ଦିଦିଙ୍କ ଦୟାରେ ପୁରିବ ଗରିବଙ୍କ ପେଟ । ୫ ଟଙ୍କାରେ ମିଳିବ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ  । ନିର୍ବାଚନ ପୂର୍ବରୁ ପେଡି ଖୋଲୁଛନ୍ତି ମମତା ବାନାର୍ଜୀ

କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନରେ ସହରି ଗରିବ ଲୋକଙ୍କ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରୀ ଗରିବ ମାନଙ୍କୁ ମାତ୍ର ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବେ ମମତା ସରକାର । ଗରିବ ଲୋକମାନେ ମାତ୍ର ୫ ଟଙ୍କା ଦେଇ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ ପାଇ ପାରିବେ । ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ପ୍ରଥମେ କଲକୋତା ମହାନଗରୀରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହାପରେ ଏହାକୁ ସାରା ରାଜ୍ୟକୁ ସଂପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି ।

ଏହି ଯୋଜନାରେ ସହରି ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ କଲକୋତାରେ ପ୍ରଥମ ପର୍ଯ୍ୟାୟରେ ୧୬ ଟି ରୋଷଶାଳାର ବ୍ୟବସ୍ଥା କରାଯାଇଛି । କ୍ଷମତାକୁ ଆସିବା ପୂର୍ବରୁ ତୃଣମୂଳ କଂଗ୍ରେସର ଥିବା ମା, ମାଟି ମାନୁଷ ରୁ ଏହି ଯୋଜନାର ନାମ ମା’ ରଖାଯାଇଛି । କହିରଖୁ କି କରେନା ମହାମାରୀ ବେଳେ ଯେତେବେଳେ ରାଜ୍ୟରେ ତାଲାବନ୍ଦ ଚାଲିଥିଲା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମମତା କି ରୋଷେଇ’ ନାମରେ ଏକ ଯୋଜନା କରି ସେମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା ।

କହିରଖୁ କି ଚଳିତ ବର୍ଷ ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ପଟେ ଦୀର୍ଘବର୍ଷ ଧରି ପଶ୍ଚିମବଙ୍ଗ କ୍ଷମତାରେ ଥିବା ବାମଦଳ ତାର ସର୍ତ୍ତା ଖୋଜୁଥିବା ବେଳେ ମୁଖ୍ୟ ଲଢେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି । ଏହି କ୍ରମରେ ବିଜେପି ବଙ୍ଗଳା ଦଖଲ କରିବାକୁ ପୁରା କଳ ବଳ କୌଶଳ ଲଗାଇ ଦେଇଥିବା ବେଳେ ମମତା ବାନାର୍ଜୀ ବିଜେପିକୁ ଟକ୍କର ଦେବାକୁ ଯୋଜନା ଯୁଦ୍ଧ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ଫେରାଇଲେ ୪୬ହଜାର ଟଙ୍କା… ବସରେ ହୋଇଥିଲା ବ୍ୟାଗ୍ ଅଦଳ ବଦଳ : ହୋମଗାର୍ଡ ପ୍ରତାପଙ୍କ ସହଯୋଗରେ ଟଙ୍କା ଫେରିପାଇଲେ ଯୁବକ

କନକ ବ୍ୟୁରୋ : ହଜିଥିବା ଟଙ୍କା ଫେରିପାଇଲେ ଯୁବକ । ଟଙ୍କା ଫେରାଇ ମହାନତା କାମ କଲେ ସହଯାତ୍ରୀ । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ୪୬ ହଜାର ଟଙ୍କା ଧରି ଭୁବନେଶ୍ୱର ମେଡ଼ିକାଲକୁ ଆସୁଥିଲେ ଜଣେ ଯୁବକ । କିନ୍ତୁ ଭୁବନେଶ୍ୱର ରସୁଲଗଡ଼ ଛକରେ ବ୍ୟାଗ ଅଦଳବଦଳ କାରଣରୁ ଆଉ ଜଣେ ବ୍ୟକ୍ତି ତାଙ୍କ ବ୍ୟାଗ ଧରି ଓହ୍ଲାଇପଡ଼ିଥିଲେ ।

