ରାତିରେ ଉପାସ ଶୋଇଥିଲେ ରାସ୍ତାକଡର ଅସହାୟ ମଣିଷ । ଦୁଃଖ ଦେଖି ରହିପାରିଲାନି କୁନି ପୁଅ । ଭୋକିଲାଙ୍କୁ ଖାଦ୍ୟ ଦେବାକୁ ଖୋଲିଦେଲା ରୁଟି ବ୍ୟାଙ୍କ୍ । ମହତ କାମ ଦେଖି ସାବାସୀ ଦେଲେ ମୋଦି ।

କନକ ବ୍ୟୁରୋ: ମୁଁ ଥାଉ ଥାଉ କେହି ରହିବେନି ଭୋକିଲା… ରାତିରେ ଉପାସ ଶୋଇବେନି ରାସ୍ତା କଡର ଅସହାୟ ମଣିଷ । ଫୁଟପାଥ ମଣିଷଙ୍କ ପେଟକଥା ବୁଝି ରୋଟି ବ୍ୟାଙ୍କ ଖୋଲିଛନ୍ତି କଟକର ଏହି କୁନି ପିଲା । ବୟସ ସିନା ୧୨ କିନ୍ତୁ ଚିନ୍ତାଧାରା ଭାରି ବଡ । ସେମିତି ନହୋଇଥିଲେ କଣ ବେସାହାରାଙ୍କ ଭୋକର ଜାତନା କଥା ଜାଣିପାରିଥାନ୍ତେ ଆଉ ନିଜ ପେଟରୁ କାଟି ସେମାନଙ୍କ ଖୁଆଇଥାନ୍ତେ । ହଁ ଗରିବ, ଦରିଦ୍ରଙ୍କ ଭୋକ ବୁଝି ସେମାନଙ୍କୁ ରୁଟି, ତରକାରୀ ଖୁଆଉଛନ୍ତି କଟକର ଅଭିଷେକ ସାହୁ ।

ତେବେ କଣ ଏହି ରୋଟି ବ୍ୟାଙ୍କ ? କାହିଁକି ଏମିତି କଲେ ଅଭିଷେକ? ଏହି ନିଆରା ଚିନ୍ତାଧାରା ନେଇ ଅଭିଷେକ କୁହନ୍ତି, ଦିନେ ରାତିରେ ବାପାଙ୍କ ସହ ଯାଉଥିବା ବେଳେ ଫୁଟପାଥର ଲୋକଙ୍କୁ ଦେଖିଥିଲେ ଆଉ ସେମାନଙ୍କ ସହ କଥା ହେବା ବେଳେ ଜାଣିଥିଲେ ଯେ ସେମାନେ ସମସ୍ତେ ଉପାସ ଶୋଇଛନ୍ତି । ବାସ୍ ସେଇଠୁ ହିଁ ସାହାଯ୍ୟ ପାଇଁ ସଙ୍କଳ୍ପ ନେଇଥିଲେ ଅଭିଷେକ । ଘରର ବଳକା ରୁଟିକୁ ଏକାଠି କରି ଭୋକିଲାଙ୍କୁ ଦେଇ ଆସୁଛନ୍ତି ।

ଟଙ୍କା ଜମା କରିବା ଭଳି ଗରିବଙ୍କ ପାଇଁ ରୁଟି ଜମା କରନ୍ତି ଅଭିଷେକ । ତେବେ କୁନି ପୁଅର ଏଭଳି ପରୋପକାର ମନୋବୃତି ଦେଖି ସାହି ପଡିଶା ବି ନିଜ ଘରର ବଳକା ରୁଟି ଆଣି ରୋଟି ବ୍ୟାଙ୍କରେ ଜମା କରନ୍ତି । ଆଉ ସେସବୁକୁ ନିଜ ସାଇକେଲରେ ନେଇ କଟକ ସହରର ଗଳିକନ୍ଦି, ଛକ ବଜାରରେ ଥିବା ଗରିବ ଲୋକଙ୍କୁ ଦିଅନ୍ତି ଅଭିଷେକ । ତେବେ ୮ମରେ ପଢୁଥିବା ଅଭିଷେକଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସବୁଆଡୁ ପ୍ରଶଂସା ମିଳୁଥିବା ବେଳେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟ୍ୱିଟ୍ କରି କିପ୍ ଇଟ୍ ଅପ ବୋଲି କହିଛନ୍ତି । ଆଉ ମୋଦିଙ୍କ ସାବାସୀ ପରେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ନିରାଶ୍ରୟୀଙ୍କ ଭୋକ ବୁଝୁଥିବା ସୁନାପିଲା ଅଭିଷେକ ।

