ସିଲ୍କ ସିଟିର ଗୋଲାପ ଚାଷୀ । କଠିନ ପରିଶ୍ରମ ଫଳରେ ଏକର ଏକର ଜମିରେ ଫୁଟୁଛି ଭଳିକି ଭଳି ଗୋଲାପ

କନକ ବ୍ୟୁରୋ : କଥାରେ ଅଛି ଉଚ୍ଚ ପଦବୀର ଚାକିରୀ ହେଉ କିମ୍ବା ଭଲ ଦରମା । ଯଦି ମନରେ ଶାନ୍ତି ନ ଥାଏ କିମ୍ବା ସେ କାମ କରିବାରେ ଆଶ୍ୱସ୍ତି ନ ଥାଏ ତାହେଲେ କାମ କରିବାରେ ମଜା ଆସେନି । ଠିକ୍ ଏଭଳି କିଛି ଘଟିଛି ଶ୍ରୀଧର ଭର୍ମା ଓ ରମେଶ ଚନ୍ଦ୍ର ପାତ୍ରଙ୍କ କ୍ଷେତ୍ରରେ । ବ୍ରହ୍ମପୁର ସହରର ଦୁଇ ସଫଳ ଚାଷୀ ଶ୍ରୀଧର ଭର୍ମା ଓ ରମେଶଚନ୍ଦ୍ର ପାତ୍ର । ସରକାରୀ ଚାକିରୀ ପରେ ଘରେ ନ ବସି କିଛି କରିବା ପାଇଁ ସ୍ଥିର କରିଥିଲେ ରମେଶ ଚନ୍ଦ୍ର ପାତ୍ର । କଲିକତାରେ ଇକୋ ବ୍ୟାଙ୍କରେ ଚାକିରୀ କରିବା ସମୟରେ ଟ୍ରେନିଂ ପାଇଁ ସେ ପୁନା ଯାଇଥିଲେ । ସେଠାରେ ସେ ଫୁଲଚାଷ ଫାର୍ମ ଦେଖିଥିଲେ । ଏବଂ ସାତଦିନ ସମୟ ବାହାର କରି ସେ ଏବଂ ତାଙ୍କ ସ୍ତ୍ରୀ ଚାଷ ଉପରେ ଟ୍ରେନିଂଙ୍ଗ ନେଇଥିଲେ ।

୨୦୧୫ ମସିହାରେ ଚାକିରୀରୁ ଅବସର ପରେ ନିଜ ସ୍ତ୍ରୀଙ୍କ ଏହି ଚାଷ କାମ ପ୍ରତି ଆଗ୍ରହ ଦେଖି ୨୦୧୭ ଆରମ୍ଭ କରିଥିଲେ ଗୋଲାପ ଚାଷ । ପ୍ରାୟ ଏକ ଏକର ଜାଗାରେ ଏହି ଚାଷ କରିବା ପାଇଁ ପାଖାପାଖି ୧୪ଲକ୍ଷ ଟଙ୍କାର ଆବଶ୍ୟକତା ପଡିଥାଏ । ଏବଂ ଏହି ଚାଷ ପାଇଁ ସରକାରଙ୍କ ତରଫରୁ ଶତକଡା ୭୦ ଭାଗ ଋଣ ଛାଡ ମଧ୍ୟ ମିଳିଥାଏ । ଏବେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ନିଜେ ରୋଜଗାର କରି ନିଜେ ସ୍ୱାବିଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାରର ରାସ୍ତା ଦେଖାଇଛନ୍ତି । କେବଳ ଏତିକି ନୁହେଁ ଏବେ ଏହି ଗୋଲାପ ଫୁଲ ବ୍ରହ୍ମପୁର ସହରରୁ ଉତ୍ପାଦନ ହୋଇ ଭୁବନେଶ୍ୱର ଏବଂ କଲିକତା ଭଳି ସହରକୁ ମଧ୍ୟ ପଠାଯାଉଛି ।

ଅନେକ ଲୋକ ପାଠପଢ଼ା ସମୟ ପରେ ଚାକିରୀ ଖୋଜିବା ଆରମ୍ଭ କରନ୍ତି । କିନ୍ତୁ ବ୍ରହ୍ମପୁର ସହରରୁ କିଛି ଦୂରରେ ଥିବା ପାର୍ବତୀପୁରର ଶ୍ରୀଧର ଭର୍ମା ପାଠପଡ଼ା ସମୟରୁ ହିଁ ଆରମ୍ଭ କରିଥିଲେ ଚାଷ କାମ । ପନିପରିବା ଚାଷ କରିବା ସହ ଅନେକ ଫୁଲଗଛ ମଧ୍ୟ ଲଗାଇଥିଲେ । ୨୦୦୨ମସିହାରେ ଉଦ୍ୟାନ ବିଭାଗ ଜରିଆରେ ସେ ତାଲିମ ମଧ୍ୟ ପାଇଥିଲେ । ଦିନକୁ ଦିନ ଉତ୍ପାଦନ ବଢ଼ିଲା ହେଲେ ଆବଶ୍ୟକତା ହିସାବରେ ଟଙ୍କା ମିଳିଲାନି । ବଜାରରେ ଆଣି ଦୋକାନୀଙ୍କୁ ଫୁଲ ଦେଲେ ବି ସେମାନେ ତାର ଉଚିତ ମୂଲ୍ୟ ପାଇଲେ ନାହିଁ ।

