ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଅଶ୍ୱିନୀଙ୍କ ଯାଦୁଗରୀ ବୋଲିଂ ଆଗରେ ଆଣ୍ଠେଇଲା ବ୍ରିଟିଶ ଦଳ । ପ୍ରଥମ ଇଂନିସରେ ୧୩୪ ରନରେ ଅଲଆଉଟ୍ ।

କନକ ବ୍ୟୁରୋ: ଆର ଅଶ୍ୱିନୀଙ୍କ ସ୍ପିନ ବୋଲିଂ ଆଗରେ ଆଣ୍ଠେଇଛି ଇଂଲଣ୍ଡ ଦଳ । ଯାହା ଫଳରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଇଂଲଣ୍ଡ ମାତ୍ର୍ ୧୩୪ ରନ କରି ଅଲଆଉଟ୍ ହୋଇଯାଇଛି । ଦଳ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବି ଛୁଇଁପାରିନାହାନ୍ତି ।

ରବିବାର ଭାରତୀୟ ଦଳ ନିଜ ବ୍ୟାଟିଂ ଜାରି ରଖିବା ସହିତ ପ୍ରଥମ ଇଂନିସରେ ୩୨୯ ରନ କରି ଅଲଆଉଟ୍ ହୋଇଥିଲା । ଦଳ ପ କ୍ଷରୁ ରୋହିତ ଶର୍ମା ଦମଦାର ୧୬୧ ରନର ଇଂନିସ ଖେଳିଥିଲେ । ଶେଷ ଆଡକୁ ରିଷବ ପନ୍ତ ମଧ୍ୟ ଚତ୍ମକାର ବ୍ୟାଟିଂ କରିଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୋନ ଓ ମୋଇନ୍ ଅଲ୍ଲୀ ଯଥାକ୍ରମେ ୪ଟି ଓ ୩ଟି ୱିକେଟ୍ ନେଇଥିଲେ ।

ଏହାପରେ ଇଂଲଣ୍ଡ ନିଜର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଦଳ ମାତ୍ର ୫୨ ରନରେ ନିଜର ୫ ୱିକେଟ୍ ହରାଇଥିଲା । ଏହାପରେ ଶେଷଆଡକୁ ବିନ ଫୋକ୍ସ ୪୨ ରନର ଇଂନିସ ଖେଳିବାରୁ ଦଳର ସ୍କୋର ଶହେ ଟପିଥିଲା । ହେଲେ ବି ଅଶ୍ୱିନୀଙ୍କ କମାଲ ବୋଲିଂ ଆଗରେ ଇଂଲଣ୍ଡ ମାତ୍ର ୧୩୪ ରନ କରି ଅଲଆଉଟ୍ ହୋଇଯାଇଛି ।

from Kanak News
via <a href="https://ifttt.com/?

 ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମୁଖ୍ୟ ପଦବୀରେ ନିଯୁକ୍ତି ଦେଲା ବାଇଡେନ୍‌ ପ୍ରଶାସନ

କନକ ବ୍ୟୁରୋ : ସ୍ୱେଚ୍ଛାସେବକ ଏବଂ ସେବା କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ଫେଡେରାଲ୍‌ ଏଜେନ୍‌ସି ‘ଆମେରିକର୍ପସ୍‌’ର ମୁଖ୍ୟ ପଦବୀରେ ବାଇଡେନ୍‌ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତ କରିଛି।

ସେ ଦୁଇଜଣ ହେଉଛନ୍ତି ସୋନାଲୀ ନିଜ୍‌ହଓ୍ଵାନ୍‌ ଏବଂ ପ୍ରିଷ୍ଟୋନ୍‌ କୁଲକର୍ଣ୍ଣି। ସୋନାଲୀଙ୍କୁ ‘ଡାଇରେକ୍ଟର୍‌ ଅଫ୍‌ ଆମେରିକର୍ପସ୍‌ ଷ୍ଟେଟ୍‌ ଆଣ୍ଡ୍‌ ନ୍ୟାସ୍‌ନାଲ୍‌’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍‌ଙ୍କୁ ‘ଏକ୍‌ଷ୍ଟର୍‌ନାଲ୍‌ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି।

କଂଗ୍ରେସ ପାଇଁ ଟେକ୍ସାସ୍‌ରୁ ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତା କରି ବିଫଳ ହୋଇଥିବା କୁଲକର୍ଣ୍ଣିଙ୍କୁ ଓ୍ଵାସିଂଟନ୍‌ ଗୁରୁତ୍ୱ ଦେଇଛି। ଏହି ନିଯୁକ୍ତି ସଂକ୍ରାନ୍ତରେ ଜାରି କରିଥିବା ଏକ ବିବୃତିରେ ‘ଆମେରିକର୍ପସ୍‌’ କହିଛି ଯେ, ନିଜ୍‌ହଓ୍ଵାନ୍‌ ଏବଂ ଡାନ୍‌ କୋଲ୍‌ସ୍‌ଙ୍କ ସମେତ ତାଙ୍କ ନିଯୁକ୍ତି ‘ବିବିଧ ନେତୃତ୍ୱ ପ୍ରତି ବାଇଡେନ୍‌ ପ୍ରଶାସନ ପ୍ରତିଶ୍ରୁତି’ର ପ୍ରତିଫଳନ କରୁଛି।