from Kanak News
via <a href="https://ifttt.com/?

ଆଶ୍ରମରୁ ଆସାମୀ । ବାବା ସାରଥୀଙ୍କ କାହାଣୀ, ୬ ବର୍ଷ ତଳେ ହୋଇଥିଲା କଣ ?

୬ ବର୍ଷ ପୂର୍ବେ ହଜାର ହଜାର ଲୋକଙ୍କ ମନରେ ଆସ୍ଥାନ ଜମାଇଥିଲେ ବାବା ସାରଥୀ । ବାରିମୂଳରେ ଛିଡା ହୋଇଥିଲା ଭଣ୍ଡ ସାରଥୀଙ୍କ କୋଟି କୋଟି ଟଙ୍କାର ସାମ୍ରାଜ୍ୟ । ଭକ୍ତଙ୍କ ଟଙ୍କାରେ ଅୟସ କରୁଥିଲେ ବାବା ସାରଥୀ । ତେବେ ଗୋଟିଏ ଝଟକାରେ ଭୁଶୁଡି ପଡିଥିଲା ସାରଥୀଙ୍କ ସାମ୍ରାଜ୍ୟ । ଏସି ରୁମରୁ ବାବା ପହଞ୍ଚିଥିଲେ ଜେଲର ଚାରିକାନ୍ଥ ଭିତରେ ।

୬ ବର୍ଷ ତଳେ ହୋଇଥିଲା କଣ :
ସାରଥୀ ବାବା । ୬ ବର୍ଷ ପୂର୍ବେ ହଜାର ହଜାର ଭକ୍ତଙ୍କ ପାଇଁ ସାରଥୀ ଥିଲେ ଭଗବାନ । ଠିକଣା ଥିଲା ବାରିମୂଳ ଆଶ୍ରମ । ଦିନ ହେଉ ବା ରାତି ପ୍ରତ୍ୟେକ ଦିନ ଏହି ଆଶ୍ରମକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିଲା । ଆଧ୍ୟାତ୍ମିକ ପ୍ରବଚନରେ ପୂରା ବାରିମୂଳ ଫାଟୁଥିଲା । ଆଉ ଏହା ସାଙ୍ଗକୁ ସାରଥୀଙ୍କ ଅଲୌକିକତାର ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ବାରିମୂଳରେ ଜମୁଥିଲା ଭକ୍ତଙ୍କ ଆସର । ହାତରୁ ବିଭୁତି ବାହାର କରିବା ହେଉ ଅବା ସିମେଣ୍ଟ ଗାଈରୁ କ୍ଷୀର ବାହାର କରି ଭକ୍ତଙ୍କ ପାଇଁ ଭଗବାନ ପାଲଟିଯାଇଥିଲେ ସାରଥୀ । ଏପରିକି ଭକ୍ତ ମାନେ ସାରଥୀଙ୍କୁ ଭଗବାନ ଗାଦିରେ ବସାଇ ପୂଜା କରିବାକୁ ପଛାଉନଥିଲେ । କିନ୍ତୁ ନିଜକୁ ଭକ୍ତଙ୍କ ନଜରରେ ଭଗବାନ ସଜାଇଥିବା ସାରଥୀ ଯେ ବାସ୍ତବରେ ସୈତାନ ଥିଲେ ତାହା ଧୀରେ ଧୀରେ ଫର୍ଚ୍ଚା ହୋଇ ହୋଇ ଆସୁଥିଲା ।

