ବାଇ-ଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ ।

କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧିକରଣର ବାଇ-ଲ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଆଜି ଏହାକୁ ନେଇ ମୁହଁ ଖୋଲିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଇ-ଲ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ବିଜେଡି ନେତାମାନେ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ଲଗାତାର ଟ୍ୱିଟ୍ କରୁଛନ୍ତି। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

from Kanak News
via <a href="https://ifttt.com/?

ଭାରତୀୟ ସେନା ହାତକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଭାରତୀୟ ବ୍ରହ୍ମାସ୍ତ୍ର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଂଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି । ଏହା ସହ ସେ ଚେନ୍ନାଇରେ ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଯୋଜନା ମଧ୍ୟରେ ଚେନ୍ନାଇର ମେଟ୍ରୋ ପରିଯୋଜନା ଓ କେରଳରେ ଏକ ପେଟ୍ରୋକେମିକାଲ ରହିଛି ।
ଏହି ଗସ୍ତର ପ୍ରଥମେ ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଉତ୍ତର ଚେନ୍ନାଇର ବିମାନବନ୍ଦର ଓ ରେଳ ଷ୍ଟେସନ ସହିତ ଯୋଗା ଯୋଗ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କିଛିଦିନ ପୂର୍ବରୁ ରକ୍ଷା ମନ୍ତ୍ରଣାଳୟ ୧୧୮ ଟି ଉନ୍ନତ ଅର୍ଜୁନ -୧ ଟ୍ୟାଙ୍କ ଭାରତୀୟ ସେନାରେ ସାମିଲ କରିବା ନେଇ ନିଷ୍ପତ୍ତି ନେଇଥିଲା । ୮,୪୦୦ କୋଟି ଟଙ୍କା ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ କାର୍ଯ୍ୟ ଡିଆରଡିଓ ଦ୍ୱାରା କରାଯାଇଛି । ଏହାକୁ ଡିଆରଡିଓର କଂବେଟ୍ ୱକିଲ୍ସ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ଏଷ୍ଟାବିଲସମେଣ୍ଟ ତରଫରୁ ଡିଜାଇନ କରାଯାଇଛି ।

from Kanak News
via <a href="https://ifttt.com/?

ଭିଣୋଇ ସହ ସାନ ଝିଅକୁ ବିବାହ କରିବା ପାଇଁ ପରିବାର ଲୋକଙ୍କ ଜିଦ୍ । ଅରାଜି ହେବାରୁ ମାଆ-ଝିଅଙ୍କୁ ଘରୁ ତଡିିଦେଲେ ପରିବାରଲୋକେ । 

କନକ ବ୍ୟୁରୋ: ରାଉରକେଲାରୁ ଘରୋଇ ହିଂସାର ଏଭଳି ଏକ ଅଭିଯୋଗ ଆସିଛି, ଯାହା ସଭ୍ୟ ସମାଜର ବିବେକକୁ ଦୋହଲାଇ ଦେବ । ବଡ ଜ୍ୱାଇଁ ସହ ସାନ ଝିଅକୁ ବିବାହ କରିବା ପାଇଁ ଜିଦ୍ କରିଛନ୍ତି ଜଣେ ବାପା । ଆଉ ଏଥିରେ ସାନ ଝିଅ ଓ ମା’ ରାଜି ନହେବାରୁ ଅକଥନୀୟ ଅତ୍ୟାଚାର କରିବା ସହ ଘରୁ ବାହାର କରିଦେଇଛନ୍ତି ପରିବାର ଲୋକ ।

