ଭିତରକନିକା ପ୍ରବେଶ ପଥରେ ଅଛି ସରକାରୀ ଠିପି ବନ୍ଦ ମଦ ଦୋକାନ । ମଦ ପିଇ ପର୍ଯ୍ୟଟନସ୍ଥଳୀରେ ଉତ୍ପାତ କରୁଛନ୍ତି ଅସାମାଜିକ ବ୍ୟକ୍ତି, ପ୍ରଭାବିତ ହେଉଛନ୍ତି ପର୍ଯ୍ୟଟକ ।

କନକ ବ୍ୟୁରୋ : ଜାତୀୟ ଉଦ୍ୟାନ ଭିତରକନିକାର ପ୍ରବେଶ ପଥ ଓ ମା’ ଜୟଦୁର୍ଗାଙ୍କ ପୀଠ ନିକଟରେ ରହିଛି ସରକାରୀ ଠିପି ବନ୍ଦ ମଦ ଦୋକାନ । ସବୁଠୁ ବଡକଥା ହେଉଛି ସରକାରୀ ଜମିରେ ରହିଛି ଏହି ମଦ ଦୋକାନ । ଆଉ ମଦ ଦୋକାନ ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ମଦ ଦୋକାନ ଉଚ୍ଛେଦ ପାଇଁ ପ୍ରାୟ ବର୍ଷେ ତଳୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜନଗର ଡିଏଫଓ । ତେବେ ଏହାରି ଭିତରେ ଜିଲ୍ଲାପାଳଙ୍କ ବଦଳି ହୋଇସାରିଛି, କିନ୍ତୁ ଏ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ଏହାକୁ ନେଇ ଆଗାମୀ ଦିନରେ ଡାଙ୍ଗମାଳ ପଞ୍ଚାୟତରେ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାର ଆଶଙ୍କା କରାଯାଉଛି ।

ସ୍କୁଲ, ମନ୍ଦିର ନିକଟରେ ମଦ ଦୋକାନ ଖୋଲି ପାରିବ ନାହିଁ । କିନ୍ତୁ କେନ୍ଦ୍ରାପଡା ରାଜନଗର ବ୍ଲକ ଡାଙ୍ଗମାଳରେ ସବୁ ଆଇନକୁ ଫୁ କରି ଖୋଲାଯାଇଛି ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନ । ପର୍ଯ୍ୟଟନସ୍ଥଳୀ ଭିତରକନିକାର ୧୦ ଫୁଟ ଦୂର ଓ ଉପକୂଳରେ ଥିବା ମା’ ଜୟଦୁର୍ଗାଙ୍କ ମନ୍ଦିର ଠାରୁ ମାତ୍ର ୫୦ ଫୁଟ ଦୂରରେ ରହିଛି ଏହି ଦୋକାନ । ଆଉ ଏଇଠୁ ମଦ ପିଇ ଭିତରକନିକା ଭିତରେ ପ୍ରବେଶ କରି ଉତ୍ପାତ୍ କରୁଛନ୍ତି କିଛି ଆସାମାଜିକ ବ୍ୟକ୍ତି । ଯାହା ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ କରୁଛି ।