ଓହ୍ଲାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୋଷ୍ଟାଲ କର୍ମଚାରୀ । ବ୍ୟାଗରେ ଟଙ୍କା ଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ହୋମଗାର୍ଡ଼ଙ୍କୁ ଏନେଇ ଖବର ଦେଇଥିଲେ । ହୋମଗାର୍ଡ ଜଣଙ୍କ ବ୍ୟାଗରେ ଥିବା ଡ଼କ୍ୟୁମେଂଟରୁ ହଜାଇଥିବା ବ୍ୟକ୍ତିଙ୍କ ନମ୍ବର ପାଇ ତାଙ୍କୁ କଲ୍ କରିଥିଲେ । ଯୁବକ ଜଣଙ୍କ ରସୁଲଗଡ଼ ଆସି ତାଙ୍କ ହଜିଥିବା ଟଙ୍କା ଫେରିପାଇଥିଲେ ।

from Kanak News
via <a href="https://ifttt.com/?

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ 

କନକ ବ୍ୟୁରୋ : ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିବେ । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିବେ ।

from Kanak News
via <a href="https://ifttt.com/?

ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି ।  ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍  । ପଶ୍ଚିମବଙ୍ଗ ରାଜନୀତି ସରଗରମ

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁରା ବଙ୍ଗଳାରେ ନିର୍ବାଚନ ମାହୋଲ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ବରିଷ୍ଠ ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ।

କୁହାଯାଉଛି କି କିଛିଦିନ ପୂର୍ବରୁ ମିଥୁନ ଚକ୍ରବର୍ତ୍ତି ନାଗପୁର ସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ସେ ମୋହନ ଭାଗବତଙ୍କୁ ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ହେଲେ ବର୍ତମାନ ପଶ୍ଚିମବଙ୍ଗରେ ନିର୍ବାଚନ ଲଢେଇକୁ ଜୋରଦାର କରିବାକୁ ବିଜେପି ଏକ ଭଲ ଚେହେରା ଖୋଜୁଥିବା ସମୟରେ ଭାଗବତ ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିବା ନେଇ ପଶ୍ଚିମବଙ୍ଗରେ ଚର୍ଚ୍ଚା ଜୋର ଧରିଛି ।

କହିରଖୁ କି ପଶ୍ଚିମବଙ୍ଗରେ ଜନ୍ମ ହୋଇଥିବା ମିଥୁନ ଚକ୍ରବର୍ତ୍ତି ସିନେମା ଠାରୁ ଆରମ୍ଭ କରି ସମାଜ ସେବା ଓ ରାଜନେତା ଭାବେ ବେସ୍ ନାମ କମାଇଛନ୍ତି । ସେ ରାଜ୍ୟସଭା ସାଂସଦ ଭାବେ ବି ନିଜର ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତାଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ  ରାଜ୍ୟସଭାକୁ ପଠା ଯାଇଥିଲା । ସେ ଦୁଇବର୍ଷ ରାଜ୍ୟସଭା ସାଂସଦ ରହିବା ପରେ ପଦରୁ ଇସ୍ତଫା ଦେଇଥିଲେ । ତୃଣମୂଳ କଂଗ୍ରେସରୁ କିଛି ବରିଷ୍ଠ ନେତା ଏବେ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହ ଆହୁରି ଅନେକ ନେତା ଏବେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ଯେତେବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋର ଧରିଛି ଓ ବିଜେପି ଜଣେ ସ୍ଥାନୀୟ ନେତା ଖୋଜୁଛି ଏହି ସମୟରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମିଥୁନ ଚକ୍ରବର୍ତ୍ତି ଙ୍କୁ ଭେଟିବା ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି ।

from Kanak News
via <a href="https://ifttt.com/?