ଶେଷରେ ସେମାନେ ଫୁଲଚାଷୀଙ୍କୁ ନେଇ ସଂଘ ନିର୍ମାଣ କରି ନାବାର୍ଡ । ସାହାଯ୍ୟରେ ଏକ ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର ଆରମ୍ଭ କରିଲେ । ସେଠାରେ ନିଜ ଆଦାୟ କରୁଥିବା ଫୁଲର ଉଚିତ ମୂଲ୍ୟ ପାଇ ବେଶ୍ ଲାଭବାନ ବି ହେଲେ । ଗୋଟିଏ ଫୁଲକୁ ସିଜନ ସମୟରେ ୮ ରୁ ୧୨ ଟଙ୍କା ଏବଂ ଅନ୍ୟଦିନେ ଏହି ଫୁଲକୁ ୨ରୁ୪ଟଂକାରେ ବିକ୍ରି କରୁଛନ୍ତି । ଗୋଟିଏ ଏକର ପ୍ରାୟ ୫ଲକ୍ଷରୁ ଅଧିକା ଫୁଲ ଆଦାୟ ହୁଏ ଯାହାର ଆନୁମାନିକ ମୂଲ୍ୟ ୧୫ରୁ୨୦ଲକ୍ଷ ଟଙ୍କା । କିନ୍ତୁ ଲଗାତର ବାତ୍ୟା ଏବଂ ଶେଷରେ କୋଭିଡ ଲାଗି ପ୍ରତ୍ୟେକ ଚାଷୀ ଏକର ପିଛା ଲକ୍ଷଲକ୍ଷ ଟଙ୍କା କ୍ଷତି ସହିଲେ ।

from Kanak News
via <a href="https://ifttt.com/?

ଚାଷ କାମ ସହ ଲୋକଙ୍କ ଦୁଃଖସୁଖରେ ଯୋଡା ନମତାରା ପଂଚାୟତର ସରପଂଚ । ୧୬ ଏକର ଜମିରେ ଗହମଠୁ ପରିବା ଯାଏଁ କରୁଛନ୍ତି ଚାଷ ହୃଦାନନ୍ଦ

କନକ ବ୍ୟୁରୋ : ନମତରା ପଞ୍ଚାୟତରସରଞ୍ଚ ସକାଳୁସକାଳୁ ପଞ୍ଚାୟତର ଲୋକମାନଙ୍କ ଭଲ ମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ବିଲକୁ ୮ଏକର ବିଲରେ ଗହମ ଚାଷ ସହ କରିଛନ୍ତି ବିଭିନ୍ନ ପ୍ରକାରର ପନିପରିବା ଚାଷ । ୬ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି । ବାର୍ଷିକ ଆୟକରୁଛନ୍ତି ୬ଲକ୍ଷ ଟଙ୍କା ।

ଆଜିର ସମାଜରେ ରାଜନେତାମାନେ ସଉକିନ ଜୀବନ ବିତାଉଥିବା ବେଳେ ଏମିତି ଜଣେ ସରପଂଚ ଅଛନ୍ତି ଯିଏ କି ନିଜେ ବିଲରେ କାମ କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ନିଯୁକ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ନମତରା ପଂଚାୟତର ସରପଂଚ ହୃଦାନନ୍ଦ ଦାସ । ସେ ପ୍ରତି ଦିନ ସଖାଳୁ ଉଠି ପଂଚାୟତର ଲୋକମାନଙ୍କର ଥିବା ବିଭିନ୍ନ ସମସ୍ୟା ବୁଝିବା ସହ ଚାଲି ଆସିଥାନ୍ତି ନିଜ ବିଲକୁ । ୮ଏକର ବିଲରେ ଫଳାଇଛନ୍ତି ସୁନାର ଫସଲ ।