ମଦ୍ୟପ ବ୍ୟକ୍ତି, ପର୍ଯ୍ୟଟକଙ୍କୁ ଅଶ୍ଲିଳ ଇଙ୍ଗିତ କରିବା ସହ ଉଦ୍ୟାନ ଭିତରେ ହୋହହ୍ଲା ଓ ପାଟିତୁଣ୍ଡ କରିଥାନ୍ତି । ଭିତରକନିକାରେ ମଦ୍ୟପଙ୍କ ପ୍ରଭାବ ଅସହ୍ୟ ହେବାରୁ ମଦ ଦୋକାନକୁ ଉଚ୍ଛେଦ କରିବା ପାଇଁ ରାଜନଗର ଡିଏଫଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି । ସେ ପ୍ରାୟ ବର୍ଷେ ତଳୁ ଚିଠି ଲେଖିଥିବା ବେଳେ ତତ୍କାଳୀନ ଜିଲ୍ଲାପାଳଙ୍କ ବଦଳି ହୋଇସାରିଛି, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାସହ ଡାଙ୍ଗମାଳ ଠାରେ ଆୟୋଜିତ କେନ୍ଦ୍ରାପଡା ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଭିତରକନିକା ନିକଟରେ ଠିପି ବନ୍ଦ ମଦ ଦୋକାନକୁ ଉଚ୍ଛେଦ କରିବାକୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମତ ରଖିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ବିଦେଶୀ ଠିପି ବନ୍ଦ ମଦ ଦୋକାନଟି ଏକ ବ୍ୟକ୍ତିଗତ ଜାଗାରେ ଖୋଲା ଯାଇଥିବା ଅବକାରୀ ବିଭାଗକୁ ଦର୍ଶାଯାଇଛି । ମାତ୍ର ସରକାରୀ ରେକର୍ଡ କହୁଛି, ଏହା ଶ୍ରୀ ରାଧାଗୋବିନ୍ଦ ହାଟ ମାର୍ଫତ ହାଟ ପରିଚାଳନା କମିଟି ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ଡିଙ୍ଗାଲଙ୍କ ନାଁରେ ଥିବା ଠାକୁର ଜମିରେ ହୋଇଛି । ଆଉ ସମ୍ପୂର୍ଣ୍ଣ ବେଆଇନ ଭାବରେ କରାଯାଇଥିବା ଏହି ବିଦେଶୀ ମଦ ଦୋକାନକୁ ଉଚ୍ଛେଦ ପାଇଁ କାହିଁକି ଅବକାରୀ ବିଭାଗ ଚୁପ ବସିଛି, ତାହା ଜଣାପଡୁନାହିଁ ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଇଂନିସରେ ଅଶ୍ୱିନଙ୍କ ଦମଦାର ଶତକ । ଇଂଲଣ୍ଡକୁ ବିଜୟ ଲକ୍ଷ୍ୟ ୪୮୨ ।

କନକ ବ୍ୟୁରୋ: ଚେନ୍ନାଇ ଟେଷ୍ଟରେ ଚମକିଲେ ଅଶ୍ୱିନ । ବୋଲିଂ ପରେ ବ୍ୟାଟିଂରେ କଲେ କମାଲ । ବ୍ରିଟିଶ ବୋଲିଂକୁ ଖାତିର ନକରି ଆଜି ଚେନ୍ନାଇ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଏଥିସହିତ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ୨୮୬ ରନରେ ଅଲଆଉଟ୍ ହେବା ସହିତ ଇଂଲଣ୍ଡ ଦଳକୁ ବିଜୟ ପାଇଁ ୪୮୨ ରନର ଟାର୍ଗେଟ ଦେଇଛି ।

ସୋମବାର ଅଶ୍ୱିନଙ୍କ ଦମଦାର ୧୦୬ ରନର ଇଂନିସ ବଳରେ ଭାରତୀୟ ଦଳ ଦ୍ୱିତୀୟ ଇଂନିସରେ ୨୮୬ ରନ କରିପାରିଛି । ଅଧିନାୟକ ବିରାଟ କୋହଲି ଏଥିରେ ୬୨ ରନର ଉପଯାଗୀ ଇଂନିସ ଖେଳିଥିଲେ । ଯାହା ଫଳରେ ଟିମ୍ ଇଣ୍ଡିଆ, ବ୍ରିଟିଶ ଦଳକୁ ଏହି ବଡ ଟାର୍ଗେଟ ଦେଇପାରିଛି । ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲିଚ୍ ଓ ମୋଇନ୍ ଅଲ୍ଲୀ ପ୍ରତ୍ୟେକ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତ ପ୍ରଥମ ଇଂନିସରେ ୩୨୯ ରନ କରିଥିଲା । ଏହାପରେ ଇଂଲଣ୍ଡ କିନ୍ତୁ ମାତ୍ର ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଏବେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୪୮୨ ରନର ଲକ୍ଷ୍ୟ ପୂରଣ କରିବାକୁ ହେବ । ସୂଚନାଯୋଗ୍ୟ ଯେ, ପ୍ରଥମ ଟେଷ୍ଟକୁ ଜିତି ଏହି ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ଅଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରର ଆଜାଦ ନଗରରେ ଚାଲିଥିଲା କଙ୍ଗାରୁ କୋର୍ଟ । ଦୁଇ ବ୍ୟକ୍ତିଙ୍କୁ ବାନ୍ଧି ମାରପିଟ୍ କରୁଥିଲେ ଲେଡି ଡନ୍ ଆସମା ବିବି । ପୁଲିସକୁ ବି ଆକ୍ରମଣ ଅଭିଯୋଗ, ଗିରଫ କଲା ଏୟାରଫିଲ୍ଡ ଥାନା ପୁଲିସ ।

