କ୍ଷୀର ବିକିବା ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ର ଚାଷୀ, କହିଲେ ବିନିଯୋଗ ବଢାଇଲେ ବଢିବ ଲାଭ

କନକ ବ୍ୟୁରୋ : ଗୋଟେ ପଟେ ହଜାର ହଜାର ଚାଷୀ ସରକାରଙ୍କ ନୂତନ କୃଷିିବିଲ୍ କୁ ବିରୋଧ କରି ପାଖା ପାଖି ୩ ମାସ ହେବ ଧାରଣାରେ ବସିଥିବା ବେଳେ ମହାରାଷ୍ଟ୍ରର ଜଣେ କ୍ଷୀର ବ୍ୟବସାୟୀ ନିଜର ବ୍ୟବସାୟ ବୃଦ୍ଧି କରିବା ଓ ସହଜରେ ସବୁ ସ୍ଥାନରେ କ୍ଷୀର ପହଂଚାଇବାକୁ ୩୦ କୋଟି ଟଙ୍କା ବିନିମୟରେ ଏକ ହେଲିକପ୍ଟର କିଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସୂଚନା ମୁତାବକ ଦେଶର ପ୍ରତି ରାଜ୍ୟକୁ ସହଜରେ କ୍ଷୀର ପହଂଚାଇବାକୁ ୩୦ କୋଟି ଟଙ୍କାରେ ହେଲିକପ୍ଟର କିଣିଛନ୍ତି ମହାରାଷ୍ଟ ଭିୱାଣ୍ଡିର ଚାଷୀ ଜନାର୍ଦ୍ଦନ । ଜନାର୍ଦ୍ଦନ ଜଣେ ଦୁଗ୍ଧ ବ୍ୟବସାୟୀ ହେବା ସହ ଜଣେ ବିଲଡର ମଧ୍ୟ। କିଛି କିଛି ସ୍ଥାନକୁ ବିମାନ ଯିବା ଅସମ୍ଭବ ଥିବାରୁ ତାଙ୍କୁ କ୍ଷୀର ପହଞ୍ଚାଇବା ପାଇଁ ଗାଡ଼ି ନେଇଯିବାକୁ ପଡ଼େ। ଏହା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ଜର୍ନାଦନଙ୍କ ଏହି ସମସ୍ୟା ଦେଖି ତାଙ୍କ ବନ୍ଧୁ ତାଙ୍କୁ ଗୋଟେ ହେଲିକପ୍ଟର କିଣିବାକୁ କହିଥିଲେ। ଏହା ପରେ ବନ୍ଧୁଙ୍କ କଥା ମାନି ଜନାର୍ଦ୍ଦନ ହେଲିକପ୍ଟର କିଣିଥିବା ଜଣାପଡ଼ିଛି।
ଜନାର୍ଦ୍ଦନ କହିଛନ୍ତି ଯେ, ତାଙ୍କ ଦୁଗ୍ଧ ବ୍ୟବସାୟ ପାଇଁ ତାଙ୍କୁ ଅନେକ ସମୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଗୁଜୁରାଟ ଯିବାକୁ ପଡ଼େ। ଅନେକ ସ୍ଥାନରେ ବିମାନ ବନ୍ଦରର ସୁବିଧା ନ ଥିବାରୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼େ। କିନ୍ତୁ ଏବେ ହେଲିକପ୍ଟର ଆସିବା ପରେ ତାଙ୍କୁ ଏନେଇ ସମସ୍ୟା ହେବ ନାହିଁ।

ରବିବାର ଦିନ ହେଲିକପ୍ଟରକୁ ଜନାର୍ଦ୍ଦନଙ୍କ ଗାଁକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଜନାର୍ଦ୍ଦନ ପ୍ରଥମେ ତାଙ୍କ ହେଲିକପ୍ଟରରେ ଯାତ୍ରା କରିବାକୁ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି। ହେଲିକପ୍ଟର କିଣିବା ପରେ ୨.୫ ଏକର ଜମିରେ ପ୍ରତିରକ୍ଷା କାନ୍ଥ ସହିତ ହେଲିପ୍ୟାଡ୍ ନିର୍ମାଣ ପାଇଁ ଜନାର୍ଦ୍ଦନ ବ୍ୟବସ୍ଥା କରିଛନ୍ତି। ହେଲିକପ୍ଟର, ପାଇଲଟ୍ ରୁମ୍ ଏବଂ ଟେକ୍ନିସିଆନ୍ ରୁମ୍ ପାଇଁ ଏକ ଗ୍ୟାରେଜ୍ ମଧ୍ୟ ରହିବ ବୋଲି କହିଛନ୍ତି ଜନାର୍ଦ୍ଦନ । ମାର୍ଚ୍ଚ ୧୫ରେ ଜନାର୍ଦ୍ଦନଙ୍କୁ ହେଲିକପ୍ଟର ବିତରଣ କରାଯିବ ବୋଲି ଜଣାପଡ଼ିଛି। ଚାଷ ଏବଂ ଦୁଗ୍ଧ ବ୍ୟବସାୟ ସହିତ ଜନାର୍ଦ୍ଦନଙ୍କର ଏକ ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ଥିବା ସହ ସେ ୧୦୦କୋଟି ଟଙ୍କାର ମାଲିକ ବୋଲି ଜଣାପଡ଼ିଛି।

from Kanak News
via <a href="https://ifttt.com/?

