ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା… ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ

ହକି ବିଶ୍ବକପ୍‌ ପାଇଁ ବଦଳିଥିଲା ରାଜଧାନୀର ଚେହେରା। କଳିଙ୍ଗ ଷ୍ଟାଡିୟମ୍‌ଠାରୁ କିଟ୍‌ ଛକ ପର୍ଯ୍ୟନ୍ତ, ସବୁଠି ତିଆରି ହୋଇଥିଲା ସାଇକେଲ୍‌ ଟ୍ରାକ୍‌। ନୂଆ ରୂପରଙ୍ଗରେ ସଜେଇ ହୋଇଥିଲା। ତେବେ ଦିନ କେଇଟା ଯାଇଛି କି ନାହିଁ, ସବୁ କିଛି ବିଗିଡ଼ି ଯାଇଥିଲା। ରାସ୍ତାରୁ ରଙ୍ଗ ଛାଡ଼ି ଯାଇଥିଲା। କାନ୍ଥରୁ ଚିତ୍ର ଲିଭିଥିଲା। ସାଇକେଲ୍‌ ଟ୍ରାକ୍‌ରେ କାର୍‌, ଅଟୋ, ବାଇକ୍‌ ଗଡ଼ୁଥିଲା। ଏବେ ବି ଅଧିକାଂଶ ରାସ୍ତାରେ ସାଇକେଲ୍‌ ଟ୍ରାକ୍‌ ହିଁ ନାହିଁ, ବରଂ ସାଇକେଲ୍‌ ଟ୍ରାକ୍‌ ଏବେ କାର୍‌, ବାଇକ୍‌ର ପାର୍କିଂ ସ୍ଥାନ ପାଲଟିଛି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ପରେ ଏବେ ପୁଣିଥରେ ରାଜଧାନୀର ରାଜରାସ୍ତା ଚେହେରା ବଦଳିବାକୁ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ କେବଳ ରାସ୍ତା କଡ଼ରେ ନାଲି ରଙ୍ଗ ଚିହ୍ନ ଦିଆଯାଇଥିବା ବେଳେ ଏବେ ସାଇକେଲ୍ ଚାଳକଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ କରିଡର୍‌ (ରାସ୍ତା ମଝିରେ ବାଡ଼) କରାଯାଉଛି। ଏଭଳି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଇନ୍‌ଫୋସିଟିରୁ ଶିଖରଚଣ୍ଡୀ ପାଦଦେଶ ପର୍ଯ୍ୟନ୍ତ ରାସ୍ତାରେ ‌ନିର୍ମିତ ହୋଇଛି।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସୂଚନା ଅନୁଯାୟୀ, ପ୍ରଥମଥର ଲାଗି ଭୁବନେଶ୍ବରରେ ଏଭଳି ରାସ୍ତା କରାଯାଉଛି। ପରବର୍ତୀ ସମୟରେ ଏହାର ସଫଳତା ପରୀକ୍ଷଣ କରାଯାଇ ରାଜଧାନୀର ବିଭିନ୍ନ ରାସ୍ତା ପାର୍ଶ୍ବରେ କରିବାକୁ ଯୋଜନା ରହିଛି। ବର୍ତମାନ ଶିଖରଚଣ୍ଡୀଠାରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାର ଗୋଟିଏ ପାଖରେ ସାଇକେଲ୍ ଟ୍ରାକ୍‌ ଚିହ୍ନଟ ହେବା ସହ ରାସ୍ତାରେ ବାଡ଼ ଦିଆଯାଇଛି। ଏହାଦ୍ବାରା ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଯାଇପାରିବ। ସେମାନେ ଯେପରି ସାଇକେଲ୍ ଟ୍ରାକ୍‌କୁ ନ ଆ‌ସିବେ, ସେନେଇ ତାର ବାଡ଼ ବୁଲାଯାଇଛି। ଏଥିସହ ରାସ୍ତାକୁ ଆହୁରି ସୁନ୍ଦର କରିବାକୁ ମଝିରେ ମଝିରେ ଫୁଲକୁଣ୍ଡ ମଧ୍ୟ ରଖାଯାଇଛି। ଖରାଦିନେ ପାଦ ନ ତାତିବା ପାଇଁ ରାସ୍ତାରେ ଏକ କେମିକାଲର ଲେପ ହୋଇଛି। ଉକ୍ତ ସ୍ଥାନରେ କେବଳ ସାଇକେଲ ଯାଇପାରିବ ବୋଲି ଚିହ୍ନ ଓ ସଚେତନତା ବାର୍ତା ମଧ୍ୟ ଲେଖାଯାଇଛି। ରନ୍‌ୱେ ଭିତରେ ଯେପରି କୌଣସି ବାଇକ୍ ନ ଆସିବ, ସେନେଇ ମଝିରେ ମଝିରେ ହଡଲ୍ସ୍ ପୋତା ଯାଇଛି।

