ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶାର ବିକାଶ : ପଶ୍ଚିମ ଓଡିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ନବୀନ । ଏଥିସହ ପଶ୍ଚିମ ଓଡିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ୩ କୋଟି ଥିଲା, ଯାହାକି ଏବେ ୧୦୦ କୋଟିରେ ପହଞ୍ଚିଛି ।

ମୁଖ୍ୟମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ପରେ ଆସନ୍ତା ବଜେଟରେ ଏହି ପରିମାଣ ୨୦୦ କୋଟି କରିଯିବ । ପ୍ରଶାସନକୁ ସାଧାରଣ ଲୋକଙ୍କ ନିକଟତର କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧିନରେ ଥିବା ୧୦ଟି ଜିଲ୍ଲାରେ କାର୍ଯ୍ୟାଳୟ ଖୋଲିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ବୈଠକରେ ପଶ୍ଚିମ ଓଡିଶାରେ ଚାଲିଥିବା ଅନେକ ଲୋକାଭିମୁଖୀ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଠିକ ସମୟରେ ଶେଷ କରିବା ପାଇଁ ନିଷ୍ପତ୍ତି ହୋଇଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା  : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆଉ ଦିନକ ପରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିବ। ଏହାପରେ ଅର୍ଥାତ ୧୭ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ୧୮ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲା‌ରେ ବି ବର୍ଷା ହେବ। ଏଣୁ ୧୭ ଓ ୧୮ ତାରିଖ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି । ଅବଶିଷ୍ଟ ସ୍ଥାନଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। ସର୍ବାଧିକ ତାପମାତ୍ରା ବି ପାଖାପାଖି ସ୍ବାଭାବିକ ରହିଛି । କିନ୍ତୁ କିଛି କିଛି ସ୍ଥାନରେ ସର୍ବଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ କରିଛି। ଭୁବନେଶ୍ବର ସହରରେ ମଧ୍ୟ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏଠାରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ର‌ା ୧୭.୫ ଡିଗ୍ରୀ ରହିଥିଲା ।

from Kanak News
via <a href="https://ifttt.com/?

କୃଷକଙ୍କୁ ମଦ ଓ ଟଙ୍କା ଦିଅ ପଛେ, ଆନ୍ଦୋଳନ ଜାରି ରହୁ । ଚାଷୀ ଆନ୍ଦୋଳନକୁ ନେଇ ଏଭଳି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତ୍ରୀ ।

କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣାର ଜଣେ କଂଗ୍ରେସ ନେତ୍ରୀ ବିବାଦୀୟ ବୟାନ ଦେଇଛନ୍ତି ।  ହରିୟାଣାର କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ନେତ୍ରୀ ବିଦ୍ୟା ଦେବୀ ଏକ ବିବାଦୀୟ ବୟାନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ବିଦ୍ୟା ଦେବୀ ସେଠାକାର କଂଗ୍ରେସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ଚାଷୀ ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ଯଥାସମ୍ଭବ ସାହାଯ୍ୟ କର । କୃଷକମାନଙ୍କୁ ମଦ କିମ୍ବା ଟଙ୍କା ଦେବାକୁ ସେ ତାଙ୍କ କର୍ମୀଙ୍କୁ କହିଛନ୍ତି ।

ବିଦ୍ୟା ଦେବୀ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ, ‘କଂଗ୍ରେସ ଯେବେଠାରୁ ହାରିଆସୁଛି, କଂଗ୍ରେସର ଅସ୍ତିତ୍ୱ କମିବାରେ ଲାଗିଛି  କିନ୍ତୁ ବର୍ତ୍ତମାନ କୃଷକ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଥିବାରୁ ଯେକୌଣସି ପରିସ୍ଥିତିରେ କୃଷକ ଆନ୍ଦୋଳନକୁ ଚଲାଇବାକୁ ପଡିବ | ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ପର୍ଯ୍ୟାପ୍ତ ମଦ ଓ ଟଙ୍କା ପଛେ ଦିଆଯାଉ, କିନ୍ତୁ ଆନ୍ଦୋଳନ ଜାରି ରହୁ ବୋଲି ସେ କହିଛନ୍ତି | ଯାହାର ଯେତିକି ସାମର୍ଥ୍ୟ ଅଛି ସେହି ଅନୁସାରେ ସେମାନେ ସାହାଯ୍ୟ କରନ୍ତୁ ।