ସେଥିମଧ୍ୟରୁ ୫ଏକର ବିଲରେ କରିଛନ୍ତି ଗହମଚାଷ ଓ ଆଉ ୩ଏକର ବିଲରେ କରିଛନ୍ତି ବାଇଗଣ, ବିମ, ପିଆଜ ,ଗ୍ରିନ କୋବି, କାକୁଡି, କଲରା ଓ ବିଭନ୍ନ ପ୍ରକାର ସାଗ ସହ ବିଭିନ୍ନ ପ୍ରକାରର ପନିପରିବା । ଅଂଚଳରେ କେଉଁଠି ଗହମ ଚାଷ ହେଉନଥିବା ବେଳେ ସେ କରିଛନ୍ତି ଗହମ ଚାଷ । ଆଉ ଅଳ୍ପ ଦିନ ପରେ ହେବ ଅମଳ । ସେ ନିଜେ ବିଲରେ ଘାସ ବାଛିବା ସହ ଔଷଧ ପକାଇବା ଓ ପନିପରିବା ତୋଳି ବିକିଥାନ୍ତି ।

ପ୍ରତିଦିନ ବିଲରୁ ବାହାରୁ ଥିବା କୁଇଂଟାଲ କୁଇଂଟାଲ ପନିପରିବା ରାଜକନିକା ,ସିଙ୍ଗପୁର ଓ ଆଳି ବଜାରକୁ ଯୋଗାଇବା ସହ ୬ ଜଣ ଶ୍ରମିକଙ୍କୁ ନିଜେ ଦେଇଛନ୍ତି ନିଜୁକ୍ତି । ପଂଚାୟତର ଲୋକମାନେ ଭଲ ସରପଞ୍ଚ ସହ ଜଣେ ସଫଳ ଚାଷି ପାଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା ।

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ମୋ ବସ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା । କାଲି ସକାଳୁ ଦିନ ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ ।

ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟ ବନ୍ଦ ରହିବ । ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ। ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସେହିପରି ବନ୍ଦ ପାଳନ ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ମଧ୍ୟ କାଲି ବନ୍ଦ ରହିବ ।

ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

from Kanak News
via <a href="https://ifttt.com/?

ଆଦିବାସୀ ଗାଁର ସଫଳ ଚାଷୀ । ଗୋଲାପ ଫୁଲ ବିକ୍ରି କରି ଦିନକୁ ୨ ହଜାର ଯାଏଁ କରୁଛନ୍ତି ରୋଜଗାର ।  

କନକ ବ୍ୟୁରୋ : ଗୋଲାପ ଦେଇଛି ରୋଜଗାର । ଗୋଲାପ ଫୁଲ ବିକ୍ରି କରି ସ୍ୱାବଲମ୍ବୀ ଏବେ ଆଦିବାସୀ ଅଂଚଳର ଚାଷୀ । ଦୈନିକ ୧ ହଜାରେରୁ ୨ ହଜାର ଟଙ୍କା ଯାଏଁ ଗୋଲାପ ଫୁଲ ବିକ୍ରି କରି ଆର୍ଥିକସ୍ତରରେ ବେଶ୍ ସ୍ୱଚ୍ଛଳ ହୋଇପାରିଛନ୍ତି ଆଦିବାସୀ ଗାଁ ର ସଫଳ ଗୋଲାପୀ ଚାଷୀ ସୁନୁ କୁମୁଡା । ପ୍ରଶାସନ ତରଫରୁ ପ୍ରାଥମିକ ଭାବେ ଏମଜିଏନଆରଜିଏସ୍ ମାଧ୍ୟମରେ ଅନୁଦାନ ଦେଇ ସନୁଙ୍କୁ ସ୍ୱାବଲମ୍ବୀ କରିଥିଲା ଜଳଛାୟା ପ୍ରକଳ୍ପ । ଏବେ କିନ୍ତୁ ବଢିଛି ଗୋଲାପ ଫୁଲର ଚାହିଦା । ସନୁଙ୍କ ନର୍ସରୀରୁ ଅନ୍ୟ ଜିଲାକୁ ଯାଉଛି ଗୋଲାପ ଫୁଲ ।

ରୋଜଗାର ଦେଇଛି ଗୋଲାପ । ଆର୍ଥିକ ସ୍ଥିତିକୁ ବଦଳାଇ ଦେଇଛି ଫୁଲ । ଗୋଲାପର ମହକ ସିନା ନାହିଁ କିନ୍ତୁ ସନୁଙ୍କ ଆର୍ଥିକ ମେରୁଦଣ୍ଡରେ ମହକ ଭରିଦେଇଛି ଫୁଲ । ଲାଭବାନ ଏବେ ଗୋଲାପ ଫୁଲର ଚାଷୀ । ମାଲକାନଗିରି ଜିଲ୍ଲାର ଗୋଲାପ ନର୍ସରୀକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସରକାରଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଆଣି ୨ ଏକର ଜମିରେ ଚାଷ କରି ବେଶ ସ୍ୱାବଲମ୍ବୀ ଏବେ ଗାଙ୍ଗରାଜଗୁମ୍ମାର ଚାଷୀ ସନୁ କୁମୁଡା ।

