ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ପାଳିରେ ୩୨୯ରେ ଅଲ୍-ଆଉଟ୍ ହୋଇଗଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାତର ପ୍ରଥମ ଇଂନିସ ଖେଳି ୩୨୯ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ପ୍ରଥମରୁ ହିଁ ମାତ୍ର ୨୯ ରନରେ ଦଳ ୪ ଟି ୱିକେଟ୍ ହରାଇ ପ୍ରଥମ ପାଳିରେ ୩୨୯ ରନ୍ କରିବାରେ ସକ୍ଷମ ହୋଇଛି । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତ ଭାରତ ଆଗକୁ ବଢିଥିଲା । ହେଲେ ଏହି ସମୟରେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରାଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ରାହାଣେ ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିବା ସହିତ ୧୬୧ ରନର ଇଂନିସ ଖେଳିଥିଲେ ।

from Kanak News
via <a href="https://ifttt.com/?

କେନ୍ଦୁଝରରେ କଙ୍ଗାରୁ କୋର୍ଟ-ନାବାଳିକାକୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ ।

କନକ ବ୍ୟୁରେ: କେନ୍ଦୁଝରରେ କଙ୍ଗାରୁ କୋର୍ଟ । ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ୟକ୍ତ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଘରୁ ଟାଣି ଆଣି ଗାଁ ମଝିରେ ଥିବା ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି । ସୂଚନା ଅନୁସାରେ କାଲି ସନ୍ଧ୍ୟାରେ ଗାଁର ଜଣେ ନାବାଳିକା ପଡୋଶୀ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ବନ୍ଦ କରି ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତକୁ ଘରୁ ଟାଣିଆଣି ଗାଁ କ୍ଲବ ପାଖ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନର ଆରମ୍ଭରୁ ମୋଇନ ଅଲ୍ଲୀଙ୍କ ଘାତକ ବୋଲିଂ, ଭାରତକୁ ଲଗାତାର ୨ଟି ୱିକେଟ୍ ଝଟକା ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଆରମ୍ଭରୁ ଭାରତୀୟ ଟିମକୁ ଝଟକା, ପ୍ରଥମରୁ ହିଁ ୨ ୱିକେଟ୍ ହରାଇ ସଙ୍କଟରେ ଭାରତୀୟ ଟିମ୍ । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତ ଭାରତ ଆଗକୁ ବଢିଥିଲା । ହେଲେ ଏହି ସମୟରେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରାଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ରାହାଣେ ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିବା ସହିତ ୧୬୧ ରନର ଇଂନିସ ଖେଳିଥିଲେ ।

ବର୍ତ୍ତମାନ ଭାରତୀୟ ଟିମ୍ ୯୧.୧ ଓଭର ଖେଳି ୩୧୬ କରିଥିବାବେଳେ ମୋଇନ ଅଲ୍ଲୀଙ୍କ ଘାତକ ବୋଲିଂ ଜାରି ରହିଛି ।

from Kanak News
via <a href="https://ifttt.com/?

କଟକ ରୋଡରେ ଆତଙ୍କ । ବାର ଆଗରେ ହେଲା ବୋମା ମାଡ

କନକ ବ୍ୟୁରୋ : ଶନିବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ କଟକରୋଡ୍‌ରେ ବୋମାମାଡ଼ ହୋଇଛି। ଏକ ବାର୍‌ ନିକଟରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଛନ୍ତି। ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଫୁଟିନଥିବା ଜଣାପଡ଼ିଛି। ତେବେ ବୋମାମାଡ଼ରେ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ। ଲକ୍ଷ୍ମୀସାଗର ଥାନା ପୁଲିସ ଅଫୁଟା ବୋମାଟିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ ବୋମାମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ଟେର୍ ପାଇନଥିବାରୁ ଏହା ପଛରେ ଥିବା କାରଣ ସ୍ପଷ୍ଟ ହୋଇ ପାରିନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସିଥିଲେ। ବାର୍‌ ନିକଟରେ ପହଞ୍ଚି ସେମାନେ ଲାଗ ଲାଗ ଦୁଇଟି ବୋମା ଫିଙ୍ଗିଥିଲେ। ସେଥିରୁ ଗୋଟିଏ ବୋମା ଫାଟି ଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ମାତ୍ର ଅନ୍ୟ ବୋମାଟି ଫୁଟି ନ ଥିଲା। ପ୍ରଚଣ୍ଡ ବିସ୍ଫୋରଣ ଲାଗି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଲୋକେ ଭୟରେ ଏଣେତେଣେ ବିକଳରେ ଧାଁ ଧଉଡ଼ କରିଥିଲେ। ଅଫୁଟା ବୋମାଟି ରାସ୍ତା ଉପରେ ପଡ଼ି ରହିଥିବାରୁ ସେହି ବାଟ ଦେଇ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ବୋମାକୁ ଜବତ କରିବା ସହ ନିଷ୍କ୍ରିୟ କରିଥିଲା। ବୋମାମାଡ଼ ପଛରେ କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ବାର୍‌ ମାଲିକଙ୍କ ସହ କାହାର ଶତ୍ରୁତା ରହିଛି କି? ନିକଟରେ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାରୁ ଆଉ କାହାକୁ ଟାର୍ଗେଟ କରିଥିଲେ କି ଦୁର୍ବୃତ୍ତ? ଏସବୁ ପ୍ରଶ୍ନ ଅସମାହିତ ହୋଇ ରହିଛି। ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଜାରି ରଖିଛି।

