ଶଯ୍ୟାଶାୟୀ ହୋଇ ପିଲାଙ୍କର ଗଢୁଛନ୍ତି ଜୀବନ । ଦୀର୍ଘ ୨୦ ବର୍ଷ ଧରି ବୁଣୁଛନ୍ତି ଶିକ୍ଷାର ଆଲୋକ । ହେଲେ ଏବେ ବି ସରକାରୀ ଯୋଜନାଠୁ ଦୂରରେ ସପନ ରାୟ ।

କନକ ବ୍ୟୁରୋ: ବିଛଣାରୁ ଭବିଷ୍ୟତ ଗଢା । ଆମେ କହୁଛୁ ଏମିତି ଜଣେ ଶିକ୍ଷକଙ୍କ କଥା, ଯିଏ ୨୦ ବର୍ଷ ଧରି ବିଛଣାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଚାଳ ଛପର ତଳେ ଶଯ୍ୟାଶାୟୀ ହୋଇ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ନିଜ ଜୀବନ ସିନା ଏହି କୁଡିଆ ଭିତରେ ସୀମତ ହୋଇଯାଇଛି, କିନ୍ତୁ ଛୋଟଛୋଟ ପିଲାଙ୍କୁ ଦୁନିଆରେ ଆଗକୁ ବଢିବା ପାଇଁ ବୁଣୁଛନ୍ତି ଶିକ୍ଷାର ଆଲୋକ । ତେବେ ବିଡମ୍ବନା ରାଜ୍ୟ ସରକାରଙ୍କ ତମାମ ଯୋଜନା ସେହି ଶିକ୍ଷକଙ୍କ ନିକଟରେ ପହଂଚି ପାରିନାହିଁ ।

ଦଦରା ଘରେ ୪ ଫୁଟର ଛୋଟିଆ ଖଟ ଉପରେ ଶୋଇ, ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଆଲୋକ ବୁଣୁଛନ୍ତି ଜଣେ ଶିକ୍ଷକ । ବିଛଣାରୁ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ମାଲକାନଗିିରି କାଲିମେଳା ବ୍ଲକ ଏମଭି ୧୧୪ ଗାଁର ସପନ ରାୟ । ୨୦ ବର୍ଷ ଧରି ଶଯ୍ୟାଶାୟୀ ସପନ । ଦଶମରେ ପାଠପଢୁ ଥିବା ବେଳେ ଏକ ଦୁର୍ଘଟଣାର ଶିକାର ହେବାରୁ ଅଚଳ ହୋଇଯାଇଛି ମେରୁଦଣ୍ଡ । ଅଂଟା ଭାଙ୍ଗିଯିବାରୁ ଆଉ ବିଛଣାରୁ ଉଠି ପାରୁନାହାନ୍ତି । କିନ୍ତୁ ଜୀବନ ଯୁଦ୍ଧରେ ହାରମାନି ନାହାନ୍ତି ଏହି ଶିକ୍ଷିତ ଯୁବକ । ନିଜେ ପାଠ ପଢି ଚାକିରିଟିଏ କରିବାକୁ ଲକ୍ଷ୍ୟ ସିନା ପୂରଣ ହେଲାନି କିନ୍ତୁ ଗାଁ ପିଲାଙ୍କୁ ପାଠ ପଢାଇ ନିଜର ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଜାରି ରଖିଛନ୍ତି ଶିକ୍ଷାଦାନ ।

ପେଟର ଭୋକ ମେଂଟାଇବାକୁ ପିଲା ଦିନେ ମାଆଙ୍କ ସହ ପଥର ଫଟେଇବାକୁ ଯାଇଥିଲେ ସପନ । ଆଉ ପଥର ଅତଡା ଖସିବାରୁ ମାଟି ତଳେ ଚାପି ହୋଇଯାଇଥିଲେ ସପନ । ଆଉ ସେହି ପଥର ଅତଡା ତଳେ ଚାପି ହୋଇଗଲା ସପନଙ୍କ ସ୍ୱପ୍ନ । ପଥର ତଳେ ଚାପି ହୋଇଯିବାରୁ ଅଚଳ ହୋଇଗଲା ମେରୁଦଣ୍ଡ, ଅଭାବୀ ପରିବାରରେ ଜନ୍ମ ହୋଇଥିବାରୁ ଅଧାରେ ଅଟକିଗଲା ଚିକିତ୍ସା ଆଉ ଅଟକିଗଲା ତାଙ୍କ ଜୀବନ । ଅସହାୟ ଅବସ୍ଥାରେ ଏଇ କୁଡିଆରୁ କୁନି କୁନି ପିଲାଙ୍କୁ ପାଠ ପଢାଉଥିବା ସପନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ । କାରଣ ତାଙ୍କର ଆଧାର କାର୍ଡ ହୋଇ ପାରିନାହିଁ । ଆଧାର କାର୍ଡ ନଥିବାରୁ ନା ସ୍ୱାସ୍ଥ୍ୟ ଯୋଜନାର ସୁଫଳ ମିଳୁଛି, ନା ଭତ୍ତା କି ଆବାସ ଯୋଜନାରେ ଘରଟିଏ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନାନା ଲୋକାଭିମୁଖୀ ଯୋଜନା ରହିଛି ସତ । ତେବେ ସପନଙ୍କ ଭଳି ବ୍ୟକ୍ତିଙ୍କ ଉପରେ ବୋଧେ ନଜର ପକାଇ ପାରୁନାହାନ୍ତି ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ପ୍ରଶାସନିକ ବାବୁମାନେ ।

