ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ପଦ୍ମପୁରରୁ ଆସିଲା ଅଭାବନୀୟ ଚିତ୍ର; କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇଦେଲେ ଚାଷୀ

କନକ ବ୍ୟୁରୋ : ମଣ୍ଡିରୁ ପଡି ରହିଛି ଧାନ ଗଦା । ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠୁନଥିବାରୁ କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ ।

ପଦ୍ମପୁର ଉପଖଣ୍ଡ ଲଖମରା ମଣ୍ଡିରେ ଚାଷୀ ଯୁଧିଷ୍ଠର ସର୍ବ ସମ୍ମୁଖରେ ନିଜ ଧାନରେ ନିଆଁ ଲଗାଇଦେବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତହସିଲଦାର, ଯୋଗାଣ ଅଧିକାରୀ ଓ କୃଷି ବିଭାଗର ଅଧିକାରୀମାନେ ତଦାରଖ ପାଇଁ ଆସିଥିବା ବେଳେ ଚାଷୀ ଜଣକ ତାଙ୍କ ଗାଡ଼ି ଆଗରେ ଶୋଇ ପଡିଥିଲେ । ଗତ ୩ମାସ ହେବ ମଣ୍ଡିରେ ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଅଛନ୍ତି ଯୁଧିଷ୍ଠିର ।

from Kanak News
via <a href="https://ifttt.com/?

ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ : କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଜାରି ରହିଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଆସିଥିବାର ଦେଖିବାକୁ ମିଳିଛି। ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିର ପ୍ରମୂଖ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।

କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ରାଉରକେଲାରେ ବି ପଡ଼ିଛି l ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପାନପୋଷ ଗାନ୍ଧୀ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି। ବାହାର ରାଜ୍ୟକୁ ଯାତାୟତ କରୁଥିବା ବସଗୁଡ଼ିକ ବସଷ୍ଟାଣ୍ଡରେ ଅଟକି ରହିଛି । ଶତାଧିକ ଯାତ୍ରୀ ଅଟକି ରହିଛନ୍ତି। ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣେ ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ କଂଗ୍ରେସ କର୍ମୀ ଓ ନେତାମାନେ ରାସ୍ତା ଅବରୋଧ କରିଛନ୍ତି।

from Kanak News
via <a href="https://ifttt.com/?

ପୁରୀ ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ: କୁଡୁଆରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ ପିଟିଦେଲେ ସେବାୟତ ।

କନକ ବ୍ୟୁରୋ: ଓଡ଼ିଶା ବନ୍ଦ ଭିତରେ ଏକ ବଡ଼ ଖବର ପୁରୀ ଶ୍ରୀମନ୍ଦିରରୁ ଆସିଛି । ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତ ଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ । ଦାମୋଦର ଗୋଚ୍ଛିକାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ସୂଚନା ମୁତାବକ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକଙ୍କ ସହ ବଚସା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ସୁଆର ସେବାୟତ ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡୁଆକୁ ଛେଚି ଦେଇଥିଲେ । ଯାତ୍ରୀ ସହାୟକଙ୍କ ମୁଣ୍ଡ ଫାଟିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ ଥାନାରେ ଅଟକ ରହିଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

କଂଗ୍ରେସର ଓଡିଶା ବନ୍ଦ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶା ବନ୍ଦକୁ ମିିଳିଛି ଅଭୁତପୂର୍ବ ସଫଳତା

କନକ ବ୍ୟୁରୋ : କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କା ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

ସେପଟେ , ରାଜଧାନୀରେ ବନ୍ଦର ପ୍ରଭାବ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଛନ୍ତି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ । ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିଲେ ।

from Kanak News
via <a href="https://ifttt.com/?

