ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ : ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ

କନକ ବ୍ୟୁରୋ : ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଏକାଠି ହୋଇଥିଲେ ସେବାୟତ । ଶ୍ରୀକ୍ଷେତ୍ର ଭଳି ଏକାମ୍ରକ୍ଷେତ୍ରରୁ ମଧ୍ୟ ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ଦାବି କରିଆସୁଛନ୍ତି ସେବାୟତ ଓ ସାଧାରଣ ଭକ୍ତ । ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ବାଇ-ଲ’କୁ ବିରୋଧ କରାଯାଇଛି । ଏହି ପ୍ରସ୍ତାବିତ ଚିଠା ଅଧିନିୟମ ଫଳରେ ଭୁବନେଶ୍ୱରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପ୍ରଭାବିତ ହେବ ।

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା

କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ମଧ୍ୟପ୍ରଦେଶର ସିଦ୍ଧିରୁ ସତାନା ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାରେ ଶିକାର ହୋଇଛି । ରାସ୍ତାକଡରେ ଥିବା ନାଳକୁ ବସଟି ଓଲଟି ପଡିବାରୁ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ ଜଣଙ୍କର ଜୀବନ ଯାଇଛି । ସୂଚନା ମୁତାବକ ଦୁର୍ଘଟଣା ବେଳେ ବସରେ ୬୦ ଜଣ ଯାତ୍ରୀ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନାଳ ଭିତରୁ ୩୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଆଜିଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ସ୍ଥଗିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ବସଟି ଯେଉଁ ବାଣସାଗର ନାଳକୁ ଖସି ପଡିଛି ତାହା ବହୁତ ଗଭୀର ଅଟେ । ବସ୍ ଓଲଟି ପଡିବାର ଖବର ଆସିବା ପରେ ତୁରନ୍ତ ନାଳ ଭିତରକୁ ଯେଉଁ ବନ୍ଧ ଦେଇ ପାଣି ପ୍ରବେଶ କରୁଥିଲା ତାହାକୁ ବନ୍ଦ କରାଯାଇଛି । ଏହାସହ ସ୍ୱତନ୍ତ୍ର ଉଦ୍ଧାରକାରୀଦଳ, ଏନଡିଆରଏଫଙ୍କ ସମେତ ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ମୁ୍ଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଉଥିବା ଯାତ୍ରୀଙ୍କ ପାଇଁ ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ, ଡାକ୍ତରଙ୍କ ସହ ସମସ୍ତ ସହାୟତାକୁ ଗୁରୁତ୍ୱ ଦିଆଯାଉଛି ।

from Kanak News
via <a href="https://ifttt.com/?

ସମ୍ବଲପୁରୀରେ ଭାଷଣ ଆରମ୍ଭ କଲେ, ପୁରୁଷ ବିଶ୍ୱକପ ହକିକୁ ନେଇ ବଡ ବାର୍ତ୍ତା ଦେଲେ ନବୀନ ।

କନକ ବ୍ୟୁରୋ : ରାଉରକେଲା ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ସମ୍ବଲପୁରୀ ଭାଷାରେ ଉଦବୋଧନ ଆରମ୍ଭ କରିବା ସହ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଲେ ନବୀନ । ରାଉରକେଲାକୁ ଆଶାର ସହର କହିବା ସହ ସୁନ୍ଦରଗଡ ବିକାଶରେ ରାଉରକେଲାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ । ରାଉରକେଲାରେ ଶିଳ୍ପର ମୁଳଦୂଆ ପଡିଥିଲା । ଯାହା ଏବେ ସୁନ୍ଦରଗଡକୁ ବିକାଶ ପଥରେ ଆଗେଇ ନେଇଛି । ୨୦୦୦ ପରଠାରୁ ରାଉରକେଲାର ଦ୍ରୁତ ବିକାଶ ହୋଇଛି ।