୨୦୧୫ ଅଗଷ୍ଟ ୪ । ବାବାଙ୍କ କଳାକାରନାମାର ପ୍ରଥମ ଝଲକ ଦେଖିଥିଲା ପୂରା ରାଜ୍ୟ । ହାଇଦ୍ରାବାଦ ଗୋଲକୁଣ୍ଡା ହୋଟଲରେ ବାବା ସାରଥୀ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଛନ୍ତି । ଏଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୁରା ରାଜ୍ୟରେ ଜଳିଲା ଅସନ୍ତୋଷର ନିଆଁ । ଆଉ ଏହାସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ । ରାତାରାତି ଆତ୍ମଘୋଷିତ ଭଗବାନ ପାଲଟି ଯାଇଥିଲେ ଭଣ୍ଡ । ସାରଥୀଙ୍କ ପାଇଁ ଜଳିଥିଲା ପୂରା କେନ୍ଦ୍ରାପଡା । ବାରିମୂଳରୁ ଆରମ୍ଭ ହୋଇଥିବା ପୂରା ରାଜ୍ୟକୁ ବ୍ୟାପିଥିଲା । ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଉଠିଲା ଦାବି । କିନ୍ତୁ ସାରଥୀଙ୍କ ନାଁରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ବାରିମୂଳ ଆଶ୍ରମ ଭିତରକୁ ପଶି ପାରୁନଥିଲା ପୋଲିସ ।

ଗଣମାଧ୍ୟମରେ ସାରଥୀଙ୍କ ରୋମାନ୍ସ ଖବର ପ୍ରସାରଣ ପରେ ଅଗଷ୍ଟ ୭ରେ କଟକର ଏକ ଥାନାରେ ସାରଥୀଙ୍କ ନାମରେ ଯୌନ ଶୋଷଣ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

୮ ଅଗଷ୍ଟ ୨୦୧୫ । ରାତି ଅଧିଆ କ୍ରାଇମବ୍ରାଞ୍ଚ ପଶିଲା ବାରିମୂଳରେ । ଉଠାଇ ଆଣିଲା ଭଣ୍ଡବାବାଙ୍କୁ । କେନ୍ଦ୍ରାପଡାରୁ କଟକ । ରିମାଣ୍ଡ ପରେ ରିମାଣ୍ଡ । ଜେରା ପରେ ଜେରା । ଖୋଲିଲା ଅଧ୍ୟାତ୍ମିକ ଗୁରୁଙ୍କ ଅସଲି ମୁଖା…ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ, ବାବା ପାଲଟିଗଲେ ଖଳନାୟକ ବାବା ।

ବାବା ଗିରଫ ହେବା ପରେ କ୍ରାଇମବ୍ରାଞ୍ଚ ରାଡାରରେ ଆସିଥିଲା ସାରଥୀର କଳା ସାମ୍ରାଜ୍ୟ । ଆଶ୍ରମ ମଧ୍ୟରେ ବେଆଇନ ଅର୍ଥ କାରବାର ହେଉଥିବା ଖବର ଉପରୁ ପରଦା ଉଠାଇଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ବେଆଇନ ଅର୍ଥ କାରବାର ପଛର ମୁଖ୍ୟ ସୁତ୍ରଧର ତଥା ଭଣ୍ଡ ବାବାଙ୍କ ଧରମ ପୁଅ ସତ୍ୟମ ରାଉଳକୁ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହାପରେ ସାରଥୀଙ୍କ କଳା ସାମ୍ରାଜ୍ୟ ଏକ ପ୍ରକାର ଧୂଳିସାତ ହୋଇଥିଲା । ଆଉ ଜଉମୁଦ ସିଲ୍ ସହ ବନ୍ଦ ହୋଇଯାଇଥିଲା ଭଣ୍ଡ ବାବାଙ୍କ ବାରିମୂଳ ଆଶ୍ରମ ।

