ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୪/୧ । ୨୪୯ ରନରେ ଆଗୁଆ ଭାରତ । 

କନକ ବ୍ୟୁରୋ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେ ଭାରତ ନିଜ ସ୍ଥିତିକୁ ସୁଦୃଢ କରି ନେଇଛି । ଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି । ରୋହିତ ଶର୍ମା ୨୫ ଓ ଚେତେଶ୍ବର ପୂଜାରା ୭ ରନ କରି ଅପରାଜିତ ଅଛନ୍ତି । ଶୁଭମନ ଗିଲ ୧୪ ରନ କରି ଆଉଟ ହୋଇଛନ୍ତି ।

ଭାରତ ନିଜର ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୩୪ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂର ସମ୍ମୁଖୀନ ହୋଇପାରିନଥିଲେ । ସ୍ପିନର ଆର. ଅଶ୍ବୀନ ୪୩ ରନ ଦେଇ ୫ ଓ୍ବିକେଟ ନେଇଥିଲେ । ସେହିପରି ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଫଳରେ ଭାରତ ପ୍ରଥମ ଇନିଂସରେ ୧୯୫ରନରେ ଅଗ୍ରଣୀ ରହିଛି ।

ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଥିଲା । ଫଳରେ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ଅଛି ।

from Kanak News
via <a href="https://ifttt.com/?

ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସର ‘ଓଡିଶା ବନ୍ଦ’ ଡାକରା । ଦିନ ୧ଟା ଯାଏଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କନକ ବ୍ୟୁରୋ: କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟି ରଖି ରାଜ୍ୟବ୍ୟାପୀ ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ। ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଦିନ ଗୋଟିଏ ପରେ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ ସ୍ବାଭାବିକ ହେବ। ବସ୍‌ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ଜନସାଧାରଣଙ୍କ ବୃହତ‌ ସ୍ବାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସର ଓଡ଼ିଶା ବନ୍ଦ ସମୟରେ ଯାତ୍ରୀ ବସ୍‌ଗୁଡ଼ିକ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ହେଲେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବନ୍ଦ ହେବା ନେଇ ଘୋଷଣା ମଧ୍ୟ କରିଦେଇଛନ୍ତି।

from Kanak News
via <a href="https://ifttt.com/?

ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ଅଖଚକ ସବୁ ବନ୍ଦ  ।  

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ବନ୍ଦ । ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଫେବୃଆରୀ ୧୫ରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ଏହିଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ପାଳନ ହେବ । ତେବେ କଂଗ୍ରେସ କର୍ମୀମାନେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି । ସାଧାରଣ ଲୋକ ଯେପରି ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେନି ତା ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ରାଜ୍ୟରେ ଘରୋଇ ବସ ଚଳାଚଳ ମଧ୍ୟ ବନ୍ଦ ରହିବ । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ମଧ୍ୟ ସୂଚନା ଦେଇସାରିଛନ୍ତି । ତେବେ ଜରୁରୀକାଳୀନ ସେବା ଓ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଜରୁରୀ ଯିବା ଆସିବାରେ କୌଣସି ଅସୁବିଧା ରହିବ ନାହିଁ । ବନ୍ଦ ପାଳନ ବେଳେ ବାହାଘର ଗାଡି ଓ ଅନ୍ତିମ ସଂସ୍କାର ଗାଡିଗୁଡିକ ମଧ୍ୟ ନିଦ୍ୱନ୍ଦ୍ୱରେ ଯିବା ଆସିବା କରିପାରିବ ।

ଅନ୍ୟପଟେ ଆସନ୍ତାକାଲି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିବ । ପିଲାମାନଙ୍କୁ ସ୍କୁଲ ଓ କଲେଜ ଯିବାକୁ ମନା କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି।

from Kanak News
via <a href="https://ifttt.com/?

କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।

କନକ ବ୍ୟୁରୋ: ଫାସ ଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବୃୟାରୀ ୧୫ ମଧ୍ୟ ରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା ।

ଫାସଟ୍ୟାଗ୍ ଲଗାଇଥିଲେ ଟୋଲପ୍ଲାଜାରେ ଟୋଲ ଦେବା ପାଇଁ ଆଉ ଲମ୍ବା ଲାଇନ ଲଗାଇବାକୁ ପଡିବନି । ଫାସଟ୍ୟାଗ ଥିଲେ ମାତ୍ର କିଛି ସେକେଣ୍ଡରେ ଗାଡିିକୁ ଅଟକାଉଥିବା ଇଂଟରସେପ୍ଟର ଉଠିଯିବ । ଯଦି ଆପଣ ଏପର୍ଯ୍ୟନ୍ତ ଚାରି-ଚକିଆ ଗାଡ଼ିରେ ଫାସଟ୍ୟାଗ ଲଗାଇନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ । ଘରେ ବସି ଆମାଜନ, ପେଟିଏମ୍ ଭଳି ଇ-କମର୍ସ ୱେବସାଇଟରେ  ଯେକୌଣସି ବ୍ୟାଙ୍କ୍ ବା ଇ-କମର୍ସ କମ୍ପାନୀର ଫାସଟ୍ୟାଗ ଆପଣ ମଗାଇପାରିବେ। ଆଉ ଆପଣ ଯଦି ଇ-ଟ୍ରାନଜାକସନ ବିଷୟରେ କିଛି ଜାଣିନାହାନ୍ତି ତେବେ ଯେକୌଣସି ଟୋଲଗେଟ ନିକଟକୁ ଗଲେ ଆପଣ ଅଧିକାଂଶ କମ୍ପାନୀର କିଓସ୍କ ପାଇବେ । ଯେଉଁଠି ୨୫୦ ଟଙ୍କା ବା ୫୦୦ ଟଙ୍କା ଦେଇ ବି ଆପଣ ଏୟାରଟେଲ, ପେଟିଏମ୍ କିମ୍ବା ଯେକୌଣସି ବ୍ୟାଙ୍କର ଫାସଟ୍ୟାଗ ପାଇଯିବେ । ଏଥିପାଇଁ ଅବଶ୍ୟ ଆପଣଙ୍କୁ ସେଠାକୁ ଗାଡ଼ିର ସ୍ମାର୍ଟ କାର୍ଡ ଓ ନିଜର ଆଧାର କାର୍ଡ ନେବାକୁ ହେବ। ଏହାପରେ ମାତ୍ର ୧୦/୧୫ ମିନିଟରେ ଆପଣଙ୍କୁ ମିଳିଯିବ ଫାସଟ୍ୟାଗ ।

from Kanak News
via <a href="https://ifttt.com/?

ଲାଜେଇ ଆଖି, ଲାଜମିଶା ଲଭ ଲେଟର । ଚୋରା ଚାହାଣୀରୁ ଚକଲେଟ ଦିଆନିଆ । ପ୍ରେମର ପଣକିଆ ଡାକୁଥିବା ପ୍ରେମୀ ପାଇଁ ଶୀତ, ବସନ୍ତ ସବୁ ନୂଆ ନୂଆ ।

କନକ ବ୍ୟୁରୋ: ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା… ପ୍ରେମିକାର ଆନମନା… ପ୍ରେମ ଆଖିରେ ହୁଏ, ଛାତିରେ ହୁଏ… ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ… କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ … ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ.. ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର, ଆକାଶଠୁ ବିଶାଳ…

ପ୍ରେମୀଯୁଗଳମାନେ ନିଜ ପ୍ରେମକୁ ପରିପ୍ରକାଶ କରିବାକୁ ପାଳିଥାନ୍ତି ଭାଲେଟାଂଇନ୍ ୱିକ୍ । ଯାହାର ଆଜି ହେଉଛି ଶେଷ ଦିନ… ଆଜି ଭାଲେଟାଂଇନ୍ ଡେ । ରୋଜ ଡେ’ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ପ୍ରପୋଜ ଡେ, ଚକଲେଟ୍ ଡେ, ପ୍ରମିଜ ଡେ ଏବଂ କିସ୍ ଡେ’ ରାସ୍ତା ଡେଇଁ ଭାଲେଟାଂଇନ୍ ଡେ’ରେ ପହଞ୍ଚେ । ଯାହାକୁ ପ୍ରତିଟି ପ୍ରେମୀ ଯୁଗଳ ବେଶ ଉତ୍ସାହର ସହ ମନେଇଥାନ୍ତି ।

