ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ : ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

କନକ ବ୍ୟୁରୋ : ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ । ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଲେ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହ କଂଗ୍ରେସ କର୍ମୀମାନେ ଷ୍ଟେସନ ଭିତରକୁ ପଶିବା ସହ ରେଳ ଧାରଣା ଉପରେ ଛିଡା ହୋଇ ପ୍ରତିବାଦ କରିଛନ୍ତି ।

ସେପଟେ କଂଗ୍ରେସର ବନ୍ଦ ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଆଜି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା : କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ଆଜି ୭ ଘଣ୍ଟା ପାଇଁ ବନ୍ଦ ରହିବ ମୋ ବସ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା । ସକାଳ ୭ରୁ ଦିନ ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ । ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟ ବନ୍ଦ ରହିବ । ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସେହିପରି ବନ୍ଦ ପାଳନ ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ମଧ୍ୟ ଆଜି ବନ୍ଦ କରାଯାଇଛି ।

 

ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି । ଆଜି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

from Kanak News
via <a href="https://ifttt.com/?

କଳାହାଣ୍ଡି ଜିଲ୍ଲା କର୍ଲାପାଟରେ ହାତୀ ମୃତ୍ୟୁର ଚାଲିଛି କାରଣ ଖୋଜା : ଭବାନୀପାଟଣାରେ ପହଂଚିଲେ ଭୁବନେଶ୍ୱର ଓୟୁଏଟିର ବିଶେଷଜ୍ଞ ଦଳ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଗତ ୨ସପ୍ତାହରେ ୬ଟି ହାତୀର ମୃତ୍ୟୁ ହେବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ରବିବାର ୧୪ ତାରିଖରେ ଆଉ ଏକ ବୟସ୍କ ହାତୀର ମୃତ୍ୟୁ ଘଟିଛି ଘୁଷୁରୀଗୁଡ଼ି ଝରଣା ପାଖରେ। ଷଷ୍ଠ ହାତୀ ମୃତ୍ୟୁବରଣ କରିବା ପରେ ବେଲଗାମ ହୋଇପଡ଼ିଛି ହାତୀ ମଡ଼କ । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ଅନ୍ଧାରରେ ବାଡ଼ି ବୁଲାଇବା ଛଡ଼ା ଅନ୍ୟ କିଛି ଉପାୟ ପାଉନଥିବା ଚର୍ଚ୍ଚା ହେଉଛି। ଯାହାଫଳରେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟର ତେନ୍ତୁଳିପଦର ଗ୍ରାମ ନିକଟରେ ଗତ ୧ ତାରିଖରେ ପ୍ରଥମ ହାତୀ ମୃତ୍ୟୁବରଣ କରିଥିଲା । ଦ୍ୱିତୀୟ ହାତୀ ୮ତାରିଖ, ତୃତୀୟ ହାତୀ ୧୦ , ଚତୁର୍ଥ ହାତୀ ୧୨ତାରିଖ, ୫ମ ହାତୀ ୧୩ ତାରିଖ ଦିନ ମୃତ୍ୟୁବରଣ କରିଥିଲା । ଲଗାତାର ୬ଟି ହାତୀର ମୃତ୍ୟୁପରେ ମଧ୍ୟ ହାତୀ ମଡ଼କ ରୋକିବାରେ ବନ ବିଭାଗ ଓ ଜିଲ୍ଲା ପ୍ରାଣୀ ବିଭାଗ ବିଫଳ ହୋଇଛି । ଏନେଇ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୨ଦିନ ଧରି ବିଶେଷଜ୍ଞ ଦଳ କଳାହାଣ୍ଡିରେ ଡେରା ପକାଇଛି। କିନ୍ତୁ ମଡ଼କର ଅସଲ କାରଣ ଖୋଜିବାରେ ସଫଳତା ପାଉନାହାନ୍ତି। ବନ ବିଭାଗର ସୂଚନା ଅନୁଯାୟୀ କର୍ଲାପାଟ ଅଭୟାରଣ୍ୟରେ ୩ଟି ଦଳରେ ୧୭ଟି ହାତୀ ରହୁଥିଲେ। ହାତୀ ଗଣନା ରିପୋର୍ଟରୁ ଏହି ସୂଚନା ମିଳିଛି। ବର୍ତ୍ତମାନ ୧୭ଟି ହାତୀ ମଧ୍ୟରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ହାତୀ ଗଣନା ଅନୁଯାୟୀ ଆଉ କେବଳ ୧୧ଟି ହାତୀ ଥିବା ସ୍ପଷ୍ଟ ହେଉଛି । କେବଳ ମାଈ ହାତୀ ମୃତ୍ୟୁ ଘଟିବା ନେଇ ବନ ବିଭାଗର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଳାହାଣ୍ଡି ଜିଲ୍ଲାରେ ହାତୀ କରିଡର ସୁରକ୍ଷିତ ନଥିବା ବେଳେ ବର୍ତ୍ତମାନ ଏହା ବନ୍ୟଜନ୍ତୁ ସୁରକ୍ଷା ଧାରାର ଅସଲ ମୁଖା ଖୋଲିଦେଇଛି। କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ଆନ୍ତଃରାଜ୍ୟ ହାତୀଦାନ୍ତ ତସ୍କରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ହାତୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ବନ୍ୟପ୍ରାଣୀ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରାଣୀଧନ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆଖିଦୃଶିଆ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନଥିବାରୁ ଜଙ୍ଗଲୀ ହିଂସ୍ରଜନ୍ତୁ ଜନବସତିମୁହାଁ ହୋଇ ମଣିଷଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।