ସୂଚନା ଥାଉ କି ବିଦ୍ୟା ଦେବୀ ଜିନ୍ଦର ନରବନା ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ବି ହାରିଯାଇଥିଲେ | ଉଲ୍ଲେଖଯୋଗ୍ୟ ଯେ ହରିୟାଣାର କୃଷି ମନ୍ତ୍ରୀ ଜେପି ଦଲାଲ ଶନିବାର ଦିନ ବିବାଦୀୟ ବୟାନ ଦେଇଥିଲେ | ସେ କୃଷକଙ୍କ ମୃତ୍ୟୁକୁ ନେଇ କହିଥିଲେ ଯେ, ଆନ୍ଦୋଳନ କଥା ଛାଡ଼ନ୍ତୁ, ଘରେ ଥିଲେ ବି କେହି ନା କେହି କୃଷକ ମରିଥାନ୍ତେ । ଯେଉଁ କୃଷକମାନେ ଘରେ ଅଛନ୍ତି ସେମାନେ କଣ ମରିନାହାନ୍ତି କି ? କେହି ହୃଦଘାତର ଶିକାର ହେଉଛନ୍ତି ତ ପୁଣି କେହି ରୋଗରେ ମରିଯାଉଛନ୍ତି |

from Kanak News
via <a href="https://ifttt.com/?

ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରଳୟକୁ ବିତିଲାଣି ୯ ଦିନ । ଏବେ ବି ଜାରି ରହିଛି ଉଦ୍ଧାର କାମ । ମୃତ୍ୟୁରୁ ମାଟି ତଳୁ ମିଳିଲାଣି ୫୬ ମୃତଦେହ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏବେ ସୁଦ୍ଧା ୫୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତପୋବନ ଏନଟିପିସି ସୁଡଙ୍ଗରୁ ଆଉ ୮ଜଣଙ୍କ ଶବ ଉଦ୍ଧାର କରାଯାଇଛି ଓ ଏହା ନିକଟରୁ ଆଉ ୨ ଶବ ଉଦ୍ଧାର କରାଯାଇଛି । ସୁଡଙ୍ଗ ଭିତରେ ୩୫ ଜଣ ଫଶି ରହିଥିବା ଆଶଙ୍କାରେ ଏଠାରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଏବେ ପର୍ଯ୍ୟନ୍ତ ୧୫୪ଜଣଙ୍କ ପତ୍ତା ମିଳୁନି । ଗତ ୯ଦିନ ହେବ ଏଠାରେ ଚାଲିଛି ଉଦ୍ଧାରକାର୍ଯ୍ୟ । ସୁଡଙ୍ଗ ଭିତରୁ ୧୪୦ ମିଟର ଯାଏଁ ମାଟିକୁ ବାହାର କରାଯାଇଛି । ସୁଡଙ୍ଗ ଭିତରେ ଡ୍ରିଲ କରାଯାଇଛି ଏଠାରେ ଫସିଥିବା ଲୋକଙ୍କ ପାଖରେ ପହଁଚିବାକୁ ପ୍ରୟାସ କରାଯାଉଛି । ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗତ ୭ ତାରିଖରେ ବରଫ ପାହାଡ ଖସିବା ଯୋଗୁଁ ଚମୋଲୀରେ ଜଳପ୍ରଳୟ ସୃଷ୍ଟି ହୋଇଥିଲା । ଅନେକ ଗାଁ ବାହ୍ୟ ଜଗତର ବିଚ୍ଛିନ ହୋଇଯାଇଛି । ଗାଁକୁ ଯୋଗାଯୋଗ ପାଇଁ ସେନା ଅସ୍ଥାୟୀ ପାଦଚଲା ପୋଲ ନିର୍ମାଣ କରିଛି ।

from Kanak News
via <a href="https://ifttt.com/?