ଫେବୃଆରୀ ୧୪, ପ୍ରତି ପ୍ରେମିକ, ପ୍ରେମିକାଙ୍କ ପାଇଁ ଗୋଟିଏ ଅଭୁଲା ଦିନ । ପ୍ରତିବର୍ଷ ପ୍ରେମ ପକ୍ଷୀମାନେ ଏହି ଦିନଟିକୁ ପ୍ରେମର ଦିନ ଭାବେ ପାଳନ କରିଥାନ୍ତି । ନିଜର ମନର କଥା, ଛାତି ତଳର ଧକଧକ, ଲାଜ ମିଶା ଲଭ ଲେଟରରେ ଯେଉଁ କଥା ନିଜ ମନର ମଣିଷକୁ କହିପାରି ନଥାନ୍ତି ଆଜି ସେହି ଶବ୍ଦକୁ ପ୍ରେମର ସୁରରେ ସଜେଇ ଜୀବନ ସାଥୀ କହିଦିଅନ୍ତି । ସେଇଥିପାଇଁ ତ.. ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଏହି ପ୍ରେମ ସପ୍ତାହ ବା ଭାଲେଟାଂଇନଡେକୁ ନେଇ ଆମ ଦେଶର ଯୁବପୀଢି ମାନେ ବେଶ ଉତ୍ସାହିତ ଥାନ୍ତି ।

ତେବେ ଏହି ଭାଲେଟାଇନ୍ ଡେ କେମିତି ଆରମ୍ଭ ହେଲା ତାକୁ ନେଇ ମଧ୍ୟ ଅନେକ ରୋଚକ କଥା ରହିଛି । କୁହାଯାଏ ଆମେ ଯେଉଁ ଭାଲେଟାଂଇନକୁ ପ୍ରେମ ଦିବସ ଭାବେ ପାଳନ କରୁଛେ… ଅସଲରେ ତାହା ହେଉଛି ଜଣେ ପାଦ୍ରୀଙ୍କ ନାଁ । ଖୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମରେ କ୍ଲାଉଡିୟସ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ । ହେଲେ ସେତେବେଳେ ପାଦ୍ରୀ ଭାଲେଟାଂଇନ୍ ଏହାକୁ ବିରୋଧ କରିବା ସହିତ ଅନେକ ସୈନ୍ୟଙ୍କ ବିବାହ ଗୁପ୍ତରେ କରାଇ ଦେଇଥିଲେ । ଆଉ ଯେତେବେଳେ ରାଜା କ୍ଲାଉଡିୟସ ଏହି କଥା ଜାଣିବାକୁ ପାଇଲେ, ସେ ପାଦ୍ରୀ ଭାଲେଟାଇନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ପାଦ୍ରୀ ଭାଲେଟାଂଇନଙ୍କୁ ଯେଉଁଦିନ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ତା ଥିଲା ଫେବୃଆରୀ ୧୪ ତାରିଖ । ଆଉ ସେବେଠୁ ଏହି ଦିନକୁ ପ୍ରେମୀ ଯୁଗଳମାନେ ପ୍ରେମର ଦିବସ ମନେଇବା ସହିତ ଭାଲେଟାଂଇନ୍ ଡେ ସେଲିବ୍ରେଟ କରିଆସୁଛନ୍ତି ବୋଲି ଲୋକକଥା ରହିଛି ।

ସବୁପରେ ବି ପ୍ରେମକୁ ଗୋଟିଏ ଦିବସ କିମ୍ବା ଗୋଟିଏ ସପ୍ତାହ ଭିତରେ ବାନ୍ଧି ରଖିବା ଅସମ୍ଭବ । ମଣିଷର ମୃତ୍ୟୁ ପରେ ତା ପ୍ରେମ ଅନ୍ୟ ପାଇଁ ଉଦାହରଣ ସାଜେ । ସେଥିପାଇଁ ତ ରୋମିଓ ଜୁଲିଏଟଙ୍କଠୁ ଆରମ୍ଭ କରି ଅନେକ ପ୍ରେମୀପାଗଳଙ୍କ ପ୍ରେମ କାହାଣୀ ଆଜି ବି ଅମର ହୋଇ ରହିଛି । ସତରେ ପ୍ରେମ ଏକ ଅପୂର୍ବ ଅନୁଭବ, ଅକୁହା ଆନନ୍ଦର ନାଁ… ଯାହାକୁ ଖାଲି ଆଖି ବୁଜି ଅନୁଭବ କରିବୁଏ…

from Kanak News
via <a href="https://ifttt.com/?

ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩ କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇ ଦେଲେ ହାବିଲଦାର ନରେନ୍ଦ୍ରନାଥ ସୋରେନ ।

କନକ ବ୍ୟୁରୋ : ହୃଦୟ ଜିଣିଲେ ହାବିଲଦାର । ଜଣେ ସୁରକ୍ଷାକର୍ମୀ କିଭଳି ଜନତାଙ୍କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ଶପଥ କରିଥାଏ । ଆଉ ସେହି ନିଷ୍ଠାପର କର୍ତ୍ତବ୍ୟ କରି ଦେଖାଇଛନ୍ତି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଏହି ହାବିଲଦାର । ଜଣେ ସାଧାରଣ ହାବିଲଦାର ନରେନ୍ଦ୍ରନାଥ ସୋରେନଙ୍କ ଯୋଗୁଁ ବଞ୍ଚିଯାଇଛି ୩ ନୀରିହ ଶିଶୁଙ୍କ ଜୀବନ । ବର୍ତ୍ତମାନ ହାବିଲଦାରଙ୍କ ଏହି କାମ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହାବିଲଦାରଙ୍କ ଏହି କାମ ଶୁଣିଲେ ଆପଣ ବି ସାବାସୀ ନଦେଇ ରହିପାରିବେନି । କେନ୍ଦ୍ରାପଡାର ଟାଉନ ପାଣ୍ଡିରେ କାର୍ଯ୍ୟରତ ଥିବା ହାବିଲଦାର ନରେନ୍ଦ୍ରନାଥ ସୋରେନ ନିଜ ଡ୍ୟୁଟିକୁ ଏଭଳି ଭାବେ ତୁଲାଇଛନ୍ତି ଯେଉଁଥିପାଇଁ ତାଙ୍କୁ ଏସପି ମଧ୍ୟ ପ୍ରଶଂସା କରିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରେ ହାବିଲଦାର ନରେନ୍ଦ୍ରନାଥ ସୋରେନ ଚେକିଂ କରୁଥାନ୍ତି । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ଅଟକାଇଥିଲେ ସୋରେନ । ଆଉ କାର ଚାଳକ ଜଣକ ମଦ୍ୟପାନ କରିଥିବା ଜାଣିବାକୁ ପାଇଥିଲେ ନରେନ୍ଦ୍ରନାଥ । ଏହାପରେ ଗାଡିକୁ ଆଗକୁ ଯିବାକୁ ଛାଡିନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାଡି ଭିତରେ ବ୍ୟକ୍ତିଙ୍କ ସହ ଥିଲେ ୩ ଜଣ କୁନି କୁନି ପିଲା । ମଦ୍ୟପ ଚାଳକ ଜଣକ ଯଦି ଗାଡି ଚଲାଇ ଯିବେ ତେବେ ଦୁର୍ଘଟଣା ସୁନିଶ୍ଚିତ ବୋଲି ଜାଣି ସାରିଥିଲେ ନରେନ୍ଦ୍ରନାଥ । ଏହି ସମୟରେ ନିଜ ମହାନତା ଦେଖାଇଥିଲେ ଏହି ହାବିଲଦାର । ହାବିଲଦାର ନରେନ୍ଦ୍ରନାଥ ନିଜେ ଗାଡି ଚଲାଇ ସେହି କୁନି କୁନି ପିଲାଙ୍କୁ ଘରେ ସୁରକ୍ଷିତ ଭାବେ ଛାଡିଥିଲେ ।