କରୋନାଭାଇରସ୍‌, ଆର୍ଥିକ ସୁଧାର, ବର୍ଣ୍ଣସାମ୍ୟତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସାମ୍ପ୍ରତିକ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ଉପରେ ଧ୍ୟାନ ନିବିଷ୍ଟ କରିଥିବା ବାଇଡେନ୍‌ ପ୍ରଶାସନର ଯୋଜନାରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

from Kanak News
via <a href="https://ifttt.com/?

ଓଡିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । କହିଲେ, ନୈତିକ ଦାୟିତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଟୁଇଟ କରି ଲେଖିଛନ୍ତି, ଆମ ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହୋଇଛନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ କରିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ । ସରକାର ଓ ପ୍ରଶାସନ କାହିଁକି ଆମ ଲୋକଙ୍କୁ ବୁଝାଇବାରେ ବିଫଳ ହେଲେ ବୋଲି ପ୍ରଶ୍ନ କରିବା ସହ ଘଟଣାସ୍ଥଳକୁ କାହିଁକ ଜଣେ ହେଲେ ମନ୍ତ୍ରୀଙ୍କୁ ପଠାଗଲା ନାହିଁ ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଛନ୍ତି । ଏଥିସହିତ ଜିଲ୍ଲାପାଳଙ୍କ ନିଷ୍କ୍ରିୟତା ଯୋଗୁଁ ଏପରି ଘଟଣା ଘଟିଲା , ହେଲେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଫେବୃୟାରୀ ୧୩ ଓଡିଶାର ଇତିହାସରେ କଳା ଦିନ ହୋଇ ରହିଗଲା ବୋଲି ଟୁଇଟ କରି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

https://platform.twitter.com/widgets.js

ସେହିପରି ଏହି ପ୍ରସଙ୍ଗରେ ସିରିଜ୍ ଟୁଇଟ୍ କରି ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି, ଆନ୍ଧ୍ର ଓଡିଶାର ଭୌଗଳିକ ସୀମାରେ ପଶି କୋରାପୁଟ, ଗଂଜାମ, ଗଜପତି ଜିଲ୍ଲାରେ ଓଡିଶାର ଗାଁକୁ ପଂଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଚିନ୍ତାଜନକ । ଆନ୍ଧ୍ର ହେଉ ବା ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ସହ ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ପଦକ୍ଷେପ ନନେଲେ ଆଗକୁ ଆହୁରି ଖରାପ ସମୟକୁ ସାମ୍ନା କରିବାକୁ ପଡିପାରେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରିଛନ୍ତି । ସେହିପରି ରାଜ୍ୟ ସରକାର ସୀମା ବିବାଦକୁ ନେଇ ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶାପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତର ସହ ମଜବୁତ୍ କରିବା ମଧ୍ୟ ଜରୁରୀ । ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ମାତୃଭୂମି ପାଇଁ ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ମିଳିତ ଉଦ୍ୟମ ନିଶ୍ଚିତ ସହାୟକ ହେବ ବୋଲି ସେ ଟୁଇଟ କରିଛନ୍ତି ।

ସେପଟେ ଆନ୍ଧ୍ରର ନିର୍ବାଚନ ନେଇ ବିଜେପିର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିଜେଡି ନେତା ଶଶିଭୂଷଣ ବେହେରା । ସେ କହିଛନ୍ତି, ସୁପ୍ରିମକୋର୍ଟ ଦୁଇ ଦୁଇ ଥର ଆନ୍ଧ୍ର-ଓଡିଶା ସୀମା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ସବୁ ଓଡିଆ ଏକଜୁଟ ଏହାର ସମାଧାନ ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ । ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀ ମୃତ୍ୟୁ । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ ଆଖିବୁଜିଛନ୍ତି ମୋଟ ୬ଟି ହାତୀ । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି ।

ଅନ୍ୟପଟେ ଶନିବାର ସେଠାରେ ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ହେଲେ ଏଯାଏଁ ବିଶେଷଜ୍ଞମାନେ ହାତୀ ମଡକର କାରଣ ଖୋଜି ପାଇପାରିନାହାନ୍ତି ।  ଗତ ୧ ତାରିଖରେ କର୍ଲାପାଟ ନିକଟସ୍ଥ ତେନ୍ତୁଳିପଦରଠାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଏହାପରେ ଲଗାତାର ସେଠାରେ ହାତୀ ମୃତ୍ୟୁ ଦେଖିବାକୁ ମିଳୁଛି । ଯାହାର କାରଣ ମଧ୍ୟ ବିଶେଷଜ୍ଞ ଦଳ ପାଇପାରୁନାହାନ୍ତି ।

from Kanak News
via <a href="https://ifttt.com/?

ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା।

କନକ ବ୍ୟୁରୋ: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲଗାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ । ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ନିଆଁର ମାତ୍ରା ବଢିବାକୁ ଲାଗିଥିଲା । ଏହାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଗାଡି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି । ଆହୁରି ଅଧିକ ଅଗ୍ନିଶମ ଗାଡିକୁ ଚନ୍ଦ୍ରଶେଖରପୁରରୁ ମଗାଯାଇଛି । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

from Kanak News
via <a href="https://ifttt.com/?

ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ

କନକ ବ୍ୟୁରୋ : ଆଜିର ଦିନରେ ଆତଙ୍କବାଦୀ ମାନେ ଜମ୍ମୁର ପୁଲୱାମା ଠାରେ ବିସ୍ଫୋରକ କରି ଭାରତର ୪୦ ଯବାନଙ୍କ ଜୀବନ ନେଇଥିଲେ । ଠିକ୍ ଯେତେବେଳେ ଭାରତୀୟ ସେନା ଆଜି ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରସ୍ତୁତ ହେଉଛି ସେତିକି ବେଳେ ଜମ୍ମୁର ଏକ ବସ ଷ୍ଟାଣ୍ଡରୁ ୭ କେ.ଜି ବିସ୍ଫୋରକ ଜବତ କରାଯାଉଛି । ସୂଚନା ମୁତାବକ ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀ ମାନେ ପୁଣି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ହେଲେ ତହାକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଯବାନ ।

କହିରଖୁ କି ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଜମ୍ମୁ ଜୋନର ଆଇଜିପି ମୁକେଶ ସିଂ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ଏହି ସମୟରେ ଏହି ବିଷ୍ଫୋଟକ ବାବଦରେ ସେ ଅଧିକ ସୂଚନା ଦେଇ ପାରନ୍ତି ।

from Kanak News
via <a href="https://ifttt.com/?

ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ପରେ ନିଷ୍ପତ୍ତି ନେଲେ ଗଣଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ: ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ଆଜି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ଆସନ୍ତାକାଲି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି । ତେବେ ଏହି ସମୟରେ ମେଡିସିନ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ବନ୍ଦ ପାଳନ ସସମୟରେ ବାହାଘର ଗାଡି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ହେଲେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବନ୍ଦ ହେବା ନେଇ ଘୋଷଣା ମଧ୍ୟ କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ପୁରୀ ଭଳି ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବାଇ-ଲ । ବିବାଦ ଭିତରେ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମୁନଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସେ କହିଛନ୍ତି ଏହା ଏକ ଚିଠା ଅଧିନିୟମ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ପ୍ରତ୍ୟାହୃତ ହୋଇଛି । ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଅନ୍ୟପଟେ  ଏ ସମ୍ପର୍କରେ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ସମୀର ଦାସ ଦାବି କରିିଛନ୍ତି ।

ସେହିପରି ଏହି ବାଇ-ଲ’ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛି ପ୍ରଦେଶ କଂଗ୍ରେସ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକ ହସ୍ତାକ୍ଷର ଅଭିଯାନ ଆରମ୍ଭ କରାଯାଇଛି । ବାଇ-ଲ’କୁ ପ୍ରତ୍ୟାହାର କରିବା ଦାବିରେ କଂଗ୍ରେସ ଏହି ହସ୍ତାକ୍ଷର ଅଭିଯାନ କରିଥିବା ବେଳେ ଏଥିରେ ସାଧାରଣ ଜନତା ଓ ସେବାୟତ ସାମିଲ ହୋଇଛନ୍ତି ।

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ କେରଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋର ଧରୁଛି ରାଜନୀତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଲେ ଲାଗୁ ହେବନାହିଁ ସିଏଏ

କନକ ବ୍ୟୁରୋ : କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିବା ପରେ କେରଳରେ ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏବେ ଦେଶରେ ଗୋଟିଏ ମାତ୍ର ବାମସରକାର ଥିବା କେରଳର ମୁଖ୍ୟମନ୍ତ୍ରୀ ଏନେଇ ଜବାବ୍ ରଖିଛନ୍ତି । ସେ କହିଛନ୍ତି କି କେରଳରେ କୌଣସି ପରିସ୍ଥିତିରେ ସିଏଏ ଲାଗୁ ହୋଇ ପାରିବ ନାହିଁ । ଗୃହମନ୍ତ୍ରୀ ସିଏଏ ଲାଗୁ କରିବା ନେଇ କହିବାର ଗୋଟିଏ ଦିନ ପରେ ପିନାରାୟୀ ବିଜୟନଙ୍କ ଏଭଳି ବୟାନ ଏବେ ଦେଶର ରାଜନୀତିକୁ ବେସ୍ ସରଗରମ କରିଛି ।