ଏହାଛଡା ସୁନ୍ଦରଗଡର ବଡ ପରିଚୟ ହେଉଛି ହକି । ସୁନ୍ଦରଗଡ ହେଉଛି ହକିର ଏନ୍ତୁଡିଶାଳ, ଏଠିକାର ଖେଳାଳି ଦେଶ ପାଇଁ ସୁନାମ ଆଣିଛନ୍ତି । ସୁନ୍ଦରଗଡର ମାଟି ଓ ପାଣିରେ ହକି ରହିଛି । ଏସବୁ ଭିତରେ ଆଗାମୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ କରିବାକୁ ଯାଉଛି ଓଡ଼ିଶା । ବେଲଜିୟମ, ଅଷ୍ଟ୍ରେଲିଆ ଓ ମାଲେସିଆ ଭଳି ଦେଶକୁ ପଛରେ ପକାଇ ୨୦୨୩ ପୁରୁଷ ବିଶ୍ୱକପ ହକି ଆୟୋଜନ କରିବାକୁ ମନୋନୀତ ହୋଇଛି ଓଡ଼ିଶା । ନବୀନ କହିଛନ୍ତି, ପୁଣିଥରେ ବିଶ୍ୱକପ ଆୟୋଜନ ପାଇଁ ଯେତେବେଳେ ପ୍ରସ୍ତାବ ଆସିଥିଲା ସେତେବେଳେ ମୋ ମନକୁ ରାଉରକେଲା କଥା ପ୍ରଥମେ ଆସିଥିଲା । ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ନିର୍ମାଣ ସହ ଏହାକୁ ଅର୍ନ୍ତଜାତୀୟ ସ୍ତରର କରିବାକୁ କହିଛନ୍ତି ନବୀନ । ଏହି ଷ୍ଟାଡିୟମକୁ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ କରାଯିବ ବୋଲି କହିଛନ୍ତି ନବୀନ । ଶେଷରେ ମିଶନ ଶକ୍ତିର ମହିଳା ଜୟନ୍ତୀ ଏକ୍କାକୁ କଥା କହିଥିଲେ ନବୀନ । ମିଶନ ଶକ୍ତିର ମହିଳା ଓ ମା’ ମାନେ ବିକାଶର ସାରଥୀ ବୋଲି କହିଛନ୍ତି ନବୀନ ।

ଏହି ଗସ୍ତ ସମୟରେ ସୁନ୍ଦରଗଡକୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଯେଉଁଠି ଆଗାମୀ ୨୦୨୩ରେ ହକି ବିଶ୍ୱକପ ଅନୁଷ୍ଠିତ ହେବ ।

from Kanak News
via <a href="https://ifttt.com/?

କୋଟିଆ ପ୍ରସଙ୍ଗ: ବିଜେଡି ବିଧାୟକ କହିଲେ ପ୍ରଶାସନିକ ସ୍ତରରେ ହୋଇଛି ଅବହେଳା, ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ରାଜନୀତି ଜୋର ଧରୁଥିବାବେଳେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି କି, ପ୍ରଶାସନିକ ସ୍ତରରେ ଅବହେଳାକୁ ସେ ସ୍ୱୀକାର କରୁଛନ୍ତି । କୋଟିଆ ପ୍ରସଙ୍ଗରେ ଆଗରୁ ଚାହିଁଥିଲେ ସମାଧାନ ହୋଇପାରିଥାଆନ୍ତା । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ସରକାର ଲଢ଼େଇ ପାଇଁ ବାହାରିଛନ୍ତି । ତେଣୁ ସଭିଏଁ ମିଳିମିଶି ଏହି ପ୍ରସଙ୍ଗରେ ଛିଡ଼ା ହେବା ।

ସେପଟେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ ଦସ୍ତାବିଜ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟ ସହ ମାମଲା ଲଢ଼ୁଥିବା ଓକିଲଙ୍କ ଉପସ୍ଥିତିରେ ଏହି ଆଲୋଚନା କରିବାକୁ ଏଥିରେ କୁହାଯାଇଛି । ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା ସରକାର । ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।

from Kanak News
via <a href="https://ifttt.com/?

ପୁଡୁଚେରୀରେ ଭାଙ୍ଗିବ କି କଂଗ୍ରେସ ସରକାର । ରାହୁଲଙ୍କ ଗସ୍ତ ପୂର୍ବରୁ ସଂଖ୍ୟା ଗରିଷ୍ଠତା ହରାଇଲା କଂଗ୍ରେସ । ଇସ୍ତଫା ଦେଲେଣି ୪ ବିଧାୟକ

କନକ ବ୍ୟୁରୋ : ଦେଶର ମାନଚିତ୍ରରୁ କଂଗ୍ରେସ ଶାସିତ ରାଜ୍ୟ ଦିନକୁ ଦିନ କମିବାରେ ଲାଗିଛି । ମଧ୍ୟପ୍ରଦେଶ ପରେ ଏବେ ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବ ବୋଲି ଆଶଂକା କରାଯାଉଛି । ବୁଧବାର ଦିନ କଂଗ୍ରେସର ଯୁବନେତା ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ତାହା ପୂର୍ବରୁ ସେଠାରେ କଂଗ୍ରେସ ସରକାର ତା’ର ସଂଖ୍ୟା ଗରିଷ୍ଠତା ହରାଇଛି । ଏପର୍ଯ୍ୟନ୍ତ ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି । ଗତ ୨ ଦିନ ମଧ୍ୟରେ ୨ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଏବେ ସଂକଟରେ ପଡିଛି ।

