ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଓ ଅନୁଭବଙ୍କ ଟ୍ୱିଟ୍ ଯୁଦ୍ଧ । ଅନୁଭବ ମହାନ୍ତିଙ୍କୁ ଜବାବ ଦେଲେ ଭୁବନେଶ୍ୱର ସାଂସଦ ।

କନକ ବ୍ୟୁରୋ: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ଯୁଦ୍ଧ । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟ୍ୱିଟ୍ କରିଥିଲେ ।

ଟ୍ୱିଟ କରି ଅନୁଭବ ଲେଖିଥିଲେ ଯେ, ବାଇ-ଲ କଥାକୁ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ସାଂସଦ ଅପରାଜିତାଙ୍କୁ ଡାକିଥିଲେ । କିନ୍ତୁ ସେ ସିଧାସଳଖ ଏଥିପାଇଁ ମନା କରିଦେଇଥିଲେ । ଅଣରାଜନୈତିକ ପ୍ରସଙ୍ଗରେ ବି ରାଜ୍ୟ ବିଜେପି ସହଯୋଗ କରୁନି କେନ୍ଦ୍ରାପଡା ବିଜେପି ସାଂସଦ ଟ୍ୱିଟ କରି ଲେଖିଥିଲେ ।

https://platform.twitter.com/widgets.js

ଏହାପରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସେହି ଟ୍ୱିଟରରେ ଜବାବ ଦେଇଛନ୍ତି । ବିନା କାରଣରେ କିଛି ବି ହୁଏ ନାହିଁ । ମୁଁ ଉଚିତ୍ ସମୟରେ ଜବାବ ଦେବି ,ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ ସାଂସଦ ଅପରାଜିତା ଟ୍ୱିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ, ବାଇ-ଲ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ତାତିଛି । ପୁରୀ ପରି ଲିଙ୍ଗରାଜ ମନ୍ଦିରରୁ ମଧ୍ୟ ବାଇ-ଲ ଉଠାଇବାକୁ ଦାବି ହେଉଛି । ଏହାକୁ ନେଇ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟିଛନ୍ତି ।

from Kanak News
via <a href="https://ifttt.com/?

ଦେଶ ପାଇଁ ବିଦେଶରେ ଗୌରବ ସାଉଣ୍ଟିଲେ କର୍ଣ୍ଣାଟକର ଝିଅ ରଶ୍ମୀ ସାମନ୍ତ । ଜିତିଲେ ଅକ୍ସଫୋର୍ଡ ଛାତ୍ର ସଂଘର ଅଧ୍ୟକ୍ଷ ପଦ

କନକ ବ୍ୟୁରୋ : ଏବେ ଦେଶର ମହିଳା ମାନେ ଆଉ ପଛରେ ନାହାନ୍ତି । ଯାହାର ପ୍ରମାଣ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ଆମେରିକାର ଜୋ- ବାଇଡେନଙ୍କ ଟିମ୍ ରେ ସାମିଲ ହୋଇଛନ୍ତି ଅନେକ ଭାରତୀୟ ମହିଳା । ଏହା ସହ ଆମେରିକାର ଉପରାଷ୍ଟ୍ରପତି ଭାବେ ବି ଜଣେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍ ନିର୍ବାଚିତ ହେବା ପରେ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଥିଲୁ । ହେଲେ ଏହି ଗୌରବର ପୃଷ୍ଟାରେ ପୁଣି ନାମ ଲେଖାଇଛନ୍ତି ଜଣେ ଭାରତୀୟ ଛାତ୍ରୀ ।

କର୍ଣ୍ଣାଟକ ରାଜ୍ୟର ଝିଅ ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂଗଠନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯେ କି ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଶ୍ମୀ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପୂର୍ବତନ ଛାତ୍ରୀ ।

