେ ସେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ହେଲେ, ଟୁଲକିଟ୍ ପ୍ରକରଣ ଓ ଏହାକୁ ନେଇ ଚାଲିଥିବା ଧରପଗଡ ଏକ ପ୍ରାୟୋଜିତ ଷଡଯନ୍ତ୍ର ବୋଲି ଅନେକ ମତ ଦେବା ପରେ ଦିଶାଙ୍କ ପ୍ରତି ଦେଶରେ ସମର୍ଥନ ବଢ଼ିବାରେ ଲାଗିଛି ।

ଦିଶାଙ୍କ ଗିରଫଦାରୀକୁ ବିରୋଧ କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦିଲ୍ଳୀ , ମୁମ୍ବାଇ, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର ଦିଶାଙ୍କ ବିରୋଧରେ ଲଗାଇଥିବା ଦଫା ହଟାଇବା ସହ ଦେଶର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ସାମାଜିକ କର୍ମୀ । ଏହି ଦାବି କରି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ , ସାମାଜିକ କର୍ମୀ ଓ ପରିବେଶକମୀ ବିକ୍ଷୋଭ କରିଛନ୍ତି ।

ଦିଶାଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ଛାତ୍ର ଓ ସାମାଜିକ କର୍ମୀ । ସେମାନେ ଦିଶାଙ୍କ ଗିରଫ ଦାରୀକୁ ନିନ୍ଦା କରିବା ସହ ତୁରନ୍ତ ମୁକ୍ତି କରିବା ପାଇଁ ଦାବି କରି ବିକ୍ଷୋଭ କରିଥିଲେ । ବିକ୍ଷାଭକାରୀମାନେ ହାତରେ ପ୍ଲାକାର୍ଡ ଧରି ଦିଶାଙ୍କ ମୁକ୍ତ କରିବା ପାଇଁ ନାରାବାଜି କରିଥିଲେ ।

ଦିଲ୍ଲୀ ଭଳି ମୁମ୍ବାଇରେ ମଧ୍ୟ ଦିଶାଙ୍କ ସମର୍ଥନରେ ଆନ୍ଦୋଳନ କରାଯାଇଛି । ତାଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତା । ସେ କିଭଳି ଦେଶ ପାଇଁ ବିପଦ ପ୍ରଶ୍ନ କରିବା ସହ ଦିଲ୍ଲୀ ପୋଲିସ ଜାଣିଶୁଣି ଏଭଳି ଗିରଫ କରିଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ।

ଦିଶାଙ୍କୁ ବେଙ୍ଗାଲୁରରୁ ଅଚାନକ ଉଠାଇବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସାମାଜିକ କର୍ମୀ , ବିଭିନ୍ନ ଛାତ୍ର ସଂଗଠନ ଓ ପରିବେଷ କର୍ମୀ । ତାଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସମାଜିକ କର୍ମୀ । ଦୁଇ ଦିନ ହେଲା କର୍ଣ୍ଣାଟକର ବେଙ୍ଗାଲୁର ସମେତ ବିଭିନ୍ନ ସ୍ଥାନରେ ଜାରି ରଖିଛନ୍ତି ବିକ୍ଷୋଭ । ଏପରିକି ଦିଶାଙ୍କ ଗିରଫ ପ୍ରତିବାଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି, ବିଶିଷ୍ଠ ଐତିହାସିକ ରାମଚନ୍ଦ୍ର ଗୁହା । ଗିରଫଦାରୀକୁ ବେଆଇନ କହିବା ସହ ଏହା ରାଷ୍ଟ୍ରର ଅତ୍ୟଧିକ ପ୍ରତିକ୍ରିୟା ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ।

ଦେଶର ଦିଶାଙ୍କ ପ୍ରତି ସମର୍ଥନ ବଢ଼ୁଥିବାବେଳେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରର ବିଜେପି ସରକାର ପ୍ରଶ୍ନ ଘେରରେ ଛନ୍ଦି ହୋଇଯାଇଛନ୍ତି । ସରକାର ଓ ପୋଲିସ ଟୁଲକିଟକୁ କାହିଁକି ଏତେ ଗୁରୁତ୍ୱ ଦେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୪୫ ମୃତଦେହ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କଲେ ଶିବରାଜ ସିଂଚୌହାନ 