ଅଜସ୍ର ପ୍ରେମ ଦୁହିଁଙ୍କୁ କଲା ଏକାଠି: ୩୦ ବର୍ଷ ତଳୁ ନିଖୋଜ ହୋଇଯାଇଥିବା ସମ୍ପର୍କର ପୁନର୍ଜନ୍ମ…

କନକ ବ୍ୟୁରୋ : କୋଲକାତାରୁ ନେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ ‌ତାଙ୍କୁ କେତେ କେଉଁଠି ଖୋଜିଛନ୍ତି । କେଉଁଠି ବି ସେ ମିଳିଲେ ନାହିଁ । ଜୀବନର ଝଡ଼ ଝଞ୍ଜା ଭିତରେ ବେଳେବେଳେ ଭାଙ୍ଗି ଯାଇଥିଲେ। କିନ୍ତୁ ହାର୍ ମାନି ନଥିଲେ। ବେଳେବେଳେ ମନକୁ ପାପ ଛୁଏଁ ସିନା, କିନ୍ତୁ ପୁଣି ନିଜକୁ ବୁଝେଇ ଦିଅନ୍ତି। ମନକୁ ଦମ୍ଭ କରି ସାନ୍ତ୍ୱନା ଦିଏ ଯେ ମୋ ଜୀବନ ସାଥୀ ମିଳିଯିବେ । ନିଜ ଉପରେ ଅଗାଢ଼ ବିଶ୍ୱାସ , ଜୀବନ ସାଥୀଙ୍କ ପ୍ରତି ଅଜସ୍ର ପ୍ରେମ ଶେଷରେ ଦୁହିଁଙ୍କୁ ଏକାଠି କଲା । ୩୦ ବର୍ଷ ତଳୁ ନିଖୋଜ ହୋଇଯାଇଥିବା ସମ୍ପର୍କର ପୁନର୍ଜନ୍ମ ହେଲା ।

ଏ କାହାଣୀ ଝୁନୁ ଦେ’ଙ୍କର। ଭ୍ୟାଲେଣ୍ଟାଇନ୍‌ ଦିବସ ପରିପ୍ରେକ୍ଷୀରେ ଆମେ ସାଉଁଟିଥିଲୁ ଝୁନୁଙ୍କ ଜୀବନର ଏହି ଅବିସ୍ମୃତ ପ୍ରେମ ଗାଥା। ୩ ଦଶନ୍ଧି ପରେ ସ୍ୱାମୀଙ୍କୁ ଖୋଜି ପାଇବାକୁ ଝୁନୁଙ୍କୁ କମ୍‌ ସଂଘର୍ଷ କରିବାକୁ ପଡ଼ିନି। ବରଂ ସ୍ୱାମୀଙ୍କୁ ଖୋଜିବାକୁ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରି ସେ ଟିଟିଇଙ୍କଠାରୁ ଗାଳି ଖାଇଛନ୍ତି । ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରିଛନ୍ତି। କାହା ପିଣ୍ଢାରେ ରାତି କାଟିଛନ୍ତି । କିନ୍ତୁ ଏ ଯୁଦ୍ଧରେ କେବେ ହାରିଯାଇନାହାନ୍ତି । ଝୁନୁଙ୍କୁ ଯେବେ ୧୯ ବର୍ଷ ସେତେବେଳେ ସେ ତାଙ୍କଠୁ ୧୦ ବର୍ଷ ବଡ଼ ନିମାଇଁ ଦେ’ଙ୍କୁ ବିବାହ କରିଥିଲେ । ନିମାଇଁ ଦିନ ମଜୁରିଆ ହୋଇଥିଲେ ହେଁ କେବେ ଝୁନୁଙ୍କ ପାଇଁ କିଛି ଉଣା କରୁନଥିଲେ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରେ ଶ୍ରମିକ ଭାବେ କାମ କରି ଯାହା ଆଣୁଥିଲେ, ସେଥିରେ ଦୁଇ ପ୍ରାଣୀ ଚଳି ଯାଉଥିଲେ। ମାତ୍ର ଦେଢ଼ ବର୍ଷ ପରେ ନିମାଇଁ କୋଲକାତା ଚାଲିଗଲେ। କାମ କରିବାକୁ ଯାଉଛି ବୋଲି କହିଦେଇ ଗଲେ ଯେ ଆଉ ଫେରିଲେ ନାହିଁ ।