from Kanak News
via <a href="https://ifttt.com/?

ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତ୍ତି ନେଇ ସାଂସଦ ଅପରାଜିତାଙ୍କ ପ୍ରେସମିଟ । ରାଜ୍ୟ ସରକାଙ୍କୁ ପଚାରିଲେ ୫ ପ୍ରଶ୍ନ

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ବାଇ-ଲକୁ ନେଇ ହେଉଥିବା ଅଭିଯୋଗର ଉତର ରଖିବା ସହ ରାଜ୍ୟ ସରକାର ପାଲଟା ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ।

କୀର୍ତିରାଜି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନାହିଁ । ଏଏସଆଈକୁ ରାଜ୍ୟ ସରକାର ସବିଶେଷ ରିପୋର୍ଟ ଦେଇନାହାନ୍ତି କାହିଁକି । ବାଇ-ଲ ନେଇ ରାଜ୍ୟ ସରକାର ପରାମର୍ଶ ଦେଇନାହାନ୍ତି । ଲିଙ୍ଗରାଜ-ଶ୍ରୀମନ୍ଦିର ବିକାଶ ରୂପରେଖ ପ୍ରସ୍ତୁତି ପାଇଁ କେଉଁ ଆର୍କିଓଲୋଜି ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ତା ବାବଦରେ ଜନସାଧାରଣଙ୍କୁ ଅବଗତ କରାଯାଉ । ସେହିଭଳି ପୁରୀର ଏମରଆର ଭାଙ୍ଗିବା ପୂର୍ବରୁ ତାର ଡିଟେଲ୍ ମ୍ୟାପିଂ କରାଯାଇଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

from Kanak News
via <a href="https://ifttt.com/?

ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା ।

କନକ ବ୍ୟୁରୋ: ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା । ୩ ଫୁଟ ୩ ଇଞ୍ଚର ପ୍ରେମକୁ ଆପଣାଇନେଲା ୫ ଫୁଟ ୨ ଇଞ୍ଚର ପ୍ରେମିକା । ସାମ୍ନାକୁ ଆସିଲା ସୋର ସିମୁଳିଆ ଅଞ୍ଚଳର ତାପସ, ସଂଯୁକ୍ତାଙ୍କ ପ୍ରେମକାହାଣୀ…

ମୋ ଆଖିର ଆଇନା ତୁ, ମୋ ମନର ମଇନା ତୁ… ତୁ ବି ମୋ ଦିଲର ଧଡକନ । ତୋତେ ଦେଖି ଦେଖି ବିତିଯାଉ ଦିନ ତୁ ଆଜିଠାରୁ ସାଜିଲୁ ଜୀବନ । ପ୍ରେମର ପର୍ବତ ଚଢି ଏବେ ହୃଦୟର ହିମାଳୟରେ ନୂଆ ନୂଆ ସଂସାର କରିଥିବା ଏ ପ୍ରେମୀ ଯୁଗଳଙ୍କ ପ୍ରେମକାହାଣୀ ଟିକେ ନିଆରା । ଏଠି ହୃଦୟ ଦେଖିନି ହାଇଟ୍, ଆକର୍ଷଣ ଦେଖିନି ଉଚ୍ଚତା । ଆତ୍ମୀୟତା ଆଗରେ ଏଠି ହାରମାନିଛି ଶରୀରର ଉଚ୍ଚତା । ଆଉ ସମାଜର ସବୁ ବାଧାବିଘ୍ନ ଭିତରେ ଏକାଠି ହୋଇଛନ୍ତି ତାପସ ଓ ସଂଯୁକ୍ତା ।