ଏଭଳି ସ୍ଥିତିକୁ ଦେଖିଲେ ବନ ବିଭାଗ ତରଫରୁ କର୍ଲାପାଟକୁ ଅଭୟାରଣ୍ୟ ଘୋଷଣା ପ୍ରହସନ ଭଳି ଲାଗୁଛି। କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କର୍ଲାପାଟ ଅଭୟାରଣ୍ୟର ଅସଲ ଗୁମର ହାତୀ ମଡ଼କ ଘଟଣାକୁ ନେଇ ଫିଟିବାକୁ ଆରମ୍ଭ ହୋଇଛି । ଲଗାତର ଭାବେ ବିଶେଷଜ୍ଞ ଦଳ ମଧ୍ୟ ହାତୀ ମଡ଼କ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି । କେତେବେଳେ ହେମ୍‌ରେଜ୍‌ ସେପ୍ଟିସେମିୟା ତ କେତେବେଳେ ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ଦେଉଛନ୍ତି। ଗତ କିଛିଦିନ ତଳେ ନେପାଳୀମାନେ ଶୀତ ବସ୍ତ୍ର ବିକ୍ରି ପାଇଁ ଉକ୍ତ ଅଂଚଳରେ ବୁଲାବୁଲି କରିଥିଲେ ।

ହାତୀ ମଡ଼କ ଘଟଣାରେ ନେପାଳୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ମାଓବାଦୀଙ୍କ ଭୟରେ ଉକ୍ତ ଅଂଚଳକୁ ବନ ବିଭାଗର କର୍ମଚାରୀ ପରିଦର୍ଶନରେ ଯାଉ ନଥିବାବେଳେ ଅନେକ ଦିନରୁ ସିସିଟିଭି କ୍ୟାମେରା ସରଭିଲାନ୍ସ ମଧ୍ୟ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଛି । ଏଣୁ ତେନ୍ତୁଳିପଦର ଘୁଷୁରୀଗୁଡ଼ି ଝରଣା ପାଣି ବିଷକ୍ରିୟା ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବନବିଭାଗ ଓ ବିଶେଷଜ୍ଞ ଦଳ ହାତୀ ମଡ଼କ ଘଟଣାରେ ତଥ୍ୟ ଲୁଚାଉଥିବା ସନ୍ଦେହରେ ପରିବେଶବିତ୍‌ ମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଯଦି ଏଭଳି ଭାବେ ପ୍ରତ୍ୟେକ ଦିନ ହାତୀ ମୃତ୍ୟୁବରଣ କରନ୍ତି ତାହେଲେ କିଛି ଦିନ ଭିତରେ କରଲାପାଟ ଅଭୟାରଣ୍ୟ ଜଙ୍ଗଲୀ ହାତୀ ଶୂନ୍ୟ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

from Kanak News
via <a href="https://ifttt.com/?

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ : ଜାନୁଆରୀ ୧୬ରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ । ସାରାଦେଶରେ ଜାନୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବାବେଳେ, ଆମ ରାଜ୍ୟରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇଥିଲା । ତେବେ ଚଳିତମାସ ୧୦ ତାରିଖ ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ହେଲେ ଅନେକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନଥିବାରୁ ପ୍ରଥମ ଡୋଜ ଟିକାକରଣକୁ ଅ୍ଧମ ୩ ଦିନ ଅର୍ଥାତ ଫବ୍ରୁଆରୀ ୧୩ ତାରିଖ ଯାଏଁ ବୃଦ୍ଧି କରାଗଲା ।

