ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ : ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ । ବୀର ପୁତ୍ରକୁ ମନେ ପକାଇ ଗୁମୁରି କାନ୍ଦୁଛି ମା’ମାଟି

କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଲା ୨ ବର୍ଷ । ୨ ବର୍ଷ ପୁର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ଇତି ମଧ୍ୟରେ ୨ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି । ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି ।

ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନ୍ବିନ୍ ହୋଇସାରିଥିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା ।

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା ।  ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।

from Kanak News
via <a href="https://ifttt.com/?

ଅନଶନରେ ଅନ୍ନଦାତା । ମଣ୍ଡିରୁ ଧାନ ଉଠାଇବା ଦାବିରେ ଖୋର୍ଦ୍ଧା ଶ୍ରୀଚନ୍ଦନପୁରରେ ଚାଷୀଙ୍କ ଆମରଣ ଅନଶନ, ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ

କନକ ବ୍ୟୁରୋ : ଅନଶନରେ ଅନ୍ନଦାତା । ଦାବି ପୂରଣ ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ । ଏହି ଦୃଶ୍ୟ ହେଉଛି ଖୋର୍ଦ୍ଧା ଶ୍ରୀଚନ୍ଦନପୁର ସେବା ସମବାୟ ସମ୍ମୁଖର । ରାତି ତମାମ ଶୀତକାକରରେ ପଡିରହିଛନ୍ତି ଚାଷୀ । ଦ୍ୱିତୀୟ ଦିନରେ ଜାରି ରହିଛି ଚାଷୀଙ୍କ ଅନଶନ । ନିଜ ଅମଳ ଧାନର ହକ ପାଇଁ ଶୀତକାକରରେ ବସିଛନ୍ତି ଚାଷୀ ।
ଗତ ୨ ତାରିଖ ଦିନ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜରାସ୍ତା ଅବରୋଡଧ କରିିଥିଲେ ଶ୍ରୀଚନ୍ଦନପୁର ଚାଷୀ । ପରେ ଯୋଗାଣ ବିଭାଗର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା । ମାତ୍ର ପ୍ରତିଶ୍ରୁତିର କିଛି ଘଂଟା ପରେ ଯୋଗାଣ ବିଭାଗ ଭୁଲିଗଲା ଚାଷୀଙ୍କୁ । ଆଉ ମଣ୍ଡିରୁ ଧାନ ଉଠାଇନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶ୍ରୀଚନ୍ଦନପୁର ପାଟଣା ମଣ୍ଡି ପାଇଁ ଚଳିତବର୍ଷ ୨୪୫ଜଣ ଚାଷୀ ପଂଜିକୃତ କରିଛନ୍ତି । ସେମାନଙ୍କ ଠାରୁ ୧୪ ହଜାର କୁଇଂଟାଲ ଧାନ ସଂଗ୍ରହର ବ୍ୟବସ୍ଥା ଅଛି । ବର୍ତମାନ ସୁଦ୍ଧା ୫ହଜାର ୯୫ କୁଇଂଟାଲ ଧାନ ନିଆଯାଇଛି । ଟୋକନ ପାଇ ମଧ୍ୟ ଚାଷୀଙ୍କ ପାଳି ପଡୁନାହିଁ । ଗୋଟିଏ ପାଳିରେ ହଜାରେରୁ ୧୨ଶହ କୁଇଂଟାଲ ପରିବର୍ତେ ୫୦୦ କୁଇଂଟାଲ ଉଠାଇବାକୁ ଅନୁମତି ଦେଇଛି ଯୋଗାଣ ବିଭାଦ । ଫଳରେ ଅନେକ ଚାଷୀ ବାଦ ପଡିଛନ୍ତିା ଏବେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବାକୁ ଜିଦ ଧରିଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ତୁରନ୍ତ ମଣ୍ଡି ସମସ୍ୟାର ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଲେ ଚାଷୀ ନେତା