କହିରଖୁ କି ପୁଡୁଚେରୀ ବିଧାନସଭାରେ ମୋଟ ୩୦ ଟି ବିଧାୟକ ଆସନ ଥିବା ବେଳେ ତା ମଧ୍ୟରୁ କଂଗ୍ରେସ ପାଖରେ ୧୫ ବିଧାୟକ ଥିଲେ ଓ ଏହା ସହ ୨ ଜଣ ଡିଏମକେ ବିଧାୟକ କଂଗ୍ରେସ ସରକାରକୁ ସମର୍ଥନ ଜଣାଇଥିଲେ । ତେବେ ୪ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ମାତ୍ର ୧୧ ଜଣ ବିଧାୟକ ରହିଛନ୍ତି ଫଳରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ସରକାର ସଂକଟରେ ପଡିଛି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ତୁରନ୍ତ କ୍ୟାବିନେଟ୍ ବୈଠକ ଡାକିଥିବା ସୂଚନା ରହିଛି । ସେପଟେ ରାଜ୍ୟ ସାମାଜିକ କଲ୍ୟାଣ ମନ୍ତ୍ରୀ କାନ୍ଦା ସ୍ୱାମୀ ଏକ ଭିଡିଓ ଜାରି କରିଛନ୍ତି । ରାଜ୍ୟରେ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପ-ରାଜ୍ୟପାଳ କିରଣ ବେଦୀଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି କି ଗତ ୫ ବର୍ଷ ମଧ୍ୟରେ ଏମାନେ ରାଜ୍ୟରେ ଥିବା କଂଗ୍ରେସ ଓ ଡିଏମକେର ମିଳିତ ସରକାରକୁ ଅନେକ ଅସୁବିଧାରେ ପକାଇଛନ୍ତି ।  ସେ ଆହୁରି କହିଛନ୍ତି କି ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏକ ବୈଠକ ଡକାଇ ସରକାର ଭଙ୍ଗ ଓ ଆସନ୍ତା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

from Kanak News
via <a href="https://ifttt.com/?

ପଦ୍ମପୁର ଉପଖଣ୍ଡରେ ବାଇକ୍ ଚୋରିର ପର୍ଦ୍ଦାଫାଶ : ୧୭ଟି ଚୋରା ବାଇକ୍ ଜବତ, ୩ଚୋର ଗିରଫ  

କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡରେ ହୋଇଥିବା ବଡଧରଣର ବାଇକ ଚୋରୀର ପର୍ଦଫାଶ କରିଛି ପଦ୍ମପୁର ପୋଲିସ। ପଦ୍ମପୁର ଉପଖଣ୍ଡର ବିଭିନ୍ନ ଥାନା ଅଂଚଳରୁ ବାଇକ ଚୋରୀ ହେଉଥିବା ଘଟଣା ସାମନାକୁ ଆସିଛି । ଗତ ଫେବୃଆରି ମାସ ଦୁଇ ତାରିଖ ଦିନ ଗାଇସିଲାଟ ଥାନା ତାଳପାଲି ମାର୍କେଟରୁ ଗୋଟିଏ ମୋଟର ସାକେଲ ଚୋରି ହୋଇଥିବା ବିରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଗାଇସିଲାଟ ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ବନ୍ଧରେ ଗାଇସିଲାଟ ଥାନାରେ ଏକ ଚୋରୀ ମାମଲା ରୁଜୁ ହୋଇଥିଲା । ପୋଲିସ ୧୭ଗୋଟି ବାଇକ ସହ ତିନି ଜଣ ବାଇକ ଚୋର ଏବଂ ଜଣେ କ୍ରେତାକୁ ଗିରଫ କରି କୋର୍ଟଚାଲାଣ କରିଥିଲେ ।

from Kanak News
via <a href="https://ifttt.com/?