ଇତି ମଧ୍ୟରେ ଝୁନୁଙ୍କର ପୁଅଟିଏ ହେଲା। ମାତ୍ର ନା ସ୍ୱାମୀଙ୍କର ଚିଠିଟିଏ ପାଇଲେ ନା ସ୍ବାମୀଙ୍କ ଠିକଣା ଖୋଜି ପାଇଲେ। ତେଣୁ ବେଳେବେଳେ କୋଲକାତା ଓ ଆନ୍ଧ୍ରପ୍ରଦେଶ ଯାଇ ସ୍ୱାମୀଙ୍କୁ ଖୋଜିବାକୁ ଲାଗିଲେ। ହେଲେ କେଉଁଠି ବି ପାଇଲେନି। ଇତି ମଧ୍ୟରେ ଝୁନୁଙ୍କର ପୁଅଟିଏ ହେଲା। ଅଥଚ ୫ ବର୍ଷ ବୟସରେ ପୁଅଟି ଆରପାରିକୁ ଚାଲିଗଲା । ସ୍ୱାମୀଙ୍କୁ ଖୋଜିଖୋଜି ଝୁନୁଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ୫ ବର୍ଷର ପୁଅ ତାଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲା । ଝୁନୁ କିନ୍ତୁ ଥକି ଯାଇନଥିଲେ। ଦୁଇବର୍ଷ ତଳେ ଖବର ପାଇଲେ ତାଙ୍କ ସ୍ୱାମୀ ନିମାଇଁ ଦେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଛନ୍ତି। ଏହା ଶୁଣି ଝୁନୁଙ୍କ ଖୁସି କହିଲେ ନସରେ। ତୁରନ୍ତ ବସିବା ସ୍ଥାନରୁ ଉଠି ଚାଲି ଆସିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ଏଠି ଆସି ବଡ଼ଦାଣ୍ଡରେ ନିମାଇଁଙ୍କୁ ଖୋଜିଲେ ସିନା ପାଇଲେ ନାହିଁ। ଦୁର୍ଭାଗ୍ୟକୁ ସେତେବେଳକୁ ନିମାଇଁ ଓଡ଼ିଶା ପତିତା ଉଦ୍ଧାର ସମିତି ଓ ଜିଲ୍ଲା ପ୍ରଶାସନ ପରିଚାଳିତ ସର୍ବୋଦୟନଗରସ୍ଥିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ତେଣୁ ୬ ମାସ କାଳ ଝୁନୁ ବଡ଼ଦାଣ୍ଡରୁ ନେଇ ପୁରୀର ଗଳିକନ୍ଦି ନିମାଇଁଙ୍କୁ ଖୋଜି ବୁଲିଲେ । ଇତି ମଧ୍ୟରେ ଘରୁ ଆଣିଥିବା ୩ଶହ ଟଙ୍କା ଚୋରି ହୋଇଯାଇଥିବାରୁ ନିଜ ପେଟ ଚାଖଣ୍ଡଙ୍କ ପାଇଁ ସେ ବି ଶେଷରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କଲେ। ଶେଷରେ ଘଟଣା ଭିନ୍ନ ମୋଡ଼ ନେଲା । ନିମାଇଁଙ୍କୁ ଉଦ୍ଧାର କରିଥିବା ଆଶ୍ରୟସ୍ଥଳୀର ସ୍ବେଚ୍ଛାସେବୀମା‌ନେ ରାସ୍ତାକଡ଼ରୁ ବାସହୀନ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିବା ବ‌େଳେ ଝୁନୁଙ୍କୁ ଉଦ୍ଧାର କରାଗଲା । ସଂଯୋଗ ଏମିତି ଯେ ଯେଉଁଠି ନିମାଇଁ ରହୁଥିଲେ, ଝୁନୁଙ୍କୁ ବି ସେଇ ଆଶ୍ରୟସ୍ଥଳୀକୁ ନିଆଗଲା ।