ଆଜି ସରସ୍ୱତୀ ପୂଜା : ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ ?

କନକ ବ୍ୟୁରୋ : ଆଜି ମାଆ ସରସ୍ବତୀଙ୍କ ଆରାଧନାରେ ଦିନ, ପବିତ୍ର ଶ୍ରୀପଞ୍ଚମୀ । ଏହି ଦିନକୁ ଲୋକେ ବସନ୍ତ ପଞ୍ଚମୀ ଭାବେ ମଧ୍ୟ ଜାଣନ୍ତି । ବସନ୍ତ ଋତୁର ଆଗମନକୁ ସ୍ବାଗତ କରିଥାଏ ମାଆ ସରସ୍ବତୀଙ୍କର ଏହି ଦିନ । ଏହି ଦିନକୁ ଦେଶର କୋଣଅନୁକୋଣର ଲୋକ ବିଭିନ୍ନ ତରିକାରେ ପାଳନ କରିଥାନ୍ତି ।

ମାଆଙ୍କର ଏହି ପୂଜା ଦିନ ହଳଦିଆ ପୋଷାକ ପରିଧାନ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ମାଆ ସରସ୍ବତୀଙ୍କୁ ଶିକ୍ଷା, ସଂଗୀତ, ଭାଷା ଓ କଳାର ଅଧିଷ୍ଠାତ୍ରୀ ବୋଲି ମନାଯାଏ । ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ବିଶେଷ ପ୍ରାଧାନ ଦିଆଯିବାର କାରଣ ହେଉଛି ବସନ୍ତ ଋତୁରେ ଫୁଟୁଥିବା ଫୁଲଗୁଡ଼ିକ ପ୍ରାୟତଃ ହଳଦିଆ ରଂଗର, ଯେପରି ଗେଣ୍ଡୁ ଫୁଲ ।

ଅନ୍ୟ ଏକ କାରଣ ହେଉଛି ମାଆ ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ। ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଂଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏହି କାରଣରୁ ମହିଳାମାନେ ହଳଦିଆ ରଂଗର ଶାଢ଼ି ବା ଅନ୍ୟ କୌଣସି ପୋଷକ ପିନ୍ଧି ମାଆଙ୍କ ପୂଜା କରିବାକୁ ବେଶି ପସନ୍ଦ କରିଥାନ୍ତି।

ହଳଦିଆ ରଂଗକୁ ଗୁରୁତ୍ବ ଦିଆଯିବାର ତୃତୀୟ କାରଣଟି ହେଉଛି, ହଳଦିଆ ରଂଗ ଜ୍ଞାନ, ଆନନ୍ଦ, ଶିକ୍ଷା ଓ ହିନ୍ଦୁ ସଂସ୍କୃତିର ପ୍ରତୀକ। ସେଥିପାଇଁ କେବଳ ହଳଦିଆ ରଂଗର ପୋଷାକ ନୁହେଁ, ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗର ବ୍ୟଞ୍ଜନ ବି ସବୁ ପ୍ରସ୍ତୁତ କରାଯାଇ ଥାଏ। ଯେପରି କେଶର ଭାତ, ଖିଚିଡ଼ି ଓ ବୁନ୍ଦି ଲଡୁ ଇତ୍ୟାଦି।

from Kanak News
via <a href="https://ifttt.com/?

