ଜାନୁଆରୀ ୨୬ ହିଂସା ପଛରେ ଦିଶା, ନିକିତା ଓ ଶାନ୍ତନୁ । ଦିଶା ରବିଙ୍କୁ ଗିରଫ କରି ଅନ୍ୟ ୨ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କଲା ଦିଲ୍ଲୀ ପୋଲିସ ।

କନକ ବ୍ୟୁରୋ: ୨୨ ବର୍ଷୀୟ ଦିଶା ରବିଙ୍କୁ ଗ୍ରେଟା ଥନବର୍ଗ ଟୁଲ କିଟ ମାମଲାର ଗିରଫ କରିଛି ପୋଲିସ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବାଙ୍ଗାଲୁରର ୨୨ ବର୍ଷୀୟ ପରିବେଶବିତ ଦିଶା ରବି ଗିରଫ ହେବା ପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଖୋଜାଚାଲିଛି । ଦିଶା ରବିଙ୍କୁ ପୋଲିସ ୫ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ନିକିତା ଜାକବ ଓ ଶାନ୍ତନୁ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଦିଲ୍ଲୀରେ ହିଂସା ଉସୁକାଇବାରେ ଏହି ଟୁଲ୍ କିଟକୁ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ରହିଛି ।

ମିଳିଥିବା ସୂଚନା ଅନୁସାରେ ୪ଦିନ ପୂର୍ବରୁ ନିକିତାଙ୍କ ଘରକୁ ଯାଇ ପୋଲିସ ତାଙ୍କର ଇଲେକଟ୍ରନିକ୍ସ ଗ୍ୟାଜେଟର ଯାଂଚ କରିଥିଲା । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ତାଙ୍କୁ ପଚରା ଉଚରା କରାଯାଇ ପାରିନଥିଲା । ତା ପରଦିନ ଠାରୁ ସେ ଫେରାର ଅଛନ୍ତି । ନିକିତା ଜାକବ ପେଶାରେ ଜଣେ ଆଇନଜୀବୀ । ସେହିପରି ଶାନ୍ତନୁଙ୍କ ନାଁରେ ମଧ୍ୟ ଜାମିନ ବୀହିନ ଗିରଫ ପରୱାନା ଜାରି କରାଯାଇଛି । କୁହାଯାଉଛି ଶାନ୍ତନୁ ହେଉଛନ୍ତି ନିକିତା ଓ ଦିଶାଙ୍କ ଘନିଷ୍ଟ ସହଯୋଗୀ ଏବଂ ଟୁଲ୍ କିଟକୁ ଏଡିଟ କରିବା ସହ ତାକୁ ଭାଇରାଲ କରିବାରେ ଶାନ୍ତନୁଙ୍କ ଭୂମିକା ମଧ୍ୟ ରହିଛି ।

ଖଲିସ୍ତାନ ସଂଗଠନ ‘ପଏଟିକ ଜଷ୍ଟିସ ଫାଉଣ୍ଡେସନ’ର ଏମଓ ଧାଲିବାଲ, କାନାଡାର ରହୁଥିବା ଜଣେ ପୁନିତ ନାମକ ବ୍ୟକ୍ତିଙ୍କ ସାହାଯ୍ୟରେ ନିକିତା ସହ ଯୋଗଯୋଗ କରିଥିଲେ ଏବଂ ଗଣତନ୍ତ୍ର ଦିବସ ପୂର୍ବରୁ ଜୁମ୍ ଆପରେ ନିକିତା ଓ ଅନ୍ୟ ମାନଙ୍କର ମିଟିଂ ହୋଇଥିଲା । ଜାନୁଆରୀ ୨୬ପୂର୍ବରୁ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟରରେ ହଇଚଇ ଉତ୍ପନ୍ନ କରିବା ଏମାନଙ୍କ ଉଦ୍ଦେଶ୍ୟ ଥିଲା । ପରିବେଶବିତ ଦିଶା ରବି, ଚାଷୀ ଆନ୍ଦୋଳନ ସମ୍ପର୍କରେ ଟୁଲ୍ କିଟ୍କୁ ଏଡିଟ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ନେଇ ଅଭିଯୋଗ ରହିଛି ।

କ’ଣ ଏହି ଟୁଲ୍ କିଟ?