କନକ ବ୍ୟୁରୋ : କଙ୍ଗାରୁ କୋର୍ଟ ଅଭିଯୋଗରେ ମହିଳା ଗିରଫ । ଭୁବନେଶ୍ୱରର ଆଜାଦ ନଗରରେ ଚଳାଇଥିଲେ କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କୁ ବାନ୍ଧି ମାରପିଟ୍ କରୁଥିଲେ ଗିରଫ ହୋଇଥିବା ଲେଡି ଡନ୍ ଆସମା ବିବି । ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟ ଚାଲିଥିବା ଖବର ଏୟାରଫିଲ୍ଡ ଥାନାରେ ପହଞ୍ଚିଥିଲା ।

ଖବର ଅନୁସାରେ, ଘଟଣାସ୍ଥଳରେ ପହଞ୍ଚିଥିଲା କମିସନରେଟ୍ ପୁଲିସର ପିସିଆର ଭ୍ୟାନ । ପିସିଆର ଭ୍ୟାନକୁ ଦେଖି ଚିହିଁକି ଉଠିଥିଲେ ଆସମା ବିବି । ପିସିଆର କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏମିତି କି ଆକ୍ରମଣ କରିବାକୁ ବି ପଛାଇ ନଥିଲେ । ଶେଷରେ କଙ୍ଗାରୁ କୋର୍ଟ ଅଭିଯୋଗରେ ଭୁବନେଶ୍ୱରର ଲେଡି ଡନ୍ ଆସମା ବିବିଙ୍କୁ ଗିରଫ କରିଛି ପୁଲିସ ।

from Kanak News
via <a href="https://ifttt.com/?

ଏକାମ୍ର କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି । ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହୋଇଥିବା ବେଳେ ଭୁବନେଶ୍ୱରର ଏହି ଦୁଇଟି ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଦାବି ଜୋର ଧରିଛି ।

from Kanak News
via <a href="https://ifttt.com/?

ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ । ଗତକାଲି ଏକ ସଭାରେ ମଞ୍ଚ ଉପରେ ଅଚେତ୍ ହୋଇପଡ଼ିଥିଲେ ବିଜୟ ରୁପାନୀ ।

କନକ ବ୍ୟୁରୋ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କରୋନା ପଜିଟିଭ୍‌ ଚିହ୍ନଟ । ରବିବାର ବଡ଼ୋଦରାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିବା ବେଳେ ମଞ୍ଚ ଉପରେ ୬୪ ବର୍ଷୀୟ ମୁଖ୍ୟମନ୍ତ୍ରୀ ରୁପାନୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ପରୀକ୍ଷଣ କରାଯାଇ ଆଜି ସକାଳୁ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି ।

ସେ ଅଚେତ ହୋଇ ପଡ଼ିବା ପରେ ରୁପାନୀଙ୍କୁ ଅହମ୍ମଦାବାଦ୍‌ରେ ଥିବା UN‌ ମେହେଟ୍ଟା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ୨୪ ଘଣ୍ଟା ପାଇଁ ନୀରିକ୍ଷଣରେ ରଖାଯିବା ପରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଘୋଷଣା କରିଥିଲେ । ରବିବାର ରାତିରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ରୁପାନୀଙ୍କ ନମୁନା ଗ୍ରହଣ କରାଯାଇ ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ପଠାଯାଇଥିଲା । ଫ‌ଳରେ ସେ କରୋନା ପଜିଟିଭ୍‌ ଥିବା ପରୀକ୍ଷାରୁ ଜାଣିବାକୁ ମିଳିଛି । ତାଙ୍କ ଶରୀରରେ କରୋନା ଲକ୍ଷଣ ପ୍ରାୟତଃ ନ ଥିଲା ବୋଲି ହସ୍ପିଟାଲ୍‌ ସୂତ୍ରରୁ ପ୍ରକାଶ ।

ଏହାବ୍ୟତୀତ ରୁପାନୀଙ୍କର ଅନ୍ୟ ସବୁ ପ୍ରକାରର ରିପୋର୍ଟ ସାଧାରଣ ରହିଛି । ଇସିଜି ଓ ସିଟି ସ୍କାନ୍‌ ଆଦି ସମସ୍ତ ରିପୋର୍ଟ ସାଧାରଣ ଥିବା କଥା ତାଙ୍କୁ ଚିକିତ୍ସା କରୁଥିବା ଡକ୍ଟର ଆର୍‌କେ ପଟେଲ୍‌ ସୂଚନା ଦେବା ସହ ରୁପାନୀଙ୍କ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

from Kanak News
via <a href="https://ifttt.com/?