କାଲିମେଳା ବ୍ଲକ୍ ଡକରାଇଯୋଡି ଜଳପ୍ରପାତ ନିକଟରେ ଅଘଟଣ । ଜଳପ୍ରପାତରୁ ଖସିପଡି ଯୁବକ ମୃତ

କନକ ବ୍ୟୁରୋ : ଜଳପ୍ରପାତରୁ ଖସିପଡ଼ି ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଳକ ଭେଜାଂଗିୱାଡ଼ା ପଂଚାୟତର ଡ଼କରାଇଯୋଡ଼ି ଜଳପ୍ରପାତ ନିକଟରେ । ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ଏମପିଭି-୨୬ ଗ୍ରାମର କିଛି ସାଂଗମାନଙ୍କ ସହିତ ବିଜୁ ମଣ୍ଡଳ ନାମକ ଜଣେ ଯୁବକ ଏହି ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ ।

ତେବେ ବିଜୁ ମଣ୍ଡଳ ଡ଼କରାଇଯୋଡ଼ି ଜଳପ୍ରପାତ ଉପରେ ଥିବା ପଥର ଉପରୁ ତଳକୁ ଖସୁଥିବା ବେଳେ ତଳେ ପଡ଼ି ଗୁରୁତର ଭାବରେ ଆହାତ ହୋଇଥିଲେ । ବିଜୁର କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ପ୍ରଥମେ ଏମପିଭି-୨୧ ମେଡ଼ିକାଲକୁ ନିଆଯାଇଥିବାବେଳେ ତାର ଅବସ୍ଥା ଗୁରୁତର ଥିବାରୁ ତାକୁ କୋରାପୁଟ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।

from Kanak News
via <a href="https://ifttt.com/?

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଆନ୍ଧ୍ରର ବିସ୍ତାରବାଦୀ ନିତିକୁ ଆଉ ସହିବନି ଓଡିଶା । ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ ଦସ୍ତାବିଜ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟ ସହ ମାମଲା ଲଢ଼ୁଥିବା ଓକିଲଙ୍କ ଉପସ୍ଥିତିରେ ଏହି ଆଲୋଚନା କରିବାକୁ ଏଥିରେ କୁହାଯାଇଛି । ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା ସରକାର । ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତୀ ଶୁଣାଣୀ ହେବ ।

from Kanak News
via <a href="https://ifttt.com/?

କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ଆଜିକାଲି ଆମେ ଯଦି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବା କୌଣସି ସ୍ଥାନକୁ କିଭଳି ଯାତ୍ରା କରିବା ବୋଲି ଭାବୁଛନ୍ତି ତାହେଲେ ଆମେ ସାଧାରଣତ ଗୁଗୁଲ ମ୍ୟାପର ବ୍ୟବହାର କରିଥାନ୍ତି । ଆଜାକାଲି ଗୁଗୁଲ ମ୍ୟାପର ଚାହିଦା ବି ବଢି ଚାଲିଛି । କିନ୍ତୁ ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ମୋବାଇଲ ଧରି ଗୁଗଲ ମ୍ୟାପ କରୁଛନ୍ତି ତାହେଲେ ଆପଣଙ୍କ ପକେଟ ଉପରେ ଏହା ଭାରି ପଡିପାରେ । ଯଦି ଆପଣ ଭାବୁଛନ୍ତି ଏହା କେମିତି ତାହାଲେ ଶୁଣନ୍ତୁ ।
ସାଧାରଣତ ଗାଡି ଚଳାଇବା ସମୟରେ ଆମେମାନେ ଗୁଗୁଲ ମ୍ୟାପର ନେଭିଗେସନ ଅନ କରିଦିଅନ୍ତି । ଆଉ ଏହା କରିବା ଦ୍ୱାରା ଆମକୁ ରୁଟ ସମ୍ପର୍କରେ ଜଣାପଡିଯାଏ । ଯଦି ଆମେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବରା ପାଇଁ ଭାବୁଛନ୍ତି କିନ୍ତୁ ଆମକୁ ସେହି ସ୍ଥାନକୁ ଯିବା ପାଇଁ ରୁଟ ସମ୍ପର୍କରେ ଜଣାନାହିଁ । ତେଣୁ ଆମେ ତୁରନ୍ତ ଗୁଗୁଲ ମ୍ୟାପର ସାହାରା ନେଇଥାେଉ । ସେହିପରି ଯଦି କେଉଁଠାରେ ଭିଡ ଥାଏ ବା ରାସ୍ତା ଜାମ ଥାଏ ତାହେଲେ ଏହାଦ୍ୱାରା ବି ଆମେ ଜାଣିପାରିଥାଉ । ତେଣୁ ଆମେ ମାନେ ବିକଳ୍ପ ରାସ୍ତା ବାଛିଥାଊ । ଏସବୁ ଗୁଗୁଲ ମ୍ୟାପରୁ ଆମେ ଜାଣିପାରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଗୁଗୁଲ ମ୍ୟାପରୁ ଫାଇଦା ମିଳିଥାଏ ସତ,କିନ୍ତୁ ଏହା ଦ୍ୱାରା କିଛି କ୍ଷତି ବି ହୋଇପାରେ । ଆପଣ ଯଦି ଆପଣଙ୍କ ଗାଡିର ଡ୍ୟାସ ବୋର୍ଡରେ ମୋବାଇଲ ହୋଲଡର ଲଗାଇନାହାନ୍ତି ଆଉ ହାଥରେ ମୋବାଇଲ ଧରି ଗୁଗୁଲ ମ୍ୟାପ କରୁଛନ୍ତି ତାହେଲେ ଏହା ଆପଣଙ୍କୁ ମହଙ୍ଗା ପଡିପାରେ । ଏଥିପାଇଁ ଆପଣଙ୍କୁ ୫ହଜାର ଟଙ୍କା ଯାଏଁ ଜୋରିମାନେ ଦେବାକୁ ପଡିପାରେ ।
ନିକଟରେ ଦିଲ୍ଲୀରୁ ଏଭଳି ଏକ ମାମଲା ଆସିଥିଲା । ଜଣେ ଯୁବକଙ୍କଠୁ ପୋଲୁସି ଚାଲାଣ କାଟିଥିଲା । ଯୁବକ ଜଣକ କାର ଡ୍ରାଇଭ କରୁଥିବା ବେଳେ ହାତରେ ମୋବାଇଲ ଧରିଥିଲେ ତେଣୁ ତାଙ୍କୁ ଜରିମାନା ଭରିବାକୁ ପଡିଥିଲା । ଏହା ଟ୍ରାଫିକ ନିୟମ ବିରୋଧରେ ଯାଉଛି । ତେଣୁ ଚାଲାଣ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛୀ । ତେଣୁ ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ମୋବାଇଲର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ଗାଡିରେ ମୋବାଇଲ ହୋଲ୍ଡର ଲଗାନ୍ତୁ । ମୋବାଇଲ ହୋଲଡରରେ ମୋବାଇଲ ରଖି ଡ୍ରାଇଭ କଲେ ଏହାକୁ ଟ୍ରାଫିକ ନିୟମ ଉଲ୍ଲଂଘନ କୁହାଯିବନି । ଆଜିକାଲି ମାର୍କେଟରେ ମୋବାଇଲ ହୋଲ୍ଡର ସହଜରେ ମିଳିଯାଉଛି । ସାଧାରଣତ ବାଇକ ପାଇଁ ୨ଶହ ଟଙ୍କା ଓ କାର ପାଇଁ ହଜାରେ ଟଙ୍କାରେ ମୋବାଇଲ ହୋଲ୍ଡର ମିଳିଯାଉଛି । ତେଣୁ ଯଦି ଆପଣ ବ୍ୟବହାର କରୁଥିବା ଗାଡିରେ ମୋବାଇଲ ହୋଲ୍ଡର ଲଗାଇ ନାହାନ୍ତି ତାହେଲେ ଫଟାଫଟ ଯାଇ ଲଗାଇଦିଅନ୍ତୁ । ନଚେତ ଆପଣଙ୍କୁ ବି ଏହା ଭାରି ପଡିପାରେ ।

from Kanak News
via <a href="https://ifttt.com/?