ବାଡିରେ ଫୁଟିଛି ଭଲିକି ଭଳି ଗ୍ରାଡେଏଟର କିସମର ଗୋଲାପ ଫୁଲ । ଯାହାକୁ ଦେକିବାକୁ ଲୋକଙ୍କର ଭିଡ ଜମୁଛି । ପଲ୍ଲି ଗାଁରେ ବଢିଛି ଗୋଲାପର ଚାହିଦା । ଅନ୍ୟ ଜିଲାକୁ ଯାଉଛି ମାଥିଲିର ଫୁଲ । ଦୈନିକ ଏଠାରୁ ହିଁ ଜୟପୁର , କୋରାପୁଟ , ନବରଙ୍ଗପୁର ଆଦି ସହରକୁ ପ୍ରତିଦିନ ଫୁଲ ଯାଉଛି । ଏଥିରୁ ବେଶ ଦୁଇପଇସା ପାଇ ପରିବାରର ଭରଣପୋଷଣ କରୁପାରୁଛନ୍ତି ସନୁ କୁମୁଡା ।

ଗ୍ରାଡେଏଟର ଗୋଲାପ ଫୁଲ । ଗୋଟିଏ ଫୁଲର ଦାମ ୧୦ ରୁ ୧୫ ଟଙ୍କା । ଦୈନିକ ୧ ହଜାରରୁ ୨ ହଜାର ଟଙ୍କା ଯାଏଁ ଫୁଲ ତୋଳି ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ସନୁ । ନିଜ ୨ ଏକରର ଚାଷ ଜମିରେ ଫସଲ ଫଳାଇବା ବଦଳରେ ଗୋଲାପ ଫୁଲ ଚାଷ କରି ବେଶ ସ୍ୱାବଲମ୍ବୀ ଆଦିବାସୀ ଗାଁର ଆଗୁଆ ଚାଷୀ । ପ୍ରଥମେ ପ୍ରଥମେ ଫୁଲ ଚାଷ କରିବାକୁ ମଙ୍ଗୁନଥିଲେ ସନୁ । କିନ୍ତୁ ମାଥିଲି ଜଳଛାୟା ପ୍ରକଳ୍ପ ତରଫରୁ ତାଙ୍କୁ ସଚେତନ କରାଯିବା ପରେ ନିଜ ଜମିରେ ଫୁଲ ଚାଷ ଆରମ୍ଭ କରିଥିଲେ ।

ବାର୍ଷିକ କମ ବିନିଯୋଗରେ ଫୁଲ ବିକ୍ରି କରିପାରି ଆର୍ଥିକ ସ୍ତରରେ ସ୍ୱଚ୍ଛଳ ହୋଇପାରିଛନ୍ତି ଏହି ପଛୁଆ ଅଂଚଳର ଆଗୁଆ ଚାଷୀ । ତେବେ ପଲ୍ଲୀ ଗାଁରେ ଏହି ନର୍ସରୀ ହେବା ପରେ ଫୁଲ ନେବା ଲାଗି ଲୋକଙ୍କ ଭିଡ ଯୋଗୁଁ ଗ୍ରାମବାସୀ ମଧ୍ୟ ଉତ୍ସାହିତ ହୋଇଛନ୍ତି । ସନୁଙ୍କୁ ତାଲିମ ଦେଇ ଆଗାମୀ ଦିନରେ ଗୋଲାପ ଚାରା ବିକିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ମୃର୍ତିକା ସଂରକ୍ଷଣର ସହକାରୀ ନିର୍ଦ୍ଧେଶକ ।

from Kanak News
via <a href="https://ifttt.com/?

କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ୧୪ ଦିନ ଭିତରେ ଆଖିବୁଜିଲେଣି ମୋଟ ୬ଟି ହାତୀ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢାଇ ଦେଇଛି । କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଫଳରେ ଗତ ୧୪ ଦିନ ଭିତରେ ଆଖି ବୁଜିଲେଣି ମୋଟ ୬ଟି ହାତୀ । ତେବେ କାହିଁକି ଏଭଳି ହାତୀଙ୍କର ମୃତ୍ୟୁ ହେଉଛି ତାର କାରଣ ଖୋଜିବାକୁ ପହଂଚିଛନ୍ତି ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ । ଏହି ବିଶେଷଜ୍ଞ ଦଳରେ ଅଛନ୍ତି ଡାକ୍ତର ସୁସେନ ପଣ୍ଡା । ୫ଟି ହାତୀର ପୋଷ୍ଟମର୍ଟମ ରିପୋର୍ଟ ଆସିଥିବାବେଳେ ଏଥିରୁ ଜଣାପଡିଛି ।
କରଲାପାଟରେ କାହିଁକି ମରୁଛନ୍ତି ହାତୀ?
– ସାହାଣ ରୋଗରେ ଆକ୍ରାନ୍ତ ହୋଇ ହାତୀଙ୍କ ମୃତ୍ୟୁ ହେଉଛି
– ଏହି ରୋଗକୁ ହାମୋରେଜିକ ସେପ୍ଟିସେମିଆ କୁହାଯାଏ
– ସାଧାରଣତଃ ଗାଈ ଗୋରୁଙ୍କୁ ଏହି ସାହାଣ ରୋଗ ହୋଇଥାଏ
– ହାମୋରେଜିକ ସେପ୍ଟିସେମିଆ ଏକ ଭୂତାଣୁ ଜନିତ ରୋଗ
– ଏଥିସହ ନିମୋନିଆ ହେଲେ ହାତୀଙ୍କ ପ୍ରାଣ ଚାଲିଯାଉଛି

ବିଶେଷଜ୍ଞଙ୍କ କହିବା ହେଲା ଗୃହପାଳିତ ପଶୁଙ୍କଠାରୁ ବ୍ୟାପିଥାଏ ଏହି ଭୂତାଣୁ ଜନିତ ରୋଗ । ତେବେ ହାତୀଙ୍କଠାରୁ ଯେଭଳି ଆଖାପଖାରେ ଥିବା ଅଂଚଳକୁ ଏହି ରୋଗ ନବ୍ୟାପେ ସେଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ତେଣୁ ଆଖପାଖ ଅଂଚଳରେ ରାଜ୍ୟ ସରକାରଙ୍କ ଭେଟେରେନାରୀ ବିଭାଗ ପକ୍ଷରୁ ଟିକାକରଣ ଚାଲିଛି ।

ଗତ ୧ ତାରିଖରେ କର୍ଲାପାଟ ନିକଟ ତେନ୍ତୁଳିପଦରଠାରେ ଏକ ହାତୀର ମୃତ୍ୟୁ ହୋଇଥିଲା । ପରେ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡିରେ ଆଖି ବୁଜିଥିଲେ ୩ଟି ହାତୀ । ଶନିବାର ଆଉ ଏକ ହାତୀର ମୃତ୍ୟୁ ହୋଇଥିବାବେଳେ ୧୪ ଦିନରେ ୬ଟି ହାତୀଙ୍କ ମୃତ୍ୟୁ ହେଲାଣି । ଭୁବନେଶ୍ୱର ଓୟୁଏଟିର ଲ୍ୟାବ କୋଅର୍ଡିନେଟର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ଭବାନୀପାଟଣାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

from Kanak News
via <a href="https://ifttt.com/?

କୋଟିଆରେ ଆନ୍ଧ୍ରର ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟର କଟାକ୍ଷ । କହିଲେ ବେଳ ଥାଉଥାଉ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ବିଜେଡି କହିଲା ନ୍ୟାୟାଳୟରେ ରହିଛି ମାମଲା ।

କନକ ବ୍ୟୁରୋ: ସଂଘୀୟ ବ୍ୟବସ୍ଥାରେ ଥାଇ ଓଡିଶାର ସ୍ୱାଭିମାନ ଓ ଅସ୍ମିତାକୁ ଚ୍ୟାଲେଞ୍ଜ କରି କୋରାପୁଟ କୋଟିଆରେ ନିର୍ବାଚନ କରିଛି ଆନ୍ଧ୍ରପ୍ରଦେଶ । ହେଲେ, ହଠାତ ଆସି ଆନ୍ଧ୍ର ପ୍ରଶାସନ ଏହି ନିର୍ବାଚନ କରିନାହିଁ । ଏଥିପାଇଁ ଦୀର୍ଘଦିନ ହେବ ସେଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରଖିଥିଲା ଆନ୍ଧ୍ର ସରକାର । ଏପରିକି ନିର୍ବାଚନ ପାଇଁ ବିଜ୍ଞପ୍ତିି ଜାରି ପରେ ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହୋଇଛି । ହେଲେ ନିର୍ବାଚନ ରୋକିବା ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା କୌଣସି ସ୍ତରରେ ସେଭଳି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି, ଆନ୍ଧ୍ର ଓଡିଶାର ଭୌଗଳିକ ସୀମାରେ ପଶି କୋରାପୁଟ, ଗଂଜାମ, ଗଜପତି ଜିଲ୍ଲାରେ ଓଡିଶାର ଗାଁକୁ ପଂଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଚିନ୍ତାଜନକ । ଆନ୍ଧ୍ର ହେଉ ବା ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ସହ ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ପଦକ୍ଷେପ ନନେଲେ ଆଗକୁ ଆହୁରି ଖରାପ ସମୟକୁ ସାମ୍ନା କରିବାକୁ ପଡିପାରେ ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତିି, ଆମ ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହୋଇଛନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ କରିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ  । ସେହିପରି ଏଥିପାଇଁ ସରକାରଙ୍କ ଅପରାଗତକୁ ଦାୟୀ କରିଛି କଂଗ୍ରେସ  ।