କନକ ବ୍ୟୁରୋ : ସାରା ରାଜ୍ୟରେ ଧାନ ମଣ୍ଡିର ସମସ୍ୟାକୁ ନେଇ ଚାଷୀ କରିଛନ୍ତି ଆନ୍ଦୋଳନ । ଆଜି ପଶ୍ଚିମ ଓଡିଶାରେ ଏହାର ପ୍ରତିବାଦରେ ୩ ଘଂଟିଆ ଚକାଜାମ୍ କରିଥିଲା ବିଜେପି । ଏପଟେ ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ଏହାରି ଭିତରେ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀ ନେତାଏଁ ଚେତାବନୀ ଦେଇଛନ୍ତି ।

ରାସ୍ତା ଉପରେ ଠିଆ ହୋଇଛି ଶହ ଶହ ଗାଡି ମୋଟର । ପ୍ରାୟ ୩ ଘଂଟା ଧରି ପଶ୍ଚିମଓଡିଶାରେ ଏମିତି ଚକାଜାମ୍ ହୋଇଛି । ମଣ୍ଡିରୁ ଧାନ ଉଠାଇବା ଦାବିରେ ପଶ୍ଚିମ ଓଡିଶାରେ ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ରରେ ସବୁ ଜାତୀୟ ଓ ରାଜ୍ୟ ରାଜପଥରେ ଏଇମିତି ୩ ଘଂଟିଆ ଚକାଜାମ କରିଛି ବିଜେପି । ସଂବଲପୁର ପରି ସୁନ୍ଦରଗଡରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଦିନ ୧୦ଟାରୁ ଗୋଟାଏ ଯାଏଁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଏମିତି ଚାଷୀ କରିଛନ୍ତି ଚକାଜାମ୍ ।

ଚାଷୀଙ୍କ ସମସ୍ୟା ସହିତ ସାମିଲ ହୋଇଛନ୍ତି ସ୍ଥାନୀୟ ବିଧାୟକ । ବଲାଙ୍ଗିର ଜିଲ୍ଲାର ପତ୍ରାପାଲି ମଣ୍ଡିରେ ଆମରଣ ଅନଶନରେ ବସିଛନ୍ତି କଂଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ବାହାରେ ଚାଷୀ , ଘର ଭିତରେ ବନ୍ଦ ହୋଇ ରହିଛନ୍ତି ତହସିଲଦାର, ବଲାଙ୍ଗିର ଏଆରସିଏସ ଏବଂ ପ୍ୟାକ୍ସ ସମ୍ପାଦକ । ମଣ୍ଡିରୁ ଧାନ ଉଠାଇବା ଦାବିରେ ଏ ହେଉଛି ବଲାଙ୍ଗିର ଜିଲ୍ଲାର ପୁଇଁତଳା ବ୍ଲକର ଛତାପିପଲ ଅଂଚଳର ଆନ୍ଦୋଳନର ଚିତ୍ର । ଏଠାରେ ନିଜେ ଚାଷୀଙ୍କ ସହ ଆନ୍ଦୋଳନରେ ବସିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବସିଥିବା ବେଳେ ଚାଷୀଙ୍କୁ ବୁଝାଇବାକୁ ଆସିଥିବା ଅଧିକାରୀଙ୍କୁ ଏମିତି ଘର ଭିତରେ ତାଲା ପକାଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ ।

କେବଳ ପଶ୍ଚିମଓଡିଶା ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ମଣ୍ଡି ସମସ୍ୟାର ଚିତ୍ର । ମଣ୍ଡିରୁ ଧାନ ଉଠାଇବା ପ୍ରତିଶ୍ରୁତି ଫେଲ୍ ମାରିବା ପରେ ୨ ଦିନ ଧରି ଖୋର୍ଧା ଜିଲ୍ଲାର ଶ୍ରୀଚନ୍ଦନପୁର ଅଂଚଳରେ ଧାରଣାରେ ବସିଛନ୍ତି ଚାଷୀ । କିଛି ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟ ବିଗିଡି ଥିଲେ ମଧ୍ୟ ଧାନ ଉଠାଇବା ଦାବିରେ ଅଟଳ ଅଛନ୍ତି ଚାଷୀ । ଚାଷୀଙ୍କ ଏହି ଧାନ ବିକ୍ରି ସମସ୍ୟା ତୁରନ୍ତ ସମାଧାନ କରାନଗଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଚାଷୀ ନେତାଏଁ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଥରିଲା ଜାପାନ: ଫୁକୁସିମା ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ।