ରାଉରକେଲା ଆରଏସପି କାମ କରି ଅବସର ନେଇଥିବା କୃପାସିନ୍ଧୁ ସେଠୀଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି, ତାଙ୍କ ପତ୍ନୀ ବାସନ୍ତୀ ସେଠୀ ଏବଂ ସାନ ଝିଅ । କେନ୍ଦ୍ରାପଡ଼ାର ମୂଳବାସିନ୍ଦା କୃପାସିନ୍ଧୁ ୧୯୭୧ ମସିହାରେ ବିବାହ କରିଥିଲେ । କୃପାସିନ୍ଧୁଙ୍କ ୩ଟି ପୁଅ ଏବଂ ୨ ଦୁଇଟି ଝିଅ ଅଛନ୍ତି । ବଡ଼ ଝିଅ ବାହା ହେବା ପରେ ତାଙ୍କର ଜ୍ୱାଇଁଙ୍କ ୨ଟି ଝିଅ ହୋଇଛନ୍ତି । ହେଲେ ଜ୍ୱାଇଁକୁ ପୁଅ ପସନ୍ଦ ଥିବାରୁ ଦ୍ୱିତୀୟ ବିବାହ କରିବାକୁ ନିଜ ଶ୍ୱଶୁର କୃପାସିନ୍ଧୁଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏଥିପାଇଁ ନିଜ ପତ୍ନୀଙ୍କ ସାନ ଭଉଣୀକୁ ବିବାହ କରିବାକୁ କୌଶଳ କ୍ରମେ କୃପାସିନ୍ଧୁଙ୍କୁ ରାଜି ମଧ୍ୟ କରାଇନେଇଥିଲେ । ଆଉ ସାନ ଝିଅ ଓ ମାଙ୍କୁ ଛାଡ଼ି ଯେତେବେଳେ ପୁରା ପରିବାର ରାଜି ହୋଇଯାଇଥିଲା, ବଳପୂର୍ବରୁ ବିବାହ କରିବାକୁ ଉଦ୍ୟମ କରିଥିଲେ । ହେଲେ ଏଥିରେ ରାଜି ନହେବାରୁ ସାନ ଝିଅ ଓ ମାଙ୍କୁ ଘରୁ ବାହାର କରିଦେଇଛନ୍ତି ପରିବାର ଲୋକ । ବିବାହ ପ୍ରସ୍ତାବରେ ରାଜି ହେବାକୁ ସାନ ଝିଅ ଉପରେ ୫ ବର୍ଷ ହେଲା ଚାପ ପକାଇ ଆସୁଛନ୍ତି ମାଆକୁ ଛାଡି ପୁରା ପରିବାର । ହେଲେ ବାରମ୍ବାର କହିବା ସତ୍ୱେ ରାଜି ନହେବାରୁ ସାନ ଝିଅ ଓ ମାଙ୍କୁ ଘରୁ ବାହାର କରିଦେଇଛନ୍ତି ।

୨୦୧୬ ମସିହାରୁ ଏନେଇ ଥାନାରେ ମାମଲା ହୋଇଥିଲେ ବି, ସ୍ଥାନୀୟ ପୁଲିସର ଅସହଯୋଗ ଯୋଗୁଁ କୌଣସି ସମାଧାନ ବାହାରି ପାରିନାହିଁ । ଏମିତି କି ପୂର୍ବରୁ କୋର୍ଟ ମା ଓ ଝିଅଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ କୌଣସି ଫଳ ହେଲା ନାହିଁ । ଏବେ ଏଡିଜେ କୋର୍ଟରେ ମାମଲା ଚାଲିଛି । ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୦ତାରିଖ ହେବ । ଆଉ ଏହାରି ଭିତରେ ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ କରୁଛନ୍ତି କୃପାସିନ୍ଧୁ ସେଠିଙ୍କ ସାନ ଝିଅ ଓ ତାଙ୍କ ପତ୍ନୀ । ବଡ଼ କଥା ହେଉଛି, ଏହି ପୁରା କାହାଣୀରେ ଆଉ ଜଣେ ବ୍ୟକ୍ତିଙ୍କ ଭୂମିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭିଣୋଇ ଯାହାଙ୍କର ୨ଟି ଝିଅ ଅଛନ୍ତି, ସେଭଳି ଜଣେ ବ୍ୟକ୍ତି ଆଉ ଥରେ ବିବାହ କରିବା ପାଇଁ ଜିଦ୍ ଧରି ବସିବା ସମସ୍ୟାକୁ ବଢ଼ାଇ ଦେଇଛି ।

from Kanak News
via <a href="https://ifttt.com/?