କହିରଖୁ କି ଚଳିତ ବର୍ଷ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ କେରଳ ବାମଫଣ୍ଟ ସରକାର ଭୋଟ ବ୍ୟାଙ୍କ ମଜଭୁତ କରିବା ନେଇ ବିଭିନ୍ନ ସ୍ଥାନରେ ରାଲି ଓ ଜନସଭା ମାନ କରିବାରେ ଲାଗିଛି । ଏହି କ୍ରମରେ କସରଗୋଡରୁ ଏକ ରାଲି ବାହାରିବାର ଥିଲା । ସେଠାରେ ଉପସ୍ଥିତ ଥିଲେ ସିପିଆଇ(ଏମ୍) ର ରାଜ୍ୟ ସଚିବ ବିଜୟ ରାଘବନ । ଏହି ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାକୁ ସେଠାରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ପିନାୟରାୟୀ ବିଜୟନ । ସେହିଠାରେ ହିଁ ବିଜୟନ କହିଛନ୍ତି କି ସିଏଏ ନେଇ ରାଜ୍ୟ ସରକାର ତାଙ୍କ ସ୍ପଷ୍ଟ ମତ ଜଣାଇଛନ୍ତି, ତାହା ରାଜ୍ୟରେ ସିଏଏ ଲାଗୁ କରାନଯିବା ନେଇ ନିଷ୍ପତ୍ତି ହୋଇଛି ।

କହିରଖୁ କି ଚଳିତ ବର୍ଷ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ହେଲେ ନିର୍ବାଚନ ପୂର୍ବରୁ ପୁଣିଥରେ ବିଜେପି ସିଏଏ କାର୍ଡ ଖେଳିବାକୁ ଚାହୁଁଥିବା ବେଳେ ପ୍ରଥମ ରାଜ୍ୟ ଭାବେ କେରଳ ସରକାର ତାଙ୍କ ରାଜ୍ୟରେ ସିଏଏ ଲାଗୁ ନ କରିବା ନେଇ ସ୍ପଷ୍ଟ କରିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀ ଘରେ ଥିଲେ ବି ମରିଥାନ୍ତେ । କୃଷକ ଆନ୍ଦୋଳନରେ ଚାଷୀ ମୃତ୍ୟୁକୁ ନେଇ ଏଭଳି ବୟାନ ରଖିଲେ ହରିୟାଣାର ମନ୍ତ୍ରୀ ।

କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣା ମନ୍ତ୍ରୀଙ୍କ ବିବାଦୀୟ ବୟାନ । ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ହରିୟାଣା କୃଷିମନ୍ତ୍ରୀ ଜେପି ଦଲାଲ । ସେ କହିଛନ୍ତି, ଚାଷୀ ଘରେ ରହିଥିଲେ ମଧ୍ୟ ମରିଥାନ୍ତେ । କୃଷକ ଆନ୍ଦୋଳନ ସମୟରେ ଧାରଣାସ୍ଥଳରେ ୨ଶହ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଥିଲେ ଜେପି ଦଲାଲ ।

https://platform.twitter.com/widgets.js

କେବଳ ସେତିକି ନୁହେଁ ଏକରୁ ଦୁଇ ଲକ୍ଷ ଲୋକଙ୍କ ମଧ୍ୟରୁ ୬ ମାସରେ କଣ ୨ଶହ ଲୋକଙ୍କ ମୃତ୍ୟୁ ହେବ ନାହିଁ କି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । କିଏ ହୃଦଘାତ ଯୋଗୁଁ ତ କିଏ ରୋଗରେ ପଡି ମରୁଛନ୍ତି ବୋଲି ସେ କହିଥିଲେ । ହରିୟାଣା କୃଷି ମନ୍ତ୍ରୀ ଜେରି ଦଲାଲଙ୍କ ଏହି ବୟାନ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ସେପଟେ କୃଷକ ସଂଗଠନ ଗୁଡିକ ଜେପି ଦଲାଲଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ହରିୟାଣା କୃଷି ମନ୍ତ୍ରୀଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂରଜେବାଲା ଟୁଇଟ କରି ଲେଖିଛନ୍ତି, ଏହା ଜେପି ଦଲାଲଙ୍କ ସମ୍ବେଦନହୀନ ଓ ସଂସ୍କାରହୀନ ବୟାନ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started