ଏଭଳି ମହାନ କାମ ପାଇଁ ଏବେ କେନ୍ଦ୍ରାପଡା ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି ହାବିଲଦାର ନରେନ୍ଦ୍ରନାଥ ସୋରେନ । ଏହାସହ କେନ୍ଦ୍ରାପଡା ପୋଲିସ ମଧ୍ୟ ଟ୍ୱିଟ କରି ନରେନ୍ଦ୍ରନାଥ ଙ୍କୁ ପ୍ରଶଂସା କରିଛି । କିଭଳି ଭାବେ ନିଜ ଡ୍ୟୁଟିରେ ଥାଇ ମଧ୍ୟ ପୋଲିସ ଜନସାଧାରଣଙ୍କ କଥା ବୁଝିଥାଏ ତାକୁ ପ୍ରମାଣ କରି ଦେଖାଇଛନ୍ତି ନରେନ୍ଦ୍ରନାଥ । ଏହି କାମ କରି ଏବେ ଅନ୍ୟ ପୋଲିସ ଅଦିକାରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ହାବିଲଦାର ।

ଅନେକ ସମୟରେ ପୋଲିସକୁ ନେଇ ଆମ ମନରେ ନକରାତ୍ମକ ଭାବନା ରହିଥାଏ । ଅନେକ ସମୟରେ ଜନସାଧାରଣ ପୋଲିସ ଉପରେ ଭରସା କରିପାରନ୍ତି ନାହିଁ । ହେଲେ ନରେନ୍ଦ୍ରନାଥ ଙ୍କ ଏହି କାମ ଏବେ ଲୋକଙ୍କ ମନରୁ ଏହି ଧାରଣକୁ ନିଶ୍ଚୟ ଦୂରେଇ ଦେବ । ପୋଲିସ କିଭଳି ନିଜେ ଲୋକଙ୍କୁ ସୁରକ୍ଷା ଦେଇଥାଏ ତାକୁ କାମରେ କରି ଦେଖାଇଛନ୍ତି ନରେନ୍ଦ୍ରନାଥ ।

from Kanak News
via <a href="https://ifttt.com/?

ଆସାମରେ ରାହୁଲ ଗାନ୍ଧୀଙ୍କ ରାଲି । ସରକାରକୁ ଆସିଲେ ସିଏଏ ଲାଗୁ ନକରିବାକୁ ଦେଲେ ପ୍ରତିଶୃତି ।

କନକ ବ୍ୟୁରୋ: ଆସାମରେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ଶିବସାଗରରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ ସିଏଏ ବିରୋଧରେ ଗର୍ଜିବା ସହିତ ମୋଦୀ ସରକାରକୁ ନିନ୍ଦା କରିଛନ୍ତି ।

ରାହୁଲ କହିଛନ୍ତି , ଆସାମରେ ଯଦି କଂଗ୍ରେସ ସରକାର ଆସିବ ତେବେ ସେଠାରେ ସିଏଏ କଦାପି ଲାଗୁ କରାଯିବ ନାହିଁ । ଆପଣଙ୍କୁ ଦେଶର ଯେତିକି ଆବଶ୍ୟକତା ଅଛି, ଦେଶକୁ ମଧ୍ୟ ଆସାମର ସେତିକି ଆବଶ୍ୟକତା ଅଛି ବୋଲି ରାହୁୁଲ ଆସାମବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି । ଏହାସହ ଆସାମକୁ କ୍ଷତି ପହଞ୍ଚାଇବାକୁ ସେ କେବେ ବି ଦେବେନି ବୋଲି କହିଥିଲେ ।