ପୁଣି ନଜରବନ୍ଦୀ ହେଲେ ଓମର ଓ ଫାରୁକ୍ ଅବଦୁଲ୍ଲା । ପୁଲୱାମା ଯିବାକୁ ମେହବୁବା ମୁଫତିଙ୍କୁ ମିଳିଲା ନାହିଁ ଅନୁମତି ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସର ନେତା ଫାରୁକ୍ ଅବଦୁଲ୍ଲା ଓ ତାଙ୍କ ପୁଅ ଓମର ଅବଦୁଲ୍ଲାକୁ ତାଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ନଜରବନ୍ଦି କରାଯାଇଛି । ଏନେଇ ଟ୍ୱିଟ୍ ଯୋଗେ ଜଣାଇଛନ୍ତି ଓମର ଅବଦୁଲ୍ଲା । ସେ ତାଙ୍କ ଟ୍ୱିଟରରେ ଆହୁରି ଲେଖିଛନ୍ତି କି ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଲୱାମା ଯିବା ପାଇଁ ବି ଅନୁମତି ମିଳିନାହିଁ ।

ଏହାସହ ଓମର ଅବଦୁଲ୍ଲାଙ୍କ ଘର ଆଗରେ ଏକ ମୋବାଇଲ ସିକ୍ୟୁରିଟି ଗାଡି ନିୟୋଜିତ କରାଯାଇଛି । ଆଜି ଓମର ଗୁଲମର୍ଗ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କ ପିତା ଫାରୁକ୍ ଅବଦୁଲାଙ୍କର ଆଜି କାଶ୍ମୀର ଘାଟି ନିକଟ ଗାନ୍ଦରବଲ ଯିବାର କାର୍ଯ୍ୟକ୍ରମ ରହିଥିଲା । ସେପଟେ ପୋଲିସ କହିଛି କି ପୁଲୱାମା ଆକ୍ରମଣର ବାର୍ଷିକି ପାଳନ କରାଯାଉଥିବାରୁ ଏଭଳି କରାଯାଇଛି ।

https://platform.twitter.com/widgets.js

ନ୍ୟାସନାଲ କନଫେରେନ୍ସର ଉପାଧ୍ୟକ୍ଷ ଓମର ଅବଦୁଲା ଟୁଇଟ୍ କରି କହିଛନ୍ତି କି ‘୨୦୧୯ ପରେ ଏହା ନୂଆ କାଶ୍ମୀର, ବିନା ସୂଚନାରେ ଆମକୁ ନିଜ ଘରେ ବନ୍ଦି କରାଯାଇଛି , ଏହା ଅତ୍ୟନ୍ତ ଦୁଖର କଥା କି ମୋର ସାଂସଦ ପିତା ଓ ମୋତେ ନିଜ ଘରେ ବନ୍ଦି କରାଯାଇଛି । ଏହା ସହିତ ମୋ ଭଉଣୀ ତାଙ୍କ ପିଲାମାନଙ୍କୁ ବି ଘରେ ବନ୍ଦି କରି ରଖା ଯାଇଛି ।’