ବନ୍ଦ ଶେଷ ପରେ ବୟାନବାଜି: କଂଗ୍ରେସର ଓଡ଼ିଶା ବନ୍ଦ ପରେ କିଏ କ’ଣ କହିଲେ ପଢ଼ନ୍ତୁ…

କନକ ବ୍ୟୁରୋ: କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କି ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

ସେପଟେ, ବିଜେଡି ବିଧାୟକ କଂଗ୍ରେସର ଓଡିଶା ବନ୍ଦ ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଜିର ବନ୍ଦ ପ୍ରଭାବ   କେନ୍ଦ୍ର ସରକାରଙ୍କ ଉପରେ ପଡିବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ତୈଳ କମ୍ପାନୀ ମାନଙ୍କୁ ଲାଭ ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଯେଉଁଥି ପାଇଁ କେନ୍ଦ୍ର ସରକାର ଏଥିରେ ଲଗାମ ଲଗାଉନାହାନ୍ତି ବୋଲି କହିଛନ୍ତି ଅମର ଶତପଥୀ । 

ଏସବୁ ଭିତରେ କଂଗ୍ରେସର ବନ୍ଦ ଡାକରାକୁ ତାତ୍ସଲ୍ୟକ ରିଛନ୍ତି । ରାଜ୍ୟ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,  ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଛି । ଏସବୁ ଉପରୁ ନଜର ହଟାଇବା ପାଇଁ କଂଗ୍ରେସ ବନ୍ଦ ପାଳନ କରୁଛି ।

from Kanak News
via <a href="https://ifttt.com/?

ନିଖୋଜ ପୋଷ୍ଟର ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ : କହିଲେ,ପୋଷ୍ଟର ଲଗାଇବା ସମୟରେ ସଂସଦରେ ଥିଲେ ଉପସ୍ଥିତ

କନକ ବ୍ୟୁରୋ : ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ମୁହଁ ଖୋଲିଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ କାହିଁକି ଚୁପ ବୋଲି କହି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିଲା । ଭୁବନେଶ୍ୱରରେ ପହଂଚିବା ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାଂସଦ ।

ଅପରାଜିତା ଷଡଙ୍ଗୀ କହିଛନ୍ତି ଭୁବନେଶ୍ୱରରେ ପୋଷ୍ଟର ଲଗାଇବା ସମୟରେ ସେ ସଂସଦରେ ଉପସ୍ଥିତ ଥିଲେ । ଜାନୁଆରୀ ୨୯ରୁ ଫେବୃଆରୀ ୧୩ ବଜେଟ୍ ଅଧିବେଶନ ଥିବାରୁ ସେ ସଂସଦରେ ଉପସ୍ଥିତ ଥିବା ବେଳେ ପୋଷ୍ଟର ଲାଗିବା କଥା ଜାଣିବାକୁ ପାଇଥିଲେ । ଆସନ୍ତା ମାର୍ଚ୍ଚରେ ମଧ୍ୟ ସଂସଦରେ ରହିବେ । ଏକଥା କହି ପୁଣି ପୋଷ୍ଟର ଲଗାନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

from Kanak News
via <a href="https://ifttt.com/?

ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳିତ : ପାଖରେ ନାହିଁ କାମ, ଦିନ ମଜୁରିଆଙ୍କ ଉପରେ ପଡ଼ିଛି ସିଧାପ୍ରଭାବ

କନକ ବ୍ୟୁରୋ : ତେଲଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳନ କରାଯାଇଛି । ଏସବୁ ଭିତରେ ଭୁବନେଶ୍ୱର ଜୟଦେବ ବିହାର ଛକରେ ଦେଖିବାକୁ ମିଳିଥିବା ଏକ ଅଭାବନୀୟ ଚିତ୍ର । କାମ ଅପେକ୍ଷାରେ ରହିଥିବା ଦିନ ମଜୁରିଆଙ୍କ ଗୋଟିଏ ଓଳିର କାମ ପ୍ରଭାବିତ ହୋଇଛି । କାମ କଲେ ଯାହାର ପେଟକୁ ଦାନା ଖଣ୍ଡେ ମିଳିବ ସେ ଆଜି ଖାଲି ହାତରେ ଘରକୁ ଫେରିଛି । ଓଡିଶା ବନ୍ଦ କାରଣରୁ କାମ ବନ୍ଦ ରହିଛି । କାମ ଅପେକ୍ଷାରେ ରାସ୍ତାକଡ଼ରେ ଚାହିଁ ରହିଥିବା ଶ୍ରମିକମାନଙ୍କୁ ବନ୍ଦ ପ୍ରତିବାଦ ଯୋଗୁଁ ନିରାଶ ହେବାକୁ ପଡ଼ିଥିଲା ।