ଜାଣନ୍ତୁ ରାଜ୍ୟରେ କରୋନା ଟିକାକରଣର ପ୍ରୋଗ୍ରେସ ରିପୋର୍ଟ –

–  ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ

–  ଏପର୍ଯ୍ୟନ୍ତ ୨ ଲକ୍ଷ ୮୭ ହଜାର ୪୪୨ ସ୍ୱାସ୍ଥ୍ୟକର୍ମୀ ନେଇଛନ୍ତି ପ୍ରଥମ ଡୋଜ୍ ଟିକା

–  ପଞ୍ଜିକରଣ କରିଥିଲେ ମୋଟ୍ ୩ ଲକ୍ଷ ୩୮ ହଜାର ୭ଶହ ସ୍ୱାସ୍ଥ୍ୟକର୍ମୀ

–  ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ୫୧ ହଜାର ୨୫୮ ଜଣ ସ୍ୱାସ୍ଥ୍ୟକର୍ମୀ

–  ବଳକା ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ନେଇ ନିଷ୍ପତ୍ତି ହୋଇନାହିଁ

–  ଏବେ ଦ୍ୱିତୀୟ ପର୍ଯ୍ୟୟରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ଟିକା

– ରାଜ୍ୟରେ ପଞ୍ଜିକୃତ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଟିକା ନେଲେଣି ୬୧ ପ୍ରତିଶତ

– ମୋଟ୍ ୧ ଲକ୍ଷ ୨୪ ହଜାର ୪୯୭ ଜଣ କରୋନା ଯୋଦ୍ଧାଙ୍କୁ ଦିଆଯାଇଛି ଟିକା

from Kanak News
via <a href="https://ifttt.com/?

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ପାଳନ : ୬ ଘଂଟିଆ ବନ୍ଦରୁ ବାଦ ରହିବ ଅତ୍ୟାବଶ୍ୟକ ସେବା

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ହେଲେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ । ଏପରିକି ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଦେଶ କଂଗ୍ରେସର ଅଭିଯୋଗ ହେଲା, କେନ୍ଦ୍ରରେ ମୋଦି ସରକାର ଆସିବା ଦିନରୁ ଗତ ୭ ବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଓ ଡିଜେଲ ଦର ୫ରୁ ୭ ପଇସା ବଢିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲା, ଏବେ କାହିଁକି ଚୁପ ବସିଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି । ଦଳର ନେତା କହିଛନ୍ତି, କଂଗ୍ରେସ ତାର ରାଜନୈତିକ ସ୍ଥିତିକୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରୁଛି । ସେପଟେ ତେଲଦର ବୃଦ୍ଦି ପାଇଁ ରାଜ୍ୟ ଟିକସକୁ ଦାୟୀ କରିଛି ବିଜେପି ।

ଜାଣନ୍ତୁ ଆଜିର ବନ୍ଦ ପାଳନକୁ ନେଇ କେତେକ ପ୍ରମୁଖ ବିନ୍ଦୁ ଉପରେ –

– ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ୬ ଘଂଟା ଧରି ବନ୍ଦ ପାଳନ ହେବ
– ରୋଗୀ, ସ୍ୱାସ୍ଥ୍ୟକର୍ମୀ, ଦୁଗ୍ଧ ଗାଡି ଓ ଆମ୍ବୁଲାନ୍ସ ଅବାଧରେ ଯାଇପାରିବେ
– ସ୍ୱର୍ଗଦ୍ୱାର ଗାଡି କିମ୍ବା ବର, କନ୍ୟା ଗାଡିକୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯାଇଛି
– ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛନ୍ତି ସରକାର
– ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
– ସେହିପରି ସକାଳ ୭ରୁ ଦିନ ୨ଟା ଯାଏଁ ବନ୍ଦ ରହିବ ‘ମୋ ବସ’ ସେବା
– ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛି ବସ ମାଲିକ ସଂଘ

from Kanak News
via <a href="https://ifttt.com/?

ଭୁବନେଶ୍ୱର ମୁଣ୍ଡବିହୀନ ଶବ ମିଳିବା ଘଟଣା । ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା ପୋଲିସ 

କନକ ବ୍ୟୁରୋ : ଚନ୍ଦକା ଅଞ୍ଚଳରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ କମିସନରେଟ ପୁଲିସ ଅଭିଯୁକ୍ତ ଗିରଫ କରିବ । ପରେ ଆଜି ଏଥିରେ ବ୍ୟବହୃତ ସ୍କୁଟିକୁ ଘୁ.ଉଦୟଗିରି ଥାନା ଅଞ୍ଚଳରୁ ଜବତ କରିଛି । ଜବତ ସ୍କୁଟିକୁ କିଣିଥିବା ଅଭିଯୋଗରେ କଳିଙ୍ଗ । ପଞ୍ଚାୟତର ତାରବାଡ଼ ଗ୍ରାମର ଶୁଭ୍ରାଂଶୁ ନାୟକଙ୍କୁ ଗିରଫ କରି ଭୁବନେଶ୍ବର ନେଇଛି ।

ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍ ସଞ୍ଜୟ ଏବଂ ଶ୍ରୀକାନ୍ତ ସାହୁ ଓରଫ୍ ଚନ୍ଦୁକୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଖାରଜ ହୋଇ ଯାଇଥିଲା । ତେବେ ଘଟଣାର ଅଧିକ ଖୋଳତାଡ଼ ଲାଗି ଚନ୍ଦକା ଥାନା ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ତିନି ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ। ଏହି ରିମାଣ୍ଡ ସମୟରେ ସେମାନଙ୍କୁ ପଚରାଉଚରା କରି ଆଉ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରାଯିବ। ବାକି ରହିଥିବା କ୍ରାଇମ ସିନ୍ ରିକ୍ରିଏଟ୍ ମଧ୍ୟ କରାଯିବ।

ହତ୍ୟାକାଣ୍ଡସ୍ଥଳ ଫୁଲେଶ୍ବରୀ ବସ୍ତିକୁ ଉଭୟ ଅଭିଯୁକ୍ତଙ୍କୁ ନିଆଯିବା ସହ ଆଇଗିଣିଆର ଯେଉଁ ମେଡିସିନ୍ ଷ୍ଟୋରରୁ ଛୁରି, ଗ୍ଲୋଭସ୍ କିଣିଥିଲେ ସେଠାକୁ ମଧ୍ୟ ନିଆଯିବ। ସେହି ମେଡିସିନ୍ ଷ୍ଟୋରର ଦୋକାନୀ ଉଭୟଙ୍କୁ ଚିହ୍ନଟ କରିବେ। ସେହିପରି ଯେଉଁ ସ୍ଥାନରେ ଓଢଣିକୁ ପୋଡାଯାଇଛି ସେଠାକୁ ମଧ୍ୟ ଉଭୟ ଯାଇ ଚିହ୍ନଟ କରିବେ।

from Kanak News
via <a href="https://ifttt.com/?

ଭାଷଣ ଦେଲା ବେଳେ ମଞ୍ଚରେ ଟଳି ପଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ହସ୍ପିଟାଲରେ ଭର୍ତ୍ତି । 

କନକ ବ୍ୟୁରୋ : ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ  ବିଜୟ ରୁପାନି ହଠାତ ଖସିପଡ଼ିଥିଲେ । ଅସୁସ୍ଥତା କାରଣରୁ ସେ ଖସିପଡ଼ିଥିବା କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରିପକାଇଥିଲେ । ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ତେବେ ଏହାପରେ ତାଙ୍କୁ ଅହମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।

 ଭରୋଦରାର ନିଜାମାପୁରା ଅଞ୍ଚଳରେ ପୌର ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଯାଇଥିଲେ । ଆଜି ତାଙ୍କର ୩ଟି ଜନସଭା ଥିଲା । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଏହା ସତ୍ତ୍ବେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ଗୁଜୁରାଟରେ ଆସନ୍ତା ୨୧ ତାରିଖରେ ୬ଟି ପୌର ନିଗମ ପାଇଁ ନିର୍ବାଚନ ହେବ । ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ ।

from Kanak News
via <a href="https://ifttt.com/?

ଭୋଜି ଖାଇ ଫେରିବାବେଳେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ୧୦ ବରଯାତ୍ରୀ ଗୁରୁତର, ୨୦ରୁ ଅଧିକ ଆହତ

କନକ ବ୍ୟୁରୋ : ବାହାଭୋଜି ଖାଇ ଫେରିବା ବେଳେ ସାଲେପୁର ଶିଶୁଆ ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ବସରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଓ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରିନ୍ସ ବସରେ ୫୦ରୁ ଉର୍ଦ୍ଧ ବରଯାତ୍ରୀ କଟକରୁ ଭୋଜି ଖାଇ ଫେରୁଥିଲେ । ସାଲେପୁର-ଶିଶୁଆ ନିକଟରେ ବସଟି ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା । ତାପରେ ରାସ୍ତା କଡରେ ଥିବା ଏକ ନଡିଆ ଗଛକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଦୁଇ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକ ମଧ୍ୟ ଏହି ଉଦ୍ଧାର କାମରେ ସହଯୋଗ କରିଥିଲେ । ଆହମ ଲୋକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

from Kanak News
via <a href="https://ifttt.com/?