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ ।

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ୮୦୦ କୋଟି ଟଙ୍କାର ପ୍ରକଳ୍ପ । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ଐତିହ୍ୟ କରିଡରକୁ ୯ ଭାଗରେ ବିଭକ୍ତ କରାଯିବ । ସବୁ ଜମିକୁ ମହାପ୍ରଭୁଙ୍କ ନାଁରେ ନାମିତ କରାଯିବ । ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ତେବେ ଶ୍ରୀମନ୍ଦିର ଚାରିପାଖର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅତୀତରେ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଆଉ ଏବେ ଐତିହ୍ୟ କରିଡର ପରେ କେମିତି ଦେଖାଯିବ ଶ୍ରୀକ୍ଷେତ୍ର ଦେଖନ୍ତୁ…

from Kanak News
via <a href="https://ifttt.com/?

ସୋସିଆଲ ମିଡିଆରେ ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗ । କେନ୍ଦ୍ର ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ ।

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ । ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଉଭୟ କେନ୍ଦ୍ର ଓ ହ୍ୱାଟ୍ସଆପକୁ ଜବାବ ତଲବ କରିଛନ୍ତି କୋର୍ଟ । ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଲୋକଙ୍କ ତଥ୍ୟର ଗୋପନୀୟତା ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ। କୋର୍ଟ କହିଛନ୍ତି ବ୍ୟବହାରକାରୀଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି । ଲୋକଙ୍କ ତଥ୍ୟ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ । ସୁପ୍ରିମକୋର୍ଟ ହ୍ୱାଟ୍ସଆପକୁ କହିଛନ୍ତି ଆପଣ ୨-୩ ଟ୍ରିଲିୟନର କମ୍ପାନୀ ହୋଇଥାଇ ପାରନ୍ତି କିନ୍ତୁ ଲୋକଙ୍କ ଗୋପନୀୟତା ସେମାନଙ୍କ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ । ଲୋକେ ତାଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଚିନ୍ତିତ ଅଛନ୍ତି । ସେମାନେ ଭାବୁଛନ୍ତି ସେମାନଙ୍କ ତଥ୍ୟ ଓ ଚାଟ ଅନ୍ୟମାନଙ୍କୁ ଲିକ୍ କରାଯାଇଛି । ସେମାନେ ଏହା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।

କମ୍ପାନୀ କେବେହେଲେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିପାରିବ ନାହିଁ । ସେମାନଙ୍କ ତଥ୍ୟ ସୁରକ୍ଷିତ ରହିବା ଦରକାର । ଏକ ଜନସ୍ୱାର୍ଥ ଆବେଦନ ଦାୟର କରି କୁହାଯାଇଥିଲା ଯେ ଲୋକଙ୍କ ଗୋପନୀୟ ତଥ୍ୟକୁ ଲିକ କରାଯାଉଛି । ଆବେଦନରେ କୁହାଯାଇଥିଲା କି ୟୁରୋପ ଦେଶ ପାଇଁ କମ୍ପାନୀ ଭିନ୍ନ ମାନଦଣ୍ଡ ରଖିଛି କିନ୍ତୁ ଭାରତରେ ତଥ୍ୟ ଚୋରି ଘଟଣାର ବାରମ୍ବାର ସାମ୍ନାକୁ ଆସୁଛି । ଆଜି ଶୁଣାଣୀ କରି କୋର୍ଟ ଦୁଇ କମ୍ପାନୀକୁ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି । ଆଗାମୀ ଶୁଣାଣୀ ୪ ସପ୍ତାହ ପରେ କରାଯିବ ।

from Kanak News
via <a href="https://ifttt.com/?

ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡଡିଗ୍ରୀ ଅଭିଯୋଗ । ୩ ଦିନ ଥାନାରେ ରଖି ପୋଲିସ ମାଡ ମାରିଥିବା ଅଭିଯୋଗ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ନାମରେ ଆସିଛି ସାଂଘାତିକ ଅଭିଯୋଗ। ୪ ଜଣ ନାବାଳକକୁ ଚୋରି ଘଟଣାରେ ଗିରଫ କରି ତାଙ୍କୁ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍ ସକ୍ ଦେଇ ଆହତ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା। ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସ ଚାରି ଜଣ ନାବାଳକକୁ ଘରୁ ଉଠାଇ ଆମି ନିର୍ଦ୍ଧୁମ ଛେଚିଥିଲା।ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ଚାରି ନାବାଳକ ଅଭିଯୋଗ କରିଛନ୍ତି।

ଏପରିକି ବାହାରର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ ଆଜି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି। ଏ ନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଏସପି ସାକ୍ଷାତ ନକରିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।

ତେବେ ଏନେଇ ଚିତ୍ରକୋଣ୍ଡା ଆଇଆଇସି ସୂର୍ୟ୍ୟ ପ୍ରକାଶ ନାୟକ ମିଥ୍ୟା ବୋଲି କହିବା ସହ ଏମାନେ ପୂର୍ବରୁ ମଧ୍ୟ ଚୋରିକାମ କରିଥିବା କହିଥିଲେ। ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି ବୋଲି ସେ ଯୁକ୍ତି ବାଢିଥିଲେ। ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

from Kanak News
via <a href="https://ifttt.com/?

ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ମହାପଞ୍ଚାୟତ । କହିଲେ, ନୂଆ କୃଷି ଆଇନ ଦ୍ୱାରା ହତାଶ ହେବେ ଚାଷୀ ।

କନକ ବ୍ୟୁରୋ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶ ବିଜନୋରରେ ପହଁଚିଛନ୍ତି । ବିଜନୋର ମହାପଂଚାୟତକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶଭକ୍ତ ଓ ଦେଶଦ୍ରୋହଙ୍କୁ ଚିହ୍ନିବାରେ ଭୁଲ କରୁଛନ୍ତି । ନୂଆ କୃଷି ଆଇନକୁ ବିରୋଧ କରି ପ୍ରିୟଙ୍କା କହିଛନ୍ତି ଏହି ନୂଆ ଆଇନ ମୋଦି ସରକାରଙ୍କ ପୁଂଜିପତି ବନ୍ଧୁଙ୍କ ପାଇଁ । ସେମାନଙ୍କୁ ଏହି ଆଇନ ଲାଭ ଦେବ କିନ୍ତୁ ହତାଶ ହେବେ ଚାଷୀ । ୩ କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛି କଂଗ୍ରେସ । ଏଥିସହ ଚାଷୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଚାଷୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି କଂଗ୍ରେସ । ୩ କୃଷିକୁ ଆଇନକୁ ବିରୋଧ କରି କଂଗ୍ରେସ ଜୟ କିଷାନ ଜୟ ଜବାନ ଅଭିଯାନ ଆରମ୍ଭ କରିଛି । କେବଳ ଉତ୍ତରପ୍ରଦେଶରେ ୨୭ଟି ଜିଲ୍ଲାରେ ପହଁଚି ଚାଷୀଙ୍କ ସମର୍ଥନରେ ରାଲି କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

from Kanak News
via <a href="https://ifttt.com/?

ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର । ସୋମବାରଠୁ ଲାଗୁ ହେଲା ନୂଆ ଦର । ଦର ବୃଦ୍ଧି ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ।

କନକ ବ୍ୟୁରୋ: ଦେଶରେ ଏବେ ମହଙ୍ଗା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ବଢିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର । ୧୪.୨ କେଜି ଓଜନ ସିଲିଣ୍ଡରର ଦାମ ୫୦ଟଙ୍କା ବୃଦ୍ଧି ପାଇଛି । ଏହାସହ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୬୯ଟଙ୍କା ଗଣିବାକୁ ପଡିବ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଦର ବୃଦ୍ଧିକୁ ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଚାଷୀଙ୍କ ପ୍ରତି ବର୍ବରତା ଦେଖାଉଥିବା ସରକାର ଏବେ ଦେଶର ପ୍ରତିଟି ଚୁଲିକୁ ଟାର୍ଗେଟ କରିବା ସହ ଗୃହିଣୀଙ୍କ ଅଂଟା ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଥିବା କହିଛି କଂଗ୍ରେସ ।