୪ ରାଜପଥ ଲୁଟେରା ଗିରଫ । ୨୭ ଗ୍ରାମ ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଜବତ ।

କନକ ବ୍ୟୁରୋ : ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫ୍ଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି ।

ପୁଲିସ ସେମାନଙ୍କ ନିକଟରୁ ୨୭ଗ୍ରାମ ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା, ୨ଟି ବାଇକ, ଦାମି ମୋବାଇଲ, ଲାପଟପ, କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆଉ ପାଦେ ଆଗେଇଲା ଜୟପୁରରୁ ନବରଙ୍ଗପୁର-ମାଲକାନଗିରି ରେଳ ପ୍ରକଳ୍ପ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା ।

କନକ ବ୍ୟୁରୋ : ବିଳମ୍ବରେ ହେଉ ପଛେ ଆଉ ପାଦେ ଆଗକୁ ଗଡ଼ିଲା ରେଳ ଲାଇନ୍ । ରେଳ ମାନଚିତ୍ରରୁ ବାଦ ପଡ଼ିଥିବା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣର ଜନ ଶୁଣାଣି । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ହେଲେ ରେଳ ଲାଇନ ପାଇଁ ଜମିହରାଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଅଙ୍କ ଛିଡ଼ୁନି ।

ପାଦେ ଆଗକୁ ଗଡ଼ିଲା ରେଳ ପଥ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ରେଳ ସଂଯୋଗ କ୍ଷେତ୍ରରେ କାମ ଯେତିକି ଚାଲୁଛି ସେତିକି ଝୁଟୁଂଛି । କାରଣ ପ୍ରକଳ୍ପ ଆଗରେ କଂଟା ହୋଇଛି ଜମି ଅଧିଗ୍ରହଣ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ୫ ବର୍ଷ ପୁର୍ବରୁ ଆରମ୍ଭ ହୋଇଛି ମାଷ୍ଟର ପ୍ଳାନ । ରୋଡ଼ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇସାରିଛି, କିନ୍ତୁ କ୍ଷତିପୂରଣ ନେଇ କୌଣସି ଅଙ୍କ ଛିଡି ପାରୁନଥିବାରୁ ଜମି ଅଧିଗ୍ରହଣ ହୋଇ ପାରୁନଥିଲା । ହେଲେ ଏବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ନବରଙ୍ଗପୁର ଓ ଜୟପୁର ପର୍ଯ୍ୟନ୍ତ ୩୮ କିଲୋମିଟର ରେଳ ଲାଇନ ପାଇଁ ୭୩୨ ଏକର ଜମି ଆବଶ୍ୟକ । ଏହି ରେଳ ଧାରଣା କଡରେ ୧୦ଟି ଷ୍ଟେସନ ହେବ, ପ୍ରାୟ ୧୦ଟି ପଚାଂୟତର ୨୦ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହେବେ । ସେହିପରି ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ୧୩୦ କିଲୋମିଟର ରେଳ ଲାଇନ ପାଇଁ ପ୍ରାୟ ୧୮୮ ଏକର ଜମି ଆବଶ୍ୟକ । ଏହି ରେଳ ଲାଇନ ଗଲେ ବୈପାରିଗୁଡ଼ା, କୁନ୍ଦ୍ରା ଓ ଜୟପୁର ବ୍ଳକର ୨୭ଟି ଗାଁ ପ୍ରଭାବିତ ହେବ । ଏଥିପାଇଁ କୋରାପୁଟ ଜିଲ୍ଳାର ଜୟନ୍ତଗିରି, ଆମ୍ବଗୁଡ଼ା ଓ ଫାମ୍ପୁଣିରେ ଜନଶୁଣାଣି ଆରମ୍ଭ ହୋଇଛି । ରେଳ ଲାଇନ ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ସେତିକି ସନ୍ଦେହ ରହିଛି । ଜମି ହରାଉଥିବା ବ୍ୟକ୍ତିଙ୍କୁ ଉଚିତ ମୂଲ୍ୟ ସହ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି ।