– କୌଣସି ପ୍ରସଙ୍ଗକୁ ବୁଝାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଗୁଗଲ ଡକ୍ୟୁମେଂଟ ହେଉଛି ଟୁଲ୍ କିଟ୍
– ସମସ୍ୟାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ଏଥିରେ ସୂଚନା ଦିଆଯାଇଥାଏ
– ଆକ୍ସନ ପଏଂଟ ସମ୍ପର୍କରେ ଏଥିରେ ଉଲ୍ଲେଖ ଥାଏ
– ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଏ
– କ୍ୟାମ୍ପେନ ସମେତ ସାମୁହିକ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦିଆଯାଏ
– ଏଥିରେ ଯେକୌଣସି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଓ ଜନ ଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଏ

from Kanak News
via <a href="https://ifttt.com/?

ଥମୁନି ଅପରାଜିତା-ଅନୁଭବଙ୍କ ଟ୍ୱିଟ ଯୁଦ୍ଧ । ଅପରାଜିତା ଷଡଙ୍ଗୀଙ୍କୁ ଟ୍ୱିଟରରେ ଅନୁଭବ ମହାନ୍ତିଙ୍କ ପ୍ରଶ୍ନ ।

କନକ ବ୍ୟୁରୋ: ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ପୁଣି ଟୁଇଟ୍ ୱାର । ଦୁଇ ଦିନ ପୂର୍ବ ଅପରାଜିତାଙ୍କ ଟ୍ୱିଟର ଉତ୍ତରରେ ଅନୁଭବ ଲେଖିଛନ୍ତି ପ୍ରଥମେ ଆପଣ ଜଗନ୍ନାଥ ମନ୍ଦିର ପାଇଁ ଏନଏମଏ ବାଇ ଲ ଆଣି କାହିଁକି ପ୍ରତ୍ୟାହାର କରାଗଲା ତାର କାରଣ କୁହନ୍ତୁ ।

ତେବେ ଏହା ପୂର୍ବରୁ ପ୍ରଥମେ ଅନୁଭବ ଟୁଇଟ୍ କରିଥିଲେ, ସେ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ, ବାଇ-ଲ ବିବାଦରେ, ସେମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯିବାପାଇଁ ଅନୁରୋଧ କରିଥିଲେ । କିନ୍ତୁ, ଅପରାଜିତା ସିଧାସଳଖ ମନା କରିଦେଇଥିଲେ । ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଜବାବରେ ଟୁଇଟ୍ କରିଥିଲେ । ଏଥିରେ ଅପରାଜିତା କହିଥିଲେ, ବିନା କାରଣରେ କୌଣସି କାମ ହୁଏ ନାହିଁ । ସେ ଉଚିତ୍ ସମୟରେ ମୁହଁ ଖୋଲିବେ ।

from Kanak News
via <a href="https://ifttt.com/?

ଯାଜପୁର ପୋଲିସର ପାରିଲା ପଣ ଉପରେ ଉଠିଲା ପ୍ରଶ୍ନ ।  ପିହୁ ନିଖୋଜ ଓ ଝରାଫୁଲ ମୃତ୍ୟୁ ମାମଲାର ଖୋଲିପାରୁନି ରହସ୍ୟ । 

କନକ ବ୍ୟୁରୋ: ଯାଜପୁର ପୁଲିସ ପାରିବାପଣିଆ ପଣିଆ ଉପରେ ପ୍ରଶ୍ନ ଉଠାଇଛି ଦୁଇ ସମ୍ବେଦନଶୀଳ ମାମଲା । ପିହୁ ଅପହରଣରୁ ୬ ମାସରୁ ଅଧିକ ସମୟ ବିତିଗଲାଣି ନା ନିଖୋଜ ଝିଅର ପତ୍ତା ପୁଲିସ ପାଇପାରୁଛି ନା ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହେଉଛି । ଗଣମାଧ୍ୟମକୁ ତଦନ୍ତ ଚାଲୁଛି ବୋଲି କହୁଥିବା ଯାଜପୁର ପୁଲିସ ସତରେ ଅପରାଧୀ ନିକଟରେ ପହଁଚି ମାମଲାର ଖୁଲାସା କରିପାରିବ କି ନାହିଁ, ତା ଉପରେ ସନ୍ଦେହ ବି ତିଆରି ହେଲାଣି ।