 ଅନ୍ୟପଟେ ଆନ୍ଧ୍ରର ନିର୍ବାଚନ ନେଇ ବିଜେପିର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିଜେଡି ନେତା ଶଶିଭୂଷଣ ବେହେରା । କହିଛନ୍ତି, ସୁପ୍ରିମକୋର୍ଟ ଦୁଇ ଦୁଇ ଥର ଆନ୍ଧ୍ର-ଓଡିଶା ସୀମା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ସବୁ ଓଡିଆ ଏକଜୁଟ ଏହାର ସମାଧାନ ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ଶଶି ବେହେରା କହିଛନ୍ତି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି । ସୁତରାଂ ଷଢ଼େଇକଳା ଓ ଖରସୁଆଁ ଦୁଃଖ ଓଡିଶାବାସୀଙ୍କ ମନରୁ ଯାଇନଥିବାବେଳେ କୋଟିଆ ହାତରୁ ଖସିଯିବା ଆଶଙ୍କା ପୁଣି ଦେଖାଦେଇଛି । ତେଣୁ ଆନ୍ଧ୍ରର ଏହି ଷଡଯନ୍ତ୍ରକୁ ପଣ୍ଡ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବା ଜରୁରୀ ।

from Kanak News
via <a href="https://ifttt.com/?

ରାଜ୍ୟରେ ସେଂଚୁରୀ ମାରିବାକୁ ବସିଲାଣି ତେଲ ଦର ।  ପ୍ରତିଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ।

କନକ ବ୍ୟୁରୋ: ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦାମ୍ । ସକାଳୁ ଉଠୁ ଉଠୁ ବଢ଼ିଯାଉଛି ପେଟ୍ରୋଲ ଦର । ସବୁ ଦିନ ତେଲ ଦରରେ ହେଉଛି ନୂଆ ନୂଆ ରେକର୍ଡ । ମାଲକାନଗରିର କାଲିମେଳାରେ ସର୍ବାଧିକ ରହିଛି ତେଲ ଦର । ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୯୧ ପଇସା, ଡିଜେଲ୍ ଲିଟର ପିଛା ୯୧ ଟଙ୍କା ୩୯ ପଇସା ରହିଛି । ମାଲକାନଗିରି ସଦର ମହକୁମାରେ ପେଟ୍ରୋଲ ୯୪ ଟଙ୍କା ଉପରେ ରହିଥିବା ବେଳେ ୯୦ ଟଙ୍କା ଉପରେ ରହିଛି ଡିଜେଲ ଲିଟର । ଉପାନ୍ତ ଜିଲ୍ଲା, ସଦର ମହକୁମା ଠାରୁ ଦୂର ଇଲାକାରେ ତେଲ ଦର ଅଧିକ ହୋଇଛି ।