୩ ଫୁଟ ୩ ଇଞ୍ଚର ପ୍ରେମକୁ ଆପଣାଇନେଲା ୫ ଫୁଟ ୨ ଇଞ୍ଚର ପ୍ରେମିକା । ଆଜ୍ଞା ହଁ, ଏ ବର କନ୍ୟାଙ୍କ ଉଚ୍ଚତା ଏମିତି । ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଉଚ୍ଚତାରେ କମ ଥିଲେ ବି ଏମାନଙ୍କ ପ୍ରେମ କିନ୍ତୁ ଏଭରେଷ୍ଟଠୁ ବି ଉଚ୍ଚ । ରଙ୍ଗ ନମ୍ବରରେ ପ୍ରେମ ପରେ ବାହା ହୋଇ ଦୁହେଁ ଦୁହିଁଙ୍କ ହାତ ନ ଛାଡିବାର ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ୱର ସିମୁଳିଆ ବ୍ଲକ କୁଣ୍ଡି ଗାଁର ତାପସ ରାଉତଙ୍କ ଉଚ୍ଚତା କମ ହୋଇଥିବା ବେଳେ ହୋଇଥିବା ରଙ୍ଗ ନମ୍ବରରେ ବାହାନଗାର ସଂଯୁକ୍ତାଙ୍କୁ ପ୍ରେମ କରି ବସିଥିଲେ । କେବେ ବି ଦୁହେଁ ଦୁହିଁଙ୍କୁ କେବେ ଦେଖିନଥିବା ବେଳେ ନିଜ ପ୍ରେମକୁ ସ୍ୱୀକୃତି ଦେବାକୁ ଆଗେଇ ଆସିଥିଲେ । ଦୁହେଁ ଭିନ୍ନ ଜାତି ହୋଇଥିଲେ ବି ଭିନ୍ନତା ଭିତରେ ଦୁହେଁ ଦୁହିଁଙ୍କୁ ନିଜର କରିଥିଲେ । ଆଉ ଗତ ୧୨ ତାରିଖ ହଗ ଡେରେ ହିଁ ହୃଦୟ ଦିଆନିଆ ପରେ ହାତଗଣ୍ଠି ପଡିଥିଲା । ଶିବ ମନ୍ଦିରରେ ବିବାହ କରିବା ପରେ ବେଶ ଖୁସିରେ ଅଛନ୍ତି ତାପସ ସଂଯୁକ୍ତା । ତେବେ ସମାଜ ଯେଉଁଠି ଏମିତି ଉଚ୍ଚନିଚ୍ଚକୁ ଆଡ ଆଖିରେ ଦେଖେନି ସେଠି ନିଜ ପ୍ରେମ ପାଇଁ ଏମାନେ କରିଥିବା ତ୍ୟାଗକୁ ମନେ ରଖିବ ଦୁନିଆ ।

from Kanak News
via <a href="https://ifttt.com/?

ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଦେଶର ସୈନ୍ୟବାହିନୀକୁ ଶକ୍ତି ଯୋଗାଇବାକୁ ସେନାରେ ସାମିଲ ହେଲା ‘ଅର୍ଜୁନ’ ଟ୍ୟାଙ୍କ 

କନକ ବ୍ୟୁରୋ : ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଏଣିକି ଶତ୍ରୁ ଦେଶକୁ କଡା ଜବାବ ଦେବ ଭାରତ । ଦେଶ ଉପରେ ଆକ୍ରମଣ କଲେ ଆଉ ଚୁପ ବସିବନି ଭାରତ । କାରଣ ଦେଶର ସୈନବାହିନୀକୁ ଶକ୍ତି ଯୋଗାଇବାକୁ ଆସି ଯାଇଛି ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ ଏମକେ-୧ଏ । ଶତ୍ରୁ ଦେଶକୁ ମାତ ଦେବାକୁ ସେନାରେ ସାମିଲ ହୋଇଛି ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ୟାଙ୍କ ।

ଅର୍ଜୁନ ଟ୍ୟାଙ୍କର ବ୍ୟବହାର ଭାରତୀୟ ସେନା ଅନେକ ବର୍ଷ ହେବ କରି ଆସୁଛି । ହେଲେ ଏବେ ସେନାରେ ସାମିଲ ହୋଇଛି ଏହାର ଅପଗ୍ରେଡ ଭର୍ଜନ । ଏଭଳି ଟ୍ୟାଙ୍କ ସେନାରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଡିଆରଡିଓ ସେନାର ଏହି ଦାବିକୁ ପୂରଣ କରିବାକୁ ଯାଇ ତିଆରି କରିଛି ଏହି ହଣ୍ଟର କିଲର ଟ୍ୟାଙ୍କ ।

