
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି । ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ । ଯଥାଶୀଘ୍ର ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଦାବି କରିଛି କଂଗ୍ରେସ । ଯେବେ ଯାଏ ତୈଳ ଦର କମ ନକରାଯାଇଛି ,ସେତେବେଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହଯାଇଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ପୁଣି ନୂଆପଡାରୁ ବାଘ ଛାଲ ଜବତ । ସିନାପାଲି ପଳାଶପଡା ଛକରୁ ବାଘ ଛାଲ ଜବତ କରିଛି ଏସଟିଏଫ । ସେମାନଙ୍କ ନିକଟରୁ ବାଗ ଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତ ନୂଆପଡା ଖରିଆରର ସୁବର୍ବଦନ ସିଂହଦେଓ ଓ ସମାନ ସିଂ ମାଝି । ଉଭୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଜିନାପଲି ଜେଏମଏଫଏସି କୋର୍ଟରେ ହାଜର କରାଇଛି ଏସଟିଏଫ । କେମିକାଲ ପରୀକ୍ଷା ପାଇଁ ଡେରାଡୁନ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯିବ ବାଘ ଛାଲ ।
ତେବେ ଗତକିଛି ଦିନ ତଳେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ବନ୍ୟପ୍ରାଣୀ ଜୀବଜନ୍ତୁଙ୍କ ନଖ, ଚମଡ଼ା, କାତି ଆଦି ଚୋରା ଚାଲାଣ ବେଳେ ଛତିଶଗଡ଼ ପ୍ରସାଶନ ଚଢାଉ କରି ଅନେକ ଥର ମାଫିଆ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସ୍ଥାନୀୟ ବନ ବିଭାଗ ଚଢାଉ କରି ୨ଜଣଙ୍କୁ ଗିରଫ କରିଥିଲା । ଏଥି ସହିତ ବନ ବିଭାଗ ବନ୍ୟଜନ୍ତୁଙ୍କ ବାଘନଖ ଓ ବଜ୍ରକାପ୍ତା ସମେତ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି । ସିନାପାଲି ସହରରେ ଏସବୁ ଜିନିଷ ବିକ୍ରୟ ପାଇଁ ବୁଲୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଆଜାଦ ରାଜପୁତ (୨୯) ରାହୁଲ ରାଜବାଡା (୪୧) ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ କରୁଛି । କଟକ ଜିଲ୍ଲା ନିଆଳିରେ କଂଗ୍ରେସ କର୍ମୀ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ଚାରିଛକ-ଫୁଲନଖରା ରାସ୍ତାରେ ପ୍ରତିବାଦ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୂଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ନିଆଳିରେ ସଂପୂ୍ଣ୍ଣ ପ୍ରଭାବ ପଡିଛି । ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସର ସଦଶ୍ୟ ଶଶୀକାନ୍ତ ଲେଙ୍କା ଆହ୍ୱାନକ୍ରମେ ବହୁ କଂଗ୍ରେସ କର୍ମୀ ବନ୍ଦ ପାଳନରେ ଯୋଗଦେଇ ଏକ ବାଇକ ରାଲି କରିଛନ୍ତି । ଏହାକୁ ଦୁଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି ସମସ୍ୟା ବିରୋଧରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଂଚଳରେ ପଡିଛି । ସେହିପରି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ଅବରୋଧ କରି କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି । ତୈଳଦର ରନ୍ଧନ ଗ୍ୟାସ ଦର ଓ ବିଭିନ ଦରଦାମ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପିକେଟିଂ ଦେଖାଦେଇଛି । ଜିଲ୍ଲାର ବେଗୁନିଆ, ବୋଲଗଡ଼, ବାଣପୁର, ଟାଙ୍ଗି, କୁହୁଡି, ଜଟଣୀରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଓଡିଶା ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବେସ୍ ମାତ୍ରାରେ ଦେଖିବାକୁ ମିଳିଛି । ଜିଲ୍ଲାର ସଦର ମହୁକୁମା ବାରିପଦା ଠାରେ ଆଜି ସକାଳ ୭ ଘଟିକା ଠାରୁ ଜିଲ୍ଲା କଂଗ୍ରେସ କମିଟି,ବାରିପଦା ପକ୍ଷରୁ ଅନେକ କଂଗ୍ରେସ କର୍ମୀମାନେ ସହରର ମୁଖ୍ୟ ରାସ୍ତା ୧୮ନଂ ଜାତୀୟ ରାଜପଥର ମୁର୍ଗାବାଡି,ପାଲବଣୀ ଗୋଲେଇ ସମେତ ବିଭିନ୍ନ ଜାଗାରେ ପିକେଟିଂ କରିବାସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଶେଷ ଭାବରେ କହିବାକୁ ଗଲେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ଏହାକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଗାଡି ମୋଟର,ଦୋକାନ ବଜାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ରାଉରକେଲାରେ ବି ପଡ଼ିଛି l ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପାନପୋଷ ଗାନ୍ଧୀ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି। ବାହାର ରାଜ୍ୟକୁ ଯାତାୟତ କରୁଥିବା ବସଗୁଡ଼ିକ ବସଷ୍ଟାଣ୍ଡରେ ଅଟକି ରହିଛି । ଶତାଧିକ ଯାତ୍ରୀ ଅଟକି ରହିଛନ୍ତି। ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣେ ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ କଂଗ୍ରେସ କର୍ମୀ ଓ ନେତାମାନେ ରାସ୍ତା ଅବରୋଧ କରିଛନ୍ତି।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଖବର ବାଜିଲା, ଏବେ ଆକ୍ସର ବେଳ । ବିନା ହେଲମେଟରେ ବାଇକ ରାଲି କରୁଥିଲେ ଛାତ୍ର କଂଗ୍ରେସ । ଭୁବନେଶ୍ୱର ଡିସିପି କହିଲେ, ବିନା ହେଲମେଟରେ ରାଲି କରୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି ହୋଇଥିଲା । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା ନଜର ଆସିଥିଲେ । ଯଦି ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ କଡ଼ା ଚେକିଂ ସହ ଫାଇନ୍ କାଟୁଛି ପୋଲିସ୍ କିନ୍ତୁ କଂଗ୍ରେସ ପାଇଁ କେତେ କାଟିବେ ତାହା ଉପରେ ନଜର ।
ଅନ୍ୟପଟେ କଂଗ୍ରେସର ଓଡିଶା ବନ୍ଦ ନେଇ ପ୍ରତିକ୍ର୍ରିୟା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । କହିଲେ, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଛି । ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ । କିନ୍ତୁ ଯେଉଁମାନେ ବିନା ହେଲମେଟରେ ରାଲି କରୁଛନ୍ତି । ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୩ ହଜାର ୫୫୪ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୭୪୪ ଜଣ ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪ ଜଣ, ବରଗଡ଼ରୁ ୧୦ ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ଜଣେ, ଦେଓଗଡ଼ରୁ ଜଣେ, ଜୟପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦୁଝରରୁ ୫ ଜଣ, ଖୋର୍ଦ୍ଧାରୁ ୩ ଜଣ, ମୟୂରଭଞ୍ଜରୁ ୭ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୯ ଜଣ, ସମ୍ବଲପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୨୭ ଜଣ, ଓ ଷ୍ଟେଟ୍ପୁଲ୍ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ରାଜଧାନୀରେ ବନ୍ଦର ପ୍ରଭାବ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଛନ୍ତି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ । ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିଲେ ।