from Kanak News
via <a href="https://ifttt.com/?

ଆନ୍ଧ୍ର ମାଦାରପୁରମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପର୍ଯ୍ୟଟକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ମୃତ, ୪ ଗୁରୁତର

ଆଜି ପାହାନ୍ତାରେ କୁର୍ଣ୍ଣୂଲ୍‌ ଜିଲ୍ଲାର ବେଲଡୁରତି ମଣ୍ଡଳ ଅନ୍ତର୍ଗତ ମାଦରପୁରମ୍‌ ଗ୍ରାମ ପାଖ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଭ୍ୟାନ୍‌ ଓ ଗୋଟିଏ ଲରି ପରସ୍ପର ସହ ଧକ୍କା ଖାଇବାରୁ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ପୁଲିସ କହିବା ଅନୁସାରେ, ଚିତ୍ତୂର ଜିଲ୍ଲାର ମାଣ୍ଡାନାପାଲ୍ଲେ ଅଞ୍ଚଳରୁ ଦଳେ ତୀର୍ଥଯାତ୍ରୀ ରାଜସ୍ଥାନର ଆଜ୍‌ମେର୍‌ ଅଭିମୁଖେ ଯାଉଥିଲେ।
ଉକ୍ତ ତୀର୍ଥଯାତ୍ରୀମାନେ ଯାଉଥିବା ମିନି ଭ୍ୟାନ୍‌ଟି ପାହାନ୍ତା ୩ଟାରୁ ୩.୩୦ ମଧ୍ୟରେ ହଠାତ୍‌ ଦିଗ ପରିବର୍ତ୍ତନ କରି ରାଜପଥ ଅପରପାଶ୍ୱରେ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ୮ଜଣ ମହିଳା, ୫ଜଣ ପୁରୁଷ ଓ ଜଣେ ପିଲାଙ୍କ ସମେତ ୧୪ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଦୁଇଜଣ ପିଲାଙ୍କ ସମେତ ଅନ୍ୟ ୪ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ କୁର୍ଣ୍ଣୂଲ୍‌‌ର ଗଭର୍ଣ୍ଣମେଣ୍ଟ୍‌ ଜେନେରାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ସେଠାକାର ଡାକ୍ତରଙ୍କ କହିବା ଅନୁସାରେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍‌ ସଙ୍କଟାପନ୍ନ ହୋଇପଡ଼ିଛି।

ମୃତଯାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ମିନିଭ୍ୟାନ୍‌ରେ ଚାପିହୋଇ ରହିଯାଇଛନ୍ତି। ପୁଲିସ ଜେସିବି ସହାୟତାରେ ମିନିଭ୍ୟାନ୍‌ଟିକୁ ରାସ୍ତାର ଉଠାଇଥିଲା। ପୁଲିସ କହିବା ଅନୁସାରେ, ଡ୍ରାଇଭର୍‌ ଢୋଳାଇ ପଡ଼ିବା ଯୋଗୁଁ ବା ଟାୟାର୍‌ ଫାଟିଯିବା କାରଣରୁ ମିନିଭ୍ୟାନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଦ୍ୱାରଫିଟା ପରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ, ଅବକାଶ ନୀତି ପରେ ଆଜି ହେବ ବେଶ ଓଲାଗି ।