ପୁରୁଣା ଅର୍ଜୁନ ଟ୍ୟାଙ୍କ ତୁଳନାରେ ଏହି ଟ୍ୟାଙ୍କରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଏମକେ-୧ଏ ଅର୍ଜୁନ ଟ୍ୟାଙ୍କରେ ପ୍ରଖର ଲକ୍ଷ୍ୟ ଭେଦ କରିବାର ଶକ୍ତି ରହିଛି । ଏହାସହ ଶତ୍ରୁଠାରୁ ନିଜକୁ ରକ୍ଷା କରିବାର କବଚ ମଧ୍ୟ ରହିଛି ଏହି ଟ୍ୟାଙ୍କରେ । ଏଥିରେ ଫାୟାର ପାୱାରର ଶକ୍ତି ବଢାଯିବା ସହ ନୂଆ ଟେକ୍ନିକର ବ୍ୟବହାର ମଧ୍ୟ କରାଯାଇଛି । ଏହି ଟ୍ୟାଙ୍କର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହା ଯୁଦ୍ଧ କ୍ଷେତ୍ରରେ ଥିବା ସବୁ ପଥରକୁ ସଫା କରି ଆଗକୁ ବଢିଥାଏ । ଏହାସହ କେମିକାଲ ଆଟାକରୁ ବଞ୍ଚିବା ପାଇଁ ଏଥିରେ ସେନ୍ସର ମଧ୍ୟ ଲାଗିଛି । ତେଣୁ ଏହି ଟ୍ୟାଙ୍କ ଭାରତୀୟ ସେନାର ଏକ ବଡ ଶକ୍ତି ହେବ ବୋଲି କୁହାଯାଉଛି ।

ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସଫଳତା ଆଡକୁ ଆଉ ଏକ ପାଦ ବଢିଛି ଭାରତ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶୀ ଜ୍ଞାନ କୌଶଳରେ ଜିନିଷ ତିଆରି କରିବା ସହ ତାକୁ ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ୟାଙ୍କ ସେନାରେ ସାମିଲ ହେବା ଦେଶ ପାଇଁ ଏକ ବଡ ସଫଳତା ।

କିଛିଦିନ ପୂର୍ବରୁ ରକ୍ଷା ମନ୍ତ୍ରାଳୟ ୧୧୮ଟି ଉନ୍ନତ ଅର୍ଜୁନ ଏମକେ-୧ଏ ଟ୍ୟାଙ୍କ ସେନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ୮ ହଜାର ୪ ଶହ କୋଟି ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ ଡିଆରଡିଓ ଦ୍ୱାରା କରାଯାଇଛି । ଫେବୃଆରୀ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତରେ ଯାଇ ଏହି ଟ୍ୟାଙ୍କକୁ ସେନା ହାତରେ ଦେଇଛନ୍ତି ।

from Kanak News
via <a href="https://ifttt.com/?

ନିଖୋଜ ପୋଷ୍ଟର ନେଇ ଅପରାଜିତାଙ୍କ ଜବାବ । କହିଲେ ଯିଏ ପୋଷ୍ଟର ମାରିଛନ୍ତି ସେମାନେ ମୋ ଶୁଭେଚ୍ଛୁ । ବାଇ-ଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ।

କନକ ବ୍ୟୁରୋ: ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡଙ୍ଗୀ । ନିଖୋଜ ପୋଷ୍ଟର ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ । ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି ସଂସଦର ଅଧିବେଶନରେ ଭାଗ ନେବି. ଏଥର ଗଳିଗଳିରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ ।

ତେବେ ବାଇ-ଲ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ବାଇ-ଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବାଇ-ଲ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି । ବାଇ-ଲ କଥା ବୁଝିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ । ସମସ୍ତେ ହାତ ମିଶାଇ କାମ କଲେ ସମସ୍ୟାର ସମାଧାନ ହେବ । ମୁଁ ବିଜେପି କର୍ମୀ ଭାବେ ନୁହେଁ ସାଂସଦ ଭାବେ କହୁଛି ବୋଲି ଅପରାଜିତା କହିଛନ୍ତି ।

ଦେଶର କିର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ସଂସଦରେ ଆକ୍ଟ ଅଛି । ଏନଏମଏ ୱେବସାଇଟରେ ୫ଟି ଐତିହ୍ୟସ୍ଥଳୀର ବାଇ-ଲ ଅବଜେକ୍ସନ ମୋଡରେ ରହିଛି । ଲିଙ୍ଗରାଜ ମନ୍ଦିରର ଡ୍ରାଫ୍ଟ ବାଇ-ଲ ତିଆରି ହୋଇନି । ଯାହା ବି ହେଲା ଅଜ୍ଞାନତା, ଅପରିପକ୍ୱତା । ବାଇ-ଲରେ ୧୦୦ କି ୨୦୦ ମିଟରରେ ଲେଖାଯାଇନି ।

ସେପଟେ ବାଇ-ଲ ହେଲେ ପାଖାପାଖି ଅଞ୍ଚଳ ପ୍ରଭାବିତ ହେବ ବୋଲି ଚର୍ଚ୍ଚା ହେଉଛି । ଏ ନେଇ ମୁଁ ସେବାୟତଙ୍କ ସହ କଥା ହେବି । ହେରିଟେଜ ବାଇ-ଲ ହେଲେ ସୁବିଧା ହେବ । ଡ୍ରାଫ୍ଟ ବାଇ-ଲ ଫାଇନାଲ ନୁହେଁ ।ତେବେ ହେରିଟେଜ ବାଇ-ଲ ତିଆରି ବେଳେ କମ୍ପିଟେଣ୍ଟ ଅଥରିଟି କାମ କଲେ, ମାତ୍ର ତିଆରି ବେଳେ ରାଜ୍ୟ ସରକାର ଜାଣିଲେନି । ଏହା କେମିତି ସମ୍ଭବ ହେବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହା ଶାସନର ଅଜ୍ଞାନତା, ଅବା ଜାଣିଶୁଣି କରାଯାଇଛି । ଏଏସଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ୯ଟା ଚିଠି ଦିଆଯାଇଛି । ଏଯାଏଁ ଗୋଟିଏ ଚିଠିର ବି ଜବାବ ରାଜ୍ୟ ସରକାର ଦେଇ ନାହାନ୍ତି ବୋଲି ପ୍ରେସମିଟରେ କହିଛନ୍ତି ଅପରାଜିତା ।