ସେପଟେ ମେହବୁବା ମୁଫତି ଏନେଇ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ତାଙ୍କୁ ଘରୁ ବାହାରିବାକୁ ବାହାରିବାକୁ ରୋକା ଯାଉଛି । ଏହା ସହ ସେ କହିଛନ୍ତି କି ଏକ ମିଥ୍ୟା ମାମଲାରେ ହତ୍ୟାରେ ଶିକାର ହୋଇଥିବା ଅତହର ମୁସ୍ତାକର ପରିବାରକୁ ଭେଟିବାକୁ ସେ ଚାହୁଁଥିବା ବେଳେ ପୋଲିସ ତାଙ୍କୁ ଘର ଭିତରେ ନଜରବନ୍ଦି କରି ରଖିଛି । କହିରଖୁ କି ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ ବେଳେ ଏମାନଙ୍କୁ ଗୃହବନ୍ଦି କରାଯାଇଥିଲା । ଦୀର୍ଘ ୨୩୨ ଦିନ ଧରି ଗୃହବନ୍ଦି କରାଯାଇଥିଲା ।

from Kanak News
via <a href="https://ifttt.com/?

ଟୁଇଟରରେ ଟୁଲକିଟ୍ ବ୍ୟବହାର କରିବା ମାମଲା । ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ୍

କନକ ବ୍ୟୁରୋ : ଆନ୍ତର୍ଜାତୀୟ ପରିବେଶକର୍ମୀ ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି କିଛିଦିନ ଆଗରୁ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ କୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହି ଟ୍ୱିଟରେ ଟୁଲକିଟ୍ ବ୍ୟବହାର ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଏହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପର ହୋଇପଡିଥିଲା ।

ଏହି ମାମଲାରେ ଆଜି ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ୍ କରିଛନ୍ତି । ଫେବୃଆରୀ ୪ ତାରିଖରେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୋଗ କରିଛି କି ଚାଷୀ ଆନ୍ଦୋଳନ ସହିତ ଜଡିତ ଥିବା ଟୁଲକିଟକୁ ଏଡିଟ୍ କରିବା ପରେ ଦିଶା ରବି ଏହାକୁ ପଠାଇଛନ୍ତି ।

ଜାନୁଆରୀ ୨୬ ତାରିଖରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଉପରେ ଦିଲ୍ଲୀ ପୋଲିସ ତଦନ୍ତ କରିବା ସହ ଏହି ଟୁଲକିଟ୍ ମାମଲାର ବି ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଏକ୍ସପର୍ଟ ମାନଙ୍କ କହିବା ମୁତାବକ ପରିବେଶବିତ୍ ଗ୍ରେଟା ଥନବର୍ଗ ଟୁଲ୍ କିଟ୍ ମାଧ୍ୟମରେ ଟୁଇଟ୍ କରିଥିଲେ । ଏହା ପରେ ସେ ଏହାକୁ ହଟାଇ ଦେଇଥିଲେ । ପରେ ଜଣାପଡିଥିଲା ଯେ ଏହି ଟୁଲ କିଟ୍ ର ସ୍କ୍ରିପ୍ଟ ରାଇଟର ଏକ ଖଲିସ୍ତାନୀ ସଂଗଠନ । ଦିଶା ରବିଙ୍କୁ ଗିରଫ୍ କରିବା ପରେ ତାଙ୍କୁ ଅଧିକ ପଚରା ଉଚରା ଚଳାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ।

from Kanak News
via <a href="https://ifttt.com/?

ଚମୋଲି ଦୁର୍ଘଟଣା : ତପୋବନ ସୁଡଙ୍ଗରୁ ମିଳିଲା ୫ ଶବ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୩ କୁ ବୃଦ୍ଧି

କନକ ବ୍ୟୁରୋ :  ଉତ୍ତରାଖଣ୍ଡ ଚମୋଲିରେ ଫେବୃଆରୀ ୭ ତାରିଖ ଦିନ ହିମସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ତପୋବନ ସୁଡଙ୍ଗ ମଧ୍ୟରେ ଉଦ୍ଧାରକାରୀ ଦଳ ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ରବିବାର ଦିନ ସୁଡଙ୍ଗ ଭିତରୁ ୫ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ୫ ଜଣଙ୍କୁ ମିଶାଇ ହିମସ୍କଳନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୩ ରେ ପହଂଚିଛି ।