ସେପଟେ, କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କା ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ‘ହାତ’ କରିଛି ଓଡ଼ିଶା ବନ୍ଦ । ତେଲ ର ବୃଦ୍ଧି ପ୍ରତିବାଦ ନେଇ ଓଡ଼ିଶାରୁ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା କ୍ୟାମେରାରେ କଏଦ ହୋଇଛି । ତେବେ ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ କଡ଼ା ଚେକିଂ ସହ ଫାଇନ୍ କାଟୁଛି ପୋଲିସ୍ କିନ୍ତୁ କଂଗ୍ରେସ ପାଇଁ କେତେ କାଟିବେ ତାହା ଉପରେ ନଜର ।
ତେବେ ଛାତ୍ର ଓ ଯୁବକ କଂଗ୍ରେସ କର୍ମୀ ମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଯାଇଥିଲେ । ଟ୍ରାଫିକ ପୋଷ୍ଟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା ମଧ୍ୟ ଦେଇଥିଲେ । ପୁଲିସ ପହଚିଂ ବୁଝାସୁଝା କରିବା ପରେ ଧାରଣା ସ୍ଥଳରୁ ହଟିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : କଂଗ୍ରେସର ବନ୍ଦ ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି ।
ସେପଟେ, ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଥିଲେ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହ କଂଗ୍ରେସ କର୍ମୀମାନେ ଷ୍ଟେସନ ଭିତରକୁ ପଶିବା ସହ ରେଳ ଧାରଣା ଉପରେ ଛିଡା ହୋଇ ପ୍ରତିବାଦ କରିଛନ୍ତି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରୁଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: କନକ ବ୍ୟୁରୋ: ପୁଣି ମିଳିଲା ଆଉ ୧୫ଟି ଶବ । ତପୋବନ ସୁଡ଼ଙ୍ଗରୁ ୮ଟି ଶବ ଉଦ୍ଧାର ହୋଇଥିବାବେଳେ ରାଇନୀ ଅଞ୍ଚଳରୁ ୭ଟି ଶବ ଉଦ୍ଧାର କରିଛି ଏନଡିଆରଏଫ । ତେବେ ଜୋଶୀମଠ ଜଳପ୍ରଳୟ ପରେ ୯ ଦିନ ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଏଯାବତ୍ ୫୩ଟି ଶବ ମିଳିଥିବାବେଳେ ୧୭୯ ଜଣ ନିଖୋଜ ଥିବା ଜୋଶୀମଠ ଥାନାରେ ମାମଲା ଦାୟର ହୋଇଛି ।
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ସଂଘଟିତ ହିମପ୍ରବାହ ବିଭୀଷିକାର ଆଜି ନବମ ଦିନରେ କାଦୁଅ ପଥରରେ ପୋତି ହୋଇ ରହିଥିବା ତପୋବନ ଜଳବିଦ୍ୟୁତ୍ କେନ୍ଦ୍ରର ଅବରୁଦ୍ଧ ଭଗ୍ନ ସୁଡ଼ଙ୍ଗ ଭିତରୁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗରେ ଫସିଥିବା ବିପନ୍ନଙ୍କ ମଧ୍ୟରୁ କେତେକଙ୍କୁ ଜୀବନ୍ତ ଉଦ୍ଧାର କରିବା ଆଶା ବଳବତ୍ତର ରହିଛି । ଆଜି ୧୫ ଜଣଙ୍କ ଶବ ଉଦ୍ଧାର ପରେ ଉଦ୍ଧାର କାର୍ଯ୍ୟ ଆହୁରି ବ୍ୟାପକ ହୋଇଛି । ଆଇଟିବିପିର ୫ ଶହ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ମୁଖ୍ୟ ସୁଡ଼ଙ୍ଗର ୧୨ ଫୁଟ ତଳେ ରହିଥିବା ଏକ ଛୋଟ ସୁଡ଼ଙ୍ଗକୁ ବାଟ ଖୋଳି ସେହି ରାସ୍ତାରେ ଉଦ୍ଧାରକାରୀ ଦଳ ଭିତରେ ପଶିଛନ୍ତି । ଏହି ଦୁର୍ବିପାକରେ ଅଦ୍ୟାବଧି ୫୩ଟି ଶବ ଉଦ୍ଧାର ହୋଇଥିବା ବେଳେ ୧୭୯ ଜଣ ନିଖୋଜ ଅଛନ୍ତି । ଉକ୍ତ ସୁଡ଼ଙ୍ଗ ଭିତରେ ଫସିଥିବା ଅତି କମ୍ରେ ୧୫ ଜଣଙ୍କ ଜୀବିତ ଥାଇପାରନ୍ତି ବୋଲି ଆଶା କରାଯାଉଛି ।
from Kanak News
via <a href="https://ifttt.com/?