କନକ ବ୍ୟୁରୋ: ଜାପାନରେ ଆଜି ଏକ ବଡ ଭୂକମ୍ପ ଅନୁଭୂତ ହୋଇଛି | ଜାପାନର ଫୁକୁସିମା ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି | ମିଳିଥିବା ସୂଚନା ମୁତାବକ ଶନିବାର ଦିନ ରାତିରେ ଜାପାନର ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଏହି ଭୂକମ୍ପ ହୋଇଥିବା ବେଳେ ସୁନାମି ନେଇ କୌଣସି ସତର୍କତା ଜାରି କରାଯାଇନାହିଁ |

ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି | ଫୁକୁସିମାର ପ୍ରଶାନ୍ତ ମହାସାଗର ଅଂଚଳର ୫୪ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବାବେଳେ ଫୁକୁସିମା ଆଣବିକ କେନ୍ଦ୍ରକୁ କୌଣସି କ୍ଷତି ହୋଇନାହିଁ | ସୂଚନା ଥାଉ କି ଶୁକ୍ରବାର ରାତିରେ ଭାରତ ସମେତ ୪ଟି ଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା | ଭାରତରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ବେଳେ ଆଫଗାନିସ୍ତାନରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଥିଲା | ଏହାର କେନ୍ଦ୍ରସ୍ଥଳ ତାଜାକିସ୍ତାନ ଥିଲା |

from Kanak News
via <a href="https://ifttt.com/?

ଅହିରାଜ ଓ ନେଉଳ ମଧ୍ୟରେ ଲଢେଇ । ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଲା ଚତ୍ମକାର ଦୃଶ୍ୟ ।

କନକ ବ୍ୟୁରୋ: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଂଚଲିଙ୍ଗେଶ୍ୱରରେ ଆଜି ଏକ ଚତ୍ମକାର ଦୃଶ୍ୟ ଦେଖିବାକୁ ମିଳିଛି। ବିରାଟକାୟ ୧୨ ଫୁଟିଆ ଅହିରାଜ ସାପ ସହିତ ଏକ ନେଉଳର ଜୋରଦାର ଲଢେଇ ହୋଇଥିବା ଦେଖାଯାଇଛି। ସାପ ମାନଙ୍କର ରାଜା ଅହିରାଜକୁ ଦେଖିଲେ ଯେକେହି ପଛ ଘୁଞ୍ଚାଦେଵ। ହେଲେ ଏକ ଛୋଟ ନେଉଳ ଆଜି ଲଢେଇ କରି ତାକୁ ଘାଇଲା କରି ପକାଇଛି। ଯାହା ଫଳରେ ସେହି ସ୍ଥାନରେ ସାପଟି ଗୁରୁତର ହୋଇପଡିଥିଲା। ସାପଟି ଜୀବନ ବିକଳରେ ଗଛ ଉପରକୁ ଯାଉଥିବା ବେଳେ ନେଉଳଟି ଲାଙ୍ଗୁଡକୁ କାମୁଡ଼ି ତଳକୁ ପକାଇ ଦେଉଥିଲା।

ସତେ ଯେପରି ଲାଗୁଥିଲା ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ବବ। ନିଜକୁ କେବେ ଛୋଟ ଭାବିବା ଅନୁଚିତ। ସେହି ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ। ସାପଟିକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ବେଳେ ସୁସ୍ଥ ହେଲେ କୂଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି କୁଳଡିହା ରେଞ୍ଜର ବିଜୟ ମହାପାତ୍ର।

from Kanak News
via <a href="https://ifttt.com/?