ଶନିବାର ଦିନ ଚମୋଲି ଜିଲ୍ଲା ଅଧିକାରୀ ସ୍ୱାତୀ ଏସ୍ ଭଦୋରିଆ କହିଥିଲେ କି ଏନଟିପିସି ଟର୍ନେଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଦ୍ୱାରା ୧୩୬ ମିଟର ପର୍ଯ୍ୟନ୍ତ ଖୋଳା ହୋଇଛି । ଶୁକ୍ରବାର ଦିନ ଏହି ଟର୍ନେଲ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିଖୋଜ ଥିବା ୨୦୪ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ଶବଉଦ୍ଧାର କରାଯାଇଛି । ଏହା ସହ ୨ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ରବିବାର ୫ ଟି ଶବ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ ରେ ପହଂଚିଛି । ଆହୁରି ୧୬୧ ଜଣ ଲୋକ ଏବେ ବି ନିଖୋଜ ରହିଥିବା ବେଳେ ଉଦ୍ଧାରକାରୀ ଦଳ ମାଧ୍ୟମରେ ଏବେ ସୁଡଙ୍ଗ ଭିତରୁ ପାଣି ଓ ପଙ୍କ ସଫା କରିବା କାମ ଜାରି ରହିଛି । ଅନ୍ୟପଟେ ହିମସ୍କଳନ ଫଳରେ ଚମୋଲି ଜିଲ୍ଲାରେ ଜନ ଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଗାଁ ଗାଁ ମଧ୍ୟରେ ଯୋଗା ଯୋଗ ବିଛିନ୍ନ ହୋଇପଡିଥିବା ବେଳେ ଆଇଟିବିପି ପକ୍ଷରୁ ଗାଁ ମାନଙ୍କରେ ସହାୟତା କେନ୍ଦ୍ର ଖୋଲି ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ।

from Kanak News
via <a href="https://ifttt.com/?

ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ବଂଚାଇବାକୁ ଯାଇ ସ୍ତ୍ରୀ ମୃତ

କନକ ବ୍ୟୁରୋ : ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ବଂଚାଇବାକୁ ଯାଇ ସ୍ତ୍ରୀ ମୃତ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ଜୀବନ ଚାଲିଯାଇଛି । 

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ପାରିବାରିକ କାଳହକୁ ନେଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସ୍ୱାମୀକୁ ବଂଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଲ୍ଲିକ ମଧ୍ୟ ଗୁରୁତର ହୋଇପଡିଥିଲେ । ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା ।  ସେଠାରେ ସ୍ତ୍ରୀ ବନ୍ଦିତା ମଲ୍ଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତେବେ ଆଜି ଦେଶ ପ୍ରେମ ଦିବସ ପାଳୁଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି । 

from Kanak News
via <a href="https://ifttt.com/?

ଓଡିଶା ସୀମାରେ ପଶି ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । କେନ୍ଦ୍ରମନ୍ତ୍ରୀ କହିଲେ, ସୀମାନ୍ତର ଭାଇ,ଭଉଣୀମାନଙ୍କୁ ଓଡିଶା ସହ ଯୋଡି ରଖିବା ଆମର ଦାୟିତ୍ୱ ।

କନକ ବ୍ୟୁରୋ: ଆନ୍ଧ୍ର ବିରୋଧରେ ଏକାଠି ଲଢ଼ିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ । କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ଆନ୍ଧ୍ର ଓଡିଶା ସୀମା ବିବାଦକୁ ନେଇ ଟୁଇଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ କରି ସେ ଲେଖିଛନ୍ତି, ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶାପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

https://platform.twitter.com/widgets.jsଏପରିକି ଏଥିସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତର ସହ ମଜବୁତ୍ କରିବା ମଧ୍ୟ ଜରୁରୀ । ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ମାତୃଭୂମୀ ପାଇଁ ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ମିଳିତ ଉଦ୍ୟମ ନିଶ୍ଚିତ ସହାୟକ ହେବ ବୋଲି ସେ ଟୁଇଟ କରିଛନ୍ତି ।

from Kanak News
via <a href="https://ifttt.com/?

ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ ହେବେ ଭାରତୀୟ ମହିଳା । ୭୦ ବର୍ଷ ପରେ ଜାତିସଂଘର ମହିଳା ମହାସଚିବ ହୋଇପାରନ୍ତି ଆକାଂକ୍ଷା

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଆରୋରା ଜାତିସଂଘର ମହାସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିଛନ୍ତି । ଜାତିସଂଘର ରାଷ୍ଟ୍ରବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ରେ ଆକାଂକ୍ଷା ଏବେ କୋଅର୍ଡିନେଟର ଭାବେ କାମ କରୁଛନ୍ତି । ଜାତିସଂଘରେ ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ ବିପକ୍ଷରେ ସେ ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କରିବାରେ ଆକାଂକ୍ଷା ହେଉଛନ୍ତି ପ୍ରଥମ ମହିଳା । ପ୍ରାର୍ଥୀତ୍ୱ ଘୋଷଣା ପରେ ସେ ନିଜ ପାଇଁ ପ୍ରଚାର ବି ଆରମ୍ଭ କରିଦେଇଛନ୍ତି ।

କହିରଖୁ କି ବିଗତ ୭୫ ବର୍ଷ ମଧ୍ୟରେ ଜାତିସଂଘରେ କୌଣସି ମହିଳା ମହାସଚିବ ହୋଇ ନାହାନ୍ତି । ବର୍ତ୍ତମାନ ଜାତିସଂଘରେ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଛି । ହେଲେ ସେ ଆଗାମୀ ୫ ବର୍ଷ ପୁଣି ଏହି ପଦବୀରେ ରହିବାକୁ ଆଶା ପ୍ରକାଶ କରିଛନ୍ତି ।

https://platform.twitter.com/widgets.js

ପ୍ରାର୍ଥିତ୍ୱ ଘୋଷଣା କରିବା ପରେ ଆକାଂକ୍ଷା ଅଢେଇ ମିନିଟର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି କି ମୋ କାର୍ଯ୍ୟାଳୟର ଲୋକମାନେ ଅଭିଯୋଗ କରୁଥିବା ଲୋକମାନଙ୍କ ବିରୋଧରେ ଠିଆ ହେବାକୁ ଆଶା କରୁନାହିଁ । ଏହା ସହ ସେ କହିଛନ୍ତି କି ମୋ ପୂର୍ବରୁ ଏହି ପଦରେ ଯେଉଁମାନେ ବସିଛନ୍ତି ସେମାନଙ୍କ ସଂଯୁକ୍ତ ରାଷ୍ଟ୍ରକୁ ଜବାବ୍ ଦେବାକୁ ପ୍ରସ୍ତୁତ ନୁହନ୍ତି । ଏହି କାରଣରୁ ମୁଁ ଏହି ପଦ ପାଇଁ ନିଜର ପ୍ରାର୍ଥିିତ୍ୱ ଘୋଷଣା କରିଛି ।

ଆକାଂକ୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଜାତିସଂଘ ମହାସଭାର ଅଧ୍ୟକ୍ଷ ବୈଲ୍କନ ବେଜକିରଙ୍କୁ ପ୍ରବକ୍ତା ବ୍ରେଡନ୍ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ କି ଆକାଂକ୍ଷା ତାଙ୍କ ପ୍ରାର୍ଥୀତ୍ୱ ନେଇ ଅଧ୍ୟକ୍ଷଙ୍କୁ କୌଣସି ଔପଚାରିକ ସୂଚନା ଦେଇଛନ୍ତି କି ? ଯାହାର ଉତରରେ ବୈକ୍ଲିନ କହିଥିଲେ କି ଏନେଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ କୌଣସି ସୂଚନା ଦିଆଯାଇ ନାହିଁ ।

from Kanak News
via <a href="https://ifttt.com/?