ରେଳ ଲାଇନ ନିର୍ମାଣ ହେଲେ ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ଗଡ଼ିବ ଏବଂ ୨ଟି ଜିଲ୍ଳାର ଅର୍ଥନୀତିର ବିକାଶ ହେବ । ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି କହିଛନ୍ତି କୋରାପୁଟ ସାଂସଦ ଓ ରେଳ ବିଭାଗର ଅଧିକାରୀ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ରେଳପଥ ସହ ଯୋଡ଼ିବା ପାଇଁ କାମ ଯେତିକି ଆଗକୁ ବଢୁଛି ସେତିକି ବ୍ରେକ ଲାଗୁଛି ।

from Kanak News
via <a href="https://ifttt.com/?

ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ ଗତ ଶନିବାର ଦିନ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଗିରଫ୍ କରିଥିଲା  । ଏହା ସହ ଦିଲ୍ଲୀର ଏକ ଅଦାଲତ ରବିବାର ଦିନ ଦିଶାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଥିଲେ । ଏହି ମାମଲାର ଯାଂଚ ଏବେ ଦିଲ୍ଲୀ ପୋଲିସ କରୁଛି । ମଙ୍ଗଳବାର ଦିନ ପଟିଆଲା ହାଉସ୍ କୋର୍ଟ ଏହି ମାମଲାର ପ୍ରାଥମିକ ଶୁଣାଣି କରି ରବିଙ୍କ ପରିବାରକୁ ମାମଲାର କପି, ଜାମିନ୍ ପାଇଁ ଆବେଦନ ଓ ଗରମ କପଡା ଆଦି ଦେବାକୁ ଅନୁମତି ଦେଇଛନ୍ତି । ଏହାସହ ପୋଲିସ ହେପାଜତରେ ଥିବା ବେଳେ ଓକିଲ ଓ ପରିବାର ଲୋକଙ୍କୁ ଦିଶା ରବି ଭେଟିପାରିବେ ବୋଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏନେଇ କୋର୍ଟରେ ଆବେଦନ କରିଥିଲେ ଦିଶା ରବିଙ୍କ ଓକିଲ ଅଭିନବ ଶେଖରୀ ।

ମିଳିଥିବା ସୂଚନା ମୁତାବକ ଦିଶା ରବି ପ୍ରତିଦିନ ୧୫ ମିନିଟ୍ ପାଇଁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବେ ଓ ୩୦ ମିନିଟ୍ ପର୍ଯ୍ୟନ୍ତ ଓକିଲ ସହିତ କଥା ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ଦିଲ୍ଲୀ ପୋଲିସ ଆୟୁକ୍ତ ଏସ୍.ଏନ୍ ଶ୍ରୀବାସ୍ତବ ମଙ୍ଗଳବାର ଦିନ କହିଛନ୍ତି କି ଦିଶା ରବିଙ୍କ ଗିରଫଦାରୀ ଆଇନ ଅନୁଯାୟୀ କରାଯାଇଛି । ଆଇନ ୨୨ କିମ୍ବା ୫୦ ବର୍ଷ ମଧ୍ୟରେ କୌଣସି ଭେଦ ଭାବ କରେ ନାହିଁ ।

କହିରଖୁ କି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକ ମାନଙ୍କ ସହିତ ଜଡିତ ଟୁଲକିଟ୍ ବ୍ୟବହାର କରିବା ଅଭିଯୋଗରେ ଦିଶା ରବିଙ୍କୁ ଗତ ଶନିବାର ଦିନ ବେଙ୍ଗାଲୁରରୁ ଗିରଫ୍ କରିଥିଲା ଦିଲ୍ଲୀ ପୋଲିସ । ପୋଲିସ ଦାବି କରିଥିଲା କି ଦିଶା ରବି ଟେଲିଗ୍ରାମ ଆପ୍ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ଏହି ଟୁଲକିଟ୍ ପ୍ରଦାନ କରିଥିଲେ ।

ସୋମବାର ଦିନ ଦିଲ୍ଲୀ ପୋଲିସ ଅଭିଯୋଗ କରିଥିଲା କି ଦିଶା ରବି, ମୁମ୍ବାଇର ଓକିଲ ନିକିତା ଜାକବ୍ ଓ ପୁଣେର ଇଂଜିନିୟର ଶାନ୍ତୁନ ମିଶିକରି ଟୁଲକିଟ୍ ପ୍ରସ୍ତୁତ କରିଥିଲେ । ଏହାପରେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରି ଭାରତର ଛବି ମଳିନ କରିବାକୁ ଚେଷ୍ଟା କରୁଥିଲେ । ଏହାସହ ପୋଲିସ ଦାବି କରିଛି କି ଦିଶା ରବି ନିଜର ଟେଲିଗ୍ରାମ ଏକାଉଣ୍ଟରୁ ଡାଟା ଡିଲିଟ୍ କରିଦେଇଛନ୍ତି । ଏହି ମାମଲାରେ କୋର୍ଟ ନିକିତା ଓ ଶାନ୍ତୁନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।

from Kanak News
via <a href="https://ifttt.com/?