ଅକ୍ସଫୋର୍ଡ ୟୁନିଭରସିଟ୍ ଅଧିକାରୀଙ୍କ ୱେବସାଇଟର ସୂଚନା ମୁତାବକ ରଶ୍ମୀ ସାମନ୍ତଙ୍କ ବିରୋଧରେ ଏହି ନିର୍ବାଚନରେ ଅନ୍ୟ ୩ ଜଣ ପ୍ରାଥୀ ହୋଇଥିଲେ । ହେଲେ ରଶ୍ମୀଙ୍କୁ ସର୍ବାଧିକ ଭୋଟ ମିଳିଛି । ଏହି ପଦ ପାଇଁ ମୋଟ ୩୭୦୮ ଟି ଭୋଟ ପଡିଥିଲା । ଯାହା ମଧ୍ୟରୁ ରଶ୍ମୀଙ୍କୁ ୧,୯୬୬ ଖଣ୍ଡ ଭୋଟ ମିଳିଛି ।

ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଲିନ୍ କେୟାର କଲେଜରେ ଏନର୍ଜି ସିଷ୍ଟମ ପାଠ୍ୟକ୍ରମ ପାଇଁ ଏମଏସସି କରୁଛନ୍ତି । ସେ ଚଳିତ ନିର୍ବାଚନରେ ମୁଖ୍ୟତ ୪ ଟି ସମସ୍ୟା ଉପରେ ଫୋକସ କରିଥିଲେ । ଯାହାକୁ ନେଇ ତାଙ୍କୁ ଏଭଳି ସଫଳତା ମିଳିଛି । ଏହି ୪ ଟି ସମସ୍ୟା ମଧ୍ୟରୁ ୨ ଟି ପ୍ରମୁଖ ସମସ୍ୟାକୁ ସେ ଛାତ୍ର ଛାତ୍ରୀଙ୍କ ଆଗରେ ରଖିଥିଲେ । ପ୍ରଥମଟି ବିଶ୍ୱବିଦ୍ୟାଳୟ ଭିତରେ ଥିବା ସବୁ ସାମ୍ରାଜ୍ୟବାଦୀ ନେତାଙ୍କ ପ୍ରତିମା ହଟାଯାଉ ଓ କରୋନା ମହାମାରୀ ସମ୍ପୂର୍ଣ୍ଣ ଶେଷ ନହେବା ଯାଏ ପିଲାମାନଙ୍କ ଠାରୁ ଦେୟ ଆଦାୟ ବନ୍ଦ କରାଯାଉ । ଏହି ସମସ୍ୟାକୁ ସେ ଏତେ ସଠିକ୍ ଢଙ୍ଗରେ ଉପସ୍ଥାପନ କରିଥିଲେ କି ଯାହା ତାଙ୍କୁ ଏଭଳି ସଫଳତା ଦେଇଛି ।

ରଶ୍ମୀଙ୍କ ବାପା ଦିନେଶ ସାମନ୍ତ ଜଣେ ବ୍ୟବସାୟୀ ଓ ମା ବତ୍ସଲା ଜଣେ ଗୃହିଣୀ ଅଟନ୍ତି । ରଶ୍ମୀ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (୨୦୧୬-୨୦୨୦) ମଧ୍ୟରେ ସ୍ନାତୋକ ଛାତ୍ରୀ ଥିଲେ । ସେ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଛାତ୍ରସଂଘର ଟେକ୍ନୋଲୋଜି ସଚିବ ପଦରେ ବି ଅବସ୍ଥାପିତ ହୋଇଥିଲେ ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ରୋହିତଙ୍କ ଜଲୱା । ଟିମ୍ ଇଣ୍ଡିଆର ସ୍କୋର ୩୦୦/୬

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ହିଟମ୍ୟାନ ରୋହିତ ଶର୍ମାଙ୍କ ଜଲୱା । ପ୍ରଥମ ଦିନରେ ରୋହିତ ଧୁଆଁଧାର ୧୬୧ ରନର ଇଂନିସ ଖେଳିବା ସହିତ ଟିମ୍ ଇଣ୍ଡିଆର ସ୍କୋର ୩୦୦ ଛୁଇଁଛି । ଅନ୍ୟପଟେ ଭାରତ ହାତରେ ଏବେ ବି ଆହୁରି ୪ଟି ୱିକେଟ୍ ବାକି ଥିବାରୁ ଦଳର ସ୍କୋର ଆହୁରି ଆଗକୁ ବଢିବ ବୋଲି କୁହାଯାଉଛି ।

ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତ ଭାରତ ଆଗକୁ ବଢିଥିଲା । ହେଲେ ଏହି ସମୟରେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରାଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ରାହାଣେ ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିବା ସହିତ ୧୬୧ ରନର ଇଂନିସ ଖେଳିଥିଲେ ।

ଇଂଲଣ୍ଡ ଏହି ମ୍ୟାଚରେ ୬ ଜଣ ବୋଲରକୁ ବ୍ୟବହାର କରିଥିବାବେଳେ ଜ୍ୟାକ୍ ଲିଚ୍ ଓ ମୋଇନ ଅଲ୍ଲୀଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ତା ସହିତ ଷ୍ଟୋନ ଓ ଜୋ ରୁଟଙ୍କ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ପାଇଁ ମଧ୍ୟ ସିରିଜ୍ କବଜା କରିବାକୁ ଏହା ସୁବଣ୍ଣ ସୁଯୋଗ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ଆଦିବାସୀ ସଂସ୍କୃତିର ଝଲକ ଦେଖିବେ ଲୋକେ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ, ସଂସ୍କୃତି ଓ ନାଟକ ଏକାଡ଼େମୀ ଦ୍ୱାରା ଅୁନଷ୍ଠିତ ହୋଇଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ଯୋଗ ଦେଇ ସେମାନଙ୍କ ନୃତ୍ୟ ପରିବେଷଣ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକି ଉଠିଛି ଜୁନାଗଡ଼ ମଂଚ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରମ୍ପରାର ଲୋକ ନୃତ୍ୟ, ସଂଙ୍ଗୀତ ଓ କଳା ପରିବେଷଣ କରିବାର ସୁଯୋଗ ଲୋକଙ୍କୁ ମଳିପାରିବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରର ବାର୍ତା ସୃଷ୍ଟି କରିବ । ସମଗ୍ର ଦେଶରେ ଚର୍ଚ୍ଚିତ ହୋଇଥିବା ଭବାନୀ ପାଟଣା ପ୍ରତିଭା ଓ କେସିଙ୍ଗା ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନର କଳାକାର ମାନେ ଏହି ଉତ୍ସବରେ ସାମିଲ ହେବେ । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥଲା । ଏବେ କରୋନା କଟକଣା ଭିତରେ କଳାହାଣ୍ଡିରେ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋଙ୍କ ପାଖରେ ପହଂଚିପାରିବ ଆଦିବାସୀ ସଂସ୍କୃତିର ବାର୍ତା ।

from Kanak News
via <a href="https://ifttt.com/?

ବଲାଙ୍ଗୀର ଛତାପିପିଲିରେ ତାତିଲେ ଚାଷୀ । ମଣ୍ଡି ଭିତରେ ତହସିଲଦାର ଓ ଅଧିକାରୀଙ୍କୁ ପକାଇଲେ ତାଲା ।

କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠୁନଥିବା ଯୋଗୁଁ ତାତିଲେ ଚାଷୀ । ଟୋକନ ପାଇଁ ମଧ୍ୟ ମଣ୍ଡିରୁ ଧାନ ଉଠୁନଥିବାରୁ ବଲାଙ୍ଗୀର ଛତାପିପଲ ଚାଷୀମାନେ ମଣ୍ଡି ସମ୍ମୁଖରେ ପ୍ରତିବାଦ କରୁଥିଲେ । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାଇବାକୁ ପୁଇଁତଳା ତହସିଲଦାର, ଛତାପିପଲ ପେକ୍ସ ସଂପାଦପ ଧ ବଲାଙ୍ଗୀର ଏଆରସିଏସ ଯାଇଥିବା ବେଳେ ତାଙ୍କୁ ମଣ୍ଡି ଭିତରେ ତାଲା ପକାଇଦେଇଥିଲେ ଚାଷୀ ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ଅଧିକ ତଦନ୍ତ ପାଇଁ କରଂଜିଆରେ ଝରାଫୁଲଙ୍କ ଘରେ ପହଚିଂଲା କୁଆଖିଆ ପୁଲିସ ।

କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ମାମଲାର ଅଧିକ ତଦନ୍ତ ପାଇଁ ଝରାଫୁଲଙ୍କ କରଂଜିଆର ବୃନ୍ଦେଇପୋଷୀସ୍ଥିତ ଘରେ ପହଚିଂଛି କୁଆଖିଆ ପୁଲିସ । ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ୬ଜଣିଆ ଟିମ ତଦନ୍ତ ପାଇଁ ଯାଇଛନ୍ତି । ଝରାଫୁଲ ବାପା ମା ଓ ଭାଇଙ୍କୁ ପଚରାଉଚରା କରାଯାଇଛି । ଘରଲୋକଙ୍କୁ ଶେଷ କଲ ଝରାଫୁଲ କେବେ କରିଥିଲେ ଓ ଝରାଫୁଲ କଣ କହିଥିଲେ ସେନେଇ ପଚାର ବୁଝିଛି ପୁଲିସ ।

ଝରାଫୁଲ ମୃତ୍ୟୁ ମାମଲାରେ ପୁଲିସ ରାକେଶ ସ୍ୱାଇଁଙ୍କୁ ଗିରଫ କରିିଥିବା ବେଳେ ଏଯାଏ ସଫଳ ହୋଇପାରିନି କୁଆଖିଆ ପୁଲିସ । ଏହି ରହସ୍ୟମୟ ମୃତ୍ୟୁର ଖୁଲାସା କରିବା ପାଇଁ ରାକେଶକୁ ଜେରା କରୁଛି । ହେଲେ ଏବେ ବି ପୋଲିସ ଏହି ମୃତ୍ୟୁର ଖୁଲାସା କରିବାରେ ବିଫଳ ହୋଇଛି ।

from Kanak News
via <a href="https://ifttt.com/?

ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଉଚିତ୍ ସମୟରେ ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା : ଅମିତ୍ ଶାହା

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ପୂର୍ବରୁ ଜମ୍ମୁ-କଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ଧାରା ୩୭୦ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା ସହ ଧାରା ୩୭୦ହଟାଇବା ପରେ ସେଠାରେ କ’ଣ ପରିବର୍ତ୍ତନ ଆସିଛି, ସେ ନେଇ ପ୍ରଶ୍ନ କରିଥିଲେ ବିରୋଧୀ । ଏହା ପରେ ବିରୋଧୀ ଦଳ ଉଠାଇଥିବା ସମସ୍ତ ପ୍ରଶ୍ନର ଉତ୍ତର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିସ୍ତୃତ ଭାବେ ରଖିଥିଲେ । ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟମାନ୍ୟତା ଦିଆଯିବ ବୋଲି ବିରୋଧୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖି ଅମିତ ଶାହା କହିଥିଲେ ଯେ, ସଠିକ ସମୟ ଆସିଲେ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦିଆଯିବ।

ଅନେକ ସାଂସଦ କହୁଛନ୍ତି ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୧ ଆଣିବା ଅର୍ଥ ଜମ୍ମୁ-କଶ୍ମୀର ରାଜ୍ୟମାନ୍ୟତା ପାଇବ ନାହିଁ । ମୁଁ ବିଲ୍ ଉପସ୍ଥାପନ କରୁଛି ଏବଂ ଏହାର ପରିଚାଳନା୍ କରୁଛି। ମୁଁ ମୋର ଉଦ୍ଦେଶ୍ୟ ସ୍ପଷ୍ଟ କରିସାରିଛି। କୌଣସି ସ୍ଥାନରେ ଏହା ଲେଖା ନାହିଁ ଯେ, ଜମ୍ମୁ-କଶ୍ମୀର ରାଜ୍ୟମାନ୍ୟତା ପାଇବ ନାହିଁ। ଆପଣ କେଉଁଠାରୁ ଏଭଳି କଥା ଆଣୁଛନ୍ତି ବୋଲି ଅମିତ ଶାହା ବିରୋଧୀଙ୍କୁ ପଚାରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଏହି ଗୃହରେ ଆଗରୁ କହିଛି ଏବଂ ମୁଁ ପୁଣି ଥରେ କହୁଛି ଯେ, ଜମ୍ମୁ-କଶ୍ମୀର ରାଜ୍ୟମାନ୍ୟତା ପାଇବା ସହ ଏହି ବିଲ୍‌ର କୌଣସି ସମ୍ପର୍କ ନାହିଁ। ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟମାନ୍ୟତା ଦିଆଯିବ। ”

from Kanak News
via <a href="https://ifttt.com/?

୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ପାଇଥିଲା ଦେଶର ରାଜଧାନୀ ମାନ୍ୟତା । ଆସନ୍ତୁ ଜାଣିବା କେମିତି ଥିଲା ରାଜଧାନୀର ରୂପରେଖ

କନକ ବ୍ୟୁରୋ : ଫେବୃଆରୀ ୧୩ ତାରିଖକୁ ସାରା ବିଶ୍ୱ ଭାଲେଟାଇନ୍ ଡେ ର ପୂର୍ବଦିନ ବା କିସ୍ ଡେ ଭାବେ ପାଳନ କରୁଛି । ହେଲେ ଦିଲ୍ଲୀବାସୀଙ୍କ ପାଇଁ ଏହି ଦିନ କିସ୍ ଡେ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା । ତାହା ପୂର୍ବରୁ ଇଂରେଜ ମାନେ କୋଲକତାକୁ ଦେଶର ରାଜଧାନୀ ଭାବେ ପ୍ରସ୍ତୁତ କରିଥିଲେ । ଦିଲ୍ଲୀକୁ ରାଜଧାନୀ ବୋଲି ୧୧ ଡିସେମ୍ବର ୧୯୧୧ ମସିହାରେ ଜଜ୍ ପଞ୍ଚମ ଘୋଷଣା କରିଥିଲେ । ମାତ୍ର ଫେବୃଆରୀ ୧୩ ତାରିଖ ୧୯୩୧ ମସିହାରେ ଦିଲ୍ଲୀକୁ ରାଜଧାନୀର ମାନ୍ୟତା ମିଳିଥିଲା ।

୧୯୧୧ ମସିହା ଅଗଷ୍ଟ ମାସରେ ଭାଇସରାୟ ଲର୍ଡ ହାର୍ଡିଙ୍ଗ୍ ଙ୍କ ଦ୍ୱାରା ଏକ ଚିଠି ଲଣ୍ଡନ ପଠାଯାଇଥିଲା । ଯେଉଁଥିରେ କି କୋଲକତା ନୁହେଁ ଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ପ୍ରସ୍ତୁତ କରିବାକୁ ଜୋର୍ ଦିଆଯାଇଥିଲା । ହେଲେ  ୧୯୩୧ ମସିହା ଫେବୃଆରୀ ୧୩ ତାରିଖରେ ସେ ସମୟର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେରୱିନ ଦିଲ୍ଲୀକୁ ଦେଶର ରାଜଧାନୀ ଭାବେ ଉଦଘାଟନ କରିଥିଲେ ।

ବ୍ରିଟିସ ସ୍ଥପତି ସାର ଏଡୱିନ ଲୁଟିୟସ ଓ ସାର ହର୍ବଟ୍ ବେକରଙ୍କୁ  ଦିଲ୍ଲୀ ଡିଜାଇନ କାମର ଠିକା ଦିଆଯାଇଥିଲା । ସାର ଏଡୱିନ ୪ ବର୍ଷ ମଧ୍ୟରେ ଦିଲ୍ଲୀର ଡିଜାଇନ କାମ ସାରିବାକୁ କଥା ଦେଇଥିଲେ ବି ପ୍ରଥମ ବିଶ୍ୱଯୁଦ୍ଧ କାରଣରୁ ଏହା ସମ୍ଭବ ହୋଇପାରି ନଥିଲା ।