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କେନାଲକୁ ଖସିପଡିଲା ଯାତ୍ରୀବାହୀ ବସ । ମଧ୍ୟପ୍ରଦେଶ ସିଦ୍ଧିରେ ଆଜି ସକାଳ ପ୍ରାୟ ୭ଟା ସମୟରେ ୫୨ଜଣ ଯାତ୍ରୀନେଇ ବସଟି ସିଦ୍ଧିିରୁ ସତନା ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଘଟଣାସ୍ଥଳରୁ ସମସ୍ତ ୪୫ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

କେନାଲ ଭିତରେ ଦୀର୍ଘ ସମୟ ଧରି ଉଦ୍ଧାର କାମ ଚାଲିବା ପରେ ସମସ୍ତ ଶବକୁ ଉଦ୍ଧାର କରାଯାଇଛି । ଘଟଣାରେ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ସାହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।ସେପଟେ  ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ବସରେ ଥିବା ସମସ୍ତ ଯାତ୍ରୀ ନର୍ସିଂ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ସିଦ୍ଧିରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବୋଲେରୋ ଗାଡିକୁ  ସାଇଡ ଦେବା ସମୟରେ ବସଟି ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା । ଘଟଣାରେ ଦୁ୍ଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ,  ଗୃହମନ୍ତ୍ରୀ ଅମିତ ଶାହା । ଟୁଇଟ କରି  ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ଗୃହମନ୍ତ୍ରୀ ।

from Kanak News
via <a href="https://ifttt.com/?

ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ । 

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ । ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ଟାଂଜାନିଆରୁ ଜଣେ ଓ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଆସିଥିବା ସୂଚନା ରହିଛି । ଏହି ନୂଆ ଷ୍ଟ୍ରେନ  ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଠାରୁ ଅଧିକ କ୍ଷୀପ୍ର ଗତିରେ ବ୍ୟାପୁଛି ।

ସେହିପରି ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଭାରତରେ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ ଆଇସୋଲେସନରେ ରଖାଯିବା ସହ କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଅନ୍ୟନକ୍ଷରେ ଏଯାଏଁ ଦେଶରେ ୧୮୭ଜଣଙ୍କ ଶରୀରରେ ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରନ ଠାବ ହୋଇତିବା କହିଛନ୍ତି ସରକାର । ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନା ଭୂତାଣୁ ଆମେରିକା ସମେତ ୪୧ଟି ଦେଶରେ ପ୍ରବେଶ କରିସାରିଲାଣି । ବ୍ରିଟେନ ଭାଇରସ ୮୨ଟି ଦେଶ ଏବଂ ବ୍ରାଜିଲ ଭୂତାଣୁ ୯ଟି ଦେଶରେ ଚିହ୍ନଟ କରାଯାଇଛି ।

from Kanak News
via <a href="https://ifttt.com/?

ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଠକିନେଲା ଦଲାଲ । ୧୫ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ସୁନୀଲ ସାମନ୍ତରାୟକୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ : ମହଙ୍ଗା ପଡିଲା ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଠକେଇ କରିବା । ତେବେ ଏହାରି ଭିତରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଛି । ଗାଡି ନମ୍ବର ୱାନ, ଠକେଇରେ ବି ବାବୁ ନମ୍ବର ୱାନ୍ । ତେବେ ଏହି ଭିଆଇପି ମାର୍କା ୪୦ ଲକ୍ଷ ଟଙ୍କାର ଭିଆଇପି ଗାଡିରେ ଅଏସ କରୁଥିବା ବାବୁ ଜଣଙ୍କୁ ଘୋଷାଡି ଘୋଷାଡି ପିସିଆର ଭ୍ୟାନକୁ ନେଉଛି ପୁଲିସ । କାହିଁକି ନା ବାବୁ ଜଣଙ୍କ ହେଉଛନ୍ତି ଜଣେ ୪୨୦ ।