ବନ୍ଦ ପଡିଛି ପ୍ଲାଣ୍ଟ, ରୋଜଗାର ହରାଇଛନ୍ତି ୪୦୦ କର୍ମଚାରୀ । ଛତ୍ରପୁରର ଟିଟାନିୟମ ପ୍ଲାଣ୍ଟ ନଖୋଲିଲେ, ରାସ୍ତାକୁ ଓହ୍ଲାଇବା ନେଇ କର୍ମଚାରୀ ଦେଲେ ଚେତାବନୀ ।

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ରହିଛି ଦେଶର ପ୍ରଥମ ଟିଟାନିୟମ ପ୍ଲାଂଟ । ଏହି ପ୍ଲାଂଟଟି ଗତ ୯ ମାସ ଧରି ବନ୍ଦ ହୋଇଥିବା ହେତୁ ଏଠାରେ କାମ କରୁଥିବା ୪୦୦ କର୍ମଚାରୀ ଏବେ ରୋଜଗାର ହରାଇ ବସିଛନ୍ତି । ଆଗାମୀ ଦିନରେ କମ୍ପାନୀ ନଖୋଲିଲେ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

୨୦୦୭ରେ ଛତ୍ରପୁର ବ୍ଲକରେ ଟିଟାନିୟମ ପାର୍କ କରିବା ପାଇଁ ୨୫୦ ଏକର ଜମି ନେଇଥିଲା ସରାଫ୍ ଏଜେନ୍ସି । ଏହି ଜମିରେ ୩ଟି ପ୍ଲାଂଟ କରିବ, ଆଉ ୪ ହଜାର ଲୋକଙ୍କୁ ନିଯୁକ୍ତି ଦେବ । ବହୁ ଆଶା ନେଇ ସ୍ଥାନୀୟ ଲୋକେ ଜମି ଦେଇଥିଲେ, କମ୍ପାନୀ ପ୍ଲାଂଟ ହେଲା, ୨୦୧୬ରେ କମ୍ପାନୀ ଟିଟାନିୟମ୍ ସ୍ଲଗ ପ୍ଲାଂଟ ଉଦଘାଟନ ପ୍ରାୟ ୪ଶହ ଲୋକଙ୍କୁ ନିଯୁକ୍ତି ଦେଇଥିଲା । ହେଲେ କରୋନା କଟକଣା ଯୋଗୁଁ ପ୍ରାୟ ୯ ମାସ ହେବ ପ୍ଲାଂଟ ବନ୍ଦ ରହିଛି, ଫଳରେ ରୋଜଗାର ହରାଇ ବସିଛନ୍ତି କର୍ମଚାରୀ ।

କର୍ମଚାରୀ ରୋଜଗାର ହଜାଇ, ଚିନ୍ତାରେ ପଡିଥିବା ବେଳେ ଜିଲ୍ଲାପାଳଙ୍କୁ ଭେଟି କମ୍ପାନୀ ଖୋଲିବା ପାଇଁ ଦାବି କରିଛନ୍ତି । କର୍ମଚାରୀଙ୍କ ଦାବି ଅନୁସାରେ, ଜିଲ୍ଲାପାଳ, କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିବେ ବୋଲି ଜଣାପଡିଛି । ସେପଟେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ଏଠାରୁ ବାହାରୁଥିବା କଞ୍ଚାମାଲ ଋଷ ଓ ଜାପାନକୁ ଯାଉଥିଲା । ଏବେ ସେହି ଦେଶଗୁଡିକ ମାଲ ନେଉନାହାନ୍ତି ଫଳରେ କମ୍ପାନୀର କ୍ଷତି ହେବାରୁ ବନ୍ଦ ରଖାଯାଇଛି । କମ୍ପାନୀ କେବେ ଖୋଲିବ ତାହା ଅନିଶ୍ଚିତତା ଭିତରେ ରହିଥିବା ବେଳେ ଆଉ ୨ଟି ପ୍ଲାଂଟ କେବେ ତିଆରି ହେବ ତାକୁ ନେଇ ପ୍ରଶ୍ନ କରିଛନ୍ତି ଟିଟାନିୟମ୍ ପ୍ଲାଂଟ ପାଇଁ ଜମି ଦେଇଥିବା ଲୋକେ ।

from Kanak News
via <a href="https://ifttt.com/?