ଚେନ୍ନାଇରେ କମାଲ କଲେ ଭାରତୀୟ ସ୍ପିନର । ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ, ୩୧୭ ରନର ବଡ ବ୍ୟବଧାନରେ ବଡ ବିଜୟ ହାସଲ କଲା ବିରାଟ ବାହିନୀ । 

କନକ ବ୍ୟୁରୋ : ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଯାଦୁ ଆଗରେ ମୁଣ୍ଡ ନୁଆଁଇଲା ଟିମ୍ ଇଂଲଣ୍ଡ । ଦ୍ୱିତୀୟ ଟେଷ୍ଟରେ ୩୧୭ ରନରେ ଇଂଲଣ୍ଡକୁ ମାତ୍ ଦେଲା ବିରାଟ ବାହିନୀ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି । ଆଉ ଏହାସହ ପ୍ରଥମ ଟେଷ୍ଟ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବଡ ବିଜୟ ହାସଲ କରିଛି ବିରାଟ ବାହିନୀ । ୩୧୭ ରନର ବଡ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ୧-୧ରେ ସିରିଜ ବରାବର କରିଛି ଭାରତ । ଚତୁର୍ଥ ଇନିଂସରେ ମାତ୍ର ୧୬୪ ରନ କରି ଇଂଲଣ୍ଡ ଅଲଆଉଟ ହୋଇଛି । ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ଖେଳୁଥିବା ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ କୁଳଦୀପ ଯାଦବ ୨ଟି ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଶେଷ ଆଡକୁ ମୋଇନ ଅଲ୍ଲୀ ଦ୍ରୁତ ୪୩ ରନ କରିଥିଲେ ମଧ୍ୟ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲେ ।

ଏହାପୂର୍ବରୁ ଦ୍ୱିତୀୟ ଇନିଂସରେ ଭାରତର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ୧୦୬ ରନରେ ୬ଟି ୱିକେଟ ହରାଇ ଦଳ ସଙ୍କଟରେ ପଡିଥିବା ବେଳେ  ସଙ୍କଟମୋଚକ ସାଜି ଉଭା ହୋଇଥିଲେ ଅଶ୍ୱିନୀ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶତକ ସହ ଦଳର ସ୍କୋର ୨୮୬ରେ ପହଞ୍ଚାଇଥିଲେ ଅଶ୍ୱିନୀ । ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରିଥିବା ବେଳେ ଶତକ ସହ ଫର୍ମକୁ ଫେରିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । ତେବେ ଇଂଲଣ୍ଡ ମାତ୍ର ୧୩୪ ରନରେ ଅଲଆଉଟ ହୋଇଥିଲା । ହୋମ ଗ୍ରାଉଣ୍ଡରେ ଖେଳୁଥିବା ଅଶ୍ୱିନୀ ପ୍ରଥମ ଇନିଂସରେ ୫ ୱିକେଟ ହାସଲ କରି ଇଂଲଣ୍ଡକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ ।

from Kanak News
via <a href="https://ifttt.com/?

ଜୋର ଧରିଲା ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବି ପ୍ରସଙ୍ଗ । ପୁଣି ସାମ୍ବାଦିକ ସମ୍ମଳିନୀରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସେପଟେ ଖଣ୍ଡପଡ଼ା ବିଧାୟକ ବିଜେପିର ଭୂମିକା ନେଇ ଉଠାଇଲେ ପ୍ରଶ୍ନ

କନକ ବ୍ୟୁରୋ: ବଢୁଛି ଏକାମ୍ର କ୍ଷେତ୍ର ବାଇ-ଲ ବିବାଦ । ଏହାକୁ ନେଇ ଦୁଇ ଦଳ ଆଜି କଥା କଟାକଟି ହୋଇଛନ୍ତି । ସାଂସଦ ଅପରାଜିଡା ଷଡଙ୍ଗା ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ଭୁବନେଶ୍ୱର ବିଜେପି ସାଂସଦଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଂଜନ କହିଛନ୍ତି କି, ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ପାର୍ଟି ଆଗ ନା ମାଟି ଆଗ ତାହା ବିଜେପି ନେତା ଚିନ୍ତା କରିବା ଦରକାର । କାରଣ ବିଜେପି ନେତାମାନେ ପାର୍ଟି ଓ ମାଟି କଥା କୁହନ୍ତି ।