ବ୍ରହ୍ମପୁର ଏମକେସିଜିରେ ଏମବିବିଏସରେ ଆଡମିସନ କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ନୟାପଲି ଥାନାରେ ଅଭିଯୋଗ ହୋଇଛି । ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି, ଯେ ସୁନିଲ ସାମନ୍ତରାୟ ନାମକ ଏହି ବ୍ୟକ୍ତି ତାଙ୍କୁ ଠକେଇ କରିଛି ।

ସୁନିଲ ସାମନ୍ତରାୟ ନାଁରେ ପୂର୍ବରୁ ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ସମାନ ଠକେଇ ଅଭିଯୋଗ ରହିଛି । ଏଭଳି ମାମଲାରେ ପୂର୍ବରୁ ବାବୁ ଗିରଫ ମଧ୍ୟ ହୋଇଛନ୍ତି । ହେଲେ ଲୋକଙ୍କୁ ବୋକା ବନାଇ, ତାଙ୍କ ପଇସାରେ ଅଏସ କରିବାର ନିଶା ଏଯାଏଁ କମିନି । ଜାଲ ମେଡିକାଲ ପ୍ରୋଭିଜିନାଲ୍ ଲେଟର ଜରିଆରେ ଜାଲ ପକାଇଥିବା ସୁନିଲକୁ ରିମାଣ୍ଡରେ ନେଇ ତାର ପୁରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବ ନୟାପଲ୍ଲୀ ପୁଲିସ । ଏପରିକି ଜବତ ହୋଇଥିବା ଡକ୍ୟୁମେଂଟର ଫରେନ୍ସିକ୍ ଯାଂଚ ପାଇଁ ହ୍ୟାଂଡରାଇଟିଂ ବ୍ୟୁରୋକୁ ପଠାଯିବ ।

ସଟ୍ କଟରେ ଟଙ୍କା କମାଇ, ରାତାରାତି କୋଟିପତି ହେବାର ନିଶା, ଆଉ ତା ସାଙ୍ଗରେ ବିଳାଶପୂର୍ଣ୍ଣ ଜୀବନ ଯାପନ କରିବାର ଲାଳସା, ସୁନିଲକୁ ଜେଲର ଅନ୍ଧାର କୋଠରୀ ଭିତରକୁ ଠେଲି ଦେଇଛି ।

from Kanak News
via <a href="https://ifttt.com/?

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡାଙ୍କ ନାଁରେ ଷ୍ଟାଡିୟମକୁ ନାମିତ କଲେ ନବୀନ

କନକ ବ୍ୟୁରୋ: ମଞ୍ଚ ଉପରୁ ରିମୋଟରେ ବଟନ ଟିପି ରାଉରକେଲା ବିପିୟୁଟି ପରିସରରେ ହେବାକୁ ଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମର ଝଲକ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ଷ୍ଟାଡିୟମ ଏକ ଭେନ୍ୟୁ ହେବ ବୋଲି କହିଛନ୍ତି ନବୀନ । ରାଉରକେଲାକୁ ଆଶାର ସହର ଏବଂ ସୁନ୍ଦରଗଡ ଜିଲ୍ଲାର ବିକାଶରେ ସହରର ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନାଁରେ ଏହାକୁ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶାର ବିକାଶ । ଆଉ ସେହି କ୍ରମରେ ପ୍ରଥମେ କଳାହାଣ୍ଡି ପରେ ଆଜି ରାଉରକେଲା ଗସ୍ତ ଓ ସୁନ୍ଦରଗଡ ଜିଲ୍ଲାକୁ ପ୍ରାୟ ୫ ହଜାର କୋଟିର ପ୍ୟାକେଜ ।

ସୁନ୍ଦରଗଡ଼କୁ ସରକାରଙ୍କ ପ୍ୟାକେଜ୍
-ମୋଟ୍ ୪ ହଜାର ୯୧୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ
-ଏହା ଭିତରେ ରହିଛି ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ
-୧ ହଜାର ୬୨୨ କୋଟିର ପାନୀୟ ଜଳ ଓ ୩୨୦ କୋଟିର ଜଳସେଚନ ପ୍ରକଳ୍ପ
-୧୧୧ କୋଟିର ସ୍ୱାସ୍ଥ୍ୟସେବା, ହଜାରେ ୬୦ କୋଟିର ରାସ୍ତାଘାଟ ବିକାଶ ପ୍ରକଳ୍ପ
-ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ୪୭୧ କୋଟି ଓ ଶିକ୍ଷା ପ୍ରକଳ୍ପ ପାଇଁ ୩୬୬ କୋଟି ରହିଛି

୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ୍ ମାତ୍ର ୨୮ଶହ କୋଟି ଥିବାବେଳେ ଏବେ କେବଳ ସୁନ୍ଦରଗଡ ପାଇଁ ୫ ହଜାର କୋଟିର ପ୍ରକଳ୍ପ ଆରମ୍ଭ କରାଯାଇଥିବା କହିଛନ୍ତି ନବୀନ । ରାଉରକେଲା ଷ୍ଟିଲପ୍ଲାଂଟରୁ ଆରମ୍ଭ କରି ଏନଆଇଟି ଯାଏଁ ବିଜୁ ବାବୁଙ୍କ ସ୍ମୃତି ଭରି ରହିଥିବା ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ସହ ରାଜ୍ୟ ସରକାରଙ୍କ ବିକାଶ କାମକୁ ଗାଁ ଗାଁରେ ପହଂଚାଇବା ପାଇଁ ପ୍ରାୟ ସପ୍ତାହେ ହେଲାଣି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ସୁନ୍ଦରଗଡରେ ଡେରା ପକାଇଥିଲେ । ମନ୍ତ୍ରୀମାନଙ୍କୁ ବ୍ଲକ ଓ ବିଧାୟକମାନଙ୍କୁ ପଂଚାୟତ ଦାୟିତ୍ୱ ଦିଆଯାଇଥିଲା । ହେଲେ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ରୂପଦେଇ ବିଜେଡି କୌଣସି ରାଜନୈତିକ ପରିବର୍ତନ କରିପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛି ବିଜେପି । କଂଗ୍ରେସ ମଧ୍ୟ କଳାବ୍ୟାଚ୍ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରତିବାଦ କରିଛି ।

ରାଉରକେଲା ମଂଚରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି ନବୀନ । ଗତକାଲି ରାଉରକେଲା ଗସ୍ତ ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିକୁ ଦୁଇଗୁଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଆଜି ସୁନ୍ଦରଗଡରେ ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରି ପଶ୍ଚିମାଂଚଳର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ସୂଚାଇ ଦେଇଛନ୍ତି ।

from Kanak News
via <a href="https://ifttt.com/?

ପୁଣି ଫେରିବେ ବିବାଦୀୟ ସାରଥୀ ବାବା । ଜୁଲାଇ ୧ରୁ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କରିବାକୁ ହାଇକୋର୍ଟଙ୍କ ଅନୁମତି ।

କନକ ବ୍ୟୁରୋ : ସାରଥୀ ବାବା । ଓଡିଶା ଇତିହାସରେ ବୋଧହୁଏ କୌଣସି ବାବାଙ୍କୁ ନେଇ ଏଭଳି କାହାଣୀ ସୃଷ୍ଟି ହୋଇନଥିବ ଯାହା ସାରଥୀଙ୍କ କ୍ଷେତ୍ରରେ ହୋଇଥିଲା । ସାରଥୀ ଦାବି କରୁଥିଲେ ତାଙ୍କ ପାଖରେ ଭଗବାନଙ୍କ ଶକ୍ତି ଅଛି । ହାତରୁ ବିଭୁତି ବାହାର କରିବା, ପାଦରୁ ମହୁ ଝରିବା, ସିମେଂଟ ଗାଈରୁ କ୍ଷୀର ବାହାର କରିବା ଭଳି ଅନେକ ଅଲୌକିକ ଶକ୍ତିର ଅଧିକାରୀ ବୋଲି ଦାବି କରୁଥିଲେ ବାବା ।