ଏହାସହ ରାହୁଲ କହିଛନ୍ତି ଯେ, ଆସାମରୁ ସବୁଠୁ ବଡ ମୁଦ୍ଦା ହେଉଛି ବେରୋଜଗାରୀ । ଆସାମର ଯୁବଶକ୍ତି ଜାଣିଛନ୍ତି ଯେ, ବିଜେପି ସରକାରରେ ସେମାନଙ୍କୁ ରୋଜଗାର ମିଳିପାରିବନି । ତେଣୁ ସେମାନେ କଂଗ୍ରେସକୁ ଭୋଟ୍ ଦେବାକୁ ଇଚ୍ଛା ରଖିଛନ୍ତି । ଅନ୍ୟପଟେ ସରକାର ନୂଆ କୃଷିି ଆଇନ୍ ଆଣି ଚାଷୀଙ୍କ ଚାଷ ବନ୍ଦ କରିବାକୁ ଇଚ୍ଛ ରଖିଛନ୍ତି । ଏହାକୁ କଂଗ୍ରେସ ସବୁବେଳେ ବିରୋଧ କରୁଛି ଓ କରିବ ବୋଲି ରାହୁଲ କହିଥିଲେ । ସୂଚନାଯୋଗ୍ୟ ଯେ, ଆଉ କିଛି ମାସ ପରେ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯ।।ହାକୁ ନେଇ ବିଜେପି ଓ କଂଗ୍ରେସ ଭିତରେ ଜୋରଦାର ଟକ୍କର ଚାଲିଛି । ବିଜେପି ଏଠାରେ ନିଜର ସରକାର ପୁଣି ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ଶାସନକୁ ଫେରିବାକୁ ଇଚ୍ଛା ରଖିଛି ।

from Kanak News
via <a href="https://ifttt.com/?

ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା ପରେ କାନ୍ଦିଥିଲା ଦେଶ । ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ ।

କନକ ବ୍ୟୁରୋ: ବିତିଛି ଦିନ, ରହିଛି ଚିହ୍ନ । ଦୁଇ ବର୍ଷ ତଳେ ଦେଶ ଦେଖିଥିଲା ପାକିସ୍ତାନର ପୁଲୱାମା ପାପ । ସୈତାନ ପାକିସ୍ତାନର ଷଡଯନ୍ତ୍ର ସାମ୍ନାରେ ଦୋହଲିଯାଇଥିଲା ଦେଶ । ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଥିଲେ ବୀର ଯବାନ । ଭାରତ ମାତା କୋଳରୁ ତା ସାହସୀ ପୁଅଙ୍କୁ ଛଡାଇ ନେଇଥିଲା ପାପୀ ପାକିସ୍ତାନ । ଆଉ ଆଜି ସେହି କଳାଦିନକୁ ପୂରିଛି ଦୁଇ ବର୍ଷ । କ୍ୟାଲେଣ୍ଡରେ ଦିନ ଗଡିଯାଇଛି ସତ ହେଲେ ଏବେ ବି ସେ ଦରଜ ଯାଇନି । ୪୦ ପୁଅଙ୍କୁ ହରାଇ ଆଜି ବି କାନ୍ଦୁଛି ଦେଶ…

୧୪ ଫେବୃୟାରୀ ୨୦୧୯ । ଯେତେବେଳେ ଦେଶ ଭାଲେଣ୍ଟାଇନ ଡେ ପାଳୁଥିଲା ସେତେବେଳେ ସୀମାରୁ ଆସିଲା ଭୟାନକ ଖବର । ପ୍ରେମର ପର୍ବ ଭିତରେ ଭାରତକୁ ଥରାଇ ଦେଇଥିଲା ପୁଲୱାମା ଆକ୍ରମଣ । ସେଦିନ ରାଜପଥ ଉପରେ ଲମ୍ବା ଲାଇନ ହୋଇ ଆଗକୁ ବଢୁଥିଲା ସିଆରପିଏଫ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢେଇ ହଜାର ଯବାନ । ସବୁକିଛି ଠିକଠାକ ଥିଲା , ହେଲେ ହଠାତ ଖୁବ ଜୋରରେ ଶୁଭିଥିଲା ବିସ୍ଫୋରଣର ଶବ୍ଦ । ଛାତିଥରା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଆଖି ଖୋଲିଲା ବେଳକୁ ସବୁ ଛାରଖାର ହୋଇଥିଲା । ସବୁଠି ଖିନଭିନ, ଧ୍ୱସ୍ତବିଧ୍ୱସ୍ତର ଦୃଶ୍ୟ ।