ଯାଜପୁର ବିଂଝାରପୁର ପିହୁ ଅପହରଣ ମାମଲାରେ ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୁଲିସ ପୋଷ୍ଟର ଲଗାଉଛି । ପିହୁ ସଂକ୍ରାନ୍ତରେ ଯିଏ ସୂଚନା ଦେବେ ତାଙ୍କୁ ୨୦ ହଜାର ଟଙ୍କା ପୁରଷ୍କାର ଦେବାକୁ ଘୋଷଣା କରାଯାଇଛି । ସେହିଭଳି ପିହୁର ଘର ପାଖ ଦଳଭର୍ତ୍ତି ପୋଖରୀକୁ ସଫା କରାଯାଉଛି । ପୋଲିସ ସେତେବେଳେ କ୍ରିୟାଶୀଳ ହୋଇଛି, ଯେତେବେଳେ ପିହୁର ପରିବାର ସଦସ୍ୟ ଭୁବନେଶ୍ୱର ଆସି ମନ୍ତ୍ରୀ ଟୁକୁନି ସାହୁଙ୍କ ଘର ଆଗରେ ଧାରଣା ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି…

-କାହିଁକି ଏତେଦିନ ଧରି ପିହୁ ମାମଲାରେ ସକ୍ରିୟ ନଥିଲା ଯାଜପୁର ପୁଲିସ?

-ବିଧାନସଭା ପୂର୍ବରୁ ସରକାରଙ୍କୁ ଅଡୁଆ ହେବା ଆଶଙ୍କାରେ ନିଆଗଲା କି ପଦକ୍ଷେପ?

-ଆଗରୁ କାହିଁକି ପୋଷ୍ଟର ମାରିବାକୁ ଚିନ୍ତା କରୁନଥିଲା ପୁଲିସ?

-ବିଫଳତାକୁ ଲୁଚାଇବାକୁ କାମଚଳା ମନୋଭାବ ଦେଖାଉଛି କି ଜିଲ୍ଲା ପୁଲିସ?

ସେପଟେ ଝରାଫୁଲ ମାମଲାରେ ବି ପୁଲିସର ମନୋଭାବକୁ ନେଇ ପ୍ରଶ୍ନ ଉଠୁଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ପୁଲିସ କବଜାରେ।ରିମାଣ୍ଡ ଅବଧି ସରିଯାଇଛି । ଭିସେରା ରିପୋର୍ଟ ଆସିସାରିଛି । ହେଲେ କାହିଁକି ଆଉ କିଭଳି ଝରାଫୁଲକୁ ହତ୍ୟା କଲା ରାକେଶ ତାର ସମସ୍ତ ତଥ୍ୟ ସାମ୍ନାକୁ ଆଣିବାରେ ପୁଲିସ ଅସମର୍ଥ । ଅପରାଧିକ ମାମଲାରେ ତଦନ୍ତର ଦିଗ ପାଇବାରେ ଜିଲ୍ଲା ପୁଲିସ ବିଫଳ ନା ହାଲକା ମନୋଭାବ ପୋଷଣ କରୁଛି, ତାକୁ ନେଇ ପ୍ରଶ୍ନ ଉଠିଛି ।

ଯାଜପୁର ପୁଲିସର ନେତୃତ୍ୱ ନେଉଛନ୍ତି ରାହୁଳ ପିଆର ଏବଂ ଝରାଫୁଲ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ତଥା ଏସଡିପିଓ ଚିନ୍ମୟ ନାୟକ । କିନ୍ତୁ ଫଳଘର ଶୂନ । ତଦନ୍ତ ଚାଲିଛି ବୋଲି କହି କେତେଦିନ ଆଉ ନିଜର ବିଫଳତାକୁ ଲୁଚାଇବାକୁ ଜିଲ୍ଲା ପୁଲିସ ଉଦ୍ୟମ କରିବ?

from Kanak News
via <a href="https://ifttt.com/?

ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । କହିଲେ, ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ

କନକ ବ୍ୟୁରୋ: ହାତୀ ମୃତ୍ୟୁକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି କର୍ଲାପାଟ ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ । ଏହାସହ ଜଙ୍ଗଲ, ପରିବେଶ, ପଶୁ ସମ୍ପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ  ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟଗୁଡିକୁ ତୁରନ୍ତ ବିଶୋଧନ କରିବା ଏବଂ ଜଳର ନମୂନା ତୁରନ୍ତ ପରୀକ୍ଷା କରିବା ସହିତ ନିୟମିତ ପରୀକ୍ଷା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ଜଣାଯାଇଥିଲା ଯେ, କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ହାତୀଗୁଡିକ ପାଷ୍ଟେୟୁରେଲା ମଲ୍ଟୋସିଡା ନାମକ ଏକ ଜୀବାଣୁ ଦ୍ବାରା ସଂକ୍ରମିତ ହୋଇ ହେମୋରାଜିକ୍ ସେପ୍ଟିସେମିଆ ରୋଗରେ ମୃତ୍ୟୁବରଣ କରିଛନ୍ତି । ଏହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି ।

from Kanak News
via <a href="https://ifttt.com/?

ପେଟ୍ରୋଲ କିଣିଲେ ପୋଡୁଛି ପକେଟ୍, ଖୁବଶୀଘ୍ର ମାରିପାରେ ସେଂଚୁରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପେଟ୍ରୋଲର ମୂଳଦର ହେଉଛି ୩୨ ଟଙ୍କା ୪୫ ପଇସା ।

କନକ ବ୍ୟୁରୋ: ବେଲଗାମ ତୈଳ ଦର । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର  ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୯ ପଇସା ଓ ୩୫ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୮୯ ଟଙ୍କା ୬୮ ପଇସା ରହିଥିବା ବେଳେ, ଡିଜେଲ ୮୬ ଟଙ୍କା ୪୫ ପଇସାରେ ବିକ୍ରି ହେଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୯୦ ଟଙ୍କା ଦେଇ ଆମେ ଯେଉଁ ପେଟ୍ରୋଲ ଓ ଡିଜେଲ କିଣୁଛେ, ତାର ପ୍ରକୃତ ମୁଲ୍ୟ ୩୦ରୁ ୩୫ ଟଙ୍କା । ବାକି ଟଙ୍କା ଟିକସ ବାବଦରେ ନେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।

ଏବେ ନଜର ପକାନ୍ତୁ ଭୁବନେଶ୍ୱରରେ ବିକ୍ରି ହେଉଥିବା ତୈଳ ଦରର ଗଣିତ ଉପରେ । ସୋମବାର ଭୁବନେଶ୍ୱରରେ ବିକ୍ରି ହେଉଥିବା ପେଟ୍ରୋଲର ମୌଳିକ ମୂଲ୍ୟ ହେଉଛି ୩୨.୪୩ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ  ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୮ ଟଙ୍କା । ସେହିପରି ରାଜ୍ୟ ସରକାର ୩୨% ହିସାବରେ ନେଉଛନ୍ତି ଭାଟ, ଯାହା ୨୦.୯୧ ଟଙ୍କା । ତାସହ ଡିଲର କମିଶନ ୩.୩୬ ଟଙ୍କା । ଏହିପରି ଲିଟର ପିଛା ଗ୍ରାହକ ଗଣୁଛି ମୋଟ୍ ୮୯ ଟଙ୍କା ୬୮ ପଇସା ।

ସେହିପରି ଡିଜେଲର ମୌଳିକ ମୂଲ୍ୟ ୩୪ ଟଙ୍କା । ଏହାଉପରେ କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି ୩୧.୮୩ ଟଙ୍କା ।  ତାଉପରେ ରାଜ୍ୟର ଭାଟ ବାବଦରେ ୧୮.୪୧ ଟଙ୍କା ଏବଂ ଡିଲର କମିଶନ ୨.୨୧ ଟଙ୍କା । ଏ ସବୁକୁ ମିଶାଇଲେ ଡିଜେଲ ଲିଟର ପିଛା ଗ୍ରାହକକୁ ଦେବାକୁ ପଡୁଛି ମୋଟ୍ ୮୬ ଟଙ୍କା ୪୫ ପଇସା ।