୩୦ ବର୍ଷ ଧରି ଝୁନୁ ଯାହାଙ୍କୁ ଖୋଜିବାକୁ ରାଜ୍ୟ ଓ ରାଜ୍ୟ ବାହାରେ ଘୂରି ବୁଲୁଥିଲେ, ସେ ଯେ ଏଇଠି ତାଙ୍କ ଆଖି ସାମ୍ନାରେ, ଏହା ଦେଖି ତାଙ୍କ ଆଖିରୁ ଅଶ୍ରୁଧାର ନିଗିଡ଼ି ପଡ଼ୁଥିଲା। ଏବେ ଦୁହେଁ ଦେଢ଼ ବର୍ଷ ହେଲା ତୋଷାଳି ସ୍ୟାଣ୍ଡ୍‌ ନିକଟସ୍ଥ ଆଶ୍ରୟସ୍ଥଳୀ ନୀଳାଦ୍ରି ନିଳୟରେ ଏକାଠି ରହୁଛନ୍ତି। ଝୁନୁଙ୍କ ବୟସ ୬୦ ଏବଂ ନିମାଇଁଙ୍କ ବୟସ ୭୦ ଛୁଇଁଲାଣି। ୩ ଦଶନ୍ଧି ପରେ ସେମାନଙ୍କ ଯୌବନ ମଳିନ ପଡ଼ିଯାଇଛି। କିନ୍ତୁ ଏବେ ବି ଦୁହେଁ ଦୁହିଁଙ୍କୁ କ୍ଷଣେ ନ ଦେଖିଲେ ରହିପାରନ୍ତି ନାହିଁ। ବୋଧେ ସେଇଥିପାଇଁ କୁହାଯାଏ, ଭଲ ସାଥୀଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ… ।

from Kanak News
via <a href="https://ifttt.com/?

ହାତୀ-ମଣିଷ ଲଢ଼େଇରେ ହଟହଟା । କାହିଁକି ଜନବସତି ମୁହାଁ ହାତୀ, ମଣିଷ କରୁଛି କେଉଁ ଭୁଲ?

କନକ ବ୍ୟୁରୋ : ହାତୀ ଏବଂ ମଣିଷ ଲଢ଼େଇରେ ଜୀବନ-ଜୀବିକା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ୁଛି । ଜନବସତିରେ ପଶି ହାତୀ ଘରଦ୍ୱାର ନଷ୍ଟ କରିବା ସହିତ ଫସଲ ଖାଉଛି, ନଷ୍ଟ କରୁଛି । ଏହିସବୁ କ୍ଷତିର କ୍ଷତ ଭରଣା କରିବା ସହଜ ହେଉନାହିଁ। ଜଙ୍ଗଲ କ୍ଷୟ, ଖାଦ୍ୟାଭାବ ଏବଂ ଅନ୍ୟାନ୍ୟ କେତେକ ଆନୁଷଙ୍ଗିକ ପ୍ରମୁଖ କାରଣ ହାତୀଙ୍କୁ ବିପଦମୁହଁକୁ ଠେଲି ଦେଉଥିବା ବେଳେ ଆହାର ଅନ୍ବେଷଣରେ ହାତୀ ହେଉଛି ଜନବସତି ମୁହାଁ । ଘରଦ୍ୱାର ଭାଙ୍ଗି ଖାଇ ଯାଉଛି ଧାନ ଚାଉଳ, ମଣିଷ ମାରୁଛି । ପାହାଡ଼ ଜଙ୍ଗଲ ଘେରା କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର କେତେକାଂଶରେ ଗଜରାଜଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ।

କେଉଁଠି ଜୀବନ ଗଲାଣି ତ କେଉଁଠି ଜୀବିକା ପୂରା ବିପନ୍ନ । ଆଉ କିଏ ଗଜରାଜଙ୍କ ପାଇଁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲାଣି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ହାତୀ ମଣିଷ ଲଢ଼େଇରେ ଯେଉଁ କ୍ଷତ ଓ କ୍ଷତି ସୃଷ୍ଟି ହେଉଛି ତାହାର ଭରଣା କରି ହେଉନାହିଁ । ବିଶେଷଜ୍ଞଙ୍କ ମତ ହେଲା ଯେ ଖଣି ଖାଦାନ, ଜଙ୍ଗଲ କ୍ଷୟ, ଜବରଦଖଲ, ଦାନ୍ତ ପାଇଁ ହାତୀ ଶିକାର ଏବଂ ବିକାଶ ପାଇଁ ଜଙ୍ଗଲ ସମ୍ପଦର ବହୁଳ ବ୍ୟବହାର ହାତୀବଂଶ ପାଇଁ ବିପଦ ଡାକି ଆଣିଛି। ହାତୀ ମଲେ ଲକ୍ଷେ, ଜିଇଲେ ଲକ୍ଷେ ଭଳି କଥାକୁ ପୂରା ଅପ୍ରାସଙ୍ଗିକ କରି ଦିଆଯାଉଛି । ଏଭଳି ବିପରୀତମୁଖୀ ପାରିବେଶିକ ଅବସ୍ଥା ହାତୀ ମଣିଷ ଲଢ଼େଇର ମୁଖ୍ୟ କାରଣ ସାଜିଥିବା ବେଳେ ବିଶେଷ କରି କେନ୍ଦୁଝର ଜିଲ୍ଲାରେ ସଂକଟଜନକ ସ୍ଥିତି ସୃଷ୍ଟି ହେଉଛି ।