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବଡସିଂହାର ବେଶରେ ତିନି ଠାକୁର ପଦ୍ମବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଦ୍ୱାରଫିଟା ପରେ କିଛି ଘଂଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ଚାଲିଛି । ଆଜି ଅବକାଶ ନୀତି ପରେ ତିନି ଠାକୁରଙ୍କ ବେଶ ଓଲାଗି ହେବ । ମହାପ୍ରଭୁଙ୍କ ପଦ୍ମବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ବଡଛତା ମଠ ପକ୍ଷରୁ ଏହି ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ପୁଲୱାମା ସହିଦଙ୍କୁ ପେନସିଲରେ ଶ୍ରଦ୍ଧାଞ୍ଜଳି… ପେନସିଲରେ ବନ୍ଧୁକ ତିଆରି କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବକ ।

ଆଜି ଭାଲେଣ୍ଟାଇନ୍ ଡେ। ଏହି ଅବସରରେ କିଏ କେତେ ପ୍ରକାର କାର୍ଯ୍ୟକ୍ରମ କରୁଛି। ମାତ୍ର ଠିକ ଏହି ଦିନରେ ୨୦୧୯ରେ ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ ।

ଦେଶର ସେହି ବୀର ସନ୍ତାନଙ୍କୁ ବେତନଟୀ ଅଞ୍ଚଳର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା(ସିତୁ) ନିଆର ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ମାଇକ୍ରୋ ଆର୍ଟ ମାଧ୍ୟମରେ ଏକ ପେନସିଲରେ ଖୋଦେଇ କରି ବନ୍ଧୁକ କରିଛନ୍ତି ସମରେନ୍ଦ୍ର। ଯାହାର ଦର୍ଘ୍ୟ ପ୍ରାୟ ଦେଢ଼ ଇଞ୍ଚ୍ ରହିଛି। ଏହାକୁ ସେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି।

ନିଜର କଳାକୃତି ମାଧ୍ୟମରେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଥିବା ସମରେନ୍ଦ୍ରଙ୍କର ଏହି ପଦକ୍ଷେପ ପ୍ରଶଂସାର ବିଷୟ ପାଲଟିଛି। ପୂର୍ବରୁ ଗୋପବନ୍ଧୁ ଦାସ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହେରୁ, ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖଙ୍କ କଳାକୃତି ଗଛରେ ଖୋଦେଇ କରି ଆଙ୍କି ସାରିଛନ୍ତି ସମରେନ୍ଦ୍ର।

from Kanak News
via <a href="https://ifttt.com/?

ଆଜି ଭାରତୀୟ ସେନାରେ ସାମିଲ ହେବ ଲଢୁଆ ଟ୍ୟାଙ୍କ ଅର୍ଜୁନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅର୍ପଣ କରିବେ ୧୧୮ଟି ଟ୍ୟାଙ୍କ

ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍‌ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି । ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ୧୧୮ ଟ୍ୟାଙ୍କକୁ ସେନାରେ ସାମିଲ କରିବାକୁ ମଂଜୁରି ଦିଆଯାଇଛି । ୮୪୦୦ କୋଟି ଟଙ୍କା ବ୍ୟୟରେ ଏହି ଟ୍ୟାଙ୍କ ନିର୍ମାଣ କରାଯାଇଥିବା ଡିଆର୍‌ଡିଓ ସୂତ୍ରରୁ ଜଣାପଡ଼ିଛି ।

ବଢବ ସେନାର ଶକ୍ତି । ପୁଲୱାମା ଆକ୍ରମଣକୁ ୨ବର୍ଷ ବିତିଯାଇଛି । କିନ୍ତୁ ମନରୁ ସେ ଦାଗ ଲିଭିନାହିଁ । ସଇତାନ ପାକିସ୍ତାନ ଷଡଯନ୍ତ୍ରର ଶିକାର ହୋଇ ସହିଦ୍ ହୋଇଥିବା ବୀର ଯବାନଙ୍କୁ ଆଜିବି ଝୁରୁଛି ମାଟି ମାଆ । କିନ୍ତୁ ଏବେ ସମୟ ବଦଳିଛି । ଦିନକୁ ଦିନ ବଢିଚାଲିଛି ଭାରତୀୟ ସେନାର ଶକ୍ତି । ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ର-ସସ୍ତ୍ର ବି ସେନାରେ ସାମିଲ ହେଉଛି । ଆଉ ଏବେ ପୁଣି ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ୧୧୮ଟି ଅର୍ଜୁନ୍ ଟ୍ୟାଙ୍କ । ଦୂରରୁ ଶତ୍ରୁ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିବାର ରହିଛି ଏହି ଟ୍ୟାଙ୍କ କ୍ଷମତା । ବେଳ ଥାଉ ଥାଉ ଯଦି ଶତ୍ରୁଦେଶ ପାକିସ୍ତାନ୍ ନସୁଧୁରେ ତାହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ।

from Kanak News
via <a href="https://ifttt.com/?