ଭୋପାଳରେ ଶହେ ଟପିଲା ପେଟ୍ରୋଲ ଦାମ । ତେଲ ଦର ମାଡରେ ପେଟ୍ରୋଲ ପମ୍ପ ଅକାମୀ । ଓଡିଶାରେ ବି ଉପରମୁହାଁ ତେଲଦର ।

କନକ ବ୍ୟରୋ: ତେଲ ଦରକୁ ନେଇ କିଛି ଦିନ ହେବ ଯେଉଁ ଆଶଙ୍କା କରାଯାଉଥିଲା , ତାହା ହିଁ ହୋଇଛି । ଭୋପାଳରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ସହରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହେବା ଯୋଗୁଁ ପୁରୁଣା ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟବସାୟ ପ୍ରଭାବିତ ହୋଇଛି । ମଧ୍ୟ ପ୍ରଦେଶ ପେଟ୍ରୋଲ ପମ୍ପ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି, ଆଜି ପେଟ୍ରୋଲ ଦର ୧୦୦ଟଙ୍କା ୪ ପଇସାରେ ପହଂଚିଛି । ଅବଶ୍ୟ ପୁରୁଣା ମେସିନ ଲାଗିଥିବା ପେଟ୍ରୋଲ ପମ୍ପର ସଂଖ୍ୟା ମାତ୍ର ୩ରୁ ୪ ପ୍ରତିଶତ ।

ତେବେ ସାଧାରଣ ପେଟ୍ରୋଲ ଦର ଆଜି ୯୬ ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର ୮୬ ଟଙ୍କା ୮୪ ପଇସା ରହିଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏପଟେ ଓଡିଶାରେ ପେଟ୍ରୋଲ ଦର ସର୍ବାଧିକ ୯୪ ଟଙ୍କା ଟପିଛି । ମାଲକାନଗିରି ଜିଲ୍ଲା କାଲିମେଳାରେ ଆଜି ପେଟ୍ରୋଲ ଦର ୯୪ ଟଙ୍କା ୬୨ ପଇସା ଥିବା ବେଳେ ଡିଜେଲ ୯୧ ଟଙ୍କା ୪ ପଇସା ରହିଛି ।

from Kanak News
via <a href="https://ifttt.com/?

କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀର ମୃତଦେହ ଉଦ୍ଧାର । ୧୩ ଦିନରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ବନ ବିଭାଗର କର୍ମଚାରୀମାନେ ଘୁଷୁରିଗୁଡ଼ା ନାଳରୁ ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ବନ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି ଯେ, ସଂକ୍ରମଣ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସଂ‌ଦେହ କରାଯାଉଛି। ତେବେ ଅଳ୍ପ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ଏକ ମାଈ ହାତୀର ମୃତ୍ୟୁ ହେବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବନ ବିଭାଗ ପକ୍ଷରୁ ଏହା ଭୂତାଣୁଜନିତ ମୃତ୍ୟୁ ବୋଲି ସଫେଇ ଦେଉଥିଲେ ମଧ୍ୟ ବିଭାଗର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନିକଟ ନାଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପରେ ଖବର ପାଇ ବନ ବିଭାଗ ଓ ଜିଲ୍ଲା ପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପୂର୍ବରୁ ଗତ ୧ତାରିଖରେ କର୍ଲାପାଟ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେହିଭଳି ୮ତାରିଖରେ କର୍ଲାପାଟର ଘୁଷୁରିଗୁଡ଼ି ନିକଟରେ ୨ୟ ମାଈ ହାତୀର ମୃତ୍ୟୁ ହୋଇଥିଲା। ୧୧ ତାରିଖରେ ୩ୟ ମାଈ ହାତୀର ମୃତ୍ୟୁ ହୋଇଥିଲା। ପ୍ରାଣୀ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ ନିକଟସ୍ଥ ଗାଁର ପ୍ରାଣୀମାନଙ୍କୁ ଟିକାକରଣ କରାଯାଇଛି।

from Kanak News
via <a href="https://ifttt.com/?

ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାରେ ସିନ୍ ରିକ୍ରିଏଟ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲକୁ ନେଇ ଲାଲକିଲ୍ଲାରେ କରାଗଲା ସିନ ରିକ୍ରିଏଟ ।

କନକ ବ୍ୟୁରୋ : ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାର ସିନ ରିକ୍ରିଏଟ କଲା କ୍ରାଇମବ୍ରାଂଚ । ଗଣତନ୍ତ୍ର ଦିବସ ଦିନ କିପରି ଆନ୍ଦୋଳନରତ ଚାଷୀ ଲାଲକିଲ୍ଲା ନିଜ କବଜାକୁ ନେଇଥିଲେ ଏବଂ ଶିଖ ଧାମିର୍କ ପତାକା ଲଗାଇଥିଲେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲ ସିଂ । ଟ୍ରାକ୍ଟର ରାଲି ବେଳେ ପୋଲିସ ଦେଇଥିବା ରୁଟ ବଦଳରେ ଚାଷୀଙ୍କୁ ଉସୁକାଇ ଲାଲକିଲ୍ଲା ନିଆଯାଇଥିବା ଦୀପ ସିଦ୍ଧିୁଙ୍କ ନାଁରେ ଅଭିଯୋଗ ରହିଛି । ଏହି ସମସ୍ତ ଘଟଣାର ଯାଂଚ କରୁଛି କ୍ରାଇମବ୍ରାଂଚ ।
ଏହି ହିଂସା ଘଟଣାରେ ଧରାପଡ଼ିବା ପରେ ଦୀପ ସିଦ୍ଧୁ କହିଥିଲେ କି, ‘ମୁଁ ଭାବୁକ ହୋଇ ଚାଷୀଙ୍କ ସହିତ ଯୋଡ଼ି ହୋଇଯାଇଥିଲି। ମୋର କୌଣସି କୋଠରପନ୍ଥୀଙ୍କ ସହ ସମ୍ପର୍କ ନାହିଁ। ଲକଡାଉନ ସମୟରେ ଓ ପରେ ମୋତେ କୌଣସି କାମ ମିଳି ନଥିଲା। ଅଗଷ୍ଟ ମାସରେ ଯେତେବେଳେ ଚାଷୀ ଆନ୍ଦୋଳନ ପଞ୍ଜାବରେ ଆରମ୍ଭ ହୋଇଥିଲା ମୁଁ ଏଥିପ୍ରତି ଆକର୍ଷିତ ହୋଇଯାଇଥିଲି।

ନଭେମ୍ବର ୨୮ ତାରିଖରେ ଚାଷୀମାନଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲି। ସାଧାରଣତନ୍ତ୍ର ଦିବସ ପ୍ୟାରେଡର କିଛିଦିନ ପୂର୍ବରୁ ମୁଁ ନିଜର ସମର୍ଥକଙ୍କ ସହିତ ନିଶ୍ଚିତ କରିଥିବା ରାସ୍ତାରେ ଭଙ୍ଗାରୁଜା କରିବାକୁ ସ୍ଥିର କରିଥିଲି। ଏହି ସମୟରେ ସ୍ବେଚ୍ଛାସେବୀମାନଙ୍କ ଜ୍ୟାକେଟ ଚୋରି କରିବାକୁ ବି ସମର୍ଥକମାନଙ୍କୁ କହିଥିଲି।’

କେବଳ ଏତିକି ନୁହେଁ, ଦୀପ ସିଦ୍ଧୁ ପ୍ରଥମରୁ ହିଁ ଯୋଜନା କରିଥିଲା କି ଲାଲକିଲା ସମେତ ଯଦି ସମ୍ଭବ ହୁଏ ଇଣ୍ଡିଆ ଗେଟ ପର୍ୟ୍ୟନ୍ତ ପହଞ୍ଚିବ। ଯାଞ୍ଚ ସମୟରେ ଜଣାପଡ଼ିଛି କି ଫେରାର ଥିବା ଜୁଗରାଜ ସିଂହଙ୍କୁ ସ୍ବତନ୍ତ୍ର ଭାବେ ଧାର୍ମିକ ପତାକା ଉଡ଼ାଇବାକୁ ଅଣାଯାଇଥିଲା। ଜୁଗରାଜ ପ୍ରାୟତଃ ଗୁରୁଦ୍ବାରରେ ପତାକା ଉଡ଼ାଇବା କାମ କରିଥାଏ।