ଅନ୍ୟପକ୍ଷରେ ରାଜଧାନୀରେ ମୋ’ ସାଇକେଲ୍ ବ୍ୟବହାର ଠପ୍ ହୋଇଯାଇଥିଲା ବେଳେ ସାଇକେଲ ଚାଳକଙ୍କ ପାଇଁ ଏହି ସ୍ବତନ୍ତ୍ର ରାସ୍ତା କେତେ ଫଳପ୍ରଦ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ମାତ୍ର ଏହି ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବୁଦ୍ଧିଜୀବୀଙ୍କ ମତ ଅନୁଯାୟୀ ଏପରି ‌ବ୍ୟବସ୍ଥା ବିଦେଶରେ ଦେଖାଯାଇଥାଏ। ସାଇକେଲ ଚାଳକମାନଙ୍କୁ ବିଦେଶରେ ସ୍ବତନ୍ତ୍ର ସମ୍ମାନ ଦିଆଯାଉ ଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଥାଏ। ଭୁବନେଶ୍ବର ବଦଳୁଥିବା ଚେହେରା ବହୁତ ଭଲ ଲାଗୁଛି। ତେବେ ଏହାର ରକ୍ଷଣାବେକ୍ଷଣ କିଭଳି ହେଉଛି, ତାହା ଦେଖିବାକୁ ବାକି ରହିଛି। ଆଜି ବି ରାଜଧାନୀର ରାସ୍ତାକଡ଼ରେ ମାଳମାଳ ବୁଲା ଗାଈଗୋରୁ, ଅମାନିଆ ବାଇକ୍, କାର୍ ଚାଳକଙ୍କ ପାଇଁ ଦୁର୍ଘଟଣା ହେଉଛି। ଏଭଳି ସମୟରେ ସ୍ବତନ୍ତ୍ର ସାଇକେଲ୍ ଟ୍ରାକ୍‌ କେତେ ଉପଯୋଗୀ ହୋଇପାରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

from Kanak News
via <a href="https://ifttt.com/?

ଥାନା ଭିତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ

କନକ ବ୍ୟୁରୋ : ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ପିଲାଙ୍କୁ ଥାନାରେ ତିନି ଦିନ ଧରି ନିସ୍ତୁକ ମାଡ ସହ ଇଲେକ୍ଟିକ୍ ଶକ ଦିଆ ଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଅଭିଯୋଗ ମୁତାବକ ଗତ ୩ ଦିନ ପୁର୍ବେ ଚିତ୍ରକୋଣ୍ଡା ଥାନାର ଜଣେ ହୋମଗାର୍ଡଙ୍କ ଘରୁ କିଛି ସୁନା ଗହଣା ଓ ନଗଦ ୧୦ ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଆଉ ଥାନା କର୍ମଚାରୀଙ୍କ ଘରୁ ଚୋରୀ ଅଭିଯୋଗ ପାଇ ମାମଲାକୁ ଅତି ଗୁରୁତର ସହ ନେଇ ୪ ନାବାଳକ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା ପୁଲିସ ।