ଗତ ସାଧାରଣ ବଜେଟରେ କୃଷିର ବିକାଶ ପାଇଁ ତୈଳ ଦର ଉପରେ ସେସ ବସାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ  ଏହି ଅତିରିକ୍ତ କୃଷି ସେସ ଯୋଗୁଁ  ଗ୍ରାହକଙ୍କୁ ଅଧିକ ଦର ଦେବାକୁ ପଡିବ ନାହିଁ ବୋଲି କୁହାଯାଇଥିଲା । ସେଥିପାଇଁ କେନ୍ଦ୍ର ତେଲ ନେଉଥିବା ଏକସାଇଜ ଡ୍ୟୁଟିରେ ସଂଶୋଧନ କରିଥିଲେ ସରକାର ।

ଏକସାଇଜ୍ ଡ୍ୟୁଟିରେ ସଂଶୋଧନ..

  • ବେସିକ ଏକସାଇଜ ଟିକସ ୧.୪୮ ଟଙ୍କା, ପୂର୍ବରୁ ଥିଲା ୨.୯୮ ଟଙ୍କା
  • ଅତିରିକ୍ତ ଏକସାଇଜ ଟିକସ ୧୧.୦୦ଟଙ୍କା, ପୂର୍ବରୁ ଥିଲା ୧୨.୦୦ ଟଙ୍କା
  • ରୋଡ୍ ସେସ୍ ୧୮.୦୦ ଟଙ୍କା
  • ନୂତନ କୃଷି ସେସ୍ ୨.୫୦ଟଙ୍କା

ସେହିପରି ଡିଜେଲରେ

  • ବେସିକ ଏକସାଇଜ ଟିକସ ୧.୮୩ ଟଙ୍କା, ପୂର୍ବରୁ ଥିଲା ୪.୮୩ ଟଙ୍କା
  • ଅତିରିକ୍ତ ଏକସାଇଜ ଟିକସ ୮.୦୦ଟଙ୍କା, ପୂର୍ବରୁ ଥିଲା ୯.୦୦ ଟଙ୍କା
  • ରୋଡ୍ ସେସ୍ ୧୮.୦୦ ଟଙ୍କା
  • ନୂତନ କୃଷି ସେସ୍ ୪.୦୦ଟଙ୍କା

ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ରୋଷେଇ ଗ୍ୟାସର ଦର ମଧ୍ୟ ବଢିଚାଲିଛି । ଫେବ୍ରୁଆରୀରେ ଦ୍ୱିତୀୟ ଥର ପାଇଁ ସୋମବାର ୫୦ ଟଙ୍କା ବଢ଼ି ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦର ୮ଶହ ଟଙ୍କାରେ ପହଁଚିଯାଇଛି ।

from Kanak News
via <a href="https://ifttt.com/?

ତେଲଦର ବୃଦ୍ଧିକୁ ନେଇ ତାତିଲା କଂଗ୍ରେସ । ୬ ଘଂଟାର ଓଡିଶା ବନ୍ଦ ପାଳନରେ ଅଟକିଗଲା ଗାଡି ମୋଟର, ଫିଟିଲାନି ରାସ୍ତା ।

କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ଫଳରେ ୬ ଘଂଟା ଧରି ଅଟକି ଯାଇଛି ଓଡିଶା । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀ ଓ ନେତାମାନେ ସକାଳୁ ସକାଳୁ ପିକେଟିଂ ଆରମ୍ଭ କରିଦେଇଥିଲେ । ସକାଳ ୭ଟାରୁ ଦିନ ଗୋଟିଏ ଯାଏଁ ଏହି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ରେଳରୋକରୁ ଆରମ୍ଭ କରି ଜାତୀୟ ରାଜପଥକୁ ଅବରୋଧ କରିବାର ରଣନୀତି ଗ୍ରହଣ କରିଥିଲା କଂଗ୍ରେସ ଦଳ । ବନ୍ଦ ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ ।