from Kanak News
via <a href="https://ifttt.com/?

ଢେଉ ମାଡରେ ନଦୀ ବନ୍ଧରୁ ଖସୁଛି ଅତଡା । ନଦୀ ଗର୍ଭକୁ ଚାଲିଯାଉଛି ଚାଷଜମି ଓ ଲୁଣା ଜଙ୍ଗଲ । ଚିନ୍ତାରେ ମହାକାଳପଡାରୁ ନଈକୂଳିଆ ଗ୍ରାମବାସୀ ।

କନକ ବ୍ୟୁରୋ: କୂଳ ଖାଉଛି ମହାନଦୀ । ଆଉ ନଦୀ ଗର୍ଭରେ ଲୀନ ହୋଇଯାଉଛି ଜମିବାଡି ସାଙ୍ଗକୁ ହେକ୍ଟର ହେକ୍ଟର କାଜୁ ଜଙ୍ଗଲ । ନଦୀର ପ୍ରଖର ଶ୍ରୋତ ସହିତ ଜୁଆର ମାଡ ହୋଇ ଅତଡା ଖାଉଛି ଆଉ ଆଗକୁ ଆଗକୁ ମାଡିଚାଲିଛି ମହାନଦୀ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାହାକୁଦ, ବରଜ ବାହାକୁଦ ଏବଂ ପିତାପାଟ ଗାଁର ଲୋକଙ୍କ ନିଦ ହଜେଇ ଦେଇଛି ମହାନଦୀ । ନଦୀ ନାଳ ଘେରା ବ୍ଲକରେ ଏମିତି ଅନେକ ଗାଁ ନଦୀକୂଳରେ ରହିଛି । ବାହାକୁଦ ଗାଁ ନିକଟ ଦେଇ ବହିଯାଉଥିବା ମହାନଦୀ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଢେଉ ମାଡ କରି ନଦୀ କୂଳ ଖାଉଛି, ନିଜ ଗର୍ଭରେ ଚାଷଜମି ସହ ଲୋକଙ୍କ ଭିଟାମାଟିକୁ ଲୀନ କରି ଦେଉଛି । କେବଳ ଏତିକି ନୁହେଁ, ପ୍ରାକୃତିକ ଦୁର୍ବିପାକରୁ ଉପକୂଳକୁ ସରୁକ୍ଷା ଦେଉଥିବା ହେକ୍ଟର ହେକ୍ଟର ଲୁଣା ଜଙ୍ଗଲ ବି ନଦୀ ଗର୍ଭକୁ ଚାଲିଯାଉଛି ।

ମହାକାଳପଡା ବ୍ଲକ ରାମନଗର ଏବଂ ବତୀଘର ପଂଚାୟତରେ ବି ମହାନଦୀ କୂଳ ଖାଉଛି । ତଟବନ୍ଧ ବିଭାଗ ପକ୍ଷରୁ କୂଳ ଖାଉଥିବା ସ୍ଥାନଗୁଡିକରେ ପଥର ପ୍ୟାକିଂ ସହ ରକ୍ଷଣାବେକ୍ଷଣ କରାଯାଉଛି, ହେଲେ ନୂଆ ନୂଆ ସ୍ଥାନରେ ନଦୀ କୂଳ ଖାଉଥିବାରୁ ଚିନ୍ତା ବଢୁଛି । ବାହାକୁଦ ଫେରିଘାଟ ଠାରୁ ମହାନଦୀ ମୁହାଣ ଯାଏଁ ନଦୀ କୂଳ ଖାଉଥିବା ବେଳେ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ମହାନଦୀ କୂଳ ଖାଉଥିବା ସ୍ଥାନରେ ପ୍ରାୟ ୬୦୦ ମିଟରର ତଟ ବନ୍ଧ ନିର୍ମାଣ କରିବା ଯୋଜନା ରଖିଛି ତଟରକ୍ଷୀ ବିଭାଗ । ତେବେ ବିଭାଗୀୟ ଅଧିକାରୀ ଖୁବଶୀଘ୍ର ମହାନଦୀ କୂଳ ଖାଉଥିବା ସ୍ଥାନ ଗୁଡିକର ଚିହ୍ନଟ କରି ତ୍ୱରିତ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି ।

from Kanak News
via <a href="https://ifttt.com/?