ଆଉ ତିନି ଦିନ ଧରି ଥାନାରେ ପିଲାଙ୍କୁ ପୁଲିସ ନିସ୍ତୁକ ମାଡ ମାରିବା ସହ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ । ପିଲାଙ୍କୁ ରାତି ତମାମ ମାଡ ମରାଯିବା ସହ ଇଲେକ୍ଟ୍ରିକ ଶକ୍ ଦିଆ ଯାଉଥିଲା । ଏବଂ ପୁଲିସ କର୍ମଚାରୀ ସହ ବାହାର ଲୋକେ ମଧ୍ୟ ଥାନା ଭିତରେ ପଶି ପିଲାଙ୍କୁ ମାଡ ମାରୁଥିବା ନେଇ ଅଭିଯୋଗ ହୋଇଛି । ପିଲାଙ୍କ ବୟସ ୧୩ ରୁ ୧୬ ହୋଇ ଥିବାରୁ ସମସ୍ତ ୪ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଇଛି ଚିତ୍ରକୋଣ୍ଡା ପୁଲିସ । ସେପଟେ ଥାନା ହାଜତରେ ଏପରି ଅକଥନିୟ ଅତ୍ୟାଚାର ନେଇ ଚାଇଲ୍ଡ ଲାଇନକୁ ପରିବାର ଲୋକେ ଜଣାଇଛନ୍ତି । ତେବେ ମାଡ ମରା ଘଟଣାକୁ ଖଣ୍ଡନ କରିଛନ୍ତି ଚିତ୍ରକୋଣ୍ଡା ଥାନା ଅଧିକାରୀ ।

from Kanak News
via <a href="https://ifttt.com/?

କରୋନା ପରେ ‘ଇବୋଲା’ ଆତଙ୍କ ! ଗୋଟିଏ ଦିନରେ ଗଲା ୪ ଜୀବନ

ପୁଣି ସାମ୍ନକୁ ଆସିଲା ଇବୋଲା ଆତଙ୍କ । ଟିକା ବାହାରିବା ପରେ ମହାମାରି କରୋନା ଭୂତାଣୁକୁ ଲୋକେ ଟିକେ ଆଶ୍ୱସ୍ତି ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଇବୋଲା ଭାଇରସ୍ । ଲୋକଙ୍କୁ ସଂକ୍ରମଣ ହେଉଛି । ଜୀବନ ମଧ୍ୟ ଯାଉଛି ।

ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗିନିରେ ପୁଣି ଭୟଙ୍କର ଇବୋଲା ରୋଗ ଦେଖାଦେଇଛି । ଏହି ଭୂତାଣୁ ଜନିତ ରୋଗରେ ୭ ଜଣ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଥିବା‌ ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରବିବାର ଜଣାପଡ଼ିଛି । ସମଗ୍ର ବିଶ୍ବ ଗତ ପ୍ରାୟ ‌ବର୍ଷେ ହେଲା କରୋନା ମହାମାରୀ ସହ ଲଢ଼ୁଥିବାବେଳେ ଗିନିରେ ଏବେ ଇବୋଲା ରୋଗୀ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ାଇ ଦେଇଛି। ଫଳରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗିନିକୁ ଜରୁରୀ ସହାୟତାର ହାତ ବଢ଼ାଇଛି । ଆଫ୍ରିକା ପାଇଁ ନିଯୁକ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡ ମାସିଦିସୋ ମୋଏତି ଏକ ବିବୃତିରେ କହିଛନ୍ତି ଗିନିରେ ଇବୋଲା ରୋଗ ବାହାରିବା ଏକ ଗଭୀର ଚିନ୍ତାର ବିଷୟ । 

from Kanak News
via <a href="https://ifttt.com/?

ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା : ମୁମ୍ବାଇ ସ୍ଥିତ ବାସଭବନରେ ଉଦ୍ଧାର ହେଲା ସନ୍ଦିପ ନାହାରଙ୍କ ମୃତଦେହ; ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କଲେ ଭିଡ଼ିଓ