ଶୁଷ୍କ, ଗ୍ରୀଷ୍ମ ମଣ୍ଡଳୀୟ ଏବଂ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ବିଭିନ୍ନ ବନ୍ୟଜନ୍ତୁଙ୍କ ପାଇଁ ଉପକୂଳ ପରିବେଶ ସୃଷ୍ଟି କରିଥାଏ । ଏଠାକାର ଜଙ୍ଗଲଜାତ ଦ୍ରବ୍ୟ, ଗଛଲଟା, ଝରଣାର ଜଳ ପ୍ରାଣୀ ସମ୍ପଦ ପାଇଁ ବେଶ ଉପ‌ଯୋଗୀ। ମାତ୍ର ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଅନିୟମିତ ବୃଷ୍ଟିପାତ ଏବଂ ଖାଦ୍ୟ ସଂକଟ ଆଦି ହାତୀ ଭଳି ବୃହତକାୟ ପ୍ରାଣୀଙ୍କୁ ଜନବସତି ମୁହାଁ କରୁଛି । ଯୋଜନା ଓ ସମନ୍ୱୟ ବିଭାଗର ଏକ ରିପୋର୍ଟ ଅନୁଯାୟୀ, କେନ୍ଦୁଝର ଜିଲ୍ଲାରେ ୨୦୦୮ରୁ ୨୦୧୨ ମସିହା ମଧ୍ୟରେ ୧୨.୬୬ ବର୍ଗ କିମି ଶିଳ୍ପକାରଖାନା ପାଇଁ ଯାଇଥିବା ବେ‌ଳେ ଖଣି ପାଇଁ ୩୮.୩୬ ବର୍ଗ କିମି, ଶକ୍ତି ସଂଚାର ପାଇଁ ୨.୧୫ ବର୍ଗ କିମି, ରେଳବାଇ ପାଇଁ ୧.୦୨ ବର୍ଗ କିମି, ଜଳସେଚନ ପାଇଁ ୧୨.୩୬ବର୍ଗ କିମି, ନଦୀବନ୍ଧ ଯୋଜନାରେ ଯାଇଛି ୮.୧୫ କିମି, ପୁନର୍ବାସ ଓ ଥଇଥାନ ପାଇଁ୬.୬୫ ବର୍ଗ କିମି ଏବଂ ରାସ୍ତାଘାଟ ପାଇଁ ୪.୬୨ ବର୍ଗ କିମି ଯାଇଛି। ଏପ୍ରିଲ ୨୦୧୪ରୁ ମାର୍ଚ୍ଚ ୨୦୨୦ ମସିହା ପର୍ଯ୍ୟନ୍ତ ୮୦୫ଟି ହାତୀ ମଣିଷ ଲଢ଼େଇରେ ୫୨୭ ଜଣଙ୍କର ମୃତ୍ୟୁ ଘଟିଛି। ୪୪୨ ଜଣ ଆହତ ହୋଇଛନ୍ତି। ୨୦୧୯-୨୦ ମସିହାରେ କେବଳ କେନ୍ଦୁଝର ଜିଲ୍ଲାରେ ୧୦ ଜଣ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ହାତୀ ଶହଶହଜଘର ଭାଙ୍ଗିଛନ୍ତି, ହଜାରହଜାର ହେକ୍ଟର ଫସଲ ନ‌ଷ୍ଟ କରିଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଚଳର ଚାରି ଚାରିଟି ପରିବାର ହାତୀ ଭୟରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ।