ମୋ କିଡନୀ ନେଇ ବଞ୍ଚିବୁ ତୁ… ଭାଲେଣ୍ଟାଇନ ଡେ’ରେ ସ୍ୱାମୀ ଦେଲା ସ୍ତ୍ରୀକୁ ଅମୂଲ୍ୟ ଉପହାର । କିଡନୀ ଦାନ କରି ଜୀବନସାଥୀକୁ ନୂଆ ଜୀବନ ଦେଲେ ସ୍ୱାମୀ ।

କନକ ବ୍ୟୁରୋ : ପ୍ରେମଦିବସକୁ ପ୍ରୀତିଭରା କରିବାକୁ, ଭାଲେଣ୍ଟାଇନ ଡେକୁ ମନେରଖିବାକୁ କିଏ କେତେ କଣ କରୁଛି । କିଏ ନିଜ ଜୀବନ ସାଥୀକୁ ଦାମୀ ଉପହାର ଦେଉଛି ତ ଆଉ କିଏ ଅଜଣା ରାଇଜକୁ ବୁଲେଇ ନେଉଛି । ସବୁ ମୁହୂର୍ତ୍ତ, ପ୍ରତି ପଲକରେ କେମିତି ରୋମାଣ୍ଟିକପଣ ଭରି ଦେଇହେବ ସେଥିପାଇଁ ଭିନ୍ନଭିନ୍ନ ପ୍ଲାନ କରିଥାନ୍ତି ପ୍ରେମିକମାନେ । ହେଲେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଏହି ଦିନ ଏଭଳି ଏକ ଗିଫ୍ଟ ଦେଇଛନ୍ତି ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେନି । ଗୁଜୁରାଟର ବିନୋଦ ପଟେଲ ନାମକ ଜଣେ ବ୍ୟକ୍ତି ପ୍ରେମ ଦିବସରେ ଏଭଳି କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବ୍ୟକ୍ତି ଜଣକ ଫେବୃଆରୀ ୧୪ ଅର୍ଥାତ ଭାଲେଣ୍ଟାଇନ ଡେରେ ନିଜର ୨୩ ତମ ବିବାହ ବାର୍ଷିକି ପାଳନ କରିଥିଲେ । ଏହି ଅବସରରେ ନିଜ ପତ୍ନୀଙ୍କୁ ସେ କିଡନୀ ଦାନ କରିଥିଲେ ।

କିଡନୀ ଯନ୍ତ୍ରଣା ଯୋଗୁଁ ବିନୋଦଙ୍କ ପତ୍ନୀ ରିତା ପଟେଲ ଅନେକ ସମୟରେ ଛଟପଟ ହେଉଥିଲେ । ୨୦୧୭ରେ ବିନୋଦ ରିତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ଚେକଅପରେ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ରିତା ପଟେଲଙ୍କ ଦୁଇଟି ଯାକ କିଡନୀ ଫେଲ ହୋଇଯାଇଛି । ଏହାପରେ ଡାକ୍ତର ରିତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥିଲେ । କିଡନୀ ଡୋନରଙ୍କ ଅପେକ୍ଷା କରି ବର୍ଷ ପରେ ବର୍ଷ ବିତି ଚାଲିଥିଲା । ହେଲେ ରିତାଙ୍କୁ କିଡନୀ ଦେବା ପାଇଁ କୌଣସି ଡୋନର ମିଳିନଥିଲେ । ପତ୍ନୀଙ୍କ ଦୁଃଖ ଦେଖି ବିନୋଦ ମଧ୍ୟ ଭାଙ୍ଗି ପଡିଥିଲେ । କିଡନୀ ଡୋନର ମିଳିବା କାଳେ ଡେରି ହୋଇଯିବ ସେଥିପାଇଁ ନିଜ କିଡନୀ ଦେଇ ଜୀବନ ସାଥୀଙ୍କ ଜୀବନ ବଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ ବିନୋଦ ।

ଏନେଇ ବିନୋଦ କହିଛନ୍ତି, ଦୁଃଖ ହେଉ କି ସୁଖ ସବୁ ପରିସ୍ଥିତିରେ ମୋ ପତ୍ନୀ ମୋ ସହ ଛିଡା ହୋଇଛନ୍ତି । ସେ କଷ୍ଟରେ ଜୀବନ ବିତାଉ ମୁଁ କେବେ ଦେଖିପାରିବିନି । ସେଥିପାଇଁ ମୁଁ ତାଙ୍କୁ କିଡନୀ ଦେବାକୁ ନିଷ୍ପତ୍ତି ନେଲି । ସେ ପ୍ରଥମେ ରାଜି ହେଉନଥିଲା ହେଲେ ମୁଁ ଏବେ ତାଙ୍କୁ ବୁଝାଇ ସାରିଛି ।