କୋଲକତା ବଦଳରେ ଦିଲ୍ଲୀକୁ ଦେଶର ରାଜଧାନୀ କରିବା ପଛରେ ଏମିତି କିଛି କାରଣ ଥିଲା । ପ୍ରଥମରୁ ବ୍ରିଟିସ ଶାସନ ପୂର୍ବରୁ କିଛି ବଡ ସାମ୍ରାଜ୍ୟ ଦିଲ୍ଲୀରେ ଶାସନ ଚଳାଇଥିଲା । ତେଣୁ ବ୍ରିଟିସ ମାନେ ଅନୁମାନ କରୁଥିଲେ କି ଦିଲ୍ଲୀରୁ ସଠିକ୍ ଭାବେ ଭାରତକୁ ଶାସନ କରାଯାଇ ପାରିବ । ଅନ୍ୟ କିଛି ସୂଚନାଦାତାଙ୍କ କହିବା ମୁତାବକ ବଙ୍ଗଳା ଭାଗ ଭାଗ ହେବା ଫଳରେ କୋଲକତାରେ ହିଂସା ଦେଖିବାକୁ ମିଳିଥିଲା । ଏହାସହ ପ୍ରଥମେ ପଶ୍ଚିମବଙ୍ଗରୁ ସ୍ୱରାଜ ଆନ୍ଦୋଳନ ଆରମ୍ଭ ହେଉଥିବାରୁ ଏହାକୁ ନଜରରେ ରଖି ବ୍ରିଟିସ ସରକାର କୋଲକତାରୁ ରାଜଧାନୀ ଉଠାଇ ନେଇ ଦିଲ୍ଲୀରେ ବସାଇବାକୁ ଚିନ୍ତା କରିଥିଲେ ।

ସ୍ଥପତି ଲୁଟିୟନ ଓ ବେକର ଦିଲ୍ଲୀ ସହରକୁ ଡିଜାଇନ କରିବା ପାଇଁ ଶାହାଜାହାନାବାଦ ସହରର ଦକ୍ଷିଣ ଅଞ୍ଚଳକୁ ଚିହ୍ନଟ କରିଥିଲେ । ସ୍ୱାଧିନତା ପରେ ୧୯୫୬ ମସିହାରେ ଦିଲ୍ଲୀକୁ କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା ମିଳିଥିଲା । ଏହାସହ ୧୯୯୧ ମସିହାରେ ୬୯ ତମ ସଂଶୋଧନ ବେଳେ ଦିଲ୍ଲୀକୁ ରାଷ୍ଟ୍ରୀୟ ରାଜଧାନୀର ମାନ୍ୟତା ମିଳିଥିଲା ।

from Kanak News
via <a href="https://ifttt.com/?

ସହରାଞ୍ଚଳ ଚାଷୀଙ୍କୁ ମିଳୁନି ‘କାଳିଆ’ ଟଙ୍କା । ପୁରୀ ଜିଲ୍ଲା ନିମାପଡାରେ ଚାଷୀ ଅସନ୍ତୋଷ । 

କନକ ବ୍ୟୁରୋ: ସରକାର କୃଷକ କଲ୍ୟାଣ ପାଇଁ ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଟଙ୍କା ଚାଷୀଙ୍କୁ ଆକାଉଂଟକୁ ପଠାଇବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଗ୍ରାମାଂଚଳର ଚାଷୀମାନେ ସନ୍ତୋଷ ପ୍ରକାଶ କରିଥିବା ବେଳେ ଏଥିରୁ ବାଦ ପଡ଼ିଛନ୍ତି ସହାରାଂଚଳର ଚାଷୀ । ଯାହାକୁ ନେଇ ନ ଅସନ୍ତୋଷ ଦେଖାଦେଇଛି । ପୁରୀ ଜିଲ୍ଲା ନିମାପଡ଼ା ପୈାରାଂଚଳରୁ ଆସିଛି ଏଭଳି ଚିତ୍ର  ।

ଚାଷୀଙ୍କୁ କୃଷି କ୍ଷେତ୍ରରେ ସହାୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଉଛନ୍ତି ।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଓ  ରାଜ୍ୟ ସରକାର ‘କାଳିଆ’ ଯୋଜନା ମାଧ୍ୟମରେ ଚାଷୀଙ୍କୁ  ସହାୟତା ପ୍ରଦାନ କରୁଛନ୍ତି । କାଳିଆ ଯୋଜନାରେ ତୃତୀୟ କିସ୍ତି ଟଙ୍କା ମଧ୍ୟ  ଚାଷୀଙ୍କ ଆକାଉଂଟକୁ ଶୁକ୍ରବାରଠାରୁ ପଠାଇବା ଆରମ୍ଭ ହୋଇଛି । ହେଲେ  ଗ୍ରାମାଂଚଳର ଚାଷୀମାନେ ଏହାର ଲାଭ ପାଉଥିବା ବେଳେ ସହରାଂଚଳର ଚାଷୀ ଏଥିରୁ ବାଦ ପଡ଼ୁଛନ୍ତି । ଯାହାକୁ ନେଇ  ଅସନ୍ତୋଷ ଦେଖାଦେଉଛି ।