ହାଇକୋର୍ଟରୁ ସୁପ୍ରିମକୋର୍ଟ । ଗିରଫ ହେବା ପରେ ଜେଲରୁ ବାହାରିବାକୁ ଅନେକ ପ୍ରୟାସ କରି ବିଫଳ ହୋଇଥିଲେ ସାରଥୀ । ତେବେ ସାରଥୀଙ୍କ ପ୍ରତି ଲୋକଙ୍କର ରୋଷ କମିନଥିଲା । କୋର୍ଟରେ ହାଜର ହୋଇ ଫେରିବା ବେଳେ ସାରଥୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ସାଧାରଣ ଲୋକେ । ଏହାପରେ ମଧ୍ୟ କିଛି ଭକ୍ତଙ୍କ ମନରେ ସାରଥୀ ସତେଜ ରହିଛନ୍ତି । ଯାହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । ଏପରିକି ବାବାଙ୍କର ଏହା ଲୀଳାଖେଳ ବୋଲି କିଛି ଭକ୍ତ କହି ବୁଲୁଥିଲେ ।

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ସିଦ୍ଧିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩୮ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ସହାୟତା ରାଶି ଘୋଷଣା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସିଦ୍ଧି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।  ବସରେ ମୋଟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଏନଡିଆରଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ନର୍ସିଂ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ନାଳ ଭିତରକୁ ଖସି ପଡିଥିଲା ।
ସୂଚନା ମୁତାବକ ପୁରା ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି ସିଦ୍ଧିରୁ ସତାନା ଯାଉଥିଲା । ସିଦ୍ଧି ଠାରେ ବସଟି ସାମ୍ନାପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ସାଇଡ୍ ଦେବା ବେଳେ ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକ ଛାତ୍ର ଛାତ୍ରୀ ଅଛନ୍ତି । ନର୍ସିଂ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଥିବାରୁ ସେମାନେ ଏହି ବସ୍ ରେ ସିଦ୍ଧିରୁ ସତାନା ଯାଉଥିଲେ ।

ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ଜାତୀୟ ରିଲିଫ୍ ଫଣ୍ଡରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  ।

https://platform.twitter.com/widgets.js

ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଘଟଣା ସ୍ଥଳକୁ ୨ ଜଣ ମନ୍ତ୍ରୀଙ୍କୁ ପଠାଇଛନ୍ତି ।

https://platform.twitter.com/widgets.js
ସେହିଭଳି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଘଟଣାରେ ଗଭୀର ଦୁଖ ପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ବାବଦରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଶାହା କହିଛନ୍ତି କି ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଯଥା ସମ୍ଭବ ସହାୟତା କରୁଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହାତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ନୟାଗଡ କୋର୍ଟରେ ପରୀ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ । ୯ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଏସଆଇଟି, ପରୀର ଫ୍ରକରୁ ପୁରୁଷଙ୍କ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ।

କନକ ବ୍ୟୁରୋ : ନୟାଗଡ କୋର୍ଟରେ ପରୀ ମୃତ୍ୟୁ ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍ । ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ପରୀର ଫ୍ରକରୁ ପୁରୁଷଙ୍କ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ପରେ ଅପରାଧ ଘଟାଇଥିଲା ଅଭିଯୁକ୍ତ । ଅଭିଯୁକ୍ତର ସ୍ୱୀକାରୋକ୍ତି ଅଡିଓ ଭିଜୁଆଲ ମୋଡରେ ରେକର୍ଡ ହୋଇଥିବା ଜଣାପଡିଛି ।

ପେନ ଡ୍ରାଇଭ ଜରିଆରେ ଏହା କୋର୍ଟରେ ଦାଖଲ ହୋଇଛି । ଅଭିଯୁକ୍ତ ଘରକୁ ନାବାଳିକା ଯିବା ଦୃଶ୍ୟ ଦେଖିଥିବା ଜଣେ ସାକ୍ଷୀ ଅଛନ୍ତି । ଶେଷଥର ପାଇଁ ନାବାଳିକାକୁ ଜୀବିତ ଅବସ୍ଥାରେ ସେହି ବ୍ୟକ୍ତି ଦେଖିଥିଲେ । ନାବାଳକ ଅଖା ନେଇ ବାହାରୁଥିବା ଦୃଶ୍ୟ ଦେଖିଥିବା ବ୍ୟକ୍ତି ସାକ୍ଷୀ ଥିବା ଚାର୍ଜସିଟରେ ଦାଖଲ ହୋଇଛି ।

from Kanak News
via <a href="https://ifttt.com/?