୧୯୯୮ ମସିହା ଫେବୃଆରୀ ୧୩ ତାରିଖରେ ରିତା ପଟେଲଙ୍କୁ ବିବାହ କରିଥିଲେ ବିନୋଦ । ବିବାହର ଅନେକ ବର୍ଷ ପରେ ସେମାନଙ୍କ ଜୀବନକୁ ମାଡି ଆସିଥିଲା ଏହି ବିପଦ । ରିତାଙ୍କ କିଡୀନ ଫେଲ ହେବା ପରେ ତାଙ୍କ ସୁଖର ସଂସାର ଉପରେ ଘୋଡେଇ ହୋଇଯାଇଥିଲା କଳା ବାଦଲ । ହେଲେ ନିଜ ୨୩ ତମ ବିବାହ ବାର୍ଷିକୀରେ ବିନୋଦ ନିଜ କିଡନୀ ଦାନ କରି ପତ୍ନୀଙ୍କୁ ଦେଇଥିଲେ ଏହି ଅମୂଲ୍ୟ ଉପହାର । ଯେଉଁ ଉପହାର ବଦଳରେ ସେ ପାଇଛନ୍ତି ନିଜ ଜୀବନ ସାଥୀଙ୍କ ଜୀବନ ।

from Kanak News
via <a href="https://ifttt.com/?

ସ୍ୱାଧୀନତାର ସାତ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିନି ‘ହୁଏରୀ’ ଗାଁ । ଗଜପତି ଜିଲ୍ଲା ମୋହନା ବ୍ଲକରୁ ଆସିଲା ଆଦିବାସୀ ଲୋକଙ୍କ ଦୁଃଖର ଚିତ୍ର ।

କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶର ସ୍ୱାଦ ଚାଖିନାହାଁନ୍ତି ଗ୍ରାମବାସୀ । ଗାଁକୁ ଯିବାକୁ ପାଦଚଲା ରାସ୍ତାଟିଏ ବି ନଥିବା ହେତୁ ଅକଥନୀୟ ଦୁର୍ଦ୍ଦଶାରେ ପେସି ହେଉଛନ୍ତି ଲୋକେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୁଢ କୁଢ ପ୍ୟାକେଜ ଘୋଷଣା କରି ବିକାଶ କରିଆସିଥିବା ନେଇ ବାଃ.. ବାଃ.. ନେଉଛନ୍ତି ସରକାର । ହେଲେ ଦୀପ ତଳ ଅନ୍ଧାର ସଦୃଶ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ୟ୍ୟାଳୟ ଠାରୁ ଅତି ନିକଟରେ ଥିବା ହୁଏରୀ ଗାଁରେ ପାଦ ଥାପିପାରିନି ବିକାଶ ।

ଗଜପତି ଜିଲ୍ଲାର ମୋହନା ସହର ଉପକଣ୍ଠର ପାର୍ଶ୍ୱବର୍ତ୍ତୀ ପାହାଡି ଇଲାକାରେ ରହିଛି ବହୁ ପୁରାତନ ଗାଁ “ହୁଏରୀ”। ଗାଁରେ ୫୦ରୁ ଅଧିକ କୁଇ କନ୍ଧ ସଂପ୍ରଦାୟର ପରିବାର ଚାଷ ବାସ କରିଆସୁଥିବା ବେଳେ ଏହାର ଜନସଂଖ୍ୟା ତିନିଶହ। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ପାହାଡ ପର୍ବତ ଘେରା ପଥୁରିଆ ରାସ୍ତା ଦେଇ ଯାତାୟତ କରନ୍ତି ଲୋକେ । ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଥିବା ଏହି ଗ୍ରାମବାସୀ ନିଜ ଭାଗ୍ୟକୁ ଆଦୋରୀ ରହି ଆସୁଛନ୍ତି।