ଅନ୍ୟପଟେ ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବନ ବିଭାଗ ଓ ବିଶେଷଜ୍ଞ ଦଳ ଯେଉଁ ଗାଇଡ଼ ଲାଇନ ପ୍ରସ୍ତୁତ କରିଛି, ତାହା ମଧ୍ୟ ଏଭପ୍ରକାର ଭେଳିକି ପରି ଲାଗୁଛି । ହାତୀ କବଳରୁ ରକ୍ଷା ପାଇଁ ଲଙ୍କା, ଝୋଟ, ଅଦା, ଆଳୁ, ତୈଳବୀଜ ଜାତୀୟ ଫସଲ କରିବାକୁ ପରାମର୍ଶ ଦିଆଯାଉଛି। ହାତୀଙ୍କର ପ୍ରଥମ ପସନ୍ଦ ମହୁଲ ଓ ଦେଶୀବନ୍ଧ ହୋଇଥିବା ବେଳେ ଏସବୁକୁ ମଧ୍ୟ ପରିହାର କରିବା ସହିତ ଘର ଠାରୁ ଦୂର ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଉଛି । ପ୍ରକୃତ ପକ୍ଷେ ସରକାରଙ୍କ ଏସବୁ ବ୍ୟବସ୍ଥାରେ ସାଧାରଣ ଲୋକେ କେତେ ଉପକୃତ ହୋଇପାରିବେ ଏବଂ ବିଭିନ୍ନ କ୍ଷେତ୍ର ପ୍ରସ୍ତୁତି ‌ସ୍ଥଳରେ ଏହା କେତେଦୂର ସମ୍ଭବ ତାହା କେହି ବୁଝି ନାହାନ୍ତି ।

from Kanak News
via <a href="https://ifttt.com/?

ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ । କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ, ଗାଡି ଚଳାଚଳ ବାଧାପ୍ରାପ୍ତ ।

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି ପିସିସି ସଭାପତି କହିଛନ୍ତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ । ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିର ପ୍ରମୂଖ ଛକ ମାନଙ୍କରେ ବ୍ୟାପକ ପୋଲିସ ମୂତୟତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଚିନ୍ତା ବଢାଇଲା ଦରଦାମ ବୃଦ୍ଧି : ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍‌ ଦରରେ ନିଆଁ ଲଗାଇଥିବା ସରକାରୀ ତେଲ କମ୍ପାନି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା ।

ଇତିମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଗତ ୬ ଦିନ ହେଲା ବଢ଼ିଚାଲିଛି । ଏହାଦ୍ବାରା ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଟପିସାରିଛି। ଏହାସହିତ ଆଜି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି ।

from Kanak News
via <a href="https://ifttt.com/?

କ˚ଗ୍ରେସର ବନ୍ଦ ଡାକରା : ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧି ପ୍ରତିବାଦରେ ଆଜି କ˚ଗ୍ରେସର ବନ୍ଦ ଡାକରା ଦେଇଥିବାବେଳେ ବ୍ୟାପକ ପ୍ରସ୍ତୁତି କରିଛି ଓଡ଼ିଶା ପୁଲିସ । ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ରାଜ୍ୟରେ ସକାଳ ୭ଟାରୁ ଦିନ ୧ଟା ଯାଏ ନିୟୋଜିତ ହୋଇଛନ୍ତି । କେବଳ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସରେ ୩୭ ପ୍ଲାଟୁନ୍‌ ଏବ˚ ପୁରୀରେ ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ କରିଛନ୍ତି ।

ଏହାବାଦ୍‌ ଅନ୍ୟ ଜିଲ୍ଲାରେ ୨ରୁ ୫ ପ୍ଲାଟୁନ୍‌ ପର୍ଯ୍ୟନ୍ତ ଫୋର୍ସ ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଏସପି ଓ କମିସନରେଟ୍‌ ପୁଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏମାନେ ସ୍ଥିତି ଉପରେ ନଜର ରଖିବେ । ଯଦିଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବାକୁ କ˚ଗ୍ରେସ ପକ୍ଷରୁ କୁହାଯାଇଛି, ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ…

ବନ୍ଦ ରହିବ 

  • ପେଟ୍ରୋଲ ପମ୍ପ
  • ଘରୋଇ ବସ
  • ସମସ୍ତ ଶିକ୍ଷାନୁଷ୍ଠାନ
  • ଦୋକାନ ବଜାର
  • ଗାଡି ଚଳାଚଳ

ଖୋଲା ରହିବ

  • ଔଷଧ ଦୋକାନ
  • ସ୍ୱାସ୍ଥ୍ୟସେବା ଜାରି ରହିବ
  • ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ
  • ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ
  • ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ

from Kanak News
via <a href="https://ifttt.com/?

Design a site like this with WordPress.com
Get started