ନବରଙ୍ଗପୁର, ଜୟପୁରରେ ୯୩ ଟଙ୍କା ଉପରେ ପେଟ୍ରୋଲ ବିକ୍ରି ହୋଇଛି । ଡିଜେଲ ମଧ୍ୟ ମହଙ୍ଗା ହୋଇଛି । ବ୍ରହ୍ମପୁରରେ ମଧ୍ୟ ୯୦ ଟଙ୍କା ଉପରକୁ ଉଠିଛି ପେଟ୍ରୋଲ । ସମ୍ବଲପୁର, ସୁନ୍ଦରଗଡ଼, କଟକ ଓ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୦ ଟଙ୍କା ପାଖାପାଖି ବିକ୍ରି ହେଉଥିବା ବେଳେ ୮୬ ଟଙ୍କା ଉପରେ ରହିଛି ଡିଜେଲ୍ । ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡିଶାର କିଛି ସହରରେ ତେଲ ଦର ବଢିଯାଇଛି  । ସ୍ଥିତି ଏମିତି ହୋଇଛି, ଯେ ତେଲ ଦର ଉପରେ ଏବେ ରୋକ ନଲାଗିଲେ, ଆଉ ଅଳ୍ପ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଛୁଇଁପାରେ । ଏପରି ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ନୂଆବର୍ଷରୁ ଆଜି ସୁଦ୍ଧା ଅର୍ଥାତ୍ ୪୫ ଦିନ ମଧ୍ୟରେ ୧୮ ଥର ବଢ଼ିଗଲାଣି ତେଲ ଦର । ଏହି ସମୟ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପ୍ରାୟ ୫ଟଙ୍କା ବୃଦ୍ଧି ପାଇସାରିଲାଣି । ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ପରେ କରୋନା ମହାମାରୀର ଆଳ ଦେଖାଇ ରାଜସ୍ୱ ବୃଦ୍ଧି ପାଇଁ ଟିକସ ବଢ଼ାଇଥିଲେ ସରକାର । ଏବେ କିନ୍ତୁ ଅଶୋଧି୍ତ ତେଲ ଦର ବଢ଼ିଛି, କିନ୍ତୁ ଟିକସ କମାଇନାହାନ୍ତି ସରକାର । ଏପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଦର୍ଶାଇ ମନଇଚ୍ଛା ତେଲ ଦର ବଢ଼ାଇ ଚାଲିଛନ୍ତି ତୈଳ କଂପାନୀ ।

୨୦୧୭ ଜୁନ ମାସରୁ ପ୍ରାୟ ପ୍ରତିଦିନ ସକାଳେ ୬ଟାରେ ତେଲ ଦର ସଂଶୋଧନ କରାଯାଉଛି । ଅନ୍ତର୍ଜାତୀୟ ବଜାର ଓ ଟଙ୍କାର ବିନିମୟ ମୂଲ୍ୟ ଆଧାରରେ ତେଲ ଦର ଦୈନିକ ସଂଶୋଧନ ହୋଇଥାଏ । ହେଲେ ଅଶୋଧିିତ ତେଲ କେତେ ଟଙ୍କା ଦେଇ କଂପାନୀଗୁଡିକ କିଣୁଛନ୍ତି, କେତେ ଟଙ୍କା ବିଶୋଧନ ପାଇଁ ଖର୍ଚ୍ଚ ହେଉଛି, ତାହା ଜଣାଉନାହାନ୍ତି ତେଳ କଂପାନୀ ।

କେଉଁଠି କେତେ ତେଲ ଦର?

  • କାଲିମେଳା : ପେଟ୍ରୋଲ – ୯୪ ଟଙ୍କା ୯୧ ପଇସା, ଡିଜେଲ – ୯୧ ଟଙ୍କା ୩୯ ପଇସା
  • ମାଲକାନଗିରି : ପେଟ୍ରୋଲ – ୯୪ ଟଙ୍କା ୬ ପଇସା, ଡିଜେଲ – ୯୦ ଟଙ୍କା ୬୪ ପଇସା
  • ନବରଙ୍ଗପୁର :  ପେଟ୍ରୋଲ – ୯୩ ଟଙ୍କା ୫୧ ପଇସା, ଡିଜେଲ – ୯୦ ଟଙ୍କା ୧୦ ପଇସା
  • ଜୟପୁର : ପେଟ୍ରୋଲ – ୯୩ ଟଙ୍କା ୨୮ ପଇସା, ଡିଜେଲ – ୮୯ ଟଙ୍କା ୮୮ ପଇସା
  • ସମ୍ବଲପୁର :  ପେଟ୍ରୋଲ – ୮୯ ଟଙ୍କା ୯୮ ପଇସା, ଡିଜେଲ – ୮୬ ଟଙ୍କା ୭୧ ପଇସା
  • ସୁନ୍ଦରଗଡ଼ :  ପେଟ୍ରୋଲ – ୮୯ ଟଙ୍କା ୫୧ ପଇସା, ଡିଜେଲ – ୮୬ ଟଙ୍କା ୨୫ ପଇସା
  • ବ୍ରହ୍ମପୁର :  ପେଟ୍ରୋଲ – ୯୦ ଟଙ୍କା ୫୧ ପଇସା, ଡିଜେଲ – ୮୭ ଟଙ୍କା ୩୩ ପଇସା
  • ଭୁବନେଶ୍ୱର :  ପେଟ୍ରୋଲ – ୮୯ ଟଙ୍କା ୪୩ ପଇସା, ଡିଜେଲ – ୮୬ ଟଙ୍କା ୧୫ ପଇସା
  • କଟକ : ପେଟୋଲ – ୮୯ ଟଙ୍କା ୭୩ ପଇସା, ଡିଜେଲ – ୮୬ ଟଙ୍କା ୪୩ ପଇସା 

from Kanak News
via <a href="https://ifttt.com/?