ମୋହନା ପଂଚାୟତର ୬ ନମ୍ବର ୱାର୍ଡରେ ଥିବା ଏହି ଗାଁକୁ ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପିଇବା ପାଣିର ସମସ୍ୟା ରହିଛି । ଗାଁକୁ ନଳକୂପ ଗାଡି ଆସିପାରୁନଥିବାରୁ ବିଲମାଳ ଲାଣ୍ଡିଆ କୂଅର ଗୋଳିଆ ପାଣି ଲୋକଙ୍କ ଭରସା ପାଲଟିଛି। ସ୍ୱାସ୍ଥ୍ୟ ବ୍ୟବସ୍ଥା କୌଣସି ସୁବିଧା ନଥିବା ହେତୁ ଚେରମୂଳ ଉପଚାର ଉପରେ ନିର୍ଭରଶୀଳ ଏବଂ ଜରୁରୀ କାଳୀନ ପରିସ୍ଥିତିରେ ପାହାଡିଆ ଦୁର୍ଗମ ରାସ୍ତାରେ ରୋଗୀକୁ କାନ୍ଧେଇ ମୋହନା ନେବାକୁ ପଡିଥାଏ। ବାର୍ଦ୍ଦକ୍ୟ ଭତ୍ତା ହେଉ ଅବା ଟଙ୍କାଖିଆ ଚାଉଳ ଆଣିବା ଲୋକଙ୍କ ପାଖରେ କଷ୍ଟସାଧ୍ୟ ହୋଇପଡୁଛି । ରାସ୍ତାଟିଏ ପାଇଁ ଦାବି ହେଉଥିବା ବେଳେ ଭୋଟ ବେଳେ ରାଜନେତାମାନେ କେବଳ ପ୍ରତିଶ୍ରୁତି ଦେଇ ଚୁପ ବସୁଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ବିବାଦ ବନ୍ଧନରେ ବାନ୍ଧି ହେଲେ ମାଓବାଦୀ । ୧୪ ମାଓ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଲା ପୋଲିସ ।

କନକ ବ୍ୟୁରୋ: ଲାଲଗଡରେ ଗୋଲାପି ମୋଡ । ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓବାଦୀ । ଆଉ ମାଓବାଦୀଙ୍କ ବାହାଘରେ ବରଯାତ୍ରୀ ସାଜିଲେ ଏସପି । ମାଲକାନଗିରି ସୀମାନ୍ତବର୍ତୀ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରୁ ଆସିଛି ଏଭଳି ଚିତ୍ର ।

ମାଓ ସଙ୍ଗଠନର କଠୋର ନୀତିକୁ ପଛରେ ପକାଇ ବିବାହ ବନ୍ଧନରେ ବାନ୍ଧି ହେଲେ ମାଓବାଦୀ । ଗୋଟିଏ ନୁହଁ କି ଦୁଇଟି ନୁହଁ । ୧୪ଟି ମାଓ ପ୍ରେମୀ ଯୁଗଳଙ୍କ ବାହାଘର କରାଇଛି ଛତିଶଗଡ ଦାନ୍ତେଓାଡା ପୁଲିସ । ୧୪ ତାରିଖ, ଭାଲେଟାଂଇନ୍ ଡେରେ ଏପରି ଏକ ଗଣ ବାହାଘରର ଆୟୋଜନ କରାଯାଇଥିଲା । ଏଥିରେ ବରଯାତ୍ରୀ ହୋଇ ଯୋଗ ଦେଇ ଥିଲେ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ, ଅନ୍ୟ ପୁଲିସ କର୍ମଚାରୀ ଓ ପ୍ରଶାସନିକ ବିଭାଗର ତମାମ ବଡ ବଡ ଅଧିକାରୀମାନେ ।

ଏହି ୧୪ ମାଓ ପ୍ରେମୀ ଯୁଗଳଙ୍କ ମଧ୍ୟ ରେ ଏମିତି ଅନେକ ବର କନ୍ୟା ରହିଛନ୍ତି, ଯେଉଁମାନେ ସଙ୍ଗଠନରେ ଥାଇ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ସଙ୍ଗଠନର କଟକଣା ଯୋଗୁ ବାହା ହୋଇପାରୁନଥିଲେ । ତେବେ ଛତିଶଗଡ ସରକାରଙ୍କ ଘର ବାହୁଡା ଯୋଜନାରେ ସାମିଲ ହୋଇ ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ବେଳେ ସେମାନଙ୍କୁ ଥଇଥାନ କରୁଛନ୍ତି ସରକାର । ଆଉ ଯେଉଁମାନେ ବାହା ହେବାକୁ ଚାହୁଁଛନ୍ତି ସେମାନଙ୍କର ବାହାଘର ବି କରାଉଛି ପୁଲିସ । ଆଗକୁ ଏପରି ଆୟୋଜନ ଯୋଗୁଁ ଜଙ୍ଗଲରେ ଥିବା ମାଓବାଦୀମାନେ ସମାଜର ମୁଖ୍ୟ ଧାରାକୁ ଫେରିବେ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରଙ୍ଗରୁଟରେ ଆସୁଥିବା ବେଳେ ଚଢିଗଲା ଭ୍ୟାନ, ୨ ଭଉଣୀ ମୃତ 

କନକ ବ୍ୟୁରୋ : ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରଙ୍ଗରୁଟରେ ଆସୁଥିବା ବେଳେ ୨ ଜଣ ନାବାଳିକାଙ୍କ ଉପରେ ଭ୍ୟାନ ଚଢିଯାଇଛି । ବାଜିଚୌକ ଫ୍ଲାଏ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ଆହତ ହୋଇଛି । ଆହତ ନାବାଳିକାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମୃତ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ହେବ । ଉଭୟ ନାବାଳିକା ୨ ଭଉଣୀ ବୋଲି ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ପରେ ଭ୍ୟାନ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started