ଗଜପତି ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ରାଶି ।

କନକ ବ୍ୟୁରୋ : ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆଜି ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ହୋଇଥିଲେ । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନି ଟ୍ରକଟି ଓଲଟିପଡିଥିଲା ।

from Kanak News
via <a href="https://ifttt.com/?

୨୦୧୬ ଜେଏନୟୁ ମାମଲା । କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ କୋର୍ଟଙ୍କ ସମନ । ମାର୍ଚ୍ଚ ୧୫ ରେ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ୨୦୧୬ ରେ ଜବାହରଲାଲ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି । ୨୦୧୬ ମସିହାରେ ଜେଏନୟୁରେ ହୋଇଥିବା ଏକ ରାଲିରେ ଦେଶ ବିରୋଧି ନାରା ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ କହ୍ନେୟା କୁମାରଙ୍କ ସମେତ ଅନେକ ଛାତ୍ର ଗିରଫ୍ ହୋଇଥିଲେ । ହେଲେ ପୂର୍ବବର୍ଷ ଏହି ମାମଲାରେ ସମସ୍ତଙ୍କୁ ଜାମିନ୍ ମିଳିଥିବା ବେଳେ ବର୍ଷେ ପରେ ଦିଲ୍ଲୀର ଏକ ଅଦାଲଦ ଅଭିଯୋଗ ପତ୍ରର ବିଚାର ପାଇଁ ଅନୁମତି ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ମାସ ୧୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ପୋଲିସ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ କହିଛି କି କହ୍ନେୟା କୁମାର ଗୋଟଏ ଦେଶ ବିରୋଧି ରାଲିର ନେତୃତ୍ୱ ନେଇଥିଲେ  । ଦିଲ୍ଲୀ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ୍ ଗୁରୁଙ୍କୁ ଫାସି ଦିଆଯିବା ଦିନ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କହ୍ନେୟା କୁମାରଙ୍କ ସମେତ ୯ ଜଣ ଛାତ୍ର ଦେଶ ବିରୋଧୀ ନାରା ଲଗାଇଥିଲେ ବୋଲି ପୋଲିସ ଅଭିଯୋଗ ପତ୍ରରେ ଲେଖିଛି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଡା.ପଙ୍କଜ ଶର୍ମା କହ୍ନେୟା କୁମାରଙ୍କ ସମେତ ସୟଦ ଓମାର ଖାଲିଦ, ଅନୀରବାନ୍ ଭଟ୍ଟାଚାର୍ଯ୍ୟ, ଆକିବ୍ ହୁସେନ୍, ମୁଜିବ ହୁସେନ ଗାଟୁ, ମୁନିବ ହୁସେନ ଗାଟୁ, ଓମାର ଗୁଲ, ରାଇସ୍ ରସୁଲ୍, ଅଲ୍ଲି, ଏବଂ ଖାଲିଦ ବଶୀରଙ୍କ ଭଟ୍ଟଙ୍କ ବିରୋଧରେ ଚାର୍ଜସିଟ୍ ନୋଟିସ୍ ଗ୍ରହଣ କରିଥିଲେ ।

ଏହାକୁ ନେଇ ମାଜିଷ୍ଟ୍ରେଟ୍ କହିଛନ୍ତି କି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୃହ ବିଭାଗ (ଦିଲ୍ଲୀ ସରକାର) ପୂର୍ବରୁ ତଥ୍ୟ ଦାଖଲ କରିସାରିଛନ୍ତି । ଚାର୍ଜସିଟ୍ କୁ ଗମ୍ଭୀରତା ସହ ବିଶ୍ଳେଷଣ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ସମନ କରାଯାଇଛି ।

from Kanak News
via <a href="https://ifttt.com/?

ରୋଗ ଭଲ ପାଇଁ ପୂଜାପାଠ । ରାୟଗଡା କଲ୍ୟାଣସିଂହପୁର ବ୍ଲକର ଗ୍ରାମାଞ୍ଚଳରେ ଏବେ ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ, ମିଳିମିଳା ରୋଗୀଙ୍କୁ ଡାକ୍ତରଖାନାକୁ ନନେଇ ଗାଁରେ କରୁଛନ୍ତି ପୂଜାର୍ଚ୍ଚନା ।