ପୁଣି ପ୍ରବଚନ ଦେଇପାରିବେ ସାରଥୀ । ସତସଙ୍ଗ କରିବା ନେଇ ହାଇକୋର୍ଟଙ୍କ ଅନୁମତି ।  

କନକ ବ୍ୟୁରୋ : ପୁଣି ପ୍ରବଚନ ଦେଇପାରିବେ ସାରଥୀ । ପ୍ରବଚନ ଦେବାକୁ ହାଇକୋର୍ଟ ଦେଲେ ଅନୁମତି । ପ୍ରବଚନ ସହ ସତସଙ୍ଗ କରିପାରିବେ ସାରଥୀ । ତେବେ ସତସଙ୍ଗ ବେଳେ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ହେବ ।

ତେବେ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ କରିପାରିବେ ସାରଥୀ । ଜେଲରୁ ବାହାରିବା ପରେ ସତସଙ୍ଗ ଓ ପ୍ରବଚନ ଉପରେ ଲାଗିଥିଲା ରୋକ୍ । ଏନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ସାରଥୀ । ତେବେ ହାଇକୋର୍ଟ ଏ ମାମଲାରେ ଶୁଣାଣି କରି ପ୍ୱକ୍ଟ୍ରନ ଏବଂ ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି ।

from Kanak News
via <a href="https://ifttt.com/?

୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲା । ବନ୍ଧା ହେଲେ ବଲିଉଡର ଜଣାଶୁଣା ଅଭିନେତା ତଥା ବ୍ୟବସାୟୀ

କନକ ବ୍ୟୁରୋ : ୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଜଣାଶୁଣା ବଲିଉଡ ଅଭିନେତା ତଥା ମୁମ୍ବାଇର ବ୍ୟବସାୟୀ ସଚିନ ଜୋସିଙ୍କୁ ଗିରଫ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇର ପ୍ରତିଷ୍ଠିତ ବିଲ୍ଡର କମ୍ପାନୀ ଓମକାର ଡେଭଲପରର ବ୍ୟବସାୟରେ ୧୦୦ କୋଟି ଟଙ୍କା ହେରଫେର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଚିନଙ୍କୁ ୨ ଦିନ ହେବ ଜେରା କରୁଥିଲା । ଏନେଇ ପୋଲିସ ପକ୍ଷରୁ ଜୋସୀଙ୍କ ବିରୋଧରେ ଅର୍ଥ ହେରଫେର ନିବାରଣ ଆଇନ ଅନୁସାରେ ବିଭିନ୍ନ ଧରା ଲଗାଇ କୋର୍ଟରେ ହାଜର କରିଛି । ଅନ୍ୟପଟେ ଇନକମଟ୍ୟାକ୍ସ ବିଭାଗ ବି ସଚିନ ଘରେ ଚଢାଉ କରିଥିବା ଜଣାପଡିଛି ।

୨୦୨୦ ମସିହା ମାର୍ଚ୍ଚ ମାସରେ ଓମକାର ଗ୍ରୁପ ବିରୋଧରେ ଔରଙ୍ଗାବଦ ପୋଲିସ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା । ଅଭିଯୋଗ ଥିଲା କି ଓମକାର ଗ୍ରୁପ୍  ପୂର୍ବରୁ କିଛି କମ୍ପାନୀ ମାନଙ୍କ ଠାରୁ ଋଣ ଆଣି ତାହାକୁ ଫେରସ୍ତ କରି ନଥିଲା । ଏହି ସବୁ ମାମଲାରେ ସଚିନ ଜୋସୀଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା ।