ଏହି ଘଟଣା ସାରଥୀଙ୍କ ଆତ୍ମଘୋଷିତ ଭଗବାନର ଜୀବନଶୈଳୀ ଧାରାକୁ ଓଲଟପାଲଟ କରିଦେଲା । ଯେଉଁ ବାବାଙ୍କୁ ଭକ୍ତ ଭଗବାନ ବୋଲି ମାନୁଥିଲେ, ସେହି ବାବା ଲୋକଙ୍କ ଆଗରେ ଭଣ୍ଡ ବନିଗଲେ । ଭକ୍ତର ବିଶ୍ୱାସ ସହ ଖେଳ ମହଙ୍ଗା ପଡିଗଲା । ଏହାପରେ ଯେଉଁ ଘଟଣା ଘଟିଲା ତାହା ସମସ୍ତେ ଜାଣନ୍ତି ।

ଘଟଣାର ୬ବର୍ଷ ପରେ ସାରଥୀ ବାବାଙ୍କ ପୁଣି ପ୍ରବଚନ ଆରମ୍ଭ ହେବ । ଏଥିପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଜଣେ ବ୍ରାହ୍ମଣ ଲୋକ ହୋଇଥିବାରୁ ପ୍ରବଚନ ହିଁ ଏକମାତ୍ର ରୋଜଗାରର ମାଧ୍ୟମ, ତେଣୁ ଅନୁମତି ମିିଳୁ ବୋଲି ବାବା ସାରଥୀ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଜୁଲାଇ ୧ ତାରିଖରୁ ସାରଥୀ ବାବା ପ୍ରବଚନ ଦେଇପାରିବେ ।

ଏହି ଖବର ପରେ ସାରଥୀଙ୍କ ଭକ୍ତ ମହଲରେ ଖୁସି ଖେଳିଯାଇଛି । ମିଠା ବାଂଟି ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଏବଂ ସାରଥୀଙ୍କ ବିରୋଧରେ ଯାହାବି ଅଭିଯୋଗ ଥିଲା ସେସବୁକୁ ଭୁଲିଯାଇଛନ୍ତି । କୋର୍ଟ ପ୍ରବଚନ ପାଇଁ ଅନୁମତି ଦେବା ସହ କେତେକ କଟକଣା ମଧ୍ୟ ଲାଗୁ କରିଛନ୍ତି । ସର୍ବାଧିକ ୨୦୦ଜଣ ଲୋକଙ୍କୁ ନେଇ ଏବଂ ସବୁ କୋଭିଡ ନିୟମ ମାନି ଏହି ପ୍ରବଚନର ଆୟୋଜନ ହୋଇପାରିବ ।

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । 

କନକ ବ୍ୟୁରୋ : ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ୩ଟି ଧଉରା କାଠକୁ ରାଜପୁରୋହିତ ପୂଜାର୍ଚ୍ଚନା କରିଛନ୍ତି। କାର୍ୟ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ସେବାୟତ ଉପସ୍ଥିତ ଥିଲେ।

ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଥିଲା। ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ଜାଗା ବି ଖାଲି କରାଯାଇଥିଲା। ରାଜନଅର ପକ୍ଷରୁ ‌ରାଜଗୁରୁଙ୍କ ସହ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ୟ୍ୟ ସଂପାଦାନ କରିଥିଲେ।

ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଗଲା। ସ୍ତୋତ୍ରୀୟ ବ୍ରାହ୍ମଣମାନେ ବାଗ୍‌ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିଥିଲେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ବିଶ୍ବ ପ୍ରସିଦ୍ଧ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଆୟୋଜନ ହେବ।

from Kanak News
via <a href="https://ifttt.com/?

ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ : ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ଝୋବା, ଶ୍ରୀମୁଖ, ପଦ୍ମ ଆଦି ଅଳଙ୍କାର ପାଇଁ ଦାନ । ଜଣେ ଭକ୍ତ ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଶ୍ରୀଜୀଉଙ୍କୁ ଏହି ସବୁ ସୁନା ଅଳଙ୍କାର ଦାନ କରିଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନକୁ ଏହି ଅଳଙ୍କାର ହସ୍ତାନ୍ତର କରାଯାଇଛି । କେବଳ ସୁନା ନୁହେଁ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଟଙ୍କା ମଧ୍ୟ ଦାନ କରିଥାନ୍ତି ।

କୋଭିଡ ଯୋଗୁଁ ଦୀର୍ଘ ଦିନ ହେବ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ । ହେଲେ ଏବେ ସରକାର ଏହି କଟକଣାକୁ ଉଠାଇଦେଇଛନ୍ତି । ଏଥର ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହୋଇଯାଇଛି ।

from Kanak News
via <a href="https://ifttt.com/?