କନକ ବ୍ୟୁରୋ : ପୁଣି ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା ସନ୍ଦେହ । ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଛି ସନ୍ଦିପ ନାହାରଙ୍କ ମୃତଦେହ । ଗତ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ ସନ୍ଦୀପ । ଏନେଇ ସୋସିଆଲ ମିଡ଼ିଆରେ ନିଜ ମନର କଥା କହିଛନ୍ତି ସନ୍ଦୀପ । କିନ୍ତୁ ମୃତ୍ୟୁର କାରଣ ବର୍ତ୍ତମାନ ସୁଧା ସ୍ପଷ୍ଟ କରାଯାଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ମୃତ୍ୟୁ ପୂର୍ବରୁ ସନ୍ଦୀପ ଜାରି କରିଥିବା ଭିଡ଼ିଓ ସନ୍ଦେହକୁ ବଢ଼ାଇ ଦେଇଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଜଣେ ସହଯୋଗୀ କଳାକାରଙ୍କ ମୃତ୍ୟୁ ଚର୍ଚ୍ଚାକୁ ବଢାଇ ଦେଇଛି । ସନ୍ଦୀପ ଲୋକପ୍ରିୟ ହିନ୍ଦୀ ସିନେମା ଏମଏସ ଧୋନୀରେ ପାର୍ଶ୍ୱ ଅଭିନେତା ଭାବେ କାମ କରିଥିଲେ । ଫିଲ୍ମରେ କ୍ରିଡ଼ା ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ଭାବେ ସିନେମାରେ ନଜର ଆସିଥିଲେ । ସେହିପରି କେଶରୀ ସିନେମାରେ ମଧ୍ୟ ଉଚ୍ଚ କୋଟିର ଅଭିନୟ କରିଥିଲେ ସନ୍ଦୀପ ।

from Kanak News
via <a href="https://ifttt.com/?

ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ 

କନକ ବ୍ୟୁରୋ : ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ । ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣ ସହ ହେବ ପୂଜାର୍ଚ୍ଚନା କରାଯିବ । 

ବ୍ରାହ୍ମଣମାନେ ବାଗଦେବୀଙ୍କୁ ଆବାହନ କରିବା ସହ ଫୁଲ ଚନ୍ଦନ, ଅର୍ଘ୍ୟ,  ମହାପ୍ରସାଦ ଆଦି ଅପର୍ଣ କରିବେ । ୩ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥ ଖଳାରେ ପହଂଚିବା ପରେ ପବିତ୍ର ରାମନବମୀର ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଖ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ ।

ତେବେ ଗତବର୍ଷ କରୋନା ପାଇଁ ଅନେକ ବାଦ ବିବାଦ ମଧ୍ୟରେ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । କିନ୍ତୁ ଚଳିତ ବର୍ଷ ରଥଯାତ୍ରାରେ ବଡ ଦାଣ୍ଡରେ ଜଗାକୁ ମନଭରି ଦେଖିପାରିବେ ଶ୍ରଦ୍ଧାଳୁ । ସେପଟେ ଦେଖିବାର ରହିଲା ପ୍ରଶାସନ ରଥ ଟାଣିବା ଉପରେ କୌଣସି କଟକଣା ଲାଗୁ କରୁଛନ୍ତି କି ନାହିଁ ।  

from Kanak News
via <a href="https://ifttt.com/?

ଉହାନ୍ରୁ ହିଁ ବ୍ୟାପି ଥିଲା କରୋନା ଭୂତାଣୁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଳିଲା ପ୍ରମାଣ; ଖୁବ ଶୀଘ୍ର ଆସିବ ଆନୁଷ୍ଠାନିକ ରିପୋର୍ଟ

କନକ ବ୍ୟୁରୋ : ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରମାଣ ଖୋଜିବାକୁ ଚୀନ୍‌ ଗସ୍ତରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ବିଶେଷଜ୍ଞ ଦଳଙ୍କୁ ଅନେକ ବଳିଷ୍ଠ ପ୍ରମାଣ ମିଳିଛି । ଉହାନରେ ହିଁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିଲା ଏବଂ ସେଠାରୁ ସମଗ୍ର ବିଶ୍ବକୁ ଏହି ମହାମାରୀ ବ୍ୟାପିଥିଲା ବୋଲି ବରିଷ୍ଠ ବୈଜ୍ଞାନିକମାନେ ସ୍ପଷ୍ଟ କରିଥିବା ସିଏନ୍‌ଏନ୍‌ ଦାବି କରିଛି। ଖୁବ୍‌ଶୀଘ୍ର ଏ ବାବଦରେ ‘ହୁ’ ଆନୁଷ୍ଠାନିକ ରିପୋର୍ଟ ପ୍ରକାଶ କରିବ ଏବଂ ଏହା ଚୀନ୍‌ର ମୁଖା ଖୋଲିଦେବ ବୋଲି କୁହାଯାଇଛି ।