କହିରଖୁ କି ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଭିଲ୍ଲାକୁ ୭୩.୦୧ କୋଟି ଟଙ୍କାରେ କିଣିବା ପାଇଁ ସଚିନ ଜୋଷୀ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅଭିନେତା ତଥା ନିର୍ମାତା ଭାବେ ବଲିଉଡ ଓ ଟଲିଉଡରେ ସଚିନଙ୍କର ବେସ୍ ନା ରହିଛି । ୨୦୧୩ ମସିହାରେ ସିନେମା ଜ୍ୟାକପଟର ମୁଖ୍ୟ ଭୂମିକାରେ ଅଭିନୟ କରି ବେସ୍ ପ୍ରଶଂସିତ ହୋଇଥିଲେ ସଚିନ୍ । ସଚିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ୍ କରିବା ପରେ ୧୮ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ବିର୍ସା ମୁଣ୍ଡାଙ୍କ ନାଁରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ । ରାଉରକେଲାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସୁନ୍ଦରଗଡ ଓ ଓଡିଶାର ବିକାଶରେ ରାଉରକେଲାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

କନକ ବ୍ୟୁରୋ: ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ସାମୁଣ୍ଡା ନାଁରେ ଷ୍ଟାଡିୟମକୁ ନାମିତ କରାଯାଇଥିବା ନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ବିର୍ସାମୁଣ୍ଡା ଷ୍ଟାଡିୟମ ଏକ ଭେନ୍ୟୁ ହେବା ନେଇ କହିଛନ୍ତି ନବୀନ । ସେହିପରି, ସୁନ୍ଦରଗଡ ଜିଲ୍ଳାର ଓ ଓଡିଶାର ବିକାଶରେ ରାଉରକେଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶା ଶିଳ୍ପର ମୂଳଦୁଆ ରାଉରକେଲାରେ ପଡିଥିଲା । ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲୋକମାନେ ଆସି ଏଠାରେ କର୍ମ ନିଯୁକ୍ତି ପାଇପାରୁଛନ୍ତି । ରାଉରକେଲା ସହରକୁ ଆଶାର ସହର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳାଙ୍କୁ ନବୀନ କହିଛନ୍ତି,ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କପରି ମହିଳା ଆମ ସମାଜ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

from Kanak News
via <a href="https://ifttt.com/?

୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ : କହିଲେ, ଓଡିଶା ବିକାଶର ସାରଥୀ ହେଉଛନ୍ତି ମହିଳା; ଜୟନ୍ତୀ ଏକ୍କାଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ : ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳାଙ୍କୁ ନବୀନ କହିଛନ୍ତି, ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ପରି ମହିଳା ଆମ ସମାଜ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ l  ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ୧୨୦ ଟି ସ୍ଥାନରେ ଏଲଇଡି ୱାଲର ବ୍ୟବସ୍ଥା କରାଯାଇଥିଲା l ଜିଲ୍ଲାର ୧୭ ବ୍ଲକ ସମେତ ପ୍ରମୁଖ ପଞ୍ଚାୟତରେ ୧୭ ମନ୍ତ୍ରୀ ଓ ୮୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ l

from Kanak News
via <a href="https://ifttt.com/?

କାହିଁକି ଦିଲ୍ଲୀ ସୀମାରୁ କମୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା ? । କୃଷକ ନେତା କହିଲେ ପ୍ରସ୍ତୁତ ହେଉଛି ନୂଆ ରଣନୀତି