କ’ଣ ପାଇଁ ସହାରାଚଂଳର ଚାଷୀମାନେ ଏହି ଦୁଇ ଯୋଜନାରୁ ବାଦ ପଡ଼ୁଛନ୍ତି ? ତାହାର ଉତ୍ତର କୃଷିବିଭାଗ ପାଖରେ ନାହିଁ  । ସହରାଚଂଳ ଚାଷୀମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସେଭଳି କିଛି ନିର୍ଦ୍ଦେଶାନାମା ଆସିନାହିଁ ବୋଲି କହିଛି କୃଷି ବିଭାଗ । ସହାରାଂଚଳରେ ବାସକରୁଥିବା ଭୂମିହୀନ ଚାଷୀ, କୃଷି ଶ୍ରମିକ,ଭାଗଚାଷୀ ହଜାର ହଜାର ଟଙ୍କା ବିନିଯୋଗ କରି ଚାଷ କାର୍ଯ୍ୟ କରୁଛନ୍ତି । ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ହୋଇ ମଧ୍ୟ ଚାଷକୁ ପେଷାକରି ପରିବାର ପୋଷଣ କରୁଛନ୍ତି । ଏଭଳି ସ୍ଥିତିରେ ସହରାଂଚଳ ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି ।

from Kanak News
via <a href="https://ifttt.com/?

ଫେବୃଆରୀ ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ୨୯୨ ଜଣ କ୍ରିକେଟରଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ବିସିସିଆଇ କଲା ତାରିଖ ଘୋଷଣା ।

କନକ ବ୍ୟୁରୋ: ଆଇପିଏଲ୍ ଆଗାମୀ ସିଜିନ୍ ପାଇଁ ଘୋଷଣା ହୋଇଛି ଖେଳାଳି ନିଲାମ ତାରିଖ । ଫେବୃଆରୀ ୧୮ ତାରିଖରେ ଆଇପିଏଲର ଆଗାମୀ ସିଜିନ୍ ପାଇଁ ହେବ ଖେଳାଳି ନିଲାମ । ଯେଉଁଥିରେ ଫ୍ରାଚାଂଇଜମାନେ ଆଗାମୀ ସିଜିନ୍ ପାଇଁ ଖେଳାଳିମାନଙ୍କୁ କିଣି ନିଜ ଦଳରେ ସାମିଲ କରିବେ । ଏଥିପାଇଁ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି । ଏଥର ନିଲାମରେ ମୋଟ ୨୯୨ ଜଣ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଯେଉଁମାନଙ୍କ ଭିତରେ ୧୬୪ ଜଣ ଇଣ୍ଡିଆନ୍ କ୍ରିକେଟର ଥିବାବେଳେ ୧୨୫ ଜଣ ବିଦେଶୀ ଖେଳାଳି ଓ ଆସୋସିଏଟ୍ ଦେଶର ୩ ଜଣ ଖେଳାଳି ସାମିଲ ଅଛନ୍ତି ।