୩୭ ବର୍ଷର ବିରଳ ବନ୍ଧୁତା । ପୋଷ୍ଟମ୍ୟାନ ଓ ରାଜହଂସର ବନ୍ଧୁତାର କାହାଣୀ ।

କନକ ବ୍ୟୁରୋ : ଜଣେ ଅବସରପ୍ରାପ୍ତ ପୋଷ୍ଟମ୍ୟାନ୍ ଏବ˚ ଗୋଟିଏ ରାଜହ˚ସ ମଧ୍ୟରେ ପ୍ରାୟ ଚାରି ଦଶନ୍ଧିର ବିରଳ ବନ୍ଧୁତା ଆଜିକାଲି ଏକାଧିକ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ। ମଣିଷ ଜଣକ ହେଲେ ତୁର୍କୀର ଏଦିର୍ନ୍ଏ‌ ପ୍ରଦେଶର ରେସିପ ମିର୍ଜାନ। ୧୯୮୪ରେ ସେ ଏକ ଆହତ ରାଜହ˚ସ ସ˚ସ୍ପର୍ଶରେ ଆସିଥିଲେ। ଏକ ଖେତ ମଝିରେ ରାଜହ˚ସଟି ପଡ଼ିଥିଲା; ଯନ୍ତ୍ରଣାରେ ଛଟପଟ ହେଉଥିଲା। ତାହାର ଗୋଟିଏ ଡେଣା ଭାଙ୍ଗିଯାଇଥିଲା।

ମିର୍ଜାନଙ୍କର ହୃଦବୋଧ ହେଲା ଯେ, ତାହାକୁ ଖେତ ମଝିରେ ଛାଡ଼ିବାର ଅର୍ଥ, ପକ୍ଷୀଟିର ନିଶ୍ଚିତ ମୃତ୍ୟୁ। ତେଣୁ, ସେ କୌଣସି ପ୍ରକାରେ ଘରକୁ ଆଣି, ଚିକିତ୍ସା ଆରମ୍ଭ କଲେ। କିଛି ଦିନ ପରେ ରାଜହ˚ସର ଡେଣା ଠିକ୍‌ ହୋଇଗଲା। ତେବେ, ସେଇଟି ଆଉ ଉଡ଼ିଗଲା ନାହିଁ। ମିର୍ଜାନଙ୍କ ଚାଷ-ଘରେ(ଫାର୍ମ୍ର‌ ହାଉସ୍‌) ହିଁ ରହିଲା। ମିର୍ଜାନ ପକ୍ଷୀଟିକୁ ‘ଜେରିପ୍‌’ ନାମ ଦେଇଛନ୍ତି। ଦିନସାରା ଜେରିପ୍‌, ମିର୍ଜାନଙ୍କ ପାଖେପାଖେ ଥାଏ ଏବ˚ ସନ୍ଧ୍ୟା ହେଲେ ନିଜେ ବନାଇଥିବା ନୀଡ଼କୁ ଚାଲିଯାଏ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା

କନକ ବ୍ୟୁରୋ : ବିନା ଛାତ୍ରଛାତ୍ରୀରେ ସରସ୍ୱତୀ ପୂଜା । ସ୍କୁଲରେ ଶ୍ରୀପଂଚମୀ ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଅନୁପସ୍ଥିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରସ୍ୱତୀ ପୂଜା ଦିନ ସ୍କୁଲ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା ।

ନିର୍ଦ୍ଦେଶମାନି ଛାତ୍ରଛାତ୍ରୀମାନେ ସ୍କୁଲ ଯାଇନାହାନ୍ତି । ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାଳୟରେ ବିନା ଛାତ୍ରରେ ପାଳନ ହେଉଛି ସରସ୍ୱତୀ ପୂଜା । ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଏବଂ ଗୁରୁମାମାନେ କୋଭିଡ଼ ନିୟମମାନି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started