କନକ ବ୍ୟୁରୋ : ସରକାର ଯେତେ ଡିଜିଟାଲ ଯୁଗ କଥା କହିଲେ ବି ଶିକ୍ଷାଠାରୁ ଦୂରରେ ଥିବା ଲୋକଙ୍କ ମନରୁ ଦୂରେଇ ପାରୁନାହିଁ ଅନ୍ଧ ବିଶ୍ୱାସ । ଆଜି ବି ରୋଗ ଭଲ କରିବା ପାଇଁ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ପୂଜା ପାଠକୁ ଭରସା କରୁଛନ୍ତି । ଔଷଧ ଖାଇଲେ ରୋଗ ବଢିବ କହି, ଗାଁ ଦାଣ୍ଡରେ ରୋଗୀଙ୍କୁ ବସାଇ ପୂଜାର୍ଚ୍ଚନା କରୁଛନ୍ତି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଉପାନ୍ତ ଅଂଚଳରୁ ଆସିଛି ସେମିତି ଏକ ଖବର ।

ଯେଉଁଠି ଶିକ୍ଷାର ଆଲୋକ ପହଂଚିବାରେ ସମସ୍ୟା ହୁଏ, ସେଠି କେମିତି ଅନ୍ଧବିଶ୍ୱାସର ଅନ୍ଧାର ଲୋକଙ୍କୁ କବଳିତ କରେ, ତାହା ବୟାନ କରୁଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ରାବୁଗୁଡା ଗାଁରୁ ଆସିଥିବା ଏହି ଘଟଣା । ରୋଗ ଭଲ କରିବାକୁ ଗାଁ ଦାଣ୍ଡରେ ଚାଲିଛି ପୂୂଜାର୍ଚ୍ଚନା । ଡାକ୍ତରୀ ଚିକିତ୍ସା ଉପରୁ ଭରସା ହରାଇଥିବା ଗ୍ରାମବାସୀ ପୂଜାର୍ଚ୍ଚନା କରି ରୋଗ ଭଲ କରିବାକୁ ଉଦ୍ୟମ କରୁଛନ୍ତି । ଆଉ ଏମାନଙ୍କ ମନରେ ଅନ୍ଧ ବିଶ୍ୱାସ ରହିଛି ଡାକ୍ତରଠାରୁ ଔଷଧ ଖାଇଲେ ରୋଗ ବଢୁଛି, ଠାକୁରାଣୀଙ୍କୁ ଝୁଣା ଧୂପ ଦେଇ ପୂଜା କଲେ ରୋଗରୁ ଉପସମ ମିଳୁଛି ।

ଗାଁରେ ମାସକ ମଧ୍ୟରେ ୩୦ରୁ ଅଧିକ ଲୋକ ମିଳିମିଳା ଆକ୍ରାନ୍ତ ହୋଇଛନ୍ତି । ରୋଗୀଙ୍କୁ ଡାକ୍ତରଖାନାକୁ ନେବା ବଦଳରେ ଗାଁ ମଝିରେ ବସାଇ ବେଜୁଣୀ ସାହାଯ୍ୟରେ ପୂଜା କରାଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ଦନାରେ ଚାଉଳ, ଗୁଡ, ହଳଦୀ ଖଣ୍ଡ ରଖି ପୂଜା କରାଯାଉଛି । ସେପଟେ ଏ ସଂପର୍କରେ କଲ୍ୟାଣସିହଂପୁର ଗୋଷ୍ଠୀ ଚିକିତ୍ସାଧିକାରୀ କହିଛନ୍ତି, ଏଯାଏଁ କୌଣସି ରୋଗୀ ଡାକ୍ତରଖାନାକୁ ଆସି ନାହାନ୍ତି ।

ଆଜିର ବିଜ୍ଞାନ ଯୁଗରେ ଲୋକେ ମହାକାଶରେ ଘର କରିବାକୁ ଜାଗା କିଣିଲେଣି, ବିଭିନ୍ନ ରୋଗର ନିରାକରଣ ପାଇଁ ଟିକା ବାହାରିଲାଣି, ତଥାପି ଆଦିବାସୀ ଗାଁରେ ରୋଗ ଭଲ କରିବା ପାଇଁ ପୂଜା ପାଠକୁ ଭରସା କରୁଛନ୍ତି ନିରିହ ଆଦିବାସୀ ।

from Kanak News
via <a href="https://ifttt.com/?

ସୋସିଆଲ ମିଡିଆରୁ ଶ୍ୟାମ ଚାଚାଙ୍କ ସଙ୍ଗୀତ ଶୁଣି ପହଁଞ୍ଚିଲେ ବର୍ଷା । ଜଗନ୍ନାଥଙ୍କ ଭଜନରେ ଭିଜିବା ପରେ ପ୍ଲାଟଫର୍ମ ଦେବାକୁ ଦେଲେ ପ୍ରତିଶ୍ରୁତି । ଦ୍ୱିତୀୟ ସାଲବେଗ ଭାବେ ଜଣାଶୁଣା କଟକର ଦିବ୍ୟାଙ୍ଗ ଅବଦୁଲ ସମଦ ନିଜାମୀ…