ସେପଟେ ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ: ଠପ୍ ହୋଇଗଲା ଯାନବାହନ, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଲା ବନ୍ଦ ବେଳର ୧୦ଟି ବଡ଼ ଘଟଣା ।

କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳନ କରାଯାଇଛି । ଆଉ ଏହି ବନ୍ଦ ପାଳନ ବେଳେ ସାରା ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଛି, ପ୍ରତିବାଦର ଭିନ୍ନ ଭିନ୍ନ ଚିତ୍ର । ଓଡ଼ିଶାର ବନ୍ଦର ପ୍ରତିବାଦ ସମୟରେ ଆସିଥିବା ୧୦ଟି ବଡ଼ ଘଟଣା ବାବଦରେ ଜାଣନ୍ତୁ ।
(ଦୃଶ୍ୟ-୧) ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକରୁ ଆସିଥିଲା ଏହି ଚିତ୍ର । କଂଗ୍ରେସର ପ୍ରତିବାଦ ସମୟରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଥିଲେ । ବନ୍ଦ ଘୋଷଣା ସତ୍ୱେ କାହିଁକି ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଉଛି ବୋଲି ପ୍ରଶ୍ନ କରିଥିଲେ ପ୍ରତିବାଦକାରୀ । ଆଉ ଉତ୍କ୍ଷିପ୍ତ ହୋଇ ଅଟୋ ଚାଳକଙ୍କୁ ମାରପିଟ୍ କରିଥିବା ଚିତ୍ର କ୍ୟାମେରାରେ କଏଦ୍ ହୋଇଥିଲା ।
(ଦୃଶ୍ୟ-୨)ସେହିପରି ଭୁବନେଶ୍ୱର ମାଷ୍ଟର କ୍ୟାନିଟିନ୍ ଅଂଚଳରେ ସକାଳୁ ସକାଳୁ ଗ୍ରାହକଙ୍କ ଅପେକ୍ଷାରେ ଖୋଲିଥିବା ଏକ ଜଳଖିଆ ହୋଟେଲ ଉପରେ ପଡ଼ିଥିଲା କଂଗ୍ରେସ କର୍ମୀଙ୍କ ନଜର । ପିକେଟିଂ କରୁଥିବା ଆନ୍ଦୋଳନକାରୀମାନେ ଝୁମ୍ପୁଡ଼ି ହୋଟେଲରେ ପଶି, ହୋଟେଲ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।
(ଦୃଶ୍ୟ-୩) ଏପଟେ ରାସ୍ତାକଡ଼ରେ ଛୋଟିଆ ଠେଲାଟିଏ କରି ପାଉରୁଟି ପାନପୁଡ଼ିଆ ବିକ୍ରି କରୁଥିବା ଜଣେ ବୃଦ୍ଧା ମହିଳାଙ୍କୁ ଠେଲା ବନ୍ଦ କରିବାକୁ କହିଥିଲେ ଆନ୍ଦୋଳନକାରୀ । ବୃଦ୍ଧା ଜଣକ ଯେତେ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିବା ମୁଡ୍ରେ ନଥିଲେ । ଶେଷରେ ବୃଦ୍ଧା ଜଣକ ବାଧ୍ୟ ହୋଇ ଠେଲା ଦୋକାନକୁ ବନ୍ଦ କରିଥିଲେ ।
(ଦୃଶ୍ୟ-୪) ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା କଂଗ୍ରେସ ଓଡିଶା ବନ୍ଦ କରିଥିବା ବେଳେ ବାଇକରେ ରାଲି କରିବା ଚର୍ଚ୍ଚା ସୃଷ୍ଟି କରିଛି । ତେଲ ଦର ପାଇଁ ପ୍ରତିବାଦ ହେଉଥିବା ବେଳେ ସଂଖ୍ୟାଧିକ ବାଇକ୍ରେ ତେଲ ପୋଡ଼ି ଛାତ୍ର କଂଗ୍ରେସର ସଦସ୍ୟମାନେ ରାଲି କରିଛନ୍ତି । ଏପଟେ ଡିସିପି କହିଛନ୍ତି-ବିନା ହେଲମେଟରେ ରାଲି କରୁଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
(ଦୃଶ୍ୟ-୫) ଛାତ୍ର ଓ ଯୁବକ କଂଗ୍ରେସ କର୍ମୀ ମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢି ପ୍ରତିବାଦ କରିଥିଲେ । ଟ୍ରାଫିକ ପୋଷ୍ଟ ଉପରୁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା
(ଦୃଶ୍ୟ-୬)ନବରଙ୍ଗପୁରରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ । କଂଗ୍ରେସ ନେତା, କର୍ମୀ ମାନେ ଶଗଡ ଗାଡିରେ ରାଲି କରି ତେଲ ଦର ଓ ରୋଷେଇ ଗ୍ୟାସଦର ବୃଦ୍ଧିର ପ୍ରତିବାଦ କରିଛନ୍ତି । ଶଗଡ ଗାଡିରେ ଗ୍ୟାସ ସିଲିଣ୍ଡର ଲଦି ପ୍ରତିବାଦ କରାଯାଇଛି । ଜଣେ କଳାକାର ଶଗଡ ଉପରେ ଛିଡା ହୋଇ ମୋଦିଙ୍କ ବେଶରେ ଅଭିନୟ ମାଧ୍ୟମରେ ସମାଲୋଚନା କରିଥିଲେ ।
(ଦୃଶ୍ୟ-୭) ପିପିଲି ରାସ୍ତା ଉପରେ ଜଳିଆ ନିଆଁ । କଂଗ୍ରେସର ଓଡ଼ିଶା ବନ୍ଦ ପ୍ରତିବାଦ ସମୟରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଟାୟର ଜାଳି ପ୍ରତିବାଦ କରିଥିଲେ । ପ୍ରତିବାଦ ସମୟରେ କଂଗ୍ରେସ ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।
(ଦୃଶ୍ୟ-୮) ବନ୍ଦ  ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଦୀର୍ଘ ସମୟ ଧରି ବସଷ୍ଟାଣ୍ଡରେ ଅଟକି ରହିଥିଲେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।
(ଦୃଶ୍ୟ-୯) ଓଡ଼ିଶା ବନ୍ଦ ଯୋଗୁଁ ବିମାନଯାତ୍ରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିମାନରେ ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ପହଂଚିଥିବା ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିବା ବେଳେ ବିମାନବନ୍ଦରକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ପ୍ରଭାବିତ ହୋଥିଲା ।
(ଦୃଶ୍ୟ-୧୦)ଏସବୁ ଭିତରେ ଭୁବନେଶ୍ୱର ଜୟଦେବ ବିହାର ଛକରେ ଦେଖିବାକୁ ମିଳିଥିବା ଏକ ଅଭାବନୀୟ ଚିତ୍ର । କାମ ଅପେକ୍ଷାରେ ରହିଥିବା ଦିନ ମଜୁରିଆଙ୍କ ଗୋଟିଏ ଓଳିର କାମ ପ୍ରଭାବିତ ହୋଇଛି । କାମ ଅପେକ୍ଷାରେ ରାସ୍ତାକଡ଼ରେ ଚାହିଁ ରହିଥିବା ଶ୍ରମିକମାନଙ୍କୁ ବନ୍ଦ ପ୍ରତିବାଦ ଯୋଗୁଁ ନିରାଶ ହେବାକୁ ପଡ଼ିଥିଲା ।

from Kanak News
via <a href="https://ifttt.com/?

ଓଡ଼ିଶା ବନ୍ଦ ବେଳେ ଟ୍ରାଫିକ ପୋଷ୍ଟକୁ ଚଢିଲେ କଂଗ୍ରେସ କର୍ମୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପକାଇଲେ ନାରା

କନକ ବ୍ୟୁରୋ : ଓଡ଼ିଶା ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । ଛାତ୍ର ଓ ଯୁବକ କଂଗ୍ରେସ କର୍ମୀମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଯାଇଥିଲେ । ଟ୍ରାଫିକ ପୋଷ୍ଟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା ମଧ୍ୟ ଦେଇଥିଲେ । ପୁଲିସ ପହଚିଂ ବୁଝାସୁଝା କରିବା ପରେ ଧାରଣାସ୍ଥଳରୁ ହଟିଛନ୍ତି ।

ସେପଟେ, ଲୋକସେବା ଭବନକୁ ଘେରାଉ ପାଇଁ ଯାaଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି । ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started