୨୦୨୧ ମସିହାର ଆଇପିଏଲ୍ ମିନି ନିଲାମ ପାଇଁ ମୋଟ ୧୧୧୪ ଜଣ କ୍ରିକେଟ୍ ନାଁ ରେଜିଷ୍ଟ୍ରେସନ କରିଥିଲେ । ହେଲେ ସବୁ ଫ୍ରାଚାଂଇଜଠାରୁ ସର୍ଟ ଲିଷ୍ଟ ପାଇବା ପରେ ୨୯୨ ଜଣ ଖେଳାଳିଙ୍କୁ ନିଲାମ ପାଇଁ ବଛାଯାଇଛି । ଯେଉଁମାନଙ୍କ ନାଁ ଏଥର ନିଲାମ ପ୍ରକ୍ରିୟାରେ ଶୁଣିବାକୁ ମିଳିବ । ଆଉ ଫ୍ରାଚାଂଇଜମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ସେମାନଙ୍କୁ କିଣିବେ । ଏହି ନିଲାମ ପାଇଁ ଖେଳାଳିମାନଙ୍କୁ ବିଭିନ୍ନ ବର୍ଗରେ ବଂଟାଯାଇଛି । ୨ କୋଟି ବେସ ପ୍ରାଇସରେ ମୋଟ ୧୦ ଜଣ ଖେଳାଳି ଥିବାବେଳେ,ଦେଢ କୋଟି ବେସ୍ ପ୍ରାଇସରେ ୧୨ ଜଣ, ୧ କୋଟି ବେସ ପ୍ରାଇସରେ ୧୧ ଜଣ ଖେଳାଳି ସାମିଲ ଅଛନ୍ତି । ଗୁରୁତ୍ୱପୂଣ୍ଣ କଥା ହେଉଛି ଭାରତୀୟ ଖେଳାଳି ଭାବେ ହରଭଜନ ସିଂହ ଓ କେଦାର ଯାଦବଙ୍କ ବେସ ପ୍ରାଇସ୍ ୨ କୋଟି ରହିଛି । ସେହିଭଳି ବିଦେଶୀ ଖେଳାଳିଙ୍କ ଭିତରେ ଗ୍ଲେନ୍ ମାକ୍ସୱେଲ, ଷ୍ଟିଭ୍ ସ୍ମିଥ, ସକିବ ଅଲ ହାସନ ଓ ମୋଇନ୍ ଅଳ୍ଲୀଙ୍କ ଭଳି ୮ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି ।

ଏଥର ଖେଳାଳି ନିଲାମ ପାଇଁ କିଙ୍ଗସ୍ ଇଲେଭେନ ପଞ୍ଜାବ ପାଖରେ ସବୁଠୁ ଅଧିକ ଟଙ୍କା ରହିଛି । ଦଳ ହାତରେ ଏବେ ୫୩ କୋଟିରୁ ଅଧିକ ଟଙ୍କା ରହିଥିବାବେଳେ ଦଳ ନିଲାମରେ ମୋଟ ୧୪ ଖେଳାଳିଙ୍କୁ କିଣିପାରିବ । ସେହିଭଳି ଆରସିବି ଓ ରାଜସ୍ଥାନ ରୟାଲ୍ସ ପାଖରେ ବି ୩୫ କୋଟିରୁ ଅଧିକ ଟଙ୍କା ରହିଛି । ଯାହା ଏହି ଦଳମାନଙ୍କୁ ନିଲାମ ପ୍ରକ୍ରିୟାରେ ଆଗରେ ରଖିବ । ସେହିଭଳି ସିଏସକେ ପାଖରେ ୧୯.୯ କୋଟି, ଦିଲ୍ଲୀ ପାଖରେ ୧୩.୪ କୋଟି, କୋଲକାତା ପାଖରେ ୧୦.୭୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି ଏବଂ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି ଟଙ୍କା ବଳକା ରହିଛି । ଯାହାକୁ ସେମାନେ ଖେଳାଳି ନିଲାମରେ ବ୍ୟବହାର କରିବେ ।

ଗତବର୍ଷ କୋଭିଡ୍ ପାଇଁ ଆଇପିଏଲ ୟୁଏଇରେ ଆୟୋଜିତ ହୋଇଥିଲା । ହେଲେ ଚଳିତ ବର୍ଷ ଏହା ଭାରତରେ ଆୟୋଜନ ହେବ । ଗତବର୍ଷ ପଡିଆରେ ମ୍ୟାଚ୍ ଦେଖିପାରିନଥିବା ଦର୍ଶକ ଲାଇଭରେ ଆଇପିଏଲ ଦେଖିବାକୁ ଅନେଇ ବସିଛନ୍ତି । ତେବେ ଆଇପିଏଲ୍ ଆରମ୍ଭ ହେବାର ପ୍ରଥମ ପର୍ବ ଖେଳାଳି ନିଲାମ ପ୍ରକ୍ରିୟା ଫେବୃଆରୀ ୧୮ରେ ହେବାକୁ ଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started