ଆଜିର ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସହିତ ଆମ୍ବୁଲାନ୍ସ, ସ୍ୱର୍ଗଦ୍ୱାର ଗାଡି, ଦୁଗ୍ଧ ଗାଡିକୁ ନଅଟକାଇବା ପାଇଁ ନିଷ୍ପତି ହୋଇଥିଲା । ପୂର୍ବ ଘୋଷଣା ମୁତାବକ ରୋଗୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଆନ୍ଦୋଳନକାରୀ ଅଟକାଇନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସଫଳ କରିବା ପାଇଁ କେତେକ ସ୍ଥାନରେ ଜୋରଜବରଦସ୍ତି କରିଛନ୍ତି ଆନ୍ଦୋଳନକାରୀ ।

ପେଟ୍ରୋଲ ଓ ଡିଜେଲ ଦର ସାଧାରଣ ଉପଭୋକ୍ତାଙ୍କୁ ବାଧୁଥିବାରୁ ବନ୍ଦକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ପିସିସି ସଭାପତି । ଆଉ ୬ ଘଂଟାର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ବିଜେଡି ମଧ୍ୟ ଏହାକୁ ସାଧାରଣ ଲୋକଙ୍କ ସମସ୍ୟା କହି ବନ୍ଦର ପ୍ରଭାବ କେନ୍ଦ୍ର ଉପରେ ପଡିବ ବୋଲି ଆଶାବ୍ୟକ୍ତ କରିଛି । ସେପଟେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ହୋଇଥିବାରୁ ନଜର ହଟାଇବାକୁ ଆନ୍ଦୋଳନ କରୁଥିବା କହିଛି ବିଜେପି ।

ଏହାରି ଭିତରେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ । ଜଣେ କଳାକାର ଶଗଡ ଉପରେ ଛିଡା ହୋଇ ମୋଦିଙ୍କ ବେଶରେ ଅଭିନୟ ମାଧ୍ୟମରେ ସମାଲୋଚନା କରିଥିଲେ । କଂଗ୍ରେସ ନେତା, କର୍ମୀ ମାନେ ଶଗଡ ଗାଡିରେ ରାଲି କରି ତେଲ ଦର ଓ ରୋଷେଇ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି ।

from Kanak News
via <a href="https://ifttt.com/?

ଓଡିଶା ବନ୍ଦରେ କଂଗ୍ରେସ କର୍ମୀଙ୍କ ଅରାଜକତା । ଅଟୋ ଚାଳକଙ୍କୁ କଲେ ମାରପିଟ୍, ଟ୍ରାଫିକ୍ ପୋଷ୍ଟରେ ଉପରେ ଚଢି କଲେ ପ୍ରତିବାଦ ।

କନକ ବ୍ୟୁରୋ: କଂଗ୍ରେସର ଏହି ବନ୍ଦ କାହା ପାଇଁ? ଏହା କ’ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ? ଆନ୍ଦୋଳନ ନାଁରେ ଅତ୍ୟାଚାର ପାଇଁ କିଏ ଦେଲା ଅନୁମତି? ପେଟ୍ରୋଲ ଦରକୁ ବିରୋଧ କରି ବାଇକ ରାଲି? ଆଜି ବନ୍ଦ ପାଳନ ବେଳେ ଦେଖିଥିବା ଦୃଶ୍ୟରୁ ଉଠିଥିଲା ଏଭଳି କିଛି ପ୍ରଶ୍ନ । କଂଗ୍ରେସର ପ୍ରତିବାଦ ସମୟରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଥିଲେ । ବନ୍ଦ ଘୋଷଣା ସତ୍ୱେ କାହିଁକି ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଉଛି ବୋଲି ପ୍ରଶ୍ନ କରିଥିଲେ ପ୍ରତିବାଦକାରୀ ।

ପ୍ରତିବାଦକାରୀଙ୍କ ଏହା ଦାଦାଗିରି ନୁହେଁ କି?
ନେତାଙ୍କ ନିର୍ଦ୍ଦେଶରେ ଚାଲିଛି ଏହି ଅରାଜକତା?

ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଅଂଚଳରେ ସକାଳୁ ସକାଳୁ ଗ୍ରାହକଙ୍କ ଅପେକ୍ଷାରେ ଖୋଲିଥିବା ଏକ ଜଳଖିଆ ହୋଟେଲ ଉପରେ ପଡ଼ିଥିଲା କଂଗ୍ରେସ କର୍ମୀଙ୍କ ନଜର । ପିକେଟିଂ କରୁଥିବା ଆନ୍ଦୋଳନକାରୀମାନେ ଝୁମ୍ପୁଡ଼ି ହୋଟେଲରେ ପଶି, ହୋଟେଲ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଏପଟେ ରାସ୍ତାକଡ଼ରେ ଛୋଟିଆ ଠେଲାଟିଏ କରି ପାଉରୁଟି ଓ ପାନ ପୁଡ଼ିଆ ବିକ୍ରି କରୁଥିବା ଜଣେ ବୃଦ୍ଧା ମହିଳାଙ୍କୁ ଠେଲା ବନ୍ଦ କରିବାକୁ କହିଥିଲେ କଂଗ୍ରେସ କର୍ମୀ । ବୃଦ୍ଧା ଜଣକ ଯେତେ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିବା ମୁଡରେ ନଥିଲେ । ଶେଷରେ ବୃଦ୍ଧା ଜଣକ ବାଧ୍ୟ ହୋଇ ଠେଲା ଦୋକାନକୁ ବନ୍ଦ କରିଥିଲେ ।

ଏହାସହ ଛାତ୍ର ଓ ଯୁବକ କଂଗ୍ରେସ କର୍ମୀ ମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢି ପ୍ରତିବାଦ କରିଥିଲେ । ଟ୍ରାଫିକ ପୋଷ୍ଟ ଉପରୁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା କଂଗ୍ରେସ ଓଡିଶା ବନ୍ଦ କରିଥିବା ବେଳେ ବାଇକରେ ରାଲି କରିବା ଚର୍ଚ୍ଚା ସୃଷ୍ଟି କରିଛି । ତେଲ ଦର ପାଇଁ ପ୍ରତିବାଦ ହେଉଥିବା ବେଳେ ସଂଖ୍ୟାଧିକ ବାଇକ୍ରେ ତେଲ ପୋଡ଼ି ଛାତ୍ର କଂଗ୍ରେସର ସଦସ୍ୟମାନେ ରାଲି କରିଛନ୍ତି ।

୬ ଘଂଟାର ଏହି ବନ୍ଦ ଫଳରେ ରାଜରାସ୍ତାରେ ଅଟକି ରହିଥିଲା ଶହଶହ ଗାଡି ମୋଟର । ପ୍ରତିବାଦ ସମୟରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଟାୟର ଜାଳିଥିଲେ । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଦୀର୍ଘ ସମୟ ଧରି ବସଷ୍ଟାଣ୍ଡରେ ଅଟକି ରହିଥିଲେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ବିମାନରେ ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ପହଂଚିଥିବା ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିବା ବେଳେ ବିମାନବନ୍ଦରକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ପ୍ରଭାବିତ ହୋଇଥିଲା ।

from Kanak News
via <a href="https://ifttt.com/?

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ୨ ଗୁଣା ହେବ । ୧୦ ଜିଲ୍ଲାରେ ଖୋଲିବ ଡବ୍ଲୁଓଡିସି କାର୍ଯ୍ୟାଳୟ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକ ଯୁବତୀ ମାନଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ।

ଏହାସହିତ ପଶ୍ଚିମ ଓଡିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡିଏ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍‌ ସମୟରେ ଶେଷ କରିବା ପାଇଁ ଡବ୍ଲୁଓଡିସି ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଜୁ ଏକ୍‌ସପ୍ରେସ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ବୃହତ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଦ୍ବାରା ପଶ୍ଚିମ ଓଡିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

କମିଲା ସୁନା ଦର, ବଢିଲା ରୂପା ଦର । ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପାର କିଲୋ ପ୍ରତି ୧,୦୦୦ ଟଙ୍କା ବୃଦ୍ଧି 

କନକ ବ୍ୟୁରୋ : ସୁନାର ଦରରେ ଆଜି ହ୍ରାସ ଘଟିଥିବା ବେଳେ ରୂପାର ଦରରେ ଆଜି ମୂଲ୍ୟବୃଦ୍ଧି ଘଟିଛି। ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇ ଯାଇଥିବା ରୂପାର କିଲେ ପ୍ରତି ମୂଲ୍ୟରେ ୧,୦୦୦ ଟଙ୍କା ବୃଦ୍ଧି ଘଟିଛି।