ଏହା ପୂର୍ବରୁ ଦିଲ୍ଲୀରେ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ଦର ୬୯୪ରୁ ବୃଦ୍ଧି କରାଯାଇ ୭୧୯ଟଙ୍କା କରାଯାଇଥିଲା । ଏହା ବ୍ୟତୀତ ଦିଲ୍ଲୀରେ ଡିସେମ୍ବର ୨୦୨୦ରେ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ଦର ୫୦ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ପୁଣି ୫୦ଟଙ୍କା ବଢିବା ଖାଉଟିଙ୍କ ଚିନ୍ତାକୁ ବଢାଇ ଦେଇଛି । ଗତ ୧୦ଦିନ ଭିତରେ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ ୭୫ଟଙ୍କା ବୃଦ୍ଧି ପାଇଥିବା କହିଛି କଂଗ୍ରେସ । ଏହାସହ ରବିବାର ଦିନ ପ୍ରିମିୟମ ପେଟ୍ରୋଲ ଦର ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଶହେ ଟପିଛି । ଏହା ପୂର୍ବରୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଜନତାଙ୍କ ଠାରୁ ଲୁଟ୍ ଏବଂ କେବଳ ୨ଜଣଙ୍କର ବିକାଶ କରୁଥିବା ଲେଖିଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ଓଲଟା ରାହୁଲଙ୍କ ଉପରେ ବର୍ଷିଛି ।

ପ୍ରତିମାସ ପହିଲାରେ ଏଲପିଜି ଦାମରେ ପରିବର୍ତନ କରାଯାଏ । ଏଥର ଫେବ୍ରୁଆରୀ ୧ ତାରିଖରୁ କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ୧୯୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାପରେ ଦିଲ୍ଲୀରେ ୧୯କିଲୋ ବିଶିଷ୍ଟ ସିଲିଣ୍ଡରର ଦର ୧୫୩୩ଟଙ୍କା, କୋଲକାତାରେ ୧୫୯୮ ଟଙ୍କା ୫୦ପଇସା, ମୁମ୍ବାଇରେ ୧୪୮୨ ଟଙ୍କା ୫୦ପଇସା ଓ ଚେନ୍ନାଇରେ ୧୬୪୯ଟଙ୍କା ହୋଇଛି । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତନ କରାଯାଇନଥିଲା । ଏବେ କିନ୍ତୁ ଦିଲ୍ଲୀରେ ଗ୍ୟାସ ଦର ୫୦ଟଙ୍କା ବୃଦ୍ଧି କରାଯାଇଛି ।

from Kanak News
via <a href="https://ifttt.com/?

ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । କହିଲେ ସାଂସଦଙ୍କ ମନ୍ତବ୍ୟ କଟା ଘାରେ ଚୂନ ଦେବା ଭଳି ।

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ । ସାଂସଦ ବିମାନବନ୍ଦରରୁ ଆସି ସିଧା ପ୍ରେସମିଟରେ ଉତର ରଖିବାକୁ ନିନ୍ଦା କରିଛି ସେବାୟତ ସଂଘ । ଏକାମ୍ର କ୍ଷେତ୍ରକୁ ନେଇ ପ୍ରସ୍ତାବିତ ବାଇ ଲ ଫଳରେ ସେବାୟତ ଓ ସ୍ଥାନୀୟ ବାସିନ୍ଦା କିଭଳି ପ୍ରଭାବିତ ହେବେ ସେନେଇ ପ୍ରଥମେ ଆଲୋଚନା କରିବାର ଥିଲା ବୋଲି ସେମାନେ କହିଛନ୍ତି । ଲୋକପ୍ରତିନିଧି ଭାବରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସାଂସଦଙ୍କ ଦାୟିତ୍ୱହୀନ ମନ୍ତବ୍ୟ ପୁରୁଣା ଭୁବନେଶ୍ୱରବାସୀଙ୍କୁ ମର୍ମାହତ କରିଛି ବୋଲି ଏକ ବିବୃତିରେ କୁହାଯାଇଛି ।