‘ହୁ’ ଟିମ୍‌ର ମୁଖ୍ୟ ତଦନ୍ତକାରୀ ପିଟର୍‌ ବେନ୍‌ ଏମ୍ବାର୍କ ଏକ ସାକ୍ଷାତକାରରେ କହିଛନ୍ତି ଯେ ଉହାନରେ ହିଁ କରୋନା ଭାଇରସ୍‌ ବ୍ୟାପକ ଭାବେ ପ୍ରଥମେ ବ୍ୟାପିଥିଲା ଏବଂ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ । ୨୦୧୯ରେ ଏହି ଭାଇରସ୍‌ ବ୍ୟାପିବା ପରେ ଡାକ୍ତରମାନେ ଜାରି କରିଥିବା ଚେତାବନୀକୁ ମଧ୍ୟ କର୍ତ୍ତୃପକ୍ଷ ଅଣଦେଖା କରିବାରୁ ସମଗ୍ର ବିଶ୍ବ ସଙ୍କଟରେ ପଡ଼ିଲା ବୋଲି ସେ କହିଛନ୍ତି । ‘ହୁ’ ତଦନ୍ତକାରୀ ଦଳ ଉହାନରେ ପ୍ରଥମେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି ଏବଂ ତାଙ୍କଠାରୁ ହାସଲ କରିଥିବା ତଥ୍ୟ ଆଧାରରେ ଆଉ ୧ ହଜାର ଲୋକଙ୍କ ଟେଷ୍ଟ୍‌ ରିପୋର୍ଟ ଦେବାପାଇଁ ଚୀନ୍‌ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଚୀନ୍‌ ହୁ ଟିମ୍‌କୁ ତଦନ୍ତରେ ଅସହଯୋଗ କରିବା ସତ୍ତ୍ବେ ସତ୍ୟ ସାମ୍ନାକୁ ଆସିଛି ବୋଲି ଆମେରିକା କହିଛି । ‘ହୁ’ର ତଦନ୍ତ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ପ୍ରସ୍ତାବ ଦେଇଛ। କରୋନା ଭାଇରସ୍‌ ନିୟନ୍ତ୍ରଣ କ୍ଷେତ୍ରରେ ଚୀନ୍‌ର କାର୍ଯ୍ୟ ଆରମ୍ଭରୁ ସନ୍ଦେହଜନକ ଥିଲା ବୋଲି ଆମେରିକା କହିଛି । ଉହାନରେ ସଂକ୍ରମଣ ଆରମ୍ଭ ହେବା ବାବଦରେ ପ୍ରାଥମିକ ତଥ୍ୟ ହସ୍ତାନ୍ତର କରିବାକୁ ଚୀନ୍‌ କର୍ତ୍ତୃପକ୍ଷ ମନା କରିବା ସତ୍ତ୍ବେ ‘ହୁ’ ଟିମ୍‌ ପ୍ରଥମ ପର୍ଯ୍ୟାୟ ସଂକ୍ରମଣର ବୈଜ୍ଞାନିକ ଅନୁଶୀଳନ କରି ବହୁତ ତଥ୍ୟ ହାସଲ କରିଛନ୍ତି ।

‘ହୁ’ ଦଳର ଅନ୍ୟତମ ବିଶେଷଜ୍ଞ ତଥା ଅଷ୍ଟ୍ରେଲୀୟ ଗବେଷକ ଡମିନିକ୍‌ ଡାୟାର କହିଛନ୍ତି ଯେ ଡିସେମ୍ବର ୨୦୧୯ରୁ ଉହାନରେ କରୋନା ଭାଇରସ ଚିହ୍ନଟ ହୋଇଥିଲେ ମଧ୍ୟ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇ ନଥିଲା । ଚୀନ କର୍ତ୍ତୃପକ୍ଷ ପୀଡ଼ିତମାନଙ୍କ ସମ୍ପର୍କରେ ଉପରଠାଉରିଆ ତଥ୍ୟ ଦେବାରୁ ସମସ୍ୟା ବଢ଼ିଥିଲା। ଏବେ କରୋନା ମହାମାରୀ ବିଶ୍ବରେ ୨୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏବଂ ଅଧିକାଂଶ ରାଷ୍ଟ୍ର ଏହି ମହାମାରୀ ବ୍ୟାପିବା ପାଇଁ ଚୀନ୍‌କୁ ଦାୟୀ କରୁଛନ୍ତି ।

from Kanak News
via <a href="https://ifttt.com/?

ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା : ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କନକ ବ୍ୟୁରୋ : ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା । ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ନିର୍ମାଣ କରୁଥିବା ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତା ଓ ମାନକୁ ଯାଂଚ କରିଛି ଡବ୍ଲୁଏଚ୍ଓ । ସିରମ୍ ଟିକାକୁ ଅନୁମତିି ମିଳିବା ପରେ ଏହି ଟିକା ଗରିବ ରାଷ୍ଟ୍ର ଗୁଡ଼ିକରେ ଟିକାକରଣ କରାଯିବ । ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨ଟି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇଛି ।

ଆଉ ଏହି ୨ଟି ଟିକା ଆଷ୍ଟେଜେନିକା ନିର୍ମାଣ କରୁଥିବା ସୂଚନା ମିଳିଛି । କରୋନା ଭ୍ୟାକସିନ୍ କାର୍ଯ୍ୟକ୍ରମ ଜରିଆରେ ଗରିବ ଦେଶ ଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଯେଉଁ ଯେଉଁ ରାଷ୍ଟ୍ରଗୁଡ଼ିକ ପାଖକୁ କରୋନା ଟିକା ପହଂଚି ପାରୁନାହିଁ ସେହି ସବୁ  ରାଷ୍ଟ୍ରଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ଯୋଗାଇ ଦିଆଯିବ ।

from Kanak News
via <a href="https://ifttt.com/?

ଟୋଲ ଗେଟରେ ଆଉ ହେବନି ନଗଦ କାରବାର । ଆଜିଠୁ ଲାଗୁହେଲା ଫାସଟ୍ୟାଗ ବ୍ୟବସ୍ଥା,  ଫାସଟ୍ୟାଗ ନଲଗାଇ ଗଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ 

କନକ ବ୍ୟୁରୋ : ଆଜିଠୁ ଲାଗୁ ହୋଇଛି ଫାସଟ୍ୟାଗ୍ ବ୍ୟବସ୍ଥା । ଏଣିକି ଆଉ ଟୋଲଗେଟରେ ହେବ ନାହିଁ ନଗଦ କାରବାର । ଫାସଟ୍ୟାଗ୍ ମାଧ୍ୟମରେ ଟଙ୍କା କଟିବ । ଆଉ ଟୋଲଗେଟ୍ ସାମ୍ନାରେ ଲାଗିବନି ଲମ୍ବା ଲାଇନ୍ । କି ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବକୁ ପଡିବନି । ତେବେ ଆସନ୍ତୁ ଜାଣିବା କେଉଁଠି ଏହି ଫାସଟ୍ୟାଗ୍ ପାଇବା
ଆମାଜନ ପେଟିଏମ ଭଳି ଅନଲାଇନ ସଂସ୍ଥା କିମ୍ବା ବ୍ୟାଙ୍କରେ ଏହି ଫାସଟ୍ୟାଗ ଉପଲବ୍ଧ । ଏପରିକି ଟୋଲଗେଟ ନିକଟରେ ମଧ୍ୟ ଏହା ବିକ୍ରି ହେଉଛି । ନିଜ ପରିଚୟ ପତ୍ର ଏବଂ ଗାଡି ପଂଜୀକରଣ କାଗଜପତ୍ର ଦେଇ ଏହି ଫାସଟ୍ୟାଗ କିଣା ଯାଇପାରିବ । ସେପଟେ ଗତକାଲି ବିଭିନ୍ନ ସ୍ଥାନରେ ଫାସଟ୍ୟାଗ କିଣିବା ପାଇଁ ଗାଡି ମାଲିକଙ୍କ ଭିଡ ଦେଖିବାକୁ ମିଳିଥିଲା । ପୂର୍ବରୁ କେନ୍ଦ୍ର ସରକାର ଧାର୍ଯ୍ୟ ଦିନକୁ ପରିବର୍ତନ କରିଥିଲେ ବି ଆଗରୁ ଏହା କରି ନଥିଲେ । ଏବେ ବିଭିନ୍ନ କେନ୍ଦ୍ରରେ ଫାସଟ୍ୟାଗ କିଣିବାକୁ ଭିଡ ଜମାଇଛନ୍ତି ଗାଡି ମାଲିକ ।
ତେବେ ଯେଉଁମାନେ ଫାସଟ୍ୟାଗ୍ ଲଗାଇ ନାହାନ୍ତି ସେମାନେ ତୁରନ୍ତ ଫାସଟ୍ୟାଗ୍ ଲଗାଇନିଅନ୍ତୁ । ନଚେତ୍ ଟୋଲଗେଟରେ ଆପଣଙ୍କୁ ଦେବାକୁ ପଡିବ ଦୁଇଗୁଣା ଶୁଳ୍କ ।