ପଟ୍ଟାମୁଣ୍ଡାଇ ପ୍ରବେଶ ତୋରଣର ଲେଖା ବଦଳିଲା । ଥିଲା ପ୍ଲମ୍ବିଂ ସହର ହେଲା ଆମ ସହର ପଟ୍ଟମୁଣ୍ଡାଇ । 

କନକ ବ୍ୟୁରୋ : ବଦଳିଲା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପ୍ରବେଶ ତୋରଣର ଲେଖା । ତୋରଣରେ ଥିଲା ପ୍ଲମ୍ବିଂ ସହର ପଟ୍ଟାମୁଣ୍ଡାଇ । ଏବେ ତୋରଣରେ ଲେଖା ହେଲା ଆମ ସହର ପଟ୍ଟାମୁଣ୍ଡାଇ । ତୋରଣର ଲେଖା ବଦଳାଇଲା ପଟ୍ଟମୁଣ୍ଡାଇ ପୌରପାଳିକା । ତୋରଣରେ ପ୍ଲମ୍ବିଂ ସହର ଲେଖାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ତୋରଣ ।

from Kanak News
via <a href="https://ifttt.com/?

ଓଡିଶା ପାଇଁ ଗର୍ବ ଆଣିଲା ଲାଲଚାନ୍ଦ ଜୁଏଲର୍ସ । ଇଣ୍ଡିଆଜ ମୋଷ୍ଟ ପ୍ରୋମିନେଂଟ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ-୨୦୨୧ରେ ସମ୍ମାନିତ ହେଲା

କନକ ବ୍ୟୁରୋ : ରାଜ୍ୟର ଭରଷା ଯୋଗ୍ୟ ଗହଣା ସୋରୁମ୍ ଲାଲଚାନ୍ଦ ଜୁଏଲର୍ସ ଜାତୀୟ ସ୍ତରୀୟ ପୁରସ୍କାର ଜିତି ଓଡିଶାକୁ ଗର୍ବିତ କରିଛି । ମେରିଟ୍ ଆୱାର୍ଡସ ଓ ମାର୍କେଟ ରିସର୍ଚ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଲାଲଚାନ୍ଦ ଜୁଏଲର୍ସକୁ ବେଷ୍ଟ ମଲ୍ଟିବ୍ରାଣ୍ଡ ଜୁଏଲାରୀ କଲେକ୍ସନ କାଟେଗୋରୀରେ ବିଜୟୀ ଘୋଷଣା କରାଯିବା ସହ, ଇଣ୍ଡିଆଜ ମୋଷ୍ଟ ପ୍ରୋମିନେଂଟ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ-୨୦୨୧ରେ ସମ୍ମାନିତ କରାଯାଇଛି ।

କ୍ରିକେଟ କିମ୍ବଦନ୍ତି କପିଲ ଦେବ ଓ ବଲିଉଡ୍ ଅଭିନେତ୍ରୀ ତଥା ମିସ ୟୁନିଭର୍ସ ସୁସ୍ମିତା ସେନ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କିନ୍ତୁ, ଚଳିତ ବର୍ଷର କୋଭିଡ୍ ପରିସ୍ଥିତି ଯୋଗୁଁ ଅନଲାଇନରେ ଏହି କାର୍ଯ୍ୟକ୍ରମର ଆୟୋଜନା କରାଯାଇଥିଲା । ଗହଣା ବଜାରରେ ଅଭିଜ୍ଞ ଓ ପୁରୁଣା ଗ୍ରାହକଙ୍କ କହିବା ଅନୁଯାୟୀ, ଲାଲଚାନ୍ଦ ଏହି କାଟେଗୋରୀରେ ବିଜୟୀ ହେବା ପାଇଁ ସମ୍ପୂର୍ଣର୍ ହକଦାର ।

କାରଣ ଦୀର୍ଘ ୩୦ ବର୍ଷ ହେବ ପୂରା ପୂର୍ବଭାରତରେ ଲାଲଚାନ୍ଦ ଜୁଏଲର୍ସ ସବୁଠାରୁ ଅଧିକ ଡିଜାଇନର ଗହଣା ବଜାରକୁ ଆଣିଛି । ଏଥିପାଇଁ ଆୟୋଜକଙ୍କୁ ଧନ୍ୟବାଦ ଦେଇଛନ୍ତି ଲାଲଚାନ୍ଦ୍ ଗ୍ରୁପର ପ୍ରତିଷ୍ଠାତା ସଞ୍ଜୟ ହଂସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started