କାଲି ୬ ଘଂଟା ପାଇଁ ବନ୍ଦ ହୋଇଯିବ ଓଡିଶା । ତେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ଡାକରା ।

କନକ ବ୍ୟୁରୋ: ଆସନ୍ତାକାଲି ୬ ଘଂଟିଆ ଓଡିଶା ବନ୍ଦ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଘୋଷଣା କରିଛି କଂଗ୍ରେସ । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ତେବେ ବନ୍ଦ ସମୟରେ ବିଭିନ୍ନ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି କଂଗ୍ରେସ ଘୋଷଣା କରିଛି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନର ଗୁରୁତ୍ୱ ବଢିଯାଇଛି । କାରଣ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କାଲି ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ହେଲେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ସେହିପରି ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଦେଶ କଂଗ୍ରେସର ଅଭିଯୋଗ ହେଲା, କେନ୍ଦ୍ରରେ ମୋଦି ସରକାର ଆସିବା ଦିନରୁ ଗତ ୭ ବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଓ ଡିଜେଲ ଦର ୫ରୁ ୭ ପଇସା ବଢିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲା, ଏବେ କାହିଁକି ଚୁପ ବସିଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି । ଦଳର ନେତା କହିଛନ୍ତି, କଂଗ୍ରେସ ତାର ରାଜନୈତିକ ସ୍ଥିତିକୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରୁଛି । ସେପଟେ ତେଲଦର ବୃଦ୍ଦି ପାଇଁ ରାଜ୍ୟ ଟିକସକୁ ଦାୟୀ କରିଛି ବିଜେପି ।

ଏପଟେ କାଲିର ବନ୍ଦକୁ ଆଖିରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଓ ମଙ୍ଗଳବାର ସରସ୍ୱତୀ ପୂଜାରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ କଂଗ୍ରେସର ଏହି ବନ୍ଦ ପାଳନ ପେଟ୍ରୋଲ ଓ ଡିଜେଲ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ ସମର୍ଥ ହେବ କି ନାହିଁ ତାହା ଏକ ପ୍ରଶ୍ନବାଚୀ ।

from Kanak News
via <a href="https://ifttt.com/?

ନ୍ୟୁଜିଲାଣ୍ଡର ସବୁଠୁ ବଡ ସହର ଅକଲାଣ୍ଡରେ ଲକଡାଉନ୍ । ଭୂତାଣୁ ଭୟରେ ତିନି ଦିନିଆ ତାଲାବନ୍ଦ ଘୋଷଣା କଲେ ନ୍ୟୁଜିଲାଣ୍ଡ ସରକାର ।

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡର ସବୁଠୁ ବଡ ସହରରେ ପୁଣି ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ବ୍ୟାପୁଥିବା ଦେଖି ନ୍ୟୁଜିଲାଣ୍ଡ ସରକାର ଅକଲାଣ୍ଡ ସହରରେ ୩ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ତିନି ଦିନ ଯାଏଁ ବଳବତ୍ତର ରହିବ । ଏନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅକଲାଣ୍ଡରେ ତିନିଦିନିଆ ଲକଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଏଭଳି କରାଯାଇଛି । ଭୂତାଣୁ ଯେଭଳି ଅନ୍ୟ ସହରକୁ ନବ୍ୟାପିବ ସେଥିପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅକଲାଣ୍ଡ ସହରର କିଛି ଲୋକଙ୍କ ପାଖରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ହେଲେ ଏହା ପୂର୍ବ ଭାଇରସ ତୁଳନାରେ ଭିନ୍ନ ବୋଲି ଜଣାପଡିଛି । ତେଣୁ ଏହା କେତେ ମାରାତ୍ମକ ତା ଏଯାଏଁ ଜଣାପଡିନି । ତେଣୁ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ନ୍ୟୁଜିଲାଣ୍ଡ ସରକାର ଅକଲାଣ୍ଡ ସହରରେ ତିିନିଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?

କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ…

ବନ୍ଦ ରହିବ 

  • ପେଟ୍ରୋଲ ପମ୍ପ
  • ଘରୋଇ ବସ
  • ସମସ୍ତ ଶିକ୍ଷାନୁଷ୍ଠାନ
  • ଦୋକାନ ବଜାର
  • ଗାଡି ଚଳାଚଳ

https://platform.twitter.com/widgets.js

ଖୋଲା ରହିବ

  • ଔଷଧ ଦୋକାନ
  • ସ୍ୱାସ୍ଥ୍ୟସେବା ଜାରି ରହିବ
  • ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ
  • ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ
  • ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ

from Kanak News
via <a href="https://ifttt.com/?

Design a site like this with WordPress.com
Get started