କନକ ବ୍ୟୁରୋ : ପାଖା ପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ସଂଖ୍ୟା କମିବାରେ ଲାଗିଛି । ଆନ୍ଦୋଳନରତ କୃଷକ ମାନେ ଧିରେ ଧିରେ ଟେଣ୍ଟ ଭାଙ୍ଗି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏନେଇ ଆନ୍ଦୋଳନ କମଜୋର ହେଉଥିବା ଆଲୋଚନା ହେଉଥିବା ବେଳେ କୃଷକ ନେତା ମାନେ କହିଛନ୍ତି କି କୃଷକ ମାନେ ସେମାନଙ୍କ ଆନ୍ଦୋଳନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ କୃଷକ ମାନେ ସେମାନଙ୍କ ନିଜ ନିଜ ଅଞ୍ଚଳକୁ ଯାଇ ଅନ୍ଦୋଳନକୁ ବିସ୍ତାର କରିବା କଥା ଚିନ୍ତା କରୁଛନ୍ତି । ତେଣୁ ଅଧିକାଂଶ କୃଷକ ସେମାନଙ୍କ ଅଞ୍ଚଳକୁ ଫେରି ଯାଉଛନ୍ତି ।

ଅନ୍ୟପଟେ ଦେଶସାରା ମହାପଂଚାୟତ ଆୟୋଜନ କରିବା ଲକ୍ଷ୍ୟ ନେଇ ଚାଷୀ ନେତା ରାକେଶ ଟିକାୟତ ଯୋଜନା କରୁଥିବା ଜଣାପଡିଛି । କୃଷକ ନେତା ରାକେଶ ଟିକାୟତଙ୍କ କହିବା  ମୁତାବକ ଯେତେବେଳେ ଚାହିଁବେ ସେତେବେଳେ ଦିଲ୍ଲୀ ସୀମାରେ କୃଷକ ମାନଙ୍କୁ ଏକଜୁଟ୍ କରାଯାଇ ପାରିବ । ହେଲେ ଦେଶ ସାରା କୃଷି ଆଇନକୁ ବିରୋଧ କରାଯିବା ଲାଗି ମହାପଞ୍ଚାୟତ ଜରୁରୀ ବୋଲି ସେ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି କି ସରକାର ଯେଭଳି ଭାବେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ସହଜରେ ଏହାର ସମାଧାନ ହେବ ନାହିଁ । ଆନ୍ଦୋଳନ ପୁରା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁ ରଖିବା ଉର୍ଦ୍ଦେଶ୍ୟ ନେଇ  ଦିଲ୍ଲୀ ସୀମାରୁ ଆନ୍ଦୋଳନରତ ଚାଷୀଙ୍କ ସଂଖ୍ୟା କମାଇବା ପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଟିକାୟତ କହିଛନ୍ତି ।

କହିରଖୁ କି ନୂତନ କୃଷିବିଲ କୁ ବିରୋଧ କରି ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ରାଜସ୍ଥାନ ସୀମାରେ କୃଷକ ମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ସହ ୧୧ ଥର ଆଲୋଚନା ହୋଇଥିଲେ ବି ଆଲୋଚନାରୁ କିଛି ସୁଫଳ ମିଳିପାରି ନାହିଁ । ସରକାର ଆଇନ ପ୍ରତ୍ୟାହାର କରିବାକୁ ସିଧା ସଳଖ ମନା କରିଦେଇଥିବା ବେଳେ ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ରୋକ୍ ଠୁକ୍ ଶୁଣାଇ ଦେଇଛନ୍ତି ଚାଷୀ ସଂଗଠନ ମାନେ । ଏହାରି ମଧ୍ୟରେ ଆନ୍ଦୋଳନ ସ୍ଥଳରେ ବିଭିନ୍ନ କାରଣକୁ ନେଇ ୨୦୦ ରୁ ଅଧିକ କୃଷକଙ୍କ ଜୀବନ ଗଲାଣି ।

from Kanak News
via <a href="https://ifttt.com/?

ଓଲଟିଲା ବରଯାତ୍ରୀ ଗାଡି : ମୋହନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟି ପଡିବାରୁ ଏକାଧିକ ମୃତ

କନକ ବ୍ୟୁରୋ : ବରଯାତ୍ରୀ ଗାଡି ଓଲଟି ଏକାଧିକ ମୃତ । ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଛି । କିଛି ଜଣ ଗୁରୁତର ଅଛନ୍ତି । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନିଟ୍ରକଟି ଓଲଟିପଡିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started