କନକ ବ୍ୟୁରୋ: ଓଡିଶା ଶୁଣିବ ଶ୍ୟାମ ଚାଚାଙ୍କ ସ୍ୱର । ଆଉ କଟକର ଗୋଟିଏ ଗଳିରେ ଅଟକି ଯିବନି ଚାଚାଙ୍କ ସୁରିଲା ସୁରିଲା ଗୀତ, ହୃଦୟସ୍ପର୍ଶୀ ଜଗନ୍ନାଥ ଜଣାଣ । ୨ୟ ସାଲବେଗ କୁହାଯାଉଥିବା କଟକର ଅବଦୁଲ ସମଦ ନିଜାମୀଙ୍କୁ ଏବେ ଶୁଣିବ ସାରା ଓଡିଶା । କାଳିଆ ପାଇଁ ତାଙ୍କ କଣ୍ଠରୁ ବାହାରୁଥିବା ମନଛୁଆଁ ଭଜନକୁ ମନଭରି ଶୁଣିବେ ଓଡିଶାବାସୀ । କାରଣ ଶ୍ୟାମ ଚାଚା ସଙ୍ଗୀତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୁଯୋଗଟିଏ ଦେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

କଟକ ପ୍ରହରାଜପୁର ସ୍ଥିତ ଚାଚାଙ୍କ ଘରେ ତାଙ୍କୁ ଭେଟି ପ୍ଲାଟଫର୍ମ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ତେବେ ବର୍ଷା କହିଛନ୍ତି ସୋସିଆଲ ମିଡିଆରୁ ଶ୍ୟାମ ଚାଚଙ୍କ ବିଷୟରେ ଶୁଣିଥିଲି ଆଉ ତାଙ୍କ ପାଖରେ ବସି ତାଙ୍କ ହାରମୋନିୟମରୁ ବାହାରୁଥିବା ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣିବା ପରେ ମୁଁ ଭକ୍ତିରେ ଭିଜିଗଲି । ସତରେ ଆଖି ନଥାଇ ବି ଚାଚା ପ୍ରମାଣ କରିଦେଲେ ଯଦି ତୁମେ କିଛି ପାଇବାକୁ ଇଚ୍ଛା କରିଛ ତେବେ ବୟସ ବାଧା ଦେଇପାରିବନି । ତେବେ ଶ୍ୟାମ ଚାଚାଙ୍କୁ ସଙ୍ଗୀତ ଦୁନିଆରେ ଗୋଟେ ପ୍ଲାଟଫର୍ମ ଦେବାକୁ କହିବା ସହ ପୁଣି ନିଜ ବଡପଣ ଦେଖାଇଛନ୍ତି ବର୍ଷା ।

ତେବେ ୫୯ ବର୍ଷର ଶ୍ୟାମ ଚାଚା ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ଅଜଣା ରୋଗ ପରେ ଦୁଇ ଆଖି ହରାଇଥିଲେ ଅବଦୁଲ ଚାଚା । ତେବେ ରେଡିଓ ମରାମତି କରି ପେଟ ପୋଷୁଥିବା ଚାଚା ଶ୍ରୀଜଗନ୍ନାଥଙ୍କ ଜଣେ ବଡ ଭକ୍ତ । ଭିକାରୀ ବଳଙ୍କ ପ୍ରତିଟି ସଙ୍ଗୀତ ଗାଇବାରେ ସେ ମାହିର । ଗାଁ, ଗଣ୍ଡାରେ ହେଉଥିବା ଭଜନ ସମାରୋହରେ ସେ ଗୀତ ଗାଆନ୍ତି । ତେବେ ଭକ୍ତି କବିତା ବି ଲେଖନ୍ତି ଚାଚା । ଶ୍ୟାମ ଚାଚା କୁହନ୍ତି ଆଲ୍ଲା ଓ ଜଗନ୍ନାଥ ମୋ ପ୍ରାଣ । ତାଙ୍କ ପାଇଁ ମୋ ପରିବାର ଚଳୁଛି । ତେବେ ଜଗନ୍ନାଥଙ୍କ ପ୍ରେମରେ ଭିଜି ଭଜନ ଗାଉଥିବା ଶ୍ୟାମ ଚାଚାଙ୍କୁ ୨ୟ ସାଲବେଗ ବି କେହି କେହି କହୁଛନ୍ତି ।

ସେପଟେ ଖାଲି ଶ୍ୟାମ ଚାଚା ନୁହଁନ୍ତି ପୂର୍ବରୁ କୋରାପୁଟର ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇ ଆଦିବାସୀ ଇଲାକାର ଝିଅର ଗୀତକୁ ସାରା ଓଡିଶାରେ ପହଞ୍ଚାଇଥିଲେ । ଆଉ ବଣ ମଲ୍ଲୀକୁ ବଣରେ ଫୁଟି ମଉଳିବାକୁ ଦେଇନଥିଲେ । ଏବେ ବର୍ଷାଙ୍କ ପାଇଁ ଶ୍ୟାମ ଚାଚାଙ୍କୁ ଶୁଣିବ ସାରା ଓଡିଶା ।

from Kanak News
via <a href="https://ifttt.com/?