ପୁଲୱାମା ଆତଙ୍କୀ ହମଲାକୁ ପୂରିଲା ୨ବର୍ଷ । ଏବେବି ଗୁମୁରି କାନ୍ଦୁଛନ୍ତି ସହିଦ ଓଡିଆ ପୁଅ ମନୋଜ ବେହେରାଙ୍କ ପରିବାର, ମନେ ପକାଉଛନ୍ତି ଗାଁ ଲୋକେ ।

କନକ ବ୍ୟୁରୋ: ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଓଡିଆ ପୁଅ, ନିଆଳିର ମନୋଜ ବେହେରାଙ୍କୁ ମନେପକାଉଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ ।ଏବେ ପୁଅର ଫଟୋକୁ ଦେଖି କାନ୍ଦିବା ଛଡା ବାପାମାଙ୍କ ପାଖରେ ଆଉ କିଛି ଚାରା ନାହିଁ । ଘରର ରୋଜଗାରିଆ ପୁଅ ଚାଲିଯିବା ପରେ ସେହି ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମା ।

ଅନ୍ୟପଟେ ସେମାନଙ୍କ ଅଭିଯୋଗ ହେଲା ମନୋଜ ଚାଲିଯିବା ପରେ ତାଙ୍କ ପତ୍ନୀଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳୁଛି କିନ୍ତୁ ବାପା ମାଙ୍କୁ ମିଳୁନାହିଁ । କୌଳିକ ବୃତି କରି ସେମାନେ ଚଳୁଛନ୍ତି । ଦେଶ ପାଇ ଁସହିଦ ହୋଇଥିବା ଏହି ବୀର ଯବାନଙ୍କୁ ଝୁରୁଛି ଗାଁ ମାଟି , ଅଂଚଳର ପ୍ରତିଟି ଲୋକ । ଯଦି ଓ ସେମାନେ ଜାଣିଛନ୍ତି ମନୋଜ ଆଉ ଫେରିବେ ନାହିଁ, ପ୍ରତିମୂହୁର୍ତରେ ତାଙ୍କର ସ୍ମୃତିଚାରଣ କରୁଛନ୍ତି ।

from Kanak News
via <a href="https://ifttt.com/?

ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଧର୍ମଗଡରୁ ଆସିଲା ଅଭିଯୋଗ, ଲତା ପତ୍ରରେ ଭର୍ତ୍ତି ଶୌଚାଳୟ । 

କନକ ବ୍ୟୁରୋ: ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଏହି ଅଭିଯୋଗ ଆସିଛି ଧର୍ମଗଡରୁ । ଧର୍ମଗଡ ଏନଏସିର ମୋଟ ୧୪ଟି ୱାର୍ଡ ଲାଗି ୯୪ଲକ୍ଷ୮ଶହ ଟଙ୍କା ବିନିମୟରେ ୪୮ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ଗୋଟିଏ ଶୌଚାଳୟର ଅଟକଳ ମୁଲ୍ୟ ୧ଲ୭କ୍ଷ ୯୬ ହଜାର ଟଙ୍କା । ମାତ୍ର ଏହି ଶୌଚାଳୟଗୁଡିକରେ ଓଭର ଟ୍ୟାଙ୍କ ଲାଗିଛି କିନ୍ତୁ ଏଠାକୁ ବିଜୁଳି ସଂଯୋଗ ନାହିଁ । ଶୌଚାଳୟର ସଫେଇ ତ ଦୁରର କଥା ଲତା ପତ୍ରରେ ଭର୍ତି ହୋଇଛି ଏହି ସ୍ଥାନ । ପଶୁପକ୍ଷୀଙ୍କ ଚରାଭୂମି ପାଲଟିଛି । 

ତେବେ ସରକାରୀ ନିୟମ ଅନୁସାରେ ଏପରି ଶୌଚାଳୟ ନିର୍ମାଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କାମ ଆରମ୍ଭ କରିବା କଥା । ଏପରିକି ଭିତିଭୂମି ଓ ବିଦ୍ୟୁତ ଓ ଜଳ ଯୋଗାଣ ଲାଗି ଟେଣ୍ଡର କରିବା କଥା । କିନ୍ତୁ ଏପରି କିଛି ହୋଇନଥିବା ସ୍ଥାନିୟଲୋକେ ଅଭିଯୋଗ ଆଣିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started