ଇଣ୍ଡିଆ ବୁଲିଅନ୍‌ ଏବଂ ଜୁଏଲର୍ସ ଆସୋସିଏସନ୍‌ ଲିମିଟେଡ୍‌ (ଆଇବିଜେଏ) ଅନୁଯାୟୀ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨୦୦ରୁ ଅଧିକ ହ୍ରାସ ପାଇଛି, ଫେବ୍ରୁଆରି ୧୨, ୨୦୨୧ରେ ୧୦ ଗ୍ରାମ ପ୍ରତି ଦର ୪୭,୫୨୮ ରହିଥିବା ବେଳେ ଫେବ୍ରୁଆରି ୧୫ରେ ଏହା ୪୭,୩୩୨ ଟଙ୍କାକୁ ହ୍ରାସ ପାଇଛ। ଆଇବିଜେର ତଥ୍ୟ ଅନୁଯାୟୀ ୨୨ କ୍ୟାରେଟ୍‌ ସୁନା ଦର ୧ ଗ୍ରାମ ପିଛା ୪,୫୭୨ ଟଙ୍କା ଏବଂ ୧୮ କ୍ୟାରେଟ୍‌ ସୁନା ୧ ଗ୍ରାମ ପିଛା ୩,୭୮୭ ଟଙ୍କା ରହିଛି।

ଶୁକ୍ରବାର ଦିନ ବ୍ୟବସାୟ ଆରମ୍ଭ ବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୫୨୮ ଟଙ୍କା ରହିଥିବା ବେଳେ ବ୍ୟବସାୟ ବନ୍ଦ ବେଳକୁ ସୁୁନା ୧୦ ଗ୍ରାମ ପିଛା ୪୭,୩୮୬ ଟଙ୍କା ହୋଇ ଯାଇଥିଲା। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ) ପ୍ଲାଟଫର୍ମରେ ଅପରାହ୍ନ ୨.୫୭ ରେ ସୁନା ୦.୧୦ ପ୍ରତିଶତ ହ୍ରାସ ପାଇଯିବା ପରେ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୪୭,୨୭୨ ହୋଇ ଯାଇଥିଲା।

ଏହି ସମୟରେ, ଶୁକ୍ରବାର ୧ କିଲୋଗ୍ରାମ ରୂପାର ମୂଲ୍ୟ ୬୮,୪୦୫ ଥିବା ବେଳେ ଆଜି ସେଥିରେ ବୃଦ୍ଧି ଘଟି ୧ କିଲୋଗ୍ରାମ ରୂପାର ଦର ୬୯,୪୨୬ ଟଙ୍କାକୁ ବୃଦ୍ଧି ପାଇଛି।

ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ବହୁତ ଅସ୍ଥିର ଥିଲା ଆସନ୍ତା ସପ୍ତାହରେ ମଧ୍ୟ ସୁନା ଦର ଅସ୍ଥିର ରହିବ ବୋଲି ବଜାର ବିଶେଷଜ୍ଞମାନେ ଆଶା କରୁଛନ୍ତି। ଏହା ମୁଖ୍ୟତଃ ଡଲାରର ମୂଲ୍ୟରେ ଅବନତି ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାରଣଗୁଡିକ ପାଇଁ ଘଟିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।

from Kanak News
via <a href="https://ifttt.com/?

କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲା । ଖାରଜ କଲେ ହାଇକୋର୍ଟ

କନକ ବ୍ୟୁରୋ : କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ବର୍ତ୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ରଖିଥିଲେ । ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ ବୋଲି ଆବେନକାରୀ ଦର୍ଶାଇଥିଲେ ଥିଲେ ।

ଗତ ଫେବୃଆରୀ ୨ ତାରଖରେ ବସ ଟର୍ମିନାଲ ନିର୍ମାଣ କାର୍ୟ୍ୟରେ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ବସ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ । ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି ବୋଲି କୁହାଯାଇଥିଲା । ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା ।

କଟକର ଖାନନଗର ଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ସରିଛି । ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started