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ ।

କନକ ବ୍ୟୁରୋ : ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ । କଅଁଳା ପିଲାଙ୍କୁ ଇଲେକ୍ଟ୍ରିକ ଶକ୍ ଦେଲେ ପୁଲିସ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଘରେ ଚୋରି ହୋଇଥିବାରୁ ୪ ଜଣ ନାବାଳକଙ୍କୁ ଥାନାକୁ ଆଣି, ୩ ଦିନ ଧରି ନିସ୍ତୁକ ମାଡ ମରା ଯାଇଥିବା ନେଇ ଚାଇଲ୍ଡ ଲାଇନ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏପରି କିଛି ଘଟଣା ଘଟିଥିବା ନେଇ ସଫା ମନା କରିଦେଇଛନ୍ତି ଥାନା ଅଧିକାରୀ ।

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ ଭିତରେ ଇଲେକ୍ଟ୍ରିକ୍ ସକ୍ ! ଦିନେ ନୁହଁ କି ଦୁଇ ଦିନ ନୁହଁ, ତିନି ଦିନ ଧରି ୪ କଅଁଳା ପିଲାଙ୍କୁ ଥାନାରେ ଅଟକ ରଖି ନିସ୍ତୁକ ମାଡ ମାରିଛି ପୁଲିସ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଅଭିଯୁକ୍ତ ଓ ସେମାନଙ୍କ ପରିବାର । କାହାର ହାତ ଫୁଲିଛି, ତ ଆଉ କାହର ଗୋଡ.. ଠିକ ଭାବେ ଚାଲି ପାରୁନାହାନ୍ତି ଏମାନେ । ଆଉ କୌଣସି ପେଶାଦାର ଅପରାଧୀ ପରି କୋର୍ଟରେ ମଧ୍ୟ ହାଜର ହୋଇଛନ୍ତି ୪ କୁନି କୁନି ପିଲା ।

ଅଭିଯୋଗ ଅନୁସାରେ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନାର ଜଣେ ହୋମ ଗାର୍ଡଙ୍କ ଘରୁ କିଛି ସୁନା ଗହଣା ଓ ୧୦ ହଜାର ଟଙ୍କା ଚୋରି ହୋଇଥିଲା । ଆଉ ଥାନା କର୍ମଚାରୀଙ୍କ ଘରୁ ଚୋରୀ ଅଭିଯୋଗରେ ଜଣେ ଅନାଥ ପିଲାଙ୍କ ସହ ୪ ନାବାଳକଙ୍କୁ ଉଠାଇ ଆଣିଥିଲା ଚିତ୍ରକୋଣ୍ଡା ପୁଲିସ । ଆଉ ୩ ଦିନ ଧରି ପିଲାଙ୍କୁ ମାଡ ମରାଯାଇଛି । କେବଳ ଏତିକି ନୁହେଁ ପୁଲିସ କର୍ମଚାରୀଙ୍କ ସହ ବାହାର ଲୋକେ ମଧ୍ୟ ଥାନାରେ ପଶି ମାଡ ମାରିଥିବା ନେଇ ଚାଇଲ୍ଡ ଲାଇନରେ ଅଭିଯୋଗ ହେବା ପରେ ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ୪ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଛି, ଏବଂ ସେମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ବୋର୍ଡ । ତେବେ ଥାନା ଭିତରେ ନାବାଳକଙ୍କୁ କୌଣସି ପ୍ରକାର ଶାରୀରିକ ନିର୍ଯ୍ୟାତନା ଦିଆନଯାଇଥିବା କହିଛନ୍ତି ଚିତ୍ରକୋଣ୍ଡା ଥାନା ଅଧିକାରୀ ।

ଗୁୁରୁତ୍ୱପୁର୍ଣ କଥା ହେଇଛି ଥାନାରେ ଥାର୍ଡ ଡିଗ୍ରୀ କିମ୍ବା ମାଡ ମାରିବାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଛି ମାନବାଧିକାର କମିଶନ । ତେବେ କଁଅଳ ପିଲାଙ୍କୁ ମାଡ ମରା ଓ ବିଦ୍ୟୁତ ଆଘାତ ଦେବା ଘଟଣା ଯଦି ସତ ହୁଏ, ତେବେ ସାଂଘାତିକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started