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ : ଆଜି ସୁନ୍ଦରଗଡ଼ ଗସ୍ତ କରି ବହୁ ପ୍ରକଳ୍ପର କରିବେ ଶୁଭାରମ୍ଭ ଓ ଶିଳାନ୍ୟାସ

କନକ ବ୍ୟୁରୋ : ଫୋକସରେ ସୁନ୍ଦରଗଡ଼ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିବେ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିବେ ।

from Kanak News
via <a href="https://ifttt.com/?

ଚେପକ ଟେଷ୍ଟରେ ବିଜୟ ଦ୍ୱାରଦେଶରେ ଭାରତ : ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦେଲା ୪୮୨ରନର ଟାର୍ଗେଟ

କନକ ବ୍ୟୁରୋ : ଚେପକ୍ ଷ୍ଟାଡିଅମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏବେ ଭାରତର ନିୟନ୍ତ୍ରଣରେ । ଚେନ୍ନାଇରେ ଖେଳାଯାଉଥିବା ଏହି ମୁକାବିଲା ଏବେ ତାହାର ଶେଷ ପାହାଚରେ ପହଂଚିଛି । ତିନି ଦିନର ଖେଳ ପରେ ଭାରତ ପଲ୍ଲା ଭାରି ରହିଛି । ୪୮୨ ରନର ଟାର୍ଗେଟ ପରେ ଭାରତ ଇଂଲଣ୍ଡର ଦ୍ୱିତୀୟ ପାଳିରେ ୩ଟି ଉଇକେଟ ଖସାଇ ସାରିଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଅଧିନାୟକ ଜୋରୁଟ୍ ୨ ରନ୍ ଓ ଡାନିଏଲ ଲରେନ୍ସ ୧୯ ରନ୍ କରି ପିଚରେ ଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଅଶ୍ୱିନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ।

ତେବେ ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡକୁ ପ୍ରଥମ ଟେଷ୍ଟର ପ୍ରତିଶୋଧ ବି ନେଇ ପାରିବ ଭାରତ । ପ୍ରଥମ ଟେଷ୍ଟରେ ଭାରତକୁ ଇଂଲଣ୍ଡ ୨୨୭ ରନରେ ପରାସ୍ତ କରିଥିଲା । ଏପଟେ ଅଶ୍ୱିନୀ ଉଭୟ ବୋଲିଂ ଓ ବ୍ୟାଟିଂରେ ତାଙ୍କର ଚମତ୍କାରିତା ଦେଖାଇଛନ୍ତି । ପ୍ରଥମ ଇନିଂସରେ ୫ଟି ଉଇକେଟ ହାତେଇଥିବା ବେଳେ ୧୦୬ ରନର ଦମଦାର ଇନିଂସ ଖେଳିଥିଲେ । ଏହା ଥିଲା ତାଙ୍କ ଟେଷ୍ଟ କ୍ୟାରିଅରର ପଂଚମ ଶତକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started