ହୁ ହୁ ହୋଇ ବଢୁଛି ତେଲ ଦର । ଦିଲ୍ଲୀ ଓ ମୁମ୍ବାଇଠୁ ବଳିଗଲା ଓଡିଶା, ୯୪ ଟଙ୍କା ଟପିଲା ପେଟ୍ରୋଲ ଦର… ଡିଜେଲ ଲିଟରକୁ ୯୧ ଟଙ୍କା ୩୯ ପଇସା

କନକ ବ୍ୟୁରୋ : ତେଲ ଦର ହୁ ହୁ ହୋଇ ବଢିଚାଲିଛି । ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡିଶାରେ ଲିଟର ପିଛା ତେଲ ଦର ବଢିଯାଇଛି । ସ୍ଥିତି ଏମିତି ହୋଇଛି, ଯେ ତେଲ ଦର ଉପରେ ରୋକ ନଲାଗିଲେ କମ ଦିନ ଭିତରେ ଶହେ ଟଙ୍କା ଛୁଇଁପାରେ ।
ଅନ୍ୟପଟେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୭୩ ପଇସା ଓ ଡିଜେଲ ୭୯ ଟଙ୍କା ୦୬ ପଇସା ରହିଛି । ହେଲେ ଓଡିଶାର ମାଲକାନଗିରିରେ ସବୁଠୁ ଚଢା ଦର ରହିଛି । ମାଲକାନଗିରର କାଲିମେଳାରେ ପେଟ୍ରୋଲ ୯୪ ଟଙ୍କା ୯୧ ପଇସା ଓ ଡିଜେଲ ୯୧ ଟଙ୍କା ୩୯ ପଇସାରେ ବିକ୍ରି ହେଉଛି । ସେହିପରି ମାଲକାନଗିରି ସଦରମହକୁମାରେ ୯୪ ଟଙ୍କା ୬ ପଇସା ଓ ଡିଜେଲ ରହିଛି ୯୦ ଟଙ୍କା ୬୪ ପଇସା । ନବରଙ୍ଗପୁରରେ ପେଟ୍ରୋଲ ୯୩ ଟଙ୍କା ୫୧ ପଇସା ଓ ଡିଜେଲ ୯୦ ଟଙ୍କା ୧୦ ପଇସା ରହିଛି । ଜୟପୁରରେ ପେଟ୍ରୋଲ ଲିଟରକୁ ୯୩ ଟଙ୍କା ୨୮ ପଇସା ଓ ଡିଜେଲ ୮୯ ଟଙ୍କା ୮୮ ପଇସାରେ ଆଜି ବିକ୍ରି ହେଉଛି । ସେହିପରି ବ୍ରହ୍ମପୁରରେ ୯୦ ଟଙ୍କା ୬୬ ପଇସା ଦରରେ ପେଟ୍ରୋଲ ବିକ୍ରି ହେଉଥିବା ଡିଜେଲ ଲିଟରକୁ ୮୭ ଟଙ୍କା ୩୩ ପଇସା ଦେଇ କିଣୁଛନ୍ତି ଲୋକେ । ସୁନ୍ଦରଗଡରେ ପେଟ୍ରୋଲ ୮୯ ଟଙ୍କା ୫୧ ପଇସା ଓ ଡିଜେଲ ୮୬ ଟଙ୍କା ୨୫ ପଇସା । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୯ ଟଙ୍କା ୪୩ ପଇସା, ଡିଜେଲ ଲିଟରକୁ ୮୬ ଟଙ୍କା ୧୫ ପଇସା ଦରରେ ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି । କଟକରେ ପେଟ୍ରୋଲ ଦର ୮୯ ଟଙ୍କା ୪୩ ପଇସା ଓ ଡିଜେଲ ଲିଟରକୁ ୮୬ ଟଙ୍କା ୮ ପଇସା ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started