ତେବେ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ସହ ଆଇଇଡି ଭର୍ତ୍ତି ଏକ କାର ଧକ୍କା କରିଥିଲା ଜୈସ-ଏ- ମହମ୍ମଦର ଆତଙ୍କବାଦୀ । ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ଅନେକ ଯବାନ । ଅନେକ ଆହତ ମଧ୍ୟ ହେଲେ । ବିସ୍ଫୋରଣରେ ଆଖପାଖ ୧୨ କିଲୋମିଟର ଯାଏଁ ପୂରା ଅଞ୍ଚଳ ଦୋହଲି ଯାଇଥିଲା । ତେବେ ଏତିକିରେ ସରିନଥିଲା ସୈତାନୀ ନରରାକ୍ଷସଙ୍କ ନିର୍ମମକାଣ୍ଡ । ବିସ୍ଫୋରଣ ପରେ ପୁଣି ଅନ୍ଧାଧୁନ ଗୁଳି କରିଥିଲେ ଆତଙ୍କୀ । ଯବାନ ମାନେ ପାଲଟା ଗୁଳିମାଡ କରିଥିଲେ ବି ସେତେବେଳକୁ ସବୁ ସରିଯାଇଥିଲା । ରାସ୍ତା ସାରା ବୋହୁଥିଲା ରକ୍ତର ଧାର, ଏଣେତେଣେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର । ଆଉ ଆତଙ୍କୀଙ୍କ ଏହି ପ୍ରାଣଘାତି ଆକ୍ରମଣ ଦେଶର ଛାତିରେ ଆତଙ୍କ ଖେଳାଇ ଦେଇଥିଲା ।

ପୁଲୱାମା ଆକ୍ରମଣ କାହାଠୁ ପୁଅ ଛଡାଇ ନେଇଥିଲା ତ କାହାଠୁ ବାପାକୁ ଆଉ କାହାଠୁ ସ୍ୱାମୀକୁ । ବୀର ଯବାନଙ୍କ ଭିତରେ ସହିଦ ହୋଇଥିଲେ ଦୁଇ ଓଡିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା । ତେବେ ଆକ୍ରମଣ ପରେ ଦେଶ ସାରା ଜଳିଥିଲା ପ୍ରତିଶୋଧର ନିଆଁ । ପାକିସ୍ତାନ ବର୍ବରତା ରଚିବାର ଠିକ ୧୨ ଦିନ ପରେ ଭାରତ କରିଥିଲା ଏୟାରଷ୍ଟ୍ରାଇକ । ଶତ୍ରୁ ମାଟିରେ ପଶି ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲେ ଭାରତୀୟ ଯବାନ । ଆଉ ଆଉ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲେ । ପାଖାପାଖି ୨୫୦ ଆତଙ୍କୀଙ୍କୁ ନିପାତ କରିଥିଲେ ଭାରତୀୟ ବୀର ଯବାନ । ଯଦିଓ ଭାରତ ମାଟିରେ ପଶି ପୁଲୱାମା କାଣ୍ଡ କଥା ବହୁଦିନ ପରେ ମାନିଥିଲା ସୈତାନ ପାକିସ୍ତାନ । ଆଉ ପାପୀ ପାକିସ୍ତାନକୁ ପାନେ ଦେଇ ପ୍ରତିଶୋଧ ନେଇଥିଲା । କିନ୍ତୁ ଭାତର ଛାତିରେ ଏହି ଦିନ ସବୁଦିନ ପାଇଁ କଳାଦିନ ହୋଇ ରହିଗଲା…

from Kanak News
via <a href="https://ifttt.com/?

ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଠାରେ ହୋଇଥିବା ହିମସ୍କଳନ ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଛୁଇଁଛି । ଆଜି ଗୋଟିଏ ଦିନରେ ଉଦ୍ଧାରକାରୀ ଦଳ ସୁଡଙ୍ଗ ଭିତରୁ ୧୨ ଜଣଙ୍କ ଶବ ଉଦ୍ଧାର କରିଛି । ଚମୋଲି ଜିଲ୍ଲାପାଳ ସ୍ୱାତୀ ଭଦୋରିଆ କହିଛନ୍ତି କି ସୁଡଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯରାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ୧୪ ରୁ ୧୬ ତାରିଖ ଯାଏ ସେହି ଅଞ୍ଚଳରେ ପାଗ ଖରାପ ରହିବା ସହ ବର୍ଷା ସମ୍ଭାବନା ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ !

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି କି ତପୋବନ ଟର୍ନେଲରେ ୭ ଫେବୃଆରୀ ଠାରୁ ଉଦ୍ଧାର କାର୍ଯ୍ୟ ଲଗାତର ଭାବେ ଜାରି ରହିଛି । ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ଏନଡିଆରଏଫ୍ ଟିମ ପକ୍ଷରୁ ହାଇ ଡେଫିନେସନ କ୍ୟାମେରା ମାଧ୍ୟମରେ ଟର୍ନେଲ ଭିତରେ ଫଶି ରହିଥିବା ଲୋକମାନଙ୍କର ସନ୍ଧାନ କରୁଥିବା ଡିଜିପି କହିଛନ୍ତି ।

କହିରଖୁ କି ଫେବୃଆରୀ ୭ ତାରିଖ ଦିନ ଉତ୍ତରାଖଣ୍ଡ ଚମୋଲି ଠାରେ ଋଷିଗଙ୍ଗା ନଦୀର ଉପର ଭାଗରେ ହିମସ୍କଳନ ହୋଇଥିଲା । ଫଳରେ ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳ ପୁରା ଜଳମଗ୍ନ ହୋଇପଡିଥିଲା । ପାଣି ଭିତରେ ଫଶି ଯାଇଥିଲେ ଶହ ଶହ ଲୋକ । ସେମାନଙ୍କ ମଧ୍ୟରୁ ଆଜିଯାଏ ୫୦ ଟି ମୃତଦେହ ଓ ଜୀବିତ ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୫୬ ଜଣ ନିଖୋଜ ଥିବା ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଟକ୍କର ଦେବ ଟିଏମସିର ‘ଦିଦିର ଦୂତ’ । ସୋନାରପୁରରେ ଶୁଭାରମ୍ଭ କଲେ ଅଭିଷେକ ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି । ଶନିବାର ଦିନ ସୋନାରପୁରରେ ତୃଣମୂଳ କଂଗ୍ରେସ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ‘ଦିଦିର ଦୂତ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

‘ଦିଦିର ଦୂତ’ ମାଧ୍ୟମରେ ଭୋଟରଙ୍କୁ, ଦିଦି ଅର୍ଥାତ୍ ମମତା ବାନାର୍ଜୀଙ୍କ ବାର୍ତ୍ତା ପହଞ୍ଚାଇବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ତୃଣମୂଳ କଂଗ୍ରେସ ‘ଦିଦିର ଦୂତ’ ନାମରେ ଆପ୍ ମଧ୍ୟ ଲଞ୍ଚ କରିଛି। ଲୋକମାନେ ମଧ୍ୟ ଏହି ଆପରେ ସେମାନଙ୍କର ସମସ୍ୟା ଏବଂ ମେସେଜ ପଠାଇବାରେ ସକ୍ଷମ ହେବେ, ଯାହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଦେଖିବେ। ଫେବୃଆରୀ ୪ ରେ ଏହାକୁ ଲଞ୍ଚ କରିବା ପରେ ବର୍ତ୍ତମାନ ପର୍ୟ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ୍ କରିଛନ୍ତି ।

 ବିଜେପି ପୂର୍ବରୁ ପାଞ୍ଚଟି ପର୍ୟ୍ୟାୟରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିଲା । ପ୍ରଥମ ପର୍ୟ୍ୟାୟରେ ଏହି ରଥଯାତ୍ରା ନଦିଆରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆରମ୍ଭ କରିଥିଲେ । ଫେବୃଆରୀ ୯ରେ, ନଡ୍ଡା ବୀରଭୂମରୁ ତୃତୀୟ ପର୍ଯ୍ୟାୟ ରଥଯାତ୍ରା ଆରମ୍ଭ କରିଥିବାବେଳେ  ଫେବୃଆରୀ ୧୧ ରେ ଗୃହମନ୍ତ୍ରୀ ଅମିତ ଶାହା ଚତୁର୍ଥ ପର୍ଯ୍ୟାୟ ରଥଯାତ୍ରା କୁଚବିହାର ଠାରୁ ଆରମ୍ଭ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ପରିବର୍ତ୍ତନ ରଥଯାତ୍ରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲି ବୁଲି ସରକାର ପରିବର୍ତ୍ତନ ବାବଦରେ ଭୋଟରଙ୍କୁ କହିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started