ଏପିରିକି ଯେଉଁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି, ସେମାନଙ୍କୁ ବିଶ୍ୱାସକୁ ନନେଇ ଅସୁବିଧା ସମୟରେ ହାଲୁକା ମନ୍ତବ୍ୟ ରଖିବା ସେମାନଙ୍କ ପ୍ରତି ଧୋକା ବୋଲି ଏଥିରେ କୁହାଯାଇଛି । ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ଯଦି ବାଇ ଲରେ ଭୁଲଥିବା ଅନୁଭବ କରି ପ୍ରତ୍ୟାହାର ହେଲା, ତାହାହେଲେ ଭୁବନେଶ୍ୱର କ୍ଷେତ୍ରରେ ଏହା କାହିଁକି ପ୍ରତ୍ୟାହାର ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ସେପଟେ ଆଜି ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଥିଲେ, କେତେକ ନିର୍ଦ୍ଦିଷ୍ଟ ବିଷୟ ନେଇ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳର ନେତୃବୃନ୍ଦ ନିୟମିତ ଭାବେ ଜନସାଧାରଣଙ୍କୁ ଭ୍ରମିତ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ ଅପରାଜିତା ।

-ଏ ପର୍ଯ୍ୟନ୍ତ ପୁରାତନ କୀର୍ତିରାଜି ଏବଂ ଐତିହ୍ୟରେ ଭରପୁର ହୋଇଥିବା ଅଂଚଳରେ ହୋଇଥିବା ସମସ୍ତ ଉଚ୍ଛେଦ ପ୍ରକ୍ରିୟାରେ ପ୍ରତ୍ନତତ୍ୱ ବିଭାଗକୁ କାହିଁକି ସାମିଲ କରାଯାଇନାହିଁ ?

-ପ୍ରତ୍ମତତ୍ୱ ବିଭାଗର ମହାନିର୍ଦ୍ଦେଶକ ଗତ ୨୨ ଡିସେମ୍ବର ୨୦୧୯ରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବିଷୟରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କାହିଁକି ଏହା ଅବଗତ କରାଯାଇନାହିଁ ।

-ରାଜ୍ୟ ସରକାର ଏନଏମଏ ବାଇ-ଲରେ କୌଣସି ପରାମର୍ଶ କିମ୍ବା ଅବଜେକସନ ପରିବର୍ତେ ଏହି ବାଇ-ଲର ପ୍ରତ୍ୟାହାର ବା ଉଚ୍ଛେଦ ପାଇଁ ଦାବି ଉପସ୍ଥାପନା କରିବା ଅପରିପକ୍ୱତା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇପାରେ ।

-ରାଜ୍ୟ ସରକାର ସ୍ପଷ୍ଟ କରିବେ କି କେଉଁ ଆର୍କେଓଲଜିକାଲ ଫାର୍ମ ଜଗନ୍ନାଥ ମନ୍ଦିର, ପୁରୀ ଏବଂ ଲିଙ୍ଗରାଜ ମନ୍ଦିରର ବିକାଶର ରୁପରେଖ ପ୍ରସ୍ତୁତ କରୁଛନ୍ତି ।

-ଉତର ପାଶ୍ୱର୍ ମଠ, ଦକ୍ଷିଣ ପାଶ୍ୱର୍ ମଠ, ଏମାର ମଠ, ରଘୁନାଥ ଲାଇବ୍ରେରୀ ପରି କୀର୍ତିରାଜିକୁ ସମୁଳେ ଉତ୍ପାଟନ କରିବା ପୂର୍ବରୁ କଣ ରାଜ୍ୟ ସରକାର ଏହାର ଡିଟେଲ ମ୍ୟାପିଂ କରିଥିଲେ କି । ଏହି କୀର୍ତିରାଜି ଉତ୍ପାଟନ କରିବା ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଅନ୍ତର୍ଗତ ସମସ୍ତ ନୀତି ନିୟମ ସରକାର ଅନୁସରଣ କରିଛନ୍ତି କି?

from Kanak News
via <a href="https://ifttt.com/?

Design a site like this with WordPress.com
Get started