ତେବେ ଅପରାଜିତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଗତକାଲି ବାଇ-ଲ ନେଇ ସଂପୂର୍ଣ୍ଣ ତଥ୍ୟ ରଖିଥିଲି । ବିଜେଡି ପକ୍ଷରୁ କୁହାଯାଇଛି ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପ୍ରାଧିକୃତ ଅଧିକାରୀ ନୁହଁନ୍ତି । ତଥ୍ୟ ଭିତରକୁ ନଯାଇ ସେ କୌଣସି ଯୁକ୍ତି ବାଢ଼ନ୍ତି ନାହିଁ ବୋଲି ଅପରାଜିତା କହିଛନ୍ତି । ରାଜ୍ୟ ସରକାର ଓ ବିଜେଡି ପାଠ ପଢିକି ଆସନ୍ତୁ, ଲୋକଙ୍କୁ ଭ୍ରମିତ ନକରନ୍ତୁ ବୋଲି କହିଛନ୍ତି ଅପରାଜିତା । ୨୦ ଜାନୁଆରୀ ୨୦୨୧ରେ ଜାତୀୟ ଏନଏମଏ ଠାରୁ ୪ଟି ଏନଓସି ଘରୋଇ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି । ତେଣୁ ରାଜ୍ୟ ସରକାର ପାଠ ପଢି ଆସନ୍ତୁ । ଏଥିରୁ ରାଜ୍ୟ ସରକାରଙ୍କ ଅପରିପକ୍ୱତାକୁ ଦର୍ଶାଉଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

from Kanak News
via <a href="https://ifttt.com/?

ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ  ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଇତିହାସକୁ ନେଇ କହିଲେ ଏମିତି କଥା

କନକ ବ୍ୟୁରୋ : ମଙ୍ଗଳବାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବସନ୍ତ ପଞ୍ଚମୀର ଶୁଭକାମନା ଜଣାଇଥିଲେ । ଏହାସହ ସୁହେଲଦେବଙ୍କ ନାମରେ ହୋଇଥିବା ମେଡିକାଲ କଲେଜ ମାଧ୍ୟମରେ ଜନତା ଉପକୃତ ହେବେ ବୋଲି ସେ କହିଛନ୍ତି ।

ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଓ ଚାଷୀ ଆନ୍ଦୋଳନକୁ ନେଇ କହିଥିଲେ କି ଦେଶର ଇତିହାସ ତାହା ନୁହେଁ ‘ଯାହା ଦେଶକୁ ଗୋଲାମ କରୁଥିବା ଓ ଗୋଲାମୀ ମାନସିକତା ରଖିଥିବା ଲୋକେ ଲେଖିଛନ୍ତି ’ । ବରଂ ଦେଶର ଇତିହାସ ତାହା ଯାହାକୁ ଦେଶର ସାଧାରଣ ଲୋକମାନେ ଲେଖିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ କି ଦେଶର କେତକ ନାୟକ ଓ ନାୟିକାଙ୍କୁ ଇତିହାସରେ ସ୍ଥାନ ଦିଆଯାଇନାହିଁ ଓ ସେମାନଙ୍କୁ ସମ୍ମାନ କରାଯାଇ ନାହିଁ । ହେଲେ ଏବେ ଦେଶ ଏହାକୁ ସୁଧାରିବାକୁ ଚେଷ୍ଟା କରୁଛି । ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍ ଫୌଜକୁ ଦେଶ ଯେତିକି ସମ୍ମାନ ଦେବା କଥା ତାହା ଦେଇନାହିଁ । ଏହାସହ ସର୍ଦ୍ଦାର ପଟେଲଙ୍କ ସହ ଯାହା ହୋଇଥିଲା ତାହା ସମଗ୍ର ଦେଶବାସୀ ଜାଣନ୍ତି ବୋଲି ସେ କହିଥିଲେ । ହେଲେ ଆମ ସରକାର ଆସିବା ପରେ ପ୍ରଥମେ ସର୍ଦ୍ଦାର ପଟେଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରି ଲୌହ ମାନବଙ୍କୁ ସମ୍ମାନିତ କରିଛୁ ।

from Kanak News
via <a href="https://ifttt.com/?

ସୁନ୍ଦରଗଡକୁ ନବୀନଙ୍କ ୪୯୧୫ କୋଟି ଟଙ୍କାର ଭେଟି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଦେଶର ବଡ ହକି ଷ୍ଟାଡିୟମର କଲେ ଭିତ୍ତିପ୍ରସ୍ତର ସ୍ଥାପନ ।

କନକ ବ୍ୟୁରୋ : ସୁନ୍ଦରଗଡକୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଯେଉଁଠି ଆଗାମୀ ୨୦୨୩ରେ ହକି ବିଶ୍ୱକପ ଅନୁଷ୍ଠିତ ହେବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started