ଦିନ ୧୨.୨୧ରେ କ୍ରାଇମ ବ୍ରାଞ୍ଚ ଟିମ ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ ସେହି ସ୍ଥାନକୁ ଯାଇଥିଲେ ଯେଉଁଠାରେ ସେଦିନ ହିଂସା ଆରମ୍ଭ ହୋଇଥିଲା।

from Kanak News
via <a href="https://ifttt.com/?

ଟ୍ରାକ୍ଟର ଚଲେଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ଦେଖିବାକୁ ମିଳିଲା ନୂଆ ଅବତାର

କନକ ବ୍ୟୁରୋ: ଟ୍ରାକ୍ଟର ଚଳାଇଲେ ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ରାହୁଲଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ ଆଜି ଅଜମେର ଓ ନାଗୋର ଦୁଇଟି ଜିଲ୍ଲା ଗସ୍ତ କରି ଟ୍ରାକ୍ଟର ଓ ଟ୍ରଲି ରାଲିରେ ଭାଗ ନେଇଥିଲେ । ଶତାଧିକ ଚାଷୀ ଟ୍ରାକ୍ଟର ସହ ରୁପନଗଡରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ । ଟ୍ରାକ୍ଟର ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନୂଆ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି । ରାହୁଲ କହିଛନ୍ତି ଚାଷୀଙ୍କ ସହ ସେ ଓ କଂଗ୍ରେସ ଦଳ ସବୁବେଳେ ଛିଡା ରହିବ । ଏହାସହ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ଟ୍ରାକ୍ଟର ଚଳାଇ ସଭାସ୍ଥଳରେ ପହଁଚିଥିଲେ ରାହୁଲ । ଅଜମେର ରୂପନଗଡରେ ଆୟୋଜିତ ହୋଇଥିଲା ଏହି ରାଲି । କଡା ସୁରକ୍ଷା ବଳୟ ଭିତରେ ରାହୁଲ ଟ୍ରାକ୍ଟର ଚଳାଇଥିଲେ । ମୁହଁରେ ମାସ୍କ ଓ ମୁଣ୍ଡରେ ରାଜସ୍ଥାନର ପାରମ୍ପରିକ ପଗଡି ପିନ୍ଧି ରାହୁଲ ଟ୍ରାକ୍ଟର ଚଳାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

from Kanak News
via <a href="https://ifttt.com/?

ଦୁଇ ଦିନିଆ କେରଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଟ୍ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦୁଇଦିନିଆ କେରଳ ଗସ୍ତରେ ଯାଇଛନ୍ତି । ସେଠାରେ ଉଦଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ରବିବାର ଉଦଘାଟନ ହେବାକୁ ଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(ବିପିସିଏଲ୍) କୋଚି ରିଫାଇନାରୀର ପ୍ରୋପିଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଂଟ ପରିଦର୍ଶନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଦେଶର ଆମଦାନୀକୁ ହ୍ରାସ କରିବା ସହ କେରଳରେ ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବା ପରିପ୍ରେକ୍ଷୀରେ ପିଡ଼ିପିପି ପ୍ଲାଂଟ୍ ଉକ୍ରୃଷ୍ଟ ମାନର ପେଟ୍ରୋକେମିକାଲ୍ସ ଉତ୍ପାଦନ କରିବ । ଫଳରେ ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରାଯାଇପାରିବ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ଭିତିଭୂମି ପ୍ରକଳ୍ପ ଗୁଡ଼ିକ କେରଳରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି କରିବା ସହ ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ଓ ବନ୍ଦର ଏବଂ ଜାହାଜ ଭିତିଭୂମି ଆଧାରିତ ପ୍ରକଳ୍ପ ଗୁଡ଼ିକ କେରଳବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started