ଲାଏ ଡିଟେକ୍ସନ ବେଳେ ପରୀକୁ ହତ୍ୟା ସଂପର୍କରେ କହିଥିଲା ଅଭିଯୁକ୍ତ । ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ ହୋଇ ରହିଛି ସଂପୂର୍ଣ୍ଣ ସ୍ୱୀକାରୋକ୍ତି । ପ୍ରମାଣ ଭାବେ କୋର୍ଟରେ ଦାଖଲ କରିବ ଏସଆଇଟି

କନକ ବ୍ୟୁରୋ : ସାରା ରାଜ୍ୟରେ ଚହଳ ପକାଇଥିବା, କୁନି ଝିଅ ପରୀ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ ତଦନ୍ତର ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏହି ନାବାଳକ ସରୋଜ ସେଠୀ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ନିଷ୍କର୍ସରେ ପହଂଚିଛି କ୍ରାଇମବ୍ରାଞ୍ଚ ।

କୋର୍ଟରେ ଚାର୍ଜସିଟ୍ ଦାଖଲ କରି ପୁଲିସ କହିଛି, ଅଭିଯୁକ୍ତ ନାବାଳକ ହତ୍ୟା କରିବା ଏବଂ ପରୀର ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗି ଦେବା ଘଟଣାକୁ ସ୍ୱୀକାର କରିଛି । ଲାଇ ଡିଟେକ୍ସନ୍ ଟେଷ୍ଟ ସମୟରେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତ ସବୁ କଥା କୁଆଡେ କହି ଦେଇଥିଲା । ଏହାର ଭିଡିଓ ଓ ଅଡିଓ ପୁଲିସ ରେକର୍ଡ କରିଛି । ଆଜି ଚାର୍ଜସିଟ୍ରେ ଏହି ସ୍ୱୀକାରୋକ୍ତିକୁ ପୁଲିସ କୋର୍ଟରେ ପ୍ରମୁଖ ପ୍ରମାଣ ହିସାବରେ ଦାଖଲ କରିଛି ।

ଏହାଛଡା ଅନ୍ୟ ସମସ୍ତ ପ୍ରମାଣ ପୁଲିସ କୋର୍ଟରେ ଦାଖଲ କରିଛି । କେମିତି ତା ଉପରେ ସନ୍ଦେହ ହୋଇଥିଲା, କେମିତି ଧିରେ ଧିରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିଲା, ଏ ପୁରା କାହାଣୀ, ୯ ପୃଷ୍ଠାର ଚାର୍ଜସିଟ୍ରେ ପୁଲିସ ବୟାନ କରିଛି । ପଲିଗ୍ରାଫ୍ ଟେଷ୍ଟରେ ମଧ୍ୟ ପରୀ ହତ୍ୟା ସଂପର୍କୀତ ସମସ୍ତ ପ୍ରଶ୍ନର ଉତର ମିଛ ଦେଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ଅଛି । ଯାହାକି ଅଭିଯୁକ୍ତ ବିରୋଧରେ ଆଉ ଏକ ବଡ ପ୍ରମାଣ ।

ଚାର୍ଜସିଟରେ କଣ ଅଛି?

୧.ମୃତ ପରୀର ଫ୍ରକରେ ପୁରୁଷର ସିମେନ ମିଳିଥିଲା । ତେଣୁ ଏହା ଦୁଷ୍କର୍ମ ଓ ହତ୍ୟା ବୋଲି ପୋଲିସ ଜାଣିପାରିଥିଲା ।

୨.ପରୀ ଘରକୁ ନାବାଳକ ଅଭିଯୁକ୍ତ ଯାଏ ଏବଂ ପୋଲିସର ପ୍ରଶ୍ନକୁ ବାରମ୍ବାର ଏଡାଇ ଯିବା ପରେ ଅଭିଯୁକ୍ତ ଉପରେ ପୋଲିସର ସନ୍ଦେହ ବଢିଥିଲା

୩. ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ,ପରୀ ହତ୍ୟା ସମ୍ପର୍କିତ ସମସ୍ତ ପ୍ରଶ୍ନର ମିଛ ଉତର ଦେଇଥିଲା

୪. ଲାଇ ଡିଟେକସନ ଟେଷ୍ଟ ସମୟରେ ସେଠାରେ ଥିବା ଲୋକଙ୍କ ଆଗରେ ସତ ମାନିଯାଇଥିଲା ଅଭିଯୁକ୍ତ । ଏହାର ଭିଡିଓ ଓ ଅଡିଓ ପ୍ରମାଣ ରହିଛି ।

୫. ହତ୍ୟା ଦିନ ଅଭିଯୁକ୍ତର ଘରକୁ ପରୀ ପ୍ରବେଶ କରୁଥିବା ସମୟରେ କିଛି ଲୋକ ଦେଖିଛନ୍ତି ଏବଂ ସେମାନେ ପୋଲିସକୁ ବୟାନ ଦେଇଛନ୍ତି ।

୬. ହତ୍ୟା ପରେ ଏକ ବସ୍ତା ଧରି ଅଭିଯୁକ୍ତ ଘର ବାହାରକୁ ଆସୁଥିବା ବେଳେ କିଛି ଲୋକ ଦେଖିଛନ୍ତି ଏବଂ ସେମାନେ ପୋଲିସକୁ ବୟାନ ଦେଇଛନ୍ତି ।

୭. ବସ୍ତାକୁ ବାନ୍ଧିବା ପାଇଁ ବ୍ୟବହାର କରାଯାଇଥିବା ଜିଆଇ ତାର, ଲେଗିଙ୍ଗସ, ଗାମୁଛା ଜବତ ହୋଇଛି ।

୮. ପରୀର ଶରୀରକୁ ନଷ୍ଟ କରିବା ପାଇଁ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ହୋଇନାହିଁ ।

୯. ଜବତ ହେବା ବେଳକୁ ପରୀର ଶରୀର ଗଳିତ ଅବସ୍ଥାକୁ ଚାଲିଆସିଥିଲା ।

୧୦. ମୁଣ୍ଡ ଶରୀରଠାରୁ ଅଲଗା ଥିଲା କିନ୍ତୁ ବାକି ସବୁ ଅଙ୍ଗପ୍ରତ୍ୟଙ୍ଗର ହାଡ ଯୋଡା ଥିଲା ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ । ଦଳରେ ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ଡେ’-ନାଇଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ମୋଇନ ଅଲ୍ଲୀ ଏହି ଟେଷ୍ଟରୁ ବାଦ ପଡିଛନ୍ତି ।

ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଟେଷ୍ଟ ସିରିଜ ଖେଳିଥିଲା । ଏହି ସିରିଜରେ ବେୟାରଷ୍ଟୋ ୪୭, ୩୫, ୨୮ ଓ ୨୯ ରନ କରିଥିଲେ । ସେହିପରି ମାର୍କ ଉଡଙ୍କୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୱିକେଟ ମିଳିନଥିଲା । ହେଲେ ଦ୍ୱିତୀୟ ଟେଷ୍ଟରେ ୩ଟି ୱିକେଟ ମିଳିଥିଲା ।

ଏହି ୪ଟିକିଆ ଟେଷ୍ଟ ସିରିଜରେ ଭାରତ ଗୋଟିଏ ଓ ଇଂଲଣ୍ଡ ଗୋଟିଏ ମ୍ୟାଚ ଜିତି ୧-୧ରେ ସିରିଜ ବରାବର ରଖିଛନ୍ତି । ଆଜି ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୩୧୭ ରନରେ ପରାଜିତ କରି ଏହି ଟେଷ୍ଟ ସିରିଜକୁ କମବ୍ୟାକ କରିଛି । ତେବେ ଆଗାମୀ ଦୁଇଟି ଟେଷ୍ଟରେ ଭାରତ ଇଂଲଣ୍ଡକୁ ମାତ ଦେବାରେ ସଫଳ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started